ନୟାଗଡ଼ - The Sakala

ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି
ନୟାଗଡ: ସତ୍ୟ ଖବର ପ୍ରକାଶ କରିବାରୁ ନୟାଗଡ଼ରେ ଦୈନିକ 'ସକାଳ' ଖବର କାଗଜ ପୋଡ଼ି। ନୟାଗଡ଼ ସଦର ମହକୁମାରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ କରାଯାଇଛି ହୀନ ଉଦ୍ୟମ । ସାଇବର ମାଫିଆଙ୍କ ସହ ସଂଶ୍ଲିଷ୍ଟ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ 'ସକାଳ' ଖବରକାଗଜ ପୋଡ଼ିବା ସହ ମିଛ ଅପପ୍ରଚାର କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। କେତେକ ବିଜେପି କାର୍ଯ୍ୟକର୍ତ୍ତା ଏଭଳି ଦୁଃସାହସ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ସକାଳ ଓ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନିଲ କୁମାର ପଣ୍ଡାଙ୍କ ନାମରେ କିଛି ସାଇବର୍ ମାଫିଆ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିବା ସହ ଅପଶବ୍ଦ ବ୍ୟବହାର କରି ତାଙ୍କ ପରିବାରକୁ ବଦନାମ କରୁଥିଲେ। ଯାହାକୁ ନେଇ ଅନୀଲ ନୟାଗଡ଼ ଟାଉନ୍ ଥାନାରେ ଗତ ୩୦ ତାରିଖରେ ଏତଲା ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ ପୁଲିସ ବାଙ୍ଗାଲୋର ଓ କର୍ଣ୍ଣାଟକରୁ ଉଠାଇ ଆଣି ଗତକାଲି କୋର୍ଟ ଚାଲାଣ କରିଥିଲା।

ଏହାକୁ ବିରୋଧ କରି ବିଜେପି କର୍ମୀ ଥାନା ଆଗରେ ଗତକାଲିଠାରୁ ଧାରଣା ଦେବା ସହ ଅନିଲଙ୍କ ନାମରେ ଜଣେ ମହିଳାଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗ କରୁଛନ୍ତି। ଗଣମାଧ୍ୟମ କଣ୍ଠରୋଧ କରିବାକୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ ହୋଇଛି। ଆଜି ସକାଳୁ ଉକ୍ତ ବିଜେପି କାର୍ଯ୍ୟକର୍ତ୍ତା ଦୈନିକ 'ସକାଳ' ଖବର କାଗଜ ପୋଡ଼ିଛନ୍ତି। ରାଜ୍ୟରେ ବିଜେପି ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯିବାର ଏହା ଏକ ଜ୍ୱଳନ୍ତ ଉଦାହରଣ। ଏହି ସବୁ କାଣ୍ଡ ପଛରେ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଓ ତାଙ୍କ ସମର୍ଥକଙ୍କ ସିଧା ସଳଖ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି।

ଭୁଲ କାହାର ଦଣ୍ଡ ପାଇଲା କିଏ; ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ
ନୟାଗଡ: ଭୁଲ କାହାର ଦଣ୍ଡ ପାଇଲା କିଏ । ମିଛ ଆରେଷ୍ଟ କୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ । ନୟାଗଡ଼ ପୋଲିସର  ଏଭଳି ଅଜବ ନୀତି ଦେଖିବା ପାଇଁ ମିଳିଛି । ଭଣଜା ଅଭିଯୁକ୍ତ, ମାମୁ ପାଉଛି ଦଣ୍ଡ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡରେ ଯେଉଁ ବ୍ୟକ୍ତି ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇଥିଲା ପୋଲିସ, ସେ ପ୍ରତିବାଦ କରିବାରୁ ପୋଲିସ ତାଙ୍କୁ ଛାଡି ଦେଇଛି ।

