ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା‌ରେ ନୂଆ ମୋଡ଼, ନିର୍ଯାତନାରୁ ଚରମ ପଦକ୍ଷେପ

The Sakala Picture
Published On

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଷ୍ଟାଫ୍‌ନର୍ସ ସନ୍ତୋଷିନୀ ପଲାଇ ଗତକାଲି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ନୂଆ ମୋଡ଼ ନେଇଛି। ହସ୍ପିଟାଲରେ ତାଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ପ୍ରଦର୍ଶନ ଏବଂ ବାରମ୍ବାର ମାନସିକ ନିର୍ଯାତନା ଦିଆଯାଉଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ତାଙ୍କ ସ୍ବାମୀ ନିକୁଞ୍ଜ ବିହାରୀ ନାୟକ ଆଜି ଅଭିଯୋଗ କରିବା ପରେ ଏହାକୁ ନେଇ ତୀବ୍ର ଆ‌େଲାଡ଼ନ ସୃଷ୍ଟି ହୋଇଛି। ଏନେଇ ନିକୁଞ୍ଜ […]

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଷ୍ଟାଫ୍‌ନର୍ସ ସନ୍ତୋଷିନୀ ପଲାଇ ଗତକାଲି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ନୂଆ ମୋଡ଼ ନେଇଛି। ହସ୍ପିଟାଲରେ ତାଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ପ୍ରଦର୍ଶନ ଏବଂ ବାରମ୍ବାର ମାନସିକ ନିର୍ଯାତନା ଦିଆଯାଉଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ତାଙ୍କ ସ୍ବାମୀ ନିକୁଞ୍ଜ ବିହାରୀ ନାୟକ ଆଜି ଅଭିଯୋଗ କରିବା ପରେ ଏହାକୁ ନେଇ ତୀବ୍ର ଆ‌େଲାଡ଼ନ ସୃଷ୍ଟି ହୋଇଛି। ଏନେଇ ନିକୁଞ୍ଜ ଭଦ୍ରକ ଟାଉନ୍‌ ଥାନାରେ ସନ୍ତୋଷିନୀଙ୍କ ଜଣେ ସହଯୋଗୀ ଓ ଜଣେ ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କ ନେତୃତ୍ୱ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଏହି ଟିମ୍‌ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦେବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି କୁହାଯାଉଛି। ଅପରପକ୍ଷେ, ସନ୍ତୋଷିନୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୬ ବଜେଟ୍, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ନିକୁଞ୍ଜଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତରଖାନାର ବରିଷ୍ଠ ଡାକ୍ତର ଅମୂଲ୍ୟ ଦାସ ଓ ୨ଜଣ ସହଯୋଗୀ ଷ୍ଟାଫ୍‌ ନର୍ସ ସୌଦାମିନୀ ଦାସ ଓ କୁସୁମ ପାଢ଼ୀ ତାଙ୍କ ପତ୍ନୀଙ୍କୁ ପ୍ରବଳ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ଦିନ ୨ଟାରେ ସନ୍ତୋଷିନୀ ଡ୍ୟୁଟିକୁ ଆସିଥିଲେ। ସେଦିନ ମଧ୍ୟ ପୂର୍ବଭଳି ତାଙ୍କ ପ୍ରତି ଆକ୍ରୋଶମୂଳକ ଭାବେ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସନ୍ତୋଷିନୀ ଗତକାଲି ଚରମ୍ପା ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଅପରାହ୍ଣରେ ରେଳବାଇ ପୁଲିସ୍‌ଠାରୁ ଖବର ପାଇବା ପରେ ନିକୁଞ୍ଜ ଭଦ୍ରକ ରେଳଷ୍ଟେସନ୍‌ରେ ପହଞ୍ଚି ପ୍ଲାଟଫର୍ମରୁ ନିଜ ପତ୍ନୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଥିଲେ। ଅନ୍ୟପକ୍ଷରେ, ଦୀର୍ଘ ଦିନ ଧରି ସନ୍ତୋଷିନୀ ଡ୍ୟୁଟି କରୁଥିବା ୱାର୍ଡରେ ଜଣେ ଡାକ୍ତର ଏବଂ କିଛି ସିନିୟର୍‌ ଷ୍ଟାଫନର୍ସ ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ସନ୍ତୋଷିନୀ ଅଭିଯୋଗ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଘଟଣା ପଦାକୁ ଆସିବା ପରେ ସହରରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଯିଛି। ଦୀର୍ଘବର୍ଷ ଧରି ମେଡିକାଲରେ ଅନେକ ଷ୍ଟାଫନର୍ସ ବଦଳି ନହେବା ଯୋଗୁଁ ଏହି ସମସ୍ୟା ଉପୁଜିଛି ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ନୂଆପଡାରେ ନିରପେକ୍ଷ ନିର୍ବାଚନକୁ ନେଇ ସନ୍ଦେହ ପ୍ରକଟ କଲା ବିଜେଡି

 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ‘ପ୍ରୋଜେକ୍ଟ ସମ୍ପର୍କ’ ମାଧ୍ୟମରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଛି

Join Us @ WhatsApp

About The Author

Google News
Join Us @ WhatsApp