Nahalapur - The Sakala

ପୁଣି ନିଆଳିରେ ମେଣ୍ଢା ମଡକ; ଅଜଣା ଜନ୍ତୁ ଆକ୍ରମଣରେ ୧୦ ମେଣ୍ଢା ମୃତ
ନିଆଳି: ନିଆଳିକୁ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ ! ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ମେଣ୍ଢାଙ୍କୁ ମାରିଥିବା ସନ୍ଦେହ କରାଯାଉଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ଘଟିଛି ଏପରି ଘଟଣା । ଗତକାଲି ବିଳମ୍ବିତ ରାତିରେ ଗାଁର ଶରତ ଚୌଧୁରୀଙ୍କ ଗୁହାଳ ଭିତରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ଗୁହାଳର କବାଟ ଖୋଲିବା ମାତ୍ରେ ମେଣ୍ଢାଙ୍କ ରକ୍ତାକ୍ତ ମୃତଦେହ ଏଣେତେଣେ ପଡି ରହିଥିଲା । ମୃତ ମେଣ୍ଢାଙ୍କ ଅନ୍ତବୁଜୁଳା ବାହାରି ଯାଇଥିବା ଦେଖିବାକୁ ମିଳିଛି । ତେଣୁ କୌଣସି ଅଜଣା ଜନ୍ତୁ ଗୁହାଳରେ ପଶି ମେଣ୍ଢା ଶିକାର କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

୪ ଦିନ ପୂର୍ବରୁ ଗୁଣାଦୋଳା ଗାଁର ଅନ୍ୟଜଣେ ବ୍ୟକ୍ତିଙ୍କ ୧୬ଟି ମେଣ୍ଢାକୁ ଅଜଣା ଜନ୍ତୁ ଶିକାରରେ ପ୍ରାଣ ହରାଇଥିଲେ । ପାଞ୍ଚ ଦିନ ଭିତରେ ୨୬ଟି ମେଣ୍ଢାକୁ ଶିକାର କରିଛି ଅଜଣା ଜନ୍ତ । ଯାହାକୁ ନେଇ ନାହାଳପୁର ପଞ୍ଚାୟତର ମେଣ୍ଢା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ସେପଟେ ଖବର ପାଇ ଗୁଣାଦୋଳା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ପୁଲିସ ଓ ବନବିଭାଗ ।

ସୂଚନାଯୋଗ୍ୟ, ଏହି ଅଜଣା ଜନ୍ତୁ ଆକ୍ରମଣରେ ଗତ ଚାରିବର୍ଷ ତଳେ ଅନେକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ମେଣ୍ଢାଙ୍କୁ କେଉଁ ଅଜଣା ଜନ୍ତୁ ଆକ୍ରମଣ କରୁଛି ତାହା ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଖବର ପାଇ ଫୁଲନଖରା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଙ୍କ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।