ନୂଆଦିଲ୍ଲୀ: ପାକିସ୍ତାନରେ ଇନ୍ଧନ ସଙ୍କଟ ଆହୁରି ଗମ୍ଭୀ ହେବାରେ ଲାଗିଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଇତିହାସରେ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈ ତିକ ସଙ୍କଟ ଦେଇ ଗତି କରୁଥିବାବେଳେ ପାକିସ୍ତାନର ପରିସ୍ଥିତି ମଧ୍ୟ ସମାନ ଦେଖାଯାଉଛି। ଆଇଏମ୍ଏଫ୍ଠାରୁ ଆର୍ଥିକ ସହାୟତା ଆଶାରେ ପାକିସ୍ତାନ ସରକାର ଥରକରେ ଦେଶରେ ଡିଜେଲର ମୂଲ୍ୟ ୫୯.୬୧ ଟଙ୍କା ଥିବାବେଳେ ପେଟ୍ରୋଲରେ ୨୪.୦୩ ଟଙ୍କା ବୃଦ୍ଧି ଘଟାଇଛନ୍ତି। ଏହାଫଳରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୩୩.୮୯ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ଡିଜେଲର ମୂଲ୍ୟ ୫୯.୧୬ ଟଙ୍କା ବୃଦ୍ଧି ପାଇ ୨୬୩.୩୧ ଟଙ୍କା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ସହିତ ପାକିସ୍ତାନରେ କିରୋସିନି ଏବଂ ବିଦ୍ୟୁତର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
ଏହି ପରିପ୍ରେକ୍ଷୀରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମେ ୨୦୨୨ ରେ ପେଟ୍ରୋଲିୟମ ଉତ୍ପାଦ ଉପରେ ପାକ୍ ସରକାର ୧୨୦ ବିଲିୟନ ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଁ ପାକିସ୍ତାନର ମନ୍ତ୍ରୀ ପେଟ୍ରୋଲିୟମ ମୁସାଦ ମଲିକ ଇମ୍ରାନ ଖାନ ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି। ମଲିକ କହିଛନ୍ତି ଯେ ଇମ୍ରାନ ସରକାର ପାକିସ୍ତାନର ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି। ସବ୍ସିଡି ଦେଇ ସେମାନେ ଜାଣିଶୁଣି ପେଟ୍ରୋଲର ମୂଲ୍ୟ ହ୍ରାସ କରିଥିଲେ, ଯେଉଁଥିପାଇଁ ବର୍ତ୍ତମାନର ସରକାର ଏବଂ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି।