ଘରକୁ ଆସନ୍ତୁ ବାପାଙ୍କ ଏଟିଏମରୁ ଟଙ୍କା ଦେବି କହି iPhone ନେଇ ଯୁବତୀ ଫେରାର

The Sakala Picture
Published On

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋରି । ଦାମୀ ମୋବାଇଲ କିଣି ଚମ୍ପଟ ମାରିଲେ ସ୍ମାର୍ଟ ଯୁବତୀ । ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ଟଙ୍କା ଦେବା ପାଇଁ ଘରକୁ ଡାକି ଚମ୍ପଟ ମାରିଲା ଯୁବତୀ । ଆଉ ଧରାଛୁଆଁ ଦେଲେ ନାହିଁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ସ୍ମାର୍ଟ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏକ ଲକ୍ଷ ୪୦ ହଜାର ଟଙ୍କାର iphone କିଣି ଜଣେ ଯୁବତୀ ଫେରାର […]

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋରି । ଦାମୀ ମୋବାଇଲ କିଣି ଚମ୍ପଟ ମାରିଲେ ସ୍ମାର୍ଟ ଯୁବତୀ । ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ଟଙ୍କା ଦେବା ପାଇଁ ଘରକୁ ଡାକି ଚମ୍ପଟ ମାରିଲା ଯୁବତୀ । ଆଉ ଧରାଛୁଆଁ ଦେଲେ ନାହିଁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ସ୍ମାର୍ଟ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: କୁଆଖାଇ ବ୍ରିଜ୍‌ରେ ହାଇୱା ଆତଙ୍କ : କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା

ଏକ ଲକ୍ଷ ୪୦ ହଜାର ଟଙ୍କାର iphone କିଣି ଜଣେ ଯୁବତୀ ଫେରାର ହୋଇଯାଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସହିଦନଗରରେ ଥିବା ଏକ ମୋବାଇଲ ଦୋକାନକୁ ଗତକାଲି iphone କିଣିବାକୁ ଯାଇଥିଲେ ଯୁବତୀ ଜଣକ । ମୋବାଇଲ କିଣିବା ପରେ ବିଲ କଲେ । କିନ୍ତୁ ଟଙ୍କା ଦେଲା ବେଳକୁ ଏଟିଏମ କାର୍ଡ ଖରାପ ହୋଇଯାଇଛି ବୋଲି କହିଥିଲେ । ଘରକୁ ଆସନ୍ତୁ , ବାପାଙ୍କ ଏଟିଏମରୁ କାଢିକି ଦେବି ବୋଲି କହିବା ପରେ ଯୁବତୀଙ୍କ ସାଙ୍ଗରେ ଦୋକାନ ପିଲାଙ୍କୁ ପଠାଇଥିଲେ ଦୋକାନ ମାଲିକ । ମାତ୍ର ଅଧାରାସ୍ତାରେ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ସହୀଦନଗର ଥାନାରେ ଅଭିଯୋଗ କରିଥିଲେ ମୋବାଇଲ ଦୋକାନୀ । ସିସିଟିଭି ଫୁଟେଜ ଆଧାରରେ ସଂପୃକ୍ତ ଯୁବତୀଙ୍କ ପାଖରେ ପୁଲିସ ପହଂଚିଛି ଏବଂ ତାଙ୍କୁ ଥାନାରେ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

06 Jul 2021 By The Sakala

ଘରକୁ ଆସନ୍ତୁ ବାପାଙ୍କ ଏଟିଏମରୁ ଟଙ୍କା ଦେବି କହି iPhone ନେଇ ଯୁବତୀ ଫେରାର

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋରି । ଦାମୀ ମୋବାଇଲ କିଣି ଚମ୍ପଟ ମାରିଲେ ସ୍ମାର୍ଟ ଯୁବତୀ । ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ଟଙ୍କା ଦେବା ପାଇଁ ଘରକୁ ଡାକି ଚମ୍ପଟ ମାରିଲା ଯୁବତୀ । ଆଉ ଧରାଛୁଆଁ ଦେଲେ ନାହିଁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ସ୍ମାର୍ଟ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏକ ଲକ୍ଷ ୪୦ ହଜାର ଟଙ୍କାର iphone କିଣି ଜଣେ ଯୁବତୀ ଫେରାର ହୋଇଯାଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସହିଦନଗରରେ ଥିବା ଏକ ମୋବାଇଲ ଦୋକାନକୁ ଗତକାଲି iphone କିଣିବାକୁ ଯାଇଥିଲେ ଯୁବତୀ ଜଣକ । ମୋବାଇଲ କିଣିବା ପରେ ବିଲ କଲେ । କିନ୍ତୁ ଟଙ୍କା ଦେଲା ବେଳକୁ ଏଟିଏମ କାର୍ଡ ଖରାପ ହୋଇଯାଇଛି ବୋଲି କହିଥିଲେ । ଘରକୁ ଆସନ୍ତୁ , ବାପାଙ୍କ ଏଟିଏମରୁ କାଢିକି ଦେବି ବୋଲି କହିବା ପରେ ଯୁବତୀଙ୍କ ସାଙ୍ଗରେ ଦୋକାନ ପିଲାଙ୍କୁ ପଠାଇଥିଲେ ଦୋକାନ ମାଲିକ । ମାତ୍ର ଅଧାରାସ୍ତାରେ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ସହୀଦନଗର ଥାନାରେ ଅଭିଯୋଗ କରିଥିଲେ ମୋବାଇଲ ଦୋକାନୀ । ସିସିଟିଭି ଫୁଟେଜ ଆଧାରରେ ସଂପୃକ୍ତ ଯୁବତୀଙ୍କ ପାଖରେ ପୁଲିସ ପହଂଚିଛି ଏବଂ ତାଙ୍କୁ ଥାନାରେ ରଖାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର