ଯାଜପୁର - The Sakala
ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା
ଯାଜପୁର: ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ। ଯାଜପୁର ଜ଼ିଲ୍ଲା ଦଶରଥପୁରବ୍ଲକ ମଲ୍ଲୀକାପୁର ପଂଚାୟତ ମହାନ୍ତିପଟଣା ଗ୍ରାମରେ ଯାଜପୁର ଜ଼ିଲ୍ଲା ପ୍ରଶାସନ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଖୋଲିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ମଦ ଦୋକାନ ପାଇଁ ଯେଉଁ ସ୍ଥାନ ନିରୂପଣ କରାଯାଇଛି  ସେଠାରେ ଏକ ପିଇବା ପାଣି କାରଖାନା, ଅଳ୍ପ ଦୂରରେ ଗ୍ରାମର ସ୍ମଶାନ, ଗାଧୋଇବା ସ୍ନାନ ଘାଟ ରହିଛି। ତତସହ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାଳୟ ଏବଂ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟକୁ ଯାଇଥାନ୍ତି। ଯିବା ଆସିବା ଓ ଗମନା ଗମନର ରାସ୍ତା ହୋଇଥିବାରୁ ମଦ ଦୋକାନ ଖୋଲାଗଲେ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଥିବାରୁ ଏହି ଠାରେ ପ୍ରସ୍ତାବିତ ମଦ ଦୋକାନ ନଖୋଲିବା ନିମନ୍ତେ ଗ୍ରାମବାସୀ ମାନେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଅବକାରୀ ବିଭାଗ ନିକଟରେ ଲିଖିତ ଦାବି କରିଛନ୍ତି। ଆଗାମୀ ଦିନରେ ଏହାକୁ ବନ୍ଦ ବା ଅନ୍ୟତ୍ର ସ୍ଥାନାନ୍ତରିତ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ଯାଜପୁରରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ନିଆରା ପ୍ରଥା: ପରସ୍ପରକୁ ବିବାହ କଲେ ଦୁଇ ପୁରୁଷ
ଯାଜପୁର: ରାଜ୍ୟରେ ମୌସୁମୀର ଆଗମନ ଓ ଭଲ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଯାଜପୁର ଜିଲ୍ଲାରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଗହ୍ମାରିଆ ଗ୍ରାମରେ ଭଲ ବର୍ଷା ଆଶାରେ ଗ୍ରାମବାସୀମାନେ ମିଶି ଏକାଠି ‘ଅଣ୍ଡିରା ବିବାହ’ (ଦୁଇ ପୁରୁଷଙ୍କ ମଧ୍ୟରେ ପ୍ରତୀକାତ୍ମକ ବିବାହ) ସମ୍ପନ୍ନ କରିଛନ୍ତି।
ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି। ମାତ୍ର ଏଯାବତ୍ ଆଖ୍ ଦୃଶିଆ ବର୍ଷା ହେଉନାହିଁ। ଅନ୍ୟପକ୍ଷରେ ‘ଏଲ୍ ନିନୋ’ ପ୍ରଭାବରେ ଖୁବ୍ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗ୍ରୀଷ୍ମ ପ୍ରବାହ ଏଯାବତ୍ ଜାରି ରହିଛି ।
ଗହ୍ମାରିଆ ଗ୍ରାମରେ ଏକ ପରମ୍ପରା ରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ବାଭାବିକ ବର୍ଷା ହୁଏ। ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି। ଗତ ଜୁନ ୧୭ ତାରିଖ ସନ୍ଧ୍ୟାରେ ଏହି ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବର ବେଶରେ ସଜ୍ଜିତ ହୋଇ ଯତୀନ ଖଟୁଆ ଏକ ସୁସଜ୍ଜିତ କାରରେ ବସି ବାହାରିଥିଲେ। ଡିଜେର ତାଳେ ତାଳେ ଗାଁ ଦାଣ୍ଡରେ ନାଚଗୀତର ଆସର ଜମିଥିଲା। ଏପରିକି ନିଜେ ବର ମଧ୍ୟ ଖୁସିରେ ନାଚୁଥିବା ଦେଖିବାକୁ ମିଳିଥିଲା। ବରଯାତ୍ରୀ ଶୋଭାଯାତ୍ରା ସ୍ଥାନୀୟ ସିଦ୍ଧେଶ୍ୱରୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ କନ୍ୟା ବେଶରେ ପ୍ରସ୍ତୁତ ହୋଇ ରହିଥିବା କଳାଣ୍ଡି ନାୟକଙ୍କ ସହ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।
ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଏହି ନିଆରା ବିବାହରେ ବରପିତା ଭାବେ ଲକ୍ଷ୍ମଣ ଖଟୁଆ କାର୍ଯ୍ୟ ତୁଲାଇଥିବା ବେଳେ କନ୍ୟାପିତା ଦାୟିତ୍ୱ ନିର୍ବାହ କରିଥିଲେ ମନଗୋବିନ୍ଦ ନାୟକ। ବିବାହ ସରିବା ପରେ ପାରମ୍ପରିକ ରୀତିନୀତିରେ ଗାଁ ଲୋକେ କନ୍ୟାକୁ ବିଦାୟ ଦେଇଥିଲେ।
ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ପରିସରରେ ଗ୍ରାମବାସୀଙ୍କ ପାଇଁ ସାମୂହିକ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା। ସ୍ଥାନୀୟ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନେକ ଦିନ ଧରି ବର୍ଷା ନହେବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି, ତେଣୁ ଏହିଭଳି ‘ଅଣ୍ଡିରା ବିବାହ’ କଲେ ବର୍ଷା ଦେବତା ସନ୍ତୁଷ୍ଟ ହେବେ ଏବଂ ଅଞ୍ଚଳରେ ଭଲ ବର୍ଷା ହୋଇ ଫସଲ ବଞ୍ଚିଯିବ ବୋଲି ଗ୍ରାମବାସୀମାନେ ଦୃଢ଼ ବିଶ୍ୱାସ ରଖିଛନ୍ତି।
ପୁଅର ମୃତ୍ୟୁ ଖବର ଶୁଣି ସହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଦେଲେ
ଯାଜପୁର: ଏମିତି ବି ଆସେ ମୃତ୍ୟୁ । ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ବାପା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡ଼ା ପଞ୍ଚାୟତର ମାନସିପାଟଣା ଗାଁରେ ଘଟିଛି ଏପରି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୋଟିଏ ରାତିରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପୁଅର ହୃଦଘାତରେ ମୃତ୍ୟୁ ଖବର ଶୁଣି ସାହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି। ମୃତକମାନେ ହେଲେ ମଙ୍ଗଳପୁର ବଜାରରେ ଥିବା ଗାୟତ୍ରୀ ଡିଜିଟାଲ୍ ଷ୍ଟୁଡିଓର ମାଲିକ ଷ୍ଟିମର ପଣ୍ଡା ଓରଫ୍ ସିଲୁ ଏବଂ ତାଙ୍କ ବାପା ରସାନନ୍ଦ ପଣ୍ଡା।
ସୂଚନା ଅନୁଯାୟୀ, ଷ୍ଟୁଡିଓରେ କାମ କରୁଥିବା ଜଣେ କର୍ମଚାରୀ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ସମୟରେ ଷ୍ଟୁଡିଓ ମାଲିକ ସିଲୁ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ସେ ଘରକୁ ଫେରି ଆସିଥିଲେ। କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଇସିଜି (ECG) କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।
ପୁଅର ହଠାତ୍ ମୃତ୍ୟୁ ଖବର ପାଇ ବାପା ରସାନନ୍ଦ ପଣ୍ଡା ଗଭୀର ଶୋକରେ ଭାଙ୍ଗି ପଡିଥିଲେ। ଏହି ଦୁଃଖକୁ ସହ୍ୟ ନକରିପାରି ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ବିଷ ପିଇଥିବା କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ବର୍ତ୍ତମାନ କଟକର ଏକ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗୋଟିଏ ରାତିରେ ବାପା ଓ ପୁଅଙ୍କ ମୃତ୍ୟୁ ପରେ ସମଗ୍ର ମଙ୍ଗଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ
ଯାଜପୁର: ଯାଜପୁର ଦଶରଥପୁରରେ ଦହିବରା ଖାଇ ବହୁ ଲୋକ ଆକ୍ରାନ୍ତ ଘଟଣା।  ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୋୖରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ଼ ସେଣ୍ଟର ଉପରେ ଚଢାଉ ସହ ଆସନ୍ତା ୭ ଦିନ ପାଇଁ ଦୋକାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଆ ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । କିଭଳି ପୌରାଞ୍ଚଳ ସଂକ୍ରମଣ ନବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଦୋକାନାରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ । ସେହିପରି ସହରବାସୀଙ୍କୁ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ । ସୂଚନାଯୋଗ୍ୟ, ଯାଜପୁର ଦଶରଥପୁର ଅଞ୍ଚଳରେ ଦହିବରା ଖାଇ ୯୦ରୁ ଅଧିକ ଲୋକ ଝାଡାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସମସ୍ତ ଗୁରୁତରଙ୍କୁ ନେଇ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଥିଲା। ପରେ ଖାଦ୍ୟ ସୁରକ୍ଷା ଆଇନ ଭଙ୍ଗ କରିଥିବା ଅଭିଯୋଗରେ ଉକ୍ତ ଦହିବରା ବେପାରୀକୁ କୋର୍ଟ ଚାଲାଣ କରିଯାଇଥିବା ଜଣାଯାଇଛି।
ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ହାଇୱାକୁ ପଛରୁ ପିଟିଲା ବୋଲେରୋ, ୫ ମୃତ
ଯାଜପୁର: ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ଯମ । ହାଇୱାକୁ ପଛରୁ ପିଟିଲା ବୋଲେରୋ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା  ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗାଁର ଲୋକେ ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ ବରଯାତ୍ରୀ ଯାଇଥିଲେ । ଏକ ବୋଲେରୋ ଗାଡିରେ ୧୨ ଜଣ ଫେରୁଥିବା ସମୟରେ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱା ପଛରେ ଜୋରରେ ଧକ୍କା ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ବଡ଼ଚଣା ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ । ଧର୍ମଶାଳା ମେଡିକାଲରେ ତିନି ଜଣ ଓ ବଡ଼ଚଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି ।
ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ
ଯାଜପୁର: ଯାଜପୁର ଟାଉନ ଥାନା କାଳୀମେଘା ନିକଟରେ ଗୁଳିମାଡ଼ରେ ସୌମ୍ୟ ସାମଲଙ୍କ ମୃତ୍ୟୁ ଘଟଣା । ସୌମ୍ୟଙ୍କ ପତ୍ନୀ ଶୁଭଶ୍ରୀ ବେହେରାଙ୍କ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଏହାସହିତ ମେଡିକାଲ କଲେଜ ପଛରୁ ମିଳିଛି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।
ମୃତ ସୋମ୍ୟ ସାଗର ସାମଲଙ୍କ ପତ୍ନୀ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀ ପଠାରୁ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ କରିପାରେ ପୋଲିସ।
ପୁଣି ଅଶାନ୍ତ ଯାଜପୁର: ଗୁଳିମାଡ଼ରେ ଯୁବକ ମୃତ, ପୋଲିସର ତଦନ୍ତ ଜାରି
ଯାଜପୁର: ଯାଜପୁର ସହରରେ ଗୁଳି ମାଡ଼। ଗୁଳି ମାଡ଼ରେ ଯୁବକ ମୃତ l ଘଟଣା ସ୍ଥଳଳେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ l ଯାଜପୁର ସହର ର କାଳିମେଘା ନିକଟରେ ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ।  ଗୁରୁତର ଯୁବକ ଜଣକ ହେଲେ କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲ । ଅଭିଯୁକ୍ତ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁରୁତରର ସୋମ୍ୟ ରଞ୍ଜନ ସାମଲଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଲୟ ଓ ପରେ କଟକ ସ୍ଥାନାନ୍ତର  କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବଂ କିଏ ଏହି ଗୁଳିକାଣ୍ଡ କରିଛି ତାହା ମଧ୍ୟ୍ୟ ଜଣାପଡି ନାହିଁ । ଯାଜପୁର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣା ସ୍ଥଳଳେ ସକଳୁ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି l ଟିକ ନିକ ଯାଞ୍ଚ କରୁଛି ସାଇଣ୍ଟିଫିକ l କିଏ ଏବଂ କେଉଁ କାରଣରୁ ଏହି ଗୁଲୁକାଣ୍ଡ କରାଯାଇଛି ତାହାକୁ ନେଇ ଯାଜପୁର ପୋଲିସର ତଦନ୍ତ ଜାରି ରହିଛି ।
ଭୁଲ୍ ଇଞ୍ଜେକ୍ସସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ
ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ୍ ଇଞ୍ଜେକ୍ସସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ। ମୃତକ ହେଲେ କୁଆଖିଆ ଥାନା ବାଉଁଶଅଣ୍ଟା ଗାଁର ଭରତ କୁମାର ଦାସ। ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।
ଯାଜପୁରରେ ନାବାଳିକା ହକି ଖେଳାଳିଙ୍କୁ ଗଣଦୁଷ୍କର୍ମ, ପ୍ରଶିକ୍ଷକଙ୍କ ସମେତ ୪ ଅଭିଯୁକ୍ତ ଅଟକ
ଯାଜପୁର : ସାରା ରାଜ୍ୟରେ ଏବେ ନାରୀ ନିର୍ଯାତନାକୁ ନେଇ ହୁଲସ୍ତୁଲ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଯାଜପୁରରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହକି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକଙ୍କ ଦ୍ୱାରା ଜଣେ ନାବାଳିକା ଖେଳାଳିଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ଅଭିଯୋଗ ମୁତାବକ, ଯାଜପୁର ଥାନା ଅଞ୍ଚଳର ନାବାଳିକା ହକି ଖେଳାଳିଙ୍କୁ ସ୍ଥାନୀୟ ଷ୍ଟାଡିୟମ୍‌ରେ ପ୍ରଶିକ୍ଷକ ବାରମ୍ୱାର ଅସଦାଚାରଣ କରୁଥିଲେ। ଏନେଇ ସଂପୃକ୍ତ ନାବାଳିକା ପ୍ରତିବାଦ କରିଥିଲେ। ତେବେ ଗତ ଜୁଲାଇ ୩ ତାରିଖରେ ସଂପୃକ୍ତ ନାବାଳିକା ଘରକୁ ଫେରୁଥିବା ବେଳେ କୋଚ ସିଦ୍ଧାର୍ଥ ରାଉତ, ସନ୍ଦୀପ ସ୍ୱାଇଁ ଏବଂ ସାଗର ବିଭିନ୍ନ ବାହାନା କରି ତାଙ୍କୁ ଏକ ବାଇକ୍‌ରେ ବସାଇ ଜ୍ୟୋତି ଲଜ୍‌କୁ ନେଇ ଯାଇଥିଲେ। ଲଜ୍‌ରେ ସାଗର ଓ ସାର୍ଥକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏସଂପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇ ଛାଡ଼ି ଦେଇଥିଲେ। ଏସଂକ୍ରାନ୍ତରେ ନାବାଳିକା ଜଣଙ୍କ ରବିବାର ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ବିଏନ୍‌ଏସ୍‌ର ଧାରା ୭୦(୨), ୩୫୧(୨), ୭୪, ୩(୫)ଏବଂ ୬ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ନାବାଳିକାର ବୟାନ ରେକର୍ଡ କରିବା ସହିତ ଘଟଣାର ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ସଂପୃକ୍ତ ନାବାଳିକାକୁ ଡାକ୍ତରମାଇନା କରିବା ନିମନ୍ତେ ଯାଜପୁର ମେଡିକାଲକୁ ପଠାଇବା ସହ ବିଚାରପତିଙ୍କ ନିକଟରେ ନାବାଳିକାକୁ ହାଜର କରାଯାଇ ତା’ର ବୟାନ ରେକର୍ଡ କରାଯାଇଛି। ପୁଲିସ ମଧ୍ୟ ଗତ ରବିବାର ରାତିରେ ନାବାଳିକାର ବୟାନ ରେକର୍ଡ କରିଥିଲା। ତେବେ ଏହି ଘଟଣା ଗତ ୩ ତାରିଖରୁ ହୋଇଥିଲେ ମଧ୍ୟ କାହିଁକି ମାମଲା ରୁଜୁ ପାଇଁ ବିଳମ୍ୱ ହେଉଥିଲା ଏବଂ ଯେଉଁ ଲଜ୍‌ରେ ଏଭଳି ଅଭିଯୋଗ ହୋଇଛି, ସେହି ଲଜ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ ଉଠିଛି। ଏନେଇ ଯାଜପୁର ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ଘଟଣା ସଂପର୍କରେ ତଦନ୍ତ ଚାଲିଛି ଏବଂ ଘଟଣାରେ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ଭଦ୍ରକ/ ଯାଜପୁର: ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି।  ଭଦ୍ରକରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।  ଆସନ୍ତା ୨୩ ତାରିଖରେ ଜିଲ୍ଲାରେ ଖୋଲିବ ସ୍କୁଲ ଓ କଲେଜ।  ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସେହିପରି- ଯାଜପୁରରେ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ସଂକ୍ରମଣ ରୋକିବା ପାଇଁ ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ବନ୍ଦ ସମୟରେ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଯିବାକୁ ନିର୍ଦ୍ଦେଶ । ଏଥିସହ ଏହି ଛୁଟି ସମୟରେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ବିଷୋଧନ କରାଯିବ। ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ପିଇବା ଉପଯୋଗୀ ନ ଥିଲେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଭୂତାଣୁ ପରେ ବୀଜାଣୁ ଭୟ, ଡେଉଁଛି ଡାଇରିଆ
ଭୁବନେଶ୍ବର/ କଟକ/ ଯାଜପୁର/ ଭୁବନ: ୫ ଦିନ ତଳେ ଯାଜପୁରରେ ପାଦ ଥାପିଥିବା ଝାଡ଼ାବାନ୍ତି (ଡାଇରିଆ) ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଯାଜପୁରରେ ସ୍ଥିତି ପୂରା ବେକାବୁ ହୋଇପଡ଼ିଥିବା ବେଳେ ପାର୍ଶ୍ବବର୍ତ୍ତୀ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଶହଶହ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାର କାରଣ କିମ୍ବା ଉତ୍ପତ୍ତିର ବିନ୍ଦୁବିସର୍ଗ ଏ ପର୍ଯ୍ୟନ୍ତ ପାଇପାରୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବା‌‌‌‌ରେ ଲାଗିଛି। ଡାଇରିଆର ହଟ୍‌ସ୍ପଟ୍‌ ପାଲଟିଥିବା ଯାଜପୁରରୁ ଆଜି ପୁଣି ୫୬ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୪ ଘଣ୍ଟାରେ, ଜିଲ୍ଲାର ଦାନଗଦି ଅଞ୍ଚଳର ଆଉ ୪୬ ଆକ୍ରାନ୍ତ ହୋଇଥିବା ବେଳେ ଡାଇରିଆରୁ ବର୍ତ୍ତିଯାଇଥିବା ଏକମାତ୍ର ବ୍ଲକ୍‌ ବିଞ୍ଝାରପୁର ଆଜି ଖାତା ଖୋଲିଛି। ବ୍ଲକ୍‌ରୁ ଆଜି ୧୦ ଡାଇରିଆ ରୋଗୀ ବାହାରିଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଡାଇରିଆରେ ଆକ୍ରାନ୍ତ ହୋଇଥିବା ଉଚ୍ଚବାଲି ପଞ୍ଚାୟତ ତାରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୫)ଙ୍କ ଆଜି ମୃତ୍ୟୁ ହୋଇଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ‌ରେ ଡାଇରିଆ କାୟା ମେଲାଇବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ଭୁବନ ପେଣ୍ଟ୍‌ ସାହିର କୃପାସିନ୍ଧୁ ମଲ୍ଲିକ(୬୨)ଙ୍କ ମୃତ୍ୟୁ ହୋଇଛି। ବସ୍ତିର ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ, କଟକ ଜିଲ୍ଲାର ୪୨ ‌ମୌଜା ଅନ୍ତର୍ଗତ ଝିଙ୍କିରିଆ ପଞ୍ଚାୟତ ଓ ବାଙ୍କୀର ଘୋଳପୁର ଗାଁରେ ଡାଇରିଆ ପଶିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରୁ ୪୯ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାନୁଯାୟୀ, ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂଗୃହୀତ ନମୁନାରୁ କଲେରା ବା ହଇଜା ଭୂତାଣୁ ବାହାରିବା ପରେ ଏହାକୁ ନେଇ ଜିଲ୍ଲାବ୍ୟାପୀ ଭୟର ବାତାବରଣ ଦେଖାଦେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର୍‌ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ସଂଗୃହୀତ ନମୁନାରୁ ୧୧ ଜଣଙ୍କଠାରେ କଲେରା ଜୀବଣୁ ମିଳିଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଜିଲ୍ଲା ବ୍ୟାପୀ ଝାଡ଼ାବାନ୍ତି ବ୍ୟାପିବାର କାରଣ ଏ ପର୍ଯ୍ୟନ୍ତ ଧରିବାରେ ପ୍ରଶାସନ ସଫଳ ହୋଇପାରନି। ତେବେ ଝାଡ଼ାବାନ୍ତି ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଓ ବ୍ୟାସନଗର ପୌରପାଳିକା ସମେତ ଜିଲ୍ଲାର ବିଭିନ୍ନ ହୋଟେଲ ଓ ଢାବାଗୁଡ଼ିକ ଉପରେ ଚଢ଼ଉ ଜାରି ରହିଛି। ଉଭୟ ସହରରେ ୫ଟି ହୋଟେଲ୍‌କୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୂହିକ ଭୋଜିଭାତ ଉପରେ ରୋକ୍‌ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ବେ ଡାଇରିଆର ପ୍ରକୃତ ଉତ୍ସ ଓ କାରଣ ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାରେ ପହଞ୍ଚି ସମୀକ୍ଷା ବୈଠକ କରିବା ସହ ଆକ୍ରାନ୍ତଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ଓ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡ. ବିଜୟ କୁମାର ମହାପାତ୍ର ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ଏହି ଅବସରରେ ଝାଡ଼ାବାନ୍ତି ତଥା ଡାଇରିଆରେ ଆକ୍ରାନ୍ତ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡ. ବୃନ୍ଦା ଡି. କହିଲେ ଯେତେ ବି ଝାଡ଼ାବାନ୍ତି ସଂକ୍ରମିତ ହେଉଛନ୍ତି, ସବୁର ତାଲିକା କରାଯିବ। ପରବର୍ତ୍ତୀ ସମୟରେ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ତାଙ୍କର ଓ ତାଙ୍କ ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ। ଆର୍‌ବିଏସ୍‌କେ ମୋବାଇଲ ହେଲଥ୍‌ ଟିମ୍‌ ପ୍ରତ୍ୟେକ ଦିନ ଗାଁ ପରିଦର୍ଶନ କରିବେ। ଯେଉଁ ଗ୍ରାମରେ ଅଧିକ ରୋଗୀ ଚିହ୍ନଟ ହେବେ, ସେଇ ଗ୍ରାମକୁ ଆଗ ପରିଦର୍ଶନ କରାଯିବ ଏବଂ ଆଉଟ୍‌ରିଚ୍‌ ଗ୍ରାମଗୁଡ଼ିକୁ ମଧ୍ୟ ଭିଜିଟ୍‌ କରାଯିବ। ପାଣି ପାଉଚ୍‌ ଓ ବୋତଲ ମ୍ୟାନୁଫ୍ୟାକ୍‌ଚର ଉପରେ ତଦାରଖ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ କରାଯିବ। ଏହି ବୈଠକରେ ପ୍ରଭାବିତ ଅଞ୍ଚଳଗୁନିକରେ ପ୍ରତି ସଂକ୍ରମଣ ରୋକିବା ପାଇଁ ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ମାନେ ଘରକୁ ଘର ଯାଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଯାଜପୁର ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଉପୁଜିଥିବା ଡାଇରିଆର କ୍ଷେତ୍ରସ୍ତରୀୟ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏକ ୭ ଜଣିଆ ସ୍ୱାସ୍ଥ୍ୟ ଟିମ୍‌ ଏବଂ ୩ଜଣିଆ ଖାଦ୍ୟ ନିରାପତ୍ତା ଟିମ୍‌ ଓଡ଼ିଶା ଆସିଛନ୍ତି। ଠିକ୍‌ ସେହିପରି ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ)ଙ୍କ ତରଫରୁ ୪ ଜଣିଆ ଏକ ସ୍ୱତନ୍ତ୍ର ଖାଦ୍ୟ ଗୁଣବତ୍ତା ଟିମ୍‌ ମଧ୍ୟ ଆସିଛନ୍ତି। ଏହି ତିନୋଟି ଟିମ୍‌ରେ ସମୁଦାୟ ୧୪ଜଣ ଅଛନ୍ତି। ସ୍ୱାସ୍ଥ୍ୟ ଟିମ୍‌ରେ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନିଲମ୍‌ ସୋମାଲକର, ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି, ଭୁବନେଶ୍ୱର ଏମ୍ସର ମାଇକ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର୍‌ ଡାକ୍ତର ଭାଗୀରଥି ଦ୍ୱିବେଦୀ, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତାସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍‌ ଘୋଷ ଏବଂ ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅଛନ୍ତି। ଖାଦ୍ୟ ନିରାପତ୍ତା ଟିମ୍‌ରେ କୋଲକାତାସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍‌ଏସ୍‌ ଏସଏଆଇର ପୂର୍ବାଞ୍ଚଳ ଉପ-ନିର୍ଦ୍ଦେଶକ ଡାକ୍ତର ଶଶିକାନ୍ତ ଭୂୟାଁ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟିମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜନ ସ୍ୱାସ୍ଥ୍ୟସ୍ଥିତି ପରଖିବା ସହ ରୋଗର କାରଣ ଏବଂ ନିରାକରଣ ସମ୍ୱନ୍ଧରେ କ୍ଷେତ୍ରସ୍ତରୀୟ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଛନ୍ତି ଯେ ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୧୬ ଜଣ ଡାଇରିଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୧୦ ଜଣଙ୍କର ଚିକିତ୍ସା ଚାଲିଛି। ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଚିକିତ୍ସକମାନେ ଆଶା ପ୍ରକଟ କରିଛନ୍ତି।
ଯାଜପୁର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତିରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବାବେଳେ ସରକରୀ ସମୀକ୍ଷା ବୈଠକରୁ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ସଂଗୃହୀତ ମଳ ନମୁନା ପରୀକ୍ଷଣରୁ ହଇଜା (କଲେରା)ଜୀବାଣୁ ଠାବ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳବାହିତ ରୋଗ ନିରାକରଣ ସମାକ୍ଷା ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି, ଯାଜପୁର ଓ ଭଦ୍ରକ ଅଞ୍ଚଳର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି। ସଂଗ୍ରହ କରାଯାଇଥିବା ୪୧ଟି ମଳ ନମୁନା ମଧ୍ୟରୁ ୮ଟିରେ କଲେରା ପଜିଟିଭ୍‌ ଥିବାର ସଙ୍କେତ ମିଳିଛି।
ଅଦ୍ୟାବଧି ଯାଜପୁର ଜିଲ୍ଲାରେ ବିଭିନ୍ନ ଡାକ୍ତରଖାନାରେ ୨୨୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୩ ଧରି ବିଭିନ୍ନ ଡାକ୍ତରଖାନାରେ ୬୨୨ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାର ୭ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଶୁକ୍ରବାର ପାନୀୟ ଜଳ ଓ ପଞ୍ଚାୟତିରାଜ ସଚିବ ଗିରିଶ ଏସ୍‌ଏନ୍‌ ପାନୀୟ ଜଳ ନିର୍ଦ୍ଦେଶକ ଭିନିତ ଭରଦ୍ୱାଜ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀ ବଳରାମ ମିଶ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଦୂଷିତ ପାଣି ଓ ଭୋଜି ଖାଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିର କାରଣ ସମ୍ପର୍କରେ କେନ୍ଦ୍ରୀୟ ଦଳ ଦୁଇଦିନ ହେବ ବିଭିନ୍ନ ପରୀକ୍ଷାନିରୀକ୍ଷା ଜାରି ରଖିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଦେବା ସହ ଏବେ ବି କାରଣ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି।