ପୁରୀ - The Sakala

ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଅପ୍ରୀତିକର ପରିସ୍ଥିତି: ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ଗୋଳ, ଉଭୟ ପକ୍ଷ ଅଟକ
ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ମାଡ଼ଗୋଳ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଉଭୟ ଗୋଷ୍ଠୀଙ୍କୁ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ମଙ୍ଗଳ ଆଳତୀ ବେଳେ ଉତ୍ତେଜନା

ମିଳିଥିବା ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ କୌଣସି କାରଣକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହି ଯୁକ୍ତିତର୍କ ଧୀରେ ଧୀରେ ଉଗ୍ର ରୂପ ନେଇଥିଲା ଏବଂ ପରେ ତାହା ମାଡ଼ଗୋଳ ପର୍ଯ୍ୟନ୍ତ ଯାଇଥିଲା। ଶ୍ରୀମନ୍ଦିର ଭଳି ଏକ ପବିତ୍ର ଓ ଆଧ୍ୟାତ୍ମିକ ପୀଠ ଭିତରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ସାଧାରଣ ଦର୍ଶନାର୍ଥୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଦୁଇ ଗୋଷ୍ଠୀ ପୋଲିସ ଦ୍ୱାରା ଅଟକ

ଏହି ମାଡ଼ଗୋଳ ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁରକ୍ଷା କର୍ମୀ ଏବଂ ସିଂହଦ୍ୱାର ପୋଲିସ ତୁରନ୍ତ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଗୋଷ୍ଠୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପ୍ରକୃତରେ କେଉଁ କାରଣକୁ ନେଇ ମନ୍ଦିର ଭିତରେ ଏହି ବିବାଦ ସୃଷ୍ଟି ହୋଇଥିଲା, ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।

କୃଷ୍ଣପ୍ରସାଦରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଦ୍ଧିବର ପରିସରରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିବର ପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍କୁଲ୍‌ ଚେୟାରମ୍ୟାନ୍ ଖଗେଶ୍ୱର ତରେଇ, ସଭ୍ୟ ସୁନା ତରେଇ, ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ସେହିପରି ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସହକାରୀ ଶିକ୍ଷକ ଦଇତାରୀ ବିଶ୍ୱାଳ, କ୍ରୀଡ଼ା ଶିକ୍ଷକ ପଞ୍ଚାନନ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସଭାପତି ଅଭିମନ୍ୟୁ ତରେଇ ଉପସ୍ଥିତ ରହି ସହଯୋଗ କରିଥିଲେ।ବୁଦ୍ଧିବର ପଞ୍ଚାୟତ ପରିସରରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସରକାରୀ ଅନୁଦାନରେ ନିର୍ମିତ ଆଦର୍ଶ ପୋଖରୀ ଓ ବୃନ୍ଦାବନ ସାଗର ପରିସରରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା।

ପରେ ପଞ୍ଚାୟତ ସଭାଗୃହରେ ସରପଞ୍ଚଙ୍କ ନେତୃତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ସଭାରେ ସଭାପତିତ୍ୱ କରିଥିଲେ। ସଭାରେ ପିଭିଜି ରାମଜୀ, ପିଏମ୍‌ଏୱାଇ ସମ୍ପର୍କିତ ବିଷୟ ସହିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ ବିକାଶ ଖସଡ଼ା ପ୍ରସ୍ତୁତ କରାଯାଇ ଅନୁମୋଦନ କରାଯାଇଥିଲା।

ସରପଞ୍ଚଙ୍କ ପ୍ରତିନିଧି ବୁଦ୍ଧଦେବ ବିଶ୍ୱାଳ, ପିଓ ଲକ୍ଷ୍ମୀଧର ପ୍ରଧାନ, ନାଏବ ସରପଞ୍ଚ କାଜଲ ସାହୁ, ଗଦାଧର ବିଶ୍ୱାଳ, କୁଳମଣି ବିଶ୍ୱାଳ, ନରହରି ବିଶ୍ୱାଳ, ଜୟକୃଷ୍ଣ ମୁଦୁଲି, ରଞ୍ଜନ ତରେଇ, ରଞ୍ଜନ ସାହୁ, ବାପୁଜୀ ମହାରଣା, ଭଗବାନ ସାହୁଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଓ ସଭ୍ୟ-ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

‎କୃଷ୍ଣପ୍ରସାଦ ବ୍ଲକ ପରିସରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା
ଦୀର୍ଘଦିନ ଧରି ବ୍ଲକଗ୍ରାଣ୍ଟ ଶିକ୍ଷକ ମାନେ ନିଜର ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ବିଧାନ ସଭା ସମ୍ମୁଖରେ ଶିକ୍ଷୟିତ୍ରୀ ମାନେ ମାଣବସାଇ ଲଷ୍ମୀ ପୂଜା କରି ଧାରଣାରେ ବସିଥିବା ନଜିର ରହିଛି। ହେଲେ ସରକାର କେବଳ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଧାରଣାରୁ ହଟାଇବାରେ ସିଦ୍ଧ ହସ୍ତ ହୋଇଛନ୍ତି। ଏଥର ଓସ୍ତା ସଂଘ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି। ଓଡ଼ିଶାର ୩୧୪ ବ୍ଲକ କାର୍ଯ୍ୟାଳୟକୁ ଏକ ସଙ୍ଗେ ଘେରାଉ କରିଛନ୍ତି। ନିଜର ଦାବିକୁ ସ୍ଲୋଗାନ ଦେଇ ବ୍ଲକ ଛକ ଠାରୁ ଏକ ରାଲିରେ କୃଷ୍ଣପ୍ରସାଦ ବ୍ଲକ ପରିସରରେ ପହଞ୍ଚିଥିଲେ।

ସେଠାରେ ନିଜର ଦାବି ସମୂହକୁ ଭାଷଣ ମାଧ୍ୟମରେ ଜନସାଧାରଣରେ ଉପସ୍ଥାପନ କରିଥିଲେ। ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ଦାସ କହିଥିଲେ "ସରକାର ତୁମେ ଦାବି ପୂରଣ କର ନଚେତ ଗାଦି ଛାଡ଼"। ସେହିଭଳି ବ୍ଲକ ଓସ୍ତା ସଭାପତି କାଶୀନାଥ ଜେନା କହିଲେ ୧୯୪ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୧୯୪ ଶିକ୍ଷା ନୀତିକୁ ଲାଗୁ କରି ପୁରୁଣା ପେନସନର ବ୍ୟବସ୍ଥା କରିବା,ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୁରଣ କରିବା ଏବଂ ଅବସର ସମୟ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ଥିବା ପ୍ରକାଶ କରିଥିଲେ।

ଓସ୍ତା ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବିଭୁ ନାରାୟଣ ଜେନା ଏବଂ ବ୍ଲକ ଓସ୍ତା ସମ୍ପାଦକ ସନାତନ ତରେଇ କହିଥିଲେ 'ଆସନ୍ତା ୭ ତାରିଖ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା  ଏବଂ ଦାବିପତ୍ର ଦିଆଯିବ'। ୧୭ ତାରିଖ ରେ ବିଧାନ ସଭାକୁ ଘେରାଉ କରାଯିବ। ଦାବି ପୂରଣ ହେଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଠିକ ଜବାବ ଦିଆଯିବ। ସଭା ଶେଷରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି ।  ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଚିଲିକାକୁ ଘେରି ମୁକ୍ତ କରି ସୁନ୍ଦର ପରିବେଶ ଗଠନ କରିବା ଉଦ୍ୟମ ଚାଲିଥିବା ବେଳେ ଏହା ଉପରେ ନିର୍ଭର କରି ଚଳୁଥିବା ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

ଚିଲିକାରୁ ଜାଲ ବାଡ଼ ଉଚ୍ଛେଦ କରାଯାଉଛି ।  ବୁଧବାର ବଜ୍ରକୋଟ ରାଜସ୍ବ ସର୍କଲ ଅଧିନ ତାଳତଳା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଚିଲିକାରେ ହୋଇଥିବା ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରିରେ ବ୍ୟବହାର ହୋଇ ଥିବା ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି । ଏହି ଉଚ୍ଛେଦ କୃଷ୍ଣପ୍ରସାଦ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ଜ ଜେସିବି ମେସିନ ସହିତ ୩୦ ଜଣ ଶ୍ରମିକ  ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ଥାନା ସବଇନ୍ସପେକ୍ଟର ପ୍ରଫୁଲ କୁମାର ନାୟକଙ୍କ  ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଅନ୍ୟମାନଙ୍କ ମଧ୍ୟରେ ତହସିଲ ରାଜସ୍ବ ସୁପରଭାଇଜର ବିଜୟରାଜ ସାହୁ, ବଜ୍ରକୋଟ ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ସାହୁ, ଚିଲିକା ନୂଆପଡା ରାଜସ୍ବ ନିରୀକ୍ଷକ ମୋହନ କୁମାର ସ୍ୱାଇଁ ସମେତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।  ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

ପୁଣି ଶ୍ରୀମନ୍ଦିର ଭିତରବେଢ଼ାରୁ ଭିଡିଓ ଭାଇରାଲ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତର ବେଢ଼ାରୁ ପୁଣି ଥରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଏବଂ କଟକଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ନୀଳଚକ୍ର ଏବଂ ପତିତପାବନ ବାନା ବନ୍ଧାଯାଉଥିବାର ଦୃଶ୍ୟ କଏଦ ହୋଇଛି। ସୂଚନା ଅନୁଯାୟୀ, ଏହି ଭିଡିଓଟି ଶ୍ରୀମନ୍ଦିରର ଭିତର ବେଢ଼ାରୁ ସୁଟିଂ କରାଯାଇଛି ଏବଂ ଏହାକୁ 'krutika_karpe2017' ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡ଼ା କଟକଣା ରହିଥିବା ବେଳେ କିପରି ଜଣେ ବ୍ୟକ୍ତି ମୋବାଇଲ ଫୋନ ନେଇ ଭିତରକୁ ପ୍ରବେଶ କଲେ ଏବଂ ଭିଡିଓ ରେକର୍ଡିଂ କଲେ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ପାଲଟିଛି। ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ମଧ୍ୟ ଶ୍ରୀମନ୍ଦିର ପରିସରରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ବ୍ୟତୀତ ସିଂହଦ୍ୱାର ସମ୍ମୁଖରେ ରୀଲ୍ସ ବନାଇବା ଏବଂ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଉଥିଲେ ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଠି ଉଠାଇଛି।

ଅଲ୍ ଓଡ଼ିଶା ଦଳିତ ସମାଜର ଜିଲ୍ଲାସ୍ତରୀୟ ବୈଠକ
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୁମୁଣ୍ଡିଆ ପଞ୍ଚାୟତର ଚାରିଛକଠାରେ ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ପୁରୀ ଜିଲ୍ଲାସ୍ତରୀୟ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନର ରାଜ୍ୟ ଚେୟାରମ୍ୟାନ ଚିନ୍ତାମଣି ନାୟକ, ରାଜ୍ୟ ସଭାପତି ଗୋପୀନାଥ ନାୟକ, ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ମନୋରଞ୍ଜନ ନିମାଇଁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ରୋହିତ ନାୟକ ଏବଂ ବାବା ସାହେବ ଦଳିତ ଯୁବକ ସଂଘର ସଭାପତି ସୁଧୀର ନାୟକ ପ୍ରମୁଖ ଯୋଗଦେଇଥିଲେ।

ବକ୍ତାମାନେ ଦଳିତ ସମାଜ ଉପରେ ହେଉଥିବା ସାମାଜିକ ବୈଷମ୍ୟ, ଅବହେଳା ଓ ନ୍ୟାୟ ପ୍ରାପ୍ତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମାଜରେ ସମାନ ଅଧିକାର ଓ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସଂଗଠିତ ହେବାର ଆବଶ୍ୟକତା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଶରତ ଚନ୍ଦ୍ର ନାୟକଙ୍କୁ ପୁରୀ ଜିଲ୍ଲା ଦଳିତ ସମାଜ କଲ୍ୟାଣ ପରିଷଦର ସଭାପତି ଭାବେ ମନୋନୀତ କରାଯାଇଥିଲା। ଚଳିତ ମାସ ମଧ୍ୟରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଚୟନ କରି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ଚେୟାରମ୍ୟାନ ଚିନ୍ତାମଣି ନାୟକ ଓ ପୁରୀ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ କହିଥିଲେ ଯେ, ଦଳିତ ସମାଜର ସାମାଜିକ ସୁରକ୍ଷା, ସମାନ ଅଧିକାର ଓ ବିକାଶ ପାଇଁ ସଂଗଠନକୁ ସାରା ରାଜ୍ୟରେ ସୁଦୃଢ଼ କରାଯିବ ଏବଂ ନ୍ୟାୟସଙ୍ଗତ ଦାବି ପାଇଁ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛାଯିବ ନାହିଁ। ଶେଷରେ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ନାୟକ ସଭା ପରିଚାଳନା କରିଥିଲେ।

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପିଟିଶାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସାମନ୍ତ ବିମଳ କୁମାର ରଣସିଂହଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଛି।

କାଣ୍ଡେଶ୍ୱର କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ବେହେରା ସଭାପତିତ୍ୱ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ କହିଥିଲେ ଯେ, ଶ୍ରୀ ରଣସିଂହ ଜଣେ ମେଳାପୀ, ଛାତ୍ରବତ୍ସଳ ଓ ଦକ୍ଷ ଶିକ୍ଷକ ନେତା ଥିଲେ। ତାଙ୍କର ସ୍ପଷ୍ଟବାଦୀ ମନୋଭାବ ଏବଂ ନେତୃତ୍ୱ ଗୁଣ ଯୋଗୁଁ ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରି ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ଅବସର ଶିକ୍ଷକ ସମାଜ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଶ୍ରୀ ରଣସିଂହ ସର୍ବଦା ଠିକ୍ ସମୟରେ ବିଦ୍ୟାଳୟରେ ଉପସ୍ଥିତ ହୋଇ ନିଷ୍ଠାର ସହିତ ଶିକ୍ଷାଦାନ କରୁଥିଲେ। ସେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀମାନଙ୍କର ପ୍ରିୟଭାଜନ ଥିଲେ। ଚାକିରିର ଆରମ୍ଭରୁ ଅବସର ପର୍ଯ୍ୟନ୍ତ ଗୋଟିଏ ମାତ୍ର ବିଦ୍ୟାଳୟରେ କାର୍ଯ୍ୟ କରି ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ଏହି ଅବସରରେ ଶିକ୍ଷକମାନେ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ତାଙ୍କର ଅବଶିଷ୍ଟ ଜୀବନ ସୁଖ, ଶାନ୍ତି ଓ ସୁସ୍ୱାସ୍ଥ୍ୟରେ ଅତିବାହିତ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଦାସ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ, ପ୍ରଧାନ ଶିକ୍ଷକ ଚୈତନ୍ୟ ସାହୁ, ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ଜେନା, ପ୍ରଧାନ ଶିକ୍ଷକ ସାଧୁ ମଣ୍ଡଳ, ଶିକ୍ଷକ ସୁକାନ୍ତ କୁମାର ବିଶ୍ୱାଳ, ଶିକ୍ଷକ ସଜନ କୁମାର ଦାସ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼
ପୁରୀ: ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୨୪ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ଆଜି ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ସୋମବାର ତିନିରଥର ଯାଞ୍ଚ କରାଯାଇଛି। ଯାହା ବି କିଛି ମରାମତି ଦରକାର ଥିଲା ତାହା ଶେଷ ହୋଇଛି।

ତେବେ ରଥ ଦକ୍ଷିଣ ମୋଡ଼ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲି ବି ପକାଯାଇଛି ବଡ଼ଦାଣ୍ଡରେ। ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍‌ ୪ଟାରୁ ଗୁଣ୍ଡିଚା ମନ୍ଦିର ଦ୍ୱାରଫିଟି ୫ଟାରେ ମଙ୍ଗଳ ଆଳତି ହୋଇଛି । ଏହାପରେ ଅନ୍ୟାନ୍ୟ ନୀତି ଚାଲିବ। ସକାଳ ଧୂପ ସରିବା ପରେ ମଧ୍ୟାହ୍ନ ସାଢେ଼ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ଦିନଠାରୁ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ରଥର ଦକ୍ଷିଣ ମୋଡ଼ ନୀତି ସମ୍ପନ୍ନ ହେବା ପରେ ଆଡ଼ପ ମଣ୍ଡପରେ ଏକ ସ୍ୱତନ୍ତ୍ର ରାହାସ ନୀତି ଅନୁଷ୍ଠିତ ହେବ।

ପୁରୀରେ ପ୍ରବଳ ବର୍ଷା: ଭୁଶୁଡ଼ିଲା ପଞ୍ଚତୀର୍ଥ ଶ୍ୱେତଗଙ୍ଗାର ୨୫ ଫୁଟ୍ ଲମ୍ବର ପାଚେରି
ପୁରୀ: ପୁରୀ ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାର ଏକ ପାଚେରି ପ୍ରବଳ ବର୍ଷା କାରଣରୁ ଭୁଶୁଡ଼ି ପଡ଼ିଛି। ଗତ ଗୁରୁବାର ରାତିରେ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱରେ ଥିବା ପ୍ରାୟ ୨୫ ଫୁଟ୍ ଲମ୍ବର ପାଚେରି ଭାଙ୍ଗି ପଡ଼ିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ପାଚେରି ଭୁଶୁଡ଼ିବାର କିଛି ସମୟ ପୂର୍ବରୁ ସେହି ସ୍ଥାନରେ ଦୁଇ ଜଣ ଛୋଟ ପିଲା ଉପସ୍ଥିତ ଥିଲେ। ସୌଭାଗ୍ୟବଶତଃ, ସେମାନେ ହଠାତ୍ ସେଠାରୁ ଚାଲିଯିବାର କିଛି ମୁହୂର୍ତ୍ତ ପରେ ହିଁ ପାଚେରିଟି ଭାଙ୍ଗି ପଡ଼ିଥିଲା। ଯଦି ଏହି ଅଘଟଣ ଦିନ ବେଳା ଘଟିଥାନ୍ତା, ତେବେ ପୁଷ୍କରିଣୀରେ ସ୍ନାନ କରୁଥିବା ଅନେକ ଶ୍ରଦ୍ଧାଳୁ ଆହତ ହେବାର ଆଶଙ୍କା ରହିଥିଲା।

କ୍ରମାଗତ ବର୍ଷା ଏବଂ ପାଣି ଜମି ରହିବା କାରଣରୁ ଏହି ପୁରୁଣା ପାଚେରିଟି ଦୁର୍ବଳ ହୋଇଯାଇଥିଲା। ଭୁଶୁଡ଼ିବା ଫଳରେ ପାଚେରିର ମାଟି ଏବଂ ପଥର ସିଧାସଳଖ ପୁଷ୍କରିଣୀ ଭିତରକୁ ଖସିପଡ଼ିଥିଲା। ଏହା ସହିତ ନିକଟସ୍ଥ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାରୁ ପଶ୍ଚିମ ପାର୍ଶ୍ୱରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଖୋଲା ବିଦ୍ୟୁତ୍ ତାର ପଡ଼ିରହିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବିପଦ ଆଶଙ୍କା କରିଥିଲେ ।

ମାନସିଂହ ସାହିତ୍ୟ ସଂସଦର 67 ତମ କବିତା ଆସର
‎ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କବି ମାୟାଧର ମାନସିଂହଙ୍କ ଜନ୍ମପୀଠ ନନ୍ଦଳା ଗ୍ରାମରେ ମାନସିଂହ ସାହିତ୍ୟ ସଂସଦର ୬୭ତମ କବିତା ଆସର ବିଷ୍ଣୁପ୍ରସାଦ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।  ମୁଖ୍ୟ ଅତିଥି ଭାବେ ଯାଜପୁରରୁ ବିଶିଷ୍ଟ କବି ତଥା କଥାକାର ଡ଼ ପ୍ରଜ୍ଞା ପରମିତା ଦାଶ ଯୋଗଦେଇ କବିତାର ସ୍ୱରୂପ ଓ ମର୍ଯ୍ୟାଦା ସମ୍ପର୍କରେ ଆଲୋଚନା କରିବା ସହ ଅନ୍ୟ ଉପସ୍ଥିତ କବି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର ମୁଖ୍ୟ ଉପଦେଷ୍ଟା ଡ଼ ପ୍ରେମାନନ୍ଦ ବେହେରା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ  ଲଳିତ କୁମାର ସ୍ବାଇଁ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

ବ୍ରହ୍ମପୁରରୁ ବନ୍ଦନା ପଣ୍ଡା ପ୍ରାରମ୍ଭିକ ଭଜନ ପାଠ କରିଥିଲେ। ବ୍ରହ୍ମପୁରରୁ  କବି ରଶ୍ମିତା ଦଳାଇଙ୍କ ଚମତ୍କାର ସଂଯୋଜନାରେ ଦେଶ ବିଦେଶରୁ ଅନେକ କବି ଯଥା ଚନ୍ଦ୍ରା ମିଶ୍ର, ଶ୍ୱେତଶ୍ୱିନୀ ଜେନା, ମର୍ମସ୍ପର୍ଶୀ ପ୍ରିୟଦର୍ଶିନୀ, ପ୍ରତିମା ପାତ୍ର, ସମୀର ନାୟକ,ପୂର୍ଣ ଚନ୍ଦ୍ର ଜେନା,ନମିତା ସ୍ଵାଇଁ,ଦେବାଶିଷ ପ୍ରଧାନଙ୍କ ସମେତ ପ୍ରାୟ ୪୦ରୁ ଅଧିକ ସାହିତ୍ୟ ସାଧକ ସାଧିକା ଉପସ୍ଥିତ ରହି ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଆସନ୍ତା କବିତା ଆସର ଅଗଷ୍ଟ 10   ତାରିଖରେ  ଅନୁଷ୍ଠିତ ହେବା ପାଇଁ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଉଦ୍ଧାର
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ ଯାଉଥିବା ଏକ ଯାତ୍ରୀବାହୀ ଲଞ୍ଚ ଆଜି ସକାଳେ ଚିଲିକା ମଝିରେ ଫସିଯାଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଲଞ୍ଚଟି ମଝି ନଈରେ ଅଟକି ରହିବାରୁ ଏଥିରେ ଥିବା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ତେବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଯାନ୍ତ୍ରିକ ତ୍ରୁଟିରୁ ବିପଦ

ସୂଚନା ଅନୁଯାୟୀ, ଓଡ଼ିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ପକ୍ଷରୁ ପ୍ରତିଦିନ ଏହି ରୁଟ୍‌ରେ ଲଞ୍ଚ ଚଳାଚଳ କରିଥାଏ । ଆଜି ସକାଳ ପ୍ରାୟ ୭ଟା ସମୟରେ ଲଞ୍ଚଟି ଯାତ୍ରୀ ଓ କିଛି ବାଇକ୍ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦଗଡ଼ ଅଭିମୁଖେ ବାହାରିଥିଲା । ହଠାତ୍ ମଝି ଚିଲିକାରେ ଏଥିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଇଞ୍ଜିନ ବନ୍ଦ ହୋଇଯାଇଥିଲା । ପ୍ରବଳ ପବନ ଯୋଗୁଁ ଲଞ୍ଚଟି ପାଣିରେ ଦୋହଲିବାକୁ ଲାଗିବାରୁ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେକରି ପାଟିତୁଣ୍ଡ କରିଥିଲେ ।

ମତ୍ସ୍ୟଜୀବୀ ସାଜିଲେ ଦେବଦୂତ

ଯାତ୍ରୀଙ୍କ ଚିତ୍କାର ଏବଂ ଲଞ୍ଚଟି ବିପଦରେ ଥିବା ଦେଖି ଆଖପାଖରେ ଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ସେମାନେ ୩ଟି ଦେଶୀ ଡଙ୍ଗା ସାହାଯ୍ୟରେ ଲଞ୍ଚଟିକୁ ଟାଣି ଟାଣି ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ପ୍ରାୟ ଏକ ଘଣ୍ଟାର କସରତ ପରେ ସମସ୍ତ ଯାତ୍ରୀ ଏବଂ ଯାନବାହନ ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିଲେ । ଏହି ଘଟଣାରେ କାହାରି କୌଣସି କ୍ଷତି ଘଟିନଥିବା ଜଣାପଡ଼ିଛି ।

ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ଯଦିଓ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି, ତଥାପି ଏହି ଘଟଣା ଚିଲିକାରେ ଯାତ୍ରୀବାହୀ ଜଳଯାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ନିୟମିତ ବ୍ୟବଧାନରେ ଏହି ଲଞ୍ଚଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ କରାଯାଉନଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି ହୋଇଛି ।

ସମୁଦ୍ରରୁ ଭାସି ଆସି ଅସ୍ତରଙ୍ଗ ବେଳାଭୂମିରେ ଲାଗିଲା ବିଶାଳ ସାମୁଦ୍ରିକ ବୁଏ...
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବେଳାଭୂମିରେ ଏକ ବିଶାଳ ଲୁହା ନେଭିଗେସନ୍ ବୁଏ (navigation buoy) ଭାସି ଆସି ଲାଗିଛି। ପ୍ରତିକୂଳ ପାଗ ଓ ଉଚ୍ଚ ସମୁଦ୍ର ଲହଡ଼ି ଯୋଗୁଁ ଏହା ସମୁଦ୍ର ଭିତରେ ନିଜ ସ୍ଥାନରୁ ଛିଣ୍ଡି ଆସିଥିବା ଜଣାପଡ଼ିଛି।

ଏହି ବିଶାଳ ଲୁହା ଢାଞ୍ଚା ବା ନେଭିଗେସନ୍ ବୁଏ ମୁଖ୍ୟତଃ ସମୁଦ୍ରରେ ଜାହାଜ ଏବଂ ମାଛଧରା ଟ୍ରଲରଗୁଡ଼ିକୁ ଦିଗ ଦେଖାଇବା ପାଇଁ ବ୍ୟବହାର କରାଯାଏ। ଏଥିରେ ଏକ ବିକନ୍ ଲାଇଟ୍ (beacon light) ଲାଗିଥାଏ, ଯାହା ସନ୍ଧ୍ୟା ସମୟରେ ଆଲୋକିତ ହୋଇ ଜଳିଥାଏ ଏବଂ ସାମୁଦ୍ରିକ ଯାତାୟାତକୁ ସୁରକ୍ଷିତ କରିବାରେ ସାହାଯ୍ୟ କରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ ନିର୍ଦ୍ଦିଷ୍ଟ ଜଳପଥ ଦର୍ଶାଇବା ପାଇଁ ଏଭଳି ଅନେକ ନାଭିଗେସନ୍ ବୟା ସ୍ଥାପନ କରାଯାଇଥିଲା।

ବର୍ତ୍ତମାନ ସମୁଦ୍ରରେ ଉଠୁଥିବା ବଡ଼ ବଡ଼ ଲହଡ଼ି ମାଡ଼ରେ ଏହି ବିଶାଳ ଯନ୍ତ୍ରାଂଶଟି ଛିଣ୍ଡି ଆସି କୂଳରେ ଲାଗିଛି ଏବଂ ଏହାର କିଛି ଅଂଶ ବାଲିରେ ପୋତି ହୋଇଯାଇଛି। ଏଭଳି ଏକ ଅସାଧାରଣ ତଥା ବିଶାଳ ଲୁହା ସଂରଚନାକୁ ପାଖରୁ ଦେଖିବା ପାଇଁ ଅସ୍ତରଙ୍ଗ ବେଳାଭୂମିରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।