ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ପାକିସ୍ତାନରେ ଇନ୍ଧନ ସଙ୍କଟ: ପେଟ୍ରୋଲ ୨୩୩, ଡିଜେଲ ୨୬୩ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ପାକିସ୍ତାନରେ ଇନ୍ଧନ ସଙ୍କଟ ଆହୁରି ଗମ୍ଭୀ ହେବାରେ ଲାଗିଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଇତିହାସରେ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈ ତିକ ସଙ୍କଟ ଦେଇ ଗତି କରୁଥିବାବେଳେ ପାକିସ୍ତାନର ପରିସ୍ଥିତି ମଧ୍ୟ ସମାନ ଦେଖାଯାଉଛି। ଆଇଏମ୍‌ଏଫ୍‌ଠାରୁ ଆର୍ଥିକ ସହାୟତା ଆଶାରେ ପାକିସ୍ତାନ ସରକାର ଥରକରେ ଦେଶରେ ଡିଜେଲର ମୂଲ୍ୟ ୫୯.୬୧ ଟଙ୍କା ଥିବାବେଳେ ପେଟ୍ରୋଲରେ ୨୪.୦୩ ଟଙ୍କା ବୃଦ୍ଧି ଘଟାଇଛନ୍ତି। ଏହାଫଳରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର […]

ନୂଆଦିଲ୍ଲୀ: ପାକିସ୍ତାନରେ ଇନ୍ଧନ ସଙ୍କଟ ଆହୁରି ଗମ୍ଭୀ ହେବାରେ ଲାଗିଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଇତିହାସରେ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈ ତିକ ସଙ୍କଟ ଦେଇ ଗତି କରୁଥିବାବେଳେ ପାକିସ୍ତାନର ପରିସ୍ଥିତି ମଧ୍ୟ ସମାନ ଦେଖାଯାଉଛି। ଆଇଏମ୍‌ଏଫ୍‌ଠାରୁ ଆର୍ଥିକ ସହାୟତା ଆଶାରେ ପାକିସ୍ତାନ ସରକାର ଥରକରେ ଦେଶରେ ଡିଜେଲର ମୂଲ୍ୟ ୫୯.୬୧ ଟଙ୍କା ଥିବାବେଳେ ପେଟ୍ରୋଲରେ ୨୪.୦୩ ଟଙ୍କା ବୃଦ୍ଧି ଘଟାଇଛନ୍ତି। ଏହାଫଳରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୩୩.୮୯ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ଡିଜେଲର ମୂଲ୍ୟ ୫୯.୧୬ ଟଙ୍କା ବୃଦ୍ଧି ପାଇ ୨୬୩.୩୧ ଟଙ୍କା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ସହିତ ପାକିସ୍ତାନରେ କିରୋସିନି ଏବଂ ବିଦ୍ୟୁତର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ନରୱେ ଗଣମାଧ୍ୟମକୁ କଡ଼ା ଜବାବ ଦେଇ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ

ଏହି ପରିପ୍ରେକ୍ଷୀରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମେ ୨୦୨୨ ରେ ପେଟ୍ରୋଲିୟମ ଉତ୍ପାଦ ଉପରେ ପାକ୍‌ ସରକାର ୧୨୦ ବିଲିୟନ ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଁ ପାକିସ୍ତାନର ମନ୍ତ୍ରୀ ପେଟ୍ରୋଲିୟମ ମୁସାଦ ମଲିକ ଇମ୍ରାନ ଖାନ ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି। ମଲିକ କହିଛନ୍ତି ଯେ ଇମ୍ରାନ ସରକାର ପାକିସ୍ତାନର ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି। ସବ୍‌ସିଡି ଦେଇ ସେମାନେ ଜାଣିଶୁଣି ପେଟ୍ରୋଲର ମୂଲ୍ୟ ହ୍ରାସ କରିଥିଲେ, ଯେଉଁଥିପାଇଁ ବର୍ତ୍ତମାନର ସରକାର ଏବଂ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି।

ଆହୁରି ପଢ଼ନ୍ତୁ: କକରୋଚ୍ ଜନତା ପାର୍ଟି (CJP): ଇନଷ୍ଟାଗ୍ରାମରେ ବିଜେପି ଠାରୁ ଅଧିକ ଫଲୋଅର୍ସ, ଜାଣନ୍ତୁ ଏହି ଭାଇରାଲ ଦଳ ବିଷୟରେ ୫ଟି ଖାସ୍ କଥା...

17 Jun 2022 By The Sakala

ପାକିସ୍ତାନରେ ଇନ୍ଧନ ସଙ୍କଟ: ପେଟ୍ରୋଲ ୨୩୩, ଡିଜେଲ ୨୬୩ ଟଙ୍କା

ନୂଆଦିଲ୍ଲୀ: ପାକିସ୍ତାନରେ ଇନ୍ଧନ ସଙ୍କଟ ଆହୁରି ଗମ୍ଭୀ ହେବାରେ ଲାଗିଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଇତିହାସରେ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈ ତିକ ସଙ୍କଟ ଦେଇ ଗତି କରୁଥିବାବେଳେ ପାକିସ୍ତାନର ପରିସ୍ଥିତି ମଧ୍ୟ ସମାନ ଦେଖାଯାଉଛି। ଆଇଏମ୍‌ଏଫ୍‌ଠାରୁ ଆର୍ଥିକ ସହାୟତା ଆଶାରେ ପାକିସ୍ତାନ ସରକାର ଥରକରେ ଦେଶରେ ଡିଜେଲର ମୂଲ୍ୟ ୫୯.୬୧ ଟଙ୍କା ଥିବାବେଳେ ପେଟ୍ରୋଲରେ ୨୪.୦୩ ଟଙ୍କା ବୃଦ୍ଧି ଘଟାଇଛନ୍ତି। ଏହାଫଳରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୩୩.୮୯ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ଡିଜେଲର ମୂଲ୍ୟ ୫୯.୧୬ ଟଙ୍କା ବୃଦ୍ଧି ପାଇ ୨୬୩.୩୧ ଟଙ୍କା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ସହିତ ପାକିସ୍ତାନରେ କିରୋସିନି ଏବଂ ବିଦ୍ୟୁତର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଏହି ପରିପ୍ରେକ୍ଷୀରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମେ ୨୦୨୨ ରେ ପେଟ୍ରୋଲିୟମ ଉତ୍ପାଦ ଉପରେ ପାକ୍‌ ସରକାର ୧୨୦ ବିଲିୟନ ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଁ ପାକିସ୍ତାନର ମନ୍ତ୍ରୀ ପେଟ୍ରୋଲିୟମ ମୁସାଦ ମଲିକ ଇମ୍ରାନ ଖାନ ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି। ମଲିକ କହିଛନ୍ତି ଯେ ଇମ୍ରାନ ସରକାର ପାକିସ୍ତାନର ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି। ସବ୍‌ସିଡି ଦେଇ ସେମାନେ ଜାଣିଶୁଣି ପେଟ୍ରୋଲର ମୂଲ୍ୟ ହ୍ରାସ କରିଥିଲେ, ଯେଉଁଥିପାଇଁ ବର୍ତ୍ତମାନର ସରକାର ଏବଂ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର