କେନ୍ଦୁଝର - The Sakala

ପାରିବାରିକ କଳହ: ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କଲା ସ୍ତ୍ରୀ
କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । କାଠଫାଳିଆରେ ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ମହିଳା ନିଜ ସ୍ୱାମୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ମୃତକ ହେଲେ ଆନନ୍ଦ ମୁଣ୍ଡା ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ଆନନ୍ଦ ମୁଣ୍ଡା ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଆରମ୍ଭ ହୋଇଥିଲା। ରାଗର ବଶବର୍ତ୍ତୀ ହୋଇ ଯାତ୍ରୀ ମୁଣ୍ଡା ଏକ କାଠ ଫାଳିଆରେ ସ୍ୱାମୀ ଆନନ୍ଦଙ୍କ ମୁଣ୍ଡକୁ ଶକ୍ତ ଆକ୍ରମଣ କରିଥିଲେ। ସ୍ୱାମୀଙ୍କ ଆର୍ତ୍ତ ଚିତ୍କାର ଶୁଣି ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ଦୌଡ଼ି ଆସିଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ଓ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ଘଟଣାରେ ହତ୍ୟାକାରୀ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ଜଣକ ମୃତକଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ପୋଲିସ ଏବେ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛି।

କାନପୁର ଜଳସେଚନ ପ୍ରକଳ୍ପକୁ ନେଇ ପ୍ରଶାସନର ସ୍ପଷ୍ଟୀକରଣ: ଅସ୍ଥାୟୀ ଭାବେ ନିର୍ମିତ କଫର ଡ୍ୟାମ ଉପର ଦେଇ ପାଣି ପ୍ରବାହିତ, ମୁଖ୍ୟ ଡ୍ୟାମ ସମ୍ପୂର୍ଣ ସୁରକ୍ଷିତ
କେନ୍ଦୁଝର: କାନପୁର ଡ୍ୟାମ୍‌ରେ ଫାଟ ବା ଗଠନମୂଳକ ତ୍ରୁଟି ଦେଖାଦେଇଥିବା ନେଇ କିଛି ବୈଦ୍ୟୁତିକ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବିଭ୍ରାନ୍ତିକର ତଥା ଅସତ୍ୟ ଖବର ଉପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ସ୍ପଷ୍ଟ ଭାବେ ଜଣାଇଛି ଯେ, କାନପୁର ଡ୍ୟାମ୍‌ରେ କୌଣସି ପ୍ରକାରର ଫାଟ ବା ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ପ୍ରସାରିତ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ବୃଥା ଆତଙ୍କ ସୃଷ୍ଟି କରିବାର ସମ୍ଭାବନା ରହିଛି।

ସାମ୍ପ୍ରତିକ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଫଳରେ ଏକ ଅସ୍ଥାୟୀ କଫର୍‌ଡ୍ୟାମ୍‌ (cofferdam) ଉପର ଦେଇ ଜଳ ପ୍ରବାହିତ ହେଉଛି। ଏହି କଫର୍‌ଡ୍ୟାମ୍‌ଟି ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ମୁଖ୍ୟ ଡ୍ୟାମ୍ ଭିତରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ ସହାୟକ ଢାଞ୍ଚା। ଏହା ମୁଖ୍ୟ ଡ୍ୟାମ୍‌ର ଅଂଶ ବିଶେଷ ନୁହେଁ। ତେଣୁ ଏହି ଅସ୍ଥାୟୀ ବ୍ୟବସ୍ଥା ଉପର ଦେଇ ଜଳ ପ୍ରବାହିତ ହେବା ଦ୍ବାରା ଜୀବନ, ସମ୍ପତ୍ତି କିମ୍ବା କାନପୁର ଡ୍ୟାମ୍‌ର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।

ଜୁଲାଇ ୩୦ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୪୩୨.୯୫ ମିଟର ରହିଛି, ଯାହା କଫର୍‌ଡ୍ୟାମ୍‌ର ସର୍ବୋଚ୍ଚ ସ୍ତର (୪୨୮.୦୦ ମିଟର) ଠାରୁ ଅଧିକ ହେଲେ ମଧ୍ୟ ମୁଖ୍ୟ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର (Full Reservoir Level) ୪୪୦.୦୦ ମିଟର ଠାରୁ ଯଥେଷ୍ଟ କମ୍ ଅଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୪୮.୪୮୨ କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ୧,୦୪୦ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି। ପ୍ରବେଶ ଅପେକ୍ଷା ଜଳ ନିଷ୍କାସନ ଅଧିକ ପରିମାଣରେ ହେଉଥିବାରୁ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ନିଷ୍କାସିତ ଜଳ କେବଳ ପ୍ରାକୃତିକ ନଦୀ ଶଯ୍ୟା ମଧ୍ୟରେ ସୀମିତ ରହିବ ଏବଂ ଏହା ଦ୍ବାରା କୌଣସି ଗ୍ରାମ ପ୍ରଭାବିତ ହେବାର ସମ୍ଭାବନା ନାହିଁ। ଏହି ଜଳ ପ୍ରବାହ ଚମ୍ପୁଆ, ଯୋଡ଼ା, ଝୁମ୍ପୁରା, କେନ୍ଦୁଝର ସଦର ଏବଂ ପାଟଣା ଦେଇ ଗତି କରିବ ଏବଂ ଜୁଲାଇ ୩୦ ତାରିଖ ସନ୍ଧ୍ୟା ପ୍ରାୟ ୫:୦୦ ମିନିଟ୍ ସୁଦ୍ଧା ଆନନ୍ଦପୁର ବ୍ୟାରେଜ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ଏକ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ସମ୍ପୃକ୍ତ ସମସ୍ତ ବିଡିଓ ଏବଂ ତହସିଲଦାରମାନଙ୍କୁ ଆଲର୍ଟ କରାଯାଇଛି ଏବଂ ମାଇକ୍ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ADM) ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (CDO-cum-EO, ZP) ଙ୍କ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।

ଜନସାଧାରଣଙ୍କ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ବିଷୟଗୁଡ଼ିକ ଉପରେ ଖବର ପ୍ରସାରଣ କରିବା ସମୟରେ ସମସ୍ତ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦାୟିତ୍ବବାନ ହେବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛି। ଅସତ୍ୟ ବା ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ ଦ୍ବାରା ନାଗରିକଙ୍କ ମଧ୍ୟରେ ଅଯଥା ଭୟ ଓ ମାନସିକ ଚାପ ସୃଷ୍ଟି ହୋଇପାରେ। ତେଣୁ କୌଣସି ଖବର ପ୍ରକାଶ ବା ପ୍ରସାରଣ କରିବା ପୂର୍ବରୁ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ସତ୍ୟାସତ୍ୟ ଯାଞ୍ଚ କରିବାକୁ ଗଣମାଧ୍ୟମଗୁଡ଼ିକୁ ଅନୁରୋଧ କରାଯାଇଛି।

ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ବନ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସଠିକ୍ ସୂଚନା ପାଇଁ ନାଗରିକମାନଙ୍କୁ କେବଳ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ଦ୍ବାରା ଜାରି କରାଯାଉଥିବା ସରକାରୀ ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।

ଘର ଏବଂ ଅଗଣାରୁ ଜଳ ନିଷ୍କାସନ ବେଳେ ବିଜୁଳି କରେଣ୍ଟ ଲାଗି ଅଗ୍ନୀଶମ ବାହିନୀର ଯବାନ ମୃତ
କେନ୍ଦୁଝର: କରେଣ୍ଟ ଲାଗି ଅଗ୍ନୀଶମ ବାହିନୀର ଯବାନ ମୃତ । ବନ୍ୟା ଜଳ ନିଷ୍କାସନ ବେଳେ ବିଜୁଳି କରେଣ୍ଟ ଲାଗି ଚାଲିଗଲା ଅଗ୍ନୀଶମ ବାହିନୀର ଯବାନଙ୍କ ଜୀବନ । କେନ୍ଦୁଝରରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ସବୁ ଆଡେ ପାଣି ଭରି ଯାଇଥିଲା। କାଲି ଠାରୁ ବିଭିନ୍ନ ସ୍ଥାନରେ ଜଳ ନିସ୍କାସନ କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ଓ ଅଗ୍ନିଶମ ବାହିନୀର ଦଶଟି ଟିମ୍ ଜଳ ନିସ୍କାସନ କରିବାର ଲାଗି ଥିଲେ। ଆଜି ସକାଳେ ଟାଉନ ଥାନା ସରକାରି ବାଳିକା ବିଦ୍ୟାଳୟ ସମ୍ମୁଖ ପୋଲିସ କ୍ଲବ୍ ଏଵଂ ପାଖରେ ଥିବା ବିଭିନ୍ନ ଘର ଭିତରୁ ଥିବା ଜଳ ନିଷ୍କାସନ କରୁଥିଲେ ଅଗ୍ନୀଶମ ବାହିନୀର ଦୁଇଟି ଟିମ୍।

