ବାଣିଜ୍ୟ - The Sakala

ସାଉଦି ଆରବ ଏବଂ ୟୁଏଇକୁ ପଛରେ ପକାଇ କେନିଆର ସବୁଠାରୁ ବଡ଼ ପେଟ୍ରୋଲିୟମ ଯୋଗାଣକାରୀ ହେଲା ଭାରତ
ଭାରତ ଏବେ ଆଫ୍ରିକୀୟ ଦେଶ କେନିଆର ସବୁଠାରୁ ବଡ଼ ପେଟ୍ରୋଲିୟମ ଉତ୍ପାଦ ଯୋଗାଣକାରୀ ଦେଶ ପାଲଟିଛି। ଏହି କ୍ଷେତ୍ରରେ ପୂର୍ବରୁ ଶୀର୍ଷରେ ଥିବା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ସାଉଦି ଆରବ ଭଳି ପ୍ରମୁଖ ତୈଳ ସମୃଦ୍ଧ ଦେଶଗୁଡ଼ିକୁ ପଛରେ ପକାଇ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି।

ଭାରତୀୟ ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି

ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ କିଛି ସମୟ ମଧ୍ୟରେ କେନିଆକୁ ଭାରତର ପେଟ୍ରୋଲିୟମ ଉତ୍ପାଦ ରପ୍ତାନିରେ ବ୍ୟାପକ ବୃଦ୍ଧି ଘଟିଛି। ଭାରତ ନିଜର ତୈଳ ବିଶୋଧନାଗାରଗୁଡ଼ିକର ଉତ୍ପାଦନ କ୍ଷମତାକୁ ଉନ୍ନତ କରିବା ସହ ବିଶ୍ୱ ବଜାରରେ ଏକ ପ୍ରମୁଖ ରପ୍ତାନିକାରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ବିଶେଷକରି ଆଫ୍ରିକା ମହାଦେଶରେ ଭାରତୀୟ ତୈଳ ଉତ୍ପାଦର ଚାହିଦା ବୃଦ୍ଧି ପାଉଥିବା ବେଳେ ଏବେ କେନିଆ ଏହାର ଅନ୍ୟତମ ପ୍ରମୁଖ କ୍ରେତା ହୋଇପାରିଛି।

ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ହେଲା ସୁଦୃଢ଼

ଏହି ନୂତନ ଉପଲବ୍ଧି ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ବାଣିଜ୍ୟିକ ତଥା ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ। ପୂର୍ବରୁ କେନିଆ ନିଜର ପେଟ୍ରୋଲିୟମ ଆବଶ୍ୟକତା ପାଇଁ ସମ୍ପୂର୍ଣ୍ଣ ରୂପେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ଥିଲା। ମାତ୍ର ବର୍ତ୍ତମାନ ଭାରତ ଏକ ବିକଳ୍ପ ତଥା ନିର୍ଭରଯୋଗ୍ୟ ଯୋଗାଣକାରୀ ଭାବରେ ଉଭା ହେବା ଦ୍ୱାରା, ଏହା ଭାରତୀୟ ଅର୍ଥନୀତି ପାଇଁ ବିଦେଶୀ ମୁଦ୍ରା ଅର୍ଜନର ଏକ ବଡ଼ ସୁଯୋଗ ସୃଷ୍ଟି କରିଛି।

ସେପ୍ଟେମ୍ବରରେ ୪ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ! ଲଗାତାର ୫ ଦିନ ବନ୍ଦ ରହିବ ସେବା
ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀ ସଂଗଠନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ମାସରେ ଦେଶବ୍ୟାପୀ ୪ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ନଅଟି ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ସଂଘକୁ ନେଇ ଗଠିତ ଏହି ସଂଗଠନର ଧର୍ମଘଟ ଡାକରା ଫଳରେ ଆସନ୍ତା ମାସରେ ସମଗ୍ର ଭାରତରେ, ବିଶେଷ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରେ ଦିନିକିଆ ଧର୍ମଘଟ ହେବ। ଏହା ପରେ ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖ (ଶନିବାର ଓ ରବିବାର) ସାପ୍ତାହିକ ଛୁଟି ଥିବାରୁ କ୍ରମାଗତ ୩ ଦିନ ସେବା ବାଧାପ୍ରାପ୍ତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୬ ଏବଂ ୨୭ ତାରିଖ ଚତୁର୍ଥ ଶନିବାର ଏବଂ ରବିବାର ପଡ଼ୁଥିବାରୁ ସ୍ୱାଭାବିକ ଭାବେ ବ୍ୟାଙ୍କ ଛୁଟି ରହିବ। ତେଣୁ ସେପ୍ଟେମ୍ବର ଶେଷ ସପ୍ତାହରେ କ୍ରମାଗତ ୫ ଦିନ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ, ଯାହା ଗ୍ରାହକଙ୍କୁ ଅସୁବିଧାରେ ପକାଇପାରେ।

ଏହି ଧର୍ମଘଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟ ଦିବସ ଲାଗୁ କରିବା ଏବଂ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (PLI) ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା। ୫ ଦିନିଆ କାର୍ଯ୍ୟ ଦିବସ ଦାବି ଅଧୀନରେ ସମସ୍ତ ଶନିବାର ଓ ରବିବାରକୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିବାକୁ ଦାବି କରାଯାଇଛି। ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ କେବଳ ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହୁଛି। UFBU ର କହିବା ଅନୁଯାୟୀ, PLI ବ୍ୟବସ୍ଥା ପକ୍ଷପାତମୂଳକ ଏବଂ ବ୍ୟାଙ୍କ କର୍ମଚାରୀ ୟୁନିୟନ ଓ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (IBA) ମଧ୍ୟରେ ହୋଇଥିବା ବୁଝାମଣାର ଖୋଲା ଉଲ୍ଲଂଘନ। ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ପେନସନ୍ ସୁବିଧା ଅପଡେଟ୍ କରିବା ଏବଂ ପେନସନଭୋଗୀଙ୍କ ପାଇଁ ଏକ ସମାନ ମହଙ୍ଗା ଭତ୍ତା (DA) ଫର୍ମୁଲା ପ୍ରଚଳନ କରିବା ଆଦି ଅନ୍ତର୍ଭୁକ୍ତ।

ଯଦି ସରକାର ଏବଂ କର୍ତ୍ତୃପକ୍ଷ ଏହି ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଅକ୍ଟୋବର ୨୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରାଯିବ ବୋଲି ସଂଗଠନ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ରବିବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବାକୁ ଥିବାବେଳେ ନଗଦ ଅର୍ଥର ଉପଲବ୍ଧତାକୁ ଭିତ୍ତି କରି ଏଟିଏମ୍ (ATM) ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ସ୍ୱାଭାବିକ ରହିପାରେ ବୋଲି ଆଶା କରାଯାଉଛି। ତେଣୁ ଗ୍ରାହକମାନଙ୍କୁ ଆଗୁଆ ନିଜର ଜରୁରୀ ବ୍ୟାଙ୍କିଙ୍ଗ୍ କାମ ସାରିଦେବାକୁ ପରାମର୍ଶ ଦିଆଯାଇଛି।

LPG ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା: ଶେଷ ହେଉଛି e-KYC ଅବଧି, ନଚେତ୍ ମିଳିବନି ଗ୍ୟାସ ସିଲିଣ୍ଡର
ଦେଶର ଲକ୍ଷ ଲକ୍ଷ ଏଲପିଜି (LPG) ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଗ୍ୟାସ କନେକ୍ସନର ଇ-କେୱାଇସି (e-KYC) ପ୍ରକ୍ରିୟା ଶେଷ କରିନାହାଁନ୍ତି, ତେବେ ତୁରନ୍ତ ଏହି କାମଟି କରିନିଅନ୍ତୁ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଗ୍ୟାସ କମ୍ପାନୀଗୁଡ଼ିକ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟସୀମା ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ପ୍ରକ୍ରିୟା ପୂରଣ ନକଲେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକିଂ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କାହିଁକି ଜରୁରୀ e-KYC?

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଇଣ୍ଡେନ ଗ୍ୟାସ (Indane Gas), ଏଚପି ଗ୍ୟାସ (HP Gas) ଏବଂ ଭାରତ ଗ୍ୟାସ (Bharat Gas) ର ସମସ୍ତ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଧାର-ଆଧାରିତ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ସରକାରୀ ସବସିଡି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା, ଏକାଧିକ କନେକ୍ସନ ରଖିଥିବା ନକଲି ଉପଭୋକ୍ତାଙ୍କୁ ଚିହ୍ନଟ କରିବା ଏବଂ ଗ୍ୟାସର କଳାବଜାରୀ ରୋକିବା ହେଉଛି ଏହାର ମୂଳ ଲକ୍ଷ୍ୟ।

ନକଲେ କ'ଣ ହେବ ଅସୁବିଧା?

ସୂଚନା ଅନୁଯାୟୀ, ଅଗଷ୍ଟ ମାସର ଶେଷ ଆଡ଼କୁ ଅନେକ ଗ୍ୟାସ ବିତରକ କମ୍ପାନୀ ସେମାନଙ୍କର e-KYC ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଗ୍ରାହକ ଧାର୍ଯ୍ୟ ଡେଡଲାଇନ୍ ମଧ୍ୟରେ ନିଜର କେୱାଇସି ଅପଡେଟ୍ ନକରନ୍ତି, ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ସବସିଡି ରାଶି ବନ୍ଦ ହୋଇଯାଇପାରେ। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ନୂଆ ସିଲିଣ୍ଡର ବୁକିଂ କରିବାରେ ମଧ୍ୟ ବାଧା ଉପୁଜିପାରେ। ତେଣୁ କୌଣସି ପ୍ରକାର ଅସୁବିଧାରୁ ବର୍ତ୍ତିବା ପାଇଁ ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବା ଆବଶ୍ୟକ।

କିପରି କରିବେ e-KYC?

ଏହି ପ୍ରକ୍ରିୟାକୁ ଗ୍ରାହକମାନେ ନିଜ ମୋବାଇଲ୍ ଫୋନ୍ ଜରିଆରେ ଘରେ ବସି ସହଜରେ କରିପାରିବେ:

* ପ୍ରଥମେ ନିଜ ଗ୍ୟାସ କମ୍ପାନୀର ଅଫିସିଆଲ୍ ଆପ୍ (ଯେପରିକି ଇଣ୍ଡିଆନଅଏଲ ୱାନ୍ ବା IndianOil One) ଏବଂ ଆଧାର ଫେସ୍ ଆରଡି (AadhaarFaceRD) ଆପ୍ ଡାଉନଲୋଡ୍ କରନ୍ତୁ।

* ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେଇ ଆପ୍‌ରେ ଲଗଇନ୍ କରନ୍ତୁ।

* ଏହାପରେ ଆପ୍‌ରେ ଥିବା e-KYC ବିକଳ୍ପକୁ ଚୟନ କରି ନିଜର ଆଧାର କାର୍ଡ ପ୍ରମାଣୀକରଣ (ଫେସ୍ ସ୍କାନ୍ କିମ୍ବା ଓଟିପି ମାଧ୍ୟମରେ) ସମ୍ପୂର୍ଣ୍ଣ କରନ୍ତୁ।

ଯଦି ଅନଲାଇନ୍ ମାଧ୍ୟମରେ ଏହା କରିବାରେ କୌଣସି ଅସୁବିଧା ହେଉଛି, ତେବେ ଆପଣ ନିଜର ଆଧାର କାର୍ଡ ଓ ଗ୍ୟାସ ପାସବୁକ୍ ନେଇ ନିକଟସ୍ଥ ଗ୍ୟାସ ଏଜେନ୍ସି ବା ଡିଷ୍ଟ୍ରିବ୍ୟୁଟରଙ୍କ ଅଫିସକୁ ଯାଇ ବାୟୋମେଟ୍ରିକ୍ ମାଧ୍ୟମରେ ମଧ୍ୟ ଅଫଲାଇନରେ ନିଜର ଇ-କେୱାଇସି ପୂରଣ କରିପାରିବେ।

ଗୁଗଲର ବଡ଼ ଘୋଷଣା: ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ‘AI Plus’ ସବସ୍କ୍ରିପସନ
ନୂଆଦିଲ୍ଲୀ: ଆମେରିକାର ଟେକ୍ ଦିଗ୍ଗଜ ଗୁଗଲ (Google) ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହାର ‘ଏଆଇ ପ୍ଲସ’ (AI Plus) ପ୍ଲାନର ଏକ ବର୍ଷର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରାଯିବ। ଏହା ମାଧ୍ୟମରେ ପିଲାମାନେ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (AI) ଟୁଲ୍ସ ଏବଂ ଅଧିକ ୟୁଜେସ ଲିମିଟ୍ ପାଇପାରିବେ, ଯାହା ସେମାନଙ୍କ ପାଠପଢ଼ାରେ ସହାୟକ ହେବ।

ଗୁଗଲର ସଦ୍ୟତମ ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଏହି ଅଫର ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଜେମିନି ଓମ୍ନି (Gemini Omni) ର ଆକ୍ସେସ୍ ମିଳିବ। ଏହାସହ ସାଧାରଣ ବ୍ୟବହାରକାରୀଙ୍କ ତୁଳନାରେ ଦୁଇ ଗୁଣା ଅଧିକ ବ୍ୟବହାର ସୀମା, ୪୦୦ ଜିବି (400 GB) ଷ୍ଟୋରେଜ୍ ଏବଂ ଅନ୍ୟାନ୍ୟ ଫିଚର୍ସ ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ବିଦ୍ୟାର୍ଥୀଙ୍କୁ ଗୁଗଲ ଏଆଇ ପ୍ରୋ (Google AI Pro) ଏବଂ ୟୁଟ୍ୟୁବ୍ ପ୍ରିମିୟମ୍ (YouTube Premium) ର ଏକ ବଣ୍ଡଲ୍ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳିବ।

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏକ ଉତ୍ସର୍ଗୀକୃତ ଷ୍ଟୁଡେଣ୍ଟ୍ ହବ୍ ପ୍ରସ୍ତୁତ କରାଯାଇଛି। ଏକ ନୂଆ ଷ୍ଟଡି ନୋଟବୁକ୍ ଫିଚର୍ ମାଧ୍ୟମରେ ପିଲାମାନଙ୍କୁ ପର୍ସନାଲାଇଜ୍ଡ ଲର୍ଣ୍ଣିଂ ସପୋର୍ଟ ମିଳିପାରିବ। ସେମାନେ ନିଜର ଦକ୍ଷତା ଏବଂ ଜ୍ଞାନର ପରୀକ୍ଷା ପାଇଁ ଡାଇଗ୍ନୋଷ୍ଟିକ୍ କୁଇଜ୍ ଖେଳିପାରିବେ। ଏହାଛଡ଼ା ଜେମିନି ଲାଇଭ୍ (Gemini Live) ମାଧ୍ୟମରେ ଭଏସ୍-ଆଧାରିତ ବାର୍ତ୍ତାଳାପ କରି ଡିପ୍ ରିସର୍ଚ୍ଚ ରିପୋର୍ଟସ୍ ଉପରେ ଆଲୋଚନା କରିବାର ସୁବିଧା ମଧ୍ୟ ମିଳିବ।

ପାଠପଢ଼ାକୁ ଅଧିକ ସହଜ କରିବା ପାଇଁ ଗୁଗଲ ସର୍ଚ୍ଚ (Google Search) ରେ ମଧ୍ୟ ନୂଆ ଫିଚର୍ସ ଯୋଡ଼ାଯାଇଛି। ଏହା ମାଧ୍ୟମରେ ଜଟିଳ ବିଷୟଗୁଡ଼ିକୁ ବୁଝିବା ପାଇଁ ଇଣ୍ଟରାକ୍ଟିଭ୍ ଭିଜୁଆଲ୍ସ ପ୍ରସ୍ତୁତ କରାଯାଇପାରିବ। ବିଭିନ୍ନ ବିଷୟରେ ପ୍ରାକ୍ଟିସ୍ କୁଇଜ୍ ଦେବା ସହିତ ଗୁଗଲ ଲେନ୍ସ (Google Lens) ବ୍ୟବହାର କରି ପିଲାମାନେ ଷ୍ଟେପ୍-ବାଇ-ଷ୍ଟେପ୍ ବିଷୟବସ୍ତୁ ଶିଖିପାରିବେ।

ଶିକ୍ଷକମାନଙ୍କ ମାର୍ଗଦର୍ଶନକୁ ଗୁରୁତ୍ୱ ଦେବା ସହ ଏହି ସମସ୍ତ ଶିକ୍ଷା ଉପକରଣକୁ ସୁରକ୍ଷା ଦୃଷ୍ଟିରୁ ଡିଜାଇନ୍ କରାଯାଇଛି। ଏହି ଛାତ୍ର ଅଫର ୧୪୦ ରୁ ଅଧିକ ଦେଶରେ ଉପଲବ୍ଧ ହେଉଛି। ଭାରତର ଯୋଗ୍ୟ କଲେଜ ଛାତ୍ରଛାତ୍ରୀମାନେ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଏହି ମାଗଣା ସୁବିଧାର ଲାଭ ଉଠାଇପାରିବେ।

ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା ! ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ
ନୂଆଦିଲ୍ଲୀ: ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଏବେ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ରିପୋର୍ଟ ଅନୁଯାୟୀ, ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ। ଏଥର ଟେଲିକମ୍‌ କମ୍ପାନୀଗୁଡିକ ରିଚାର୍ଜ ମୂଲ୍ୟରେ ୧୫% ପର୍ଯ୍ୟନ୍ତ ବୃଦ୍ଧି ଘଟାଇପାରନ୍ତି। ରିଚାର୍ଜ ମୂଲ୍ୟ ଉଭୟ ପ୍ରି-ପେଡ୍ ଏବଂ ପୋଷ୍ଟପେଡ୍ ସଂଯୋଗ କ୍ଷେତ୍ରରେ ଲାଗୁ ହେବ। ଅନୁମାନ କରାଯାଉଛି ଯେ ଦେଶର ଦୁଇ ବୃହତ୍ତମ ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ସେମାନଙ୍କର ମୋବାଇଲ୍ ଟାରିଫ୍ରେ ୧୨ରୁ ୧୫ପ୍ରତିଶତ ବୃଦ୍ଧି କରିପାରନ୍ତି। ଏଥିପାଇଁ ଏୟାରଟେଲ୍ ସମ୍ପ୍ରତି ଏହାର କିଛି କମ୍ ମୂଲ୍ୟର ପ୍ରିପେଡ୍ ରିଚାର୍ଜ ଯୋଜନା ବନ୍ଦ କରିଦେଇଛି, ଯାହା ବ୍ୟବହାରକାରୀମାନଙ୍କୁ ଅଧିକ ମହଙ୍ଗା ରିଚାର୍ଜ କରିବାକୁ ବାଧ୍ୟ କରୁଛି। ଅପରପକ୍ଷେ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ଲାଗି ଜିଓ ଆଣିଲା ପ୍ରାଇମ୍‌ ସବ୍‌ସ୍କ୍ରିପ୍‌ସନ୍‌ ପ୍ଲାନ୍‌ ଆଣିଛି।

ମୋବାଇଲ୍ ରିଚାର୍ଜ
ଆଗାମୀ ୩ ରୁ ୪ ମାସ ମଧ୍ୟରେ ରିଚାର୍ଜ ମୂଲ୍ୟରେ ଆଉ ଏକ ବୃଦ୍ଧି ଲୋକଙ୍କ ପାଇଁ ବହୁତ ମହଙ୍ଗା ହୋଇପାରେ। ଯଦିଓ କୌଣସି ଟେଲିକମ୍‌ ଅପରେଟରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଟାରିଫ୍‌ରେ ଏପରି କୌଣସି ମୂଲ୍ୟ ବୃଦ୍ଧି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନାହିଁ। ଯଦି ଏହି ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୁଏ, ତେବେ ଏହା ସିଧାସଳଖ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ଗ୍ରାହକଙ୍କୁ ପ୍ରଭାବିତ କରିବ। ଯେଉଁ ଉପଭୋକ୍ତାମାନେ ସାଧାରଣତଃ ପ୍ରତି ମାସରେ କିମ୍ବା ତ୍ରୟମାସିକରେ ସେମାନଙ୍କର ମୋବାଇଲ୍ ରିଚାର୍ଜ କରନ୍ତି ସେମାନଙ୍କୁ ଏବେ ରିଚାର୍ଜ ପାଇଁ ଅଧିକ ଦେୟ ଦେବାକୁ ପଡିବ। ଟେଲିକମ୍ କମ୍ପାନୀଗୁଡ଼ିକ ସମୟ ସମୟରେ ସେମାନଙ୍କର ଶୁଳ୍କ ସଂଶୋଧନ କରିଆସୁଛନ୍ତି। ଏହା ନେଟୱାର୍କ ସମ୍ପ୍ରସାରଣ, ୫ଜି ଭିତ୍ତିଭୂମି, ସ୍ପେକ୍ଟ୍ରମ୍ ଖର୍ଚ୍ଚ ଏବଂ ପ୍ରତି ଉପଭୋକ୍ତା ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି ଭଳି କାରଣ ଯୋଗୁଁ ହୋଇପାରେ। ଯଦି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରନ୍ତି, ତେବେ କମ୍ ମୂଲ୍ୟର ଯୋଜନାଗୁଡ଼ିକ ମଧ୍ୟ ମହଙ୍ଗା ହୋଇପାରେ। ଏହାର ଅର୍ଥ ହେଉଛି ଯେ ପୂର୍ବରୁ କମ୍ ବଜେଟ୍ ଥିବା ଗ୍ରାହକମାନଙ୍କୁ ସେମାନଙ୍କର ମୋବାଇଲ୍ ଖର୍ଚ୍ଚ ପୁନଃ ପରିଚାଳନା କରିବାକୁ ପଡ଼ିପାରେ।

ମୋବାଇଲ୍ ରିଚାର୍ଜ ମୂଲ୍ୟ ବୃଦ୍ଧି ବିଷୟରେ ଚାରିଆଡେ ଆଲୋଚନା ମଧ୍ୟ ଜୋର ଧରିଛି। କାରଣ ଜିଓ ଏବଂ ଏୟାରଟେଲ୍ ଉଭୟ ଗତ ବର୍ଷ ୩୦,୦୦୦ କୋଟି ଟଙ୍କାରୁ ଅଧିକ ନିଟ୍ ଲାଭ ରିପୋର୍ଟ କରିଥିଲେ। ଏହା ଅନେକ ଉପଭୋକ୍ତାଙ୍କ ମଧ୍ୟରେ ପ୍ରଶ୍ନ ଉଠାଉଛି, ଯେତେବେଳେ ଏହି କମ୍ପାନୀଗୁଡ଼ିକ ଏତେ ବିପୁଳ ଲାଭ କରୁଛନ୍ତି ସେତେବେଳେ ମୋବାଇଲ୍ ରିଚାର୍ଜ ମୂଲ୍ୟ ବୃଦ୍ଧି କରିବାର ଆବଶ୍ୟକତା କାହିଁକି ରହିଛି ? ଯଦି ପୂର୍ବରୁ ଥିବା ରିଚାର୍ଜ ପ୍ଲାନ୍‌ର ମୂଲ୍ୟରେ ୧୨ ରୁ ୧୫ ପ୍ରତିଶତ ବୃଦ୍ଧି ହୁଏ, ତେବେ ସେହି ଅନୁସାରେ ମୂଲ୍ୟ ବୃଦ୍ଧି ପାଇବ। ଉଦାହରଣ ସ୍ୱରୂପ, ଯଦି ଏକ ରିଚାର୍ଜ ଯୋଜନାର ମୂଲ୍ୟ ୫୦୦ ଟଙ୍କା ଏବଂ ସେଥିରେ ୧୨ ପ୍ରତିଶତ ବୃଦ୍ଧି ହୁଏ, ତେବେ ଉପଭୋକ୍ତାଙ୍କ ପାଖରେ ବର୍ତ୍ତମାନ ସମାନ ଯୋଜନା ପାଇଁ ୫୬୦ ଟଙ୍କା ଦେବାକୁ ପଡିବ। ତଥାପି, ଯଦି ଟାରିଫ୍‌ରେ ବୃଦ୍ଧି ୧୫ପ୍ରତିଶତ ହୁଏ, ତେବେ ଉପଭୋକ୍ତାଙ୍କ ପାଖରେ ଏଥିପାଇଁ ୫୭୫ ଟଙ୍କା ଦେବାକୁ ପଡିପାରେ।

ଅପରପକ୍ଷେ ଟେଲିକମ୍ କ୍ଷେତ୍ରରେ ବଢୁଥିବା ଡୁଓପଲି ସ୍ଥଇିତି ଏହାର ଅନ୍ୟ ଏକ କାରଣ କୁହାଯାଉଛି। ପ୍ରକୃତରେ, ଭାରତର ଟେଲିକମ୍ ବଜାରରେ ଜିଓ ଏବଂ ଏୟାରଟେଲର ପ୍ରାଧାନ୍ୟ କ୍ରମାଗତ ଭାବରେ ମଜବୁତ ହେଉଛି। ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍‌ଏନ୍‌ଏଲ୍‌ ଭଳି ଅନ୍ୟ ଅପରେଟରମାନେ ମଧ୍ୟ ଅଛନ୍ତି। କିନ୍ତୁ ଘରୋଇ ମୋବାଇଲ୍ ବଜାରରେ ଜିଓ ଏବଂ ଏୟାରଟେଲର ଏକ ଦୃଢ଼ ସ୍ଥିତି ରହିଛି। ଏହି କାରଣରୁ ଟେଲିକମ୍ କ୍ଷେତ୍ରରେ ଡୁଓପଲି ବିଷୟରେ ନିରନ୍ତର ଆଲୋଚନା ହେଉଛି। ଡୁଓପଲି ଏକ ବଜାର ଅବସ୍ଥାକୁ ବୁଝାଏ ଯେଉଁଠାରେ ଦୁଇଟି ପ୍ରମୁଖ କମ୍ପାନୀ ଗୋଟିଏ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରନ୍ତି। ଏପରି ବଜାରରେ, ଯଦି ଉଭୟ କମ୍ପାନୀ ସେମାନଙ୍କର ଶୁଳ୍କ ବୃଦ୍ଧି କରନ୍ତି, ତେବେ ଗ୍ରାହକମାନଙ୍କ ପାଖରେ ସେମାନଙ୍କର ସେବା ବାଛିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥାଏ।

ଦେଶରେ ଖାଦ୍ୟ ସଙ୍କଟ ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
ନୂଆଦିଲ୍ଲୀ: ଦେଶରେ ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ବିତର୍କ ଜାରି ରହିଥିବାବେଳେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ ପୁରୁଣା ଗାଡ଼ି ପାଇଁ ଇ-୧୦ ପେଟ୍ରୋଲ ଉପଲବ୍ଧ ଲାଗି ଦେଇଛନ୍ତି ପରାମର୍ଶ। ଇ-୧୦ ପେଟ୍ରୋଲ ଉପଲବ୍ଧ ନ ହେଲେ ଦେଶର ପ୍ରାୟ ୮ କୋଟି ଦୁଇଚକିଆ ଯାନ କ୍ଷତିଗ୍ରସ୍ତ ହେବ ଏବଂ ଏହାର ମରାମତି ଆଦି ନିମନ୍ତେ ଦେଶବାସୀଙ୍କୁ ବିପୁଳ ବ୍ୟୟ ବହନ କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇ-୨୦ ପେଟ୍ରୋଲ ପ୍ରଚଳନ ମଧ୍ୟ ଦେଶରେ ଖାଦ୍ୟ ସଙ୍କଟକୁ ପରୋକ୍ଷରେ ନିମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭରେ ଶ୍ରୀ ନାଗେଶ୍ୱରନ୍‌ କହିଛନ୍ତି ଯେ ଭାରତରେ ଚଳାଚଳ କରୁଥିବା ଦୁଇଚକିଆ ଯାନ ମଧ୍ୟରୁ ପ୍ରାୟ ୭.୫ରୁ ୮ କୋଟି ଦୁଇଚକିଆ ଯାନ ଇ-୧୦ ପେଟ୍ରୋଲ ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏହି ଯାନଗୁଡ଼ିକ ଅନେକ ଉଚ୍ଚ ମାତ୍ରାର ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବ୍ୟବହାର ପାଇଁ ନିର୍ମିତ ହୋଇନାହିଁ। ତେଣୁ ଇ-୨୦ ଭଳି ଅଧିକ ଇଥାନଲ୍‌ ମିଶ୍ରଣ ବ୍ୟବହାର କଲେ ସମସ୍ୟା କେବଳ ମାଇଲେଜ୍‌ କମିବାରେ ସୀମିତ ରହିବ ନାହିଁ। ପୁରୁଣା ଇଞ୍ଜିନରେ ରବର ସିଲ୍‌, ଗ୍ୟାସକେଟ୍‌, ଫୁଏଲ ସିଷ୍ଟମର ବିିଭିନ୍ନ ଯନ୍ତ୍ରାଂଶ ଏହାଦ୍ୱାରା ପ୍ରଭାବିତ ହୋଇପାରେ ଏବଂ ଅଧିକ ଇଥାନଲ୍‌ ମିଶ୍ରଣ ସହ ଦୀର୍ଘ ସମୟ ଚାଲିଲେ କେତେକ ପୁରୁଣା ଯାନରେ ଇନ୍ଧନ ବ୍ୟବସ୍ଥାର ଯନ୍ତ୍ରାଂଶର ସ୍ଥାୟୀତ୍ୱ  ନେଇ ମଧ୍ୟ  ପ୍ରଶ୍ନ ଉଠିପାରେ। ସେହିପରି କାର୍ବୁରେଟର୍‌ ଭିତ୍ତିକ ପୁରୁଣା ଦୁଇଚକିଆ ଯାନ ଅଧିକ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ସହ ଅନୁକୂଳ ହେବାରେ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏଥିରେ ଇଞ୍ଜିନ୍‌ ଚାଲିବା, ଷ୍ଟାର୍ଟିଂ ଓ ଇନ୍ଧନ ଦକ୍ଷତା ଭଳି ବିଷୟ ପ୍ରଭାବିତ ହେବାର ଆଶଙ୍କା ରହିଥାଏ । ଏହା ଫଳରେ ଇ-୨୦ ନୀତିକୁ ନେଇ ଆଲୋଚନାରେ ପୁରୁଣା ଯାନ ମାଲିକଙ୍କ ସ୍ୱାର୍ଥ, ଯାନର ଇଞ୍ଜିନ୍‌ କମ୍ପାଟିବିଲିଟି ଓ ଅତିରିକ୍ତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଗୁରୁତ୍ୱ ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ପ୍ରତି ଭାରତ ସରକାର ଦେଶରେ ଏଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଜୋରଦାର ଭାବେ ପ୍ରୋତ୍ସାହନ ଦେଉଛନ୍ତି। ପେଟ୍ରୋଲିୟମ ଆମଦାନି ଉପରେ ନିର୍ଭରଶୀଳତା କମାଇବା, ବିଦେଶୀ ମୁଦ୍ରା ସଞ୍ଚୟ କରିବା ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।  ଏହି ପରିପ୍ରେକ୍ଷୀରେ ନାଗେଶ୍ୱରନ ଇ-୨୦ ନୀତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳରେ ବିକଳ୍ପ ଆଧାରିତ ବ୍ୟବସ୍ଥା ପାଇଁ ମତ ଦେଇଛନ୍ତି। ନୂଆ ଏବଂ ଇ-୨୦ ଅନୁକୂଳ ଗାଡ଼ି ପାଇଁ ଇ-୨୦ ପେଟ୍ରୋଲ ବିକ୍ରି ଜାରି ରହୁ, କିନ୍ତୁ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଇ-୧୦ କିଣିବାର ସୁଯୋଗ ରହୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ଅପରପକ୍ଷରେ ଏହି ପ୍ରସଙ୍ଗରେ ସେ ଇ-୨୦ ପେଟ୍ରୋଲ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟ କରିପାରେ ବୋଲି ଆଶଙ୍କା କରିଛନ୍ତି। ଭବିଷ୍ୟତରେ ଏଥାନଲ ମିଶ୍ରଣର ମାତ୍ରା ଆହୁରି ବଢ଼ିଲେ କୃଷି କ୍ଷେତ୍ର ଉପରେ ଅତିରିକ୍ତ ଚାପ ପଡ଼ିପାରେ। ଏଥାନଲ ଉତ୍ପାଦନ ପାଇଁ ଖାଦ୍ୟଶସ୍ୟ, ଆଖୁ, ଜମି ଏବଂ ଜଳର ଚାହିଦା ବଢ଼ିଲେ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ଶକ୍ତି ସୁରକ୍ଷା ସହିତ ଖାଦ୍ୟ ସୁରକ୍ଷାର ସନ୍ତୁଳନ ରକ୍ଷା କରିବା ମଧ୍ୟ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ।

ଫୁକେଟ୍-ଦିଲ୍ଲୀ ଫ୍ଲାଇଟ୍ ଅଘଟଣ ପରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ
ନୂଆଦିଲ୍ଲୀ: ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ଆଜିଠାରୁ ଡୋପ୍‌ ଟେଷ୍ଟ ନିଷ୍ପତ୍ତି । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି । ଫୁକେଟରୁ ଦିଲ୍ଲୀ ଆସୁଥିବା ବିମାନରେ ଘଟିଥିବା ଏକ ଅଘଟଣ ପରେ ଏୟାର ଇଣ୍ଡିଆ ଏପରି ବଡ଼ ପଦକ୍ଷେପ ନେଇଛି। ଏହି ବିମାନର ମୁଖ୍ୟ ପାଇଲଟଙ୍କ ଡୋପ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସଂସ୍ଥାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ନିଶାଦ୍ରବ୍ୟ ପରୀକ୍ଷା (Substance-abuse screening) କରାଯିବ ବୋଲି ଘୋଷଣା କରାଯାଇଛି। ଆଜି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

ଗତ ଅଗଷ୍ଟ ୪ ତାରିଖ ଦିନ ଫୁକେଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନ ଏଆଇ୨୩୭୯ (AI2379) ରେ ଏହି ଅଘଟଣ ଘଟିଥିଲା। ଏହି ଏୟାରବସ୍ ଏ୩୨୦ (Airbus A320) ବିମାନଟି ଆକାଶରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା। ଏହି ଘଟଣାରେ ୨୦ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ସମୁଦାୟ ୨୪ ଜଣ ଆହତ ହୋଇଥିଲେ। ପ୍ରଥମେ ଏୟାର ଇଣ୍ଡିଆ ଏହାକୁ ଟର୍ବୁଲାନ୍ସ (Turbulence) ବୋଲି କହିଥିଲେ ମଧ୍ୟ ପରେ ପାଇଲଟଙ୍କ ଡୋପ୍‌ ଟେଷ୍ଟରେ ସେ ଗଞ୍ଜେଇ (Marijuana/Cannabis) ସେବନ କରିଥିବା ପ୍ରମାଣିତ ହୋଇଥିଲା।

ବିମାନ ଚଳାଚଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ନିଜର କର୍ମଚାରୀମାନଙ୍କୁ ଏକ ଇମେଲ୍ ମାଧ୍ୟମରେ ସୂଚନା ଦେଇଛି ଯେ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ର ନିୟମାନୁଯାୟୀ କମ୍ପାନୀ ସର୍ବଦା କାର୍ଯ୍ୟ କରିଆସୁଛି। ତେବେ ସୁରକ୍ଷା ଓ ପେସାଦାର ମନୋଭାବର ଉଚ୍ଚ ମାନ ବଜାୟ ରଖିବା ପାଇଁ ବର୍ତ୍ତମାନର ନିୟମଠାରୁ ଗୋଟିଏ ପାଦ ଆଗକୁ ଯାଇ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଗ୍ରୁପ୍ ପାଇଲଟଙ୍କର ଏକ ସମ୍ପୂର୍ଣ୍ଣ ସ୍କ୍ରିନିଂ କରାଯିବ।

ଏୟାର ଇଣ୍ଡିଆର ସୂଚନା ଅନୁଯାୟୀ, ପାଇଲଟମାନଙ୍କର କାର୍ଯ୍ୟସୂଚୀ ତଥା ସେମାନଙ୍କର ବେସ୍ ଅନୁଯାୟୀ ଏକାଧିକ ସ୍ଥାନରେ ଏହି ପରୀକ୍ଷା କରାଯିବ। ଟ୍ରେନିଂ ସମୟରେ ଏହା କମ୍ପାନୀର ଗୁରୁଗ୍ରାମ ଏକାଡେମୀରେ କରାଯିବ। ଏହା ସହିତ ଫ୍ଲାଇଟ୍ ବ୍ରିଫିଙ୍ଗ୍ ସେଣ୍ଟର, ଏୟାର ଇଣ୍ଡିଆ ଅଫିସ୍ ଏବଂ ବିଭିନ୍ନ ବେସ୍ ଷ୍ଟେସନରେ ମଧ୍ୟ ଟେଷ୍ଟ କରାଯିବ। ଯାତ୍ରୀ ତଥା କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବର୍ତ୍ତମାନ ଫୁକେଟ୍-ଦିଲ୍ଲୀ ବିମାନରେ ଘଟିଥିବା ଘଟଣାର ତଦନ୍ତ ଆକ୍ରାଫ୍ଟ ଆକ୍ସିଡେଣ୍ଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) କରୁଛି। ରିପୋର୍ଟ ଅନୁଯାୟୀ, ଉଚ୍ଚତା କମିବା ସମୟରେ ବିମାନର ପୋଷ୍ଟ-ଫ୍ଲାଇଟ୍ ଫଲ୍ଟ ଲଗରେ ଏହାର ହାଇଡ୍ରୋଲିକ୍ ସିଷ୍ଟମ୍, ଫ୍ଲାଇଟ୍ କଣ୍ଟ୍ରୋଲ୍ ଏବଂ ଅଟୋପାଇଲଟ୍ ସମ୍ବନ୍ଧୀୟ ଅନେକ ତ୍ରୁଟି ଦେଖାଯାଇଥିଲା। ପାଇଲଟଙ୍କ ପ୍ରଥମ ନିଶାଦ୍ରବ୍ୟ ପରୀକ୍ଷା "ନନ୍-ନେଗେଟିଭ୍" (Non-negative) ଆସିବା ପରେ ଅଧିକ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସେ ନିଶାଦ୍ରବ୍ୟ ନେଇଥିବା ସ୍ପଷ୍ଟ ହୋଇଛି।

ବଜାଜ ଫାଇନାନ୍ସ ଲିମିଟେଡର ଆର୍ଥିକ ସାକ୍ଷରତା ଅଭିଯାନ 'ଅର୍ଥସୂତ୍ର ସମ୍ବାଦ' କାର୍ଯ୍ୟକ୍ରମ ଆୟୋଜିତ
ପୁରୀ: ଘରୋଇ କ୍ଷେତ୍ରରେ ଭାରତର ସର୍ବବୃହତ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (NBFC) ଏବଂ ବଜାଜ ଫିନସର୍ଭର ଏକ ଅଂଶ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ପୁରୀସ୍ଥିତ ବାଲିପୁଟ ଗ୍ରାମ ପଞ୍ଚାୟତ ଏବଂ ସୁତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 'ଅର୍ଥସୂତ୍ର ସମ୍ବାଦ' ଶୀର୍ଷକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଦେଶବ୍ୟାପୀ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ବଜାଜ ଫାଇନାନ୍ସ ଗ୍ରାମୀଣ ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସାକ୍ଷରତା ପଦକ୍ଷେପ ସହିତ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ବିବେକପୂର୍ଣ୍ଣ ଆର୍ଥିକ ଅଭ୍ୟାସ, ପ୍ରଭାବଶାଳୀ ଅର୍ଥ ପରିଚାଳନା, ଡିଜିଟାଲ୍ ନିରାପତ୍ତା ଏବଂ ଆର୍ଥିକ ଠକେଇରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଶିକ୍ଷିତ କରାଯାଇଥିଲା।

ଏହି ଅଧିବେଶନ ସମୟରେ, ବଜାଜ ଫାଇନାନ୍ସର ପ୍ରତିନିଧିମାନେ ସ୍ଥାନୀୟ ବାସିନ୍ଦାଙ୍କୁ ସଞ୍ଚୟ, ବଜେଟ୍, ଦାୟିତ୍ୱବାନ ଋଣ, ସମୟାନୁବର୍ତ୍ତୀ ଋଣ ପରିଶୋଧ ଏବଂ ନିରାପଦ ଡିଜିଟାଲ୍ ଆର୍ଥିକ ଅଭ୍ୟାସର ଗୁରୁତ୍ୱ ବିଷୟରେ ଶିକ୍ଷିତ କରିଥିଲେ। ସାଇବର ଠକେଇ, ନକଲି ନିବେଶ ଯୋଜନା, ସନ୍ଦେହଜନକ ଲିଙ୍କ୍, କ୍ଷତିକାରକ APK ଫାଇଲ୍, ହ୍ୱାଟ୍ସଆପ୍ ସ୍କାମ୍ ଏବଂ ଡିଜିଟାଲ୍ ଆରେଷ୍ଟ ଠକେଇ ବିରୋଧରେ ସତର୍କ ରହିବାକୁ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ ରେ କଲ୍ କରି ଯେକୌଣସି ସାଇବର ଅପରାଧ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଉତ୍ସାହିତ କରାଯାଇଥିଲା।

ବାଲିପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ଉପସ୍ଥିତିରେ ପୁରୀ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ସୁଶ୍ରୀ ଗୀତାଞ୍ଜଳି ନାୟକ, ପୁରୀର ବାଲିପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରମୋଦ କୁମାର ପ୍ରଧାନ ଏବଂ ପୁରୀର ବାଲିପୁଟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଅନୁକମ୍ପା କାନୁନ୍‌ଗୋ ଯୋଗ ଦେଇଥିଲେ।

ବଜାଜ ଫାଇନାନ୍ସ ଲିମିଟେଡ୍ ଦ୍ୱାରା ଆୟୋଜିତ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମୟରେ ଡିଜିଟାଲ୍ ସତର୍କତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସମ୍ବୋଧିତ କରି ପୁରୀ ସାଇବର ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନର ଆଇଆଇସି (IIC) ସୁଶ୍ରୀ ଗୀତାଞ୍ଜଳି ନାୟକ ଆଧୁନିକ ସାଇବର ଠକେଇ କୌଶଳ ଉପରେ ଏକ ତଥ୍ୟଭିତ୍ତିକ ଉଦବୋଧନ ପ୍ରଦାନ କରିଥିଲେ। ସାଇବର ଠକେଇ ଘଟଣାର ପ୍ରଥମ ଦୁଇ ଘଣ୍ଟା ଅର୍ଥାତ୍ "ଗୋଲ୍ଡେନ୍ ଆୱାର୍" ର ଗୁରୁତ୍ୱକୁ ଜୋର ଦେଇ ସେ ସାଧାରଣ ଲୋକଙ୍କୁ ଟ୍ରାକ୍ ଏବଂ ଟ୍ରାପ୍ କରିବା ପାଇଁ ସ୍କାମର୍ ମାନେ ବ୍ୟବହାର କରୁଥିବା ଅତ୍ୟାଧୁନିକ ପଦ୍ଧତିଗୁଡ଼ିକର ରୂପରେଖ ଦେଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଜାତୀୟ ହେଲ୍ପଲାଇନ୍ ନମ୍ବର ୧୯୩୦ ରେ ଯେକୌଣସି ଆର୍ଥିକ ଠକେଇର ତୁରନ୍ତ ରିପୋର୍ଟ କରିବାକୁ ସୁଶ୍ରୀ ନାୟକ ଉପସ୍ଥିତ ଲୋକଙ୍କୁ ଦୃଢ଼ ପରାମର୍ଶ ଦେଇଥିଲେ। ଏଥିସହ ସେ ସ୍ମାର୍ଟଫୋନର ଦାୟିତ୍ୱବାନ ବ୍ୟବହାର ପାଇଁ ଅନୁରୋଧ କରିଥିଲେ ଏବଂ ଡିଜିଟାଲ୍ ଆରେଷ୍ଟ ସ୍କାମ୍, ନକଲି ହ୍ୱାଟ୍ସଆପ୍ ନିବେଶ ଗ୍ରୁପ୍, କ୍ଷତିକାରକ APK ଫାଇଲ୍ ଏବଂ ଅଯାଚିତ (ଅନଭେରିଫାଇଡ୍) ଲିଙ୍କ୍ ଭଳି ଉଦୀୟମାନ ବିପଦ ବିରୋଧରେ ଦର୍ଶକଙ୍କୁ ସ୍ୱତନ୍ତ୍ର ଭାବରେ ସତର୍କ କରାଇଥିଲେ।

ପୁରୀର ସୁତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁତନ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶ୍ରୀ ମେନକା ବେହେରା, ସୁତନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ପାଢ଼ୀ ଏବଂ ସୁତନ ଗ୍ରାମ ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଣୀ ସୁଶ୍ରୀ ସାଗରିକା ଦାସଙ୍କ ସମେତ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ନିଜର ଆର୍ଥିକ ବଜେଟ୍ କିପରି ଜୀବନଶୈଳୀରେ ଉନ୍ନତି ଆଣିପାରିବ ଏବଂ ଭବିଷ୍ୟତକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବ ସେମାନେ ତାହା ଆଲୋକପାତ କରିଥିଲେ, ଆବଶ୍ୟକ ସମୟରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବାରେ ବୀମାର ଭୂମିକା ବ୍ୟାଖ୍ୟା କରିଥିଲେ ଏବଂ ବିଭିନ୍ନ ପ୍ରକାରର ସାଇବର ଠକେଇରୁ ଗ୍ରାମବାସୀଙ୍କୁ ସତର୍କ କରାଇଥିଲେ।

ସୁତନ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶ୍ରୀ ମେନକା ବେହେରା କହିଛନ୍ତି, "ଆର୍ଥିକ ସାକ୍ଷରତା କେବଳ ଟଙ୍କା ବୁଝିବା ନୁହେଁ; ଏହା ଆପଣଙ୍କ ଆର୍ଥିକ ଭବିଷ୍ୟତ ଉପରେ ବିଶ୍ୱାସ ସୃଷ୍ଟି କରିବା ବିଷୟରେ। ଏକ ଛୋଟ ଋଣ ହେଉ କିମ୍ବା ଏକ ବଡ଼ ବ୍ୟବସାୟିକ ନିବେଶ, ଠିକ୍ ସମୟରେ ପରିଶୋଧ ଆପଣଙ୍କ କ୍ରେଡିଟ୍ ଇତିହାସକୁ ଆକାର ଦେଇଥାଏ ଏବଂ ଜୀବନରେ ଅଧିକ ସୁଯୋଗର ଦ୍ୱାର ଖୋଲିଥାଏ।" ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହିଭଳି ସଚେତନତାମୂଳକ ପଦକ୍ଷେପ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଥିଲେ।

'ଅର୍ଥସୂତ୍ର ସମ୍ବାଦ' ହେଉଛି ବଜାଜ ଫାଇନାନ୍ସର ଏକ ପ୍ରମୁଖ ଆର୍ଥିକ ସାକ୍ଷରତା ପଦକ୍ଷେପ ଯାହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିବିଶେଷଙ୍କୁ ବ୍ୟବହାରିକ ଆର୍ଥିକ ଜ୍ଞାନ ସହିତ ସଶକ୍ତ କରିବା ଏବଂ ସମଗ୍ର ଗ୍ରାମୀଣ ଭାରତରେ ଗୋଷ୍ଠୀ-ଆଧାରିତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୂଚିତ ଆର୍ଥିକ ନିଷ୍ପତ୍ତି ନେବାକୁ ଉତ୍ସାହିତ କରିବା।

ଭାରତ ସହ ରେଳପଥରେ ଯୋଡ଼ିହେବ ରୁଷିଆ, ସୁଦୃଢ଼ ହେବ ବାଣିଜ୍ୟିକ ସମ୍ପର୍କ
ମସ୍କୋ: ସମୁଦ୍ର ପଥରେ ସୃଷ୍ଟି ହେଉଥିବା ବିପଦକୁ ଏଡ଼ାଇବା ପାଇଁ ରୁଷିଆ ରାଜଧାନୀ ମସ୍କୋରୁ ଭାରତ ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ରେଳପଥ ନିର୍ମାଣ ସମ୍ଭାବନା ନେଇ ରୁଷିଆ ସରକାର ପ୍ରସ୍ତାବ ରଖିଛନ୍ତି । ରୁଷିଆର ଉପପ୍ରଧାନମନ୍ତ୍ରୀ ମାରାତ୍‌ ଖୁସନୁଲିନ୍‌ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ବୋସଫରସ୍‌ ଏବଂ ହର୍ମୁଜ ପ୍ରଣାଳୀରେ ଦେଖାଦେଉଥିବା ଜଳପଥ ସଙ୍କଟ ଯୋଗୁଁ ବିକଳ୍ପ ସ୍ଥଳପଥ ଆବଶ୍ୟକ ହୋଇପଡ଼ିଛି । ତେଣୁ ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ଭାରତକୁ ସଂଯୋଗ କରିବା ଲାଗି ରେଳପଥ ଯୋଜନା ଉପରେ ବିଚାର କରାଯାଉଛି । ଏଭଳି ବିକଳ୍ପ ରେଳପଥ ବ୍ୟବସାୟିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇପାରିବ ।

ଇସ୍ରାଏଲ ଯୋଗୁଁ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ହର୍ମୁଜ ପ୍ରଣାଳୀରେ ପରିବହନ ବାଧାପ୍ରାପ୍ତ ହୋଇଛି । ଏହା ବିଶ୍ୱର ୨୫ ପ୍ରତିଶତ ତୈଳ ବ୍ୟବସାୟକୁ ପ୍ରଭାବିତ କରିଛି । ଏହି ସ୍ଥିତିରେ ରୁଷିଆ ଓ ଭାରତ ମଧ୍ୟରେ ସିଧାସଳଖ ସ୍ଥଳ ପରିବହନ ପାଇଁ ଏହି ରେଳ ଯୋଜନା ସହାୟକ ହେବ ବୋଲି ସେ କହିଛନ୍ତି । ସାମ୍ପ୍ରତିକ ବିଶ୍ୱ କୂଟନୈତିକ ଓ ସାମରିକ ଉତ୍ତେଜନା ମଧ୍ୟରେ ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ରଖିବା ପାଇଁ ଏହି ସ୍ଥଳ ରେଳପଥ ନିର୍ମାଣ ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

ଆମେରିକା ଉପରେ ଇରାନର ନୂଆ ସର୍ତ୍ତ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ମାଗିଲା ସମ୍ପୂର୍ଣ୍ଣ କ୍ଷତିପୂରଣ
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ସ୍ଥିତି ମଧ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ପ୍ରମୁଖ ବାଣିଜ୍ୟିକ ଜଳପଥ ହର୍ମୁଜ ପ୍ରଣାଳୀ (Strait of Hormuz) କୁ ପୁଣିଥରେ ଖୋଲିବା ପାଇଁ ଇରାନ କିଛି ନୂଆ ସର୍ତ୍ତ ରଖିଛି। ଇରାନ ସ୍ପଷ୍ଟ କରିଛି ଯେ ଯେପର୍ଯ୍ୟନ୍ତ ଆମେରିକା ତାର ଆଚରଣରେ "ସୁଧାର" ନଆଣିଛି, ସେପର୍ଯ୍ୟନ୍ତ ଏହି ପ୍ରଣାଳୀ ଖୋଲାଯିବ ନାହିଁ। ବର୍ତ୍ତମାନ ଏହି ଜଳପଥ ସମ୍ପୂର୍ଣ୍ଣ ଭାବରେ ଇରାନ ନିୟନ୍ତ୍ରଣରେ ରହିଛି ଏବଂ ଏହାକୁ ଖୋଲିବା ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଇରାନର ପ୍ରମୁଖ ଦାବି

ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନ ଆମେରିକା ସମ୍ମୁଖରେ ଅନେକ ବଡ଼ ଦାବି ରଖିଛି। ଏଥିରେ ଯୁଦ୍ଧ ଯୋଗୁଁ ଦେଶରେ ହୋଇଥିବା କ୍ଷୟକ୍ଷତି ପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ (Full Compensation) ପ୍ରଦାନ କରିବା ଅନ୍ତର୍ଭୁକ୍ତ। ଏହା ସହିତ ଆମେରିକା ଦ୍ୱାରା ଜବତ କରାଯାଇଥିବା ଇରାନର ଅର୍ଥକୁ ବିନା ସର୍ତ୍ତରେ ମୁକ୍ତ କରିବା ଏବଂ ଇରାନ ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକ ହଟାଇବାକୁ ଦାବି କରାଯାଇଛି। ଇରାନର ବନ୍ଦରଗୁଡ଼ିକ ଉପରୁ ଆମେରିକାର ନୌସେନା ନାକାବନ୍ଦୀ ହଟାଇବା ସହ ସମଗ୍ର ଅଞ୍ଚଳରୁ ଆମେରିକୀୟ ସେନା ପ୍ରତ୍ୟାହାର କରିବାକୁ ମଧ୍ୟ ଇରାନ ସର୍ତ୍ତ ରଖିଛି।

ହର୍ମୁଜ ପ୍ରଣାଳୀର ଗୁରୁତ୍ୱ ଏବଂ ଓମାନ ସହ ଚୁକ୍ତି

ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ଏକ ପ୍ରମୁଖ ତୈଳ ବାଣିଜ୍ୟ ମାର୍ଗ, ଯାହା ମାଧ୍ୟମରେ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ବାଣିଜ୍ୟ ନିୟନ୍ତ୍ରିତ ହୋଇଥାଏ। ଏହା ଓମାନ ଏବଂ ଇରାନ ମଧ୍ୟରେ ଅବସ୍ଥିତ। ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୟଦ ଆବ୍ବାସ ଆରାଘଚି (Seyyed Abbas Araghchi) କହିଛନ୍ତି ଯେ ଏହି ଜଳମାର୍ଗ ଦେଇ ନେଭିଗେସନ୍ ପାଇଁ ଓମାନ ସହ ଏକ ଚୁକ୍ତି ଚୂଡ଼ାନ୍ତ ହେବାକୁ ଯାଉଛି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ଚାଲିନାହିଁ। ମଧ୍ୟସ୍ଥିମାନେ ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ଆମେରିକା ନିଜର ଭୁଲ ନସୁଧାରିବା ଯାଏଁ ଏହା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

ଆମେରିକାର ଆଭିମୁଖ୍ୟ

ଇରାନର ଏହି ନୂତନ ଦାବି ଉପରେ ଆମେରିକା ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହିଁ। ହର୍ମୁଜ ପ୍ରଣାଳୀ ଖୋଲିବା ନେଇ ଇରାନ କୌଣସି ବୁଝାମଣା କରିବାକୁ ଆମେରିକା ଅପେକ୍ଷା କରିଛି, ଯାହା ପରେ ଇରାନ ବନ୍ଦରଗୁଡ଼ିକ ଉପରୁ ନୌସେନା ନାକାବନ୍ଦୀ ହଟାଇବା ଉପରେ ବିଚାର କରାଯାଇପାରେ। ବର୍ତ୍ତମାନ ଏହି ନାକାବନ୍ଦୀ କାରଣରୁ ଇରାନ ବନ୍ଦରଗୁଡ଼ିକୁ ଜାହାଜ ପ୍ରବେଶ ଏବଂ ପ୍ରସ୍ଥାନ ବାଧାପ୍ରାପ୍ତ ହୋଇଛି। ଏହି ସ୍ଥିତି ବିଶ୍ୱ ଅର୍ଥନୀତି ଏବଂ ବିଶେଷକରି ତୈଳ ବଜାର ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି।

ଇନ୍ଧନ ପରେ ଏବେ ଖାଇବା ଥାଳିରେ ମହଙ୍ଗା ମାଡ଼, ଆମିଷ ମିଲ୍‌ରେ ୯% ବୃଦ୍ଧି
ମୁମ୍ବଇ: ଇନ୍ଧନ ପରେ ଏବେ ଖାଇବା ଥାଳିରେ ମହଙ୍ଗା ମାଡ଼। ରନ୍ଧା ଖାଦ୍ୟ ବାବଦ ଖର୍ଚ୍ଚ ବଢ଼ିବା ପରେ ଜୁଲାଇ ମାସରେ ଘରେ ଖାଇବା ବାବଦ ବ୍ୟୟ ଢେର ବଢିଯାଇଛି। ବାର୍ଷିକ ଆଧାରରେ ଦେଖିଲେ ଏହି ସମୟରେ ଶାକାହାରୀ ଥାଳି ମୂଲ୍ୟରେ ପାଖାପାଖି ୪% ବୃଦ୍ଧି ଘଟିଛି। ଏହି ସମୟରେ ଆମିଷ ଭୋଜନ ଥାଳି ପାଖାପାଖି ୯% ମହଙ୍ଗା ହୋଇଛି। ମୁଖ୍ୟ ରୂପେ ପିଆଜ, ଖାଇବା ତେଲ, ରୋଷେଇ ଗ୍ୟାସ୍ ଓ ଚିକେନ ମୂଲ୍ୟରେ ବୃଦ୍ଧି ଘରୋଇ ରୋଷେଇ ଖର୍ଚ୍ଚ ବୃଦ୍ଧି କରିଛି। କ୍ରିସିଲ ଇଣ୍ଟେଲିଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି।

ଜୁଲାଇ ମାସରେ ଶାକାହାରୀ ବ୍ୟଞ୍ଜନ ରନ୍ଧନ ବାବଦ ମୂଲ୍ୟ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ବାର୍ଷିକ ଆଧାରରେ ବଜାରରେ ପିଆଜ ମୂଲ୍ୟରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଖାଇବା ତେଲ ଓ ରୋଷେଇ ଗ୍ୟାସ୍ ମୂଲ୍ୟରେ ଯଥାକ୍ରମେ ୧୧ ଓ ୧୦ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି। ଆମିଷ ଥାଳି ମାମଲାରେ ରନ୍ଧନ ଗ୍ୟାସ୍ ଓ ଚିକେନ ମୂଲ୍ୟ ବୃଦ୍ଧି ଥାଳିକୁ ମହଙ୍ଗା କରିଛି। ଚିକେନ୍‌ ମୂଲ୍ୟରେ ଏହି ସମୟରେ ପାଖାପାଖି ୧୪% ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ ପିଆଜ ମୂଲ୍ୟ ଉଚ୍ଚସ୍ତରକୁ ଛୁଇଁଥିଲା। କାରଣ ବଜାରକୁ ପୁରୁଣା ଷ୍ଟକ୍ ମହଙ୍ଗା ପିଆଜ ଆସିଥିଲା। ଏହାଛଡା ମାର୍ଚ୍ଚ ଓ ଏପ୍ରିଲ ମାସରେ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଫସଲ ଓ ଷ୍ଟୋରେଜ ପ୍ରଭାବିତ ହୋଇଥିଲା। ଏଣୁ ଯୋଗାଣ ଉପରେ ପ୍ରଭାବ ପଡିଥିଲା। ତେବେ ଆଳୁ ଓ ଟମାଟୋ ମୂଲ୍ୟରେ ହ୍ରାସ ପରିସ୍ଥିତିକୁ ଅନେକାଂଶରେ ନିୟନ୍ତ୍ରିତ କରିଛି। ଆଳୁ ଦର ବାର୍ଷିକ ଆଧାରରେ ୧୨% ଓ ଟମାଟୋ ଦାମ ୨ ପ୍ରତିଶତ ହ୍ରାସ ହୋଇଛି। ଅଧିକ ଜମିରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି ଯୋଗୁ ଦର ନିୟନ୍ତ୍ରିତ ରହିଛି। ସେହିପରି ଟମାଟୋ ଚାଷ ବିଳମ୍ବିତ ହେବା ଜୁଲାଇରେ ଅଧିକ ଅମଳ ମୂଲ୍ୟକୁ ସ୍ଥିର ରଖିଛି।

ମାସିକ ଆଧାରରେ ଜୁଲାଇରେ ଖାଦ୍ୟ ଥାଳି ଦର ଜୁନ ତୁଳନାରେ ୨ ପ୍ରତିଶତ ବଢିଛି। ଏହାର ମୁଖ୍ୟ କାରଣ ହେଉଛି ପିଆଜର ଦର ୨୩ ପ୍ରତିଶତ ପର୍ଯ୍ୟନ୍ତ ବଢିଯିବା ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏହି ସମୟରେ ଆମିଷ ଥାଳି ଦର ଜୁନ ମାସ ଅନୁସାରେ ପାଖାପାଖି ସ୍ଥିର ରହିଛି। କାରଣ ବ୍ରାୟଲର ଟିକେନ ଦରରେ ଆନୁମାନିକ ୨ ପ୍ରତିଶତ ହ୍ରାସ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ସନ୍ତୁଳିତ କରିଛି।

୨୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ କିଏ ଦେବେ MDR ଚାର୍ଜ? ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆଜିକାଲି ଡିଜିଟାଲ୍ ପେମେଣ୍ଟ ବା UPI (Unified Payments Interface) ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ତେବେ ନିକଟରେ ୨୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ଶୁଳ୍କ ଲାଗିବା ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ରସ୍ତାବିତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା MDR (Merchant Discount Rate) କେବଳ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ, ଗ୍ରାହକମାନଙ୍କୁ ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ

କଂଗ୍ରେସ ନେତା ଜୟରାମ ରମେଶ ନିକଟରେ ଅଭିଯୋଗ କରିଥିଲେ ଯେ, ସରକାର ସାଧାରଣ ଲୋକଙ୍କ ଉପରେ UPI ବ୍ୟବହାର ପାଇଁ ଅତିରିକ୍ତ ବୋଝ ଲଦିବାକୁ ପ୍ରସ୍ତୁତି କରୁଛନ୍ତି। ଏହାର କଡ଼ା ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟୁଇଟର) ରେ ଲେଖିଛନ୍ତି ଯେ, ଗୁଜବ ପ୍ରଚାର କରିବା ପୂର୍ବରୁ ପ୍ରକୃତ ତଥ୍ୟ ଜାଣିବା ଉଚିତ୍। ସେ କହିଛନ୍ତି ଯେ MDR ସମ୍ପୂର୍ଣ୍ଣ ରୂପେ ବ୍ୟବସାୟୀ (Merchants) ମାନଙ୍କ ଦ୍ୱାରା ବହନ କରାଯିବ ଏବଂ ସାଧାରଣ ଗ୍ରାହକ ଏହା ଦ୍ୱାରା ଆଦୌ ପ୍ରଭାବିତ ହେବେ ନାହିଁ।

ବ୍ୟାଙ୍କ ଓ ଫିନଟେକ୍ କମ୍ପାନୀଙ୍କୁ ମିଳିବ ଫାଇଦା

ଏହି MDR ରୁ ଆଦାୟ ହେବାକୁ ଥିବା ଅର୍ଥ ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀଗୁଡ଼ିକୁ ସେମାନଙ୍କର ଡିଜିଟାଲ୍ ଭିତ୍ତିଭୂମି (Infrastructure), ନୂତନ ଜ୍ଞାନକୌଶଳ (Innovation) ଏବଂ ସୁରକ୍ଷା (Security) ବ୍ୟବସ୍ଥାରେ ଅଧିକ ପୁଞ୍ଜିନିବେଶ କରିବାକୁ ସାହାଯ୍ୟ କରିବ। ଏହାଦ୍ୱାରା ଦେଶରେ ଡିଜିଟାଲ୍ କାରବାର ବ୍ୟବସ୍ଥା ଆହୁରି ସୁଦୃଢ଼ ଏବଂ ସୁରକ୍ଷିତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ସଂସଦରେ ବିଲ୍ ପାରିତ ହେବା ପରେ ନିଷ୍ପତ୍ତି

ଅର୍ଥମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ MDR ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। NPCI ଅଧୀନରେ ଥିବା 'UPI ଏବଂ ସର୍ଭିସେସ୍ ଷ୍ଟିୟରିଂ କମିଟି' ଏହା ଉପରେ ବିଚାର କରୁଛି। ତେବେ ସଂସଦରେ ବିଚାରାଧୀନ ଥିବା ଟ୍ୟାକ୍ସେସନ୍ ଆଣ୍ଡ ଅଦର୍ ଲ'ଜ୍ (ଆମେଣ୍ଡମେଣ୍ଟ) ବିଲ୍, ୨୦୨୬ (Taxation and Other Laws (Amendment) Bill, 2026) ପାରିତ ହେବା ପରେ ହିଁ ଏହି ଶୁଳ୍କ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସରକାର କେଉଁ ଡିଜିଟାଲ୍ ପେମେଣ୍ଟ ଉପରେ ଚାର୍ଜ ଲଗାଇବେ ଏବଂ କେଉଁଟିକୁ ମାଗଣା ରଖିବେ ତାହା ଏହି ବିଲ୍ ପାରିତ ହେବା ପରେ ବିଜ୍ଞପ୍ତି ମାଧ୍ୟମରେ ସ୍ଥିର କରାଯିବ।