ଓଲଟା ଚିତ୍ର ଆଙ୍କି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ

The Sakala Picture
Published On

ପୁରୀ: ଅଷ୍ଟମ ଶ୍ରେଣୀର ଛାତ୍ର । ହେଲେ ଓଲଟା ଚିତ୍ର ଆଙ୍କିବାରେ ସେ ମାହିର। କେବଳ ଓଲଟା ନୁହେଁ, ତା’ ସାଙ୍ଗକୁ ସ୍ପିଡ଼ ପେଣ୍ଟିଂ କରି ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି। କମ୍ ସମୟ ମଧ୍ୟରେ ବେଶ୍ ଆକର୍ଷଣୀୟ ଚିତ୍ର ଆଙ୍କି ଏବେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ନିଆରା ଚିତ୍ର ଆଙ୍କିବାର ନିଶା ତାଙ୍କୁ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ଦେଇଛି। ଏମିତି ଜଣେ ପ୍ରତିଭାବାନ ଚିତ୍ରଶିଳ୍ପୀ ହେଉଛନ୍ତି […]

ପୁରୀ: ଅଷ୍ଟମ ଶ୍ରେଣୀର ଛାତ୍ର । ହେଲେ ଓଲଟା ଚିତ୍ର ଆଙ୍କିବାରେ ସେ ମାହିର। କେବଳ ଓଲଟା ନୁହେଁ, ତା’ ସାଙ୍ଗକୁ ସ୍ପିଡ଼ ପେଣ୍ଟିଂ କରି ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି। କମ୍ ସମୟ ମଧ୍ୟରେ ବେଶ୍ ଆକର୍ଷଣୀୟ ଚିତ୍ର ଆଙ୍କି ଏବେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ନିଆରା ଚିତ୍ର ଆଙ୍କିବାର ନିଶା ତାଙ୍କୁ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ଦେଇଛି। ଏମିତି ଜଣେ ପ୍ରତିଭାବାନ ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ଆୟୁଷ ମହାପାତ୍ର । ପୁରୀ ବାସେଳି ସାହିର ୧୩ ବର୍ଷୀୟ ଛାତ୍ର ଆୟୁଷ ଭୋଳାନାଥ ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ତେଣୁ କୌଣସି ଜାଗାରେ ଚିତ୍ରାଙ୍କନ ପ୍ରତିଯୋଗିତା ହେଲେ ଭାଗ ନେବାକୁ ଘର ଲୋକଙ୍କୁ କୁହନ୍ତି । ପୁଅର ଏଭଳି ଆଗ୍ରହକୁ ଦେଖି ବାପା ମାଆ ବି ତାଙ୍କୁ ସମର୍ଥନ କରିଥିଲେ। ପୁରୀ ହେଉ କି ବାହାର ଜିଲ୍ଲା, ବହୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ସଫଳତା ପାଇଛନ୍ତି । ଲକଡାଉନ ଯୋଗୁଁ ସ୍କୁଲ, ଟ୍ୟୁସନ ବନ୍ଦ ହେବାରୁ ଘରେ ରହିଥିଲେ। ଏହି ସମୟରେ ମୋବାଇଲ ଫୋନରେ ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତା ଦେଖୁଥିଲେ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ତେବେ ଆମେରିକାର ଜଣେ ବ୍ୟକ୍ତି ସ୍ପିଡ୍ ପେଣ୍ଟିଂ କରୁଥିବା ଦେଖି ଆୟୁଷ ଏଥିପ୍ରତି ମନ ବଳାଇଥିଲେ। କିଛି ଭିନ୍ନ କରିବା ଆଶାରେ ସ୍ପିଡ୍ ପେଣ୍ଟିଂ ସହ ଏହାକୁ ଓଲଟା କରିବାକୁ ଚିନ୍ତା କରିଥିଲେ । ପ୍ରଥମେ ଭାରତୀୟ ସେନାର ଜଣେ ଯବାନଙ୍କର ଫଟୋ ଓଲଟା ଆଙ୍କିଥିଲେ । ଏଥିରେ ସେ ସଫଳ ହୋଇଥିଲେ। ଏହାପରେ ଓଲଟା ସ୍ପିଡ୍ ପେଣ୍ଟି କରିଚାଲିଲେ। ଗତ ମାସରେ କାନ୍‌ଭାସ ଉପରେ ଗଣେଶଙ୍କର ସ୍ପିଡ୍ ପେଣ୍ଟିଂ କରିଥିଲେ । ଓଲଟା ଭାବେ ଦୁଇହାତରେ ତୂଳୀ ଧରି ଏହି ଚିତ୍ର ଆଙ୍କିଥିଲେ । ୫ ମିନିଟରେ ୩ ଫୁଟ ଓସାର ଏବଂ ୪ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ଅଙ୍କନ କରିଥିଲେ | ଅନ୍‌ଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସକୁ ଏହାର ସମସ୍ତ ତଥ୍ୟ ପ୍ରମାଣ ପଠାଇଥିଲେ। ଗତମାସ ୧୧ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ତାଙ୍କ ନାମ ସ୍ଥାନିତ ହେବା ନେଇ ଆୟୁଷଙ୍କୁ ଅବଗତ କରାଯାଇଥିଲା । ଶନିବାର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ପକ୍ଷରୁ ଆୟୁଷଙ୍କ ପାଖକୁ ମେଡାଲ, ପ୍ରମାଣପତ୍ର, ପେନ୍, ପରିଚୟପତ୍ର ଏବଂ ଏକ ବହି ଆସିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଲୋକଭବନକୁ 'ପ୍ଲାଟିନମ୍ ଗ୍ରୀନ୍‌ ବିଲ୍ଡିଂ' ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ମିଳିଲା ଏହି ସମ୍ମାନଜନକ ପ୍ରମାଣପତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର