ବଜେଟ ୨୦୨୨-୨୩ - The Sakala

୨୦୨୨- ୨୩ ରେଳ ବଜେଟ : ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଲା ୫୮୦୨.୬୫ କୋଟି ଟଙ୍କାର ଆନୁଦାନ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ମଞ୍ଜୁରୀ
ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ  ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

– ଅନୁଗୁଳ-ସୁକିନ୍ଦା ରୁଟ୍‌ ପାଇଁ ୪୭୫ କୋଟି

-ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି

-ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି

-ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି

-ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି

-ଜୟପୁର-ମାଲକାନଗିରି ‌ ପାଇଁ ୧୩.୮ କୋଟି

-ଜୟପୁର-ନବରଙ୍ଗପୁର ରୁଟ୍‌ ପାଇଁ ୮୧ କୋଟି

-ନୂଆପଡ଼ା-ଗୁଣପୁର-ଥେରୁବାଲି ରୁଟ୍‌ ପାଇଁ ୧୦ କୋଟି

-ତାଳଚେର-ଅନୁଗୁଳ ରୁଟ୍‌ ପାଇଁ ୧୮ କୋଟି

ସମ୍ବଲପୁର-ଫୁଲବାଣୀ-ଗୋପାଳପୁର ରେଳ ଲାଇନ ପାଇଁ ୧ କୋଟି

-ଖୋର୍ଦ୍ଧା-ବାରଙ୍ଗ ରେଳ ଲାଇନ ପାଇଁ ୧୬୪ କୋଟି ମଞ୍ଜୁରୀ

ରଜତଗଡ଼- ବାରଙ୍ଗ ରେଳ ଲାଇନ ପାଇଁ ୧ କୋଟି

୨୧ଟି ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ୨୧୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି।

ସୂଚନା ଅନୁଯାୟୀ,କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବ୍ରୁଆରି ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ ରହିଛି ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟର ୨୨ ଟି କାହାଣୀ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କରୋନା ପ୍ରଭାବିତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହି ବଜେଟରେ ଅନେକ ପଦକ୍ଷେପ ନିଆଯାଇଛି। ଉଚ୍ଚ ଅଭିବୃଦ୍ଧି ହାସଲ ପାଇଁ ବ୍ୟୟ ପରିମାଣ ଯଥେଷ୍ଟ ବଢ଼ାଯାଇଥିଲେ ହେଁ ରାଜସ୍ବ ଆୟ ଯଥେଷ୍ଟ କମ୍‌ ରହିଛି। ତେଣୁ ନିଅଣ୍ଟିଆ ସ୍ଥିତିକୁ ସୁଧାରିବା ପାଇଁ ସରକାର ଋଣର ସାହାରା ନେଇଛନ୍ତି। ବିଶେଷକରି ଭିତ୍ତିଭୂମି, ଡିଜିଟାଲ ଭିତ୍ତିଭୂମି, ପର୍ଯ୍ୟାପ୍ତ ନିବେଶ ଏବଂ ନିଯୁକ୍ତି ସୃଷ୍ଟି ଲାଗି ଯେଉଁ ପଦକ୍ଷେପ ନିଆଯାଇଛି, ତାହା ଆଗାମୀ ୨୫ ବର୍ଷ ମଧ୍ୟରେ ଜାତୀୟ ଅର୍ଥନୀତିକୁ ଏକ ନୂଆରୂପ ଦେବ ବୋଲି ନିର୍ମଳା କହିଛନ୍ତି। କିନ୍ତୁ ଏହି ବଜେଟରେ ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଖୁସି କରିବା ଭଳି କୌଣସି ବ୍ୟବସ୍ଥା ନାହିଁ। କରୋନା ପ୍ରଭାବରେ ମଧ୍ୟମ ବର୍ଗ ଏବଂ ସାଧାରଣ ଚାକିରିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ପାଇଁ ଆୟକର ଦୃଷ୍ଟିରୁ କୌଣସି ରିଆତି ଦିଆଯାଇ ନାହିଁ। ସେହିଭଳି କୃଷି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବାରୁ ଏହା ସାଧାରଣବର୍ଗଙ୍କୁ ନିରାଶ କରିଛି।

ଆୟକର: ପୁଣି ନିରାଶା

ଆଶା କରାଯାଉଥିଲା ଚଳିତ ବର୍ଷ ବଜେଟରେ ଆୟକର ସୀମା ବୃଦ୍ଧି ହେବ। ମାତ୍ର ଏ ସମ୍ପର୍କରେ କୌଣସି ଘୋଷଣା ହୋଇ ନାହିଁ। ଟିକସ ଛାଡ଼ର ପରିସୀମା ବୃଦ୍ଧି ହୋଇନାହିଁ କିମ୍ବା ଏଥିରେ କୌଣସି ସଂଶୋଧନ ହୋଇନାହିଁ। କର୍ପୋରେଟ ଟିକସ ୧୮%ରୁ ୧୫%କୁ ହ୍ରାସ କରାଯାଇଛି। ତେବେ ଆୟକରଦାତାଙ୍କ ପାଇଁ ୨ ବର୍ଷ ପୁରୁଣା ରିଟର୍ଣ୍ଣକୁ ଅପଡେଟ୍‍ କରିବା ପାଇଁ ସୁଯୋଗ ଦିଆଯାଇଛି। ଆୟକର ତ୍ରୁଟିକୁ ୨ ବର୍ଷ ମଧ୍ୟରେ ସଂଶୋଧନ ପ୍ରସ୍ତାବ। ଆୟକର ଟିକସ ପରିସୀମା ଅପରିବର୍ତ୍ତିତ, ଅଘୋଷିତ ଆୟ ଉପରେ ‘ସେଟ୍‍ ଅଫ୍‍’ ଶେଷ।

ସ୍ୱାସ୍ଥ୍ୟସେବା: ନିର୍ଦ୍ଦିଷ୍ଟ ଘୋଷଣା ନାହିଁ

କରୋନାର ତୃତୀୟ ଲହର ଦେଶରେ ଜାରି ରହିଛି। ଗତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୨.୩୮ଲକ୍ଷ କୋଟି ଟଙ୍କା ଅନୁଦାନ ମିଳିଥିଲା। ଚଳିତ ବର୍ଷ ୫୦% ଅଟକଳ ବୃଦ୍ଧି ଅନୁମାନ କରାଯାଉଥିଲା। ମାତ୍ର ସେପରି କିଛି ଘଟିନାହିଁ। କେବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଫୋକସ କଥା କୁହାଯାଇଛି। ଉତ୍ତର-ପୂର୍ବ ଭାରତୀୟ ରାଜ୍ୟର ସ୍ୱାସ୍ଥ୍ୟ ଓ ଅନ୍ୟ ବିକାଶ କଥା ଉଲ୍ଲେଖ ରହିଛି। ମଡେଲ୍‍ ସ୍ୱାସ୍ଥ୍ୟ କାଉନସେଲିଂ କାର୍ଯ୍ୟକ୍ରମ ଆରମ୍ଭ କଥା କୁହାଯାଇଛିକରୋନା ଯୋଗୁଁ ମାନସିକ ସ୍ୱାସ୍ଥ୍ୟରେ ପ୍ରଭାବ ଉପରେ ଗୁରୁତ୍ୱ। ଟେଲିମେଣ୍ଟାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମିଳିବ ସହାୟତା। ଆରମ୍ଭ ହେବ ଜାତୀୟ ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନ।

ଚାକିରିଜୀବୀ: ଆଶା ଧରାଶାୟୀ

ଚାକିରିଜୀବୀମାନଙ୍କ ପାଇଁ ବଜେଟରେ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଆଶା କରାଯାଉଥିଲା ୮୦ ସି ପରିସର ବୃଦ୍ଧି କରାଯିବ। କରୋନା କାଳରେ ୱାର୍କ ଫ୍ରମ୍‍ ହୋମ୍‍ ସଂସ୍କୃତି ବୃଦ୍ଧି ପାଉଥିବାରୁ କର୍ମଚାରୀଙ୍କୁ କିଛିଟା ରିଆତି ମିଳିବାର ଆଶା ଥିଲା। ଏହି ବୃତ୍ତିଧାରୀଙ୍କ ସଂଖ୍ୟା ୮୨%। ୱାର୍କ ଫ୍ରମ୍‍ ହୋମ୍‍ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଆଲାଉନ୍ସ ନାହିଁ। ୮୦ ସି ଅନ୍ତର୍ଗତ ନିବେଶ ଓ ଖର୍ଚ୍ଚ ପୁରୁଣା ୧.୫ ଲକ୍ଷରେ ସୀମିତ ରହିଛି।

ଯୁବବର୍ଗ: ଆଶା ଅସୁମାରି

ବଜେଟରେ ଅର୍ଥମନ୍ତ୍ରୀ ଦେଶର ବେକାର ଯୁବକଯୁବତୀଙ୍କୁ ଦେଖାଇଛନ୍ତି ସୁନେଲି ସ୍ୱପ୍ନ। ଆଗାମୀ ଦିନରେ ଦେଶରେ ୬୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ନୂତନ ବ୍ୟବସ୍ଥା କରାଯିବ। ଏପରିକି ଆଗାମୀ ୧୦ ବର୍ଷରେ ୩୦ ଲକ୍ଷ ବେକାରଙ୍କୁ ନୂଆ ନିଯୁକ୍ତି ମିଳିବ। ୧୪ କ୍ଷେତ୍ରରେ ଆରମ୍ଭ ହୋଇଥିବା ପିଏଲ୍‍ଆଇ ଯୋଜନା ଅବଧି ବୃଦ୍ଧି କରାଯିବ ବୋଲି ଅସୁମାରୀ ଆଶା ଦେଖାଇଛନ୍ତି।

ପ୍ରତିରକ୍ଷା: ସ୍ୱାବଲମ୍ବନକୁ ଗୁରୁତ୍ୱ

ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏପରିକି ପ୍ରତିରକ୍ଷା ଉତ୍ପାଦର ମୋଟ ୬୮% ଦେଶରୁ କ୍ରୟ କରାଯିବାକୁ ବ୍ୟବସ୍ଥା ହୋଇଛି। ଅନ୍ୟ ଦେଶରୁ ଆମଦାନୀ ଅପେକ୍ଷା ଦେଶରେ ଏହି ସାମଗ୍ରୀ ନିିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ଗତବର୍ଷ ୫୮% ପ୍ରତିରକ୍ଷା ଉପକରଣ ଦେଶ ମଧ୍ୟରୁ କ୍ରୟ କରାଯାଇଥିଲା ଓ ଆଗାମୀ ବର୍ଷ ଏହାକୁ ଆଉ ୧୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

ଏମ୍‍ଏସ୍‍ଏମ୍‍ଇ: କିଞ୍ଚିତ୍‍ ସମ୍ଭାବନା

କରୋନା ସମୟରେ ବ୍ୟବସାୟୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତବର୍ଷ ଏମଏସ୍‍ଏମ୍‍ଇ ନିମନ୍ତେ ସରକାର ୧୫୭୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଚଳିତ ବର୍ଷ ଆଗାମୀ ୫ ବର୍ଷ ପାଇଁ ୬ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ଏହା ସହିତ ଜିଏସ୍‍ଟିକୁ ନେଇ ସରକାର ଆତ୍ମସନ୍ତୋଷ ଘୋଷଣା କରିଛନ୍ତି। ଡ଼ିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି। ଇ-ପୋର୍ଟାଲ ଲଞ୍ଚ କରାଯାଇଛି। ଡ଼୍ରୋନ୍‍ ଶକ୍ତିକୁ ଷ୍ଟାର୍ଟଅପ୍‍ ପ୍ରୋତ୍ସାହନ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

କୃଷିକ୍ଷେତ୍ର: ବଢ଼ିଲା ନାହିଁ ନିଧି ରାଶି

ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ରାଶି ୬ ହଜାରରୁ ବୃଦ୍ଧି କରାଯାଇ ୯ ହଜାର କରାଯାଇପାରେ ବୋଲି ଆଶା କରାଯାଉଥିଲା। ମାତ୍ର ସେପରି କିଛି ଘଟିଲା ନାହିଁ। ତେବେ କିସାନ ଡ଼୍ରୋନ୍‍, ଜୈବିକ ଚାଷ, ଜମିର ଡ଼ିଜିଟାଜେସନକୁ ପ୍ରୋତ୍ସାହନ ଘୋଷଣା ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ଚାଷୀଙ୍କ ଖାତାକୁ ୨.୩୭ ଲକ୍ଷ କୋଟି ପଠାଯିବାକୁ ଘୋଷଣା କରାଯାଇଛି। ଗଙ୍ଗା ଉପକୂଳରେ ୫ କିଲୋମିଟର ପରିସରରେ ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ୧ ହଜାର ଲକ୍ଷ ଟନ୍‍ ଧାନ କ୍ରୟ ପାଇଁ ଆଶା ରଖାଯାଇଛି।

ମହିଳା: ଅଧା ରହିଗଲା ଆଶା

ମହିଳାମାନଙ୍କ ପାଇଁ ଗୃହ ଋଣ, ମ୍ୟୁଚୁଆଲ ଫଣ୍ଡରେ ନିବେଶ ଓ ଆୟକର ରିଆତି କରାଯିବା ଆଶା କରାଯାଉଥିଲା। ମାତ୍ର ଏ ସଂକ୍ରାନ୍ତରେ କୌଣସି ଘୋଷଣା ହୋଇନାହିଁ। ଯାହା ଫଳରେ ସେମାନଙ୍କ ରୋଜଗାର ଓ ଖର୍ଚ୍ଚରେ କୌଣସି ରିଆତି ମିଳିବାର ସମ୍ଭାବନା ନାହିଁ। ତେବେ ୨ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ, ହୀରା ଗହଣା ଉପରେ ବର୍ହିଶୁଳ୍କ ୫%କୁ ହ୍ରାସ ଓ ଇମିଟେସନ ଗହଣା ଉପରେ ବର୍ହିଶୁଳ୍କ କିଲୋପିଛା ୪୦୦ ଟଙ୍କାକୁ ହ୍ରାସ କରାଯାଇଛି।

କ୍ରିପ୍ଟୋକରେନ୍ସି: ୨ ଘୋଷଣା

ସାମ୍ପ୍ରତିକ ସମୟର ସବୁଠୁ ଲୋକପ୍ରିୟ ନିବେଶ ମାଧ୍ୟମ କୁହାଯାଉଥିବା କ୍ରିପ୍ଟୋ କରେନ୍ସିକୁ ଆଇନତଃ ବୈଧ ଘୋଷଣା କରାଯାଇଛି। ଦେଶରେ ୧୦ କୋଟିରୁ ଅଧିକ କ୍ରିପ୍ଟୋ କାରବାରୀ ରହିଛନ୍ତି। କ୍ରିପ୍ଟୋ କରେନ୍ସିର ଆୟ ଉପରେ ସରକାର ୩୦% ଟିକସ ଘୋଷଣା କରିଛନ୍ତି। ସମ୍ପତ୍ତିର ଡ଼ିଜିଟାଲ ହସ୍ତାନ୍ତର କ୍ଷେତ୍ରରେ ୧% ଟିଡ଼ିଏସ୍‍ ଲଗାଯାଇଛି। ରିଜର୍ଭ ବ୍ୟାଙ୍କ ଆଗାମୀ ଆର୍ଥିକ ବର୍ଷରେ ଡ଼ିଜିଟାଲ କରେନ୍ସି ପ୍ରଚଳନ ପାଇଁ ସୂଚନା ଦିଆଯାଇଛି।

ରେଳବାଇ: ବଢ଼ିବନି ଯାତ୍ରୀ ଭଡ଼ା

ରେଳବାଇକୁ ନେଇ ମଧ୍ୟ କୌଣସି ବଡ଼ ଘୋଷଣା ହୋଇନାହିଁ। ଏଥିରୁ ସ୍ପଷ୍ଟ ଯେ ରେଳବାଇ ଯାତ୍ରୀ ଭଡ଼ା ବୃଦ୍ଧି ହେବ ନାହିଁ। ତେବେ ଆଶା କରାଯାଉଥିବା ବୁଲେଟ୍‍ ଟ୍ରେନ୍‍, ବିଶ୍ୱସ୍ତରୀୟ ଷ୍ଟେସନ କଥା ବଜେଟ ଅଭିଭାଷଣରେ ସ୍ଥାନ ପାଇନାହିଁ। ମାତ୍ର ଆଗାମୀ ୩ ବର୍ଷରେ ୪୦୦ ନୂଆ ପିଢ଼ିର ବନ୍ଦେ ଭାରତ ଟ୍ରେନ୍‍ ଚଳାଚଳ ହେବ ବୋଲି ଘୋଷଣା ହୋଇଛି। ୧୦୦ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଗୋ ଟର୍ମିନାଲର ବିକାଶ, ମେଟ୍ରୋ ସିଷ୍ଟମ ବିକାଶ ଲାଗି ନୂଆ ରାସ୍ତା ଅନୁଧ୍ୟାନ କଥା କୁହାଯାଇଛି। ଏହା ସହିତ ୨୦୦୦ କିଲୋମିଟର ରେଳ ନେଟୱାର୍କକୁ ‘କବଚ’ ବୈଷୟିକ ଜ୍ଞାନକୌଶଳରେ ସାମିଲ କରାଯିବ।

ଜିଡିପି ଓ ଜିଏସ୍‍ଟିକୁ ନେଇ ଆଶା

ଦେଶର ଆର୍ଥିକ ବିକାଶ ୯.୨% ହାରରେ ବୃଦ୍ଧିର ପୂର୍ବାନୁମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜିଏସ୍‍ଟି ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୃଢ଼ୀଭୂତ ହୋଇଥିବା ଉଲ୍ଲେଖ କରି ସେ ପୂର୍ବ ତୁଳନାରେ ଜିଏସଟି ଆୟ ୧.୪୫ ଲକ୍ଷ କୋଟି ଅଧିକ ହେବ ବୋଲି ଆଶା କରାଯାଇଛି। ଏହା ସହିତ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଶିକ୍ଷା: ଅୟୁତ ସମ୍ଭାବନା

ଦେଶର ଶିକ୍ଷା ବ୍ୟବସ୍ଥାର ଦୃଢ଼ୀକରଣ କରିବା ନିମନ୍ତେ ବଜେଟରେ ରହିଛି ଅନେକ ଆଶା। ବିଶେଷ କରି ଡ଼ିଜିଟାଲ ଶିକ୍ଷା ଓ ଇ-ଶିକ୍ଷା କ୍ଷେତ୍ରକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଇ- ବିଦ୍ୟାରେ ପ୍ରତି ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଟିଭି ଚ୍ୟାନେଲରେ ଶିକ୍ଷା ଦିଆଯିବ। ସେହିପରି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବା ନିମନ୍ତେ ବର୍ତ୍ତମାନର ୧୨ଟି ଚ୍ୟାନେଲକୁ ୨୦୦ ଚ୍ୟାନେଲ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ୨ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ହେବ। ବ୍ୟବସାୟିକ ଶିକ୍ଷା ନିମନ୍ତେ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ।

ସାଧାରଣ ଜନତା: ଆବାସ ଆଶା

ଦେଶର ସାଧାରଣ ଲୋକଙ୍କ ପାଇଁ ‘ଆବାସ’ ଓ ଡ଼ାକ ‘ଏଟିଏମ୍‍’ର ସ୍ୱପ୍ନ ଦେଖାଇଛନ୍ତି ଅର୍ଥମନ୍ତ୍ରୀ। ଦେଶର ଗରିବ ଲୋକଙ୍କ ପାଇଁ ଦେଶରେ ୮୦ ଲକ୍ଷ ନୂଆ ଘର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟ ହେବ ବୋଲି କହିଛନ୍ତି। ସେହିପରି ଦେଶର ବିଭିନ୍ନ ଡ଼ାକଘରଗୁଡ଼ିକରେ ଏଟିଏମ୍‍ ସ୍ଥାପନ କରାଯିବାକୁ ଯୋଜନା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପର୍ଯ୍ୟଟନ: ଡିଜିଟାଲ ପାସ୍‌ପୋର୍ଟ

ପର୍ଯ୍ୟଟନ କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ଭାବରେ ବଜେଟରେ କିଛି କୁହାଯାଇ ନାହିଁ। ତେବେ ୨୦୨୨-୨୩ ଆର୍ଥିକ ବର୍ଷରୁ ଦେଶରେ ଇ-ପାସପୋର୍ଟ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଆର୍‍ଏଫ୍‍ଆଇଡ଼ି ଓ ବାୟୋମେଟ୍ରିକ୍‍ ଭାବରେ କାର୍ଯ୍ୟ କରିବ। ଏହି ପାସପୋର୍ଟରେ ଇଲୋକ୍ଟ୍ରୋନିକ ମାଇକ୍ରୋଚିପ୍ସ ରହିବ।

ଭିତ୍ତିଭୂମି: ଅନେକ ସମ୍ଭାବନା

ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ବଜେଟରେ ରହିଛି ଅନେକ ସମ୍ଭାବନା। ୨୦୨୫ ସୁଦ୍ଧା ଦେଶର ସବୁ ଗାଁକୁ ଅପଟିକାଲ ଫାଇବର କେବୁଲ ବିଛାଯିବ। ୨୫ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯିବ। ଜାତୀୟ ରାଜପଥ ନିର୍ମାଣ ଲାଗି ୨୦ ହଜାର କୋଟି ଟଙ୍କାର ବଜେଟ ଅଟକଳ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‍ ନିମନ୍ତେ ବର୍ହିଃଶୁଳ୍କ ନିୟମକୁ କୋହଳ କରିବାକୁ ମସୁଧା।

୫ଜି ସେବା: ୨୦୨୨ରୁ ଆରମ୍ଭ

ଚଳିତ ବର୍ଷ ୨୦୨୨ରୁ ଦେଶରେ ଆରମ୍ଭ ହେବ ୫ ଜି ସେବା। ସମ୍ପ୍ରତି ଦେଶରେ ୪ ଜି ସେବାରେ ଉନ୍ନତିକରଣ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବ। ଏହା ସହିତ ୫ ଜି ସ୍ପେକ୍ଟ୍ରମ୍‍ର ନିଲାମୀ ମଧ୍ୟ ୨୦୨୨ରେ କରାଯିବ। ପୁନଶ୍ଚ ଦେଶର ଅଧିକାଂଶ ଗାଁକୁ ଅପ୍‍ଟିକାଲ ଫାଇବର ଜରିଆରେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ।

ସବୁଜ ଶକ୍ତି: ବିକାଶ ତ୍ୱରାନ୍ୱିତ

ଦେଶରେ ସ୍ୱଚ୍ଛ ଶକ୍ତି ବା ସବୁଜ ଶକ୍ତିର ବିକାଶକୁ ତ୍ୱରାନ୍ୱିତ କରାଯିବ। ସୌର ଶକ୍ତି ଜରିଆରେ ଦେଶର ଅଙ୍ଗନବାଡ଼ିରେ ବିଦ୍ୟୁତ୍‍ ସଂଯୋଗ ଦିଆଯିବ। ବ୍ଲେଣ୍ଡେଡ଼୍‍ ଇନ୍ଧନକୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ନନ୍‍ ବ୍ଲେଣ୍ଡେଡ଼୍‍ ଇନ୍ଧନ ଉପରେ ଅଧିକ ସରଚାର୍ଜ। ବୈଦ୍ୟୁତିକ ବାହନର ଚାର୍ଜିଂ ଲାଗି ଦେଶର ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ ସ୍ଥାପନ।

ଇଲେକ୍ଟ୍ରୋନିକ୍ସ ଶିଳ୍ପ: ଅର୍ଥନୀତିର ଅଂଶ

ପ୍ରଥମଥର ପାଇଁ ବଜେଟରେ ଗେମିଂ ଓ ଆନିମେସନକୁ ଅର୍ଥନୀତିର ଅଂଶ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆନିମେସନ, ଭିଜୁଆଲ ଇଫେକ୍ସ, ଗେମିଂ କ୍ଷେତ୍ରରେ ରୋଜଗାରର ଅସୀମ ସମ୍ଭାବନା ରହିଛି। ଏଥିପାଇଁ ଏଭିଜିସି ପ୍ରମୋସନ ଟାସ୍କ ଫାର୍ସ ସୃଷ୍ଟି ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ସ୍ଥାନୀୟ ଆବଶ୍ୟକତା ପୂରଣ ହୋଇପାରିବ ଓ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ଅଂଶଗ୍ରହଣ କରାଯାଇ ପାରିବ। ଏ କ୍ଷେତ୍ରରେ ରୋଜଗାରର ବଡ଼ ସମ୍ଭାବନା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମବାୟ: ଅଧିକ ପ୍ରୋତ୍ସାହନ

ସମବାୟ କ୍ଷେତ୍ରକୁ ଚଳିତ ବଜେଟରେ ଅଧିକ ପ୍ରୋତ୍ସାହନ ଦିଆଯାଇଥିବା କଥା କୁହାଯାଉଛି। ସମବାୟ ଟିକସ ୧୮%ରୁ ୧୫%କୁ ହ୍ରାସ କରାଯାଇ ଏହି କ୍ଷେତ୍ରକୁ ଲାଭାନ୍ୱିତ କରିବାକୁ ଉଦ୍ୟମ କରାଯାଇଛି। ସେହିପରି ଏ କ୍ଷେତ୍ରରେ ରହିଥିବା ସରଚାର୍ଜକୁ ମଧ୍ୟ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨% ଥିବାବେଳେ ଏବେ ତାହାକୁ ୭% ରଖାଯାଇଛି। ପୁଣି ଟିକସ କ୍ଷେତ୍ରରେ ମଧ୍ୟ ୧ କୋଟିରୁ ଏହାକୁ ୧୦ କୋଟିକୁ ବୃଦ୍ଧି କରାଯାଇଛି।

ରାଜକୋଷୀୟ କ୍ଷତି: ୬.୯%

ଆସନ୍ତା ଆର୍ଥିକ ବର୍ଷରେ ଦେଶର ରାଜକୋଷୀୟ କ୍ଷତି ୬.୯% ହେବ ବୋଲି ଅନୁମାନ କରାଯାଇଛି। ଗତ ଆର୍ଥିକ ବର୍ଷ ବଜେଟରେ ଏହା ୬.୮% ରହିଥିଲା। ସେହିପରି ଅର୍ଥ ବ୍ୟବସ୍ଥାରେ ୯.୨% ବୃଦ୍ଧିର ଅନୁମାନ କରାଯାଇଛି। ଏହା ନିର୍ମଳାଙ୍କ ପୂର୍ବର ସମସ୍ତ ବଜେଟ ଆକଳନଠାରୁ ସବୁଠୁ ଅଧିକ ବୋଲି କୁହାଯାଇଛି।

ମହଙ୍ଗା: ବିଦେଶୀ ସାମଗ୍ରୀ

ବଜେଟର ପ୍ରଭାବ ପ୍ରାୟତଃ ଅଧିକାଂଶ ସାମଗ୍ରୀ ଉପରେ ପଡ଼ିବ ନାହିଁ। ୯୦% ସାମଗ୍ରୀ ଜିଏସଟି ପରିସରଭୁକ୍ତ ହୋଇଥିବାରୁ ବଜେଟରେ ଏହା ପ୍ରଭାବିତ ହେବ ନାହିଁ। ତେବେ ବିଦେଶରୁ ଆମଦାନୀ ହେଉଥିବା କିଛି ସାମଗ୍ରୀ ଉପରେ ପ୍ରବେଶ କର, ଆମଦାନୀ କର ବୃଦ୍ଧି କରାଯାଇଛି। ଯାହା ଫଳରେ ଏହି ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ରହିଛି। ସେହିପରି ଛତା ଉପରେ ମଧ୍ୟ ଟିକସ ୨୦% ବୃଦ୍ଧି ହୋଇଥିବାରୁ ଏହା ମହଙ୍ଗା ହେବ।

ବଞ୍ଚିବ ଟଙ୍କା: ମୋବାଇଲ, କପଡ଼ା ଶସ୍ତା

ମୋବାଇଲ୍‍ ଫୋନ୍‍ ଚାର୍ଜର, ମୋବାଇଲ୍‍ କ୍ୟାମେରା ଲେନ୍ସ, କପଡ଼ା, ରତ୍ନ ପଥର, ହୀରା ଆଦି ଶସ୍ତା ହେବ ବୋଲି ବଜେଟ ଅଭିଭାଷଣ ସମୟରେ ଇଙ୍ଗିତ ଦେଇଛନ୍ତି ଅର୍ଥମନ୍ତ୍ରୀ। ଏହା ବ୍ୟତୀତ ଇସ୍ପାତ ଓ କିଛି ରସାୟନିକ ସାମଗ୍ରୀ ଉପରେ ମଧ୍ୟ ବର୍ହିଶୁଳ୍କ ହ୍ରାସ କରାଯାଇଥିବାରୁ ଏହା ଶସ୍ତା ହେବା ସମ୍ଭାବନା ରହିଛି।

ବଜେଟକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା: କହିଲେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କିଛି ନାହିଁ
ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଦେଶକୁ ଏହି ମହାମାରୀ ସମୟରେ ଆଗକୁ ନେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପାଇଁ ବ୍ୟୟବରାଦ ହ୍ରାସ କରିବା ସମ୍ପୃକ୍ତ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିିସହିତ କରୋନା କାଳରେ ମନ୍‌ରେଗାରେ ବଜେଟକୁ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦର ବୃଦ୍ଧି ସର୍ବାଧିକ ପ୍ରଭାବିତ ହେଉଛନ୍ତି । ବଜେଟରେ ଏ ନେଇ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଏଥିସହିତ ଏଲ୍‌ପିଜି ସବ୍‌ସିଡିରେ ମଧ୍ୟ ହ୍ରାସ କରାଯାଉଛି । ଏହା ଦ୍ୱାରା ମହିଳା ମାନେ ବିଶେଷ ଭାବେ ପ୍ରଭାବିତ ହେବେ । ଓଡ଼ିଶା ମିଲେଟ ମିଶନ ପୋଷଣ ଏବଂ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । କେନ୍ଦ୍ର ସରକାର ମଧ୍ୟ ମାଣ୍ଡିଆର ଗୁରୁତ୍ୱକୁ ବୁଝିପାରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ମିଳିତ ଜାତିସଂଘକୁ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବଜେଟ୍ ୨୦୨୨-୨୩: ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏମଏସପି, କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାରକୁ ମିଳିବ ପ୍ରୋତ୍ସାହନ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷକମାନଙ୍କ ସହ ଜଡିତ ଅନେକ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କୃଷକ ଶବ୍ଦକୁ ସମୁଦାୟ ୧୨ ଥର ଉଲ୍ଲେଖ କରିଛନ୍ତି। ଏହି ସମୟରେ ସରକାର ଜୈବିକ ଚାଷକୁ ପ୍ରୋତ୍ସାହିତ କରିବେ ବୋଲି ସେ କହିଛନ୍ତି। କଠିନ ଶସ୍ୟରୁ ନିର୍ମିତ ଦ୍ରବ୍ୟର ବ୍ରାଣ୍ଡିଂ ଦେଶ ବିଦଶରେ କରାଯିବ ।

ଏମଏସପି, ତୈଳବୀଜ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଅର୍ଥମନ୍ତ୍ରୀ କୃଷକମାନଙ୍କୁ ଡିଜିଟାଲ ସେବା ଯୋଗାଇବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ରେଳବାଇ କ୍ଷୁଦ୍ର କୃଷକ,  କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ସୃଷ୍ଟି କରିବ।

ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ଏମଏସପି ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଆର୍ଥିକ ବର୍ଷରେ ୧୬୩ ଲକ୍ଷ ଚାଷୀ ପ୍ରାୟ  ୧୨୦୮ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ ଚାଉଳ ଉତ୍ପାଦନ କରିବେ। ପ୍ରାୟ ୨.୩୭ ଲକ୍ଷ କୋଟି ଟଙ୍କାର ଏମଏସପି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଆସିବ। ଗଙ୍ଗା କୂଳର ୫ କିଲୋମିଟର ଦୂରତାରେ ପଡିଥିବା ଜମିରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯିବ |

ଫସଲର ମୂଲ୍ୟାଙ୍କନ ପାଇଁ କୃଷି ଜମି ଦଲିଲଗୁଡ଼ିକର ଡିଜିଟାଇଜେସନ୍ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କୀଟନାଶକ ଏବଂ ପୁଷ୍ଟିକର ଖାଦ୍ୟ ସ୍ପ୍ରେ କରିବା ପାଇଁ କୃଷକ ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ରାଜ୍ୟମାନଙ୍କୁ କୃଷି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ବଦଳାଇବାକୁ କୁହାଯିବ ଯାହାଦ୍ୱାରା ଚାଷର ମୂଲ୍ୟ ହ୍ରାସ ହୋଇପାରିବ। କୃଷକମାନଙ୍କୁ ଉନ୍ନତ କିସମର ଫଳ ଏବଂ ପନିପରିବା ଗ୍ରହଣ କରିବାରେ ସାହାଯ୍ୟ କରିବାକୁ ରାଜ୍ୟଗୁଡିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ। କୃଷକମାନେ ଡିଜିଟାଲ୍ ସେବା ପାଇବେ, ଯେଉଁଥିରେ ଡକ୍ୟୁମେଣ୍ଟ୍, ସାର, ମଞ୍ଜି, ଔଷଧ ସମ୍ବନ୍ଧୀୟ ସେବା ଅନ୍ତର୍ଭୂକ୍ତ ହେବ।

କୃଷକମାନଙ୍କୁ ଡିଜିଟାଲ୍ ଏବଂ ହାଇ-ଟେକ୍ କରିବା ପାଇଁ ପିପିପି ମୋଡରେ ନୂତନ ଯୋଜନା ଆରମ୍ଭ ହେବ। କେନ୍-ବେତୱା ନଦୀ ସଂଯୋଗ ପ୍ରକଳ୍ପ ଆରମ୍ଭ ହେବ। ୪୪, ୬୦୫ ​​କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିଆଯିବ। ଏହା ୯.୦୮ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ କରିବାରେ ସାହାଯ୍ୟ କରିବ। ଏହା ସହିତ ୬୨ ଲକ୍ଷ ଲୋକ ପାନୀୟ ଜଳ ପାଇବେ । ଏଗ୍ରି-ଆଧାରିତ ଷ୍ଟାର୍ଟଅପ୍ ଗୁଡିକ NABARD ମାଧ୍ୟମରେ ପାଣ୍ଠି ସୁବିଧା ପାଇବେ ।

ବଜେଟ ୨୦୨୨- ୨୩: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା
ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି ।  ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି।

ଜାଣନ୍ତୁ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ:

ପ୍ରତିରକ୍ଷା- ୩,୮୫,୩୭୦ କୋଟି

ପେନସନ- ୨,୦୭,୧୩୨ କୋଟି

ପ୍ରମୁଖ ସବସିଡି- ୩,୧୭,୮୬୬ କୋଟି

କୃଷି ଓ ତା’ ସହିତ ଜଡ଼ିତ କାର୍ୟ୍ୟକ୍ରମ- ୧,୫୧,୫୨୧ କୋଟି

ବାଣିଜ୍ୟ ଓ ଶିଳ୍ପ- ୫୩,୧୧୬ କୋଟି

ଉତ୍ତର ପୂର୍ବର ରାଜ୍ୟର ବିକାଶ- ୨,୮୦୦ କୋଟି

ଶିକ୍ଷା- ୧,୦୪,୨୭୮ କୋଟି

ଶକ୍ତି: ୪୯,୨୨୦ କୋଟି

ବୈଦେଶିକ ବ୍ୟାପାର: ୧୭,୨୫୦ କୋଟି

ଅର୍ଥ:୨୧,୩୫୪ କୋଟି

ସ୍ୱାସ୍ଥ୍ୟ: ୮୬,୬୦୬ କୋଟି

ସ୍ୱରାଷ୍ଟ୍ର ବ୍ୟାପାର: ୧,୨୭,୦୨୦

ସୁଧ: ୯,୪୦,୬୫୧ କୋଟି

ଆଇଟି ଓ ଟେଲିକମ: ୭୯,୮୮୭ କୋଟି

ଯୋଜନା ଓ ପରିସଂଖ୍ୟନ: ୫,୭୨୦ କୋଟି

ଗ୍ରାମୀଣ ବିକାଶ: ୨,୦୬,୨୯୩ କୋଟି

ବିଜ୍ଞାନଭିତ୍ତିକ ବିଭାଗ: ୩୦,୫୭୧ କୋଟି

ସାମାଜିକ କଲ୍ୟାଣ: ୫୧,୭୮୦ କୋଟି

ଟିକସ ଆଡମିନଷ୍ଟ୍ରେସନ: ୧,୭୧,୬୭୭ କୋଟି

ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି

ପରିବହନ: ୩,୫୧,୮୫୧ କୋଟି

କେନ୍ଦ୍ର ଶାସିତ ଅଞ୍ଚଳ: ୫୮,୭୫୭ କୋଟି

ସହରାଞ୍ଚଳ ବିକାଶ: ୭୬,୫୪୯ କୋଟି

ଅନ୍ୟାନ୍ୟ ଖର୍ଚ୍ଚ: ୧,୧୩,୩୦୧ କୋଟି ଟଙ୍କା

ବଜେଟ୍‌ ୨୦୨୨-୨୩ : ଜାଣନ୍ତୁ ଏକ ଟଙ୍କାରେ ପୂରା ବଜେଟର ହିସାବ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ସେ ନେଇ ସମ୍ପୁର୍ଣ୍ଣ ତଥ୍ୟ ରଖିଛନ୍ତି। ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ୧୪% ଅଧିକ ବ୍ୟୟବରାଦ କରିଛନ୍ତି। ତେବେ ମୋଟ ବଜେଟକୁ ଯଦି ଏକ ଟଙ୍କା ଭାବି ଆମେ ଏହି ହିସାବ କରିବା ତେବେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ତାହା ଜାଣିପାରିବା।

କେଉଁ କ୍ଷେତ୍ରରୁ ଏକ ଟଙ୍କା ଆସିବ ?

ଋଣ ଓ ଅନ୍ୟାନ୍ୟ ଦେୟ-୩୫ ପଇସା

କର୍ପୋରେଟ୍‌ ଟିକସ-୧୫ ପଇସା

ଆୟକର-୧୫ ପଇସା

ସୀମାଶୁକ୍ଳ-୫ ପଇସା

ଜିଏସଟି -୧୬ ପଇସା

କେନ୍ଦ୍ରୀୟ ଅବକାରୀ ଟିକସ-୭ ପଇସା

ଅଣ ଟିକସ ରାଜସ୍ବ-୫ ପଇସା

ଅଣ ଋଣ ପୁଞ୍ଜି ରସିଦ-୨ ପଇସା

କେଉଁ କ୍ଷେତ୍ରରେ ଏକ ଟଙ୍କା ଖର୍ଚ୍ଚ ହେବ ?

ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-୧୭ ପଇସା

ସୁଧ ପରିଶୋଧ-୨୦ ପଇସା

କେନ୍ଦ୍ରୀୟ ସ୍କିମ୍‌-୧୫ ପଇସା

ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-୧୦ ପଇସା

କେନ୍ଦ୍ର ପ୍ରୟୋଜିତ ସ୍କିମ୍‌-୯ ପଇସା

ପ୍ରତିରକ୍ଷା-୮ ପଇସା

ସବସିଡି-୮ ପଇସା

ପେନସନ-୪ ପଇସା

ଅନ୍ୟାନ୍ୟ ବ୍ୟୟ-୯ ପଇସା

ବଜେଟ୍‌ ୨୦୨୨-୨୩ : ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହନ, ଡ୍ରୋନ୍ ଦ୍ଵାରା ହେବ କୃଷିକାର୍ଯ୍ୟ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସଂସଦରେ ବଜେଟ୍ ଭାଷଣ ଦେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏମଏସପିରେ କୃଷକଙ୍କଠାରୁ ରେକର୍ଡ କ୍ରୟ କରାଯିବ । ସିଲାବସରେ ଫାର୍ମିଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରାଯିବ । ଗଙ୍ଗା କରିଡର (୫କିମି ଚଉଡା କରିଡର)ରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ ।

ରବି ଋତୁ ଏବଂ ଖରିଫ ଋତୁରେ ଆନୁମାନିକ ଭାବେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଗହମ କିଣାଯିବ । ସରକାରଙ୍କ ଦ୍ୱାରା ୨.୩୭ ଲକ୍ଷ କୋଟିର MSP ଆଧାରିତ ପ୍ରତ୍ୟକ୍ଷ ଦେୟ ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ। ଏହି ସମୟରେ ଗଙ୍ଗା କୂଳରେ ରହୁଥିବା ଚାଷୀଙ୍କ ଜମି ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ୫ କିମି କିଲୋମିଟର ଚଉଡା କରିଡର ନିର୍ମାଣ କରାଯିବ । ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ । ଫଳରେସେମାନଙ୍କର ପ୍ରସାରକୁ ବ୍ୟାପକ କରାଯାଇପାରିବ । ଏହି ପୋର୍ଟାଲଗୁଡିକ ଜି-ସି, ବି-ସି ଏବଂ ବି-ବି ସେବା ଯୋଗାଇବ । ଯେଉଁଥିରେ ଋଣ ସୁବିଧା, ଉଦ୍ୟୋଗୀ, ସୁଯୋଗ ବୃଦ୍ଧି ହେବ । ୪୪ ହଜାର ୬୦୫ କୋଟିର ଆନୁମାନିକ ମୂଲ୍ୟରେ କେନ୍ ବେତୱା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହି ଯୋଜନା ଅନୁସାରେ ଦେଶର ୯.୮ ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ ଯୋଗାଇବ ।

ଚାଷୀଙ୍କୁ ଡିଜିଟାଲ ସେବାର ସୁବିଧା ମିଳିବ । ଜୈବିକ ଉପାୟରେ ଚାଷକୁ ପ୍ରୋତ୍ସାହନ ଦିଆଯିବ।ଫସଲ ମୂଲ୍ୟାଙ୍କନ, ଜମି ରେକର୍ଡର ଡିଜିଟାଇଜେସନ୍, କୀଟନାଶକ ଏବଂ ପୁଷ୍ଟିକର ଖାଦ୍ୟ ସ୍ପ୍ରେ କରିବା ପାଇଁ କୃଷକ ଡ୍ରୋନର ବ୍ୟବହାର କଲେ ଲାଭଦାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏଥିସହ ସରକାରୀ କ୍ଷେତ୍ର ଅନୁସନ୍ଧାନ ଏବଂ କୃଷିରୁ ହିତାଧିକାରୀଙ୍କ ଅଂଶଗ୍ରହଣରେ କୃଷକମାନଙ୍କ ପାଇଁ ପିପିପି ମୋଡରେ ଏହି ଯୋଜନା ଆରମ୍ଭ କରାଯିବ।  ନାର୍ବାଡ ଜରିଆରେ କୃଷି ଓ ଗ୍ରାମାଞ୍ଚଳରେ ଷ୍ଟାର୍ଟଅପ ପାଇଁ ଆର୍ଥିକ ସହାୟତା ଦିଆଯିବ। ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳର ତାଲିମ ଦିଆଯିବ। ଚାଷୀଙ୍କୁ ହାଇଟେକ ଓ ଡିଜିଟାଲ ସେବା ଯୋଗାଇ ଦେବା ପାଇଁ ପିପିପି ମୋଡରେ ବିଭିନ୍ନ ଯୋଜନା ଆରମ୍ଭ କରାଯିବ। ଏଥିରେ ସରକାରୀ ରିସର୍ଚ୍ଚ ଓ ପ୍ରତିଷ୍ଠାନର ଭୂମିକାକୁ ମଧ୍ୟ ପ୍ରାଧ୍ୟାନ୍ୟ ଦିଆଯିବ।

ବଜେଟ୍‌ ୨୦୨୨-୨୩ : ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସନ୍ତୁଳନ ବଜେଟ୍ ।ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ।

ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେବ ? ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି । ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି । ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ଆଉ କିଛି ଜିନିଷ ମହଙ୍ଗା ହୋଇଛି।

ଶସ୍ତା

– ମୋବାଇଲ୍ ଚାର୍ଜର ଶସ୍ତା ହେବ

– କୃଷିଜାତ ଦ୍ରବ୍ୟ ଶସ୍ତା ହେବ

– ହୀରା ଅଳଙ୍କାର ଶସ୍ତା ହେବ

–  ଜୋତା ଶସ୍ତା ହେବ

– ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ

– ମୋବାଇଲ୍ ଫୋନ୍, ଚାର୍ଜର, କପଡା, ଚମଡା

ମହଙ୍ଗା

ଆମଦାନୀ ଶୁଳ୍କରେ ଛାଡକୁ ହଟାଇ ପୁଞ୍ଜି ସାମଗ୍ରୀ ଉପରେ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ଅନୁକରଣ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି ଯାହା ଦ୍ବାରା ଏହାର ଆମଦାନୀ ହ୍ରାସ ହୋଇପାରିବ । ବିଦେଶୀ ଛତା ମଧ୍ୟ ମହଙ୍ଗା ହେବ। ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

ବଜେଟରେ ସରକାରଙ୍କ ବଡ ଘୋଷଣା, ୨୦୨୨-୨୩ ସୁଦ୍ଧା ଜାରି ହେବ ଇ-ପାସପୋର୍ଟ
ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ବଜେଟରେ ଇ ପାସପୋର୍ଟକୁ (E-Passport) ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପାସପୋର୍ଟରେ ଚିପ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି। କୋରୋନା କଟକଣା ମଧ୍ୟରେ ଦେଶର ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଉଛି। ଏହି ବଜେଟରେ ଆତ୍ମନିର୍ଭର ଭାରତକୁ ଅଧିକ ଧ୍ୟାନ ଦିଆଯାଇଛି । ଚଳିତ ଆର୍ଥିକ ବଜେଟରେ ଇ ପାସପୋର୍ଟକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ସରକାର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ଚିପ ବ୍ୟବହାର କରାଯିବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି। ଦେଶରେ ପ୍ରଥମ ଥର ନାଗରିକଙ୍କ ପାଇଁ ଇ ପାସପୋର୍ଟ ବ୍ୟବସ୍ଥା କରାଯାଇଛି।

ଇ-ପାସପୋର୍ଟ ଯୋଜନା ଏବେକାର ନୁହେଁ , ଏନେଇ ପ୍ରଥମେ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ଘୋଷଣା କରିଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରତିଭାସିଂ ପାଟିଲ ୨୦୦୮ ମସିହାରେ ବି ବାୟୋମେଟ୍ରିକ ସୂଚନା ଥିବା ପ୍ରଥମ ଇ-ପାସପୋର୍ଟ ଜାରି କରିଥିଲେ । ବର୍ତମାନ ଜର୍ମାନ, ବ୍ରିଟେନ ଓ ବାଂଲାଦେଶରେ ଇ-ପାସପୋର୍ଟର ପ୍ରଚଳନ ଆରମ୍ଭ ହୋଇଯାଇଛି । ବିଦେଶ ସଚିବ କହିଛନ୍ତି କି ଏହି ଇ-ପାସପୋର୍ଟ ମହାରାଷ୍ଟ୍ର ନାଶିକରେ ଥିବା ସିକ୍ୟୁରିଟି ପ୍ରେସରେ ପ୍ରସ୍ତୁତ କରାଯିବ ।

ସୂଚନାଥାଉକି ଚଳିତ ଆର୍ଥିକ ବଜେଟ ଦେଶର ଅର୍ଥ ବ୍ୟବସ୍ଥାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାକୁ ନଜରରେ ରଖି ସରକାର ନୂତନ ବ୍ୟବସ୍ଥା କରିଛନ୍ତି। ବିଶେଷ କରି କୋରୋନା ମହାମାରୀ ଲଢେଇ ସହ କିଭଳି ଅର୍ଥନୀତିକୁ ଗତି ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି। ଏହା ସହ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ସ୍ବାସ୍ଥ୍ୟ,ବ୍ୟବସାୟ ,ଟ୍ୟାକ୍ସ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଛନ୍ତି ।

ବଜେଟ୍‌ ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍‌, ୨୦୨୩ ମାର୍ଚ୍ଚ ସୁଦ୍ଧା ଦେଶରେ ଆରମ୍ଭ ହେବ ୫-ଜି ମୋବାଇଲ ସେବା
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ଅର୍ଥାତ  ୨୦୨୨-୨୩ରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ୫ଜି ସେବା ଆରମ୍ଭ ପାଇଁ ୨୦୨୨ରେ ହିଁ ୫ଜି ସ୍ପେକ୍ଟ୍ରମ ନିଲାମ ହେବ ଓ ୨୦୨୩ ମାର୍ଚ୍ଚ ପୂର୍ବରୁ ହିଁ ଦେଶରେ ୫-ଜି ସେବା ଆରମ୍ଭ ହେବ । ଦେଶରେ ଏକ ସୁଦୃଢ ୫-ଜି ବାତାବରଣ ସୃଷ୍ଟି ପାଇଁ ଡିଜାଇନ ଭିତ୍ତିକ ଉତ୍ପାଦନ କ୍ଷେତ୍ରକୁ ପ୍ରେତ୍ସାହନ ଦିଆଯିବ। ପିଏଲଆଇ ବା ଉତ୍ପାଦନ ଭିତ୍ତିକ ପ୍ରେତ୍ସାହନ ସ୍କିମ ମାଧ୍ୟମରେ ଏହି ପ୍ରେତ୍ସାହନ ଦିଆଯିବ । ଏଥି ସହିତ ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇଭର। ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ।

ବଜେଟ୍-୨୦୨୨-୨୩: ବେରୋଜଗାର ଏବଂ ବେକାରୀ ସମସ୍ୟା ହଟାଇବା ପାଇଁ ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି
ନୂଆଦିଲ୍ଲୀ : ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି ଏବଂ ଏହା ସହିତ ଆସନ୍ତା ୫ ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ । ଯାହାଦ୍ୱାରା ଦେଶରେ ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି ।

ଏହା ସହିତ ଦେଶରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ ।

କ୍ରିପ୍ଟୋକରେନ୍ସିକୁ ନେଇ ବଡ ଖବର : ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ ଡିଜିଟାଲ ଟଙ୍କା
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ତେବେ ଚଳିତ ବଜେଟରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି।  ସରକାରୀ ବିଭାଗ ସ୍ତରରେ ଅର୍ଥ ନେଣଦେଣରେ ହେଉଥିବା ବିଳମ୍ବକୁ କମ କରିବାକୁ ଏକ ଅନଲାଇନ ବିଲ ପେମେଣ୍ଟ ସିଷ୍ଟମ ଆରମ୍ଭ କରାଯିବ । ଏହାକୁ ସବୁ କେନ୍ଦ୍ର ସରକାରୀ ବିଭାଗ ବ୍ୟବହାର କରିପାରିବେ ।

ଆରବିଆଇର ଡିଜିଟାଲ କରେନ୍ସି ବ୍ଲକଚେନ୍‌ ଟେକ୍ନୋଲଜି ଦ୍ୱାରା ପ୍ରଚଳନ କରାଯିବ।ଆରବିଆଇ ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ସୂଚନା ନେଇଛନ୍ତି। ସେ କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ବୁଷ୍ଟ ଦେବ। ଶସ୍ତା କରେନ୍ସ ମ୍ୟାନେଜମେଣ୍ଟ ବ୍ୟସ୍ଥାକୁ ଏହା ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଏଥିପାଇଁ ବ୍ଲକଚେନ ଓ ଅନ୍ୟ ଟେକ୍ନୋଲଜି ଦ୍ୱାରା ଏହି ଡିଜିଟାଲ କରେନ୍ସି ଆରମ୍ଭ କରାଯିବ। ସେ କହିଛନ୍ତି, ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ।