deepika padukone - The Sakala
"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ନିକଟରେ ନିଜର ଆଗାମୀ ଫିଲ୍ମ 'ମେଁ ୱାପସ୍ ଆଉଙ୍ଗା' (Main Vaapas Aaunga) ର ପ୍ରମୋସନ୍ ସମୟରେ ଏକ ସାକ୍ଷାତକାର ଦେଇଥିଲେ ବଲିଉଡ୍ ନିର୍ଦ୍ଦେଶକ ଇମତିଆଜ୍ ଅଲୀ। ସେହି ସାକ୍ଷାତକାରରେ ସେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିଷୟରେ ଏକ ମନ୍ତବ୍ୟ ଦେଇ ବିବାଦରେ ଫସିଯାଇଥିଲେ। ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'କକ୍‌ଟେଲ୍' (Cocktail) ର କାଷ୍ଟିଂ ବିଷୟରେ କହିବାକୁ ଯାଇ ଇମତିଆଜ୍ କହିଥିଲେ ଯେ, ସେହି ସମୟରେ ଦୀପିକା ନିଜର ଏକ 'ଭଲ ଝିଅ' (good girl image) ଥିବାର ଛବି ତିଆରି କରିଥିଲେ। କିନ୍ତୁ ଲୋକେ ଏବେ ସେହି 'ଛଳନା' କୁ ଧରିପାରିଛନ୍ତି। ଏହି ବୟାନ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା ଏବଂ ଅନେକ ଲୋକ ଏହାକୁ ଦୀପିକାଙ୍କ ପ୍ରତି ଆକ୍ଷେପ ବୋଲି ଭାବିଥିଲେ।
ଦୀପିକାଙ୍କୁ ଇମତିଆଜଙ୍କ ସ୍ପଷ୍ଟୀକରଣ
ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଇମତିଆଜ୍ ଅଲୀ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଦୀପିକାଙ୍କୁ ସମ୍ବୋଧନ କରି ଏକ ଲମ୍ବା ନୋଟ୍ ଲେଖିଛନ୍ତି। ସେ ଲେଖିଛନ୍ତି, 'ମୋର ସବୁଠାରୁ ପ୍ରିୟ ତଥା ପସନ୍ଦର @deepikapadukone, ତୁମେ ମୋର ଜଣେ ଭଲ ବନ୍ଧୁ ଏବଂ ମୋର ମଜାଳିଆ କଥା ପାଇଁ ସୁରକ୍ଷିତ ବିକଳ୍ପ। ମୁଁ ଭାବୁଛି ତୁମେ କେବେ ମଧ୍ୟ ମୋର ଏହି ମଜାଳିଆ ମନ୍ତବ୍ୟକୁ ଭୁଲ୍ ବୁଝିବ ନାହିଁ। କାରଣ ଅନ୍ୟମାନଙ୍କ ଅପେକ୍ଷା ତୁମେ ଭଲ ଭାବେ ଜାଣିଛ ଯେ ମୁଁ ତୁମକୁ କେତେ ଭଲପାଏ, ସମ୍ମାନ କରେ ଏବଂ ପ୍ରଶଂସା କରେ।'
'ଏହି ଜନ୍ମରେ ତୁମ ପ୍ରତି ଖରାପ ହେବା ସମ୍ଭବ ନୁହେଁ'
ଆହୁରି ମଧ୍ୟ ନିଜର ସ୍ପଷ୍ଟୀକରଣରେ ଇମତିଆଜ୍ ଉଲ୍ଲେଖ କରିଛନ୍ତି ଯେ, 'କିଛି ଲୋକ ମୋତେ କହିଲେ ଯେ ତୁମେ ହୁଏତ ମୋ କଥାକୁ ଭୁଲ୍ ବୁଝି ଆଘାତ ପାଇପାର, ତେଣୁ ମୁଁ କହୁଛି ଦୟାକରି ଖରାପ ଭାବିବ ନାହିଁ। ତୁମ ପ୍ରତି ଖରାପ ହେବା ଏହି ଜନ୍ମରେ ତ ସମ୍ଭବ ନୁହେଁ (To be mean to you is janam mein to possible nahin hai)। ମୁଁ କେବେ ଭାବି ନଥିଲି ଯେ ତୁମ ପାଇଁ ଏଭଳି ଏକ ସ୍ପଷ୍ଟୀକରଣ ଲେଖିବି, କିନ୍ତୁ ମୁଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନଥିଲି। ତୁମକୁ ସର୍ବଦା ଭଲପାଇବା ଏବଂ ଶୁଭକାମନା।'
'କକ୍‌ଟେଲ୍'ରେ ବଦଳିଥିଲା ଦୀପିକାଙ୍କ ଛବି
ସୂଚନାଯୋଗ୍ୟ ଯେ, ଫିଲ୍ମ 'କକ୍‌ଟେଲ୍'ରେ ଦୀପିକା ପାଦୁକୋନ ପ୍ରଥମେ ମୀରା ଚରିତ୍ର ପାଇଁ ଅଡିସନ୍ ଦେଇଥିଲେ। କିନ୍ତୁ ଇମତିଆଜ୍ ଅଲୀ ତାଙ୍କୁ ବିଦ୍ରୋହୀ ଏବଂ ଖୋଲା ବିଚାରର 'ଭେରୋନିକା' ଚରିତ୍ର ପାଇଁ ବାଛିଥିଲେ। ଇମତିଆଜ୍ ଓ ଦୀପିକା ଏକାଠି 'ଲଭ୍ ଆଜ୍ କଲ୍' (୨୦୦୯) ଏବଂ 'ତମାଶା' (୨୦୧୫) ଭଳି ସୁପରହିଟ୍ ସିନେମାରେ ମଧ୍ୟ କାମ କରିଛନ୍ତି।
ଦୁବାଇରେ ଦୀପିକାଙ୍କ ଜଲୱା: ଗୌରବ ଗୁପ୍ତାଙ୍କ ଡ୍ରେସ ଓ କୋଟି କୋଟି ଟଙ୍କାର ହାର!
ବଲିଉଡର କୁଇନ୍ ଦୀପିକା ପାଦୁକୋନ ପୁଣିଥରେ ନିଜର ଷ୍ଟାଇଲରେ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ନିକଟରେ ଦୁବାଇରେ ଅନୁଷ୍ଠିତ କାର୍ଟିୟରର (Cartier) ୨୫ ତମ ବାର୍ଷିକୋତ୍ସବରେ ଦୀପିକାଙ୍କ ଗ୍ଲାମରସ୍ ଅବତାର ଦେଖିବାକୁ ମିଳିଥିଲା। ସେଠାରେ ତାଙ୍କର ଲୁକ୍ ଏତେ ଆକର୍ଷଣୀୟ ଥିଲା ଯେ ସମସ୍ତଙ୍କ ନଜର କେବଳ ତାଙ୍କ ଉପରେ ହିଁ ଅଟକି ଯାଇଥିଲା।
ଏହି ଖାସ୍ ସନ୍ଧ୍ୟା ପାଇଁ ଦୀପିକା ପିନ୍ଧିଥିଲେ ଭାରତୀୟ ଡିଜାଇନର ଗୌରବ ଗୁପ୍ତାଙ୍କର ଏକ କଷ୍ଟମ-ମେଡ୍ କଳା ରଙ୍ଗର ଆଉଟଫିଟ୍। ଏହା କୌଣସି ସାଧାରଣ ଡ୍ରେସ ନଥିଲା। ଗୌରବ ଗୁପ୍ତାଙ୍କ 'ଦି ଡିଭାଇନ୍ ଆଣ୍ଡ୍ରୋଜିନ୍' (The Divine Androgyne) କଲେକ୍ସନରୁ ପ୍ରେରିତ ହୋଇ ଏହାକୁ ଦୀପିକାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିଲା। ଏହି ଡ୍ରେସରେ ଥିବା ଜ୍ୟାକେଟ୍ ଏବଂ ସ୍କର୍ଟରେ ଛୋଟ ଛୋଟ ଘଣ୍ଟାର ଯନ୍ତ୍ରାଂଶ କିମ୍ବା ୱାଚ୍ ପାର୍ଟସ୍ ଭଳି ଡିଜାଇନ୍ ହାତରେ ଖଞ୍ଜା ଯାଇଥିଲା, ଯାହା ଏହାକୁ ଏକ 'ପାୱାର୍ ଡ୍ରେସିଂ' ଲୁକ୍ ଦେଉଥିଲା।
କିନ୍ତୁ ଦର୍ଶକ ବନ୍ଧୁ, ଦୀପିକାଙ୍କ ଲୁକ୍‌ର ସବୁଠାରୁ ବଡ ଆକର୍ଷଣ ଥିଲା ତାଙ୍କ ଗଳାର ହାର। କାର୍ଟିୟରର ବ୍ରାଣ୍ଡ ଆମ୍ବାସଡର ଭାବେ ସେ ପିନ୍ଧିଥିଲେ 'ନେଚର୍ ସୋଭେଜ୍' (Nature Sauvage) କଲେକ୍ସନର ଏକ ବହୁମୂଲ୍ୟ ନେକ୍‌ଲେସ୍। ଏହି ହାରର ନାମ ହେଉଛି 'କ୍ରାଇସିସ୍' (Chryseis)। ଏଥିରେ ପ୍ରଜାପତିର ଡେଣା ଭଳି କଳା ଓ ଧଳା ରଙ୍ଗର ଡିଜାଇନ୍ ରହିଥିଲା। ଆଉ ସବୁଠାରୁ ବଡ କଥା ହେଲା, ଏହି ହାରର ମଝିରେ ଲାଗିଥିଲା ୬୩.୭୬ କ୍ୟାରେଟର ଏକ ବିଶାଳ ରୁବେଲାଇଟ୍ (Rubellite) ପଥର, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଦୀପିକାଙ୍କୁ ଏହି ଇଭେଣ୍ଟ ପାଇଁ ଷ୍ଟାଇଲିଂ କରିଥିଲେ ପ୍ରିୟଙ୍କା କାପାଡିଆ। ଦୀପିକାଙ୍କ ମେକଅପ୍ ଖୁବ୍ ସାମାନ୍ୟ କିନ୍ତୁ ଗ୍ଲାମରସ୍ ଥିଲା, ଯାହା ତାଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଇଥିଲା। ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଏହି ଲୁକ୍‌କୁ ଖୁବ୍ ପସନ୍ଦ କରୁଛନ୍ତି। କେହି କେହି ତ ଏହାକୁ ଦୀପିକାଙ୍କର ଆଜି ପର୍ଯ୍ୟନ୍ତର ସବୁଠାରୁ 'ବେଷ୍ଟ ଇଣ୍ଟରନ୍ୟାସନାଲ ଲୁକ୍' ବୋଲି ମଧ୍ୟ କହୁଛନ୍ତି। ଦୁବାଇର ଏହି ରାତିରେ ଦୀପିକା ପାଦୁକୋନ ପ୍ରମାଣ କରିଦେଲେ ଯେ ଫ୍ୟାସନ୍ ଦୁନିଆରେ ତାଙ୍କର କେହି ଜବାବ୍ ନାହିଁ।
‘ପଠାନ୍’ ସୁଟିଂ ପାଇଁ ସ୍ପେନ୍‌ ଯିବେ ଶାହାରୁଖ୍-ଦୀପିକା
ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଉପରେ ଏବେ ଦର୍ଶକଙ୍କ ନଜର ରହିଛି। ଦର୍ଶକେ ଏହାର ରିଲିଜ୍‌ ଡେଟ୍‌କୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶାହାରୁଖ୍ ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ଲହରି ଖେଳିଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।  ମାର୍ଚ୍ଚ ମାସରେ ପୂରା ଟିମ୍‌ ସ୍ପେନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ଏକ ରୋମାଣ୍ଟିକ୍‌ ଗୀତର ସୁଟିଂ ମଲୋର୍କାରେ କରାଯିବ। ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ନିୟମିତ ଆସିଥାନ୍ତି। କେବଳ ସେତିକି ନୁହେଁ ୧୭ ଦିନର ଏହି ସୁଟିଂରେ ଏହି ତିନି କଳାକାର କିଛି ଆକ୍ସନ୍‌ ସିନ୍‌ର ମଧ୍ୟ ସେଠି ସୁଟିଂ କରିବେ। ଫିଲ୍ମର ସୁଟିଂରେ ବିଳମ୍ବ ଯୋଗୁଁ ଏହା ୨୦୨୩ରେ ରିଲିଜ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି।
ବଲିଉଡ୍ ଓ ଦକ୍ଷିଣ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏବେ ଏକ ସୁସମ୍ପର୍କ ଗଢି ଉଠିଛି। ଉଭୟ ଇଣ୍ଡଷ୍ଟ୍ରୀର କଳାକାର ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଥିବାର ନଜର ଆସିଛନ୍ତି। ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଜରିଆରେ ଦକ୍ଷିଣର ବଡ଼ ବଡ଼ ଫିଲ୍ମ ହିନ୍ଦୀ ଭର୍ସନରେ ରିଲିଜ୍ ହେଉଛି।
ଏଥିରେ ସର୍ବାଗ୍ରେ ରହିଛି ନାଗ ଅଶ୍ବିନ୍‌ଙ୍କ ଫିଲ୍ମ ‘ପ୍ରୋଜେକ୍ଟ-କେ’। ଏହି ଫିଲ୍ମରେ ଲିଡ୍ ରୋଲରେ ବିଗ୍ ବି ଅମିତାଭ, ଦୀପିକା ପାଦ୍ଯୁକୋନ୍ ଓ ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସ ଏକାସାଙ୍ଗେ ପରଦା ଉପରେ ନଜର ଆସିବେ।
ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଶ୍ବିନୀ ଦତ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ‘ପ୍ରୋଜେକ୍ଟ କେ’ର ୧୨ ଦିନର ସୁଟିଂ ସରିଯାଇଛି। ଏହାର ସୁଟିଂ ଆସନ୍ତା ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ‘ପ୍ରୋଜେକ୍ଟ କେ’ ପୂର୍ବରୁ ଅମିତାଭ ଓ ଦୀପିକା ‘ପିକୁ’ରେ ଏକାସଙ୍ଗେ ଅଭିନୟ କରିଥିଲେ। ବିଗ୍ ବି ଗତ ଜୁଲାଇ ମାସରୁ ଏହାର ସୁଟିଂ ଆରମ୍ଭ କରି ଦେଇଛନ୍ତି। ପ୍ରଭାସ ଓ ଦୀପିକା ବହୁତ ଜଲ୍‌ଦି ସୁଟିଂରେ ଯୋଗଦେବେ । ଫିଲ୍ମର ସୁଟିଂ ପାଇଁ ୧୨ରୁ ୧୪ ମାସ ସମୟ ଲାଗିବ। ‘ପ୍ରୋଜେକ୍ଟ କେ’ ତେଲୁଗୁ, ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ । ଏହା ୨୦୨୩ରେ ପରଦାକୁ ଆସିବ।
କଥା ରଖିନାହାନ୍ତି ରଣବୀର, କେବିସି ଶୋ’ରେ ଦୀପିକା କଲେ ଖୁଲ୍ଲାସା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ବହୁତ ଜଲ୍‌ଦି ଅମିତାଭ ବଚ୍ଚନଙ୍କ ‘କୌନ୍‌ ବନେଗା କରୋଡ଼ପତି’ ଶୋ’ ରେ ନଜର ଆସିବେ। ଏହି ଶୋ’ରେ ଦୀପିକା ତାଙ୍କର ସ୍ବାମୀ ରଣବୀର ସିଂହଙ୍କ ନାଁରେ ବିଗ୍‌ ବି’ଙ୍କ ନିକଟର ଅଭିଯୋଗ କରୁଥିବାର ଦେଖାଯିବେ। ଶୋ’ରେ ଦୀପିକା କହିଥିଲେ ଯେ, ରଣବୀର ତାଙ୍କୁ ଦେଇଥିବା କଥା ଆଜିଯାଏଁ ରଖିନାହାନ୍ତି।
ଦୀପିକା ପୂର୍ବରୁ ବିଗ୍‌ ବି’ଙ୍କ ସହିତ ‘ପିକୁ’ ଫିଲ୍ମରେ କାମ କରିଥିଲେ। ଫିଲ୍ମରେ ଅମିତାଭ ଦୀପିକାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ। ଦୀପିକା କେବିସି ଶୋ’ରେ ତାଙ୍କ ଅନ୍‌ସ୍କ୍ରିନ୍‌ ବାପାଙ୍କ ନିକଟରେ ସ୍ବାମୀ ରଣବୀର କପୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଶୋ’ରେ ଦୀପିକା କହିଥିଲେ ଯେ, ସେ ମୋତେ କଥା ଦେଇଥିଲେ ଦିନେ ମୋତେ ନିଜ ହାତରେ ଜଳଖିଆ ପ୍ରସ୍ତୁତ କରି ଖୁଆଇବେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ରଣବୀରଙ୍କ କ୍ଲାସ୍‌ ନେବା ପାଇଁ ବିଗ୍‌ ବି’ ଶୋ’ରେ ତାଙ୍କୁ ଫୋନ୍‌ ଲଗାଇଥିଲେ। ବିଗ୍‌ ବି’ ରଣବୀରଙ୍କୁ କହିଥିଲେ ଯେ- ତମ ପତ୍ନୀ ତୁମ ନାମରେ ଅଭିଯୋଗ ଆଣିଛନ୍ତି। ଏହି କଥା ଶୁଣିବା ପରେ ରଣବୀର ବେଶ୍ ମଜାକିଆ ଅନ୍ଦାଜରେ କହିଥିଲେ ଯେ, ତମେ ମୋ ବିଷୟରେ ଭଲ କହିବା ପରିବର୍ତ୍ତେ ମୋ ନାଁରେ ଅଭିଯୋଗ ଆଣୁଛ। ବଚ୍ଚନ ସାହେବ କହିଲେଣି ମାନେ ସେ ତାଙ୍କ କଥା ରଖିବେ ବୋଲି ରଣବୀର କହିଥିଲେ।
ଦୀପିକା ବହୁତ ଜଲ୍‌ଦି ଫର୍‌ହା ଖାନ୍‌ଙ୍କ ସହିତ ‘କେବିସି-୧୩’ ଶୋ’ରେ ନଜର ଆସିବେ। ଏହାର ପ୍ରୋମୋ ଚ୍ୟାନେଲ୍‌ ପକ୍ଷରୁ ଜାରି କରାଯାଇଛି।
ଏଠାରେ ପ୍ରକାଶ ଥାଉ କି, ଏହି ଶୋ’ରେ ଫର୍‌ହା ଖାନ୍ ଭାଗ ନେବା ପରେ ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଫର୍‌ହା କହିଛନ୍ତି ଯେ, ‘ମୁଁ ନିଜେ କରୋନା ଟିକା ନେବା ସହିତ କରୋନା ଟିକା ନେଇଥିବା ଲୋକଙ୍କ ସହ କାମ କରିଥିଲି। ତଥାପି ମୋତେ କେମିତି କରୋନା ହେଲା ତାହା ମୁଁ ଜାଣିପାରୁନାହିଁ ’। ଏହାପରେ ଉଭୟ ଦୀପିକା ଓ ବିଗ୍‌ ବି’ ସେମାନଙ୍କର କୋଭିଡ ପରୀକ୍ଷା କରାଇଥିଲେ ମଧ୍ୟ
ରିପୋର୍ଟ ନେଗେଟିଭ ଆସିଛି।
ପ୍ରଭାସଙ୍କ ପାଇଁ ଦାମ୍ କମାଇଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ ଷ୍ଟେଲ୍‌ରେ ରହିଛି। ଫିଲ୍ମର ସୁଟିଂ ଏଯାବତ୍ ହୋଇନାହିଁ । ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ବେଶ୍ ମୋଟା ଅଙ୍କର ଅର୍ଥ ନେବେ ବୋଲି ଚର୍ଚ୍ଚା ହେଉଥିଲା।
କିନ୍ତୁ ଏବେ ସେ ଏହି ଫିଲ୍ମ ପାଇଁ ତାଙ୍କ ଫିସ୍ କମାଇଥିବା ଜଣାପଡିଛି। ଏହି ଫିଲ୍ମ ପାଇଁ ଦୀପିକା ୮ କୋଟି ଟଙ୍କା ନେଇଛନ୍ତି । ଏହାପୂର୍ବରୁ ସେ ‘ପଦ୍ମାବତ୍’ ପାଇଁ ୧୨ରୁ ୧୩ କୋଟି ଟଙ୍କା ନେଇଥିଲେ | ପ୍ରଭାସଙ୍କ ଫିଲ୍ମି ଗ୍ରାଫ୍କୁ ଦେଖିଲେ ଦୀପିକା ବହୁତ କମ୍ ଫିସ୍ ନେଉଛନ୍ତି ବୋଲି ଜଣାପଡୁଛି। ତେବେ ପ୍ରଭାସଙ୍କ ସହ ଫିଲ୍ମ କଲେ ଏହା ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହେବ ଓ ତାଙ୍କ କ୍ୟାରିୟର ପାଇଁ ଏହା ଏକ ଭଲ ସୁଯୋଗ ହେବ ବୋଲି ଦୀପିକା ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଦୀପିକାଙ୍କ ଦାମୀ ମାସ୍କ୍‌
ଅଭିନୟ ହେଉ କିମ୍ବା ଫ୍ୟାଶନ୍ ସେନ୍ସ, ସବୁଥିରେ ବେଶ୍‌ ଚର୍ଚ୍ଚାରେ ଥାଆନ୍ତି ଡିମ୍ପଲ୍‌ ଗାର୍ଲ ଦୀପିକା ପାଦ୍ୟୁକୋନ୍। ପୋଷାକ ହେଉ କିମ୍ବା ଜୋତା, ଅଥବା କୌଣସି ଦାମୀ ଆସେସରିଜ୍‌, ସବୁଥିରେ ଦୀପିକା ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି। ଏହି ଧାରାରେ ଏବେ ଦୀପିକା ନିଜ ପାଇଁ ଏକ ଦାମୀ ମାସ୍କ କିଣି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦୀପିକାଙ୍କ ଏହି ମାସ୍କ ପିନ୍ଧା ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାେର ଲାଗିଛି। ଏହି ଫଟୋରେ ଦୀପିକା ନିଜକୁ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ସଜାଇଛନ୍ତି।
କରୋନା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସେ ଡ୍ରେସ୍ ରଙ୍ଗକୁ ମ୍ୟାଚ୍ କରି ଗୋଟିଏ କଳାରଙ୍ଗର ମାସ୍କ ପିନ୍ଧିଛନ୍ତି। ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ମାସ୍କର ଦାମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ଏବଂ ଏହି ମାସ୍କଟି ଏବେ ବେଶ୍‌ ଟ୍ରେଣ୍ଡ୍‌ରେ ଅଛି। ମାସ୍କଟିର ଦାମ୍ ହେଉଛି ୨୫ ହଜାର ଟଙ୍କା। ସେ କେବଳ ଗୋଟିଏ ମାସ୍କ ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ କରି ଏବେ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। କେବଳ ଏତିକି ନୁହେଁ, ଏହି ଫଟୋରେ ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିଛି। ଏହି ହ୍ୟାଣ୍ଡବ୍ୟାଗର ଦାମ୍ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଚର୍ଚ୍ଚା ଚାଲିଛି।