ଓଡ଼ିଶା - The Sakala

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ
ଭୁବନେଶ୍ୱର: ଓଡ଼ିଶା ସରକାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।

୨୦୧୩ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ବ୍ୟକ୍ତିଗତ କାରଣ ଦର୍ଶାଇ ସର୍ବଭାରତୀୟ ସେବାରୁ ଇସ୍ତଫା ଦେଇଥିଲେ। ପରିବାର ଏବଂ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଗମୋହନ ମୀନା ପ୍ରକାଶ କରିବା ସହ ତାଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ତେବେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ସେ କିଛି ପ୍ରକାଶ କରିନାହାଁନ୍ତି।

ଭୁବନେଶ୍ୱର ଡିସିପି ଭାବରେ ଅବସ୍ଥାପିତ ହେବା ପୂର୍ବରୁ ଜଗମୋହନ ମୀନା ମାଲକାନଗିରି, ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାର ଏସପି ଭାବରେ କାର୍ଯ୍ୟ କରିଥିଲେ। ଏହା ସହିତ ସେ କଟକର ଡିସିପି ଭାବରେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ଆଇପିଏସରେ ଯୋଗଦେବା ପୂର୍ବରୁ ସେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟି କାନପୁର (IIT Kanpur) ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ନିଜର ବି.ଟେକ୍ (B.Tech) ଏବଂ ଏମ୍.ଟେକ୍ (M.Tech) ଡିଗ୍ରୀ ହାସଲ କରିଥିଲେ।

ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ବାରିପଦାର କୁଲସୁମ, ଶୀଘ୍ର ଖୋଜି ଆଣିବାକୁ ପ୍ରଶାସନ ନିକଟରେ ନିବେଦନ
ବାରିପଦା: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନିଖୋଜ ହୋଇଛନ୍ତି ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାର। ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ପରିବାରର ଯୋଗାଯୋଗ ହୋଇପାରୁନାହିଁ ବୋଲି ବାପା ଶେଖ୍ ସଲାମତ ଉଲ୍ଲା କହିଛନ୍ତି । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଛି।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୨୧ ତାରିଖରେ କୁଲସୁମ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲେ। ସେଠାରେ ଭୁବନେଶ୍ୱରରୁ ଯାଇଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଥିଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୋଲରେ ପହଞ୍ଚିଥିଲେ। ରକ୍ସୋଲରୁ ଏକ ୧୨ ଜଣିଆ ଟିମ୍ ସହ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଯାଇଥିଲେ। ଅଗଷ୍ଟ ୨୫ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ କୁଲସୁମ ଟ୍ରେକିଂ ପାଇଁ ବାହାରିଥିଲେ। ବାହାରିବା ପୂର୍ବରୁ ସେ ଘରକୁ ଫୋନ୍ କରି ଜଣାଇଥିଲେ ଯେ, ଟ୍ରେକିଂ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନ ହୋଇପାରେ। ତେଣୁ ଫେରିବା ପରେ ହିଁ ପରିବାର ସହ ଯୋଗାଯୋଗ କରିବେ ବୋଲି କହିଥିଲେ। ତେବେ ନେପାଳରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାରର ଚିନ୍ତା ବଢ଼ିଯାଇଛି। କୁଲସୁମଙ୍କ ବଡ ଭଉଣୀ ତରନମ୍ ନିଗାର ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।

କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ଉଦ୍ଧାର ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ନେପାଳ ପ୍ରଶାସନ ସହ ଯୋଗାଯୋଗ କରି ନିଖୋଜ କୁଲସୁମଙ୍କୁ ଶୀଘ୍ର ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। କୁଲସୁମ କେଉଁଠି ଅଛନ୍ତି, ତାଙ୍କ ସୁରକ୍ଷା ନେଇ ପରିବାର ଅନିଶ୍ଚିତତାରେ।

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ଭୁବନେଶ୍ୱର: ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି । ବିଜେପିର ନେତାମାନେ କଲେଜ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।

ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ରାଜ୍ୟ ସରକାରଙ୍କର ତୋଗଲକି ନୀତିର ପରିଚୟ । ରାଜ୍ୟ ସରକାର ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା କଥା ଘୋଷଣା କଲେ । କିନ୍ତୁ, ଏନେଇ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଶିକ୍ଷାନୁଷ୍ଠାନ ଗୁଡିକୁ ଦିଆଯାଇନାହିଁ, ଯେଉଁ କାରଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ  ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫି ଆଦାୟ କରାଯାଉଛି । ଏହାଛଡା ଅନେକ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନ୍ସ (ନିଜସ୍ୱ ପାଣ୍ଠି) ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ରାଜ୍ୟ ସରକାର ନିଜର ଅପାରଗତା ଲୁଚାଇବାକୁ ଯାଇ ଛାତ୍ରଛାତ୍ରୀଙ୍କ ବାୟୋମେଟି୍ରକ ଉପସ୍ଥାନ କଥା କହୁଛନ୍ତି । ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ‘ଜେନ୍-ଜି’ଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟ ଯଥାର୍ଥ ନୁହଁ । ରାଜ୍ୟ ବିଜେପି ସରକାରଙ୍କର ତୋଗଲକି ନୀତି ସକାଶେ ଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅବନତି ଘଟିଛି ବୋଲି ଡ. ମହାନ୍ତି ଅଭିଯୋଗ କରିଥିଲେ ।

ସମୁଦ୍ର ମଝିରେ ବୁଡ଼ିଲା କାର୍ଗୋ ଜାହାଜ: ମୃତ୍ୟୁ ସହ ଲଢ଼େଇ କରି ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଚୀନ୍ ନାବିକ
ପାରାଦୀପ: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ବୁଡ଼ିଯିବା ଆଶଙ୍କା କରାଯାଉଥିବା ଏକ ପାନାମା ପଞ୍ଜିକୃତ କାର୍ଗୋ ଜାହାଜର ଦୁଇ ଜଣ ଚାଇନିଜ୍ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୁରୁବାର ଦିନ ସେମାନଙ୍କୁ ପାରାଦୀପ ବନ୍ଦରକୁ ଅଣାଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ଦୁଇ ନାବିକ ହେଉଛନ୍ତି ପାନ୍ ଟୋଙ୍ଗଲାଇ ଏବଂ ଚେନ୍ ଜିଆନହେ। ଗତ ଅଗଷ୍ଟ ୨୨ ତାରିଖରେ ଏକ ଲାଇଫ୍ ରାଫ୍ଟ (ଜୀବନରକ୍ଷକ ଡଙ୍ଗା) ସାହାଯ୍ୟରେ ସମୁଦ୍ରରେ ଭାସୁଥିବା ବେଳେ ମର୍ଚ୍ଚାଣ୍ଟ ଟ୍ୟାଙ୍କର ଏମଟି ଆଇସପୋସ୍ ସେମାନଙ୍କୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବରଦକୁ ସ୍ଥାନାନ୍ତର କରାଯାଇଥିଲା, ଯାହା ସେମାନଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଏମଭି ଓସେନ୍ ୱିନର୍ ନାମକ ୨୨୫ ମିଟର ଲମ୍ବର ଏହି ଜାହାଜଟିରେ ୭୧,୦୦୦ ଟନ୍ ଲୁହାପଥର ବୋଝେଇ ହୋଇଥିଲା। ଏହା ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅଗଷ୍ଟ ୨୨ରେ ଭିକ୍ଟୋରି ଷ୍ଟାର୍ ଗ୍ରୁପ୍ କୋ. ଲିମିଟେଡ୍ ପକ୍ଷରୁ ଶ୍ରୀ ବିଜୟ ପୁରମ୍ ସ୍ଥିତ ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର (MRCC)କୁ ଜାହାଜ ନିଖୋଜ ହେବା ନେଇ ରିପୋର୍ଟ ଦିଆଯାଇଥିଲା।

ଏହି ବିରାଟ କାର୍ଗୋ ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକ ସାମିଲ ଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଭାବେ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ (ଖୋଜାଖୋଜି ଓ ଉଦ୍ଧାର) ଅଭିଯାନ ଆରମ୍ଭ କରିଥିଲେ। ଭାରତୀୟ ନୌସେନାର ଏକ P-8I ବିମାନକୁ ପାରାଦୀପ ଠାରୁ ପ୍ରାୟ ୨୩୦ ନଟିକାଲ୍ ମାଇଲ୍ ଦକ୍ଷିଣ-ପୂର୍ବ ଦିଗରେ ଆକାଶମାର୍ଗରୁ ନିରୀକ୍ଷଣ ପାଇଁ ନିୟୋଜିତ କରାଯାଇଥିଲା। ଏହି ବିମାନ ସମୁଦ୍ରରେ ଭାସୁଥିବା ତିନୋଟି ଲାଇଫ୍ ରାଫ୍ଟ ଠାବ କରିବାରେ ସଫଳ ହୋଇଥିଲା।

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ହାଇକୋର୍ଟ
କଟକ: ଓଡ଼ିଶା ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ୨୦୨୫ ମସିହା ସେପ୍ଟେମ୍ବର ୨୫ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଏହି ମାମଲା ଆବେଦନକାରୀ ସାଗରିକା ପରିଡ଼ାଙ୍କ ସହ ଜଡିତ ଅଟେ। ତାଙ୍କୁ ୪ ସପ୍ତାହ ମଧ୍ୟରେ ପୁନଃ ଚାକିରିରେ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଖଣ୍ଡପୀଠ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ବିନା ବିଳମ୍ବରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନକରିବା ଏବଂ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ କରାଯାଇଥିବା ନେଇ କୋର୍ଟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ଗତ ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିଥିବା ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ତାଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅବସର ଗ୍ରହଣ କରିବା ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ କୌଣସି ଆଧାର ନୁହେଁ। ଆଇଜି (କର୍ମଚାରୀ)ଙ୍କ ଦ୍ୱାରା ଏହି ନୋଟିସ ପ୍ରଦାନ କରାଯିବ ଏବଂ ଖୁରାନିଆଙ୍କୁ ୭ ଦିନ ମଧ୍ୟରେ ନିଜର ଉତ୍ତର ରଖିବାକୁ ପଡିବ।

ଯଦି କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରାଗଲା ନାହିଁ, ତେବେ ବର୍ତ୍ତମାନର ଡିଜିପି ଏବଂ ଆଇଜି (କର୍ମଚାରୀ)ଙ୍କୁ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ: ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର: ବଟି ନଦେବାରୁ ଖଣ୍ଡା ଚୋଟ । ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଭରତପୁର ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଦୁର୍ବୁର୍ତ୍ତ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ହଲ୍ଲାବୋଲ ଡାକରା ଦେଇଛନ୍ତି ଅପରାଧୀ । ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫଡ୍ରାଇଭ କାର ସୋରୁମ ରହିଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଅଂଶୁମାନ ଭରତପୁର ସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ନିକଟରେ ଛିଡା ହୋଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ କିଛି ଦୁର୍ବୁର୍ତ୍ତ । ବଞ୍ଚେଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଏ ନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଇବା ସହ ସେମାନେ ରାଜନେତାଙ୍କ ଛତ୍ରଛାୟାରେ ରହି ବାରମ୍ବାର ଏଭଳି କାଣ୍ଡ ଭିଆଉଥିବା ପରିବାର ଅଭିଯୋଗ କରିଛନ୍ତି ।

ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ: ବୁଲିବାକୁ ଯାଇଥିବା ଓଡ଼ିଆ ଦମ୍ପତି ନିଖୋଜ
ଭୁବନେଶ୍ୱର: ନେପାଳରେ ବନ୍ୟାର ତାଣ୍ଡବ । ଭୟଙ୍କର ବନ୍ୟା ପରେ ନେପାଳରେ ହାହାକାର ସୃଷ୍ଟି ହୋଇଛି। ଏପର୍ୟ୍ୟନ୍ତ ନେପାଳ ବନ୍ୟାରେ ୧୬୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ନିଖୋଜ ଅଛନ୍ତି। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ବର୍ଷା ଯୋଗୁଁ ସେଠାକୁ ଛୁଟି କାଟିବାକୁ ଯାଇଥିବା ଓଡ଼ିଆ ଦମ୍ପତି ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସେମାନଙ୍କ ପରିବାର ଲୋକେ ଗଭୀର ଚିନ୍ତାରେ ଅଛନ୍ତି। ନିଖୋଜ ଦମ୍ପତି ହେଲେ ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତି ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ବସବାସ କରୁଥିଲେ। ଗତ ଅଗଷ୍ଟ ୨୨ ତାରିଖରେ ସେମାନେ ଅଷ୍ଟ୍ରେଲିଆରୁ ନେପାଳର ରାଜଧାନୀ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ। ତେବେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଗତକାଲିଠାରୁ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ଶେଷ ଥର ପାଇଁ ସେମାନଙ୍କ ଲୋକେସନ୍ ନେପାଳର ଇମିଗ୍ରେସନ୍ ଅଫିସ୍ (Immigration Office) ନିକଟରେ ଥିବା ରେକର୍ଡ କରାଯାଇଛି।

ନିଖୋଜ ଦମ୍ପତିଙ୍କ ଘର ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି। ନୋଡାଲ୍ ଅଫିସର ପ୍ରୀତିଶ ପଣ୍ଡାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଏହି ନିଖୋଜ ଓଡ଼ିଆ ଦମ୍ପତିଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ ନେପାଳରେ ଉଦ୍ଧାର ଏବଂ ଖୋଜାଖୋଜି କାର୍ଯ୍ୟ ଜୋରସୋରରେ ଚାଲିଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପରିବାର ଲୋକେ ନିଜ ପିଲାମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ପ୍ରେମ ଓ ସୁରକ୍ଷାର ପବିତ୍ର ପର୍ବ
ଭୁବନେଶ୍ୱର: ଆଜି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ କେବଳ କିଛି ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରାଯାଇନପାରେ। ସମଗ୍ର ବିଶ୍ୱରେ ଏହି ଅନନ୍ୟ ସମ୍ପର୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଭାରତରେ ଏଥିପାଇଁ ଏକ ସ୍ୱତନ୍ତ୍ର ପର୍ବ ରହିଛି, ଯାହାକୁ ଆମେ ଦେଶବାସୀ ରକ୍ଷାବନ୍ଧନ ବୋଲି କହିଥାଉ। ହିନ୍ଦୁ ପଞ୍ଜିକା ଅନୁଯାୟୀ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (ସାଧାରଣତଃ ଇଂରାଜୀ କ୍ୟାଲେଣ୍ଡରର ଅଗଷ୍ଟ ମାସରେ) ଏହି ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ପ୍ରେମ ଏବଂ ପାରସ୍ପରିକ କର୍ତ୍ତବ୍ୟର ଏକ ଜୀବନ୍ତ ପ୍ରତୀକ।

ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଥିବା ଏହି ପର୍ବର ନାମରେ ହିଁ ଏହାର ପ୍ରକୃତ ଅର୍ଥ ଲୁଚି ରହିଛି। 'ରକ୍ଷା' ଅର୍ଥାତ୍ ସୁରକ୍ଷା ଏବଂ 'ବନ୍ଧନ' ଅର୍ଥାତ୍ ବାନ୍ଧିବା। ଉଭୟ ମିଶି ଏହା ସୁରକ୍ଷାର ଏକ ପବିତ୍ର ଗଣ୍ଠି ଭାବରେ ପରିଚିତ ହୋଇଛି। ଏହି ଦିନ ଭଉଣୀ ନିଜ ଭାଇର ହାତରେ ଏକ ରଙ୍ଗବେରଙ୍ଗର ସୂତା ବା ରାକ୍ଷୀ ବାନ୍ଧିଥାଏ ଏବଂ ତାର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସମୃଦ୍ଧି କାମନା କରିଥାଏ। ଏହାର ପ୍ରତିବଦଳରେ ଭାଇ ନିଜ ଭଉଣୀକୁ ଉପହାର ଦେବା ସହ ସବୁ ପରିସ୍ଥିତିରେ ତାକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା ନେଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପର୍ବ କେବଳ ରକ୍ତ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି।

ରକ୍ଷାବନ୍ଧନ କେବଳ ଏକ ଧାର୍ମିକ ରୀତିନୀତି ନୁହେଁ, ଏହା ହେଉଛି କର୍ତ୍ତବ୍ୟ, ଯତ୍ନ ଏବଂ ନିଃସ୍ୱାର୍ଥପର ପ୍ରେମର ଏକ ଆନନ୍ଦଦାୟକ ଉତ୍ସବ। ସମ୍ପର୍କ ଜୈବିକ ହେଉ କିମ୍ବା ଆତ୍ମାର, ଏହି ଦିନଟି ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଏବଂ ବିଶ୍ୱାସକୁ ପବିତ୍ର ସୂତା, ମିଠା ଓ ହୃଦୟର ପ୍ରତିଶ୍ରୁତି ମାଧ୍ୟମରେ ଆହୁରି ମଜବୁତ କରିଥାଏ।

ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ: 'ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି' ଡବଲ ଇଞ୍ଜିନ ସରକାରକୁ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର: ଓଡି଼ଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା ଓଡ଼ିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ ପରି କାମ କରୁଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି।

ଶ୍ରୀ ନାୟକ କହିଥିଲେ ଯେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି। ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆଇନ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ୍‌ ବକେୟା ଟିକସ ଓଡ଼ିଶା ହରାଇବ। ଏହି ଆଇନ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍‌ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି। କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରୁଛନ୍ତି। ପଡେ଼ାଶୀ ଝାଡଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ।

ଡ. ଲେନିନ ମହାନ୍ତି କହିଥିଲେ ଯେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ୱାର ଲୁଟିବାରେ ଲାଗିଛି। କୌଣସି କ୍ଷେତ୍ରରେ ଶ୍ରେୟ ନେବାକୁ ହେଲେ ବିଜେପି ସରକାର ଆଗକୁ ଆସୁଥିବା ବେଳେ ଉକ୍ତ କଳା ଆଇନ ବାବଦରେ ଚୁପ ବସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇଛି, କିନ୍ତୁ ବିଜେପି ତାହାକୁ ନଷ୍ଟ କରିବାରେ ଲାଗିଛି । ଏହି କଳା ଆଇନ ଯୋଗୁଁ ରାଜ୍ୟର ଏତେ ବଡ କ୍ଷତି ହେଉଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ? କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲକୁ ପାରିତ କରାଇଛନ୍ତି। ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏମଏମଡିଆର ସଂଶୋଧନ ଆଇନ ଜରିଆରେ ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିନେବାକୁ ବସିଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ ସାଜିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢେ଼ଇ ଆଗକୁ ଆହୁରି ତୀବ୍ରତର ହେବ ବୋଲି ସେ କହିଛନ୍ତି।

କାଲିମେଳା ପୋଲିସକୁ ବଡ଼ ସଫଳତା: ଚଢ଼ାଉବେଳେ ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି: କାଲିମେଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏକ ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧ କୋଟି ୨ ଲକ୍ଷ ଟଙ୍କା (୧.୦୨ କୋଟି) ମୂଲ୍ୟର ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ବିପୁଳ ପରିମାଣର ଗଞ୍ଜେଇ କାଙ୍ଗୁରୁକୋଣ୍ଡା ପଞ୍ଚାୟତ ଅଧୀନସ୍ଥ ଏମଭି-୭୩ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବିପୁଳ ପରିମାଣର ଗଞ୍ଜେଇ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ପୋଲିସର ସନ୍ଦେହ ଅନୁଯାୟୀ, ଅନ୍ୟ ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇକୁ ଜଙ୍ଗଲରେ ମହଜୁଦ କରି ରଖାଯାଇଥିଲା।

ଏହି ଗଞ୍ଜେଇ ଚାଲାଣ ପଛରେ କେଉଁମାନେ ଅଛନ୍ତି ଏବଂ ଏହା କେଉଁଠାରୁ ଆସିଲା ଓ କେଉଁ ସ୍ଥାନକୁ ପଠାଯିବାର ଥିଲା, ସେ ନେଇ ପୋଲିସ ପକ୍ଷରୁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ କେବଳ କାଲିମେଳା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିସାରିଲାଣି। ଏତେ ବଡ଼ ଧରଣର ଗଞ୍ଜେଇ ଜବତ ହେବା ପରେ, ଏବେ ପୋଲିସ ଏହି ବେଆଇନ କାରବାର ସହ ଜଡ଼ିତ ବୃହତ୍ ନେଟୱାର୍କକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରୁଛି।

ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ସ୍କୁଲ ପଛ ନାଳରୁ ମିଳିଲା ରକ୍ତାକ୍ତ ମୃତଦେହ
କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ଏକ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହରଡାଗୁଡା ପଞ୍ଚାୟତ ମାରଡା ମାଳିଗୁଡା ଗ୍ରାମର ଗୁରୁନାଥ। ସେ ଏହି ସ୍କୁଲରେ ଥିବା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସରେ ରହି ପାଠ ପଢୁଥିଲେ। ଗତ ତିନି ଦିନ ଧରି ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହେବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରିପୋର୍ଟ ଅନୁଯାୟୀ, ଗତ ସୋମବାର ଠାରୁ ଗୁରୁନାଥ ଛାତ୍ରାବାସରୁ ନିଖୋଜ ଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ଉଚ୍ଚ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିଲେ। ଏପରିକି ଛାତ୍ରଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ସ୍କୁଲ ପଛପଟ ନାଳରେ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିବା ପରେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ନୃସିଂହ ନାଥ ଶତପଥୀ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଖବର ପାଇ ବି. ସିଂହପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହି ଘଟଣା ଏକ ଦୁର୍ଘଟଣା ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି, ସେନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସ୍କୁଲ କର୍ତ୍ତୃପକ୍ଷଙ୍କ ସମ୍ଭାବ୍ୟ ଅବହେଳା ଏବଂ ଛାତ୍ରଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ ଜାରି ରଖିଛି।

ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି, ଦୀର୍ଘ ଦିନ ହେଲା ଫେରାର ଅଛନ୍ତି
ଭୁବନେଶ୍ୱର: ଦୁଷ୍କର୍ମ ମାମଲାରେ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କୁ ଗିରଫ କରିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ନିଜର ଉଦ୍ୟମକୁ ଜୋରଦାର କରିଛି। ମାମଲା ରୁଜୁ ହେବା ଦିନଠାରୁ ସେ ଫେରାର ଥିବା ବେଳେ ତାଙ୍କ ବିରୋଧରେ ଏକ ଅଜାମିନବିହୀନ ଗିରଫ ପରୱାନା (NBW) ଜାରି କରାଯାଇଛି। ତାଙ୍କୁ ଠାବ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଖାନତଲାସୀ ଜାରି ରଖିଛନ୍ତି।

ପୂର୍ବତନ ପୋଲିସ ଅଧିକାରୀଙ୍କୁ ଖୋଜି ବାହାର କରିବା ତଥା ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଜଣେ ଡିଏସପି (DSP)ଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଛି। ତଦନ୍ତକାରୀ ଦଳ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାଟି ଜଣେ ମହିଳାଙ୍କ ପରିବାର ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଜମି ବିବାଦ ସହ ଜଡିତ। ଅଭିଯୋଗ ଅନୁଯାୟୀ, ସେତେବେଳେ ଶରଣକୁଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିବା ସୁଜିତ ଦାସ ଏହି ବିବାଦର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ଫୋନ୍ ନମ୍ବର ନେଇଥିଲେ। ମାତ୍ର ସାହାଯ୍ୟ କରିବା ପରିବର୍ତ୍ତେ ସେ ମହିଳାଙ୍କ ଅସହାୟତାର ସୁଯୋଗ ନେଇଥିଲେ ଏବଂ ବିଭିନ୍ନ ସ୍ଥାନରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏତିକି ନୁହେଁ, ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପରେ ଏକ ମିଥ୍ୟା ମାମଲାରେ ଗିରଫ କରାଯାଇଥିଲା। ଯଦି ସେ ଏହି ଘଟଣା ସମ୍ପର୍କରେ କାହାକୁ କୁହନ୍ତି, ତେବେ ତାଙ୍କ ବାପା ଏବଂ ଭାଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଥିଲା।

ପୀଡ଼ିତା ମହିଳା ଜଣକ ଏ ନେଇ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିକଟରେ ଅଭିଯୋଗ କରିବା ପରେ ଦାସଙ୍କୁ ପ୍ରଥମେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ପରେ ଜୁନ୍ ୨୨ ତାରିଖରେ ପୋଲିସ ମହାନିର୍ଦ୍ଦେଶକ (DGP) ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଅଜାମିନବିହୀନ ୱାରେଣ୍ଟ ଜାରି ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କର ସନ୍ଧାନକୁ ତ୍ୱରାନ୍ୱିତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ସତ୍ତ୍ୱେ ସେ ଏଯାବତ୍ ଫେରାର ଥିବା ଜଣାପଡିଛି।