ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ସ୍ୱାଭାବିକଠାରୁ ଉତ୍ତର ଦିଗରେ ରହିଛି। ଏହାଦ୍ୱାରା ରାଜ୍ୟରେ ଗୁଳୁଗୁଳି ପାଇଁ ପାଗ ଅନୁକୂଳ ରହୁଛି। ଏହି ସମୟରେ ବଙ୍ଗୋପସାଗରୀୟ ଜଳୀୟବାଷ୍ଫ ପୂର୍ଣ୍ଣ ବାୟୁ ପ୍ରବେଶ ହେତୁ ବିଜୁଳି ଘଡ଼ଘଡ଼ି ପାଇଁ ପାଗ ଅନୁକୂଳ ରହୁଛି। ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ସ୍ୱାଭାବିକଠାରୁ ଉତ୍ତର ଦିଗରେ ରହିଛି। ଏହାଦ୍ୱାରା ରାଜ୍ୟରେ ଗୁଳୁଗୁଳି ପାଇଁ ପାଗ ଅନୁକୂଳ ରହୁଛି। ଏହି ସମୟରେ ବଙ୍ଗୋପସାଗରୀୟ ଜଳୀୟବାଷ୍ଫ ପୂର୍ଣ୍ଣ ବାୟୁ ପ୍ରବେଶ ହେତୁ ବିଜୁଳି ଘଡ଼ଘଡ଼ି ପାଇଁ ପାଗ ଅନୁକୂଳ ରହୁଛି।
ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ସେହିପରି ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଗୁରୁବାର ମଧ୍ୟ କିଛି ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।