ଗୋଟିଏ ଟିମ୍ ପୋଲିସ କ୍ଲବ୍ ରେ ଜଳ ନିସ୍କାସନ କରୁଥିବା ବେଳେ ଅନ୍ୟ ଟିମ୍ ଟି ନିକଟରେ ଥିବା ଘରୁ ପାଣି ନିଷ୍କାସନ କରୁଥିଲେ। ସେହି ଟିମ୍ ରେ ସାମିଲ୍ ଥିଲେ ଚନ୍ଦନ ପଟ୍ଟନାୟକ। ଆଣ୍ଠୁଏ ପାଣିରେ ପଶି ଘର ଭିତରେ ପାଇପ୍ ପକାଇବା ସହ ଜଳ ନିସ୍କାସନ କାର୍ଯ୍ୟ ଆରମ୍ଭ କରିଥଲେ। ଘର ମାଲିକର ଲୁଗା ଶୁଖାଇବା ପାଇଁ ଏକ ଜିଆଇ ତାର ଘର ଅଗଣାରୁ ଅନ୍ୟ ଅଗଣାକୁ ବନ୍ଧା ହୋଇଥଲା। ଦୁର୍ଭାଗ୍ୟ ବଶତଃ କୌଣସି କାରଣରୁ ସେହି ତାରଟିରେ ବିଜୁଳି କରେଣ୍ଟ ସଂଯୋଗ ହୋଇଯାଇଥିଲା। ସେହି ସମୟରେ ଚନ୍ଦନ ପଟ୍ଟନାୟକଙ୍କ ହାତ ପାଣି ଭିତରେ ଥିବା ସମୟରେ ଭୁଲ୍ ବଶତଃ ପଡ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ କରେଣ୍ଟ ଖାଇ ସେ ତଳେ ପଡ଼ି ଯାଇଥିଲେ। ଅନ୍ୟ ସହକର୍ମୀ ମାନେ କରେଣ୍ଟ ଲାଗି ଥିବା ଜାଣି ପାରି ସଙ୍ଗେ ସଙ୍ଗେ ଅନ୍ୟ ଏକ ପ୍ଲାଷ୍ଟିକ ପାଇପ୍ ଯୋଗେ ତାରଟିକୁ ଟାଣି ଛିଣ୍ଡାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ମେଡିକାଲ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସାରା କେନ୍ଦୁଝରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ
ଚମ୍ପୁଆ/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ବାପାଙ୍କୁ ରିମୁଳିରୁ ଚମ୍ପୁଆ ହସ୍ପିଟାଲକୁ ଆଣୁଥିବା ବେଳେ ଗାଡି ଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ମୃତକମାନେ ହେଲେ ଭାସ୍କର ଅପଟ (୫୫), କଇଫୁଲ ଅପଟ (୬୦) ଏବଂ ତ୍ରିଲୋଚନ ଅପଟ (୬୦)। ଗୁରୁତର ଆହତ ରଞ୍ଜିତ ଅପଟ (୩୫)ଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପରିବାରର ସଦସ୍ୟମାନେ ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ରିମୁଳିରୁ ଚମ୍ପୁଆ ଆଣୁଥିଲେ। ରଜିଆ ନିକଟରେ ପହଞ୍ଚିବା ବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପ୍ରଚଣ୍ଡ ବେଗରେ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା।ଘଟଣାସ୍ଥଳରେ ଭାସ୍କର ଅପଟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ି ଭିତରୁ ଆହତମାନଙ୍କୁ ଉଦ୍ଧାର କରି ଚମ୍ପୁଆ ହସ୍ପିଟାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ କଇଫୁଲ ଅପଟ ଓ ତ୍ରିଲୋଚନ ଅପଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକାସାଙ୍ଗରେ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଲଘୁଚାପ ବର୍ଷାରେ ଭାସିଗଲା ହନୁମନ୍ତିଆ ଓ କରଦାଙ୍ଗି ପୋଲ, ୫ ପଂଚାୟତର ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ
ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ଦୁଇଗୋଟି ଗୁରୁତ୍ୱପୂର୍ଣ ରାସ୍ତାର ପୋଲ ଧୋଇଯିବାରୁ ୫ ଗୋଟି ପଞ୍ଚାୟତ ର ପ୍ରାୟ ୨୫ ହଜାର ଲୋକ ବ୍ଲକ ମୁଖ୍ୟାଳୟରୁ ଗମନା ଗମନରେ ଏକ ପ୍ରକାରର ବିଛିନ୍ନ ହୋଇଛନ୍ତି । ଜରୁରୀକାଳିନ ସେବା ପାଇବାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଶନିବାର ଦିନ ଏବଂ ରାତ୍ରି ସମୟରେ ତେଲକୋଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଲଘୁଚାପ ବର୍ଷା ହୋଇଥିଲା ଫଳରେ ବିଭିନ୍ନ ନଇ ନାଳରେ ବନ୍ୟାଜଳ କୁଳ ଲଙ୍ଘିବା ଅବସ୍ଥା ହେବାରୁ ତେଲକୋଇ ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳର ଗମନା ଗମନ ନାଳ ପୋଲ ଧୋଇ ଯାଇଛି । ଏଠାରେ ଅନେକ ଦିନ ହେବ ନୂତନ ପୋଲକାମ ଅଧୁରା ଥିବାରୁ ଘୋଷଡା ପୋଲରେ ଲୋକେ ଯିବା ଆସିବା କରୁଥିଲେ । ସେହି ପୋଲଟି ଧୋଇଯିବାରୁ ଦବଲାପାଳ, ଛାମୁଣ୍ଡା, ଜଗମୋହନପୁର, ବିଂଝବାହାଳି ପ୍ରଭୃତି ୪ ଗୋଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ବ୍ଲକ ମୁଖ୍ୟାଳୟ ସହିତ ବିଛିନ୍ନ ଅବସ୍ଥାରେ ଅଛନ୍ତି । ସେହିପରି ତେଲକୋଇ କରଦାଙ୍ଗି ରାସ୍ତାର ଶ୍ରୀଧରପୁର ନିକଟ ପଞ୍ଚମୁଣ୍ଡିଆ ନାଳ ପୋଲ ନିକଟ ରାସ୍ତା ଧୋଇଯିବାରୁ କରଦାଙ୍ଗି ପଞ୍ଚାୟତ ବ୍ଲକ ମୁଖ୍ୟଳୟ ରୁ ବିଛିନ୍ନ ରହିଛି । ପ୍ରଶାସନ ପକ୍ଷରୁ ଗମନାଗମନକୁ ସୁଗମ ନିମନ୍ତେ ପ୍ରୟାସ ଚାଲିଛି ।

