କନ୍ଧମାଳ - The Sakala

କନ୍ଧମାଳରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ୪୨ ବର୍ଷୀୟ ଡକିଲା ମଲ୍ଲିକ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଜପ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଗାଟିଙ୍ଗିଆ ଗାଁର ଜପ ମଲ୍ଲିକ (୪୫) ଏବଂ ଡକିଲା ମଲ୍ଲିକଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ସାମାନ୍ୟ କଥା କଟାକଟି ହୋଇଥିଲା। ଏଥିରେ ଜପ ହଠାତ୍ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆ ସାହାଯ୍ୟରେ ଡକିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ଡକିଲା ଗୁରୁତର ଆହତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଡକିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅଭିଯୋଗ ପାଇ ବାଲିଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜପ ମଲ୍ଲିକଙ୍କୁ ପୁଲିସ ଥାନାରେ ଅଟକ ରଖିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଅମୃତଭଣ୍ଡା ତୋଳିବା ହେଲା କାଳ, ଚାଲିଗଲା ଜଣେ ମହିଳାଙ୍କ ଜୀବନ...
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି।  ଅମୃତଭଣ୍ଡା ତୋଳିବା ଜଣେ ମହିଳାଙ୍କ ପାଇଁ କାଳ ପାଲଟିଛି। ଗଛରୁ ଅମୃତଭଣ୍ଡା ଖସି ମହିଳାଙ୍କ ମୁଣ୍ଡ ଓ ଛାତିରେ ମାଡ଼ ହେବାରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରକଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳୁଥିଲେ। ଏହି ସମୟରେ ହଠାତ୍ ଗଛରୁ ଏକ ବଡ଼ ଅମୃତଭଣ୍ଡା ଖସି ସିଧା ତାଙ୍କ ମୁଣ୍ଡ ଏବଂ ଛାତି ଉପରେ ପଡିଥିଲା। ଆଘାତ ଏତେ ଶକ୍ତ ଥିଲା ଯେ, ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Kashmir Of Odisha; ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ: ୭ ଡ଼ିଗ୍ରୀରେ ଥରୁଛି ‘ଓଡ଼ିଶାର କାଶ୍ମୀର’, ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ
ଦାରିଙ୍ଗବାଡି: ରାଜ୍ୟରେ ଶୀତର ପ୍ରକୋପ ବଢିଥିବା ବେଳେ ‘ଓଡ଼ିଶାର କାଶ୍ମୀର’ କୁହାଯାଉଥିବା ଦାରିଙ୍ଗବାଡି ଠାରେ ଆଜି ଚଳିତ ବର୍ଷର ପ୍ରଥମ ତୁଷାରପାତ (Snowfall) ଦେଖିବାକୁ ମିଳିଛି। ତୁଷାରପାତ ସହ ହାଡ଼ଭଙ୍ଗା ଜାଡ ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି।

​ଜନଜୀବନ ଉପରେ ପ୍ରଭାବ

​ତୁଷାରପାତ ଯୋଗୁଁ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସ୍ଥିତି ଏପରି ହୋଇଛି ଯେ, ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ହାତ ଗୋଡ କାଲୁଆ ପଡ଼ିଯାଉଥିବାରୁ ଲୋକେ ଦିନ ତମାମ ଶୀତ ବସ୍ତ୍ର ପିନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି।

​ଶ୍ରମିକ ଓ ଗରିବଙ୍କ ଦୁର୍ଦ୍ଦଶା: ପ୍ରବଳ ଶୀତ ଯୋଗୁଁ ଶ୍ରମିକ ଶ୍ରେଣୀର ଲୋକେ କାମଧନ୍ଦାକୁ ଯାଇପାରୁନାହାଁନ୍ତି। ଅନ୍ୟପଟେ କମ୍ବଳ ଅଭାବରୁ ଗରିବ ଲୋକେ ଶୀତରେ କଲବଲ ହେଉଛନ୍ତି।

​ନିଆଁର ସାହାରା: ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁବାର ଦୃଶ୍ୟ ଦେଖିବାକୁ ମିଳୁଛି। ସନ୍ଧ୍ୟା ହେଲେ ବଜାର ଘାଟ ଜନଶୂନ୍ୟ ହୋଇଯାଉଛି।

​ପର୍ଯ୍ୟଟକଙ୍କ ଭିଡ଼ ଓ ଉତ୍ସାହ

ସ୍ଥାନୀୟ ଲୋକେ ଶୀତରେ କଲବଲ ହେଉଥିବା ବେଳେ ପର୍ଯ୍ୟଟକମାନେ କିନ୍ତୁ ଏହାର ଭରପୂର ମଜା ନେଉଛନ୍ତି। ଆଜି ସକାଳୁ ଦାରିଙ୍ଗବାଡ଼ି ସ୍ଥିତ ଡ଼ଃ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖ ପାଣି ଟାଙ୍କି ନିକଟରେ ଏବଂ ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ ହୋଇଥିବା ଦେଖାଯାଇଛି। ପର୍ଯ୍ୟଟକମାନେ ସକାଳୁ ବିଭିନ୍ନ ସ୍ଥାନ ବୁଲି ପ୍ରଥମ ତୁଷାରପାତର ମଜା ଉଠାଇଛନ୍ତି।

​ତାପମାତ୍ରାକୁ ନେଇ ଦ୍ୱନ୍ଦ୍ୱ

ବ୍ଲକ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିଅସ ରହିଛି।

​ମଙ୍ଗଳବାର: ୭.୫ ଡ଼ିଗ୍ରୀ

​ବୁଧବାର: ୯ ଡ଼ିଗ୍ରୀ

​ଗୁରୁବାର (ଆଜି): ୭ ଡ଼ିଗ୍ରୀ

​ତେବେ ୭ ଡିଗ୍ରୀ ତାପମାତ୍ରାରେ କିଭଳି ତୁଷାରପାତ ସମ୍ଭବ ହେଲା, ସେନେଇ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି। ତଥାପି ଚଳିତ ବର୍ଷର ପ୍ରଥମ ତୁଷାରପାତକୁ ଦେଖି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।

ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ
ଫୁଲବାଣୀ : ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୯ ମାସ ଜେଲ ଭୋଗିବାକୁ ରାୟରେ ଉଳ୍ଲେଖ କରିଛନ୍ତି।

ଅଭିଯୁକ୍ତ ଜଣକ ହେଲେ କ. ନୂଆଗାଁ ଥାନା ଅଂଚଳର ସହଦେଵ ମଲ୍ଲିକ। ୨୦୨୪ ମସିହା ଜାନୁଆରୀ ୪ ତାରିଖରେ ନାବାଳିକା (୧୪) ଜଣକ ଘରେ ଥିଲେ। ରାତିରେ ନାବାଳିକାଙ୍କ ଅଭିଭାବକ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସହଦେଵ ନାବାଳିକାଙ୍କ ଘରକୁ ଅନଧିକାର ପ୍ରବେଶ କରି ତାଙ୍କୁ ବଳାତ୍କାର କରିଥିଲେ। ପରିବାର ଲୋକେ ଆସିବାରୁ ନାବାଳିକା ଘଟଣା ବିଷୟରେ କହିଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ୯ ତାରିଖରେ ଅଭିଯୋଗ କରା ଯାଇଥିଲା। ପୋଲିସ ୯/୨୪ରେ ମାମଲା ରୁଜୁ କରି ସହଦେଵଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାରପତି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଏବଂ ମେଡିକାଲ ରିପୋର୍ଟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ
ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ କମୁଡ଼ିଥିଲା। ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ହେଲେ ଗୋଛାପଡ଼ା ଥାନା ଅନ୍ତର୍ଗତ ନିମା ବିନ୍ଧାଣି (୩୫) । ସେ ମଧ୍ୟ ଘରେ ଶୋଇଥିବାବେଳେ ସାପ କମୁଡ଼ିଥିଲା। ତାଙ୍କୁ ପ୍ରଥମେ ଗୋଛପଡ଼ା ମେଡ଼ିକାଲ ନିଆଯାଇଥିଲା। ସେଠାରେ ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟତ୍ରୀ…
ବାଲିଗୁଡ଼ା: ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ। ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଜାଣିବାକୁ ପାଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା: ପୂର୍ବତନ ପିଇଓ ଅକ୍ରୂର ମାଝୀ ଗିରଫ
ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ ଅକ୍ରୁର ମାଝୀ। ତାଙ୍କୁ ଭିଜିଲାନ୍ସ ଏସମ୍ପର୍କରେ ଅଧିକା ପଚରାଉଚରା କରୁଥିବା ଜଣାପଡିଛି।

ପ୍ରକାଶ ଯେ, ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ସେ ଉକ୍ତ ବ୍ଲକର ୨ଟି ଅର୍ଥାତ ଝିଞ୍ଜିରୀଗୁଡା ଏବଂ ସରାମୁଳି ଦାୟିତ୍ୱରେ ଥିବା ସମୟରେ ପାଞ୍ଚଦସ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଏବଂ ପଞ୍ଚାମ ରାଜ୍ୟ ଅର୍ଥ କମିଶନ ଅନୁଦାନ ପ୍ରାୟ ୫୩ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରୁ ସିଧା ବ୍ୟାଙ୍କ ଚେକ ମାଧ୍ୟମରେ ଉଠାଣ କରି ଆତ୍ମସାତ କରିଥିବା ସ୍ଥାନୀୟ ପ୍ରଶାସନ ଗତ ନଭେମ୍ବରରେ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲା। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଭିଜିଲାନ୍ସର ସହଯୋଗ ଲୋଡ଼ିଥିଲା। ଭିଜିଲାନ୍ସ ସେହିଦିନଠାରୁ ତଦନ୍ତ କରିବା ସହ ଘଟଣାର ସତ୍ୟାସତ୍ୟ ପାଇ ଅକ୍ରୁରଙ୍କୁ ଗିରଫ କରାଯାଇଛି। ବ୍ଲକ ପ୍ରଶାସନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ଅନୁଦାନକୁ ଯେଉଁ ସବୁ ପ୍ରକଳ୍ପରେ ଖର୍ଚ୍ଚ କରାଯିବ, ସେଠି ଅନଲାଇନ ମାଧ୍ୟମରେ ପୈଠ କରାଯିବା ନିୟମ ରହିଛି। କିନ୍ତୁ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମକୁ ପାଳନ ନ କରି ଚେକରେ ଟଙ୍କା ଉଠାଣ କରୁଥିବା ପ୍ରଶାସନ ଜାଣି ତାଙ୍କୁ ନଭେମ୍ବରରୁ ପ୍ରଥମେ ପଞ୍ଚାୟତ ଦାୟିତ୍ୱରୁ ଅପସାରଣ କରି ବ୍ଲକ ହେଡକ୍ୱାଟରରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଅର୍ଥ ଆତ୍ମସାତ ଘଟଣାରେ ପଞ୍ଚାୟତର ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେ ନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

ଏସିଡ ଫିଙ୍ଗା ମାମଲା : ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
ଫୁଲବାଣୀ : ଶୁକ୍ରବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ପ୍ରିତିଶ କୁମାର ରାଉତରାଇ ଏକ ଏସିଡ ଫିଙ୍ଗା ମାମଲାରେ ଆସାମୀ ପ୍ରମୋଦ କୁମାର ସାହୁଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀ ବୟାନକୁ ଭିତ୍ତି କରି ଅଦାଲତ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲ୍‌ରେ ରହିବାକୁ ପଡିବ ବୋଲି ରାୟରେ ଉଳ୍ଲେଖ ରହିଛି। ସରକାରକ ପକ୍ଷରୁ ଓକିଲ ଶିବ ପ୍ରସାଦ ତ୍ରିପାଠୀ ଏହି ମାମଲାର ପରିଚାଳନା କରିଥିଲେ।

ଘଟଣାରୁ ପ୍ରକାଶ ଯେ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଅପରାହ୍ନ ୧.୩୦ ସମୟରେ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତି , ଫୁଲବାଣୀ ଶଶୀ ପାନ ଦୋକାନ ଛକଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା , ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣାସ୍ଥଳକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା । ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲକୁ ନେଇଥିଲେ । ଆସାମୀକୁ ସେଠାରେ ଥିବା ଲୋକ କାବୁ କରି ପୁଲିସର ଜିମା ଦେଇଥିଲେ।

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଫୁଲବାଣୀ: ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ଅନନ୍ତ କୁଦେଇ ( ୩୧)। ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୁଲିସ। ଏ ନେଇ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ୧୬  ତାରିଖ ବୁଧବାର ସନ୍ଧ୍ୟା ସମୟରେ ଅନନ୍ତ ଶିଶୁଟିର ଘରକୁ ଯାଇ ବିସ୍କୁଟ ଖାଇବୁ କାହି ଦୋକାନକୁ ନେବା ଆଳରେ ନିକଟସ୍ଥ ଘାଟିକୁ ନେଇ ଜୋର ଜବରଦସ୍ତ ଶିଶୁକୁ ଦୁଷ୍କର୍ମ କରିଥିବା ଶିଶୁର ମାଆ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତ ଚିରଞ୍ଜିବି ବେହେରାକୁ ଧରି ଥାନାରେ ପଚାର ଉଚରା କରି ଆଜି କୋର୍ଟ ଚାଲାଣ କରିଛନ୍ତି।

ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ
କନ୍ଧମାଳ (ସଞ୍ଜୟ ପାତ୍ର): ବିଭିନ୍ନ ପାରମ୍ପରିକ ଶିଳ୍ପକଳା ମଧ୍ୟରେ ଅନ୍ୟତମ ଡୋକ୍ରା କାରିଗରୀ। ଆମ ରାଜ୍ୟର ଅନେକ ସ୍ଥାନରେ ଡୋକ୍ରା କାରିଗରୀ ଚାଲିଥିଲେ ବି କନ୍ଧମାଳ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଆଦିବାସୀଙ୍କର ପୁରାତନ ଏବଂ ପାରମ୍ପରିକ କଳାଭାବେ ବଂଶାନୁକ୍ରମିକ ଭାବରେ ଚାଲି ଆସିଛି ଡୋକ୍ରା କାରିଗରୀ। ପୂର୍ବରୁ ବାହାଘର ସମୟରେ ଝିଅମାନେ ଡୋକ୍ରା ମୂର୍ତ୍ତିକୁ ଉପହାର ସ୍ୱରୂପ ଶାଶୂ ଘରକୁ ସାଙ୍ଗରେ ନେଇ ଯାଉଥିଲେ। ଡୋକ୍ରା କାରିଗରୀ ଅଞ୍ଚଳର ଜନଜାତିଙ୍କ ପେଷା ଭାବରେ ମଧ୍ୟ ଚଳି ଆସିଛି। ମହମ, ରୁପା, ତମ୍ୱା, ପିତ୍ତଳ ଓ କଂସାକୁ ନିଆଁରେ ପୋଡ଼ି ସ୍ୱତନ୍ତ୍ର ଛାଞ୍ଚରେ ଢାଳି ଡୋକ୍ରା କାରିଗରମାନେ ତାକୁ ମୂର୍ତ୍ତିର ରୂପ ଦିଅନ୍ତି। ମୁଖ୍ୟତଃ ହାତୀ, ମାଛ, ଘୋଡା, ମସରା, କଳସ, ପାଉଁଜି, ଖଡୁ, ଦୀପାଳି ଇତ୍ୟାଦି ସାମଗ୍ରୀ ଓ ଗଢନ୍ତି ଡୋକ୍ରା କାରୀଗର। ଏଥି ସହିତ ଆଦିବାସୀ ମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଅନେକ ସାମଗ୍ରୀ ମଧ୍ୟ ଏଥିରେ ସାମିଲ ଥାଏ। ଏବେ ମୁଖ୍ୟତଃ ସ୍ଥାନୀୟ ବଜାରରୁ ସଂଗୃହୀତ ବ୍ୟବହୃତ ପିତ୍ତଳରେ ନିର୍ମିତ ହେଉଛି ଡୋକ୍ରା ମୂର୍ତ୍ତି। ତେବେ ମୂର୍ତ୍ତିମାନଙ୍କ ଆକୃତି ହିଁ ଏହାର ବିଶେଷତ୍ୱ, ଯାହାକି ଆଦିବାସୀ ଜୀବନଶୈଳୀ ଓ ପ୍ରକୃତି ଉପରେ ପର୍ଯ୍ୟବେଶିତ।

ଧୀରେ ଧୀରେ ଏହି ଶିଳ୍ପ ଆଞ୍ଚଳିକ ସୀମା ଡେଇଁ ଆନ୍ତର୍ଜାତିକସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏକଦା ଡୋକ୍ରା କାରିଗରୀର ଚାହିଦା କମିବାକୁ ଲାଗିଥିବା ବେଳେ ୧୯୯୫ ମସିହାରେ ତକ୍ରାଳୀନ ଖଦୀ ବୋର୍ଡ ଜିଲ୍ଲା ସଭାପତି ଉମାକାନ୍ତ ଦିଗାଲ ଏହକୁ ପୁର୍ନଜୀବିତ କରି ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଓଡିଶା ସରକାରଙ୍କ ଟ୍ରାଇଜେମ ବିଭାଗ ଦ୍ୱାରା ଗ୍ରାମାଂଚଳ ଯୁବକଯୁବତୀମାନଙ୍କୁ ଆତ୍ମ ନିଯୁକ୍ତି ଯୋଜନାରେ ଡୋକ୍ରାକୁ ସାମିଲ କରାଯାଇଥିଲା। ଏହାପରେ ପୁଣି ବାରଖମା ଠାରେ ଆରମ୍ଭ ହୋଇଥିଲା ହଜି ଯାଉଥିବା ଡୋକ୍ରା କାରିଗରୀ। ବାଲିଗୁଡାର ମା’ପାଟଖଣ୍ଡା ଗ୍ରାମ୍ୟ ଉଦ୍ୟୋଗ ବାଣିଜ୍ୟିକ ସମବାୟ ସମିତି ସହ ଟ୍ରାଇଜମ୍‌କୁ ଜଡିତ କରାଗଲା।

ବାଲିଗୁଡା ବିଡିଓ, ଖଦୀ ବୋର୍ଡର ଜିଲ୍ଲା ସଭାପତି ଉମାକାନ୍ତ ଦିଗାଳ, ସମାଜସେବୀ କେଶବ ପ୍ରଧାନ ଏବଂ ଆଇପିଓ ଏହି କମିଟିରେ ରହିଲେ। କମିଟି ଦ୍ୱାରା ଡୋକ୍ରା କାରିଗରୀ ଆଗକୁ ନେବାକୁ ଓ ଲୋକଲୋଚନକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଡୋକ୍ରା କାରିଗରୀ ବିଷୟରେ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଭାନୁ ନାୟକ ଓ ଗଜାଧର ନାୟକଙ୍କ ନିଯୁକ୍ତି କରାଯାଇଥିଲା।ଏହା ପରେ ଡୋକ୍ରା କାରିଗରୀ ପୁଣି ଧିରେ ଧିରେ ମୁଣ୍ଡ ଟେକିବାରେ ଲାଗିଥିଲା। ସଫଳ ପ୍ରୟାସ ଫଳରେ ଡୋକ୍ରାର ଚାହିଦା ଏବେ ଜିଲ୍ଲା ତଥା ରାଜ୍ୟ, ଏପରିକି ଦେଶ ବାହାରେ ମଧ୍ୟ ବଢିବାରେ ଲାଗିଛି। ବାରଖମାରେ ପୂର୍ବରୁ ମାତ୍ର ୩୦ଟି ପରିବାର ଏହି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆଜି ୭୦ରୁ ଅଧିକ ପରିବାର ସମ୍ପୃକ୍ତ ଅଛନ୍ତି। ଏହା ବ୍ୟତୀତ ଟିକାବାଲି ନିକଟ ବେହେରା ଗାଁ ଓ ତୁମୁଡିବନ୍ଧ ବ୍ଲକ୍‌ କୁର୍ତ୍ତମଗଡର କିଛି ପରିବାର ମଧ୍ୟ କାରିଗରୀକୁ ଆପଣାଇ ନେଇଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ଦ୍ୱାରା କାରିଗରଙ୍କୁ ତାଲିମ ଦେବା ସହ ଏହାର ବଜାର ସୃଷ୍ଟି ଓ ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆ ଯାଇଥିବା କହନ୍ତି ଅନୁଷ୍ଠାନର ମୁଖ୍ୟ ପଞ୍ଚାନନ ମିଶ୍ର। ବିଭିନ୍ନ ସରକାରୀ ସଂସ୍ଥା ଓ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ତେବେ ଏହି ଶିଳ୍ପ ପାଇଁ ଆଜି ବି ବଜାର ସମସ୍ୟା ରହିଛି। କେବଳ ବିଭିନ୍ନ ମେଳା ମହୋତ୍ସବ ଭଳି କାର୍ଯ୍ୟକ୍ରମରେ ଯାଇ ନିଜ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରୁଛନ୍ତି କାରୀଗର। କୌଣସି ସ୍ଥାୟୀ ଦୋକାନର ବ୍ୟବସ୍ଥା ନାହିଁ। ଜଗନ୍ନାଥ ନାୟକ,ରାଜେନ୍ଦ୍ର ନାୟକଙ୍କ ଭଳି ଅନେକ କାରିଗର ରାଜ୍ୟ ଓ ଜାତୀୟ ସ୍ତରରେ ବି ସମ୍ମାନିତ ହୋଇଛନ୍ତି। କିନ୍ତୁ ଏଥିରେ ନିୟୋଜିତ ପରିବାରମାନଙ୍କୁ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଘର ଏବଂ ଅନ୍ୟାନ୍ୟ ସହାୟତା ମିଳି ନ ଥିବା କରୀଗରମାନେ ଅଭିଯୋଗ କରୁଛନ୍ତି। ଗତ ୨୦୦୬ ମସିହାରେ ଡିଆରଡିଏ ସଂସ୍ଥା ଦ୍ୱାରା ୭ଲକ୍ଷ ବ୍ୟୟରେ ଡୋକ୍ରା କାର୍ଯ୍ୟ ନିମନ୍ତେ ଏକ ଗୃହ ବାରଖମା ଠାରେ ନିର୍ମାଣ କରାଯାଇଥିଲା। ତେବେ ବାଲିଗୁଡା କିମ୍ୱା ଅନ୍ୟ କୌଣସି ପ୍ରମୁଖ ସ୍ଥାନରେ ଗୃହ ନିର୍ମାଣ କରି କାରୀଗରଙ୍କୁ ପ୍ରୋତ୍ସାହନ ଦିଆଗଲେ ଡୋକ୍ରା ଶିଳ୍ପ ଅଧିକ ଲୋକଲୋଚନକୁ ଆସି ପାରନ୍ତା ବୋଲି କହନ୍ତି ବରି କାରୀଗର ଭାନୁ ନାୟକ। କନ୍ଧମାଳର ଡୋକ୍ରାର କାରୁକାର୍ଯ୍ୟ ସର୍ବଭାରତୀୟସ୍ତରରେ ମାନ୍ୟତା ପାଇ ଦିଲ୍ଲୀ ମ୍ୟୁଜିୟମରେ ସ୍ଥାନ ପାଇବା ସହ ସାରା ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ମହୋତ୍ସବରେ ବିପୁଳ ପରିମାଣରେ ବିକ୍ରି ହେଉଥିଲେ ବି ପରିବାର ପ୍ରତିପୋଷଣ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପେଷା ହୋଇ ପାରିନାହିଁ। ଅଧିକ ସହାୟତା ମିଳିଲେ ଏହି କଳା ଅଧିକ ଜୀବନ୍ତ ହେବା ସହିତ ଆହୁରି ଚାହିଦା ବଢି ଥାଆନ୍ତା ବୋଲି କହିଛନ୍ତି କରୀଗର।ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଏବଂ କେନ୍ଦ୍ର ସରକାର ଦୃଷ୍ଟି ଦେଲେ କାରିଗରମାନଙ୍କର ଅଧିକ ଉନ୍ନତି ହେବ ବୋଲି ପ୍ରକାଶ କରିଛନ୍ତି ଡୋକ୍ରା ଶିଳ୍ପରେ ନିୟୋଜିତ ଅନେକ କାରୀଗର।

ବନ୍ଦ ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର
ଫୁଲବାଣୀ: ଝୁଲନ୍ତା ଅବସ୍ଥାରେ ୧୫ ବର୍ଷର ନାବାଳକର ମୃତ ଦେହ ଜବତ। ପରିବାରର ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ଫୁଲବାଣୀ କେନ୍ଦୁପଦର ଅଭିଜିତ୍ ବଗର୍ତ୍ତୀ। ପୁଅର ବାପାକୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ। ପ୍ରାଥମିକ ତଦନରୁ ଏହା ଏକ ଆତ୍ମ ହତ୍ୟା ଜଣା ପଡୁଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୁତ ଘଟଣା ଜଣା ପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ସ୍ୱରୂପ କିଦାନ।

ହସ ଫୁଟାଇଛି ‘କଳା’ଚାଷ
କନ୍ଧମାଳ ( ସଞ୍ଜୟ ପାତ୍ର): ଜୈବିକ ଚାଷ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲ୍ଲା। ଏଠିକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ସାରା ଦେଶରେ ନିଜର ଉକÒର୍ଷ ଗୁଣବତ୍ତା ଯୋଗୁଁ ଏକ ସତନ୍ତ୍ର ସ୍ଥାନ ଅଧିକାର କରିଛି। କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ମୃତ୍ତିକା ମାନ ଏବଂ ଜଳସେଚନର ସମସ୍ୟା ଯୋଗୁଁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗିତା ଖୁବ କମ ରହିଛି।ଏହି ଦୃଷ୍ଟିକୋଣରୁ ଜିଲ୍ଲାରେ ଏବେ ବିଭିନ୍ନ ଅଣ ପାରମ୍ପରିକ ବିକଳ୍ପ କୃଷି ପାଇଁ ସମ୍ଭାବନାର ସନ୍ଧାନ କରାଯାଉଛି। କଳା ଧାନ, କଳା ହଳଦୀ ଓ କଳା ଗହମ ଚାଷକୁ ଗୁରୁତ୍ୱ ଦିଆଯାଇ ଚାଷ କରାଯାଉଛି ।

ଗତ କିଛି ବର୍ଷ ମଧ୍ୟରେ ଏ ଦିଗରେ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଜିଲ୍ଲାରେ ଜୈବିକ କୃଷିର ଅଗ୍ରଦୂତ ସାଜିଥିବା ସଂସ୍ଥା କସମ ପକ୍ଷରୁ ଉଦ୍ୟମ ଜାରି ରହିଛି। ତିନୋଟି ବିକଳ୍ପ ତଥା ଅର୍ଥକରୀ ଫସଲର ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥିମଧ୍ୟରେ ରହିଛି କଳା ଧାନ, କଳା ହଳଦୀ ଓ କଳା ଗହମ। ଏମିତିରେ ତ କନ୍ଧମାଳ ହଳଦୀ ସମ୍ପର୍କରେ କେହି ଅଜଣା ନୁହନ୍ତି। ନିଜର ଗୁଣବତ୍ତା ପାଇଁ ବିଶ୍ୱସ୍ତରରେ ନାଁ କମାଇବା ସହିତ ଜିଆଇ ଟ୍ୟାଗ୍‌ ହାସଲ କରିଛି କନ୍ଧମାଳ ହଳଦୀ। କିନ୍ତୁ ଏଠାରେ ଏବେ ହଳଦୀର ଏକ ସ୍ୱତନ୍ତ୍ର ପ୍ରଜାତି କଳା ହଳଦୀ ଉତ୍ପାଦନ କରି ଲାଭବାନ ହେଉଛନ୍ତି ଚାଷୀ। କସମ ସମ୍ପାଦକ ସଞ୍ଜିତ ପଟ୍ଟନାୟକଙ୍କ ସୂଚନା ଅନୁସାରେ ୨୦୦୬ ମସିହାରେ ଏହି ହଳଦୀର ବିହନ କେରଳ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। କିଛି ବର୍ଷ ବିଭିନ୍ନ କାରଣରୁ ଚାଷ ବନ୍ଦ ରହିଥିଲା। ଏବେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି କଳା ହଳଦୀ ଚାଷ। କମ ସଂଖ୍ୟାରେ ହେଲେ ବି ଜିଲ୍ଲାର ସମସ୍ତ ବ୍ଲକ୍‌ରେ ହେଉଛି ଚାଷ। ବାର୍ଷିକ ପ୍ରାୟ ୪ କ୍ୱିଣ୍ଟାଲ ହଳଦୀ ଉତ୍ପାଦିତ ହେଉଛି। ସାଧାରଣ ହଳଦୀ ଭଳି ଏହା ଜାନୁଆରୀ- ଫେବୃଆରୀ ମାସରେ ଲଗାଯାଇ ଜୁଲାଇ-ଅଗଷ୍ଟ ବେଳକୁ ଅମଳ କରାଯାଇଥାଏ। କମ ପରିମାଣର ଅମଳ ହେଉଥିବାରୁ ଏବଂ ପ୍ରଚୁର ଔଷଧୀୟ ଗୁଣ ଯୋଗୁଁ ଏହାର ବିକ୍ରୀରେ କୌଣସି ସମସ୍ୟା ହୁଏନାହିଁ। ସାଧାରଣତଃ ଔଷଧ କମ୍ପାନୀ ଏହା ଚାଷୀଙ୍କ ଠାରୁ କିଣି ନେଇଥାଆନ୍ତି। ଏବେ ଏହାର ବଜାର ଦର ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। କର୍କଟ, ରକ୍ତଚାପ ଏବଂ ବିଭିନ୍ନ ଚର୍ମରୋଗର ନିରାକରଣ ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ବୋଲି କୁହାଯାଏ।

ଜୈବିକ କୃଷିରେ ଅନ୍ୟତମ ନୂତନ ପ୍ରୟୋଗ ହେଉଛି କଳା ଗହମ। ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ଏହି ପ୍ରୟୋଗ ଆରମ୍ଭ ହୋଇଛି। ଗତ ଖରିଫ ଋତୁରେ ପରୀକ୍ଷାମୂଳକ ଭାବେ ଚାଷୀଙ୍କୁ ୧୩ କିଲୋ ବିହନ ଯୋଗାଇ ଦିଆଯାଇଥିଲା। ପଞ୍ଜାବରୁ ଆସିଥିବା ଏହି ବିହନରେ ଫିରିଙ୍ଗିଆ ବ୍ଳକ୍‌ର କିଛି ଚାଷୀ ଆରମ୍ଭ କରିଥିଲେ କଳା ଗହମ ଚାଷ। ସେପ୍ଟେମ୍ୱର ମାସରେ ବିହନ ରୋପଣ କରାଯାଇ ଫେବୃଆରୀ ମାସରେ ଅମଳ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସୀମିତ ପରିମାଣରେ ଚାଷ କରାଯାଇଛି। ପରୀକ୍ଷଣ ସଫଳ ହେଲେ ଆଗାମୀ ଖରିଫ ଋତୁରେ ପ୍ରାୟ ଏକ କ୍ୱିଣ୍ଟାଲ ବିହନ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ଶ୍ରୀ ପଟ୍ଟନାୟକ। କଳା ଗହମର ଔଷଧୀୟ ଗୁଣ ଯୋଗୁଁ ଏହାର ବେଶ ଚାହିଦା ରହିଛି। ଉଚ୍ଚ ରକ୍ତଚାପ, ମଧୂମେହର ନିୟନ୍ତ୍ରଣ ପାଇଁ ଏହା ଅମୋଘ ଅପ ବୋଲି କୁହାଯାଏ। ଏଥିରୁ ପ୍ରସ୍ତୁତ ଅଟା ଗଲୁଟନ ମୁକ୍ତ ହୋଇଥିବାରୁ ମଧୂମେହ ରୋଗୀଙ୍କ ପାଇଁ ଅତି ଉପଯୋଗୀ।ଏବେ କିଲୋ ପ୍ରତି ପ୍ରାୟ ଏକ ଶହ ଟଙ୍କାରେ ବିକ୍ରି ହେଉଛି କଳା ଗହମ। ରାଜ୍ୟର ଏକମାତ୍ର ଜିଲ୍ଲା କନ୍ଧମାଳରେ ଏହି ଚାଷ କରାଯାଉଛି।

ସେହିପରି କଳାବତୀ ନାମରେ ଖ୍ୟାତ କନ୍ଧମାଳ ଜିଲ୍ଲାର କଳା ଧାନ ଜିଲ୍ଲା ପାଇଁ ଅନ୍ୟ ଏକ ପରିଚୟ ସୃଷ୍ଟି କରିଛି। ଉପରୁ ଏହା ସାଧାରଣ ଧାନ ଭଳି ଦେଖା ଯାଉଥିଲେ ବି ଭିତରର ଚାଉଳର ରଙ୍ଗ ସମ୍ପୂର୍ଣ୍ଣ କଳା। ଏଥିରେ ମଧ୍ୟ ରହିଛି କ୍ୟାନସର, ରକ୍ତଚାପ ନିୟନ୍ତ୍ରଣ କରିବାର କ୍ଷମତା। କସମର ପ୍ରୟାସରେ ୨୦୧୮ ମସିହାରେ ମାତ୍ର ୫ କିଲୋ ବିହନରେ ଫିରିଙ୍ଗିଆ, ଚକାପାଦ, ଖଜୁରୀପଡା, ରାଇକିଆ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଚାଷ ଆରମ୍ଭ କରାଯାଇଥିଲା। ଏହି ଧାନର ବିଶେଷତ୍ୱ ହେଲା ଏହା ବର୍ଷକୁ ତିନି ଥର ଚାଷ ହୋଇ ପାରୁଛି। କନ୍ଧମାଳ ଜିଲ୍ଲାର ଢାଲୁଆ ଜମି ଓ ପାଣିପାଗ କଳାଧନ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ଏହି ଚାଷ ପାଇଁ ଯଥେଷ୍ଟ ସମ୍ଭାବନା ଥିବା କୃଷି ବିଶେଷଜ୍ଞ କହନ୍ତି। ଚାଷୀଙ୍କ ଠାରୁ ଚାଉଳ ସଂଗ୍ରହ କରି କସମ ବଜାରରେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି କରୁଛି। ତେବେ ଅନଲାଇନ ମାର୍କେଟରେ କିଲୋ ପ୍ରତି ୩୫୦ ଟଙ୍କାରେ ବିକ୍ରି କରୁଥିବା କହନ୍ତି କସମ ସମ୍ପାଦକ। ଏହି ଚାଉଳରେ ଶର୍କରା ପରିମାଣ ଅତି କମ ରହିଥିବାରୁ ଡାଏବେଟିସ ରୋଗୀଙ୍କ ପାଇଁ ଅତି ଉପାଦେୟ। ସରକାରୀ ପ୍ରୋତ୍ସାହନ ଓ ମାଗଣା ସାର ବିହନ, ସବସିଡି ମିଳିଲେ ଅଧିକ ସଂଖ୍ୟାରେ ଚାଷୀ ଏହାକୁ ଆପଣେଇ ନିଅନ୍ତେ ବୋଲି ମତ ପ୍ରକାଶ ପାଉଛି।