୧୮ ବର୍ଷର ବିବାହ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ
କାନାଡା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୧୮ ବଷର ବିବାହ ପରେ ସ୍ତ୍ରୀ ସୋଫିଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ସୋଫିଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ଜଷ୍ଟିନ ଟ୍ରୁଡୋ ଏବଂ ସୋଫି କହିଛନ୍ତି ଦୀର୍ଘ ଦିନର ବାର୍ତ୍ତାଳାପ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ […]
କାନାଡା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୧୮ ବଷର ବିବାହ ପରେ ସ୍ତ୍ରୀ ସୋଫିଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ସୋଫିଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ଜଷ୍ଟିନ ଟ୍ରୁଡୋ ଏବଂ ସୋଫି କହିଛନ୍ତି ଦୀର୍ଘ ଦିନର ବାର୍ତ୍ତାଳାପ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ଆଇନଗତ ପୃଥକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଦୁହେଁ ୨୦୦୫ ମସିହାରେ ବିବାହ କରିଥିଲେ। ୪୮ ବୟସ୍କା ସୋଫି, କେବିକେରେ ଟେଲିଭିଜନ ଖବରଦାତା ଭାବରେ କାର୍ଯ୍ୟ କରିଛନ୍ତି। ସେ ୫୧ ବର୍ଷ ବୟସ୍କ ଜଷ୍ଟିନ ଟ୍ରୁଡୋଙ୍କ ସହ ତିନୋଟି ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି। ସେ ଅନେକ ଥର ମହିଳାଙ୍କ ଅଧିକାର ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।





