୨୭ବର୍ଷ ପରେ ମିଳିଲା ନ୍ୟାୟ, ବହିଷ୍କୃତ କର୍ମଚାରୀଙ୍କୁ ୩ ଲକ୍ଷ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

The Sakala Picture
Published On

କଟକ : ଢେଙ୍କାନାଳ ଗୁଣ୍ଡିଚାପଡ଼ାସ୍ଥିତ ଓଡ଼ିଶା ଏୟାରପ୍ରଡକ୍ଟ ଲିମିଟେଡରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀଙ୍କୁ ଚାକିରିରୁ ବେଆଇନ ଭାବେ ବହିଷ୍କାର ହୋଇଥିଲେ ମଧ୍ୟ ଦୀର୍ଘ ୨୭ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି। ଆବେଦନକାରୀ ଦିବାକର ସାହୁଙ୍କୁ କମ୍ପାନୀ ୧୯୯୫ରୁ ଚାକିରିରୁ ବିଦା କରିଥିଲେ ମଧ୍ୟ କୌଣସି କ୍ଷତିପୂରଣ ରାଶି ପ୍ରଦାନ କରି ନଥିଲା। ଆବେଦନକାରୀ ମଧ୍ୟ ଶ୍ରମ ଅଦାଲତରୁ ନିରାଶ ହୋଇଥିଲେ। ଶ୍ରମ ଅଦାଲତରେ ୧୫ବର୍ଷ ଧରି ମାମଲା ଚାଲିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। […]

କଟକ : ଢେଙ୍କାନାଳ ଗୁଣ୍ଡିଚାପଡ଼ାସ୍ଥିତ ଓଡ଼ିଶା ଏୟାରପ୍ରଡକ୍ଟ ଲିମିଟେଡରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀଙ୍କୁ ଚାକିରିରୁ ବେଆଇନ ଭାବେ ବହିଷ୍କାର ହୋଇଥିଲେ ମଧ୍ୟ ଦୀର୍ଘ ୨୭ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି। ଆବେଦନକାରୀ ଦିବାକର ସାହୁଙ୍କୁ କମ୍ପାନୀ ୧୯୯୫ରୁ ଚାକିରିରୁ ବିଦା କରିଥିଲେ ମଧ୍ୟ କୌଣସି କ୍ଷତିପୂରଣ ରାଶି ପ୍ରଦାନ କରି ନଥିଲା। ଆବେଦନକାରୀ ମଧ୍ୟ ଶ୍ରମ ଅଦାଲତରୁ ନିରାଶ ହୋଇଥିଲେ। ଶ୍ରମ ଅଦାଲତରେ ୧୫ବର୍ଷ ଧରି ମାମଲା ଚାଲିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ବି ୧୦ବର୍ଷ ପରେ ରାୟ ପ୍ରକାଶ ପାଇଛି। ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ବେଆଇନ ଭାବେ ଚାକିରିରୁ ବିଦା କରାଯାଇଥିବାରୁ ଆସନ୍ତା ୮ଦିନ ମଧ୍ୟରେ ୩ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ମିଳୁନି ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିିପ୍‌; ଅଭିଯୋଗ ପରେ ମଧ୍ୟ ବୃତ୍ତିରାଶି ପ୍ରଦାନରେ ବିଳମ୍ବ

ଏଥିସହ ଭୁବନେଶ୍ୱର ଶ୍ରମ ଅଦାଲତଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ପ୍ରକାଶ ଯେ ଉପରୋକ୍ତ କମ୍ପାନୀରେ ଦିବାକର ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ତେବେ ୧୯୯୫ ଜାନୁଆରୀ୨୧ରେ ତାଙ୍କୁ କମ୍ପାନୀ ମ୍ୟାନେଜମେଣ୍ଟ ଚାକିରିରୁ ବହିଷ୍କାର କରିଥିଲେ। ସେ ଶ୍ରମ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରମ ଅଦାଲତରେ ୧୫ବର୍ଷ ଧରି ମାମଲା ପଡ଼ିରହିବା ପରେ କମ୍ପାନୀର ନିଷ୍ପତ୍ତି ଆଇନଗତ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଥିଲେ। ଏହା ପରେ ୨୦୧୨ନଭେମ୍ବରରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ଆବେଦନକାରୀ ଯେହେତୁ ୭୦ବର୍ଷ ବୟସରେ ପଦାର୍ପଣ କରିସାରିଛନ୍ତି ଓ ସମ୍ପୃକ୍ତ କମ୍ପାନୀର ଢେଙ୍କାନାଳ ୟୁନିଟ ବନ୍ଦ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଅଦାଲତ ଉପରୋକ୍ତ କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ, ଠକ ବାପା-ପୁଅଙ୍କୁ ବାନ୍ଧିଲା ଅସଲି ପୋଲିସ

07 Jul 2022 By The Sakala

୨୭ବର୍ଷ ପରେ ମିଳିଲା ନ୍ୟାୟ, ବହିଷ୍କୃତ କର୍ମଚାରୀଙ୍କୁ ୩ ଲକ୍ଷ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ଢେଙ୍କାନାଳ ଗୁଣ୍ଡିଚାପଡ଼ାସ୍ଥିତ ଓଡ଼ିଶା ଏୟାରପ୍ରଡକ୍ଟ ଲିମିଟେଡରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀଙ୍କୁ ଚାକିରିରୁ ବେଆଇନ ଭାବେ ବହିଷ୍କାର ହୋଇଥିଲେ ମଧ୍ୟ ଦୀର୍ଘ ୨୭ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି। ଆବେଦନକାରୀ ଦିବାକର ସାହୁଙ୍କୁ କମ୍ପାନୀ ୧୯୯୫ରୁ ଚାକିରିରୁ ବିଦା କରିଥିଲେ ମଧ୍ୟ କୌଣସି କ୍ଷତିପୂରଣ ରାଶି ପ୍ରଦାନ କରି ନଥିଲା। ଆବେଦନକାରୀ ମଧ୍ୟ ଶ୍ରମ ଅଦାଲତରୁ ନିରାଶ ହୋଇଥିଲେ। ଶ୍ରମ ଅଦାଲତରେ ୧୫ବର୍ଷ ଧରି ମାମଲା ଚାଲିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ବି ୧୦ବର୍ଷ ପରେ ରାୟ ପ୍ରକାଶ ପାଇଛି। ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ବେଆଇନ ଭାବେ ଚାକିରିରୁ ବିଦା କରାଯାଇଥିବାରୁ ଆସନ୍ତା ୮ଦିନ ମଧ୍ୟରେ ୩ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଭୁବନେଶ୍ୱର ଶ୍ରମ ଅଦାଲତଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ପ୍ରକାଶ ଯେ ଉପରୋକ୍ତ କମ୍ପାନୀରେ ଦିବାକର ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ତେବେ ୧୯୯୫ ଜାନୁଆରୀ୨୧ରେ ତାଙ୍କୁ କମ୍ପାନୀ ମ୍ୟାନେଜମେଣ୍ଟ ଚାକିରିରୁ ବହିଷ୍କାର କରିଥିଲେ। ସେ ଶ୍ରମ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରମ ଅଦାଲତରେ ୧୫ବର୍ଷ ଧରି ମାମଲା ପଡ଼ିରହିବା ପରେ କମ୍ପାନୀର ନିଷ୍ପତ୍ତି ଆଇନଗତ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଥିଲେ। ଏହା ପରେ ୨୦୧୨ନଭେମ୍ବରରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ଆବେଦନକାରୀ ଯେହେତୁ ୭୦ବର୍ଷ ବୟସରେ ପଦାର୍ପଣ କରିସାରିଛନ୍ତି ଓ ସମ୍ପୃକ୍ତ କମ୍ପାନୀର ଢେଙ୍କାନାଳ ୟୁନିଟ ବନ୍ଦ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଅଦାଲତ ଉପରୋକ୍ତ କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର