ବ୍ରହ୍ମପୁର - The Sakala

ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ
ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର । ୯ଦିନରେ ୩ ଏନକାଉଣ୍ଟର । ପୁଲିସ ଏନକାଉଣ୍ଟରରେ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଆହତ । ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଗୋଷ୍ଟି ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୁଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତ୍ର ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଏନକାଉଣ୍ଟର କରିଛି।

ପୋଲିସ ଗୁଳିରେ ଜଗାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଏବେ ଏମକେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୁଲିସ ହେପାଜତରେ ଚିକିତ୍ସାଧୀନ ରହିଛନ୍ତି। ବିଗତ ୯ଦିନରେ ତିନୋଟି ବର୍ବର କାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଏବେ ଗୁଳି କରିସାରିଛି।

ପ୍ରକାଶ ଥାଉକି ଗତ ୧୬ ତାରିଖରେ ଲାଞ୍ଜିପଲି ଅଞ୍ଚଳର ଜଣେ ଭେଟେରାନ କ୍ରିମିନାଲ ଦିପୁ ନାୟକ ଓରଫ ଦିପୁନାଙ୍କ ସହ ଗୋପାଳପୁର ପୁଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ଦିପୁନା ଗୁରୁତର ହୋଇଥିଲେ। ସେହିପରି ଗତ ୧୮ ତାରିଖରେ ଗିରିରୋଡରେ ଅପରାଧୀ ଗୋଷ୍ଟି ଅନ୍ୟ ଏକ ଗୋଷ୍ଠିର ଉମେଶ ରଥଙ୍କୁ ବିଚ ରାସ୍ତାରେ ଆକ୍ରମଣ କରିବା ସହ ବର୍ବରତାର ସୀମା ଟପିଯାଇଥିଲେ। ଏହି ଘଟଣାରେ ଟାଉନ ଥାନା ପୋଲିସ ମୁକେଶ ସାହୁଙ୍କୁ ଟାମଣା ଘାଟିରେ ଗତ ୨୦ରେ ଏନକାଉଣ୍ଟର କରି ଆହତ କରିଦେଇଥିଲା।

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ
ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା। ପୋଲିସ ମଧ୍ୟ ମୁକେଶ ଉପରକୁ ପାଲଟା ଗୁଳି କରିଥିଲା। ପୋଲିସର ଏନକାଉଣ୍ଟରରେ ମୁକେଶର ହାତରେ ଓ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନେଶକୁ ମଧ୍ୟ ପୋଲିସ ଗିରଫ କରିଛି। ସେପଟେ ଗିରିରୋଡରେ ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣାରେ ଆଉ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ସନ୍ଧ୍ୟାରେ ଗଜପତି ନଗର ବାସିନ୍ଦା ଉମେଶ ରଥ ଓ ତାଙ୍କ ବାନ୍ଧବୀ ଟିଫିନ୍‌ କରିବା ପାଇଁ ଗିରିରୋଡ଼ରେ ରହିଥିବା ବେଳେ ମୁକେଶ ଓ ଆଶିଷ ଦୁଇଭାଇ ସମେତ କିଛି ଯୁବକ ଆସି ହଠାତ୍‌ ଉମେଶଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ। ଏପରିକି ଉମେଶଙ୍କୁ ତଳେ ପକାଇ କିଛି ସମୟ ଧରି ମାଡ଼ ମାରି ଚାଲିଥିଲେ ଯୁବକମାନେ । ନୃସଂସ ଭାବେ ମାଡ଼ ମାରିବା ପରେ ରକ୍ତାକ୍ତ ଅବସ୍ଥାରେ ଉମେଶଙ୍କୁ ସେଭଳି ଛାଡ଼ିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉମେଶଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଉତ୍ତମ ଚିକିତ୍ସା ପାଇଁ ବିଶାଖାପାଟଣା ର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି।

ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...
ବ୍ରହ୍ମପୁର: ରାଜ୍ୟରେ ତଳମୁହାଁ ଆଇନଶୃଙ୍ଖଳା । କାହାକୁ ଡର ନାହିଁ କି ଭୟ ବି ନାହିଁ । ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ଦେଉଛନ୍ତି ନିସ୍ତୁକ ମାଡ଼ । ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରି ବି ବିଫଳ ହେଉଛନ୍ତି। ସ୍ଥାନୀୟ ଗିରି ରୋଡ଼ ଅଞ୍ଚଳର ଏହି ଘଟଣାର ଭିଡ଼ିଓ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ପାହାରେ ଦୁଇ ପାହାର ବସିଥିଲେ ବା ଅଜାଗାରେ ମାଡ଼ଟିଏ ହୋଇଥିଲେ ବାଲିଅନ୍ତା ପରି ଆଉ ଗୋଟିଏ ଘଟଣାର ପୁନରାବୃତ୍ତି ହେବା ଏକପ୍ରକାର ନିଶ୍ଚିତ ଥିଲା। ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରିବା ପରି  ବ୍ରହ୍ମପୁର ସହରରେ ଘଟିଥିବା ଏହି ଘଟଣା ରାଜ୍ୟର ତଳମୁହାଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇଛି। ବିଡ଼ମ୍ବନା ହେଉଛି ପୁଲିସର ମଳିନ ଛବିକୁ ଚକମକ୍‌ କରିବା ପାଇଁ ‘ମିଶନ ଏନ୍‌କାଉଣ୍ଟର’କୁ ବି ଅପରାଧୀ ଖାତିର କରୁ ନ ଥିବା ପ୍ରମାଣିତ ହୋଇଛି ।

ସ୍ଥାନୀୟ ଗିରିରୋଡ଼ ଅଞ୍ଚଳରେ ଶହଶହ ଲୋକଙ୍କ ଉପସ୍ଥିତିରେ ଉମେଶ ରଥ ନାମକ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ସର୍ବସମ୍ମୁଖରେ ହୋଇଛି ଆକ୍ରମଣ। ଉମେଶ ଗତ କିଛିଦିନ ଧରି ଏକ ମାମଲାରେ ଫେରାର ରହିଥିଲା; ନିକଟରେ ସେ ଆଗୁଆ ଜାମିନ ପାଇଥିଲେ। ମାତ୍ର ସେ ସହରକୁ ଫେରିବା ପରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହିଲପାଟଣାର ମୁକେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କର ସାନଭାଇ ଆଶିଷ କୁମାର ସାହୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ ଉମେଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଓଭର ବ୍ରିଜ ଉପରୁ ତଳକୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଦୀପୁନାକୁ ଏନକାଉଣ୍ଟର କରି ପୁଲିସ ବାହାବା ନେଇଥିବା ବେଳେ ସର୍ବସାଧାରଣରେ ଜଣେ ମହିଳାଙ୍କ ସହିତ ଉମେଶଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆଉ ଏକ ଏନକାଉଣ୍ଟର କରିବ ନା ରାଜନୈତିକ ଚାପରେ ଚୁପ ରହିବ ତାହା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଘଟଣାକୁ ଅତି ଗୁରୁତର ଭାବେ ନେଇଛନ୍ତି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ବ୍ରହ୍ମପୁର ଏସପି ଡି. ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ଟାଉନ୍, ବୈଦ୍ୟନାଥପୁର ଏବଂ ଗୋଷାଣୀନୂଆଗାଁ ଥାନାର ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆହତ ଦ୍ଵୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ସେମାନଙ୍କର ବୟାନ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ରାଜ୍ୟର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି) ସୂଚନା ଦେଇଛନ୍ତି ଯେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇସାରିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାଧାରଣ ସୁରକ୍ଷା ନେଇ ଉଦବେଗ
ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ରାତି ସମୟରେ ରାସ୍ତାଘାଟରେ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଲୋକଙ୍କ ସହଯୋଗ କାମନା କରିଛି। ତଦନ୍ତ ଆଗେଇବା ସହ ଏହି ଘଟଣାର ମୂଳ କାରଣ ଏବଂ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ଗୋପାଳପୁରରେ ପୁଣି ଲଜ୍ଜା, ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ...
ବ୍ରହ୍ମପୁର: ଗୋପାଳପୁରରେ ପୁଣି ଲଜ୍ଜା। ବେଳାଭୂମିରେ ଜରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏହି ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ମଣି ଦାସ(୨୭)।

