'ଡିଜିଟାଲ ଆରେଷ୍ଟ' ନାଁରେ ଠକେଇ: ଓଡ଼ିଶା ପୋଲିସର ପରାମର୍ଶ- ଅଟକନ୍ତୁ, ଚିନ୍ତା କରନ୍ତୁ ଆଉ କଲ୍ କାଟି ଦିଅନ୍ତୁ

Tapas Ranjan Nanda Picture
Published On

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଠକେଇର ନୂଆ ନୂଆ ତରିକା ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ 'ଡିଜିଟାଲ ଆରେଷ୍ଟ' (Digital Arrest) ନାଁରେ ଲୋକଙ୍କୁ ଭୟଭୀତ କରାଇ ଲୁଟ୍ କରାଯାଉଥିବା ଘଟଣା ବୃଦ୍ଧି ପାଇଛି। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ ଜରିଆରେ ପୋଲିସ ସ୍ପଷ୍ଟ କରିଛି ଯେ, ଭାରତୀୟ ଆଇନରେ 'ଡିଜିଟାଲ ଆରେଷ୍ଟ' ବୋଲି କୌଣସି ଶବ୍ଦ ନାହିଁ।

ଆହୁରି ପଢ଼ନ୍ତୁ: ବିରିୟାନୀ ରେଷ୍ଟୁରାଣ୍ଟରୁ ଖୋଲିଲା ୭୦ ହଜାର କୋଟିର ଟିକସ ଚୋରୀ ଗୁମର: ସଫ୍ଟୱେୟାର ଜରିଆରେ ହେଉଥିଲା ମହାଠକେଇ

 
ଅଟକନ୍ତୁ, ଚିନ୍ତା କରନ୍ତୁ ଏବଂ କଲ୍ କାଟି ଦିଅନ୍ତୁ

ଓଡ଼ିଶା ପୋଲିସ ଏହି ଠକେଇରୁ ବର୍ତ୍ତିବା ପାଇଁ ଏକ ସ୍ଲୋଗାନ ଦେଇଛି - "ଅଟକନ୍ତୁ, ଚିନ୍ତା କରନ୍ତୁ ଏବଂ କଲ୍ କାଟି ଦିଅନ୍ତୁ"। ଯଦି କୌଣସି ଅଜଣା ନମ୍ବରରୁ ଭିଡିଓ କଲ୍ କରି କେହି ନିଜକୁ ପୋଲିସ, ସିବିଆଇ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଆପଣଙ୍କୁ ଗିରଫ କରିବାର ଧମକ ଦେଉଥାନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। କାରଣ ପୋଲିସ କେବେବି ଭିଡିଓ କଲ୍ ମାଧ୍ୟମରେ କାହାକୁ ଜେରା କିମ୍ବା ଗିରଫ କରେନାହିଁ।

କଷ୍ଟ ଅର୍ଜିତ ଧନ ସୁରକ୍ଷିତ ରଖନ୍ତୁ

ସାଇବର ଲୁଟେରାମାନେ ସାଧାରଣ ଲୋକଙ୍କ ମନରେ ଆଇନର ଭୟ ସୃଷ୍ଟି କରି ଟଙ୍କା ଲୁଟି ନେଉଛନ୍ତି। ତେଣୁ ଏଭଳି ଫୋନ୍ କଲ୍ ଆସିଲେ ତୁରନ୍ତ ସଂଯୋଗ ବିଚ୍ଛିନ୍ନ କରନ୍ତୁ। ନିଜର ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର କରନ୍ତୁ ନାହିଁ ଏବଂ ନିଜ କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ରଖନ୍ତୁ। ଯଦି ଆପଣ ଏଭଳି କୌଣସି ଠକେଇର ଶିକାର ହେଉଛନ୍ତି, ତେବେ ତୁରନ୍ତ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରେ ଅଭିଯୋଗ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp