Bhopal Gas Tragedy - The Sakala

ଭୋପାଳ ଗ୍ୟାସ୍ ଟ୍ରାଜେଡି ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ ଝଟକା, କ୍ଷତିପୂରଣ ରାଶି ବୃଦ୍ଧି ଆବେଦନ ଖାରଜ
ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡି ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପାଇଁ ଦାଏର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । ସୁପ୍ରିମକୋର୍ଟରେ ୫ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ବିଚାର କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା କ୍ୟୁରେଟିଭ୍ ଆବେଦନ ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଅନୁସାରେ, ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଆମେରିକୀୟ କମ୍ପାନୀ ୟୁନିଅନ କାର୍ବାଇଡ (ବର୍ତ୍ତମାନ ‘ଡୋ କେମିକାଲ୍ସ’ ମାଲିକାନାରେ) ଠାରୁ ଅତିରିକ୍ତ କ୍ଷତିପୂରଣ ଦାବି କରି କେନ୍ଦ୍ର ସରକାର ୨୦୧୦ରେ ଏକ କ୍ୟୁରେଟିଭ୍ ପିଟିସନ ଦାୟର କରିଥିଲେ। ଏହି ଆବେଦନରେ ୟୁନିୟନ କାର୍ବାଇଡରୁ ପ୍ରାୟ ୭୮୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି କରାଯାଇଥିଲା। ତେବେ କେନ୍ଦ୍ରର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ୧୯୮୪ ଡିସେମ୍ବର ୪ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପିଯାଇଥିଲା । ସେହି ସମୟରେ ରାତି ହୋଇଥିବାରୁ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ଲୋକ ବିକଳାଙ୍ଗ ମଧ୍ୟ ହୋଇଯାଇଥିଲେ ।