ସୂଚନାନୁସାରେ, ଗୋପାଳପୁର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଗତ ଗୁରୁବାର ସନ୍ଧ୍ୟାରେ ମଣି ଜୋରଜବରଦସ୍ତ ଏକ ସ୍କୁଟିରେ ନେଇ ନିକଟସ୍ଥ ଏକ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତ ମଣିକୁ ପୁଲିସ ନିଜ ଗ୍ରାମରୁ ଗିରଫ କରିବା ସହ ତା’ଠାରୁ ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରିଛି। ଏହାସହ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି..
ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ସୁନିଲଙ୍କୁ ଏନକାଉଣ୍ଟର। ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରାଯାଇଛି। ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି ।ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକନନ୍ଦ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ସୂଚନା । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନିଲର ବାମ ଗୋଡ଼କୁ ଗୁଳି ବାଜିଥିବା ସୂଚନା ରହିଛି ।

ବ୍ରହ୍ମପୁର MKCG ପିଜି ଛାତ୍ରଛାତ୍ରୀଙ୍କୁ ନିର୍ଯାତନା !
ବ୍ରହ୍ମପୁର: ବ୍ରହ୍ମପୁର MKCG ଆସୋସିଏଟ ପ୍ରଫେସର ଭାରତୀ ଦାଶଙ୍କ ନାଁରେ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କଲେ ଶିଶୁ ବିଭାଗ PG ଛାତ୍ରଛାତ୍ରୀ । MKCG କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବା ପରେ ବସିଲା ବୈଠକ। ଉଭୟ ପକ୍ଷଙ୍କୁ ବସାଇ ବୈଠକ କଲେ ଅଧୀକ୍ଷକ। ଅଭିଯୋଗ ଆସିଥିବା କଥାକୁ ସ୍ବୀକାର କରିଛନ୍ତି ଅଧୀକ୍ଷକ। ଆମେ ଏନେଇ ତର୍ଜମା କରୁଛୁ, ନିଷ୍ପତ୍ତି ଜଣାଇବୁ ବୋଲି କହିଛନ୍ତି।

୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକ ଅବହେଳା: ବିଜେଡି
ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କ୍ରିକେଟ ଖେଳିବା ସମୟରେ ଛାତିରେ ବଲ୍‌ ବାଜିବାରୁ ଶଙ୍କର ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତାଙ୍କୁ ନିଜ ଉଦ୍ୟମରେ ବାଲୁଗାଁ ମେଡ଼ିକାଲକୁ ନେଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲୁଗାଁ ମେଡ଼ିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ। ବ୍ରହ୍ମପୁର ମେଡିକାଲକୁ ଯିବାବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ହେବା ଯୋଗୁଁ ଶଙ୍କରଙ୍କ ପରିବାର ଲୋକେ ଅନ୍ୟ ଏକ ଆମ୍ବୁଲାନ୍ସ ଓ ପୋଲିସ୍‌କୁ ସହାୟତା ନିମନ୍ତେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ଖଲ୍ଲିକୋଟ ଜାତୀୟ ରାଜପଥରେ ସହାୟତା ଅପେକ୍ଷାରେ ଶଙ୍କର ଯନ୍ତ୍ରଣାରେ ଛଟପଟ ହେବା ଅବସ୍ଥାରେ ୩ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଦେଖି ସେଥିରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଯଦି ଶୀଘ୍ର ରୋଗୀଙ୍କୁ ମେଡ଼ିକାଲରେ ପହଞ୍ଚା ଯାଇଥାନ୍ତା, ତାହେଲେ ଜୀବନ ବଞ୍ଚିଯାଇଥାନ୍ତା ବୋଲି କହିଥିଲେ।

ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳା ଯୋଗୁଁ ଆଜି ଏକ ଅମୂଲ୍ୟ ଜୀବନ ଚାଲିଗଲା ବୋଲି ଆଜି ଆଇତପୁର ଗ୍ରାମରେ ମୃତ ଶଙ୍କରଙ୍କ ପରିବାର ଓ ଗ୍ରାମବାସୀ ବିଜେଡି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଖବର ପହଞ୍ଚିବାର ୨୦ ମିନିଟ୍‌ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲକୁ ନେଉଥିଲା। ହେଲେ ବିଜେପି ସରକାରରେ ଖବର ଦେବାର ୩ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳତଃ ଏକ ଅମୂଲ୍ୟ ଜୀବନ ହରାଇବାକୁ ପଡ଼ିଲା। ମୃତ ଶରୀରକୁ ଏମକେସିଜି ମେଡ଼ିକାଲରୁ ନିଜ ଗ୍ରାମକୁ ନେବା ପାଇଁ ପରିବାରବର୍ଗ ସରକାରୀ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ ଏବଂ ନିଜ ହାତରୁ ୫ ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକେ ମୃତଦେହକୁ ଘରକୁ ନେଇଥିଲେ। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଗତକାଲି ସୁଦ୍ଧା କୌଣସି ସରକାରୀ ଅଧିକାରୀ ପରିବାର ନିକଟରେ ପହଞ୍ଚି ନଥିଲେ। ବିଜେଡି ପ୍ରତିନିଧି ମଣ୍ଡଳୀ ଯିବାର ଖବର ମିଳିବା ପରେ, ଗତକାଲି ରାତି ୧୧ଟା ସମୟରେ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତ ଶଙ୍କର ମହାରଣାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାର ତାଙ୍କ ଭାଇଙ୍କୁ ତୁରନ୍ତ ଏକ ସରକାରୀ ଚାକିରି ଯୋଗାଇ ଦିଅନ୍ତୁ ବୋଲି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି।

ପୂର୍ବତନ ମନ୍ତ୍ରୀ  ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ସର୍ବଶ୍ରୀ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,  ବିକ୍ରମ ପଣ୍ଡା, ସୁବାସ ବେହେରା,  ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣୀ ବୈଦ୍ୟ,  ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର  ସଂଘମିତ୍ରା ଦଳେଇ,  ସୁବାସ ମହାରଣା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା  ସୋନମ ପଲେଇ, ପୂର୍ବତନ ଏନଏସି ଅଧ୍ୟକ୍ଷ  ରାମମୋହନ ପଣ୍ଡା, ଭବାନୀକାନ୍ତ ସାହୁ,  ପ୍ରଫୁଲ୍ଲ ସାହୁ,  ରତ୍ନାକର ସାହୁ, ଦୟାନିଧି ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଟ୍ୱିଙ୍କିଲ୍‌ ତରାଇ ପ୍ରମୁଖ ସାମିଲ୍‌ ଥିଲେ।

ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ : ବିଜେପି ନେତା ଭବାନୀଶଙ୍କର ଦାସ ଗିରଫ
ବ୍ରହ୍ମପୁର : ପ୍ରଥମେ ମାର୍କଣ୍ଡି ଆଉ ତା’ପରେ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ। ଏହି ଦୁଇ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ବ୍ରହ୍ମପୁରରେ ପୁଣି ଗତକାଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅନେକ ବରିଷ୍ଠ ବିଜେପି ନେତାଙ୍କ ଘନିଷ୍ଠ କୁହାଯାଉଥିବା ଓ ବିଜେପିର ଆଗଧାଡ଼ିର ନେତା ପରିଚୟ ଦେଉଥିବା ନକଲି ଡାକ୍ତର ଭବାନୀଶଙ୍କର ଦାସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୁଲିସ। ଦୁଷ୍କର୍ମରେ ତାଙ୍କୁ ସହାୟତା କରିଥିବା ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗତ ୨୩ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଜଣେ ୪୫ବର୍ଷୀୟ ମହିଳା ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଜପେୟୀ ଆରୋଗ୍ୟଧାମ ନାମକ ଏକ ଘରୋଇ କ୍ଲିନିକ ଚଳାଉଥିବା ଡାକ୍ତର ଭବାନୀ ଶଙ୍କର ଦାସ ନାବାଳିକାଙ୍କୁ ବଳତ୍କାର କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଲା ଯେ ପୀଡ଼ିତା ନାବାଳିକା ଜଣକ ଅଭିଯୋଗକାରିଣୀଙ୍କ ଭଉଣୀଙ୍କ ଝିଅ। ନିଜ ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ପୀଡ଼ିତାଙ୍କ ମାଆ ଭବାନୀଙ୍କ ସହିତ ପରିଚିତ ହୋଇଥିଲେ। ଡାକ୍ତର ଭବାନୀ ଶଙ୍କର ଦାସ ଗରିବ ଏବଂ ଅବହେଳିତ ଝିଅ ଓ ମହିଳାଙ୍କୁ ମାଗଣାରେ ରହିବା ଓ ପଢ଼ିବାର ସୁବିଧା ଉପଲବ୍ଧ କରାନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ ଜଣକ ପୀଡ଼ିତାଙ୍କ ମାଆଙ୍କୁ କହିଥିଲେ। ପୀଡ଼ିତାଙ୍କୁ ମାଗଣା ରହିବା ଓ ପାଠପଢ଼ିବାର ବ୍ୟବସ୍ଥା ସହିତ ବିଏସ୍‌ସି ନର୍ସିଂ ଡିଗ୍ରୀ କରାଇଦେବାର ପ୍ରତିଶ୍ରୁତି ଦେବା ପରେ ଭବାନୀଙ୍କ କଥାରେ ବିଶ୍ୱାସ କରି ପୀଡ଼ିତାଙ୍କୁ ତାଙ୍କ ମାଆ ଭବାନୀଙ୍କ କ୍ଲିନିକ୍‌ରେ ଛାଡ଼ିବାକୁ ରାଜି ହୋଇଥିଲେ।

ଗତ ୨୩ ତାରିଖରେ ୧୭ବର୍ଷୀୟା ଝିଅଟି ନିଜ ମାଉସୀ ଓ ସମ୍ପର୍କିୟ ଭଉଣୀ ସହିତ କ୍ଲିନିକକୁ ଆସିଥିଲେ। ସନ୍ଧ୍ୟା ୫ଟା ସମୟରେ ସେମାନେ ଭବାନୀଙ୍କ ନିକଟରେ ନାବାଳିକା ଝିଅକୁ ଛାଡି ଚାଲିଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ଶ୍ରୀ ଦାସ ଝିଅଟିକୁ ସେହି ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ୩୦୨ ନମ୍ବର ଫ୍ଲାଟକୁ ନେଇଥିଲେ। ସେଠାରେ ଭବାନୀଙ୍କ କ୍ଲିନିକରେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ସାହୁ ନାବାଳିକାଙ୍କୁ ପିଇବା ପାଇଁ କିଛି ପାଣି ଦେଇଥିଲେ। ତାହାକୁ ପିଇବା ପରେ ପୀଡ଼ିତା ଦୁର୍ବଳ ଅନୁଭବ କରିଥିଲେ। ଏହାପରେ ଭବାନୀ ଶଙ୍କର ଦାସ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା କୌଣସିମତେ ସେଠାରୁ ଖସି ଆସି ନିଜ ମାଉସୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପୀଡ଼ିତା ଓ ତାଙ୍କ ମାଉସୀ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ତଦନ୍ତ କରି କେସ୍‌ ନମ୍ୱର – ୩୧୪ରେ ଧାରା ୧୨୩/୬୪(୨)(ସି)/୩୫୧(୩) ବିଏନ୍‌ଏସ୍‌ ଆର/ଡବ୍ଲୁ ୬ପକ୍ସୋ ଆକ୍ଟରେ ପଞ୍ଜିକୃତ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛି। ତଦନ୍ତକାରୀ ପୁଲିସ ଓ ସାଇଣ୍ଟିଫିକ ଟିମ ବାଜପେୟୀ ଆରୋଗ୍ୟଧାମ କ୍ଲିନିକ ଏବଂ ଆପାର୍ଟମେଣ୍ଟକୁ ଯାଇ ପ୍ରମାଣ ସଂଗ୍ରହ କରିଛନ୍ତି। ସେପଟେ ତଦନ୍ତ ବେଳେ ଭବାନୀ ଶଙ୍କର ଦାସର ହୋମିଓପାଥି ଡିଗ୍ରୀ ନକଲି ବୋଲି ଜଣାପଡିଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ ସାର୍ଟିଫିକେଟ ସମ୍ପର୍କିତ ଅଧିକ ଖୋଳତାଡ ଜାରି ରହିଥିବା ବ୍ରହ୍ମପୁର ଏସପି କହିଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନକଲି ଡାକ୍ତର ତଥା ବାଜପେୟୀ ଆରୋଗ୍ୟଧାମ କ୍ଲିନିକର ମାଲିକ ଭବାନୀ ଶଙ୍କର ଦାସ(୪୭)ଙ୍କୁ ଗିରଫ କରିଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରିଥିବା ଜଣେ ଅଙ୍ଗନୱାଡି କର୍ମୀ(୫୦) ଓ ପ୍ରିୟଙ୍କା ସାହୁ (୨୧)ନାମକ ଅନ୍ୟଜଣେ ମହିଳା କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ୪ ଗିରଫ
ବ୍ରହ୍ମପୁର: ଜନୈକା ୧୪ବର୍ଷର ନାବାଳିକାଙ୍କ ସହ ବନ୍ଧୁତା କରି ତାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ବଳାତ୍କାର ପରେ ଅଭିଯୁକ୍ତ ଜଣଙ୍କ ତାଙ୍କର ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣବଳାତ୍କାର କରିଥିଲେ। ଏପରିକି ଉକ୍ତ ପୀଡ଼ିତା ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣବଳାତ୍କାର କରିଥିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣାର ମାଷ୍ଟରମାଇଣ୍ଡ ସମେତ ୪ ଜଣଙ୍କୁ ପୋଲିସ ବାନ୍ଧିଛ।ସେମାନେ ହେଲେ ଗୋଳନ୍ଥରା ଥାନା ଅଞ୍ଚଳରଜଣେ ଗାଁ’ମୁଖିଆଙ୍କ ପୁଅ କେ. ଶିବା(୨୧) ଓ ତାଙ୍କର ତିନି ସାଙ୍ଗ ହେଲେ କେ. ସାଇ(୨୧), ଜି ଗରେୟା(୨୧) ଓ ଏନ. ଶ୍ରୀନୁ(୨୨)। ପୋଲିସ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍‌ ଜବତ କରିଛି। କେସ୍‌ ନଂ ୨୪୦/୨୫ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି।

ଭୟଙ୍କର ଖରାରେ ଶିଝୁଛନ୍ତି ଛାତ୍ରଛାତ୍ରୀ, ସରକାରୀ ନିର୍ଦ୍ଦେଶନାମାକୁ ଶିକ୍ଷାନୁଷ୍ଠାନର ବେଖାତିର
ବ୍ରହ୍ମପୁର: ରାଜ୍ୟବ୍ୟାପୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ଜନଜୀବନ ଅତିଷ୍ଠ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ପରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦକରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ ପିଲାଙ୍କ ପାଇଁ ସ୍କୁଲ ଛୁଟି ରହିବ ଏବଂ ୨୩ ତାରିଖ ଠାରୁ ୫ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଗୁଡିକ ମଧ୍ୟ ବନ୍ଦ ରଖିବାକୁ ସ୍ପଷ୍ଟ କୁହାଯାଇଛି। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ତେବେ ଗତ ୨୨ ତାରିଖରେ ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ତଥା ଘୋଷଣାକୁ ୨୩ତାରିଖ ଠାରୁ ଲାଗୁ ହେବାକୁ ଥିବାବେଳେ ଏଥିରେ ବଡ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। ବେସରକାରୀ ଦୂରେଥାଉ ଖୋଦ୍‌ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲାଥିବା ଦେଖିବାକୁ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କିଭଳି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ, ସେନେଇ ପ୍ରଶାସନିକ ସ୍ତରରେ କାହାରି ତତ୍ପରତା ପ୍ରକାଶ ପାଇ ନଥିଲା। ବ୍ରହ୍ମପୁର ସହରରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସରକାରୀ ତାଲିମ ଅନୁଷ୍ଠାନ ବା (ଆଇଟିଆଇ), ସରକାରୀ ପଲିଟେକ୍ନିକ ଓ ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ (ୟୁସିପି) ଇଂଜିନିୟରିଂ ସ୍କୁଲ ସବୁକିଛି ଖୋଲାଯାଇଥିଲା। ଏନେଇ ୟୁସିପି ଇଂଜିନିୟରିଂ ସ୍କୁଲ ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରେ ସେ ସିଧାସଳଖ କହିଛନ୍ତି ଟିଭିରେ ଘୋଷଣା କଲେ ନୁହେଁ ବରଂ ନିର୍ଦ୍ଦେଶାଳୟରୁ ଚିଠି ନଆସିଲେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସମ୍ଭବପର ନୁହେଁ। ଏବଂ ଛୁଟି ସମ୍ପର୍କିତ କୌଣସି ନିର୍ଦ୍ଦେଶନାମା ଆସିନଥିବା ସେ ସ୍ପଷ୍ଟ କରିଛନ୍ତି।

ସେହିଭଳି ସମାନ ଉତ୍ତର ମିଳିଛି ଉଭୟ ପଲିଟେକ୍ନିକ ଓ ସରକାରୀ ଆଇଟିଆଇ କର୍ତ୍ତୃପକ୍ଷଙ୍କ ଠାରୁ। ସେପଟେ କେବଳ ସରକାରୀ ବୈଶୟିକ ଶିକ୍ଷାନୁଷ୍ଠାନ ନୁହେଁ ସହର ତଥା ଉପକଣ୍ଠରେ ବହୁ ଘରୋଇ ସ୍କୁଲ ଓ କଲେଜ ସବୁକିଛି ଖୋଲା ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ସରକାରୀ ସ୍କୁଲ ଛୁଟି ଘୋଷଣାକୁ ନେଇ ଦ୍ୱନ୍ଦ୍ୱରେ ଶିକ୍ଷକ ଓ ଶିକ୍ଷୟତ୍ରୀ। କେବଳ ପିଲାଙ୍କ ପାଇଁ ଛୁଟି ଅଥବା ସମସ୍ତଙ୍କ ପାଇଁ। ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏଭଳି ଦ୍ୱନ୍ଦ ସୃଷ୍ଟି ହୋଇଥିବା ଜଣାପଡିଛି। ଗତ ୨୨ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସରକାରୀ ଭାବେ ଘୋଷଣା କରାଯାଇଥିବା ବେଳେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ପହଞ୍ଚିପାରିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ କିଛି ଶିକ୍ଷାନୁଷ୍ଠାଂନ ବନ୍ଦ ରହିଥିବା ବେଳେ ଅନେକ ଖୋଲା ରହିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏପରିକି ନିର୍ଦ୍ଦେଶନାମାକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଦେଇଥିବା ଚେତାବନୀକୁ ମଧ୍ୟ କେହି ଖାତିର କରିନଥିବା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ଛୁଟି ଘୋଷଣା ପରଦିନ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଗକୁ ଏଥିରେ ସୁଧାର ଆସିବ ଅଥବା ଜଟିଳ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ବିଷପିଇ ପରିବାରର ୩ ମୃତ, ମା’ ସହ ବିଷ ପିଇଦେଲେ ଭାଇଭଉଣୀ
ବ୍ରହ୍ମପୁର : ବିଷପିଇ ପରିବାରର ୩ ମୃତ। ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ। ଯେଉଁଠି ଗୋଟିଏ ପରିବାରର ମା ଓ ପୁଅ-ଝିଅ ବିଷ ପାନ କରି ମୃତ୍ୟ ବରଣ କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ମାନେ ହେଲା ମା ଏସ.ମାମକ୍ଷରେଡି (୪୧) ପୁଅ ରାକେଶ ରେଡ୍ଡୀ(୨୨) ଏବଂ ଝିଅ ଏସ.ମିନା ରେଡ୍ଡୀ (୧୭) । ମୃତ୍ୟର କାରଣ ସ୍ୱଷ୍ଟ ହୋଇନଥିବା ବେଳେ ପାରିବାରିକ କାରଣକୁ ନେଇ ଏପରି ଘଟିଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାଇ ଗତକାଲି ପାଳିବନ୍ଧରେ ଠାକୁରାଣୀ ଯାତ୍ରା ପାଇଁ ଆଲୋଚନା ଚାଲିଥିବା ବେଳେ ଉକ୍ତ ପରିବାର କାହାର ଦେଖା ନଥିଲା । ଫଳରେ ଗାଁ ର କିଛି ବ୍ୟକ୍ତି ଘରକୁ ଯାଇ ଦେଖିଲା ପରେ ତିନିଜଣ ଘରେ ଅଚେତ ପଡ଼ିଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ଜଣେ ପରେ ଜଣକୁ ମୃତ୍ୟ ଘୋଷଣା କରିଥିଲେ । ଗତଦୁଇବର୍ଷ ପୂର୍ବରୁ ଏସ.ମାମକ୍ଷରେଡିଙ୍କ ସ୍ୱାମୀ ରବୀନ୍ଦ୍ରଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ପରିବାର ଏପରି ନିଷ୍ପତ୍ତି କଣ ପାଇଁ ନେଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବ୍ରହ୍ମପୁରରେ କାଷ୍ଟିଂ କାଉଚ୍‌ : ହିରୋଇନ୍‌ କରାଇଦେବାକୁ କହି ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ!
ବ୍ରହ୍ମପୁର : ଚଳଚ୍ଚିତ୍ରରେ ହିରୋଇନ୍‌ କରାଇଦେବାକୁ କହି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ। କାଷ୍ଟିଂକାଉଚ୍‌ର ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନାରେ। ବ୍ରହ୍ମପୁର ଉପକଣ୍ଠର ଯୁବକ ତଥା ନିର୍ଦ୍ଦେଶକ ଶିବ ନାହାକ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ନେତ୍ରୀଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ସୂଚନାନୁଯାୟୀ, ଶିବ ନିଜକୁ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପରିଚୟ ଦେବା ସହ ତାଙ୍କର ଏକ ଚ୍ୟାନେଲ ଥିବା ମଧ୍ୟ କହିଥିଲେ। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ କହିଥିଲେ। ଏଥିରେ ଅଭିନୟ କରିବା ପାଇଁ ଯୁବତୀଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଏହି ଚଚ୍ଚଚ୍ଚିତ୍ର କରିବା ଉଦ୍ଦେଶ୍ୟରେ ଶିବ ଫୋନ କରି ଯୁବତୀଙ୍କୁ ଡାକି ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ। ଦୀର୍ଘ ଦିନର ବନ୍ଧୁତା ପରେ ନିର୍ଦ୍ଦେଶକ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କିଛି ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା। ଏହା ପରେ ଚଳଚ୍ଚିତ୍ର ଲାଗି ଏନ୍‌ଓସି ମିଳିଥିବା ଓ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସେ ଯୁବତୀଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଉଭୟଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିଲା।

୨୦୨୪ ଜୁନ୍‌ ୧୦ ତାରିଖରେ ଶିବ ବାଲିଗୁଡ଼ାରୁ ଯୁବତୀଙ୍କୁ ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରର ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଏକ ଘରଭଡ଼ା ନେଇ ରହିଥିଲେ। ଏଠାରେ ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ରହିଥିଲେ। ଏହି ସମୟରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମ ଯୋଗୁଁ ଯୁବତୀଜଣଙ୍କ ଅସୁସ୍ଥ ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସା କରାଇଥିଲେ। ତେବେ, ପରେ ଯୁବତୀଜଣଙ୍କ ଶିବଙ୍କୁ ବିବାହ କରିବାକୁ କହିବାରୁ ସେ ଆଉ ଶୁଣିନଥିଲେ। ଏପରିକି, ଯୁବତୀଜଣଙ୍କ ଶିବଙ୍କ ପରିବାରଲୋକଙ୍କୁ ଏ ସଂପର୍କ‌ରେ ଜଣାଇଥିଲେ ମଧ୍ୟ ତାଙ୍କ ପରିବାରଲୋକ ରାଜି ହୋଇନଥିଲେ। ତେଣୁ, ଅନ୍ୟ ଉପାୟ ନ ପାଇ ଶେଷରେ ଯୁବତୀଜଣଙ୍କ ଆଇନର ଆଶ୍ରୟ ନେଇଛନ୍ତି।