ନୂଆଦିଲ୍ଲୀ : ଦିଲ୍ଲୀର ସହାଦରା ଜିଲ୍ଲା ସ୍ଥିତ ସାଇବର ଥାନାରେ ବୁଧବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ଏହି ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଏବଂ ଜଣେ ଗୃହରକ୍ଷୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆକ୍ରମଣକାରୀ ଦ୍ବିପହରେ ଅଭିଯୋଗ ଦେବାକୁ ଥାନାକୁ ଆସିଥିଲେ। କଥା ହେଉଥିବା ସମୟରେ ସେ ଭିଡିଓ ରେକର୍ଡିଂ କରିଥିଲେ। ଏହାକୁ ବିରୋଧ କରିବାରୁ ସେ ଛୁରା ବାହାର କରି ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।
ଦିଲ୍ଲୀ ଥାନାରେ ୬ ଜଣ ପୁଲିସ କର୍ମଚାରୀଙ୍କୁ ଛୁରାମାଡ଼