ଜିମ୍ବାଓ୍ବେ ବିପକ୍ଷ ସିରିଜକୁ ୩-୦ରେ ପୋଛି ନେଲା ଭାରତ : ଶେଷ ଦିନିକିଆରେ ଦମ୍‌ଦାର ପଦର୍ଶନ ସତ୍ତ୍ବେ ୧୩ ରନ୍‌ରେ ହାରିଗଲା ଜିମ୍ବାଓ୍ବେ

The Sakala Picture
Published On

ହରାରେ : ଆଜି ଖେଳାଯାଉଥିବା ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆରେ ଦମଦାର ପଦର୍ଶନ ସତ୍ତ୍ବେ ୧୩ ରନ୍‌ରେ ହାରିଯାଇଛି ଜିମ୍ବାଓ୍ବେ। ଶେଷ ଦିନିକିଆରେ ସିକନ୍ଦର ରଜାଙ୍କ ଲଢୁଆ ଶତକ ହାସଲ କରିଥିଲେ। ରୋମାଞ୍ଚକର ମୁକାବିଲାରେ ପରାଜୟ ପରେ ବି ଜିମ୍ବାଓ୍ଵେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣି ପାରିଛି। ସିକନ୍ଦର ରଜାଙ୍କ ଶତକ ଉପରେ ଗିଲ୍‌ଙ୍କ ଶତକ ଭାରି ପଡିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ବିଜୟ […]

ହରାରେ : ଆଜି ଖେଳାଯାଉଥିବା ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆରେ ଦମଦାର ପଦର୍ଶନ ସତ୍ତ୍ବେ ୧୩ ରନ୍‌ରେ ହାରିଯାଇଛି ଜିମ୍ବାଓ୍ବେ। ଶେଷ ଦିନିକିଆରେ ସିକନ୍ଦର ରଜାଙ୍କ ଲଢୁଆ ଶତକ ହାସଲ କରିଥିଲେ। ରୋମାଞ୍ଚକର ମୁକାବିଲାରେ ପରାଜୟ ପରେ ବି ଜିମ୍ବାଓ୍ଵେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣି ପାରିଛି। ସିକନ୍ଦର ରଜାଙ୍କ ଶତକ ଉପରେ ଗିଲ୍‌ଙ୍କ ଶତକ ଭାରି ପଡିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୮୯ ରନ କରିଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୧୩୦ ରନ କରିଥିବାବେଳେ ଇଶାନ କିଷନ ୫୦ ରନ ଓ ଶିଖର ଧଓ୍ବନ ୪୦ ରନ କରିଥିଲେ ।୨୯୦ରନର ଲକ୍ଷ୍ୟ ନେଇ ଖେଳିଥିବା ଜିମ୍ବାଓ୍ବେ ଆରମ୍ଭରୁ କେତୋଟି ଓ୍ବିକେଟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ମଧ୍ୟକ୍ରମରେ ଆସିଥିବା ସିକନ୍ଦର ରାଜା ଓ ବ୍ରାଡ ଇଭାନ୍ସ ଲଢୁଆ ଖେଳ ପ୍ରଦର୍ଶନ କରି ଚମକାଇ ଦେଇଥିଲେ । ଉଭୟ ଏକ ଶତକୀୟ ପାର୍ଟନରସିପ ଖେଳିଥିଲେ । ରାଜା ୯୫ଟି ବଲ ଖେଳି ୧୧୫ ରନ କରି ଜିମ୍ବାଓ୍ବେ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଇଭାନ୍ସ ୨୮ ରନ କରିଥିବାବେଳେ ସିନ ଓ୍ବିଲିୟମ୍ସ ୨୮ ରନ କରିଥିଲେ । ଭାରତ ପକ୍ଷରୁ ଅଭେସ ଖାଁ ୩ଟି ଓ୍ବିକେଟ ନେଇଥିବାବେଳେ ଅକ୍ଷରପଟେଲ, କୂଳଦୀପ ଯାଦବ ଓ ଦୀପକ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଅନ୍ୟପଟେ ଆଜି ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରି ଶୁଭମନ ଗିଲ ସଚିନ ତେନ୍ଦୁଲକରଙ୍କ ୨୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଜିମ୍ବାଓ୍ଵେରେ ଭାରତ ପକ୍ଷରୁ ବ୍ୟକ୍ତିଗତ ସର୍ବାଧିକ ରନ କରିବାର ରେକର୍ଡ ପୂର୍ବେ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ତେନ୍ଦୁଲକର ୧୯୯୮ରେ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଗିଲ୍ ୧୩୦ ରନର ଇନିଂସ ଖେଳି ତେନ୍ଦୁଲକରଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି। ଏହି ମାମଲାରେ ତୃତୀୟରେ ଅଛନ୍ତି ଅମ୍ବତି ରାୟୁଡୁ। ସେ ୨୦୧୫ରେ ଜିମ୍ବାଓ୍ଵେ ମାଟିରେ ୧୨୪ ରନ କରିଥିଲେ। ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ତେନ୍ଦୁଲକର ୨୦୦୧ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୨୨ ଅପରାଜିତ ଇନିଂସ ଖେଳିଥିଲେ। ପଞ୍ଚମ ନମ୍ବରରେ ଯୁବରାଜ ସିଂହ ୨୦୦୫ରେ ୧୨୦ ରନର ଇନିଂସ ଖେଳିଥିଲେ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

22 Aug 2022 By The Sakala

ଜିମ୍ବାଓ୍ବେ ବିପକ୍ଷ ସିରିଜକୁ ୩-୦ରେ ପୋଛି ନେଲା ଭାରତ : ଶେଷ ଦିନିକିଆରେ ଦମ୍‌ଦାର ପଦର୍ଶନ ସତ୍ତ୍ବେ ୧୩ ରନ୍‌ରେ ହାରିଗଲା ଜିମ୍ବାଓ୍ବେ

ହରାରେ : ଆଜି ଖେଳାଯାଉଥିବା ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆରେ ଦମଦାର ପଦର୍ଶନ ସତ୍ତ୍ବେ ୧୩ ରନ୍‌ରେ ହାରିଯାଇଛି ଜିମ୍ବାଓ୍ବେ। ଶେଷ ଦିନିକିଆରେ ସିକନ୍ଦର ରଜାଙ୍କ ଲଢୁଆ ଶତକ ହାସଲ କରିଥିଲେ। ରୋମାଞ୍ଚକର ମୁକାବିଲାରେ ପରାଜୟ ପରେ ବି ଜିମ୍ବାଓ୍ଵେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣି ପାରିଛି। ସିକନ୍ଦର ରଜାଙ୍କ ଶତକ ଉପରେ ଗିଲ୍‌ଙ୍କ ଶତକ ଭାରି ପଡିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ବିଜୟ ହାସଲ କରିଛି।

ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୮୯ ରନ କରିଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୧୩୦ ରନ କରିଥିବାବେଳେ ଇଶାନ କିଷନ ୫୦ ରନ ଓ ଶିଖର ଧଓ୍ବନ ୪୦ ରନ କରିଥିଲେ ।୨୯୦ରନର ଲକ୍ଷ୍ୟ ନେଇ ଖେଳିଥିବା ଜିମ୍ବାଓ୍ବେ ଆରମ୍ଭରୁ କେତୋଟି ଓ୍ବିକେଟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ମଧ୍ୟକ୍ରମରେ ଆସିଥିବା ସିକନ୍ଦର ରାଜା ଓ ବ୍ରାଡ ଇଭାନ୍ସ ଲଢୁଆ ଖେଳ ପ୍ରଦର୍ଶନ କରି ଚମକାଇ ଦେଇଥିଲେ । ଉଭୟ ଏକ ଶତକୀୟ ପାର୍ଟନରସିପ ଖେଳିଥିଲେ । ରାଜା ୯୫ଟି ବଲ ଖେଳି ୧୧୫ ରନ କରି ଜିମ୍ବାଓ୍ବେ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଇଭାନ୍ସ ୨୮ ରନ କରିଥିବାବେଳେ ସିନ ଓ୍ବିଲିୟମ୍ସ ୨୮ ରନ କରିଥିଲେ । ଭାରତ ପକ୍ଷରୁ ଅଭେସ ଖାଁ ୩ଟି ଓ୍ବିକେଟ ନେଇଥିବାବେଳେ ଅକ୍ଷରପଟେଲ, କୂଳଦୀପ ଯାଦବ ଓ ଦୀପକ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅନ୍ୟପଟେ ଆଜି ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରି ଶୁଭମନ ଗିଲ ସଚିନ ତେନ୍ଦୁଲକରଙ୍କ ୨୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଜିମ୍ବାଓ୍ଵେରେ ଭାରତ ପକ୍ଷରୁ ବ୍ୟକ୍ତିଗତ ସର୍ବାଧିକ ରନ କରିବାର ରେକର୍ଡ ପୂର୍ବେ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ତେନ୍ଦୁଲକର ୧୯୯୮ରେ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଗିଲ୍ ୧୩୦ ରନର ଇନିଂସ ଖେଳି ତେନ୍ଦୁଲକରଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି। ଏହି ମାମଲାରେ ତୃତୀୟରେ ଅଛନ୍ତି ଅମ୍ବତି ରାୟୁଡୁ। ସେ ୨୦୧୫ରେ ଜିମ୍ବାଓ୍ଵେ ମାଟିରେ ୧୨୪ ରନ କରିଥିଲେ। ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ତେନ୍ଦୁଲକର ୨୦୦୧ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୨୨ ଅପରାଜିତ ଇନିଂସ ଖେଳିଥିଲେ। ପଞ୍ଚମ ନମ୍ବରରେ ଯୁବରାଜ ସିଂହ ୨୦୦୫ରେ ୧୨୦ ରନର ଇନିଂସ ଖେଳିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର