ରାଜକନିକାରେ ବେଲଗାମ୍‌ ଝାଡ଼ାବାନ୍ତି : ମେଡିକାଲରେ ବେଡ୍‌ ନାହିଁ, ଆକ୍ରାନ୍ତଙ୍କୁ ତଳେ ଶୁଆଇ ଚିକିତ୍ସା

The Sakala Picture
Published On

ରାଜକନିକା : ଯାହା ଅନୁମାନ କରାଯାଉଥିଲା, ଶେଷରେ ସେୟା ହିଁ ହେଲା। ରାଜକନିକା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ନା ରହିଲା ଆଗୁଆ ସତର୍କତା, ନା ଆକ୍ରାନ୍ତ ପାଉଛନ୍ତି ସଠିକ୍‌ ଚିକିତ୍ସା ସେବା। ରାଜ୍ୟରେ ସୃଷ୍ଟି ହୋଇଥିବା ଡାଇରିଆ ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଚେତାବନୀ ପରେ ବି ରାଜକନିକାରେ ଏହାର କୌଣସି ସତର୍କତାକୁ ଆଦୌ ଗୁରୁତ୍ୱ ଦିଆଯାଉ ନଥିବାରୁ ଗତକାଲି ୨୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ପହଞ୍ଚିଛି […]

ରାଜକନିକା : ଯାହା ଅନୁମାନ କରାଯାଉଥିଲା, ଶେଷରେ ସେୟା ହିଁ ହେଲା। ରାଜକନିକା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ନା ରହିଲା ଆଗୁଆ ସତର୍କତା, ନା ଆକ୍ରାନ୍ତ ପାଉଛନ୍ତି ସଠିକ୍‌ ଚିକିତ୍ସା ସେବା। ରାଜ୍ୟରେ ସୃଷ୍ଟି ହୋଇଥିବା ଡାଇରିଆ ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଚେତାବନୀ ପରେ ବି ରାଜକନିକାରେ ଏହାର କୌଣସି ସତର୍କତାକୁ ଆଦୌ ଗୁରୁତ୍ୱ ଦିଆଯାଉ ନଥିବାରୁ ଗତକାଲି ୨୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ପହଞ୍ଚିଛି ଥିବା ବେଳେ ଆଜି ବି ଆକ୍ରାନ୍ତ ମେଡିକାଲକୁ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ, ସ୍କାନରରେ ରାଜଧାନୀର ବାର ଓ ପବ୍

ସେପଟେ  ଏକାବେଳକେ ଏତେସଂଖ୍ୟକ ରୋଗୀ ଭର୍ତ୍ତି ହେବାରୁ ଶଯ୍ୟା ଅଭାବ ପଡ଼ିଛି। ଫଳରେ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ବେପରୁଆ ମନୋଭାବରୁ ଗତ ୨୦ ତାରିଖ ଦିନ ଓଳାଭର ଅଞ୍ଚଳର ଗୋବିନ୍ଦପୁର ଗ୍ରାମର ଭାନୁମତୀ ସାହୁଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା କଥାକୁ ସ୍ୱାସ୍ଥ୍ୟ ବିଭାଗ ଶ୍ବାସଜନିତ ମୃତ୍ୟୁ କହି ଟାଳିଦେବା ପରେ ଗତକାଲିଠୁ ସ୍ଥିତି ବିଗିଡ଼ିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ୧୯ ନୂଆ ପଶୁପକ୍ଷୀ

ସୋମବାର ରାଜକନିକା ବ୍ଲକ୍‌ର ବିଭିନ୍ନ ଗାଁରୁ ୨୦ରୁ ଅଧିକ ଝାଡ଼ାବାନ୍ତି ରୋଗୀ ମେଡିକାଲରେ ପହଞ୍ଚିବା ପରେ ବି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଘଟଣାକୁ ହାଲୁକା ଭାବେ ନେଇଛି। ଏ ସମ୍ପର୍କରେ ମେଡିକାଲ ଅଫିସରଙ୍କୁ ପଚାରିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନାହିଁ। ତେବେ ରାଜକନିକା ମେଡିକାଲରେ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବା ପରେ ବି ଶଯ୍ୟା ସଂଖ୍ୟା ୧୬ରେ ସୀମିତ ରହିଛି। ୧୬ ଶଯ୍ୟା ବିଶିଷ୍ଟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଟି ଶଯ୍ୟା ପ୍ରସୂତିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବଳକା ୯ ଶଯ୍ୟାକୁ ସାଧାରଣ ଶଯ୍ୟା ଭାବେ ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ବିଏମସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି...

ରାଜ୍ୟରେ ବର୍ତ୍ତମାନ ଡାଇରିଆର ପ୍ରାଦୁର୍ଭାବ ବଢ଼ୁଥିବା ବେଳେ ଏହି ପ୍ରତିକୂଳ ପରିସ୍ଥିତିରେ ରାଜକନିକା ବ୍ଲକ୍‌ ମୁଖ୍ୟାଳୟ ଚିକିତ୍ସା କେନ୍ଦ୍ରରେ ରୋଗୀ ଶଯ୍ୟା ବିନା ତଳେ ପଡ଼ି ରହିବା ଆମ ବିକଶିତ ସ୍ୱାସ୍ଥ୍ୟସେବାକୁ ପ୍ରମାଣ କରୁଛି। ଏଠାରେ ସବୁ ସମୟରେ ଡାକ୍ତର ରହୁ ନଥିବା ବେଳେ କର୍ମଚାରୀଙ୍କ ମଧ୍ୟରେ ରହୁନି ସେବା ମନୋଭାବ। ଏମିତି ସ୍ଥିତିରେ କେବଳ କାଗଜକଲମରେ ଚାଲୁଥିବା ସ୍ୱାସ୍ଥ୍ୟ ସେବାକୁ ତାଚ୍ଛଲ୍ୟ କରିଛନ୍ତି ନୂଆଗାଁ ରୋଗୀଙ୍କ ସମ୍ପର୍କୀୟ ଚମ୍ପା ମଲିକ। ବ୍ଲକ୍‌ ମୁଖ୍ୟାଳୟର ଏଭଳି ଅବସ୍ଥା ଥିବା ବେଳେ ଗ୍ରାମାଞ୍ଚଳରେ ଥିବା ଓଳାଭର, କଣ୍ଡିଆ, କୋଇଲିପୁର ଓ କାଟଣା ପିଏଚସି କଥା ପଚାରେ କିଏ? ବଦଳିଆ ଡାକ୍ତର ଓ କର୍ମଚାରୀରେ ଦଶନ୍ଧି ଧରି ଚାଲିଆସୁଥିବା ଏଭଳି ସମସ୍ୟାର ସୁଧାର ଆଣି ଡାଇରିଆ ସ୍ଥିତିରେ ଅଧିକ ସମ୍ୱେଦନ ହେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସିଡିଏମଓ ଓ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହୋଇଛି।

Join Us @ WhatsApp

About The Author

Google News
Join Us @ WhatsApp