ସୂଚନା ଅନୁସାରେ, ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଭଣଜା କୁଲୁ ଭଟ ଫେରାର ରହିଥିବା ବେଳେ ମାମୁ ଶ୍ରୀଧର ସାହୁଙ୍କୁ ଏହି ଘଟଣାରେ ଅଭିଯୁକ୍ତ ସଜାଇଥିଲା ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ ଦର୍ଶାଇ ସାମ୍ବାଦିକ ସମ୍ମିଳନୀରେ ଠିଆ କରିଥିଲା ପୋଲିସ। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ। ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି। ତେବେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁହଁ ଘୋଡ଼ାଇ ପୁଲିସ୍‌ କିପରି ଅଭିଯୁକ୍ତ ଦର୍ଶାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି।

ଆଜି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିଯୁକ୍ତ ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣି ମାଫିଆ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ, ମାନସ ବେହେରା ଏବଂ ଡ୍ରାଇଭର ନରେଶ ବିଶୋଇ। ଜେଲ ଯାଇଛନ୍ତି ଅଭିଯୁକ୍ତ ମାନେ। ଅନ୍ୟ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସମେତ ୩ ଜଣ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ନୟାଗଡ଼ ଓଡଗାଁରେ ବର୍ବର ହତ୍ୟାକାଣ୍ଡ; ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ଯୁବକଙ୍କୁ ହାଣିଦେଲେ ଖଣି ମାଫିଆ
ନୟାଗଡ: ବାଲିଅନ୍ତା ପରେ ନୟାଗଡ ଓଡଗାଁରେ ବର୍ବର ହତ୍ୟାକାଣ୍ଡ । ଚୋରା ମାଙ୍କଡ଼ା ପଥର ବୋଝେଇ ଗାଡିକୁ ଅଟକାଇବାରୁ ଅତି ଅମାନୁଷିକ ଭାବେ ଯୁବକଙ୍କ ହାତ ଗୋଡ଼ ହାଣି ହତ୍ୟା କଲେ ଖଣି ମାଫିଆ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀବନ୍ଧରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ।

ସୂଚନା ଅନୁଯାଇ ବିଳମ୍ବିତ ରାତିରେ ରୋହିବାଙ୍କରୁ ଓଡ଼ଗାଁକୁ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲଣ କରୁଥିଲେ । ଓଡଗାଁ ଥାନା ଶିଳ୍ପୀନଗର ଅଂଚଳର କିଛି ଯୁବକ ମିଶି ଗାଡିକୁ ଅଟକାଇବା ସହ ବିରୋଧ କରିଥିଲେ । ଏହାପରେ ପଥର ମାଫିଆଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ଖଣି ମାଫିଆ ମାନେ ଆକ୍ରମଣ କରିଥିବା ବେଳେ ଦୁଇ ଜଣ ଖସି ଯାଇଥିଲେ, କିନ୍ତୁ ଓଡ଼ଗାଁ ବିଜୟ ମଣ୍ଡପ ସାହିର ଅଜିତ ସାହୁଙ୍କୁ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ରାସ୍ତା ମଝିରେ ରକ୍ତାକ୍ତ ଅବସ୍ଥାରେ ଅଜିତଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଓଡଗାଁ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ, ଉଦ୍ଧାର କଲା ଅଗ୍ନିଶମ ବିଭାଗ
ନୟାଗଡ଼: ମହୁ ପାଇଁ ଫସିଲା ମୁଣ୍ଡ । ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ନାବାଳକ ଜଣକ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ଶିବ ପ୍ରଧାନ ବୋଲି ଜଣାପଡିଛି । ମହୁ ଆଣିବାକୁ ଯାଇ ପଥର ଖୋଲ ଭିତରେ ସକାଳ ୭ଟାରୁ ଫସି ରହିଥିଲେ ନାବାଳକ । ଦୀର୍ଘ ସମୟ ଧରି ଜୀବନ ସହ ସଂଘର୍ଷ ଜାରି ରଖିଥିଲେ ନାବାଳକ ଜଣକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ୪ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ନୟାଗଡ଼ ଜିଲ୍ଲା ଓଡଗାଁ ବାଉଁଶଗାଡ଼ିଆ ସ୍ଥିତ କାଣିପଦା ଜଙ୍ଗଲରେ ମହୁ ସଂଗ୍ରହ ବେଳେ ଫସିଯାଇଥିଲେ ନାବାଳକ। ମୁଣ୍ଡ ପଥର ସନ୍ଧିରେ ରହିଥିବାରୁ ବାହାର କରିବାକୁ ନାକେଦମ୍ ହୋଇଥିଲା ଅଗ୍ନିଶମ ବିଭାଗ ।

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ
ନୟାଗଡ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସରେ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ସବୁଦିନ ଭଳି ଆଜି ମଧ୍ୟ୍ୟ ଘରୋଇ ବେବି ନାମକ ଯାତ୍ରୀ ବାହି ବସ ୫୦ ଜଣ ଯାତ୍ରୀଙ୍କୁ ନେଇ ଭାପୁର ରାକମାରୁ ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ନୟାଗଡ ସଦର ଥାନା ଅଧିନ ବାଲୁଙ୍ଗା ପଂଚାୟତର ଖେଡ଼ପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଯାହାଫଳରେ ବସରେ ଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠା ଯାଇଛି। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ
ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ପୀଡ଼ିତା ସିଧାସଳଖ ପୋଲିସ ଡିଜି (DGP)ଙ୍କ ନିକଟରେ ଲିଖିତ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କଣ ରହିଛି ସମ୍ପୂର୍ଣ୍ଣ ଘଟଣା?

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ଫତେଗଡ଼ ଜେଏମ୍ଏଫ୍‌ସି (JMFC) କୋର୍ଟରୁ ଏକ ସମନ୍ ମଧ୍ୟ ଆସିଥିଲା। ଏହି ଘଟଣାର ତଦନ୍ତ ଆଳରେ ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ତାଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ମୁତାବକ, ପୋଲିସ ଅଧିକାରୀ ଜଣକ ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସହିତ କଥାବାର୍ତ୍ତା କରିବା ସହ ଏକ ହୋଟେଲକୁ ଆସିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ସେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ, ଯାହାର ପ୍ରମାଣ ତାଙ୍କ ପାଖରେ ରହିଥିବା ମହିଳା ଦାବି କରିଛନ୍ତି।

ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ

ଏହି ଘଟଣା ଏତିକିରେ ସୀମିତ ରହିନଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯଦି ସେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହୁଅନ୍ତି, ତେବେ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଏସ୍‌ଡିପିଓ ଧମକ ଦେଇଥିଲେ। ଏପରିକି ମିଥ୍ୟା କେସ୍ କରି ପୀଡ଼ିତାଙ୍କୁ ରାତିସାରା ଥାନାରେ ଅଟକ ରଖି ନିଜର ଖରାପ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

ଏଭଳି ଏକ ସମ୍ବେଦନଶୀଳ ତଥା ସଂଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଏସ୍‌ଡିପିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଥିବାରୁ କୌଣସି ଯୋଗାଯୋଗ ହୋଇପାରିନାହିଁ। ଏବେ ପୋଲିସ ମହାନିର୍ଦ୍ଦେଶକ ଏହି ଘଟଣାରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ୬ ଗୁରୁତର ଆହତ
ନୟାଗଡ: ବାଣ ତିଆରି ବେଳେ ହେଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ । ସୂଚନା ଅନୁଯାଇ ନୂଆଗାଁ ଥାନା କୋରଡ଼ା ପଂଚାୟତ ଖଜୁରୀ ସାହିର ୬ ଜଣ ବ୍ୟକ୍ତି ଅନେକ ଦିନ ହେବ ବେଆଇନ ଭାବେ ବାଣ ତିଆରି କାମ କରୁଥିଲେ । ହେଲେ କୌଣସି କାରଣରୁ ଆଜି ପୂର୍ବାହ୍ନ ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।ଯାହା ଫଳରେ  ଘରର କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଥିଲା । ଏଥିସହ ବିସ୍ଫୋରଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ଖବର ଅନୁସାରେ, ଆଗକୁ ପଣା ସଂକ୍ରାନ୍ତି ଏବଂ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଆସୁଥିବାରୁ ବାଣ ତିଆରି କରିବା ପାଇଁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ବାଣ ତିଆରି କରିବା ପାଇଁ ମହଜୁଦ ସରଞ୍ଜାମ ରଖାଯାଇଥିଲା ଉକ୍ତ ଘରେ । ଆଜି କିଛି ବାଣ ଦେବା ପାଇଁ ବାଣ ପ୍ରସ୍ତୁତି କରୁଥିବାବେଳେ କୌଣସି କାରଣରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା ।  ଖବରପାଇ ଘଟଣାସ୍ଥଳରେ ନୂଆଗାଁ ଥାନା ପୋଲିସ ଏବଂ ନୟାଗଡ ଅଗ୍ନିଶମ କର୍ମଚାରୀମାନେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି କରିଛନ୍ତି ।

ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ
ନୟାଗଡ଼: ପରିବେଶ ସୁରକ୍ଷା ଓ ବିଦ୍ୟୁତ ସଞ୍ଚୟ ପ୍ରତି ସଚେତନତା ବୃଦ୍ଧି ପାଇଁ ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନକୁ ନେଇ ବ୍ୟାପକ ଅଭିଯାନ ଆରମ୍ଭ କରିଛି “ସେଣ୍ଟର ଫର୍ ଯୁଥ ଏଣ୍ଡ ସୋସିଆଲ୍ ୱେଲଫେୟାର (CYSW)”। ଆଜି ସନ୍ଧ୍ୟା ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଜାରି କରାଯାଇଛି।

“ବିଦ୍ୟୁତ ବଞ୍ଚାନ୍ତୁ, ଭବିଷ୍ୟତ ସୁରକ୍ଷିତ କରନ୍ତୁ” ସ୍ଲୋଗାନ୍ ସହିତ ଏହି ଅଭିଯାନ ଚାଲିଛି। ଅନାବଶ୍ୟକ ବଲ୍ବ ଓ ବିଦ୍ୟୁତ ଯନ୍ତ୍ର ପ୍ରୟୋଗ କମେଇବା, ପ୍ରାକୃତିକ ଆଲୋକ ଓ ପ୍ରାକୃତିକ ତାପମାତ୍ରାକୁ ଗୁରୁତ୍ୱ ଦେବା ପାଇଁ ସଂଗଠନ ଲୋକମାନଙ୍କୁ ସଚେତନ କରୁଛି। ସଂଗଠନର ସମ୍ପାଦକ ଡ଼ଃ ନୀତୁରଞ୍ଜନ ଦାଶ କହିଛନ୍ତି ଯେ, ଏହି ଅଭିଯାନ ଆମ ପୃଥିବୀ ପ୍ରତି ଦାୟିତ୍ୱବୋଧ ଓ ସଚେତନ ଚିନ୍ତାଧାରାକୁ ବୃଦ୍ଧି କରିବାର ଏକ ପ୍ରୟାସ। ପ୍ରକୃତି ପାଇଁ ଆମର ଏହି ଛୋଟ ପଦକ୍ଷେପ ଆଗାମୀ ଦିନରେ ସକାରାତ୍ମକ ପରିଣାମ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରକୃତିକୁ ସୁରକ୍ଷା କରିଲେ ଆମେ ସେଥିରୁ ସିଧାସଳଖ ଲାଭ ପାଇପାରିବା। ଏହି ପ୍ରୟାସରେ ସମସ୍ତଙ୍କୁ ସହଭାଗୀ ହୋଇ ସଫଳ କରିବାକୁ ସେ ଆହ୍ୱାନ କରିଛନ୍ତି।

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ସ୍ୱାମୀଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ !
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଖଣ୍ଡପଡ଼ା ଥାନା ଅନ୍ତର୍ଗତ ପୁଆଣିଆଁ ଗାଁରେ। ସେଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।

ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୬ ମାସ ତଳେ ଆଲୋକଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ପାରିବାରିକ ଅଶାନ୍ତି ମୁଣ୍ଡ ଟେକିଥିଲା। ତ୍ରିକୋଣୀୟ ପ୍ରେମ ସମ୍ପର୍କ ଏବଂ ଘରୋଇ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ 'ଲକି' ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅଭିଯୋଗ ରହିଛି ଯେ, ସେ ଆଲୋକଙ୍କୁ ଶୋଇବା ଘରର ଖଟ ଉପରେ ଏକ ବେଲ୍ଟ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଖଣ୍ଡପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ସଠିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ସହ ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ସ୍ତ୍ରୀ ଲକିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ଜଣଙ୍କ ମୃତ୍ୟୁ
ଗଣିଆ/ଦଶପଲ୍ଲା : ଏକ ବାଇକ୍‌କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍‌ ଚାଳକ ମୁହାଁମୁହିଁ ହୋଇଛନ୍ତି। ଟ୍ରକ୍‌ ଦୁଇଟି ଧକ୍କା ହେବାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍ ମଧ୍ୟରେ ଭୟଙ୍କର ଭାବେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ । ଆସନ୍ତାକାଲି ପୋଷ୍ଟମର୍ଟମ ପରେ ମୃତକଙ୍କ ପରିବାରରୁ ଶବ ହସ୍ତାନ୍ତର କରାଯିବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୁର୍ଘଟଣାଗ୍ରସ୍ତ ୨ଟି ଟ୍ରକ୍‌କୁ ଜବତ କରିଛି ପୁଲିସ୍ ।

ସାଙ୍ଗର ଛାତିରେ ଛୁରୀ ଭୁସି ହତ୍ୟା କଲା ସାଙ୍ଗ
ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପହିଲି ରଜରେ ସମସ୍ତେ ମସଗୁଲ ଥିବାବେଳେ ସାଙ୍ଗର ଛୁରା ମାଡ଼ରେ ସାଙ୍ଗରେ ମୃତ୍ୟୁ ଘଟିଛି। ଗ୍ରାମର ପୁରୁସୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁ ସନିଆ (ଗଙ୍ଗାଧର)ରାଉତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମକୁ ଏକ ଧାରୁଆ ଛୁରୀରେ ଛାତିକୁ ଭୁସି ଦେଇଥିଲେ।। ପରେ ପୁରୁଷୋତ୍ତମକୁ ପରିବାରଲୋକେ ଗଣିଆ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ସେଠାରେ ପୁରୁଷୋତ୍ତମକୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଣିଆ ପୁଲିସ ପହଞ୍ଚି ଛୁରାମାଡ କରିଥିବା ଯୁବକ ସନିଆ(ଗଙ୍ଗାଧର) ରାଉତକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ନୟାଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ନୟାଗଡ଼: ନୟାଗଡ଼ ଜିଲ୍ଲା ବାରମାସୀ ଦଣ୍ଡାରେ ଚାଞ୍ଚଲ୍ୟ। ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ଟାଉନ ଥାନା ପୁଲିସ ଉଦ୍ଧାର କରିଛି । ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ିଥିବା ସନ୍ଦେହ ଘେରରେ ରହିଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଶିଶିର, ପତ୍ନୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା। ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଥିବା କହିଥିଲେ। ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥିବା ସ୍କୁଟି ସହ ଅନେକ ଆସବାବପତ୍ର ପୋଡ଼ି ଯାଇଛି। ଖବର ପାଇ ନୟାଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ତାଙ୍କ ପୁଅକୁ ପଚରାଉଚରା କରୁଛି। ଦୁଇ ମାସ ତଳେ ସେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟ ଭାବେ ଯୋଗ ଦେଇଥିଲେ।