The Sakala

Tuesday Horoscope: ମଙ୍ଗଳବାର ରାଶିଫଳ (୧୩-୧୦-୨୦୨୬)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ମନୋରଞ୍ଜନରେ ସମୟ ଅତିବାହିତ ହେବ। ବ୍ୟବସାୟ ଆଗକୁ ବଢ଼ାଇବେ। ସ୍ବାସ୍ଥ୍ୟରେ ସୁଧାର ଆସିବ।

ବୃଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଆଶାରୁ ଅଧିକ ସଫଳତା ଲାଭ କରିବେ।

ମିଥୁନ: ସଫଳତା ପାଇଁ କଠିନ ପରିଶ୍ରମ କରିବେ। ବ୍ୟକ୍ତିଗତ କଥାକୁ ଗୋପନୀୟ ରଖନ୍ତୁ। ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ: ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାର ଲୋକଙ୍କ ମଧ୍ୟରେ ସମୟ ଅତିବାହିତ କରିବେ।  ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ତରବରିଆ ଭାବେ ନିବେଶ କରନ୍ତୁ ନାହିଁ।

ସିଂହ: ଦୁଃଖ ତଥା ଚିନ୍ତା ଦୂର ହେବ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଅଫିସ୍‌ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ା ପାଇଁ ବ୍ୟସ୍ତ ବିବ୍ରତ ହେବେ ନାହିଁ।

କନ୍ୟା: ନିଜ ପାଇଁ ସମୟ ବାହାର କରିବେ। ଦୀର୍ଘ ଦିନର ଆଶା ପୂରଣ  ହେବ।  ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅବିବାହିତଙ୍କ ପାଇଁ  ବିବାହ ପ୍ରସ୍ତାବ ଆସିପାରେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି।

ତୁଳା: ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନୂତନ ବ୍ୟବସାୟ ପାଇଁ ଭଲ ସମୟ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି।

ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସମାଜ ସେବାରେ ସମୟ ଅତିବାହିତ ହେବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ପିତାମାତା ଚିନ୍ତାରେ ରହିପାରନ୍ତି। ଅଚାନକ ଖୁସି ଖବର ପାଇବେ।

ଧନୁ: ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉତ୍ପନ୍ନ ହେବ।

ମକର: ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ।

କୁମ୍ଭ: ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ମୀନ: ରାଜନୀତିରେ ଯୋଗ ଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ରହିବେ।

୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ଅକ୍ଟୋବର ୧୩ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା  ଘନୀଭୂତ ହେବାର ଆଶଙ୍କା ରହିଥିଲେ ମଧ୍ୟ ବିଶେଷ ଶକ୍ତିଶାଳୀ ହେବାର ସମ୍ଭାବନା କମ୍‌ ରହିଛି। ତଥାପି ଓଡ଼ିଶା ଉପରେ ପ୍ରଭାବ କ’ଣ ରହିବ ତାହା ମଧ୍ୟ ଏବେ ବି ଅସ୍ପଷ୍ଟ ରହିଛି। ଅନ୍ୟପଟେ ଏହି ଲଘୁଚାପ ୧୬-୧୮ ବେଳକୁ ଉପକୂଳ ନିକଟବର୍ତ୍ତୀ ହେବାକୁ ଥିବାରୁ ରାଜ୍ୟର କେତେ ସ୍ଥାନରେ ଏହି ସମୟରେ ବର୍ଷା ଆଶଙ୍କା କରାଯାଉଛି। ପାଣିପାଗ କେନ୍ଦ୍ରର ବୁଲେଟିନ୍‌ ଅନୁଯାୟୀ ରାଜ୍ୟରେ ୧୬ରୁ ୧୮ ତାରିଖ ମଧ୍ୟରେ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମୌସୁମୀ ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସାମୁଦ୍ରିକ ସ୍ଥିତି ଓ ବାୟୁ ମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ୱା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ଆଶଙ୍କା କରାଯାଉଛି।

ବିଜେପିକୁ ଘାରିଛି ଛାତ୍ର ସଂସଦ ନିର୍ବାଚନ ପରାଜୟ ଭୟ, ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ଲାଗିଛି ସରକାରୀ କଳ ଓ ବଳ: ବିଜେଡି
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ବିଜେପି ସରକାର ତାଙ୍କର ସରକାରୀ କଳ ଓ ବଳ ଲଗାଇ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପୀ କ୍ୟାମ୍ପସରେ ନିର୍ବାଚନ ପରିଚାଳନା ଓ ପ୍ରଶାସନର ଭୂମିକା ସନେ୍ଦହ ଘେରରେ ରହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ଓ ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

BCJD ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ, ଛାତ୍ର ସଂଘ ନିର୍ବାଚନକୁ ତରବରିଆ ଭାବେ ଘୋଷଣା କରିବା ନେଇ ବିଜେପି ସରକାରଙ୍କ ସନେ୍ଦହ ଘେରରେ ରହିଛନ୍ତି । ଲିଙ୍ଗଡୋ ଆୟୋଗର ନିଦେ୍ର୍ଦଶାବଳୀକୁ ବିଜେପି ସରକାର ଖୁଲମଖୁଲା ଭାବେ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଛନ୍ତି । ବିଜେପି ସରକାର ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବିଭିପି ପରାଜୟକୁ ନେଇ ଭୟଭିତ ହୋଇଛନ୍ତି । ତେଣୁ ବିଜେପି ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି ରାଜନୈତିକ ହସ୍ତକ୍ଷେପ କରୁଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଏହିପରି କାର୍ଯ୍ୟକଳାପ ନେଇ ଏକ ଅଡିଓ ଟେପ୍ ଭାଇରାଲ ହୋଇଛି । ଯେଉଁଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜେପି ସରକାରଙ୍କ ଦଖଲ ନିହାତି ଭାବେ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ । ସେଠାରେ ଏବିଭିପି ପ୍ରାର୍ଥୀଙ୍କୁ ଯେକୌଣସି ମୂଲ୍ୟରେ ବିଜୟ କରାଇ ନିଜ ଦଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ରହିଛି । ଯାହାକୁ ନେଇ ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଟଙ୍କାର ବର୍ଷା କରୁଛନ୍ତି ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସଞ୍ଜୟ ରାଉଳ କହିଥିବାର ଅଡିଓ ଭାଇରାଲ ହେଉଛି ।

ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି । ବିଜେପି ସରକାରରେ ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି । ବିଜେପି ସରକାର ତାହାକୁ ଲୁଚାଇବା ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ନିର୍ବାଚନ ସାହାରା ନେଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର କୂଳପତି ଓ ଅଧ୍ୟକ୍ଷ ମାନଙ୍କୁ ଫୋନ କରି ସପକ୍ଷରେ ଭୋଟ କରିବା ପାଇଁ ଲାଗି ପଡିଛନ୍ତି । ଯାହାକୁ ନେଇ ଉକ୍ତ ପ୍ରାଧ୍ୟାପକ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମାନଙ୍କ ତଥ୍ୟ ସଂଗ୍ରହ କରି ବିଜେପି ସରକାରଙ୍କୁ ପ୍ରଦାନ କରୁଛନ୍ତି । ବିଜେପି ସରକାରଙ୍କ ଗୁଡ ବୁକରେ ରହିବା ପାଇଁ ସେ ଲାଗି ପଡିଛନ୍ତି । ବିଜେପି ସରକାରଙ୍କୁ ଯଦି ଛାତ୍ର ସଂସଦ ନିର୍ବାଚନ ପରାଜୟ ଭୟ ରହିଛି, ତେବେ ନିର୍ବାଚନ କରୁଛ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ପରାଜୟ ଭୟରେ ବିଜେପି ହିଂସାକୁ ପ୍ରୋତ୍ସାହିତ କରିଛି । ଶିକ୍ଷକ ଓ ସରକାରୀ କର୍ମଚାରୀ ମାନଙ୍କୁ ବ୍ୟବହାର କରି, ଭୋଟ ଚୋରି ଓ ପ୍ରାର୍ଥୀ ଚୋରି କରୁଛନ୍ତି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚାଙ୍କୁ ଜିତାଇବା ପାଇଁ ସରକାରୀ କଳ ଓ ବଳ ଲାଗି ପଡିଛନ୍ତି ।

ସେହିପରି ନୟାଗଡ଼ କଲେଜରେ ପ୍ରାର୍ଥୀ ପତ୍ର ଦାଖଲ ପରେ ଯାଞ୍ଚ୍ ତାଲିକା ଆସିଥିଲା । କିନ୍ତୁ ତାହାକୁ ଘୋଷଣା ପୂର୍ବରୁ ଜିଲ୍ଲାପାଳ ଫୋନ କରି ବୁଝିଥିଲେ । ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହେଉଥିଲେ । ଯାହାକୁ ଜାଣିବା ପରେ ସେଠାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଘୋଷଣା କରାଯାଇଥିଲା । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରାର୍ଥୀ ବିଜୟ ସମ୍ଭାବନା ନଥିଲେ । ବିଜେପି ସରକାର ପ୍ରଶାସନିକ ହସ୍ତକ୍ଷେପ କରି ବିନା ଗଣ୍ଡଗୋଳରେ ନିର୍ବାଚନକୁ ବାତିଲ କରାଉଛନ୍ତି । ବିଜେପି ସରକାର ଛାତ୍ରଛାତ୍ରୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଯାହାକି ଅତି ନିନ୍ଦନୀୟ । ଯେଉଁଠି ବିସିଜେଡି ବିଜୟ ସମ୍ଭାବନା ରହିଛି ସେଠାରେ ସରକାରୀ କଳ ଓ ବଳ ଲଗାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଉଛନ୍ତି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାର୍ଥୀଙ୍କ ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନେ କ୍ୟାମ୍ପେନ କରୁଛନ୍ତି ।

ହ୍ୱାଟ୍ସଅପ୍ ଗ୍ରୁପରେ କ୍ୟାମ୍ପେନ ନେଇ ଫଟୋ ମଧ୍ୟ ଭାଇରାଲ ହୋଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଜେପି ବିଧାୟକ ମାନସ ଦତ୍ତ ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଲିଙ୍ଗଡୋ କମିଶନଙ୍କ ନିୟମକୁ ଖୁଲମଖୁଲା ଭାବେ ଅବମାନନା କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ସାମିଲ ହୋଇ ଏବିଭିପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଛନ୍ତି । ପିପିଲି କଲେଜରେ ବିଜେପି ଗୁଣ୍ଡା ମାନେ ପ୍ରାର୍ଥୀଙ୍କୁ ଉଠାଇ ନେଇ ଭୟଭୀତ କରାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏହିପରି ରାଜ୍ୟ ବ୍ୟାପୀ ବିଜେପି ସରକାରଙ୍କ ମନଇଚ୍ଛା ଛାତ୍ର ସଂସଦ ନିର୍ବାଚନ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟ ରାଜ୍ୟ ସରକାରଙ୍କ ହାତ ବାରିସି ସାଜି ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ବିସିଜେଡି ପ୍ରାର୍ଥୀ ମାନେ ରାଜ୍ୟର ୧୦୦ଟି ମହାବିଦ୍ୟାଳୟରେ ବିଜୟୀ ହୋଇସାରିଛନ୍ତି । ବିଜେପି ସରକାର ସମସ୍ତ ଅବୈଧ ପଦକ୍ଷେପ ସତ୍ତ୍ୱେ ବିସିଜେଡି ପ୍ରାର୍ଥୀ ମାନେ ବିପୁଳ ଭୋଟରେ ଜିତିବେ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ଛଡାଇ ନେବାକୁ ଲାଗିଛି । କିନ୍ତୁ ବିଜେପି ସରକାରଙ୍କ ପରାଜୟ ନିଶ୍ଚିତ ହେବ ।

ଡ଼ ମହାନ୍ତି କହିଛନ୍ତି ଯେ, ବିଜେପି ସରକାର ଓଡ଼ିଶା ବାସୀଙ୍କ ପାଇଁ କାଳ ସାଜିଛି । ଏବେ ଛାତ୍ର ସଂସଦ ନିର୍ବାଚନକୁ ଅଗଣତାନ୍ତ୍ରିକ ଉପାୟରେ ବିଜୟ ହାସଲ କରିବା ପାଇଁ ଲାଗି ପଡ଼ିଛନ୍ତି ।  ଏମଏମଡିଆର ଭଳି କଳା ଆଇନ, ପାଠ୍ୟପୁସ୍ତକରେ ୧୮୦୦ରୁ ଅଧିକ ତ୍ରୁଟି ଉପରେ ଜନରୋଷକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଛାତ୍ର ସଂଘ ନିର୍ବାଚନ ଘୋଷଣା କରିଛନ୍ତି । ଓଡ଼ିଶା ବାସୀଙ୍କୁ ମୁହଁ ଦେଖାଇବା ପାଇଁ ବିଜେପି ସରକାରଙ୍କ ପାଖରେ ଆଉ ସାହସ ନାହିଁ । ଜେନ-ଜି ମାନେ ବିଜେପି ସରକାର ବିମୁଖ ହୋଇଛନ୍ତି । ଏହାକୁ ଏଡାଇ ଦେବାକୁ ଛାତ୍ର ସଂସଦ ନିର୍ବାଚନର ସାହାରା ନେଇଛନ୍ତି । ତେଣୁକରି ବିଜେପି ସରକାର ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ ସଞ୍ଜୟ ରାଉଳ ଛାତ୍ରୀ ମାନଙ୍କ ଗୋପନୀୟ ରେକର୍ଡ ସଂଗ୍ରହ କରିବାକୁ ଚେଷ୍ଟା କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିଛନ୍ତି । ଏହା ଗୁରୁତର ବିଷୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବିଜେପି ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଉଚିତ ।

ଲିଙ୍ଗଡୋ ଆୟୋଗର ନିୟମ ବାହାରେ ଟଙ୍କା ବ୍ୟବହାର ହେଉଛି । ଏହା ସମ୍ପୂର୍ଣ୍ଣ ଭାବେ ବୈଧ ନିର୍ବାଚନ କି ପ୍ରଶ୍ନ କରିଛନ୍ତି । ସହକାରୀ ପ୍ରଫେସର ଡକ୍ଟର ସଞ୍ଜୟ ରାଉଳଙ୍କୁ ନିଲମ୍ୱିତ କରି ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ବିଜେପି ସରକାର ପରାଜୟର ଭୟରେ ସମସ୍ତ କୁତ୍ସିତ ପନ୍ଥା ଅବଲମ୍ୱନ କରୁଛନ୍ତି । ବିପୁଳ ପାଣ୍ଠି ଖର୍ଚ୍ଚ କରାଯାଉଛି ଏବଂ ଶାସକ ଦଳର ପ୍ରାର୍ଥୀଙ୍କୁ ସୁବିଧା ଦେବା ପାଇଁ ଅପରାଧୀ ମାନଙ୍କୁ ବ୍ୟବହାର କରାଯାଉଛି । ଏନେଇ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଛାତ୍ର ସଂସଦ ନିର୍ବାଚନରେ ଏହିପରି ରାଜନୀତିକ ହସ୍ତକ୍ଷେପ ଛାତ୍ର ନିର୍ବାଚନ ପାଇଁ ଏକ କଳା ଦିନ । ଯାହାକି ଅତି ନିନ୍ଦନୀୟ ବୋଲି ଡ. ମହାନ୍ତି କହିଛନ୍ତି ।

ଦିଲ୍ଲୀର ଜନ୍ତର ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ, ଦିଲ୍ଲୀ ପୋଲିସ ପକ୍ଷରୁ ୩ଟି ନୂଆ ବିକଳ୍ପ ସ୍ଥାନ ଘୋଷଣା
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଆଉ ଶୁଭିବନି ଆନ୍ଦୋଳନର ପଦଧ୍ଵନୀ। ଜନ୍ତର ମନ୍ତରରେ ଆଉ ହେବନି  ଆନ୍ଦୋଳନ କି ଦିଆଯିବନି ଧାରଣା । ଦେଶର ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ଜନ୍ତର ମନ୍ତର (Jantar Mantar) କୁ ଆଉ ପ୍ରତିବାଦ ସ୍ଥଳ ବା ଆନ୍ଦୋଳନ ସ୍ଥାନ ଭାବରେ ବିବେଚନା କରାଯିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଦିଲ୍ଲୀ ପୋଲିସ ଏହାକୁ ଆନୁଷ୍ଠାନିକ ଭାବେ ଡି-ନୋଟିଫାଏ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Ministry of Home Affairs) ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣ ନାଗରିକଙ୍କ ସମାବେଶ ଏବଂ ପ୍ରତିବାଦ ପାଇଁ ଅନ୍ୟ ବିକଳ୍ପ ସ୍ଥାନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଦୀର୍ଘ ବର୍ଷ ଧରି ରାଜଧାନୀରେ ନାଗରିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନ୍ତର ମନ୍ତରରୁ ଏହି ମାନ୍ୟତା ପ୍ରତ୍ୟାହାର ହେବା ପରେ କର୍ତ୍ତୃପକ୍ଷ ୩ଟି ନୂତନ ବିକଳ୍ପ ସ୍ଥାନ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା:

* ରାମଲୀଳା ମଇଦାନ (ମଧ୍ୟ ଦିଲ୍ଲୀ)
* ବୁରାରୀ ମଇଦାନ (ଉତ୍ତର ଦିଲ୍ଲୀ)
* ସିବିଡି ମଇଦାନ (ପୂର୍ବ ଦିଲ୍ଲୀ)

ପୋଲିସର ସୂଚନା ଅନୁଯାୟୀ, ନୂତନ ଭାବେ ଆବଣ୍ଟିତ ଏହି ସ୍ଥାନଗୁଡ଼ିକରେ ପ୍ରତିବାଦ, ଶୋଭାଯାତ୍ରା ଏବଂ ପ୍ରଦର୍ଶନ ଆୟୋଜନ ପାଇଁ ବିସ୍ତୃତ ତଥା ସଂଶୋଧିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ପୃଥକ ଭାବେ ପ୍ରକାଶ କରାଯିବ। ନିର୍ବାଚନୀ ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିବାଦକୁ ନେଇ କେନ୍ଦ୍ରୀୟ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ଓ ଆନ୍ଦୋଳନ ଜାରି ରହିଥିବା ସମୟରେ ପ୍ରଶାସନ ପକ୍ଷରୁ ଏଭଳି ଏକ ବଡ଼ ନିଷ୍ପତ୍ତି ଆସିଛି।

ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର, ହକି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପରିଚୟ ହରାଉଛି: ବିଜେଡି
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି ଓଡ଼ିଶାର ହକି ପ୍ରତି ଅବହେଳା ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଞ୍ଚିଥିଲା । ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା । ହକି ଖେଳର ଉନ୍ନତି ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ନୂତନ ଷ୍ଟାଡିୟମ୍ ନିର୍ମାଣ କରିଥିଲେ । ଯାହା ପାଇଁ ଦେଶ ବିଦେଶରେ ଓଡ଼ିଶା ହକିର ନୂତନ ପରିଚୟ ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଗତ ଅଢେଇ ବର୍ଷ ମଧ୍ୟରେ ଓଡ଼ିଶା ହକି ନିଜ ପରିଚୟ ହରାଇଛି । ଓଡ଼ିଶାରେ ହକି ଏକ ଭାବନା । ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି ।

ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ପଚରାଯାଇଛି କାହିଁକି ଓଡ଼ିଶା ହକିର ମାନ୍ୟତା “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃ ନବୀକରଣ କରିବା, ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ହୋଇଛି, ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବା ଆଦି ପ୍ରସ୍ତାବ ରଖାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତର କମିଟି ମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରି ପାରୁନାହାନ୍ତି । ଓଡ଼ିଶା ହକି ଯିଏ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେଉଛି । ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଗଲେଣି କି ପ୍ରଶ୍ନ କରିଛନ୍ତି । ହକି ଓଡ଼ିଶାର ଭାବନା ସହ ଜଡ଼ିତ ଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କ ଅପାରଗ ପଣିଆ ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଉରକେଲାରେ ହକି ଷ୍ଟାଡିୟମ୍ ହୋଇଥିଲା । ସରକାରୀ ପ୍ରୋତ୍ସାହନ ପାଇ ହକି ଖେଳାଳି ମାନେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଶାର ପ୍ରାଣକେନ୍ଦ୍ର ହକି ଖେଳ ତାହାର ପରିଚୟ ହରାଇବାକୁ ଲାଗିଛି । ବିଜେପି ସରକାରଙ୍କ ଚରମ ଅବହେଳା ଯୋଗୁଁ ଓଡ଼ିଶା ହକିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାହାକି ଓଡ଼ିଶା ପାଇଁ ଅତି ନିନ୍ଦନୀୟ । ଓଡ଼ିଶାର ହକି ପରିଚୟ ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଳେ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।

ଡ଼ ମହାନ୍ତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଯାଇଛନ୍ତି । ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାନସିକତା ନାହିଁ । ଯେଉଁ ହକି ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଗୌରବ ଅର୍ଜନ କରିଥିଲା । ଓଡ଼ିଶା ସବୁଠି ଆଦୃତ ହେଉଥିଲା । ବିଜେପି ସରକାରଙ୍କ ବିଫଳତା ଯୋଗୁଁ ସେ ପରିଚୟ ହରାଇଛି । ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ମନ୍ତ୍ରୀ ଭୁଲି ଯାଇଛନ୍ତି । ଦୌଡ଼ ଟ୍ରାକ ଉପରେ ମନ୍ତ୍ରୀ ଗାଡି ଚଳାଇଥିଲେ । ଯାହା ଫଳରେ ହକି ଖେଳ ପ୍ରତି ଲୋକଙ୍କ ବିଶ୍ୱାସ ଭାଙ୍ଗିଯାଇଛି । ସୁନ୍ଦରଗଡ ଜିଲ୍ଲା ହେଉଛି ହକି ଖେଳର ଏନ୍ତୁଡ଼ିଶାଳ । ଯାହାକୁ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରୟାସ ସଦା ପ୍ରଶଂସିତ ରହିଛି ।

ସୁନ୍ଦରଗଡ ହକି ଖେଳାଳି ଆଗକୁ ଗଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଆହୁରି ପ୍ରସଂଶିତ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାଣିଥିଲେ । ଯାହାକୁ ନେଇ ସେ ସଦା ଯତ୍ନଶୀଳ ହୋଇ କାର୍ଯ୍ୟ କରୁଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହାକୁ ଭୁଲି ଯାଇଛି । ହକି ବିଶ୍ୱ କପ୍ ଓଡ଼ିଶା ଆୟୋଜନ କରିଥିଲା । ଅନ୍ୟ ରାଷ୍ଟ୍ର ମାନେ ବିଶ୍ୱ କପ୍ ନେଇ ଅକ୍ଷମତା ପ୍ରକାଶ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାହାକୁ ଆୟୋଜନ କରି ଓଡ଼ିଶା ହକିକୁ ନୂତନ ପରିଚୟ ପ୍ରଦାନ କରିଥିଲେ । ଗତ ଅଢେଇ ବର୍ଷ ଧରି ହକି ପ୍ରତି ଉଦାସୀନତା ଯୋଗୁଁ ଓଡ଼ିଶାର ହକି ମାନରେ ଅବନତି ଘଟିଛି । ହକି ପ୍ରତି ଅବହେଳା ଯୋଗୁଁ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃବର୍ଗୀକରଣ କରାଯିବ । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ହକି ଖେଳ ଉତ୍ପତ୍ତି ସ୍ଥଳୀ ଓଡ଼ିଶାକୁ ଯଦି ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ତାହା ଅତି ନିନ୍ଦନୀୟ । ଏହା କଣ ଆମ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ହକି ଖେଳକୁ ନେଇ ଓଡ଼ିଆ ଗର୍ବିତ ହେଉଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ପାଇଁ ନିନ୍ଦିତ ହେଉଛି । ଡବଲ ଇଞ୍ଜିନ ସରକାର ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ଏଥି ପାଇଁ ପ୍ରତିଟି ଓଡିଆ ଅପମାନିତ ହେଉଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ପ୍ରଦାନ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

ରିୟାଦ୍ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୩ ମୃତ, କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ୟେମେନ୍ ବିଦ୍ରୋହୀ?
ସାଉଦି ଆରବର ରାଜଧାନୀ ରିୟାଦ୍ ସ୍ଥିତ କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦର (King Khalid International Airport) ଉପରେ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀ (Houthi rebels) ମାନେ ଏକ ଭୟଙ୍କର ମିସାଇଲ୍ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅତିକମ୍‌ରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୯ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସାଉଦି ଆରବ ଏବଂ ୟେମେନ୍ ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଦେଇଛି।

ଭାରତୀୟ ନାଗରିକଙ୍କ ମୃତ୍ୟୁ

ଏହି ମର୍ମନ୍ତୁଦ ଆକ୍ରମଣରେ ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି। ରିୟାଦ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୧ ଜଣ ଭାରତୀୟ ଏହି ଆକ୍ରମଣରେ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ସାଉଦି ନାଗରିକ ଥିବା ବେଳେ ଅନ୍ୟମାନେ ବାଂଲାଦେଶ, ଆମେରିକା, ଜୋର୍ଡାନ ଏବଂ ଇଜିପ୍ଟ ଆଦି ଦେଶର ବୋଲି ସାଉଦି ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ହୁଥି ବିଦ୍ରୋହୀ?

ସାଉଦି ଆରବ ଏବଂ ୟେମେନ୍ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଛି। ହୁଥି ବିଦ୍ରୋହୀମାନଙ୍କ କହିବା ଅନୁଯାୟୀ, ୟେମେନରେ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟର ସାମରିକ ଅଭିଯାନ ଏବଂ ସେମାନଙ୍କ ଦେଶ ଉପରେ ଲଗାଯାଇଥିବା ନାକାବନ୍ଦୀ (blockade) ର ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଆକ୍ରମଣ କରୁଛନ୍ତି। ନିକଟରେ ସେମାନେ ସାଉଦିର ବିଭିନ୍ନ ବିମାନବନ୍ଦର, ତୈଳ କାରଖାନା ଏବଂ ଲୋହିତ ସାଗର ଦେଇ ଯାଉଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ମଧ୍ୟ ନିଜର ପ୍ରମୁଖ ଟାର୍ଗେଟ୍ କରିଛନ୍ତି।

ବନ୍ଦ ରହିଲା ବିମାନବନ୍ଦର, ବଢୁଛି ବିଶ୍ୱସ୍ତରୀୟ ଉତ୍ତେଜନା

ଏହି ମିସାଇଲ୍ ମାଡ଼ରେ ବିମାନବନ୍ଦରର ଟର୍ମିନାଲ୍-୩ ର ଛାତ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଘଟଣା ପରେ ଇରାନ ସମର୍ଥିତ ଗୋଷ୍ଠୀ ବିରୋଧରେ ସାଉଦି ଆରବକୁ ସାମରିକ ସହାୟତା ଯୋଗାଇଦେବା ଉପରେ ବିଚାର କରୁଥିବା ନେଇ ପ୍ରକାଶ କରିଛନ୍ତି। ଏହି ଆକ୍ରମଣ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତି ଓ ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।

ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦୦୦ କେଜି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ
ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩ ହଜାର କେଜି ମସଲା ଜବତ । ବ୍ରହ୍ମପୁର ସହରରେ ଚାଲିଥିବା ଦୁଇଟି ବେଆଇନ ମସଲା ପ୍ରସ୍ତୁତକାରୀ ୟୁନିଟ୍ ଉପରେ ବଡ଼ବଜାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ କରିଛି। ଏହି ଚଢ଼ାଉରେ ପ୍ରାୟ ୩,୦୦୦ କେଜି ଅପମିଶ୍ରିତ ହଳଦୀ ଏବଂ ଲଙ୍କା ଗୁଣ୍ଡ ଜବତ କରାଯାଇଥିବା ସୂଚନା ମିଳିଛି।

ରବିବାର ବିଳମ୍ବିତ ରାତିରେ ସହରର ଦୁଇଟି ଭିନ୍ନ ସ୍ଥାନ ଯଥା ଲକ୍ଷ୍ମୀ ନୃସିଂହ ନଗରର ସପ୍ତମ ଲେନ ଏବଂ ପ୍ରହଲ୍ଲାଦ ନଗରରେ ଏହି ଚଢ଼ାଉ କରାଯାଇଥିଲା। ଏହି ଅପରେସନ ସମୟରେ ବିପୁଳ ପରିମାଣର ଖୋଲା ଥିବା ହଳଦୀ ଓ ଲଙ୍କା ଗୁଣ୍ଡ ବସ୍ତା ଜବତ ହେବା ସହ ୪ଟି ଗ୍ରାଇଣ୍ଡିଂ ମେସିନ୍ ମଧ୍ୟ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ମସଲାର ପରିମାଣ ବଢ଼ାଇବା ପାଇଁ ଏଥିରେ କୃତ୍ରିମ ରଙ୍ଗ ଏବଂ କୁଣ୍ଡା ମିଶାଉଥିଲେ। ପରେ ଏହି ନକଲି ମସଲାକୁ ସ୍ଥାନୀୟ ବଜାରରେ ଶସ୍ତା ଦରରେ ବିକ୍ରି କରାଯାଉଥିଲା। ଏହି କାରଖାନାଗୁଡ଼ିକ ବିନା ଜିଏସଟି (GST) ପଞ୍ଜୀକରଣରେ ଚାଲିଥିବା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଜବତ ହୋଇଥିବା ପ୍ୟାକେଟଗୁଡିକରେ କୌଣସି ବ୍ରାଣ୍ଡ ଲେବଲ ନଥିଲା ଏବଂ ବିନା କୌଣସି ବୈଧ ଲାଇସେନ୍ସରେ ଏହି ବେଆଇନ କାରବାର ବେଧଡ଼କ ଭାବେ ଚାଲିଥିଲା।

ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର କଲେଜ କ୍ୟାମ୍ପସ୍‌ ଏବେ ଅଶାନ୍ତ। କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଅନ୍ୟ କେଉଁଠି ନାମାଙ୍କନପତ୍ର ଖାରଜକୁ ନେଇ ଛାତ୍ର ଅସନ୍ତୋଷ ଉଗ୍ରରୂପ ନେଉଛି। ଏପରିକି କଲେଜ ଫାଟକ ଭାଙ୍ଗି ଅନୁପ୍ରବେଶ ଓ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭଳି ଘଟଣା ଶିକ୍ଷାନୁଷ୍ଠାନର ଶାନ୍ତ ପରିବେଶକୁ ଅଶାନ୍ତ କରିଦେଇଛି। ହିଂସା ଓ ଉତ୍ତଜନା ଯୋଗୁଁ ବିଭିନ୍ନ କଲେଜରେ ନିର୍ବାଚନ ବାତିଲ୍‌ କିମ୍ବା ସ୍ଥଗିତ ରଖାଯିବା ସହ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ବଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ରବିବାର ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କ ଉପରେ ପିପିଲିର ପଦା ପଡ଼ିଆରେ ଆକ୍ରମଣ ହୋଇଛି। ସମର୍ଥକଙ୍କ ସହ ଭୋଜି କରୁଥିବାବେଳେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଇଛି। ନୟାଗଡ଼ ମହିଳା ମହାବିଦ୍ୟାଳୟରେ ଯୁବ ବିଜେପି କର୍ମୀ ଫାଟକ ଭାଙ୍ଗି ପ୍ରବେଶ ଘଟଣା ଏବେ ବି ପରିବେଶକୁ ଅଶାନ୍ତ କରି ରଖିଛି। ଏହାପରେ ନିର୍ବାଚନକୁ ବାତିଲ କରାଯାଇଥିବା ବେଳେ ପ୍ରଜାମଣ୍ଡଳ ମହିଳା କଲେଜ ସମେତ ଜିଲ୍ଲାର ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ଅଶାନ୍ତି ଦେଖାଦେଇଥିବା ଖବର ମିଳିଛି।

ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷଙ୍କ ବାସଭବନ ଓ ଛାତ୍ରାବାସ ନିକଟରେ ବୋମା ବିସ୍ଫୋରଣ ହେବା ପରେ ନିର୍ବାଚନ ବାତିଲ୍‌ କରାଯାଇଛି। କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଉତ୍ତେଜନା ପରେ କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ଓ ମୁଗୁପାଳର ଉପେନ୍ଦ୍ରନାଥ-ଶାରଦା ମହାବିଦ୍ୟାଳୟରେ ମଧ୍ୟ  ନିର୍ବାଚନ ବାତିଲ୍‌ ହୋଇଛି। ଭଦ୍ରକ ଜିଲ୍ଲାର ନାଆମୀ କଲେଜ ଓ ଭଦ୍ରକ ମହିଳା କଲେଜ ସମେତ କେନ୍ଦ୍ରାପଡ଼ାର ତୁଳସୀ ମହିଳା କଲେଜରେ ମଧ୍ୟ ଅଶାନ୍ତି ଯୋଗୁଁ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଦେବଗଡ଼ ମହାବିଦ୍ୟାଳୟରେ ୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖାଯାଇଛି। ସେହିପରି ପୁରୀ ଜିଲ୍ଲାର ଗୋପ କଲେଜ, ନୂଆପଡ଼ା ଜିଲ୍ଲାର ଖରିଆର ସ୍ୱୟଂଶାସିତ କଲେଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇସ୍ଥିତ ୟୁକେ ମହାବୀର କଲେଜରେ ମଧ୍ୟ ନିର୍ବାଚନ ବାତିଲ୍‌ ହୋଇଛି। ବାଲେଶ୍ୱର ଜିଲ୍ଲାର ଜାମ୍ବେଶ୍ୱର କଲେଜରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଏପଟେ ନବରଙ୍ଗପୁରର ମଡେଲ୍‌ ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ୍‌କୁ ନେଇ ପ୍ରତିବାଦ ପରେ କଲେଜ ବନ୍ଦ ରହିଛି। ଉମରକୋଟ କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଖବର ଆସିଛି। ନିମାପଡ଼ା ସ୍ୱୟଂଶାସିତ କଲେଜରେ ୫୩ଟି ନାମାଙ୍କନ ମଧ୍ୟରୁ ୩୯ଟି ଖାରଜ ହେବାକୁ ନେଇ ଛାତ୍ରଛାତ୍ରୀ ଫାଟକ ବନ୍ଦ କରି ପ୍ରତିବାଦ କରିଛନ୍ତି। ସମ୍ବଲପୁରର ନେତାଜୀ ସୁଭାଷଚନ୍ଦ୍ର ବୋଷ କଲେଜ ଓ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ନାମାଙ୍କନ ଖାରଜକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏତେ ସବୁ ଘଟଣା ମଧ୍ୟରେ ନିର୍ବାଚନରେ ହିଂସା ରୋକିବା, ବାହ୍ୟ ହସ୍ତକ୍ଷେପ ଅଭିଯୋଗର ନିରପେକ୍ଷ ତଦନ୍ତ ଏବଂ ନାମାଙ୍କନ ଯାଞ୍ଚରେ ସ୍ୱଚ୍‌ଛତା ରକ୍ଷା କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି। ଏହି ସମୟରେ ପୁଲିସ, ପ୍ରଶାସନ ଓ ସରକାରଙ୍କ ଭୂମିକାକୁ ନେଇ ବିରୋଧୀ ଛାତ୍ର ସଂଗଠନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । ପ୍ରଶାସନ ଓ ପୁଲିସ କଳକୁ ଲଗାଇ ବିରୋଧୀଙ୍କୁ ହରାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ମଧ୍ୟ ଛାତ୍ର ଓ ଯୁବବିଜେଡି, ଛାତ୍ର କଂଗ୍ରେସ, ଏଆଇଏସ୍‌ଏଫ୍‌ ଆଦି ଅଭିଯୋଗ କରିଛନ୍ତି ।

ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ
ଦେଶରେ ଯେତେବେଳେ ବି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ, ସେତେବେଳେ କୋର୍ଟ ନିଶ୍ଚିତ ଭାବେ ହସ୍ତକ୍ଷେପ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ମାନବିକ ଅଧିକାର କମିଶନ (NHRC) ର ୩୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଭାରତର ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟ କାନ୍ତ। ଏହି ଅବସରରେ ସେ ମାନବିକ ଅଧିକାର ଏବଂ ସାମ୍ବିଧାନିକ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ସିଜେଆଇ କହିଥିଲେ ଯେ, ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନ, ସମାନତା, ସ୍ୱାଧୀନତା ଏବଂ ନ୍ୟାୟର ପ୍ରତିଶ୍ରୁତି ଦେଇଥାଏ। ତେଣୁ ମାନବିକ ଅଧିକାର କମିଶନଗୁଡ଼ିକ ଅଭିଯୋଗର ତଦନ୍ତ କରିବା, ବ୍ୟବସ୍ଥାଗତ ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବା ଏବଂ ସମାଜର ନିଷ୍ପେସିତ ବର୍ଗର ଲୋକଙ୍କ ସମସ୍ୟା ଉପରେ ସାଂସ୍ଥାନିକ ଦୃଷ୍ଟି ଆକର୍ଷଣ କରିବା ଉଚିତ୍। କମିଶନର ନୈତିକ କ୍ଷମତାକୁ ଏକ 'ବ୍ୟାଙ୍କ ବାଲାନ୍ସ' ସହ ତୁଳନା କରି ସେ କହିଥିଲେ ଯେ, ଏହା ଧୀରେ ଧୀରେ ଅର୍ଜନ କରାଯାଏ କିନ୍ତୁ ଅତି ଶୀଘ୍ର ହରାଇବାର ଭୟ ଥାଏ। ତେଣୁ ସଂଖ୍ୟାତ୍ମକ ସଫଳତା ଅପେକ୍ଷା କ୍ଷମତାହୀନ ଲୋକଙ୍କୁ ସୁରକ୍ଷା ଦେବା ଉପରେ ଏନଏଚଆରସିର ବିଶ୍ୱସନୀୟତା ନିର୍ଭର କରେ।

ବିଶୁଦ୍ଧ ଜଳ ସମସ୍ତଙ୍କ ଅଧିକାର

ଏହି କାର୍ଯ୍ୟକ୍ରମରେ 'ୱାଟର - ଦି ଏଲିକ୍ସିର ଅଫ୍ ଲାଇଫ୍' ଶୀର୍ଷକ ଏକ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଜଳ ଯୋଗାଣ ଓ ମାନବିକ ଅଧିକାର ଉପରେ ଆଲୋକପାତ କରି ସିଜେଆଇ ସୂର୍ଯ୍ୟ କାନ୍ତ କହିଥିଲେ ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ କେବଳ ପାଇପ୍ ସଂଯୋଗ ଦେଇଦେଲେ ଅଧିକାର ମିଳିଗଲା ବୋଲି ଭାବିବା ଭୁଲ୍। ପାଣି ନଥିବା ଶୁଖିଲା ପାଇପ୍ କଦାପି ପ୍ରତିଶ୍ରୁତି ପୂରଣ କରିପାରିବ ନାହିଁ। ଆର୍ସେନିକ୍ ବା ଫ୍ଲୋରାଇଡ୍ ଭଳି କ୍ଷତିକାରକ ପଦାର୍ଥ ଥିବା ଦୂଷିତ ଜଳ ସେବା ନୁହେଁ, ବରଂ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଏକ ବିପଦ। ତେଣୁ ଲୋକଙ୍କ ନିକଟରେ କିପରି ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ପହଞ୍ଚିପାରିବ, ସେନେଇ ସରକାର ଦୃଢ଼ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ।

ଏନଏଚଆରସିର ସଫଳତା ଓ ନୂଆ ମୋବାଇଲ୍ ଆପ୍

ନିଜର ୩୩ ବର୍ଷର ଯାତ୍ରା ମଧ୍ୟରେ ଏନଏଚଆରସିର ସଫଳତାକୁ ସିଜେଆଇ ପ୍ରଶଂସା କରିଥିଲେ। ସେ ସୂଚନା ଦେଇଥିଲେ ଯେ, ଏପର୍ଯ୍ୟନ୍ତ କମିଶନରେ ୨୪ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨୩ ଲକ୍ଷରୁ ଅଧିକ ମାମଲାର ସମାଧାନ କରାଯାଇଛି, ଯାହାର ହାର ୯୮ ପ୍ରତିଶତରୁ ଅଧିକ ରହିଛି। ଏହାସହ ନାଗରିକମାନଙ୍କ ସୁବିଧା ପାଇଁ ଆରମ୍ଭ କରାଯାଇଥିବା 'ଏନଏଚଆରସି ଇଣ୍ଡିଆ' (NHRC India) ମୋବାଇଲ୍ ଆପ୍‌କୁ ସେ ସ୍ୱାଗତ କରିଥିଲେ। ଏହି ଆପ୍ ମାଧ୍ୟମରେ ଲୋକେ ସହଜରେ ଅଭିଯୋଗ ଦାଖଲ କରିବା ସହ ନିଜ ମାମଲାର ସ୍ଥିତି ଜାଣିପାରିବେ। ହାଜତ ମୃତ୍ୟୁ, ଶ୍ରମ ଶୋଷଣ ଏବଂ ପଛୁଆ ବର୍ଗଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ କମିଶନଙ୍କ ପଦକ୍ଷେପକୁ ପ୍ରଧାନ ବିଚାରପତି ବିଶେଷ ଭାବେ ପ୍ରଶଂସା କରିଥିଲେ।

ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?
ଭୁବନେଶ୍ୱର: କଟକ-ପୁରୀ ବାଇପାସ୍ ସ୍ଥିତ କେସୁରା ନିକଟରେ ଏକ ବଡ଼ ଧରଣର ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ପ୍ରାୟ ୫ରୁ ୬ଟି ବାଇକ୍କୁ ପଛରୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଏକାଧିକ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଜାଣିଶୁଣି ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କାରଟି ଅତ୍ୟନ୍ତ ବେପରୁଆ ଭାବେ ଚାଲୁଥିଲା ଏବଂ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଡ୍ରାଇଭର ଜଣକ ନିଜ ଗାଡ଼ିକୁ ରାସ୍ତା ମଝିରେ ଛାଡ଼ି ଏକ ବସ୍‌ରେ ବସି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିବା ସହ ଘଟଣାସ୍ଥଳରେ ଉତ୍ତମ ମଧ୍ୟମ ଦେଇଥିଲେ।

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କାର୍ ଚାଳକ ଜଣକ ସମ୍ପୂର୍ଣ୍ଣ ମଦ୍ୟପାନ କରି ଗାଡ଼ି ଚଲାଉଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପଟେ କିଛି ମାସ ପୂର୍ବରୁ ଭୁବନେଶ୍ୱରର ଶାସ୍ତ୍ରୀନଗରରେ ଘଟିଥିବା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ସହ ଏହି କାର୍ ଚାଳକଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ ? ଏହା ଦୁର୍ଘଟଣା ନା ଜାଣିଶୁଣି କରାଯାଇଥିବା ଆକ୍ରମଣ ?

ଯୌତୁକ ପାଇଁ ନିର୍ଯାତନା: ବୋହୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଶ୍ୱଶୁର
କଳାହାଣ୍ଡି: ଯୌତୁକ ପାଇଁ ବୋହୂକୁ ନିଆଁ ଲଗାଇ ଜାଳିଦେଲେ ଶ୍ୱଶୁର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଟାମୁଣ୍ଡା ଗାଁରି ଏପରି ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ଦାବି କରି ଜଣେ ମହିଳାଙ୍କ ଦେହରେ ତାଙ୍କ ନିଜ ଶ୍ୱଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଟାମୁଣ୍ଡା ଗାଁରେ ଘଟିଛି। ପୀଡ଼ିତା ମହିଳାଙ୍କ ନାମ ଗୀତାଞ୍ଜଳି ବୋଲି ଜଣାପଡିଛି। ୨୦୨୧ ମସିହାରେ ସେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଶ୍ୱଶୁର ଅତି ନିର୍ମମ ଭାବେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ନିଆଁରେ ପୋଡିହୋଇ ଗୀତାଞ୍ଜଳି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ଏହି ଘଟଣା ପରେ ଗୀତାଞ୍ଜଳିଙ୍କ ବାପା ଆମ୍ପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଶ୍ୱଶୁରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।

ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା
ବାରିପଦା: ସାମ୍ବାଦିକମାନଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଆଜି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ୪ଶହରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ପ୍ରଶାସନ ବିରୋଧରେ ବିଷଦାଗାର ବଖାଣିଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରୁ ଏହି ଧାରଣା ଆରମ୍ଭ ହେହୋଇଛି। ଏଥିରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଭଳି ପ୍ରମୁଖ ସଂଗଠନର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇ ସାମ୍ବାଦିକଙ୍କ ପ୍ରତି ଅବହେଳା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହିତ ଆଗାମୀ ଦିନରେ ସାମ୍ବାଦିକ ମାନେ ଦୃଢ ଜବାବ ଦେବେ ବୋଲି କହିଛନ୍ତି । ସାମ୍ବାଦିକମାନଙ୍କ ମର୍ଯ୍ୟାଦା, ସୁରକ୍ଷା ଏବଂ ସାମୂହିକ ସ୍ୱାର୍ଥରକ୍ଷା ଦିଗରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ସମସ୍ତେ ସର୍ବ ସମ୍ମତି ନିଷ୍ପତ୍ତି ନେଇଛନ୍ତି ।

ଦଳମତ ତଥା ସଂଗଠନଗତ ମତଭେଦରୁ ଊର୍ଦ୍ଧ୍ୱରେ ରହି ଜିଲ୍ଲାର ସମସ୍ତ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ମହାମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସାମ୍ବାଦିକଙ୍କ ଏକତା ଓ ଅଧିକାର ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା । ରବିବାର ବିଳମ୍ବିତ ରାତିରେ କ୍ୟାମ୍ପସରେ ବୋମାମାଡ଼ ଆତଙ୍କ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ହଷ୍ଟେଲ ନିକଟରେ ଦେଶୀ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି, ଯାହା ଫଳରେ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ୧ ନମ୍ବର ବାଳକ ଛାତ୍ରାବାସ ନିକଟରେ ଦୁର୍ବୃତ୍ତମାନେ ତିନୋଟି ବୋମା ଫିଙ୍ଗିଥିଲେ। ଏହି ବିସ୍ଫୋରଣର ଶବ୍ଦ ଏତେ ପ୍ରବଳ ଥିଲା ଯେ ଅନ୍ତେବାସୀମାନେ ଭୟଭୀତ ହୋଇପଡ଼ିଥିଲେ। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି। ଅନ୍ୟପକ୍ଷରେ, କିଛି ଛାତ୍ର ଏହାକୁ କେବଳ ବାଣ ଫୁଟିବାର ଶବ୍ଦ ବୋଲି ଦାବି କରିଥିବା ବେଳେ ବିସ୍ଫୋରଣର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ଖବର ପାଇ ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ତୁରନ୍ତ କ୍ୟାମ୍ପସରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଡ଼ିଲେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ କ୍ୟାମ୍ପସରେ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଏହି ସମୟରେ ଏଭଳି ଘଟଣା ସାମ୍ନାକୁ ଆସିବା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶ୍ୱବିଦ୍ୟାଳୟ ପରିସରରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍
ଯାଜପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ(ABEO) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ABEO ଜୟଦେବ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ।

ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଛି। ଏହି ଅଭିଯାନରେ ୩ ଜଣ ଏଏସପି (ASP), ୪ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର, ଗଞ୍ଜାମ ଏବଂ ଜାଜପୁରର ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ୍ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ତଦନ୍ତକାରୀ ଦଳ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ରେଡ୍ କରୁଛନ୍ତି:
୧) ଭୁବନେଶ୍ୱରର ପାତ୍ରପଡ଼ା ସ୍ଥିତ ତିନି ମହଲା କୋଠା
୨) ଗଞ୍ଜାମର ପି. ନୂଆଗାଁରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା
୩) ଗଞ୍ଜାମର ପି. ନୂଆଗାଁରେ ଥିବା ଅନ୍ୟ ଏକ ବିଲ୍ଡିଂ
୪) ଗଞ୍ଜାମର ବୁରୁଝରି ସ୍ଥିତ ସମ୍ପର୍କୀୟଙ୍କ ଘର
୫) ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର
୬) ଜାଜପୁରର ଜାରକା ସ୍ଥିତ ଏକ ଭଡ଼ା ଘର
୭) ଜାଜପୁରର ଜାରକାରେ ଥିବା ତାଙ୍କ ଅଫିସ୍ କାର୍ଯ୍ୟାଳୟ

ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଆଗକୁ ଏ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ଏବଂ ସମୁଦାୟ ସମ୍ପତ୍ତିର ଆକଳନ ରେଡ୍ ଶେଷ ହେବା ପରେ ଜଣାପଡ଼ିବ।

ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କଲା ଭାରତ, ହରମୁଜ୍ ପ୍ରଣାଳୀରେ ୨ ଭାରତୀୟ ନାବିକ ନିଖୋଜ
ହରମୁଜ୍ ପ୍ରଣାଳୀ (Strait of Hormuz) ଅଞ୍ଚଳରେ ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ଏକ ଡ୍ରୋନ୍ ଆକ୍ରମଣ ପରେ ଜାହାଜରେ ଥିବା ୧୧ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏବଂ ମସ୍କାଟରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ରହିଛି।

ଡ୍ରୋନ୍ ଆକ୍ରମଣରେ ଏମ୍.ଟି. ପେଟ୍ରୋ ଡଲଫିନ୍ କ୍ଷତିଗ୍ରସ୍ତ

ରବିବାର ଦିନ ଏମ୍.ଟି. ପେଟ୍ରୋ ଡଲଫିନ୍ (MT Petro Dolphin) ନାମକ ଏକ ତୈଳବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଜାହାଜରେ ମୋଟ ୧୧ ଜଣ ଭାରତୀୟ ନାବିକ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ନିଖୋଜ ଅଛନ୍ତି। ଅନ୍ୟ ଏକ ଘଟଣାରେ ଏମ୍.ଟି. ଭାଲଥେରା (MT Valthera) ନାମକ ମାର୍ଶଲ ଆଇଲ୍ୟାଣ୍ଡ-ପତାକାବାହୀ ଟ୍ୟାଙ୍କର ଉପରେ କୌଣସି ଅଜ୍ଞାତ ଅସ୍ତ୍ର ମାଡ଼ ହୋଇଥିଲା, ଯାହା ଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା। ତେବେ ଏହି ଜାହାଜରେ ଥିବା ସମସ୍ତ ୧୧ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏକ୍ସ (X) ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ନିଖୋଜ ନାବିକମାନଙ୍କୁ ଠାବ କରିବା ପାଇଁ ଭାରତ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ, ଓମାନ କର୍ତ୍ତୃପକ୍ଷ ଏବଂ ଜାହାଜ ପରିଚାଳନା କମ୍ପାନୀଗୁଡ଼ିକ ସହ ନିରନ୍ତର ଯୋଗାଯୋଗରେ ଅଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।

କ୍ରମାଗତ ବଢ଼ୁଛି ଆକ୍ରମଣ

ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଲଗାତାର ଆକ୍ରମଣ ହେଉଛି। ଏହା ପୂର୍ବରୁ ଅକ୍ଟୋବର ୯ ତାରିଖରେ ସାରଜା ଆଙ୍କରେଜ୍ ନିକଟରେ ପାନାମା-ପତାକାବାହୀ ତୈଳ ଟ୍ୟାଙ୍କର ଏମ୍.ଟି. ଜେମ୍ ନଂ ୨ (MT Gem No.2) ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଜାହାଜରେ ୨୨ ଜଣ ଭାରତୀୟ ଥିଲେ, ମାତ୍ର ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ।

ମାନସିକ ଚାପ ଯୋଗୁଁ ଆପଣ ନିଜ କେଶ ଉପାଡୁଛନ୍ତି କି? ଜାଣନ୍ତୁ ଟ୍ରାଇକୋଟିଲୋମାନିଆ ସମସ୍ୟା ଓ ଏହାର ସମାଧାନ
ଅନେକ ସମୟରେ ଲୋକମାନେ ଅତ୍ୟଧିକ ମାନସିକ ଚାପ କିମ୍ବା ଉଦ୍‌ବେଗରେ ଥିବା ବେଳେ ନିଜ ମୁଣ୍ଡରୁ କେଶ ଟାଣିବା କିମ୍ବା ଉପାଡ଼ିବା ଆରମ୍ଭ କରନ୍ତି। ଯଦିଓ ଏହା ଦେଖିବାକୁ ଏକ ସାଧାରଣ ଅଭ୍ୟାସ ଭଳି ମନେହୁଏ, କିନ୍ତୁ ବାସ୍ତବରେ ଏହା ଏକ ମାନସିକ ସମସ୍ୟା ହୋଇପାରେ, ଯାହାକୁ ଡାକ୍ତରୀ ଭାଷାରେ ଟ୍ରାଇକୋଟିଲୋମାନିଆ (Trichotillomania) କୁହାଯାଏ।

ଟ୍ରାଇକୋଟିଲୋମାନିଆ କ'ଣ?

ସାର୍ ଏଚ.ଏନ. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ସାଇକୋଲୋଜିଷ୍ଟ (ମନୋବିଜ୍ଞାନୀ) ରିତିକା କୃଷ୍ଣନ୍ଙ୍କ ମତରେ, ବାରମ୍ବାର କେଶ ଉପାଡ଼ିବା କେବଳ ଏକ ଖରାପ ଅଭ୍ୟାସ ନୁହେଁ ଯାହାକୁ ସହଜରେ ଛାଡ଼ିହେବ। ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ନିଜ କେଶ ଉପାଡ଼ିବା ପରେ ଏକ ପ୍ରକାର ଆଶ୍ୱସ୍ତି କିମ୍ବା ଶାନ୍ତି ଅନୁଭବ କରନ୍ତି। କିନ୍ତୁ ଏହି ଆଶ୍ୱସ୍ତି କ୍ଷଣିକ ଅଟେ। ଖୁବ୍‌ଶୀଘ୍ର ଏହା ଏକ ଚକ୍ରବ୍ୟୁହରେ ପରିଣତ ହୁଏ ଯାହାକୁ ଭାଙ୍ଗିବା କଷ୍ଟକର ହୋଇପଡ଼େ ଏବଂ ଏହା ଦ୍ୱାରା ବହୁମାତ୍ରାରେ କେଶ ଝଡ଼ିବା ଆରମ୍ଭ ହୁଏ।

ଏହା କାହିଁକି ହୁଏ ଓ ଏହାର କାରଣ କ'ଣ?

ମନୋବିଜ୍ଞାନୀଙ୍କ ମତରେ ଏହି ଅଭ୍ୟାସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ:

* ରିଫ୍ଲେକ୍ସିଭ୍ ପୁଲିଂ (Reflexive pulling): ଏହା ସମ୍ପୂର୍ଣ୍ଣ ଅଜାଣତରେ ହୋଇଥାଏ। ଉଦାହରଣସ୍ୱରୂପ, ବହି ପଢ଼ିବା, ଟିଭି ଦେଖିବା କିମ୍ବା ଗାଡ଼ି ଚଳାଇବା ସମୟରେ ବ୍ୟକ୍ତି ବୋର୍ ଅନୁଭବ କଲେ ଅଜାଣତରେ କେଶ ଟାଣିଥାନ୍ତି।

* ଇଣ୍ଟେନ୍ସନାଲ୍ ପୁଲିଂ (Intentional pulling): ଏହା ହେଉଛି ଏକ ଜାଣିଶୁଣି କରାଯାଉଥିବା ପ୍ରତିକ୍ରିୟା। ଭୟ, ରାଗ, ନିରାଶା କିମ୍ବା ଏକୁଟିଆପଣ ଭଳି ନକାରାତ୍ମକ ଭାବନା ସୃଷ୍ଟି ହେଲେ, ବ୍ୟକ୍ତି ଜାଣିଶୁଣି ନିଜକୁ ଶାନ୍ତ କରିବା ପାଇଁ କେଶ ଉପାଡ଼ିଥାନ୍ତି।

କେବେ ଡାକ୍ତରଙ୍କ ପରାମର୍ଶ ନେବେ?

ଯଦି ଏହି ଅଭ୍ୟାସ ଯୋଗୁଁ ଆପଣଙ୍କର ଅତ୍ୟଧିକ କେଶ ଝଡ଼ୁଛି, ଏହାକୁ ବନ୍ଦ କରିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି କିମ୍ବା ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଜରୁରୀ। ବିଶେଷଜ୍ଞଙ୍କ ଅନୁଯାୟୀ, କୌଣସି ଚର୍ମ ରୋଗ ନଥିବା ସୁନିଶ୍ଚିତ ହେବା ପରେ ମନୋବିଜ୍ଞାନୀଙ୍କ ସାହାଯ୍ୟ ନିଆଯାଇପାରିବ। ବିଶେଷ କରି ହାବିଟ୍ ରିଭର୍ସାଲ୍ ଟ୍ରେନିଂ (Habit reversal training) ଭଳି ଥେରାପି ମାଧ୍ୟମରେ ଏହି ସମସ୍ୟାର ସଫଳ ଚିକିତ୍ସା କରାଯାଇପାରିବ।

Monday Horoscope: ସୋମବାର ରାଶିଫଳ (୧୨-୧୦-୨୦୨୬)
ମେଷ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ବିବାହକୁ ନେଇ ଚିନ୍ତାରେ ରହିବେ। ନୂଆ ନିଯୁକ୍ତି ଅବସର ମିଳିବ। ନିଜ ପାଇଁ ସମୟ ବାହାର କରିବେ। ମନମୁତାବକ କାମ ମିଳିବ।

ବୃଷ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିବେ।

ମିଥୁନ: ସମୟର ସଦୁପଯୋଗ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଠକାମିର ଶିକାର ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।  ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହୋଇପାରନ୍ତି।

କର୍କଟ: ଚାକିରି ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପ୍ରିୟଜନଙ୍କ କଥା ଦୁଃଖ ଦେବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେବ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ।

ସିଂହ: ଇଚ୍ଛା ପୂରଣ ହେବ। ରାଜନୀତିରେ ସକ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଅପ୍ରିୟ ସତ କହି ହଇରାଣରେ ପଡ଼ିପାରନ୍ତି। ଧାର୍ମିକକାର୍ଯ୍ୟରେ ମନୋନିବେଶ କରିବେ।

କନ୍ୟା: ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ବୁଝାମଣା ଦେଖା ଦେଇପାରେ।

ତୁଳା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଅଫିସ୍‌ରେ ଅସୁବିଧାର ସମ୍ମୁଖୀନ ହେବେ। ଚାକିରିରେ ବଦଳି ସମ୍ଭାବନା ଅଛି। ଦାନ ଧର୍ମ କରିବେ।

ବିଛା: ମନପସନ୍ଦ କାମରୁ ସଫଳତା ମିଳିବ। ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିବେ। ଧନ ଆଗମନ ହେବ। ନିବେଶରୁ ଲାଭ ମିଳିବ। ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ।

ଧନୁ: କ୍ରୀଡ଼ାବିତ୍‌ଙ୍କୁ ଶୁଭ ଖବର ମିଳିପାରେ। ଜମି କାରବାରରେ ସଫଳ ହେବେ। ଅଯଥା କାମରେ ସମୟ ନଷ୍ଟ ହେବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତିତ ରହିବେ।

ମକର: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟୀ ନୂଆ ବ୍ୟବସାୟର ଯୋଜନା କରିବେ। ପ୍ରେମୀ ଯୁଗଳ ସୁନ୍ଦର ସମୟ ଅତିବାହିତ କରିବେ।

କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ କଟିବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

ମୀନ: ନୂଆ କାମ ଆରମ୍ଭ କରିବା ପାଇଁ ଭଲ ସମୟ। ଧାର କରଜରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ କ୍ଷତି ସହିପାରନ୍ତି। ପ୍ରିୟବନ୍ଧୁଙ୍କୁ ନିଜ ମନକଥା କହିବେ। ଆର୍ଥିକ ସ୍ଥିତି ମଜଭୁତ୍‌ ହେବ।

କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ମେଷ: ରବି, ସୋମବାରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ମଙ୍ଗଳ,ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନରେ  ତିକ୍ତତା ଦେଖାଦେଇ ପାରେ। ଶୁକ୍ର, ଶନିବାରରେ ସନ୍ତାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ବ୍ୟବସାୟରେ କ୍ଷତି ହୋଇପାରେ।

ବୃଷ: ରବି, ସୋମବାରରେ  ଆଶା କରୁଥିବା ଦିଗରୁ ସୁଫଳ ପାଇବେ। ସମସ୍ୟାର ସମାଧାନ ଘଟିବ। ମଙ୍ଗଳ, ବୁଧ, ଗୁରୁବାରରେ ଅଧିକ ବିଶ୍ବାସ କରି ଠକାମିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ।

ମିଥୁନ: ରବି, ସୋମବାରରେ ଅକସ୍ମାତ୍‌ ବନ୍ଧୁମିଳନ ହୋଇପାରେ। ମଙ୍ଗଳ, ବୁଧ, ଗୁରୁବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପରିବାରଠାରୁ ସହଯୋଗ ନ ପାଇ ଦୁଃଖିତ ହେବେ। ଶୁକ୍ର, ଶନିବାରରେ ବେରୋଜଗାରିଆମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କର୍କଟ: ରବି, ସୋମବାରରେ ଅତିଥିଙ୍କ ଆଗମନ ହୋଇପାରେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ମଙ୍ଗଳ, ବୁଧ, ଗୁରୁବାରରେ ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରି ଲାଭବାନ ହେବେ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହେବେ।

ସିଂହ: ରବି, ସୋମବାରରେ ମାନସିକ ଅଶାନ୍ତି ଭୋଗି ପାରନ୍ତି। କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହୋଇପାେର। ମଙ୍ଗଳ, ବୁଧ, ଗୁରୁବାରରେ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶ ନେଇ ଆଗକୁ ବଢ଼ିବେ।

କନ୍ୟା: ରବି, ସୋମବାରରେ ନିଜ ସ୍ବାଧୀନତାରେ ବାଧା ସୃଷ୍ଟି ହୋଇପାରେ। ମଙ୍ଗଳ,ବୁଧ, ଗୁରୁବାରରେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ବ୍ୟବସାୟିକ ଲାଭାନ୍ବିତ ହେବେ। କଠିନ ପରିଶ୍ରମ କରି ସଫଳତା ପାଇବେ।

ତୁଳା: ରବି, ସୋମବାରରେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ପାଇବେ। ମଙ୍ଗଳ, ବୁଧ, ଗୁରୁବାରରେ  ପଡ଼ୋଶୀଙ୍କ ସହ ସମ୍ପର୍କରେ ଭିନ୍ନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ   ତରବରିଆ ଭାବରେ କୌଣସି ନିଷ୍ପତ୍ତି ନଅନ୍ତୁ ନାହିଁ।

ବିଛା: ରବି, ସୋମବାରରେ କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବେ। ପରିବାର ସହଯୋଗରେ ଅର୍ଥଚିନ୍ତା ଦୂର ହେବ। ମଙ୍ଗଳ, ବୁଧ, ଗୁରୁବାରରେ ଗୁପ୍ତ କଥାକୁ ଅନ୍ୟକୁ କୁହନ୍ତୁ ନାହିଁ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହୋଇପାରେ ।

ଧନୁ: ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧ, ଗୁରୁବାରରେ  ନୂଆ କାମ କରି ଉତ୍ସାହିତ ରହିବେ। ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ଶୁକ୍ର,ଶନିବାରରେ ପାରିବାରିକ ନିବିଡ଼ତା ବୃଦ୍ଧି ପାଇବ।

ମକର: ରବି, ସୋମବାରରେ ମାନସିକ ଅବସାଦର ଶିକାର ହୋଇପାରେ୤ ମଙ୍ଗଳ, ବୁଧ, ଗୁରୁବାରରେ ସାଙ୍ଗସାଥୀଙ୍କ ସହ ଭୁଲ୍‌ ବୁଝାମଣା ପାଇଁ ଦୂରତା ବଢ଼ିବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ।

କୁମ୍ଭ: ରବି, ସୋମବାରରେ କର୍ମକ୍ଷେତ୍ରରେ ବ୍ୟସ୍ତତା ମଧ୍ୟରେ ରହିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ମଙ୍ଗଳ, ବୁଧ, ଗୁରୁବାରରେ ବ୍ୟବସାୟରେ ପ୍ରସାର ହୋଇପାରେ। ଶୁକ୍ର,ଶନିବାରରେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ।

ମୀନ: ରବି, ସୋମବାରରେ ପରିବାରରେ ଏକତା ବଢ଼ିବ। ମଙ୍ଗଳ, ବୁଧ, ଗୁରୁବାରରେ ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ବ୍ୟବସାୟ ବିସ୍ତାର ପାଇଁ ନୂତନ ପଥ ଉନ୍ମୋଚନ ହେବ। ଶୁକ୍ର, ଶନିବାରରେ ସୁଖ ସନ୍ତୋଷର ଅଧିକାରୀ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ଅତିରିକ୍ତ ଚିନ୍ତା ବା ଓଭରଥିଙ୍କିଙ୍ଗ୍‌ରୁ କେମିତି ପାଇବେ ମୁକ୍ତି? ଜାଣନ୍ତୁ ମନୋବିଜ୍ଞାନୀଙ୍କ ସ୍ୱତନ୍ତ୍ର ଟିପ୍ସ
ଜୀବନରେ କୌଣସି ସମସ୍ୟା ଦେଖାଦେଲେ କିମ୍ବା ଆମେ କୌଣସି କଥାକୁ ନେଇ ଚିନ୍ତିତ ଥିଲେ, ଅଧିକାଂଶ ସମୟରେ ଲୋକେ ଆମକୁ ଗୋଟିଏ ଉପଦେଶ ଦେଇଥାନ୍ତି- "ଅଧିକ ଚିନ୍ତା କରିବା ବନ୍ଦ କରନ୍ତୁ"। କିନ୍ତୁ ମନୋବିଜ୍ଞାନୀମାନଙ୍କ ମତରେ ଏହା ଏକ ଅତ୍ୟନ୍ତ ଖରାପ ଉପଦେଶ ଅଟେ। ଯେତେବେଳେ ଆପଣ କୌଣସି ସମସ୍ୟାରେ ଫସି ରହିଥିବା ଅନୁଭବ କରୁଛନ୍ତି, ସେତେବେଳେ କେବଳ ଏହି ପରାମର୍ଶ କୌଣସି ସାହାଯ୍ୟ କରିନଥାଏ।

ଆମ ମସ୍ତିଷ୍କ ନିଶ୍ଚିତତା ଖୋଜିଥାଏ

ମନୋବିଜ୍ଞାନ ଅନୁଯାୟୀ, ଅତିରିକ୍ତ ଚିନ୍ତା ବା ଓଭରଥିଙ୍କିଙ୍ଗ୍ (Overthinking) ହେଉଛି ଏକ ଚକ୍ରବ୍ୟୂହ ବା ଲୁପ୍ ପରି; ଯେଉଁଥିରେ ଗୋଟିଏ ଚିନ୍ତା ଆସିଲେ, ଆମେ ତାହାକୁ ଅଧିକ ବିଶ୍ଳେଷଣ କରୁ। ଆମ ମସ୍ତିଷ୍କ ସବୁବେଳେ ନିଶ୍ଚିତତା (Certainty) ଚାହିଁଥାଏ। ଏକ ଚିନ୍ତା ମନକୁ ଆସିଲେ, ମସ୍ତିଷ୍କ ଏକ ନିର୍ଦ୍ଦିଷ୍ଟ ସମାଧାନ ବା ନିଶ୍ଚିତତା ଖୋଜିବାକୁ ଚେଷ୍ଟା କରେ, ଯାହା ବାସ୍ତବରେ ଅନେକ ସମୟରେ ଅସ୍ତିତ୍ୱହୀନ ହୋଇଥାଏ। କୌଣସି ବିଷୟରେ ଜୋର ଜବରଦସ୍ତ ଚିନ୍ତା ବନ୍ଦ କରିବାକୁ ଚେଷ୍ଟା କରିବା ଦ୍ୱାରା ମସ୍ତିଷ୍କ ଅଧିକ ଚାପଗ୍ରସ୍ତ ହୁଏ ଏବଂ ଏହି ଚିନ୍ତା ଗୁଡ଼ିକ ବାରମ୍ବାର ମନକୁ ଆସିବାକୁ ଲାଗେ।

ଅତିରିକ୍ତ ଚିନ୍ତାରୁ ମୁକୁଳିବା ପାଇଁ କ'ଣ କରିବେ?

ଯଦି "ଚିନ୍ତା ବନ୍ଦ କରିବା" କାମ କରୁନାହିଁ, ତେବେ ଏହା ବଦଳରେ ପ୍ରକୃତରେ କ'ଣ ସାହାଯ୍ୟ କରିଥାଏ ସେ ବିଷୟରେ ବିଶେଷଜ୍ଞମାନେ କିଛି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି:

* ଅନିଶ୍ଚିତତାକୁ ଗ୍ରହଣ କରନ୍ତୁ: ସବୁକିଛି ଆମ ନିୟନ୍ତ୍ରଣରେ ନାହିଁ ଏବଂ ଭବିଷ୍ୟତ ଅନିଶ୍ଚିତ ବୋଲି ସ୍ୱୀକାର କରିବା ହେଉଛି ପ୍ରଥମ ପଦକ୍ଷେପ। ଏହା ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରେ।

* ଚିନ୍ତା ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ (Worry Time): ଦିନରେ ଏକ ନିର୍ଦ୍ଦିଷ୍ଟ ସମୟ, ଉଦାହରଣ ସ୍ୱରୂପ ୧୦-୧୫ ମିନିଟ୍, କେବଳ ଚିନ୍ତା କରିବା ପାଇଁ ରଖନ୍ତୁ। ଅନ୍ୟ ସମୟରେ ଯଦି କୌଣସି ଚିନ୍ତା ଆସେ, ତେବେ ନିଜକୁ କୁହନ୍ତୁ ଯେ ଆପଣ ସେହି ନିର୍ଦ୍ଧାରିତ ସମୟରେ ଏହା ଉପରେ ବିଚାର କରିବେ।

* ବର୍ତ୍ତମାନ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ: ମାଇଣ୍ଡଫୁଲନେସ୍ କିମ୍ବା ଧ୍ୟାନ ମାଧ୍ୟମରେ ନିଜକୁ ବର୍ତ୍ତମାନ ସମୟ ସହ ଯୋଡ଼ି ରଖନ୍ତୁ। 'କ'ଣ ହେବ' (What if) ପରିବର୍ତ୍ତେ 'ବର୍ତ୍ତମାନ କ'ଣ ଅଛି' (What is) ଉପରେ ଧ୍ୟାନ ଦିଅନ୍ତୁ।

* କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ: ଯେଉଁ ଜିନିଷଗୁଡ଼ିକ ଆପଣଙ୍କ ନିୟନ୍ତ୍ରଣରେ ଅଛି, ସେଗୁଡ଼ିକୁ ସମାଧାନ କରିବା ପାଇଁ ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ।

ମୋଟାମୋଟି ଭାବେ କହିବାକୁ ଗଲେ, ଅତିରିକ୍ତ ଚିନ୍ତାକୁ ବଳପୂର୍ବକ ବନ୍ଦ କରିବା ପରିବର୍ତ୍ତେ ଏହାକୁ ସଠିକ୍ ଦିଗରେ ପରିଚାଳିତ କରିବା ହିଁ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ପିଲାମାନଙ୍କଠାରେ ଚର୍ମର ରାଶେସ୍: ଶିଶୁରୋଗ ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସାଧାରଣ କାରଣ ଏବଂ ବିପଦର ସଙ୍କେତ
ପିଲାମାନଙ୍କ କ୍ଷେତ୍ରରେ ଚର୍ମରେ ଦାଗ ବା ରାଶେସ୍ (Skin Rashes) ହେବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହା କେବେ ଚିକିତ୍ସା ଆବଶ୍ୟକ କରେ ତାହା ଜାଣିବା ପିତାମାତାଙ୍କ ପାଇଁ କଷ୍ଟକର ହୋଇପାରେ। ସଂକ୍ରମଣ, ଆଲର୍ଜି, ଏକ୍ଜିମା କିମ୍ବା କୀଟପତଙ୍ଗ କାମୁଡ଼ିବା କାରଣରୁ ଏହା ହୋଇପାରେ। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶିଶୁରୋଗ ବିଶେଷଜ୍ଞମାନେ ଏହାର ପ୍ରକୃତ କାରଣ ଏବଂ ବିପଦ ସଙ୍କେତ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।

ରାଶେସ୍ ବା ଚର୍ମରେ ଦାଗ ହେବାର ସାଧାରଣ କାରଣ

ଶିଶୁରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ପିଲାମାନଙ୍କଠାରେ ରାଶେସ୍ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଭାଇରାଲ୍ ସଂକ୍ରମଣ। ଏହା ମଧ୍ୟରେ ଇନ୍‌ଫ୍ଲୁଏଞ୍ଜା, ଡେଙ୍ଗୁ ଏବଂ ହ୍ୟାଣ୍ଡ-ଫୁଟ୍-ମାଉଥ୍ ଡିଜିଜ୍ (Hand, foot, and mouth disease) ଅନ୍ତର୍ଭୁକ୍ତ। ଏହି ସମୟରେ ପିଲାମାନଙ୍କୁ ଜ୍ୱର ମଧ୍ୟ ଆସିପାରେ, ଏବଂ ଜ୍ୱର ଆସିବାର ସମୟ ତଥା ରାଶେସ୍ ବାହାରିବା ସମୟ ରୋଗ ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ଏହାବ୍ୟତୀତ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ଯେପରିକି ଇମ୍ପେଟିଗୋ (Impetigo) ଏବଂ ଫଙ୍ଗଲ୍ ସଂକ୍ରମଣ (ରିଙ୍ଗୱର୍ମ) ଯୋଗୁଁ ମଧ୍ୟ ଚର୍ମରେ କୁଣ୍ଡାଇ ହେବା ସହ ଫୋଟକା ସୃଷ୍ଟି ହୋଇଥାଏ।

ବିପଦର ସଙ୍କେତ ଏବଂ କେବେ ଚିନ୍ତା କରିବେ

ଯଦି ଚର୍ମରେ ଥିବା ଲାଲ୍ ଦାଗ ଉପରେ ଚାପ ପକାଇଲେ ତାହା ମିଳାଇ ନଯାଏ, ତେବେ ଏହା ଏକ ବିପଦର ସଙ୍କେତ ହୋଇପାରେ। ଏହା ସହିତ ଯଦି ପିଲାକୁ ଲଗାତାର ଜ୍ୱର ରହୁଥାଏ ବା ସେ ଅସୁସ୍ଥ ଅନୁଭବ କରୁଥାଏ, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ। ବିଶେଷଜ୍ଞମାନେ ମଧ୍ୟ ପେଟେଚିଆ (Petechiae) ବିଷୟରେ ସତର୍କ କରାଇଛନ୍ତି, ଯାହା ଚର୍ମ ତଳେ ରକ୍ତସ୍ରାବ କାରଣରୁ ଛୋଟ ନାଲି ବା ବାଇଗଣୀ ରଙ୍ଗର ଦାଗ ସୃଷ୍ଟି କରିଥାଏ।

ପିତାମାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ପିତାମାତାମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି କେବଳ ଦାଗ ଦେଖି ନିଜେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଘରୋଇ ଉପଚାର ବା ବିନା ପରାମର୍ଶରେ ଷ୍ଟେରଏଡ୍ ଯୁକ୍ତ କ୍ରିମ୍ ବ୍ୟବହାର କରିବା ଅନୁଚିତ, କାରଣ ଏହା ସଂକ୍ରମଣକୁ ଆହୁରି ଖରାପ କରିପାରେ। ପିଲାର ଆଚରଣରେ ପରିବର୍ତ୍ତନ, ଜ୍ୱର ସମୟ ଏବଂ ଦାଗର ପ୍ରକୃତି ଉପରେ ଧ୍ୟାନ ଦିଅନ୍ତୁ ଏବଂ ସନ୍ଦେହ ହେଲେ ତୁରନ୍ତ ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ (Paediatrician) ସହ ପରାମର୍ଶ କରନ୍ତୁ।

ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ
ବାଲିବନ୍ଧ/କେନ୍ଦୁଝର: ନଦୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡି ଚାଲିଗଲା ନାବାଳକ ଛାତ୍ରର ଜୀବନ । ଝୁମ୍ପୁରା ଥାନା ଅଧିନ ଅର୍ଶଳା ପଞ୍ଚାୟତ ଅର୍ଶଳା ଗ୍ରାମନିକଟରେ ଥିବା ଅରଡେଇ ନଦୀରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ୬ଜଣ ନାବାଳକ ଛାତ୍ର ସାଙ୍ଗ ହୋଇ ନଦୀରେ ଗାଧେଇବା ବେଳେ ଦୁଇ ଜଣ ପାଣିରେ ବୁଡି ଯାଇଥିଲେ । ପାଣିରେ ବୁଡି ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଏବେ ବି ନିଖୋଜ ଅଛି । ଘଟଣାସ୍ଥଳରେ ଝୁମ୍ପୁରା ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି । ମୃତ ନାବାଳକ  ୭ମ ଶ୍ରେଣୀ ଛାତ୍ର ମହମ୍ମଦ ସାଦ ଆନସାରୀ (୧୨) ଏବଂ ନିଖୋଜ ନାବାଳକ ଜଣକ ୯ମ ଶ୍ରେଣୀ ଛାତ୍ର ଅହମ୍ମଦ ଆନସାରୀ (୧୪) ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ନାବାଳକ ୯ମ ଶ୍ରେଣୀ ଛାତ୍ର  ମୁସ୍ତାଫା ଆନସାରୀ (୧୪)ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନ ସମୟରେ ଅର୍ଶଳା  ଗ୍ରାମର ମୁସଲିମ ବସ୍ତି ରୁ ୬ଜଣ ନାବାଳକ ଛାତ୍ରସାଙ୍ଗ ହୋଇ ତେଲିଅର୍ଶଳା (ଜୁଆରିଗୋଡା )ନିକଟ ଅରଡେଇ ନଦୀକୁ ଗାଧେଇବାକୁ ଯାଇଥିଲେ ।  ସେଥିମଧ୍ୟରୁ  ୪ଜଣ ସାଙ୍ଗ ନଦୀ କୂଳରେ ବସିଥିବା ବେଳେ, ଦୁଇ ଭାଇ ଗାଧେଇବା ପାଇଁ ନଦୀ ଭିତରକୁ ଯାଇଥିଲେ । ଗାଧେଇବା ବେଳେ ପ୍ରଥମେ ବଡ ଭାଇ ଅହମ୍ମଦ ବୁଡି ଯାଇଥିଲା। ପରେ ପରେ ସାନ ଭାଇ ମହମ୍ମଦ ସାଦ ମଧ୍ୟ ପାଣିରେ ବୁଡି ଯାଇଥିଲା । ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମୁସ୍ତାଫା ପାଣି ଭିତରକୁ ଡେଇଁ ପଡିଥିଲା । ଦୁଇ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ମୁସ୍ତାଫା ବିଫଳ ହୋଇଲା । ମୁସ୍ତଫା ମଧ୍ୟ ପାଣିରେ ଧିରେ ଧିରେ ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲା, ଫଳରେ ସ୍ଥାନୀୟ ଲୋକେ ଦୌଡ଼ି ଆସି ମୁସ୍ତଫା ଏବଂ ମହମ୍ମଦ ସାଦକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ଖବର ଦେଇଥିଲେ ।

ପରିବାରବର୍ଗ ଘଟଣାସ୍ଥଳ ରେ ପହଁଚି  ମୁସ୍ତଫା ଏବଂ ସାଦକୁ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ଡାକ୍ତର ମହମ୍ମଦ ସାଦକୁ ମୃତ ଘୋଷଣା କରିଥିଲେ । ଏବଂ ପ୍ରାଥମିକ ଚିକିତ୍ସା ପରେ ମୁସ୍ତଫାକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନସ୍ତର କରାଯାଇଥିଲା ।  ଅନ୍ୟପକ୍ଷରେ ନିଖୋଜ ଥିବା ଅହମ୍ମଦକୁ ଉଦ୍ଧାର କରିବା ପାଇଁ ଝୁମ୍ପୁରା ଅଗ୍ନିଶମ ବାହିନୀ, ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି । ଘଟଣାସ୍ଥଳରେ ଝୁମ୍ପୁରା ପୁଲିସ ପହଁଚି ପାରିପାର୍ଶ୍ଵିକସ୍ଥିତି ଅନୁଧ୍ୟାନ କରିବା ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଛି। ଖବର ଲେଖା ହେବା ଶୁଦ୍ଧା ଅହମ୍ମଦର କୌଣସି ପତ୍ତା ମିଳି ନାହିଁ ।

ରେଳ ଧାରଣାରେ ରିଲ୍ସ ବନାଉଥିଲେ, ଟ୍ରେନ୍ ଧକ୍କାରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ
ବୌଦ୍ଧ: ଟ୍ରେନ୍ ଲାଇନରେ ରିଲ୍ସ ବେଳେ ନାବାଳକ ମୃତ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଏବଂ କିଛି ଲାଇକ୍ ପାଇବା ପାଇଁ ଯୁବପିଢ଼ି ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି। ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ରିଲ୍ସ (Reel) ବନାଉଥିବା ସମୟରେ ଟ୍ରେନ୍ ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ବୌଁଶୁଣୀ ଥାନା ଅନ୍ତର୍ଗତ ତାଲୁପାଲି ଗାଁର ବାସିନ୍ଦା ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ସମୟରେ ନାବାଳକ ଜଣକ ରେଳ ଧାରଣା ନିକଟରେ ମୋବାଇଲ୍ ଫୋନ୍ ଯୋଗେ ଭିଡିଓ ବା ରିଲ୍ସ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଅସାବଧାନତା କାରଣରୁ ଏକ ଦ୍ରୁତଗାମୀ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ଘଟିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ନାବାଳକ ଜଣକ ପୂର୍ବରୁ ମଧ୍ୟ ଏଭଳି ବିପଜ୍ଜନକ କାର୍ଯ୍ୟ କରିଥିଲେ। ସେ ଏକ ଟ୍ରେନ୍ ତଳେ ଶୋଇ ରିଲ୍ସ ବନାଇ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସତର୍କ କରାଯିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ କଡ଼ା ଚେତାବନୀ ଦିଆଯାଇଥିଲା। ତେବେ ପୋଲିସର ବାରଣ ସତ୍ତ୍ୱେ ନାବାଳକ ଜଣକ କାହାରି କଥା ନଶୁଣି ପୁଣିଥରେ ଟ୍ରାକ୍ ଉପରକୁ ଯାଇ ନିଜର ଅମୂଲ୍ୟ ଜୀବନ ହରାଇଛନ୍ତି।

ଖବର ପାଇବା ପରେ ବୌଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ମାତ୍ର କିଛି ଭ୍ୟୁଜ୍ (Views) ଏବଂ ଲାଇକ୍ (Likes) ଆଶାରେ ନିଜ ଜୀବନକୁ ଏଭଳି ବିପଦରେ ପକାଇବା କେତେ ଭୟଙ୍କର ହୋଇପାରେ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।

ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼
ଭୁବନେଶ୍ୱର: ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ। ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ମହାବିଦ୍ୟାଳୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାମ ଦୀପ କମଲ ମହାପାତ୍ର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ କଲେଜରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଉମରକୋଟ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ସେହି ସମୟରେ ପରିସ୍ଥିତି ଶାନ୍ତ ପଡ଼ିଥିଲେ ହେଁ, ଆଜି ସକାଳେ ପୁଣି ଥରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁଯାୟୀ, ପ୍ରଥମେ ଡିଏନକେ (DNK) ଅଞ୍ଚଳରେ ଅଭିଷେକ ପଣ୍ଡା ନାମକ ଜଣେ ଯୁବକଙ୍କ ଉପରେ ବିରୋଧୀ ଗୋଷ୍ଠୀ ଆକ୍ରମଣ କରିଥିଲେ।

ଏହା ପରେ, ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଦୀପ କମଲ ମହାପାତ୍ରଙ୍କ ଗୋଷ୍ଠୀ ଆଲୋଚନା କରୁଥିବା ବେଳେ ପ୍ରାୟ ୩୦ ରୁ ୪୦ ଜଣ ଯୁବକ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୀପ କମଲଙ୍କୁ ଛୁରୀ ଏବଂ ଖଣ୍ଡାରେ ଆକ୍ରମଣ କରାଯାଇଥିଲା, ଯାହା ଫଳରେ ତାଙ୍କ ପେଟ, ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ଦୀପ କମଲଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ତ୍ତମାନ ଏନେଇ ଉମରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

ପ୍ରତିଦିନ ୧୦,୦୦୦ ପାଦ ଚାଲିବା କ’ଣ ଜରୁରୀ? ଜାଣନ୍ତୁ ଏହା ପଛର ସତ୍ୟତା ଏବଂ ବିଶେଷଜ୍ଞଙ୍କ ମତ
ଚାଲିବା ହେଉଛି ମଣିଷ ପାଇଁ ସବୁଠାରୁ ଶ୍ରେଷ୍ଠ ଔଷଧ। ଏହାକୁ ଆପଣ ବିନା କୌଣସି ଉପକରଣ କିମ୍ବା ଖର୍ଚ୍ଚରେ ସହଜରେ ନିଜ ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିପାରିବେ। ଆପଣ ନିଶ୍ଚୟ ଶୁଣିଥିବେ ଯେ ସୁସ୍ଥ ରହିବା ପାଇଁ ପ୍ରତିଦିନ ୧୦,୦୦୦ ପାଦ ଚାଲିବା ଆବଶ୍ୟକ। କିନ୍ତୁ ଏହା ପଛରେ ପ୍ରକୃତରେ କୌଣସି ବୈଜ୍ଞାନିକ ପ୍ରମାଣ ଅଛି କି? ସମ୍ପ୍ରତି ପ୍ରକାଶିତ କିଛି ଗବେଷଣା ଏହି ବିଶ୍ୱାସର ପ୍ରକୃତ ସତ୍ୟତା ସାମ୍ନାକୁ ଆଣିଛି।

୧୦,୦୦୦ ପାଦର ଲକ୍ଷ୍ୟ କେଉଁଠୁ ଆସିଲା?

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ୧୦,୦୦୦ ପାଦର ଲକ୍ଷ୍ୟ କୌଣସି ଡାକ୍ତରୀ ଗବେଷଣାରୁ ଆସିନାହିଁ। ବରଂ ଏହା ଏକ ବିଜ୍ଞାପନରୁ ସୃଷ୍ଟି। ୧୯୬୪ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାପାନରେ ଏକ ପେଡୋମିଟର (ଷ୍ଟେପ୍ କାଉଣ୍ଟର୍) କମ୍ପାନୀ ନିଜର ଏକ ଉତ୍ପାଦ ବିକ୍ରି କରିବା ପାଇଁ 'ମାନପୋ-କେଇ' ନାମକ ଏକ ଅଭିଯାନ ଆରମ୍ଭ କରିଥିଲା। ଜାପାନୀ ଭାଷାରେ ଏହାର ଅର୍ଥ ହେଉଛି "୧୦,୦୦୦ ଷ୍ଟେପ୍ସ ମିଟର"। ସେବେଠାରୁ ଏହି ସଂଖ୍ୟାଟି ସମଗ୍ର ବିଶ୍ୱରେ ଫିଟନେସ୍‌ର ଏକ ମାନଦଣ୍ଡ ପାଲଟିଯାଇଛି।

କେତେ ପାଦ ଚାଲିବା ଶରୀର ପାଇଁ ଲାଭଦାୟକ?

ଚାଲିବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବୈଜ୍ଞାନିକମାନେ ମାନନ୍ତି। ସମ୍ପ୍ରତି ଲାନ୍ସେଟ୍ ପବ୍ଲିକ୍ ହେଲ୍ଥ (Lancet Public Health) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଧିକ ଚାଲିବା ଦ୍ୱାରା ଅକାଳ ମୃତ୍ୟୁ, ହୃଦ୍‌ରୋଗ ଏବଂ ମଧୁମେହର ଆଶଙ୍କା ହ୍ରାସ ପାଇଥାଏ। ତେବେ ଏକ ସୁସ୍ଥ ଜୀବନ ପାଇଁ ୧୦,୦୦୦ ପାଦ ଚାଲିବା ବାଧ୍ୟତାମୂଳକ ନୁହେଁ। ଗବେଷଣା ଦର୍ଶାଉଛି ଯେ ପ୍ରତିଦିନ ୭,୦୦୦ ରୁ ୭,୫୦୦ ପାଦ ଚାଲିବା ପରେ ସ୍ୱାସ୍ଥ୍ୟଗତ ଲାଭ ପ୍ରାୟତଃ ସମାନ ରହିଥାଏ। ଦୈନିକ ୨,୦୦୦ ବଦଳରେ ୪,୦୦୦ ପାଦ ଚାଲିଲେ ମୃତ୍ୟୁ ଆଶଙ୍କା ୩୬% କମିଯାଏ, କିନ୍ତୁ ୭,୦୦୦ ରୁ ୧୦,୦୦୦ ପାଦ ପର୍ଯ୍ୟନ୍ତ ବୃଦ୍ଧି କଲେ ମାତ୍ର ୨% ଅଧିକ ଲାଭ ମିଳିଥାଏ।

ପାଦ ସଂଖ୍ୟା ଅପେକ୍ଷା ଚାଲିବାର ବେଗ ଗୁରୁତ୍ୱପୂର୍ଣ୍ଣ

ବିଶେଷଜ୍ଞଙ୍କ ମତରେ ଆପଣ କେତେ ପାଦ ଚାଲୁଛନ୍ତି ତାହା ଅପେକ୍ଷା ଆପଣ କେତେ ବେଗରେ ଚାଲୁଛନ୍ତି, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ କମ୍ ପାଦ (ଉଦାହରଣ ସ୍ୱରୂପ ୫,୦୦୦ ପାଦ) ଦ୍ରୁତ ଗତିରେ ବା 'ବ୍ରିସ୍କ ୱାକ୍' (Brisk Walk) କରୁଛନ୍ତି, ତେବେ ଏହା ଶରୀର ପାଇଁ ସମାନ କିମ୍ବା ତା'ଠାରୁ ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇପାରେ। କମ୍ ସମୟ ପାଇଁ ଦ୍ରୁତ ଗତିରେ ଚାଲିବା ଦ୍ୱାରା ହୃତ୍‌ପିଣ୍ଡର କ୍ଷମତା ବଢ଼ିବା ସହ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ସର୍ବଶେଷରେ, ୧୦,୦୦୦ ପାଦର ଲକ୍ଷ୍ୟ ପୂରଣ ନହେଲେ ନିରାଶ ହେବାର କୌଣସି କାରଣ ନାହିଁ। କିଛି ନ କରିବା ଅପେକ୍ଷା ଅଳ୍ପ କିଛି ଶାରୀରିକ ପରିଶ୍ରମ କରିବା ନିଶ୍ଚିତ ଭାବେ ଭଲ। ପ୍ରତିଦିନ ୩୦ ମିନିଟ୍ ବେଗରେ ଚାଲିବାକୁ ଅଭ୍ୟାସରେ ପରିଣତ କରନ୍ତୁ ଏବଂ ଏକ ସୁସ୍ଥ ଜୀବନଯାପନ କରନ୍ତୁ।

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଆଜିକାଲି ଫିଟନେସ୍ କହିଲେ ଲୋକଙ୍କ ମନରେ ପ୍ରଥମେ ଜିମ୍ କିମ୍ବା ଯୋଗ ଆସୁଥିଲେ ମଧ୍ୟ ଜୁମ୍ବା (Zumba) ଏବେ ଅନେକଙ୍କ ପାଇଁ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ଲାଟିନ୍ ସଙ୍ଗୀତ ଏବଂ ଉତ୍ସାହଜନକ ନୃତ୍ୟର ଏକ ସୁନ୍ଦର ମିଶ୍ରଣ ହେଉଛି ଜୁମ୍ବା। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, କ'ଣ ଏହା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରିବ? ଫିଟନେସ୍ ବିଶେଷଜ୍ଞମାନଙ୍କ ମତରେ, ଜୁମ୍ବା କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଏକ ଶକ୍ତିଶାଳୀ ବ୍ୟାୟାମ ଯାହା ଆପଣଙ୍କ ମୁଡ୍ ଏବଂ ଷ୍ଟାମିନାକୁ ବଢ଼ାଇବାରେ ସାହାଯ୍ୟ କରେ।

ଜୁମ୍ବାର ଫିଟନେସ୍ ଲାଭ

ଏହି ଡ୍ୟାନ୍ସ-ବେସଡ୍ ଏକ୍ସରସାଇଜରେ ଲୋ-ଇଣ୍ଟେନସିଟି ଏବଂ ହାଇ-ଇଣ୍ଟେନସିଟି ମୁଭ୍ସର ଏକ ସନ୍ତୁଳିତ ମିଶ୍ରଣ ରହିଥାଏ। ଫିଟନେସ୍ ପ୍ରଫେସନାଲଙ୍କ କହିବା ଅନୁଯାୟୀ, ଜୁମ୍ବା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗ ସକ୍ରିୟ ହୋଇଥାଏ। ଏହା କାର୍ଡିଓଭାସ୍କୁଲାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ଷ୍ଟାମିନା ଏବଂ ଶରୀରର ନମନୀୟତା ବୃଦ୍ଧି କରେ। କୌଣସି ଜଟିଳ ଉପକରଣ ବିନା, କେବଳ ସଙ୍ଗୀତର ତାଳେ ତାଳେ ନାଚି ଶରୀରର ସମସ୍ତ ମାଂସପେଶୀକୁ ଟୋନ୍ କରାଯାଇପାରିବ।

ଓଜନ ହ୍ରାସ ଏବଂ ମାନସିକ ସ୍ୱାସ୍ଥ୍ୟ

ଜୁମ୍ବାର ସୃଷ୍ଟିକର୍ତ୍ତା ତଥା କଲମ୍ବିଆନ୍ ଡ୍ୟାନ୍ସର୍ ବେଟୋ ପେରେଜ୍ (Beto Perez) ଙ୍କ ମତରେ, ଏହା ଏକ 'ପାର୍ଟି' ଭଳି ଲାଗେ, କିନ୍ତୁ ଏହାର ଫାଇଦା ଅନେକ। ସଠିକ୍ ଡାଏଟ୍ ସହିତ ନିୟମିତ ଜୁମ୍ବା କଲେ ଏହା ଓଜନ ହ୍ରାସ କରିବାରେ ବେଶ୍ ପ୍ରଭାବଶାଳୀ ହୋଇଥାଏ। ଏହାଛଡ଼ା ଏକ ଗବେଷଣାରୁ ଜଣାପଡିଛି ଯେ, ସପ୍ତାହରେ ମାତ୍ର ତିନି ଦିନ ଜୁମ୍ବା କଲେ ଏହା ଶାରୀରିକ ଫିଟନେସ୍ ସହିତ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିଥାଏ। ଏହା ମାନସିକ ଚାପ ଦୂର କରି ମୁଡ୍‌କୁ ଉତ୍ସାହିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

କିଏ କରିପାରିବେ ଜୁମ୍ବା?

ଜୁମ୍ବାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଆପଣ ଜଣେ ଫିଟନେସ୍ ଆରମ୍ଭ କରୁଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଜଣେ ଅଭିଜ୍ଞ ଫିଟନେସ୍ ପ୍ରୋ, ଆପଣ ନିଜ ସାମର୍ଥ୍ୟ ଏବଂ ଗତି ଅନୁସାରେ ଏଥିରେ ଭାଗ ନେଇପାରିବେ। ଏହା ଏକ 'ଜଜମେଣ୍ଟ-ଫ୍ରି' ବା ବିଚାରମୁକ୍ତ ପରିବେଶ ପ୍ରଦାନ କରେ ଯେଉଁଠାରେ ଲୋକମାନେ କେବଳ ଉପଭୋଗ କରିବା ପାଇଁ ଏବଂ ନିଜକୁ ଫିଟ୍ ରଖିବା ପାଇଁ ଏକତ୍ରିତ ହୁଅନ୍ତି।

ରିଲ୍ ନିଶା ନେଲା ଜୀବନ: ବିଷଧର ନାଗ ସାପ କାମୁଡ଼ାରେ ସାପୁଆଙ୍କ ମୃତ୍ୟୁ
ପୁରୀ: ରିଲ୍ ନିଶା ନେଲା ଜୀବନ । ସାମାଜିକ ଗଣମାଧ୍ୟମରେ ରିଲ୍ (Reel) କରିବା ନିଶା ଜଣେ ଯୁବକଙ୍କ ଜୀବନ ନେଇଛି। ଶୁକ୍ରବାର ଦିନ ଏକ ବିଷଧର ନାଗ ସାପ ସହ ରିଲ୍ କରୁଥିବା ସମୟରେ ସାପ କାମୁଡ଼ାରେ ଜଣେ ୨୮ ବର୍ଷୀୟ ସାପ ଧରାଳିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ (୨୮)।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ ତପନ ନିଜ ଘର ବାରଣ୍ଡାରେ ଏକ ବିଷଧର କୋବ୍ରା (ନାଗ ସାପ) ସହ ଫଟୋ ଉଠାଇବା ଏବଂ ରିଲ୍ ସୁଟିଂ କରିବାରେ ବ୍ୟସ୍ତ ଥିଲେ। ହଠାତ୍ ସାପଟି ତାଙ୍କ ଡାହାଣ ହାତର ବୃଦ୍ଧାଙ୍ଗୁଳି, କହୁଣୀ ଏବଂ ବାହୁକୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ତପନଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଗୋଟିଏ ଇଞ୍ଜେକ୍ସନ ଦିଆଯାଇଥିଲା। ଡାକ୍ତର ତାଙ୍କୁ ୧୦ ମିନିଟ୍ ପରେ ଆଉ ଏକ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ସେ ଦ୍ୱିତୀୟ ଇଞ୍ଜେକ୍ସନ ନନେଇ ଘରକୁ ଫେରି ଆସିଥିଲେ। ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ତପନ କୁମାର ପ୍ରଧାନ ନିଜ ଜୀବନକାଳ ମଧ୍ୟରେ ଶତାଧିକ ସାପ ଉଦ୍ଧାର କରିଛନ୍ତି। ସେ ଅତି ସହଜରେ ବିଷଧର ସାପମାନଙ୍କୁ କାବୁ କରିବାରେ ମାହିର ଥିଲେ ଏବଂ ସାପ ସହ ଖେଳୁଥିବାର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ପୋଲିସ ସୂଚନା ମୁତାବକ, ତାଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି ଏବଂ ଶନିବାର ଦିନ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।

କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ-ଚାନ୍ଦବାଲି ରାସ୍ତାରେ ଥିବା ଚାଣକ୍ୟ ହୋଟେଲ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ଓ ବାଇକ୍ ମଧ୍ୟରେ ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକରେ ଥିବା ଦୁଇ ଜଣ ଯାତ୍ରୀ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ବର୍ତ୍ତମାନ ସୁଦ୍ଧା ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଶାଳିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରାଫିକ୍ ସମସ୍ୟା ସ୍ୱାଭାବିକ କରିଥିଲା। ଏହା ସହିତ ପୁଲିସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ସିଜେପି ନେତା ଅଭିଜିତ ଦିପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଅଟକ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ସମେତ ଦଳର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଶନିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଛି। ଦିଲ୍ଲୀର ଜନ୍ତରମନ୍ତର ଠାରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ପାଇଁ ସେମାନେ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା।

ପାର୍ଟି ପକ୍ଷରୁ ମିଳିଥିବା ସୂଚନା ଏବଂ ଘଟଣାସ୍ଥଳର ଲାଇଭ୍ ଅପଡେଟ୍ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ବିମାନ ଅବତରଣ କରିବା ମାତ୍ରେ ଦିଲ୍ଲୀ ପୋଲିସର ଏକ ଟିମ୍ ସିଧାସଳଖ ବିମାନର କ୍ୟାବିନ୍ ଭିତରେ ପ୍ରବେଶ କରି ନେତାମାନଙ୍କୁ ଅଟକାଇଥିଲେ। ପୋଲିସର ଏଭଳି ଆଗୁଆ ପଦକ୍ଷେପକୁ ନେତାମାନେ ବିରୋଧ କରିଥିଲେ ସୁଦ୍ଧା, ପୋଲିସ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବିମାନରୁ ଓହ୍ଲାଇ ଅଟକ ରଖିଥିଲା।

ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୪୦,୦୦୦ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏହା ସହିତ ୪୫ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଥିବା ବେଳେ ବ୍ୟାପକ ସଂଖ୍ୟାରେ ଟ୍ରେନ୍ ବାତିଲ୍ କରାଯାଇଛି। ଆନ୍ଦୋଳନକାରୀଙ୍କୁ ଅଟକ ରଖିବା ପାଇଁ ସହରର ବିଭିନ୍ନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବା ଖେଳ ପଡ଼ିଆ ଗୁଡ଼ିକୁ ଅସ୍ଥାୟୀ ଜେଲ୍ ରେ ପରିଣତ କରାଯାଇଛି।

ନିଜ ନେତାମାନଙ୍କ ଅଟକକୁ କକ୍ରୋଚ୍ ଜନତା ପାର୍ଟି (CJP) ତୀବ୍ର ନିନ୍ଦା କରିଛି। ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ବିରୋଧ ପ୍ରଦର୍ଶନ ଏବଂ ସ୍ୱାଧୀନ ଚଳପ୍ରଚଳ ଅଧିକାରକୁ ଦମନ କରିବା ପାଇଁ ସରକାର ଏଭଳି ଏକଛତ୍ରବାଦୀ ମନୋଭାବ ପୋଷଣ କରୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରୁଥିବା ନେତାମାନଙ୍କ ପ୍ରତି ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ବିପଦ ବୋଲି ଦଳ ଅଭିଯୋଗ କରିଛି।

ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି
ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ନାଭି ପିଲ୍ଲେ (Navi Pillay) ଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜକୁ ଏହି ସମ୍ମାନଜନକ ପୁରସ୍କାରର ଯୋଗ୍ୟ ଦାବିଦାର ମାନୁଥିବା ଟ୍ରମ୍ପ, ନୋବେଲ କମିଟିର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

ନୋବେଲ କମିଟି ଉପରେ ଟ୍ରମ୍ପଙ୍କ କ୍ରୋଧ

ନ୍ୟୁୟର୍କର ସିରାକ୍ୟୁଜ୍ (Syracuse) ଠାରେ ଆୟୋଜିତ ଏକ ରାଲିରେ ଉଦବୋଧନ ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହି ପୁରସ୍କାର ଆମେରିକାକୁ ଏବଂ ବିଶେଷ କରି ତାଙ୍କୁ ମିଳିବା ଉଚିତ୍ ଥିଲା। ସେ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ (Truth Social) ରେ ଏକ ପୋଷ୍ଟ କରି ନାଭି ପିଲ୍ଲେଙ୍କୁ 'ଆମେରିକା ଏବଂ ଇସ୍ରାଏଲର ଘୋର ବିରୋଧୀ' ବୋଲି ଆକ୍ଷେପ କରିଛନ୍ତି। ନିଜର ଉପଲବ୍ଧି ଗଣାଇ ଟ୍ରମ୍ପ ଦାବି କରିଛନ୍ତି ଯେ, ସେ ବିଶ୍ୱରେ ୮ଟି ବଡ଼ ଯୁଦ୍ଧର ସମାଧାନ କରିଛନ୍ତି। ତଥାପି ନୋବେଲ କମିଟି ଜଣେ ଅପରିଚିତ ମହିଳାଙ୍କୁ ଏହି ପୁରସ୍କାର ଦେଇ ନରୱେର ସମ୍ମାନକୁ କ୍ଷୁର୍ଣ୍ଣ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

କିଏ ଏହି ନାଭି ପିଲ୍ଲେ?

୮୫ ବର୍ଷୀୟା ନାଭି ପିଲ୍ଲେ ଜଣେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଆଇନଜୀବୀ। ସେ ପୂର୍ବରୁ ମିଳିତ ଜାତିସଂଘ (UN) ର ମାନବାଧିକାର ମୁଖ୍ୟ ଏବଂ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ (ICC) ର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଲଢେଇ କରିଥିବା ନେଲସନ ମଣ୍ଡେଲାଙ୍କ ପାଇଁ ସେ ମଧ୍ୟ ଆଇନଗତ ଲଢ଼େଇ ଲଢ଼ିଥିଲେ। ଗତବର୍ଷ ଇସ୍ରାଏଲ-ଗାଜା ଯୁଦ୍ଧରେ ଇସ୍ରାଏଲକୁ ନରସଂହାର ପାଇଁ ଦାୟୀ କରିଥିବା ଜାତିସଂଘ ପ୍ୟାନେଲର ସେ ନେତୃତ୍ୱ ନେଇଥିଲେ, ଯାହା ପାଇଁ ସେ ଇସ୍ରାଏଲର ଚକ୍ଷୁଶୂଳ ହୋଇଥିଲେ।

ପୁରସ୍କାର ବାଣ୍ଟିବା ନେଇ ପିଲ୍ଲେଙ୍କ ଟାହିଟାପରା

ଟ୍ରମ୍ପଙ୍କ ଅସନ୍ତୋଷ ପ୍ରକାଶ ପାଇବା ପରେ ନାଭି ପିଲ୍ଲେ ଏହା ଉପରେ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଜର୍ମାନୀର ନ୍ୟୁରେମବର୍ଗ (Nuremberg) ଠାରେ ଏକ ସମ୍ମିଳନୀରେ ଯୋଗଦେଇ ସେ ଦର୍ଶକଙ୍କ ଉଦ୍ଦେଶ୍ୟରେ ଥଟ୍ଟା କରି କହିଛନ୍ତି, "ଯଦି ଆପଣମାନେ ଆଉ ଟିକେ ଜୋରରେ ତାଳି ମାରିବେ, ତେବେ ମୁଁ ହୁଏତ ଏହି ପୁରସ୍କାରକୁ ଟ୍ରମ୍ପଙ୍କ ସହ ବାଣ୍ଟିଦେବି"। ଗତବର୍ଷର ବିଜେତା ଭେନେଜୁଏଲାର ମାରିଆ କୋରିନା ମାଚାଡୋ (Maria Corina Machado) ନିଜ ପୁରସ୍କାରକୁ ପ୍ରତୀକାତ୍ମକ ଭାବେ ଟ୍ରମ୍ପଙ୍କୁ ସମର୍ପିତ କରିଥିଲେ, ଯାହାକୁ ନେଇ ଚଳିତ ବର୍ଷ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଇସ୍ରାଏଲର ତୀବ୍ର ପ୍ରତିକ୍ରିୟା

ପିଲ୍ଲେଙ୍କୁ ଏହି ସମ୍ମାନ ମିଳିବା ପରେ କେବଳ ଟ୍ରମ୍ପ ନୁହଁନ୍ତି, ଇସ୍ରାଏଲ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଗିଡିଅନ୍ ସାର୍ (Gideon Sa'ar) ନୋବେଲ କମିଟିର ଏହି ନିଷ୍ପତ୍ତିକୁ ସମାଲୋଚନା କରି ଏହାକୁ ଇସ୍ରାଏଲ ପ୍ରତି ଥିବା ଘୃଣା ଏବଂ ପକ୍ଷପାତିତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଅଭିହିତ କରିଛନ୍ତି।

ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା: ରାଜରାସ୍ତାରେ ୫୦୦ ଛାତ୍ରଛାତ୍ରୀ, ୪୯ ନଂ ଜାତୀୟ ରାଜପଥ ଅବରୋଧ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଉତ୍କଟ ଅବ୍ୟବସ୍ଥାକୁ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପାଦରେ ଚାଲି ଚାଲି ବାହାରିଥିଲେ। ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ ପଡ଼ିଲେ ମୋଟ ୫୦ କିଲୋମିଟର ପଦଯାତ୍ରା କରିବେ ବୋଲି ଛାତ୍ରଛାତ୍ରୀମାନେ ଜିଦ୍ ଧରିଛନ୍ତି। ଏହି ପଦଯାତ୍ରା ବାଙ୍ଗିରିପୋଷି ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି କଲିକତା ଛକ ନିକଟରେ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଥିଲେ।

ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା। ଛାତ୍ରଛାତ୍ରୀଙ୍କ ଏଭଳି ପ୍ରତିବାଦ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ଜାରି ରଖିଥିବା ବେଳେ ପିଲାମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

Suryamayee Mohapatra – Ollywood Actress

Prakruti Mishra – Ollywood Actress

Sivani Sangita – Ollywood Actress

Bhoomika Dash - Ollywood Actress

Supriya Nayak - Ollywood Actress

Elina Samantaray - Ollywood Actress

Archita Sahu - Ollywood Actress

Cyclones in Odisha from 1999 to 2023 || ଓଡ଼ିଶାକୁ ହୋଇଥିବା ବାତ୍ୟା