ଚମ୍ପୁଆ ପୋଲିସର ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ
ଚମ୍ପୁଆ: ଚମ୍ପୁଆ ପୋଲିସକୁ ବଡ଼ ସଫଳତା । ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ  । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଏନ୍‌କାଉଣ୍ଟର ପରେ ଚମ୍ପୁଆ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ । ଚୋରୀ ସାମଗ୍ରୀ ଦେଖାଇବାକୁ ଜଙ୍ଗଲ ନେବା ବେଳେ ଅଭିଯୁକ୍ତ ପୋଲିସ ଟିମ୍ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା  ନାଫିସ । ଆତ୍ମରକ୍ଷା ପାଇଁ ପୋଲିସ ତା' ଉପରକୁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ପରେ ତାକୁ ଗିରଫ କରାଯିବା ସହ ତାଠାରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି।

ତେଲକୋଇ ଥାନା ସାତହଳିଆ ଜଙ୍ଗଲରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାତହଳିଆ ନିକଟ ଜଙ୍ଗଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି । କେହି ତାଙ୍କୁ ହତ୍ୟା କରିବା ପରେ ଏଠାରେ ପକାଇ ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି  । ତାଳପଦା ପଞ୍ଚାୟତର ପଙ୍ଗା ଆଡ଼କୁ ଯିବା ରାସ୍ତାର ସାତହଳିଆ ନିକଟରେ ଥିବା ଜଙ୍ଗଲରେ ମୃତଦେହଟି ମୁହଁ ମାଡି ତଳେ ପଡ଼ିଥିବା ଅବସ୍ଥାରେ ଜଙ୍ଗଲକୁ ଯାଉଥିବା ଲୋକେ ଦେଖିଥିଲେ । ଖବର ଲେଖା ହେବା ବେଳକୁ ତେଲକୋଇ ପୋଲିସ ସେଠାରେ ପହଁଚି ନଥିବା ସୂଚନା ମିଳିଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ମୃତଦେହ ସେଠାକୁ ଗଲା ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଜଣାପଡିବ ।

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଯୁବତୀ ମୃତ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
କେନ୍ଦୁଝର: ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ । ମୃତ ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପିଟାନାଳୀ ଗ୍ରାମର ସୁମିତ୍ରା ଜୁଆଙ୍ଗ ହୋଇଥିବା ସୂଚନା । ସୁମିତ୍ରା ଜୁଆଙ୍ଗଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ୧୧ ମୃତକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହକୁ ସେମାନଙ୍କୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସମସ୍ତ ମୃତକ କେନ୍ଦୁଝର ଜିଲ୍ଲାର ଆଦିମ ଜୁଆଙ୍ଗ ଜନଜାତିର ହୋଇଥିବାରୁ ସ୍ଥାନୀୟ ଜୁଆଙ୍ଗ ଗାଁଗୁଡ଼ିକରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତ ୨୧ତାରିଖ ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟପାଲୟମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ
ଆନନ୍ଦପୁର: ରୋଗୀଶଯ୍ୟାରେ ମଣିଷ ବଦଳରେ ଶୋଇଛି କୁକୁର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀଶଯ୍ୟାରେ କୁକୁର ଶୋଇବା ଦୃଶ୍ୟ ସରକାରୀ ସ୍ୱାସ୍ଥ୍ୟସେବାର ପରିଚାଳନା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛି। ଯେଉଁ ହସ୍ପିଟାଲ ବେଡ୍‌ରେ ରୋଗୀମାନେ ଚିକିତ୍ସା ପାଇବା କଥା, ସେହି ବେଡ୍‌ରେ ଆରାମରେ ଶୋଇଛନ୍ତି ବୁଲା କୁକୁର। ଏହି ଦୃଶ୍ୟ ଦେଖି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟାବସ୍ଥା କେତେ ଦୁର୍ବଳ ତାହା ସହଜରେ ଅନୁମାନ କରାଯାଇପାରେ। ଏହା କେବଳ ଏକ ଅବହେଳାର ଘଟଣା ନୁହେଁ, ବରଂ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ହେଉଥିବା ଗୁରୁତର ଅବମାନନା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହସ୍ପିଟାଲ ଭିତରକୁ କୁକୁର ପ୍ରବେଶ କଲା କିପରି ? ସୁରକ୍ଷା କର୍ମୀ କ’ଣ କରୁଥିଲେ? ହସ୍ପିଟାଲରେ ନିୟୋଜିତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ କେଉଁଠି ଥିଲେ?

ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ମଧ୍ୟ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ଅଭିଯୋଗ ଉଠିଥିଲା। ଏପରିକି କିଛି ଦିନ ପୂର୍ବରୁ ଡାକ୍ତର ଏବଂ ଡ୍ରେସର ମଦ୍ୟପାନ କରି କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଚର୍ଚ୍ଚାକୁ ଆସିଥିଲା। ପ୍ରଶ୍ନ ଉଠୁଛି, ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ମେଡିକାଲ୍‌ ଅଫିସର ଏବଂ ଉଚ୍ଚ ଅଧିକାରୀମାନେ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହାନ୍ତି? ଏହାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁରରେ କାଳବୈଶାଖୀ ତାଣ୍ଡବ । ପ୍ରଚଣ୍ଡ ପବନରେ ଭୁଶୁଡ଼ିଗଲା ଟେଣ୍ଟ । ଟେଣ୍ଟ ତଳେ ଚାପି ହୋଇ ଚାଲିଗଲା ୩ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ସୂଚନାଯୋଗ୍ୟ, ଆଜି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି । ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ତେବେ ପ୍ରବଳ ପବନ ହେବ ଯୋଗୁଁ କେନ୍ଦୁଝର ଟାଉନ ଥାନା ଅଧୀନ ନରଣପୁର ଅଞ୍ଚଳରେ କୌଣସି ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା
କେନ୍ଦୁଝର: କଳା ପଲସର ଆସି ବନ୍ଧୁକ ମୁନରେ ଟଙ୍କା ଲୁଟ କଲେ ଦୁର୍ବୁତ୍ତ । ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା ।  କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁକୁନା ନିକୁଟରୁ ଆଜି ଦିବା ଆଲୋକରେ ପିଇଓଙ୍କୁ ବନ୍ଧୁକ ଦେଖାଇ  ଟଙ୍କା ଲୁଟି ନେଇଛନ୍ତି ଦୃର୍ବୁତ୍ତ  । ମିଳିଥିବା ସୂଚନା ଅନୁଯାୟୀ ବାଉରୀପଦା ପଞ୍ଚାୟତ ପିଇଓ ପଞ୍ଚୟତରେ ଭତା ଟଙ୍କା ବାଣ୍ଟିବା ପାଇଁ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିଲେ । ଆଉ ମାତ୍ର ୫ ଶହ ମିଟର ଯାଇଥିଲେ ପଞ୍ଚାୟତ କାର୍ଯ୍ୟଳୟ ପଡିଥାନ୍ତା, ମାତ୍ର ତା ପୂର୍ବରୁ କଳା ପଲସର ଆସି ବନ୍ଧୁକ ମୁନରେ ଟଙ୍କା ଝାମ୍ପିନେଲେ ଲୁଟେରା । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏକ କଳା ପଲସରରେ ତିନି ଜଣ ମୁଖା ପିନ୍ଧା ଲୋକ ଥିଲେ। ଟଙ୍କା ଲୁଟିବା ପରେ ବେଲଦା ରାସ୍ତା ଦେଇ ଚମ୍ପଟ ମାରିଛନ୍ତି। ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଜାରୀ ରଖିଛି।

ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ଟଙ୍କା ସହ ୩୦ରୁ ଉର୍ଦ୍ଧ୍ୱ ଗାଡ଼ି ଜବତ
କେନ୍ଦୁଝର: ପୋଲିସ ଟାର୍ଗେଟରେ ବାଲି ମାଫିଆ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ କେନ୍ଦୁଝର ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ହୋଇଛି ଏହି ଚଢ଼ାଉ । ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବାଲି ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ସିଜ୍ କରିଛି ପୋଲିସ । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ହେପାଜତକୁ ନେଇଛି ।

୧୨ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ସ୍ନେହାଶିଷ ସାହୁ, ଆନନ୍ଦପୁର ଏସଡିପିଓ କମଳ ଲୋଚନ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଛି।