ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ପୌରାଣିକ କଥା, ଭୀମଙ୍କ ଅଭିମାନ ଭଙ୍ଗ

The Sakala Picture
Published On

ମହାଭାରତ କଥାବସ୍ତୁ ଅନୁଯାୟୀ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ଭୀମସେନ ଅତ୍ୟନ୍ତ ବଳଶାଳୀ। ସବୁବେଳେ ସେ ତାଙ୍କର ବଳକୁ ନେଇ ଅଭିମାନ ଓ ଗର୍ବ କରୁଥାନ୍ତି। ବନବାସ ସମୟରେ ତାଙ୍କର ଏହି ଗର୍ବ ଓ ଅଭିମାନ ଚୂର୍ଣ୍ଣ ହୋଇଥିଲା କେବଳ ଜଣେ ବୃଦ୍ଧ ବାନର ତାଙ୍କୁ ବଳରେ ପରାସ୍ତ କରିଦେଲା। ତେବେ କିଭଳି ଭୀମଙ୍କର ଏହି ଗର୍ବ ଖଣ୍ଡନ ହେଲା, ତାହାକୁ ନେଇ ଗୋଟିଏ କାହାଣୀ ରହିଛି। ବନବାସ ସମୟରେ ଏକଦା ଭୀମ ଜଙ୍ଗଲରେ ବିଚରଣ କରୁଥିଲେ। ଚାଲିଚାଲି […]

ମହାଭାରତ କଥାବସ୍ତୁ ଅନୁଯାୟୀ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ଭୀମସେନ ଅତ୍ୟନ୍ତ ବଳଶାଳୀ। ସବୁବେଳେ ସେ ତାଙ୍କର ବଳକୁ ନେଇ ଅଭିମାନ ଓ ଗର୍ବ କରୁଥାନ୍ତି। ବନବାସ ସମୟରେ ତାଙ୍କର ଏହି ଗର୍ବ ଓ ଅଭିମାନ ଚୂର୍ଣ୍ଣ ହୋଇଥିଲା କେବଳ ଜଣେ ବୃଦ୍ଧ ବାନର ତାଙ୍କୁ ବଳରେ ପରାସ୍ତ କରିଦେଲା। ତେବେ କିଭଳି ଭୀମଙ୍କର ଏହି ଗର୍ବ ଖଣ୍ଡନ ହେଲା, ତାହାକୁ ନେଇ ଗୋଟିଏ କାହାଣୀ ରହିଛି।

ବନବାସ ସମୟରେ ଏକଦା ଭୀମ ଜଙ୍ଗଲରେ ବିଚରଣ କରୁଥିଲେ। ଚାଲିଚାଲି ଜଙ୍ଗଲ ରାସ୍ତାରେ ସେ ଅନେକ ଦୂର ଚାଲିଗଲେ। ଏମିତି ରାସ୍ତାରେ ଗୋଟିଏ ବୃଦ୍ଧ ବାନରଙ୍କ ସହିତ ଭୀମଙ୍କର ସାକ୍ଷାତ ହେଲା। ବୃଦ୍ଧ ବାନରଙ୍କ ଲାଞ୍ଜ ଭୀମଙ୍କ ଚଲାବାଟରେ ପଡିଥିଲା। ତେଣୁ ଭୀମଙ୍କ ପାଇଁ ସମସ୍ୟା ହେଲା। ତେଣୁ ସେ ଲାଞ୍ଜଟିକୁ ହଟାଇଦେବା ପାଇଁ ବାନରକୁ କହିଲେ। କିନ୍ତୁ ବୃଦ୍ଧ ବାନର କହିଲେ – ‘ଏ ପରିଣତ ବୟସରେ ବାରମ୍ବାର ଲାଞ୍ଜଟିକୁ ହଟାଇବା ମୋ ପକ୍ଷରେ ଆଉ ସମ୍ଭବ ହେଉନାହିଁ। ତୁମେ ତ ବହୁତ ବଳଶାଳୀ ଭଳି ଦେଖାଯାଉଛ। ତୁମେ ମୋ ଲାଞ୍ଜଟିକୁ ତୁମ ରାସ୍ତାରୁ ହଟେଇଦିଅ। ପରେ ତୁମେ ତୁମ ବାଟରେ ଯାଅ।’ ବୃଦ୍ଧ ବାନରଙ୍କଠାରୁ ଏଭଳି କଥା ଶୁଣି ଭୀମ କ୍ରୋଧାନ୍ବିତ ହୋଇଉଠିଲେ ଏବଂ ଗୋଟିଏ ହାତରେ ବାନରଙ୍କ ଲାଞ୍ଜ ଧରି ଉଠାଇବା ପାଇଁ ଚେଷ୍ଟା କଲେ। କିନ୍ତୁ ଲାଞ୍ଜଟି ତିଳେ ମାତ୍ର ଘୁଞ୍ଚିଲା ନାହିଁ। ଏହାପରେ ଭୀମ ଦୁଇହାତରେ ଲାଞ୍ଜଟିକୁ ଉଠାଇଲେ। କିନ୍ତୁ କୌଣସି ଫରକ ପଡ଼ିଲାନି। ଏହା ଦେଖି ଭୀମ ଆଶ୍ଚର୍ଯ୍ୟ ହେଲେ ଏବଂ ତାଙ୍କର ସବୁ ଶକ୍ତି ଖଟାଇ ଲାଞ୍ଜଟିକୁ ଟେକିବାକୁ ଚେଷ୍ଟା କଲେ। କିନ୍ତୁ ଲାଞ୍ଜଟିକୁ ହଟାଇ ପାରିଲେ ନାହିଁ।

ଶେଷରେ ଭୀମ ବୃଦ୍ଧ ବାନରଙ୍କୁ ପ୍ରଣାମ କରି ତାଙ୍କର ପରିଚୟ ମାଗିଲେ। ବୃଦ୍ଧ ବାନର ରୂପରେ ଥିବା ବାୟୁପୂତ୍ର ହନୁମାନ ନିଜର ବାସ୍ତବ ସ୍ବରୂପରେ ପ୍ରକଟ ହେଲେ ଏବଂ ଭୀମକୁ କହିଲେ – ନିଜକୁ ବଳଶାଳୀ ବୋଲି ଗର୍ବ ଓ ଅଭିମାନ କରୁଛ। କିନ୍ତୁ ସାଧାରଣ ଲାଞ୍ଜଟିକୁ ବି ଉଠାଇ ପାରିଲ ନାହିଁ। ହନୁମାନଙ୍କ କଥାରେ ଭୀମଙ୍କର ସବୁ ଗର୍ବ ଦୂର ହୋଇଗଲା। ସେ ନିଜକୁ ଲଜ୍ଜିତ ମନେ କଲେ ଏବଂ ହନୁମାନଙ୍କ ପାଖରେ କ୍ଷମାପ୍ରାର୍ଥନା କଲେ। ଏହି ପୌରାଣିକ କଥା ଶିକ୍ଷା ଦେଉଛି ଯେ କେବେ ମଧ୍ୟ ବଳ, ବୁଦ୍ଧି ଓ ବିଦ୍ୟାକୁ ନେଇ ମନରେ ଅଭିମାନ ଓ ଗର୍ବ କରିବା ଉଚିତ ନୁହେଁ।

30 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର