ପଞ୍ଚାୟତ ଫାଇଟ ୨୦୨୨ - The Sakala

ବିଜେଡିର ବିରୋଧୀ ବିଧ୍ୱଂସୀ ବିଜୟ, ୭୬୨ ଅତିକ୍ରମ କଲା ଜିଲ୍ଲା ପରିଷଦ ଆସନ ସଂଖ୍ୟା
ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ଜୟଯାତ୍ରା ଜାରି ରହିଛି। ଗଣତିର ପ୍ରଥମ ଦୁଇ ଦିନ ପରି ଶେଷ ଦିନରେ ବିଜେଡି ଏକତରଫା ଭାବେ ରାଜ୍ୟର ସମସ୍ତ ଜିଲ୍ଲାରୁ ସିଂହଭାଗ ଜିଲ୍ଲା ପରିଷଦ ଆସନ ହାତେଇ ସଂପୂର୍ଣ୍ଣ ୩୦ ଜିଲ୍ଲାରେ ପରିଷଦ ଗଠନ ଏକ ପ୍ରକାର ନିଶ୍ଚିତ କରିଛି। ଶାସକ ବିଜେଡିକୁ ଛୁଇଁବା ତ ଦୂରର କଥା; ସମସ୍ତ ବିରୋଧୀଙ୍କ ଆସନ ସଂଖ୍ୟା ମିଶି ତିନି ଅଙ୍କ ଛୁଇଁବ କି ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୨ ବର୍ଷ ଧରି କ୍ଷମତାରେ ଥିବା ଗୋଟିଏ ରାଜନୈତିକ ଦଳ ସପକ୍ଷରେ ଏପରି ଜନସମର୍ଥନ କେବଳ ବିରୋଧୀଙ୍କୁ ନୁହେଁ; ରାଜନୈତିକ ବିଶେଷଜ୍ଞମାନଙ୍କୁ ଚକିତ କରିଛି। ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ରହିଛି। ଗୋଟିଏ ଆସନରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲା। ସେହିପରି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

ତେଣୁ ନିର୍ବାଚନ ହୋଇଥିବା ୮୫୧ଟି ଆସନ ମଧ୍ୟରୁ ଏଯାବତ୍ ୮୪୮ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୬୨, ବିଜେପି ୪୨, କଂଗ୍ରେସ ୩୭, ସ୍ବାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୩ଟି ଜୋନର ଫଳ ପ୍ରକାଶ ବାକି ଅଛି। ବିଜେଡି ପ୍ରାର୍ଥୀମାନେ ଏତେ ସଂଖ୍ୟକ ଭୋଟରେ ଅଗ୍ରଣୀ ଅଛନ୍ତି ଯେ ପ୍ରତିପକ୍ଷ ତାଙ୍କୁ ପରାସ୍ତ କରିବା ତ ଦୂରର କଥା, ସେମାନଙ୍କ ନିକଟତର ହେବା ସମ୍ଭାବନା ବି ନାହିଁ।

ଅନ୍ୟପଟେ ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବିଜେଡି ଉପରେ ରାଜ୍ୟବାସୀ ମାରିଛନ୍ତି ‘ବିଶ୍ୱାସ’ର ମୋହର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚୁର ଆଶୀର୍ବାଦ। ବିଜେଡି ପ୍ରତି ଏହି ଶ୍ରଦ୍ଧା ଦଳକୁ ଦେଇଛି ପ୍ରଚଣ୍ଡ ବିଜୟ। ନିର୍ବାଚନରେ ଅତୀତର ସବୁ ରେକର୍ଡ଼ ଭାଙ୍ଗିଛି। ଗତ ୨୦୧୭ ଫଳାଫଳଠାରୁ ପାଖାପାଖି ୩୦୦ ଓ ୨୦୧୨ ଫଳାଫଳଠାରୁ ପାଖାପାଖି ୧୫୦ରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ଏଯାବତ୍‌ ୮୫୧ ଜିଲ୍ଲା ପରିଷଦ ଜୋନରୁ ୮୪୫ ଆସନର ଫଳାଫଳ ଆସିସାରିଛି। ସେଥି ମଧ୍ୟରୁ ୭୫୯ଟିରେ ବିଜେଡି ବିଜୟୀ ହୋଇଛି। ବିଜେପି ୪୨, କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛନ୍ତି। ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ୪ ଜୋନ୍ ଯାଇଛି । ସବୁ ଜିଲ୍ଲାରେ ପରିଷଦ ଗଠନ କରିବ ବିଜେଡି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରି ଥିଲା । ଏଥର ସେହି ରେକର୍ଡକୁ ଭାଙ୍ଗି ଦେଇଛି। ସମସ୍ତ ୩୦ ଜିଲ୍ଲା ପରିଷଦରେ ବିଜେଡି ପରିଷଦ ଲାଗି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଏପରିକି ୨୦୧୭ରେ ବିଜେପି ପରିଷଦ ଗଠନ କରିଥିବା ମାଲକାନଗିରି ଜିଲ୍ଲାରେ ଦଳ ଗୋଟିଏ ଜୋନ୍‍ରେ ବିଜୟୀ ହୋଇପାରି ନାହିଁ। କେବଳ ମାଲକାନଗିରି ନୁହେଁ; ୨୦୧୭ରେ ଦଳ ଏକତରଫା ବିଜୟଲାଭ କରିଥିବା ଓ ୨୦୧୯ ନିର୍ବାଚନରେ ବିଜେପିର ସାଂସଦମାନେ ବିଜୟୀ ହୋଇଥିବା କଳାହାଣ୍ଡି, ବରଗଡ଼଼଼଼, ସମ୍ବଲପୁର, ମୟୂରଭଞ୍ଜ, ବଲାଙ୍ଗୀର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧାରାଶାୟୀ ହୋଇଛି। କଳାହାଣ୍ଡିରେ ବିଜେପି ୨, ନୂଆପଡ଼ାରେ ୧, ବରଗଡ଼଼ରେ ୭, ଝାରସୁଗୁଡ଼ାରେ ୨,ଖୋର୍ଦ୍ଧାରେ ୩, ଢ଼େଙ୍କାନାଳରେ ୩, ଅନୁଗୋଳରେ , ଗଜପତିରେ ୧, ବଲାଙ୍ଗୀରରେ ୪, କନ୍ଧମାଳରେ ୨ଟି ଆସନରେ ଦଳ ସୀମିତ ରହିଛି। ବିଡ଼ମ୍ବନା ହେଉଛି ଅନ୍ୟାନ୍ୟ ଜିଲ୍ଲାରେ ଦଳ ଅନୁରୂପ ପ୍ରଦର୍ଶନ କରିଛି ଓ ୮ଟି ଜିଲ୍ଲାରେ ଦଳ ଖାତା ଖୋଲିପାରି ନାହିଁ। କେବଳ ବରଗଡ଼଼଼଼ (୭)କୁ ଛାଡ଼ିଦେଲେ ୩ଟି ଜିଲ୍ଲାରେ ଦଳ ସର୍ବାଧିକ ୪ଟି, ୪ଟି ଜିଲ୍ଲାରେ ୩ଟି ଲେଖାଏଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି। ସେହିପରି ୪ଟି ଜିଲ୍ଲାରେ ୨ଟି ଲେଖାଏଁ, ୯ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଆସନ ପାଇଛି। ବିଡ଼ମ୍ବନା ହେଉଛି ଦଳର କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନିଜ ଅଞ୍ଚଳରେ ଦଳର ଭୋଟକୁ ମଧ୍ୟ ସୁରକ୍ଷିତ ରଖିପାରି ନାହାନ୍ତି ଏବଂ ଜନସାଧାରଣ ସେହିସ୍ଥାନରେ ବିଜେଡି ଉପରେ ବିଶ୍ୱାସସ୍ଥାପନ କରିଛନ୍ତି।

ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା। pic.twitter.com/HeGS9I7Er5

— Naveen Patnaik (@Naveen_Odisha) March 1, 2022

ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା।’।

ଏକତରଫା ବିଜୟ ମୁହାଁ ବିଜେଡି, ସଫା ହୋଇଗଲେ ବିରୋଧୀ
ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ପ୍ରଥମ ଦିନ ଅର୍ଥାତ ଶନିବାର ଗଣତି ହୋଇଥିବା ସମସ୍ତ ୩୧୫ଟି ଜୋନ୍‌ର ଫଳାଫଳ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପ୍ରଥମ ଦିନରେ ବିଜେଡି ୨୮୨, ବିଜେପି ୧୫, କଂଗ୍ରେସ ୧୪, ସ୍ୱାଧୀନ ୨ ଏବଂ ଅନ୍ୟାନ୍ୟ ଦଳ ୨ଟି ସ୍ଥାନରେ ବିଜୟୀ ହୋଇଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଗଣତି ଫଳାଫଳ ଅନୁଯାୟୀ ବିଜେଡି ପାଇଁ ସମସ୍ତ ୩୦ ଜିଲ୍ଲା ପରିଷଦ ଗଠନ ନିଷ୍କଣ୍ଟକ ହୋଇଛି।

ରବିବାର ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଗଣତି ହୋଇଥିଲା। ଦ୍ବିତୀୟ ଦିନ ଗଣତିର ସଦ୍ୟତମ ରିପୋର୍ଟ ଅନୁଯାୟୀ  ୨୭୦ଟି ଜୋନ୍‌ର ଫଳାଫଳ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସେଥିମଧ୍ୟରୁ ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ସେହିପରି ଗଣତିରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯାଉଛି। ତୃତୀୟ ଦିନର କାଉଣ୍ଟିଂର ପ୍ରାରମ୍ଭିକ ଟ୍ରେଣ୍ଡ୍ ବିରୋଧୀ ନେତାଙ୍କୁ ଦେଉଛି ଟେନସନ୍।  ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪ ଏବଂ କଂଗ୍ରେସ ୪ଟି ଜୋନରେ ଆଗୁଆ ରହିଛି ।ତେବେ ସଦ୍ୟତମ ରିପୋର୍ଟ ମୁତାବକ ବିଜେଡି ସମୁଦାୟ ୭୨୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪୧ ଏବଂ କଂଗ୍ରେସ ୩୭ଟି ଆସନରେ ଆଗୁଆ ରହିଛି ।

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୬୨୦ ଆସନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବିଜେଡି ଆଉ କେବଳ ବିଜେଡି । କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ୱାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ମାନିଲେ ବିରୋଧୀ : ନବୀନଙ୍କ ସମସ୍କନ୍ଧ ବିକଳ୍ପ ନାହାନ୍ତି
ଭୁବନେଶ୍ୱର : ପଞ୍ଚାୟତ ଭୋଟ ଗଣତିର ଲଗାତାର ଦ୍ୱିତୀୟ ଦିନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଥିବା ବେଳେ ଭୋଟର ଶାସକ ବିଜେଡି ପ୍ରତି ଅକୁଣ୍ଠ ସମର୍ଥନ ଅଜାଡ଼ି ଦେଇଛନ୍ତି। ବିରୋଧୀ ମାଟି କାମୁଡ଼ିବା ଏବଂ ବିଜେଡିର ଏକପାଖିଆ ବିଜୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏନେଇ ମତ ରଖିଛନ୍ତି। ରାଜ୍ୟ ବିଜେପିରେ ନବୀନଙ୍କ ସମସ୍କନ୍ଧ ନେତା କେହି ନାହାନ୍ତି। ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ ଶାସକ ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ଅକୁଣ୍ଠ ସମର୍ଥନ ଏବଂ ଆଶୀର୍ବାଦ ପାଇ ଆସୁଛି। ଏପରିକି ବିଜେଡିର ଲୋକପ୍ରିୟତା ଏବଂ ଗ୍ରହଣୀୟତା ବର୍ଷ ପରେ ବର୍ଷ ବଢ଼଼ିବାରେ ଲାଗିଛି। ଯାହାଫଳରେ ନିର୍ବାଚନ ରାଜନୀତିରେ ବିରୋଧୀ ବିଜେପି ସଫଳ ହୋଇପାରୁ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ରାଜ୍ୟର ରାଜନୈତିକ ପାଣିପାଗ, ବିଜେଡିର ନିର୍ବାଚନୀ ସଫଳତାକୁ ନେଇ ସାଧାରଣତଃ ରାଜନୈତିକ ବିଶ୍ଳେଷକମାନେ ଉପରୋକ୍ତ ମନ୍ତବ୍ୟ ରଖୁଥିବା ବେଳେ ସେମାନଙ୍କ ସହ ଆଜି ଖାରବେଳ ସ୍ୱର ମିଳାଇଛନ୍ତି। ଖାରବେଳଙ୍କ ଉକ୍ତି ରାଜ୍ୟରେ ବିଜେପିର ନେତୃତ୍ୱ ସଙ୍କଟ ଏବଂ ଲୋକଙ୍କ ମଧ୍ୟରେ ଗ୍ରହଣୀୟତାକୁ ନେଇ ଉଠୁଥିବା ପ୍ରଶ୍ନବାଚୀ ଉପରେ ମୋହର ମାରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏପଟେ ଦଳର ପରାଜୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ଦଳ ଯେଉଁଭଳି ଭାବେ ବାରମ୍ବାର ହାରୁଛି, ଏହାର କାରଣ ଏବଂ ନିରାକରଣ ବିଷୟରେ ଆତ୍ମଚିନ୍ତନ କରିବାର ଆବଶ୍ୟକତା ଥିଲେ ହେଁ ତାହା କରୁନାହିଁ। ଯେପର୍ଯ୍ୟନ୍ତ ଦଳ ସଠିକ୍‍ ଭାବେ ଆତ୍ମଚିନ୍ତନ ନ କରିବ ସେପର୍ଯ୍ୟନ୍ତ ହାରୁଥିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷେ ବିଜେଡିର ମହାବିଜୟ ଏବଂ ବିରୋଧୀଙ୍କ ଶୋଚନୀୟ ପରାଜୟକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ଶାସକ ଦଳ ନିଜ ଦାୟିତ୍ୱ ସଠିକ୍‍ ଭାବେ ତୁଲାଇଥିବା ବେଳେ ବିରୋଧୀ ନିଜ ଭୂମିକା ଆଦୌ ତୁଲାଇନାହିଁ। ଯାହାର ଫଳ ବାଲଟ ପେପରରେ ପ୍ରତିଫଳିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଲଗାତାର ଦ୍ୱିତୀୟ ଦିନରେ ବିଜେପି ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ଏହାକୁ ନେଇ ବରିଷ୍ଠ ନେତା ଖାରବେଳ ସ୍ୱାଇଁ ନିଜ ମତ ରଖି କହିଛନ୍ତି ଯେ ଓଡ଼ିଶାରେ ବିଜେପିର ନେତୃତ୍ୱ ଯେ ବିଜେଡିର ନେତୃତ୍ୱ ସହ ସମାନ, ତାହା ଲୋକେ ଭାବୁନାହାନ୍ତି। ସାଧାରଣତଃ ରାଜନୀତିରେ ନେତୃତ୍ୱର ମହତ୍ତ୍ୱ ରହିଛି। ଯେଉଁ ଦଳର ନେତୃତ୍ୱ ପ୍ରତି ଭୋଟରଙ୍କ ଭଲ ଧାରଣା ଥାଏ, ସେମାନେ ସେହି ଦଳକୁ ହିଁ ପସନ୍ଦ କରିଥାନ୍ତି। ବିଜେଡି ପ୍ରତି ଲୋକଙ୍କ ଭଲ ଧାରଣା ରହିଥିବା ବେଳେ ସେମାନେ ପୁଣିଥରେ ନିର୍ବାଚନରେ ଦଳକୁ ଭରଷିଛନ୍ତି ବୋଲି ଖାରବେଳ ମତବ୍ୟକ୍ତ କରିଛନ୍ତି। ଖାରବେଳଙ୍କ ଉକ୍ତିକୁ ରାଜନୀତିରେ ରୁଚି ରଖୁଥିବା ଲୋକେ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ସହନଶୀଳତା, ଶାଳୀନତା ଏବଂ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ତୃଣମୂଳସ୍ତରରେ ବିକାଶ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏହାର ସୁଫଳ ଗାଁ ଗହଳିରେ ପ୍ରତିଫଳିତ ହେଉଛି। ଅପରପକ୍ଷେ ବିରୋଧୀ ଜନ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବା ପରିବର୍ତ୍ତେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଜନଭାବନାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଆସୁଛି। ଯାହାଫଳରେ ସେମାନେ ଲଗାତାର ଭାବେ ପରାଜୟ ଭୋଗୁଛନ୍ତି ବୋଲି ମତପ୍ରକାଶ ପାଇଛି।

ଏନେଇ ସମାନ ଭାବେ ନିଜର ବିଚାର ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ। ପଞ୍ଚାୟତ ନିର୍ବାଚନ ସାଧାରଣତଃ ସ୍ଥାନୀୟ ସମସ୍ୟାକୁ ନେଇ ଲଢ଼ାଯାଇଥାଏ। ମାତ୍ର ବିରୋଧୀ ଦଳଗୁଡ଼ିକ ଜନତାଙ୍କ ସମସ୍ୟାକୁ ଉତ୍ଥାପନ କରିବା ପରିବର୍ତ୍ତେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କଲେ। ମମିତା ମେହେର ପରି ଘଟଣାକୁ ଅଯଥା ରାଜନୀତିର ରୂପ ଦିଆଯାଇ ରାଜ୍ୟବ୍ୟାପୀ ଏକ ଶାସନ ବିରୋଧୀ ମାହୋଲ ସୃଷ୍ଟି କରିବାକୁ ଭର୍‍ପୂର ଅପଚେଷ୍ଟା ହେଲା। ଲୋକଙ୍କ ପ୍ରକୃତ ସମସ୍ୟାକୁ ଲୋକ ଲୋଚନକୁ ଅଣାଗଲା ନାହିଁ। ସମାନ ସମୟରେ ଶାସକ ଦଳ ଲୋକଙ୍କ ସମସ୍ୟାକୁ ଖୋଜି ବାହାର କରିବା ସହ ଏହାର ନିରାକରଣ କଲା। ଫଳସ୍ୱରୂପ ଲୋକେ ନିଜ ସମର୍ଥ ସ୍ୱରୂପ ବିଜେଡିକୁ ବିପୁଳ ବିଜୟ ଅଜାଡ଼ି ଦେଇଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ପଞ୍ଚାୟତ ଭୋଟ ଗଣତିର ଆଜି ତୃତୀୟ ଦିନ : ୨୨୯ ଜିଲ୍ଲା ପରିଷଦ ଜୋନ୍‍ର ଚାଲିଛି ଗଣତି
ଭୁବନେଶ୍ୱର:  ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯାଉଛି। ଶନିବାର ୩୧୫ଟି ଏବଂ ରବିବାର ୩୦୭ ଜିଲ୍ଲା ପରିଷଦ ଜୋନ୍‍ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲା।ତନ୍ମଧ୍ୟରୁ ୩୦୫ଟି ଆସନର ଫଳାଫଳ ସମ୍ପର୍କରେ ନିୟମିତ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ମଧ୍ୟ ଗଣନା କରାଯାଉଛି।

ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ଯେଉଁ ବ୍ଲକ ଗୁଡ଼ିକ ଅଧିକ ସମ୍ବେଦନଶୀଳ ବୋଲି ଜିଲ୍ଲାପାଳମାନେ ଅନୁଭବ କରାଯାଇଛି, ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ପୂର୍ବପରି ପୂର୍ବାହ୍ନ ୮ଟାରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଏଜେଣ୍ଟମାନେ ଉପଯୁକ୍ତ ପରିଚୟ ପତ୍ର ଦାଖଲ ଏବଂ କରୋନା ସମ୍ପର୍କିତ କଟକଣା ମାନି ଗଣତି କେନ୍ଦ୍ରକୁ ପ୍ରବେଶ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୂଡାନ୍ତ ବିଜୟ ଘୋଷଣା ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଅନ୍ୟ ମାନ୍ୟତା ପ୍ରାପ୍ତ ଅଧିକାରୀ ଘୋଷଣା କରିବେ। ବ୍ଲକ ମୁଖ୍ୟାଳୟରେ ପ୍ରତି ରାଉଣ୍ଡ ଗଣତି ପରେ ମାଇକ ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଉଛି।  ପ୍ରଥମ ଦୁଇ ଦିନର ଗଣତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି।

ପ୍ରଥମ ଦିନ ପରି ଦ୍ୱିତୀୟ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‍ ଅନୁଯାୟୀ ଗଣନା କରାଯାଇଛି। ରବିବାର ପୂର୍ବାହ୍ନରୁ ଶନିବାର ଗଣତି ହୋଇଥିବା ପ୍ରାର୍ଥୀ ମାନଙ୍କ ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଥିଲା। ତୃତୀୟ ଦିନ ଗଣତିର ପ୍ରଥମାର୍ଦ୍ଧରେ ଦ୍ୱିତୀୟ ଦିନର ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ରତି ଜୋନ୍‍ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି, ସେତିକି ଟେବୁଲ ରହିଥିଲା। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ୍‍ ଡି ଅଧିକାରୀ ରହିଥିଲେ। କେଉଁ ଟିମ୍‍ କେଉଁ ଟେବୁଲରେ ବସିବେ ସେନେଇ ଗୁଳା ପଡ଼ିଥିଲା। ଜଣେ ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ। ଯେତେ ଜଣ ପ୍ରାର୍ଥୀ ସେତିକ ଟେବୁଲ ଆଇ ଗୋଟିଏ ଟେବୁଲ ନାକଚ ପାଇଁ ରହିବ ବୋଲି ଜଣାପଡ଼ିଛି। ବାଲଟ୍‍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇଥିଲା। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟଙ୍କ ଭୋଟ୍‍ ଗଣନା କରାଯାଇଛି। ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା।

ପଞ୍ଚାୟତ ରେଜଲ୍ଟ : ୮୫୧ଟି ଜୋନରୁ ୫୩୩ରେ ବିଜେଡି ଆଗୁଆ, ୪୦ ଛୁଇଁ ପାରିନାହାନ୍ତି ବିରୋଧୀ ବିଜେପି-କଂଗ୍ରେସ
ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ପ୍ରଥମ ଦିନର ଗଣତି ଭଳି ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟରେ ‘ନବୀନ’ ଲହର ଦେଖିବାକୁ ମିଳିଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ର ଆଗରେ ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର, ମିଛ ଅପପ୍ରଚାର, କଳ-କୌଶଳ ଫେଲ ମାରିଛି। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ।ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି। ସମସ୍ତ ୩୦ଟି ଜିଲ୍ଲାରେ ବିଜେଡି ଏକତରଫା ବିଜୟ ହାସଲ ସହ ଜିଲ୍ଲା ପରିଷଦ ଗଠନ ଲାଗି ସମ୍ଭାବନା ସୃଷ୍ଟି କରିଛି।

ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ଗଣତି ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଟିର ଫଳାଫଳ ଆସିଛି। ଆହୁରି ୧୫ଟିର ଫଳାଫଳ ଆସି ନାହିଁ।ଏହି ୩୦୦ଟି ମଧ୍ୟରୁ ବିଜେଡି ୨୬୮ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଦୁଇଟି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳକୁ ମିଳିଛି ଆଉ ୨ଟି ଆସନ। ଆଜି ଭୋଟ ଗଣତିର ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହେଉଛି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଭଲ କରି ଚାଲିଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଗତକାଲି ଏବଂ ଆଜିର ଗଣତି ମିଶି ୬୦୮ଟି ଆସନରେ ଗଣତି ଚାଲିଥିବା/ସରିଥିବା ବେଳେ ବିଜେଡି ୫୩୩ ଟିରେ ଆଗୁଆ/ବିଜୟୀ ରହିଛି। କିନ୍ତୁ ବିଜେପି ୩୬ ଓ କଂଗ୍ରେସ ୩୦ଟି ଆସନରେ ଆଗୁଆ/ବିଜୟୀ ଅଛନ୍ତି। ଅନ୍ୟ ପ୍ରାର୍ଥୀ ୯ଟିରେ ଆଗୁଆ/ବିଜୟୀ ହୋଇଛନ୍ତି। ବିଜେଡି ବର୍ତ୍ତମାନ ସୁଦ୍ଧା ୮୫୧ଟି ଜୋନରୁ ୫୩୩ଟି ଜୋନ୍‌ରେ ଆଗୁଆ ଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ୫୦ ସୁଦ୍ଧା ଛୁଇଁ ପାରିନାହାନ୍ତି।

ନବୀନଙ୍କ ‘ବିକାଶ’ ରାଜନୀତି ଆଗରେ ପଣ୍ଡ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ବିରୋଧୀ ବିଜେପି ଯେଉଁସବୁ ନାଟକ କରିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି। କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି।

ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବିରୋଧୀଙ୍କ ଭାଷଣ ଅପେକ୍ଷା ନବୀନଙ୍କ ‘ବିକାଶ’ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି। ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ଗଣତିରେ ମୟୁରଭଞ୍ଜର ୨୬ ଜୋନରେ ବିଜେଡି-୨୫ରେ ବିଜୟୀ, ଖାତା ଖୋଲି ପାରିଲାନି ବିଜେପି
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୩୦୦ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୩୦୦ ଜୋନର ଫଳାଫଳ ଆସିଥିବା ବେଳେ ୨୬୮ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି।  ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଥିବା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାରେ ୪ଟି ଜୋନ୍ ଯାଇଛି ।

ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଆଜି ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲାପରିଷଦ ଜୋନର ଭୋଟ ଗଣତିରେ ମଧ୍ୟ ଭଲ କରିବ ବୋଲି ଆଶାପ୍ରକାଶ ପାଇଛି। ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ବିଜେଡି ନେତୃବୃନ୍ଦ ଯେଉଁ ଦାବି କରୁଥିଲେ, ପଞ୍ଚାୟତରୁ ସେହି ଅନୁରୂପ ଆସୁଛି ଫଳାଫଳ । ୨୦୧୭ ତୁଳନାରେ ଦଳ ବହୁତ ଭଲ ପ୍ରଦର୍ଶନ କରିଛି । ବିରୋଧୀ ଦଳକୁ ଆହୁରି ପଛକୁ ଠେଲି ଦେଇଛି ବିଜେଡି।

୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ପଦର୍ଶନ କରିଥିବା ବେଳେ ଏଥର କିନ୍ତୁ ‘ଶଙ୍ଖ’ ଆଗରେ ଫିକା ପଡ଼ିଛନ୍ତି ବିରୋଧୀ । ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି।ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।

୨୦୧୭ ନିର୍ବାଚନରେ ସମ୍ବଲପୁର, ସୋନପୁର, ମୟୂରଭଞ୍ଜ, ମାଲକାନଗିରି, କଳାହାଣ୍ଡି, ଢ଼େଙ୍କାନାଳ, ବରଗଡ ଓ ବଲାଙ୍ଗୀରରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷ ପଦ ଦଖଲ କରିବାରେ ସକ୍ଷମ ହୋଇଥିଲା । ଏସବୁ ଜିଲ୍ଲାରେ ଏଥର ମଧ୍ୟ ଗତ ନିର୍ବାଚନ ଭଳି ଫଳାଫଳ ଆସିବ ବୋଲି ବିଜେପି ଆଶା ରଖିଥିଲା କିନ୍ତୁ ଏସବୁ ସ୍ଥାନରେ ବି ପ୍ରଥମ ଦିନ ଗଣତିରେ ବାଜି ମାତ କରିଛି ବିଜେଡି ।

ଗତକାଲି ପ୍ରଥମ ପର୍ଯ୍ୟାୟ ଗଣତିରେ ମୟୂରଭଞ୍ଜ କାମ କରିଛି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜର ପର୍ଯ୍ୟବେକ୍ଷକ ଥିବା ପ୍ରଣବପ୍ରକାଶ ଦାସ ରଣନୀତି। ପ୍ରଣବଙ୍କ ଉଚ୍ଚ ରଣନୀତି ଆଗରେ ବିଜେପି ଫେଲ ମାରିଛି। ଯେଉଁ ମୟୁରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଦବଦବା ରହିଥିଲା, ସେଇଠି ପ୍ରଥମ ପ୍ରଥମ ପର୍ଯ୍ୟାୟ ଗଣତିରେ ଖାତା ଖୋଲି ପାରିନି ଭାରତୀୟ ଜନତା ଦଳ। ଅନ୍ୟପଟେ ସବୁଠୁ କୌତୁହଳ ବିଷୟ ହେଉଛି ଗତକାଲି ପ୍ରଥମ ପର୍ଯ୍ୟାୟ ଗଣତିରେ ଯେଉଁ ୨୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହୋଇଛି,ସେଠି ୨୦୧୭ ନିର୍ବାଚନରେ ବିଜେପି ସବୁଠି ଜିତିଥିଲା। କିନ୍ତୁ ଏଥର ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ରଣନୀତି ଆଗରେ ବିଜେପିର ଛବି ହଜିଯାଇଛି। ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ ହୋଇଛି।

ପଞ୍ଚାୟତ ରେଜଲ୍ଟ : ପ୍ରଥମ ଦିନ ଗଣତିର ୩୧୫ ଜୋନରୁ ୨୯୫ ଜୋନର ଫଳାଫଳ ପ୍ରକାଶ, ୨୬୩ ଜୋନରେ ବିଜେଡିର ବିଜୟ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୨୯୫ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୯୫ ଜୋନର ଫଳାଫଳ ଆସିଥିବା ବେଳେ ୨୬୩ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି। ଦିନ ୧୦ଟା ୪୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୩ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଥିବା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାରେ ୪ଟି ଜୋନ୍ ଯାଇଛି ।

ଅନ୍ୟପଟେ ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହେଉଛି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଭଲ କରିବ ବୋଲି ବିଜେଡି କହିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ରାଜ୍ୟବାସୀ ମୋହର ମାରିଛନ୍ତି ବୋଲି ବିଜେଡି କହିଛି।

ନବୀନଙ୍କ ‘ବିକାଶ’ ରାଜନୀତି ଆଗରେ ପଣ୍ଡ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ବିରୋଧୀ ବିଜେପି ଯେଉଁସବୁ ନାଟକ କରିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି। କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି।

ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବିରୋଧୀଙ୍କ ଭାଷଣ ଅପେକ୍ଷା ନବୀନଙ୍କ ‘ବିକାଶ’ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି। ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି।

ପଞ୍ଚାୟତ ରେଜଲ୍ଟ : ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସର ଚାଲିଛି ଅଙ୍କକଷା
ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତି ଫଳ ବିଜେଡି ପାଇଁ ଯେତିକି ଉତ୍ସାହ ଆଣିଛି, ବିରୋଧୀ ବିଜେପିକୁ ସେତିକି ନିରାଶ କରିଛି। ଏକପକ୍ଷରେ ବିଜେଡି ଅଭୂତପୂର୍ବ, ଅକଳ୍ପନୀୟ ବିଜୟପଥରେ ଅଗ୍ରସର ହେଉଥିବାବେଳେ ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଭୋଟରଙ୍କ ଦ୍ୱାରା ଭୟଙ୍କର ଭାବରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। ୨୦୧୭ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ପୁନର୍ବାର କଂଗ୍ରେସ ସ୍ତରକୁ ଖସିବାର ଆଶଙ୍କା ସୃଷ୍ଟି ହୋଇଛି।

ଶନିବାର ଗଣତିର ମୂଳରୁ ହିଁ ପ୍ରତ୍ୟେକ ରାଉଣ୍ଡରେ ବିଜେଡି ତା’ର ଏକତରଫା ବିଜୟ ପଥରେ ଆଗେଇ ଚାଲିଥିବା ବେଳେ ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ସାପ-ଶିଡ଼ି ଖେଳ ଚାଲିଥିଲା। କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ ବିଜେପି ଆଗକୁ ଚାଲିଯାଉଥିଲା। ଶେଷରେ ବିଜେପି ତୃତୀୟ ସ୍ଥାନକୁ ଖସିଯାଇଥିଲା। ବାକି ଦୁଇଟି ପର୍ଯ୍ୟାୟ ଗଣତି ପରେ କିଏ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ ସେ ନେଇ ଅଙ୍କକଷା ଚାଲିଛି। ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ କେହି ଯେ ରାଜ୍ୟର ବର୍ତ୍ତମାନର ସରକାରଙ୍କୁ ପ୍ରଭାବିତ କରିବାର ସାମାନ୍ୟତମ ଶକ୍ତି ରଖୁନାହାନ୍ତି ତାହା ଭୋଟରମାନେ ସୂଚାଇ ଦେଇଛନ୍ତି। ବିରୋଧୀଙ୍କଠାରୁ ରାଜନୈତିକ ବିଶ୍ଳେଷକ, ସମାଲୋଚକ ପର୍ଯ୍ୟନ୍ତ ପ୍ରଥମ ଦିନର ଫଳାଫଳକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ନିରୁତା ବିକାଶ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରତିଟି ଓଡ଼ିଆର ଆଶୀର୍ବାଦ ଆମ ବିଜୟର ପ୍ରମୁଖ କାରଣ ବୋଲି ବିଜେଡି ମତବ୍ୟକ୍ତ କରିଛି।

୨୦୧୭ ନିର୍ବାଚନରେ ରାଜ୍ୟର ଏକ ପ୍ରମୁଖ ବିରୋଧୀ ଶକ୍ତି ଭାବେ ଉଭା ହୋଇଥିଲା ବିଜେପି। ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡିକୁ ସର୍ବାଧିକ ୪୭୬ଟି ଆସନ ମିଳିଥିବା ବେଳେ ବିଜେପିକୁ ଦ୍ୱିତୀୟ ସର୍ବାଧିକ ୨୯୭ଟି ଆସନ ମିଳିଥିଲା। କଂଗ୍ରେସକୁ ମାତ୍ର ୬୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଅପ୍ରତ୍ୟାଶିତ ବିଜୟ ସହ ବିଜେପି ୮ଟି ଜିଲ୍ଲାରେ ପରିଷଦ ଗଠନ କରିଥିଲା। କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ବିଜେପି ନେତାମାନେ ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖିଥିଲେ, ବିଜେଡି ସହ ମୁକାବିଲାର ଆହ୍ୱାନ ଦେଇଥିଲେ। ତେବେ ଏହି ସଫଳତା ବେଶିଦିନ ରହିନଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ପୁନଶ୍ଚ ବିପୁଳ ପରିିମାଣରେ ବିଜୟ ମିଳିଥିଲା। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ପୂର୍ବପରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ନେତା ୫୦୦ ଜିଲ୍ଲା ପରିଷଦ ହାତେଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ମାତ୍ର ଫଳାଫଳ ଘୋଷଣାର ପ୍ରଥମ ଦିନର ଟ୍ରେଣ୍ଡକୁ ଅନୁଶୀଳନ କଲେ ଏପ୍ରକାରର ଦମ୍ଭୋକ୍ତିକୁ ସମ୍ପୂର୍ଣ୍ଣ ଫିକା କରି ଦେଇଛି। ଦଳ ୫୦୦ କଣ ତିନି ଅଙ୍କର ସର୍ବନିମ୍ନ ସଂଖ୍ୟା ଛୁଇଁବକି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଲାଣି। ଏପରିକି ଫଳାଫଳକୁ ଦୃଷ୍ଟି ଦେଲେ ଉଭୟ ବିଜେପି ଓ କଂଗ୍ରେସ ପ୍ରାୟ ପାଖାପାଖି ସମାନ ଆସନରେ ଆଗୁଆ ଅଛନ୍ତି।

ଶେଷ ଖବର ସୁଦ୍ଧା ବିଜେପି ପ୍ରଥମ ଦିନର ଗଣତି ଅନୁଯାୟୀ ୩୧୫ ଆସନ ମଧ୍ୟରୁ ମାତ୍ର ୧୭ ଟିରେ ଆଗୁଆ ଥିବାବେଳେ କଂଗ୍ରେସ ୧୫ଟିରେ ଆଗୁଆ ରହିଛି। ଗତଥର କଂଗ୍ରେସଠାରୁ ୨୩୭ଟି ଅଧିକ ଆସନ ପାଇଥିବା ବିଜେପି ଏଥିର ନୈରାଶ୍ୟଜନକ ପ୍ରଦର୍ଶନ କରି କଂଗ୍ରେସ ସ୍ତରକୁ ଖସିଆସିବା ଦଳୀୟ ନେତାଙ୍କ ମନରେ ନିରାଶା ଭରି ଦେଇଛି। ଏବେ ବିଜେପି ନିଜକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କହିବାର ନୈତିକ ଅଧିକାର ହରେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି। ଗତଥର ପଶ୍ଚିମ ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ ମିଳିଥିବା ବେଳେ ଚଳିତ ଥର ପୂରା ପଶ୍ଚିମ ଓଡ଼ିଶାରେ ଦଳ ନିଶ୍ଚିହ୍ନ ହେବା ସ୍ଥିତିରେ ପହଞ୍ଚିଛି। ସୋନପୁର, ଦେବଗଡ଼଼, ନୂଆପଡ଼ା, ସୁନ୍ଦରଗଡ଼଼ ଏବଂ ଝାରସୁଗୁଡ଼ାରେ ଦଳ ଏଯାଏ ଖାତା ଖୋଲିପାରି ନାହିଁ। ପଶ୍ଚିମ ଓଡ଼ିଶାରେ ବିଜେପିର ୫ ସାଂସଦ, ସଂଖ୍ୟାଧିକ ବିଧାୟକ ଥିବା ସତ୍ତ୍ବେ ବିଜେପିକୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ ଏବଂ ବିଜେଡିକୁ ଆଶୀର୍ବାଦ ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ୩ ନମ୍ବରରେ ଅଛି ଏବଂ ଆମେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କହି ଦମ୍ଭ ଦେଖାଉଥିବା ବିଜେପି କଂଗ୍ରେସ ସ୍ତରକୁ ଖସିଆସିବା ଦଳର ଛାମୁଆ ନେତାଙ୍କୁ ଆଇନା ଦେଖାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ : ୩୦୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି କାଉଣ୍ଟିଂ
ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ଆସନ୍ତାକାଲି ୩୦୭ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯିବ। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ର ଗଣତି ହୋଇସାରିଛି। ଶେଷ ତଥା ସୋମବାର ବଳକା ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ଗଣନା କରାଯିବ। ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି। ଯେଉଁ ବ୍ଲକ ଗୁଡ଼ିକ ଅଧିକ ସମ୍ବେଦନଶୀଳ ବୋଲି ଜିଲ୍ଲାପାଳମାନେ ଅନୁଭବ କରିଛନ୍ତି, ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ପୂର୍ବପରି ପୂର୍ବାହ୍ନ ୮ଟାରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଏଜେଣ୍ଟମାନେ ଉପଯୁକ୍ତ ପରିଚୟ ପତ୍ର ଦାଖଲ ଏବଂ କରୋନା ସମ୍ପର୍କିତ କଟକଣା ମାନି ଗଣତି କେନ୍ଦ୍ରକୁ ପ୍ରବେଶ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୂଡାନ୍ତ ବିଜୟ ଘୋଷଣା ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଅଧିକାରୀ ଘୋଷଣା କରିବେ। ବ୍ଲକ ମୁଖ୍ୟାଳୟରେ ପ୍ରତି ରାଉଣ୍ଡ ଗଣତି ପରେ ମାଇକ ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଉଛି। ପ୍ରଥମ ଦିନର ଗଣତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି।

ପ୍ରଥମ ଦିନ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‍ ଅନୁଯାୟୀ ଗଣନା କରାଯାଇଛି। ପ୍ରତି ଜୋନ୍‍ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି, ସେତିକି ଟେବୁଲ ରହିଥିଲା। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ୍‍ ଡି ଅଧିକାରୀ ରହିଥିଲେ। କେଉଁ ଟିମ୍‍ କେଉଁ ଟେବୁଲରେ ବସିବେ ସେନେଇ ଗୁଳା ପଡ଼ିଥିଲା। ଜଣେ ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ରହିବେ। ଯେତେ ଜଣ ପ୍ରାର୍ଥୀ ସେତିକ ଟେବୁଲ ଆଇ ଗୋଟିଏ ଟେବୁଲ ନାକଚ ପାଇଁ ରହିବ ବୋଲି ଜଣାପଡ଼ିଛି। ବାଲଟ୍‍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇଥିଲା। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟଙ୍କ ଭୋଟ୍‍ ଗଣନା କରାଯାଇଛି। ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଦିନ ସମାନ ପ୍ରକ୍ରିୟା ଜାରି ରହିବ।

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୨୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ୨୦୧୭ରେ ବିଜେଡି ୪୭୬ରେ ବିଜୟୀ ହୋଇଥିଲା କିନ୍ତୁ ଚଳିତ ଥର ବିଜେଡି ଜବରଦସ୍ତ ପଦର୍ଶନ କରିବା ସହ ବହୁ ଆଗରେ ରହିବ।

‘ନବୀନ’ ସୁନାମୀରେ ପଦ୍ମଗଡ଼଼ ଧ୍ୱସ୍ତ : ମହାବିଜୟ ପଥରେ ବିଜେଡି
ଭୁବନେଶ୍ୱର : ପଞ୍ଚାୟତରେ ‘ନବୀନ ସୁନାମୀ’ ରେ ଧ୍ୱସ୍ତବିଧ୍ୱସ୍ତ ପଦ୍ମଗଡ଼। ନିଜର ଅଭେଦ୍ୟ ଦୁର୍ଗ ବୋଲି ଦାବି କରୁଥିବା ମୟୂରଭଞ୍ଜ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧରାଶାୟୀ। ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ଫଳାଫଳ ଆସି ନ ଥିଲେ ସୁଦ୍ଧା ୧୮ଟି ଜିଲ୍ଲ୍ଲାରେ ବିଜେପି ଓ ୨୩ ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରିନାହାନ୍ତି। ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଫଳଠାରୁ ଆରମ୍ଭ ହୋଇଥିବା ବିଜେଡିର ଯାତ୍ରା ଏବେ ମହାବିଜୟ ଆଡ଼କୁ ଅଗ୍ରସର ହୋଇଛି। ପ୍ରଥମ ଦିନ ଗଣତି ଚାଲିଥିବା ୩୦ ଜିଲ୍ଲାର ୩୧୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୮୦ଟି ଜୋନରେ ବିଜେଡି ଏକତରଫା ବିଜୟ ଲାଭ କରିବାକୁ ଯାଉଛି। ଏହା ମଧ୍ୟରୁ କିଛି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି ଓ ଅବଶିଷ୍ଟ ସ୍ଥାନରେ ବିଜୟର ନିକଟବର୍ତ୍ତୀ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ପଞ୍ଚାୟତ ଲଢ଼େଇରେ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେପି ମାତ୍ର ୧୪ଟି ଆସନରେ ଅଗ୍ରଣୀ ଲାଭ କରିଛି। ସେହିପରି କଂଗ୍ରେସ ୧୬ଟି, ସ୍ୱାଧୀନ ଓ ଅନ୍ୟ ପ୍ରାର୍ଥୀମାନେ ୫ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି।

ଅନ୍ୟପଟେ ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ନବୀନଙ୍କ ‘ବିକାଶ’ ରାଜନୀତି ଆଗରେ ପଣ୍ଡ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ବିରୋଧୀ ବିଜେପି ଯେଉଁସବୁ ନାଟକ କରିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି। କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି।

ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବିରୋଧୀଙ୍କ ଭାଷଣ ଅପେକ୍ଷା ନବୀନଙ୍କ ‘ବିକାଶ’ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି। ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଆକସ୍ମିକ ଭାବରେ ୩୦ରୁ ୨୯୭ ଆସନରେ ପହଞ୍ଚି ଯାଇଥିଲା। ସେହି ବଳରେ ଦଳ ମିଶନ ୧୨୦ର ସ୍ୱପ୍ନ ଦେଖିଥିଲା। ୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା। ମାତ୍ର ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ୨୦୧୭ ପରାଭବରୁ ବିଜେଡି ଯେଉଁ ଶିକ୍ଷାଲାଭ କରିଥିଲା ତାହାକୁ ଉପଯୋଗ କରିବାକୁ ସକ୍ଷମ ହୋଇଛି। କଂଗ୍ରେସ ରାଜ୍ୟରେ ମାତ୍ର ୭ଟି ଜିଲ୍ଲାରେ ସୀମିତ ରହିଛି। ଏହାମଧ୍ୟରୁ କୋରାପୁଟରେ ୫ଟି ଓ ରାୟଗଡ଼଼ାରେ ୫ଟି ଆସନ ଦଖଲ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ପ୍ରଥମ ପର୍ଯ୍ୟାୟ ଫଳାଫଳରେ କଳାହାଣ୍ଡିରେ ସର୍ବାଧିକ ୪ଟି ଓ ବରଗଡ଼଼ରେ ୩ଟି ଆସନ ଦଖଲ କରିଛି। ୧୮ ଜିଲ୍ଲାରେ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ଓ ଜିଲ୍ଲାଗୁଡ଼ିକରେ ଦଳର ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧ ଓ ୨ ମଧ୍ୟରେ ସୀମିତ ରହିଛି।

ପଞ୍ଚାୟତ ରେଜଲ୍ଟ : ବଡ଼ ବିଜୟ ମୁହାଁ ବିଜେଡି, ସତ୍ତା ହରାଇଲେ ବିଜେପି ଓ କଂଗ୍ରେସ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି।

ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତିରୁ ବିଜେଡି ଜିଲ୍ଲା ପରିଷଦ ଆସନରେ କ୍ଲିନ ସୁଇପ୍ ଆଡକୁ ମୁହାଁଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୯ଟା ୨୦ସୁଦ୍ଧା ବିଜେଡି ୨୮୦ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୪ ଏବଂ କଂଗ୍ରେସ ୧୭ଟି ଜୋନରେ ଆଗୁଆ ରହିଛନ୍ତି। ସେହିପରି ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି । ଏଥିରୁ ଜଣାପଡିଛି ବିଜେଡି ପୁଣି ବାଜିମାତ ହେବାକୁ ଯାଉଛି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୨୮୦ ଆସନରେ ଆଗରେ ରହିଛି ବିଜେଡି । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହିନାହିଁ । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ବିଜେଡି ନେତୃବୃନ୍ଦ ଯେଉଁ ଦାବି କରୁଥିଲେ, ପଞ୍ଚାୟତରୁ ସେହି ଅନୁରୂପ ଆସୁଛି ଫଳାଫଳ । ୨୦୧୭ ତୁଳନାରେ ଦଳ ଭଲ ପ୍ରଦର୍ଶନ କରିଛି । ବିରୋଧୀ ଦଳକୁ ଆହୁରି ପଛକୁ ଠେଲି ଦେଇଛି ବିଜେଡି। ପ୍ରଥମ ଦିନର ଗଣତି କହୁଛି, ଶାସକ ଦଳକୁ ଏକତରଫା ଭାବେ ଭୋଟ ଦେଇଛନ୍ତି ଗାଁ ଲୋକ । ସବୁଠୁ ବଡ଼ କଥା ହେଉଛି ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ଓଡ଼ିଶାରୁ ସେହି ଏକା ଚିତ୍ର ଆସୁଛି । ଯେଉଁଠି ପୂର୍ବରୁ ବିଜେପିର ପ୍ରଭାବ ରହିଥିଲା, ସେଠାରେ ମଧ୍ୟ ଏଥର ବହିଛି ବିଜେଡି ହାୱା ।

ଅନ୍ୟପଟେ ବିଜେଡିର ଏହି ସଫଳତା ପାଇଁ ଦଳର ନେତୃତ୍ବକୁ ପ୍ରଶଂସା କରୁଛନ୍ତି ରାଜନୌତିକ ସମୀକ୍ଷକ। ରାଜନୌତିକ ସମୀକ୍ଷକଙ୍କ ମତରେ ୨୦୧୭ ପଞ୍ଚାୟତ ପରାଜୟରୁ ବିଜେଡି ଯେଉଁ ଶିକ୍ଷା ଗ୍ରହଣ କରିଥିଲା ତାହା ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଥିଲା। ବିଫଳତାରେ ବିମର୍ଷ ନ ହୋଇ, ପରାଜୟର ଆତ୍ମସମୀକ୍ଷା କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାର ସୁଫଳ ଏବେ ଦଳ ପାଇଛି।

ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି। ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।