ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

୭୯ ବର୍ଷରେ ପଦାର୍ପଣ କଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

The Sakala Picture
Published On

ଭୁବନେଶ୍ବର : ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୭୯ ଜନ୍ମଦିବସ।  ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ । ୨୯ ମଇ ୨୦୧୮ ମସିହାରୁ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଫେସର ଗଣେଶୀ ଲାଲ୍। ଜଣେ ସୁବକ୍ତା ଏବଂ ଉଚ୍ଚକୋଟୀର ବ୍ୟକ୍ତିତ୍ବ ପାଇଁ ସେ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି। ୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ସିର୍ସାଠାରେ ଜନ୍ମଗ୍ରହଣ କରିଥିଲେ ଗଣେଶୀ ଲାଲ । […]

ଭୁବନେଶ୍ବର : ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୭୯ ଜନ୍ମଦିବସ।  ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ । ୨୯ ମଇ ୨୦୧୮ ମସିହାରୁ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଫେସର ଗଣେଶୀ ଲାଲ୍। ଜଣେ ସୁବକ୍ତା ଏବଂ ଉଚ୍ଚକୋଟୀର ବ୍ୟକ୍ତିତ୍ବ ପାଇଁ ସେ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ସିର୍ସାଠାରେ ଜନ୍ମଗ୍ରହଣ କରିଥିଲେ ଗଣେଶୀ ଲାଲ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେ ଗଣିତରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଏଫଏ, ସ୍ନାତକ ଏବଂ ସ୍ନାତକତ୍ତୋର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ସେ ଅଧ୍ୟାପନା ବୃତ୍ତିରେ ଯୋଗ ଦେଇଥିଲେ ଏବଂ ୧୯୬୪ରୁ ୧୯୯୧ ମଧ୍ୟରେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

ଆହୁରି ପଢ଼ନ୍ତୁ: ଦଶରଥପୁରରେ ବିଜେଡିର ନାରୀ ଅଧିକାର ଅଭିଯାନ: ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି

୧୯୭୫-୭୬ରେ ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ, ଗଣେଶୀ ଲାଲ ଏହାକୁ ବିରୋଧ କରି କାରାବରଣ କରିଥିଲେ । ୧୯୯୦ ମସିହାରେ ସେ ଶିକ୍ଷାଦାନରୁ ଇସ୍ତଫା ଦେଇ ସେ ପ୍ରଥମେ ୧୯୯୬ ମସିହାରେ ବିଧାନ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସର ଲଚ୍ଛମନ ଦାସଙ୍କୁ ପରାସ୍ତ କରିଥିଲେ । ବଂଶୀଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବରେ କାମ କରିଥିଲେ । ଶ୍ରମ ଏବଂ ରୋଜଗାର, ଖାଦ୍ୟ ଯୋଗାଣ, ଅବକାରୀ ବିଭାଗ ଆଦି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ । ହରିୟାଣା ବିଜେପିରେ ସେ ସଚିବ, ମୁଖ୍ୟପାତ୍ର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡରେ ସେ ବିଜେପିର ରାଷ୍ଟ୍ରୀୟ ପ୍ରହରି ଭାବରେ ୩ ବର୍ଷ ଧରି ଅବସ୍ଥାପିତ ଥିଲେ ପ୍ରଫେସର ଗଣେଶୀ ଲାଲ୍।

“Geeta” – ‘The Unattached Attachment’ ( “ଗୀତା” – ‘ଅବିଭକ୍ତ ସଂଲଗ୍ନ’) ନାମରେ ସେ ଏକ ପୁସ୍ତକ ରଚନା କରିଛନ୍ତି । ସେ ୨୦୧୪ରେ ହରିୟାଣାରେ ପ୍ରଥମ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ । ଓଡ଼ିଶାର ରାଜ୍ୟପାଳ ପଦବୀ ମଣ୍ଡନ କରିବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ଅନୁଶାସନ କମିଟିର ରାଷ୍ଟ୍ରୀୟ ସଭାପତି ଥିଲେ ।

01 Mar 2021 By The Sakala

୭୯ ବର୍ଷରେ ପଦାର୍ପଣ କଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୭୯ ଜନ୍ମଦିବସ।  ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ । ୨୯ ମଇ ୨୦୧୮ ମସିହାରୁ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଫେସର ଗଣେଶୀ ଲାଲ୍। ଜଣେ ସୁବକ୍ତା ଏବଂ ଉଚ୍ଚକୋଟୀର ବ୍ୟକ୍ତିତ୍ବ ପାଇଁ ସେ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।

୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ସିର୍ସାଠାରେ ଜନ୍ମଗ୍ରହଣ କରିଥିଲେ ଗଣେଶୀ ଲାଲ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେ ଗଣିତରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଏଫଏ, ସ୍ନାତକ ଏବଂ ସ୍ନାତକତ୍ତୋର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ସେ ଅଧ୍ୟାପନା ବୃତ୍ତିରେ ଯୋଗ ଦେଇଥିଲେ ଏବଂ ୧୯୬୪ରୁ ୧୯୯୧ ମଧ୍ୟରେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

୧୯୭୫-୭୬ରେ ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ, ଗଣେଶୀ ଲାଲ ଏହାକୁ ବିରୋଧ କରି କାରାବରଣ କରିଥିଲେ । ୧୯୯୦ ମସିହାରେ ସେ ଶିକ୍ଷାଦାନରୁ ଇସ୍ତଫା ଦେଇ ସେ ପ୍ରଥମେ ୧୯୯୬ ମସିହାରେ ବିଧାନ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସର ଲଚ୍ଛମନ ଦାସଙ୍କୁ ପରାସ୍ତ କରିଥିଲେ । ବଂଶୀଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବରେ କାମ କରିଥିଲେ । ଶ୍ରମ ଏବଂ ରୋଜଗାର, ଖାଦ୍ୟ ଯୋଗାଣ, ଅବକାରୀ ବିଭାଗ ଆଦି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ । ହରିୟାଣା ବିଜେପିରେ ସେ ସଚିବ, ମୁଖ୍ୟପାତ୍ର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡରେ ସେ ବିଜେପିର ରାଷ୍ଟ୍ରୀୟ ପ୍ରହରି ଭାବରେ ୩ ବର୍ଷ ଧରି ଅବସ୍ଥାପିତ ଥିଲେ ପ୍ରଫେସର ଗଣେଶୀ ଲାଲ୍।

“Geeta” – ‘The Unattached Attachment’ ( “ଗୀତା” – ‘ଅବିଭକ୍ତ ସଂଲଗ୍ନ’) ନାମରେ ସେ ଏକ ପୁସ୍ତକ ରଚନା କରିଛନ୍ତି । ସେ ୨୦୧୪ରେ ହରିୟାଣାରେ ପ୍ରଥମ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ । ଓଡ଼ିଶାର ରାଜ୍ୟପାଳ ପଦବୀ ମଣ୍ଡନ କରିବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ଅନୁଶାସନ କମିଟିର ରାଷ୍ଟ୍ରୀୟ ସଭାପତି ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର