ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ନାମଞ୍ଜୁର, ୧୩ ତାରିଖ ଯାଏଁ ବିଚାରବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ

The Sakala Picture
Published On

ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି। ଫଳରେ ଜୁଲାଇ ୧୩ ତାରିଖ ଯାଏଁ ବିଚାରବିଭାଗୀୟ ହାଜତକୁ ଗଲେ  ଅର୍ଦ୍ଧେନ୍ଦୁ । ସୂଚନା ଅନୁଯାୟୀ, ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିଲା। ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା […]

ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି। ଫଳରେ ଜୁଲାଇ ୧୩ ତାରିଖ ଯାଏଁ ବିଚାରବିଭାଗୀୟ ହାଜତକୁ ଗଲେ  ଅର୍ଦ୍ଧେନ୍ଦୁ ।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ସୂଚନା ଅନୁଯାୟୀ, ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିଲା। ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ଅର୍ଦ୍ଧେନ୍ଦୁଙ୍କୁ ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ମଙ୍ଗଳବାର ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଛି। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା। ବଡ଼ ଖବର ଅଫିସରେ ଗତକାଲି ୬ ଘଣ୍ଟା ଧରି ଯାଞ୍ଚ କରିଥଲା ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)।

ଆହୁରି ପଢ଼ନ୍ତୁ: ଥାନାରେ ନାବାଳିକାକୁ ଆଇଆଇସିଙ୍କ ଧମକ ପରେ ଚେତାଶୂନ୍ୟ ଘଟଣା: ବିଜେଡି ପକ୍ଷରୁ ମୋରଡ଼ା ଥାନା ଘେରଉ, ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କ ବଦଳି ଦାବି

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଆହୁରି ପଢ଼ନ୍ତୁ: ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପଟେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେଦୁ ଦାଶଙ୍କ ନାମରେ ଆଉ ଏକ ଠକେଇ ଅଭିଯୋଗ ହୋଇଥିଲା। ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଥିଲା। ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଥିଲେ ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି ।

30 Jun 2022 By The Sakala

‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ନାମଞ୍ଜୁର, ୧୩ ତାରିଖ ଯାଏଁ ବିଚାରବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ

ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି। ଫଳରେ ଜୁଲାଇ ୧୩ ତାରିଖ ଯାଏଁ ବିଚାରବିଭାଗୀୟ ହାଜତକୁ ଗଲେ  ଅର୍ଦ୍ଧେନ୍ଦୁ ।

ସୂଚନା ଅନୁଯାୟୀ, ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିଲା। ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ଅର୍ଦ୍ଧେନ୍ଦୁଙ୍କୁ ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ମଙ୍ଗଳବାର ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଛି। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା। ବଡ଼ ଖବର ଅଫିସରେ ଗତକାଲି ୬ ଘଣ୍ଟା ଧରି ଯାଞ୍ଚ କରିଥଲା ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)।

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପଟେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେଦୁ ଦାଶଙ୍କ ନାମରେ ଆଉ ଏକ ଠକେଇ ଅଭିଯୋଗ ହୋଇଥିଲା। ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଥିଲା। ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଥିଲେ ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର