କୃଷ୍ଣପ୍ରସାଦ - The Sakala

ଗଜାନନଙ୍କ ପୂଜା ପାଇଁ ଉତ୍ସବମୁଖର କୃଷ୍ଣପ୍ରସାଦ
କୃଷ୍ଣପ୍ରସାଦ:  ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଉତ୍ସବ କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ।  ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ପରିସରରେ ପ୍ରଭୁ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି ।  ବିଭିନ୍ନ ପୂଜା ମଣ୍ଡପରେ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ରଙ୍ଗୀନ ଆଲୋକ ମାଳରେ ପୂଜା ମଣ୍ଡପ ଗୁଡିକ ଝଲସି ଉଠୁଛି ।  ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ଉତ୍ସବ ଯୋଗୁଁ କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି ।

ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡିଛି ।  ତେବେ ଚଳିତ ବର୍ଷ ଠାରୁ ପ୍ରଥମ କରି ସିଆଣ୍ଡି ପଞ୍ଚାୟତ ପାଟପୁର ଠାରେ ପ୍ରଭୁଙ୍କର ପୂଜା ଉତ୍ସବ ଧୂମଧାମରେ ଆରମ୍ଭ ହୋଇଛି । ପାଟପୁର ଗ୍ରାମର ପୁଜା କମିଟି ଏବଂ କ୍ଲବ ପିଲାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପୂଜା ଉତ୍ସବରେ ଜିଲ୍ଲା ପରିଷଦ ଲକ୍ଷ୍ମି ଧର ସାହୁ ଉତ୍ସବ ରେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।  ଅଧ୍ୟାପକ ମଧୁସୂଦନ ସାହୁ, ଖିତିଶ୍ବର ବିଶ୍ବାଳ, ଦେବେନ୍ଦ୍ର ବାରିକି, ଭରତ ବାରିକି, ଗୋଲକ ମହାରଣା ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ ।  ପ୍ରାୟତଃ ଶହେରୁ ଉର୍ଦ୍ଧ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିବା ଜଣାପଡିଛି ।

ସବୁଠି ଉତ୍ସବର ମାହୋଲ ପରିଲକ୍ଷିତ ହୋଇଥିବା ବେଳେ ପାଗ ଅନୁକୂଳ ଥିବାରୁ ସନ୍ଧ୍ୟା ସମୟରେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ଦେଖିବାକୁ ପୂଜା ମଣ୍ଡପ ନିକଟରେ ଜନସାଧାରଣଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।  ଆସନ୍ତା  ୩ ଦିନ ପରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ ।  ସେହିଭଳି ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଡିଜେ ସାଉଣ୍ଡ, ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ସବୁଠି ପରିବେଶ ଶାନ୍ତ ଥିବା ସୂଚନା ମିଳିଛି ।

କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଦୀପକ କୁମାର ପାଢ଼ୀ ଅଚାନକ ପରିଦର୍ଶନ କରିଛନ୍ତି। ଏହି ସରପ୍ରାଇଜ୍ ଭିଜିଟ୍ ସମୟରେ ବିଭିନ୍ନ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପଦାକୁ ଆସିଥିବା ଜଣାପଡ଼ିଛି।

ପାନୀୟ ଜଳ ଓ ଶୌଚାଳୟ ସମସ୍ୟା:

ବ୍ଲକର ଅନେକ ସ୍କୁଲରେ ପିଇବା ପାଣି ଏବଂ ଉପଯୁକ୍ତ ଶୌଚାଳୟ ସୁବିଧା ନଥିବା ଦେଖିବାକୁ ମିଳିଛି। ଗୁରୁବାଇ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ଅପରିଷ୍କାର ରହିବା ସହ ପାଣିର ବ୍ୟବସ୍ଥା ନଥିବା ଦେଖି ଡିଇଓ ପ୍ରଧାନଶିକ୍ଷକଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

୧୫ ଦିନ ହେଲା ବିଦ୍ୟୁତ୍ ସେବା ବିଚ୍ଛିନ୍ନ:

ଜହ୍ନିକୁଦା ବିଦ୍ୟାଳୟରେ ଦୀର୍ଘ ୧୫ ଦିନ ହେଲା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହାରି ଦୃଷ୍ଟି ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଶିକ୍ଷକ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା:

କେତେକ ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସୁନଥିବା ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାରେ ବିଳମ୍ବ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି।

କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ:

ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା, ପାନୀୟ ଜଳ, ଶୌଚାଳୟ ଏବଂ ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା କଲେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଶିକ୍ଷାଦାନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ଉପରେ ଡିଇଓ ଗୁରୁତ୍ୱାରୋପ କରିଛନ୍ତି।

ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ହ୍ରଦର ଦ୍ୱୀପାଞ୍ଚଳ ଓ ମଧ୍ୟଭାଗରେ ଥିବା ଗ୍ରାମଗୁଡ଼ିକର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବେ କେବଳ କାଗଜପତ୍ର ଓ ପ୍ରତିଶ୍ରୁତିରେ ସୀମିତ ହୋଇ ରହିଛି।

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକା ମଝିରେ ରହିଥିବା ମଏଁଷା, ବ୍ରହ୍ମପୁର, ଖୀରିସାହି ଓ ଜହ୍ନିକୁଦା ଭଳି ଗ୍ରାମବାସୀଙ୍କ ପାଇଁ ପ୍ରାୟ ୧୫ ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଯୋଗାଇ ଦିଆଯାଇଥିବା ବୋଟ୍ ଆମ୍ବୁଲାନ୍ସ ଏବେ ସମ୍ପୂର୍ଣ୍ଣ ଅକାମୀ ଅବସ୍ଥାରେ ପଡ଼ିରହିଛି।ଚିଲିକା ହ୍ରଦର ଦ୍ୱୀପାଞ୍ଚଳବାସୀଙ୍କୁ ଭାଗ୍ୟର ଭରସାରେ ଛାଡ଼ିଦେଇଥିବା ଏହି ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ସାତପଡ଼ାଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଏବେ ଚର୍ଚ୍ଚା ଜୋର୍ ଧରିଛି। ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କିପରି ଅବ୍ୟବହୃତ ହୋଇ ପାଣିରେ ପଡ଼ିରହିଛି ଏବଂ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଏହାକୁ ଦେଖି ମଧ୍ୟ ନ ଦେଖିଲା ଭଳି ରହୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

କେବଳ କାଗଜପତ୍ରର ବାହାନା ଓ ଯୋଜନାର ସଫଳତାର ପ୍ରଚାର କରି ବାଃ ବାଃ ନେଉଥିବା ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଏହାର ସଠିକ୍ ରକ୍ଷାବେକ୍ଷଣ କରୁନାହାନ୍ତି, ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ଏକପଟେ ସରକାର ଦ୍ୱୀପାଞ୍ଚଳବାସୀଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଢେର୍ ଡିଣ୍ଡିମ ପିଟୁଥିବାବେଳେ, ଅନ୍ୟପଟେ ଚିଲିକାର ଏହି ଜଳପଥରେ ଜରୁରୀକାଳୀନ ଡାକ୍ତରୀ ସହାୟତା ଅଭାବରୁ ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ରାତି ଅଧିଆ କିମ୍ବା ଅନ୍ୟ କୌଣସି ଜରୁରୀ ସମୟରେ ମଏଁଷା, ବ୍ରହ୍ମପୁର, ଖୀରିସାହି ଓ ଜହ୍ନିକୁଦା ଭଳି ଦ୍ୱୀପାଞ୍ଚଳର କୌଣସି ବ୍ୟକ୍ତି ଗୁରୁତର ଅସୁସ୍ଥ ହେଲେ, ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପରିବାର ଓ ସ୍ଥାନୀୟ ଲୋକଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। ଏପରିକି ସାଧାରଣ ଲୋକଙ୍କ ବ୍ୟବହାର ପାଇଁ କୌଣସି ଟେଲିଫୋନ୍ ନମ୍ବର କିମ୍ବା ହେଲ୍ପଲାଇନ୍ ବ୍ୟବସ୍ଥା ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ଏହି ଖବର ପ୍ରକାଶ ପାଇବା ଏବଂ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିବା ପରେ ପ୍ରଶାସନର ଚେତା ପଶୁଛି କି ନାହିଁ, ଏବଂ ତୁରନ୍ତ ଏହି ବୋଟ୍ ଆମ୍ବୁଲାନ୍ସକୁ ମରାମତି କରି ପୁନର୍ବାର କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ମାଲୁଦ ପଞ୍ଚୁଦୋଳ ପଡ଼ିଆ ପରିସରରେ ସ୍ୱର୍ଗତ ଶୈଳବାଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୈଳକୃଷ୍ଣ ଫାଉଣ୍ଡେସନ, କଣ୍ଟାବଣିଆ ପକ୍ଷରୁ ବ୍ଲକ୍‌ସ୍ତରୀୟ ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରକ୍ଷାବନ୍ଧନ ଅବସରରେ ଫାଉଣ୍ଡେସନ୍‌ର ମୁଖ୍ୟ ପୁରୋଧା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଏହି କ୍ରୀଡ଼ା ଉତ୍ସବ ଆୟୋଜନ କରାଯାଇଥିଲା।ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଜୟରାମ ଦାସ, ଡ. ବବିତା କୁମାରୀ ଜେନା, ସୋସିଆଲ୍‌ ମିଡିଆ ଚେୟାରମ୍ୟାନ୍‌ ଅରବିନ୍ଦ ଦାସ, ଏଭରେଷ୍ଟ ଆରୋହଣ କରିଥିବା ପ୍ରଥମ ବ୍ୟକ୍ତି ଗଣେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯୁବନେତା ବିଶ୍ୱଜିତ ବିଶ୍ୱାଳ ଓ ପ୍ରଧାନଶିକ୍ଷକ ବିଜୟ କୁମାର ଜେନା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।ବ୍ଲକ୍‌ର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଥମେ ଭଲିବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ନାରାୟଣ ବିଦ୍ୟାପୀଠର ଖେଳ ଶିକ୍ଷକ ଅଶୋକ ସାମଲ ଏବଂ ଖେଳ ଶିକ୍ଷକ ରଞ୍ଜିତ କୁମାର ସାହୁ (ଖଲ୍ଲିକୋଟ, ଗଞ୍ଜାମ) ରେଫରି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଭଲିବଲ୍‌ ପ୍ରତିଯୋଗିତାକୁ ସୌମ୍ୟରଞ୍ଜନ ସାହୁ ପରିଚାଳନା କରିଥିଲେ।

ପରେ ଉଚ୍ଚଡିଆଁ, ଲମ୍ବଡିଆଁ, ୧୬୦୦ ମିଟର ଦୌଡ଼, ଗହ୍ମାଡିଆଁ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସତ୍ୟବ୍ରତ ଦାସ, ଦଇତାରୀ ବିଶ୍ୱାଳ, ଜଗନମୋହନ ମାନସିଂହ, ରୁଦ୍ର ପ୍ରସାଦ, ବସନ୍ତ ପ୍ରଧାନ, ରାଜେନ୍ଦ୍ର ନାୟକ, ଆଶିଷ ବାରିକ ଓ ଉଲ୍ଲାସ ଜେନା ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ମାନପତ୍ର, ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

କୃଷ୍ଣପ୍ରସାଦରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଦ୍ଧିବର ପରିସରରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିବର ପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍କୁଲ୍‌ ଚେୟାରମ୍ୟାନ୍ ଖଗେଶ୍ୱର ତରେଇ, ସଭ୍ୟ ସୁନା ତରେଇ, ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ସେହିପରି ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସହକାରୀ ଶିକ୍ଷକ ଦଇତାରୀ ବିଶ୍ୱାଳ, କ୍ରୀଡ଼ା ଶିକ୍ଷକ ପଞ୍ଚାନନ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସଭାପତି ଅଭିମନ୍ୟୁ ତରେଇ ଉପସ୍ଥିତ ରହି ସହଯୋଗ କରିଥିଲେ।ବୁଦ୍ଧିବର ପଞ୍ଚାୟତ ପରିସରରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସରକାରୀ ଅନୁଦାନରେ ନିର୍ମିତ ଆଦର୍ଶ ପୋଖରୀ ଓ ବୃନ୍ଦାବନ ସାଗର ପରିସରରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା।

ପରେ ପଞ୍ଚାୟତ ସଭାଗୃହରେ ସରପଞ୍ଚଙ୍କ ନେତୃତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ ସଭାରେ ସଭାପତିତ୍ୱ କରିଥିଲେ। ସଭାରେ ପିଭିଜି ରାମଜୀ, ପିଏମ୍‌ଏୱାଇ ସମ୍ପର୍କିତ ବିଷୟ ସହିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ ବିକାଶ ଖସଡ଼ା ପ୍ରସ୍ତୁତ କରାଯାଇ ଅନୁମୋଦନ କରାଯାଇଥିଲା।

ସରପଞ୍ଚଙ୍କ ପ୍ରତିନିଧି ବୁଦ୍ଧଦେବ ବିଶ୍ୱାଳ, ପିଓ ଲକ୍ଷ୍ମୀଧର ପ୍ରଧାନ, ନାଏବ ସରପଞ୍ଚ କାଜଲ ସାହୁ, ଗଦାଧର ବିଶ୍ୱାଳ, କୁଳମଣି ବିଶ୍ୱାଳ, ନରହରି ବିଶ୍ୱାଳ, ଜୟକୃଷ୍ଣ ମୁଦୁଲି, ରଞ୍ଜନ ତରେଇ, ରଞ୍ଜନ ସାହୁ, ବାପୁଜୀ ମହାରଣା, ଭଗବାନ ସାହୁଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଓ ସଭ୍ୟ-ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

‎କୃଷ୍ଣପ୍ରସାଦ ବ୍ଲକ ପରିସରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା
ଦୀର୍ଘଦିନ ଧରି ବ୍ଲକଗ୍ରାଣ୍ଟ ଶିକ୍ଷକ ମାନେ ନିଜର ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ବିଧାନ ସଭା ସମ୍ମୁଖରେ ଶିକ୍ଷୟିତ୍ରୀ ମାନେ ମାଣବସାଇ ଲଷ୍ମୀ ପୂଜା କରି ଧାରଣାରେ ବସିଥିବା ନଜିର ରହିଛି। ହେଲେ ସରକାର କେବଳ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଧାରଣାରୁ ହଟାଇବାରେ ସିଦ୍ଧ ହସ୍ତ ହୋଇଛନ୍ତି। ଏଥର ଓସ୍ତା ସଂଘ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି। ଓଡ଼ିଶାର ୩୧୪ ବ୍ଲକ କାର୍ଯ୍ୟାଳୟକୁ ଏକ ସଙ୍ଗେ ଘେରାଉ କରିଛନ୍ତି। ନିଜର ଦାବିକୁ ସ୍ଲୋଗାନ ଦେଇ ବ୍ଲକ ଛକ ଠାରୁ ଏକ ରାଲିରେ କୃଷ୍ଣପ୍ରସାଦ ବ୍ଲକ ପରିସରରେ ପହଞ୍ଚିଥିଲେ।

ସେଠାରେ ନିଜର ଦାବି ସମୂହକୁ ଭାଷଣ ମାଧ୍ୟମରେ ଜନସାଧାରଣରେ ଉପସ୍ଥାପନ କରିଥିଲେ। ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ଦାସ କହିଥିଲେ "ସରକାର ତୁମେ ଦାବି ପୂରଣ କର ନଚେତ ଗାଦି ଛାଡ଼"। ସେହିଭଳି ବ୍ଲକ ଓସ୍ତା ସଭାପତି କାଶୀନାଥ ଜେନା କହିଲେ ୧୯୪ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୧୯୪ ଶିକ୍ଷା ନୀତିକୁ ଲାଗୁ କରି ପୁରୁଣା ପେନସନର ବ୍ୟବସ୍ଥା କରିବା,ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୁରଣ କରିବା ଏବଂ ଅବସର ସମୟ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ଥିବା ପ୍ରକାଶ କରିଥିଲେ।

ଓସ୍ତା ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବିଭୁ ନାରାୟଣ ଜେନା ଏବଂ ବ୍ଲକ ଓସ୍ତା ସମ୍ପାଦକ ସନାତନ ତରେଇ କହିଥିଲେ 'ଆସନ୍ତା ୭ ତାରିଖ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା  ଏବଂ ଦାବିପତ୍ର ଦିଆଯିବ'। ୧୭ ତାରିଖ ରେ ବିଧାନ ସଭାକୁ ଘେରାଉ କରାଯିବ। ଦାବି ପୂରଣ ହେଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଠିକ ଜବାବ ଦିଆଯିବ। ସଭା ଶେଷରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି ।  ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଚିଲିକାକୁ ଘେରି ମୁକ୍ତ କରି ସୁନ୍ଦର ପରିବେଶ ଗଠନ କରିବା ଉଦ୍ୟମ ଚାଲିଥିବା ବେଳେ ଏହା ଉପରେ ନିର୍ଭର କରି ଚଳୁଥିବା ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

ଚିଲିକାରୁ ଜାଲ ବାଡ଼ ଉଚ୍ଛେଦ କରାଯାଉଛି ।  ବୁଧବାର ବଜ୍ରକୋଟ ରାଜସ୍ବ ସର୍କଲ ଅଧିନ ତାଳତଳା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଚିଲିକାରେ ହୋଇଥିବା ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରିରେ ବ୍ୟବହାର ହୋଇ ଥିବା ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି । ଏହି ଉଚ୍ଛେଦ କୃଷ୍ଣପ୍ରସାଦ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ଜ ଜେସିବି ମେସିନ ସହିତ ୩୦ ଜଣ ଶ୍ରମିକ  ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ଥାନା ସବଇନ୍ସପେକ୍ଟର ପ୍ରଫୁଲ କୁମାର ନାୟକଙ୍କ  ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଅନ୍ୟମାନଙ୍କ ମଧ୍ୟରେ ତହସିଲ ରାଜସ୍ବ ସୁପରଭାଇଜର ବିଜୟରାଜ ସାହୁ, ବଜ୍ରକୋଟ ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ସାହୁ, ଚିଲିକା ନୂଆପଡା ରାଜସ୍ବ ନିରୀକ୍ଷକ ମୋହନ କୁମାର ସ୍ୱାଇଁ ସମେତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।  ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

ଅଲ୍ ଓଡ଼ିଶା ଦଳିତ ସମାଜର ଜିଲ୍ଲାସ୍ତରୀୟ ବୈଠକ
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୁମୁଣ୍ଡିଆ ପଞ୍ଚାୟତର ଚାରିଛକଠାରେ ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ପୁରୀ ଜିଲ୍ଲାସ୍ତରୀୟ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନର ରାଜ୍ୟ ଚେୟାରମ୍ୟାନ ଚିନ୍ତାମଣି ନାୟକ, ରାଜ୍ୟ ସଭାପତି ଗୋପୀନାଥ ନାୟକ, ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ମନୋରଞ୍ଜନ ନିମାଇଁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ରୋହିତ ନାୟକ ଏବଂ ବାବା ସାହେବ ଦଳିତ ଯୁବକ ସଂଘର ସଭାପତି ସୁଧୀର ନାୟକ ପ୍ରମୁଖ ଯୋଗଦେଇଥିଲେ।

ବକ୍ତାମାନେ ଦଳିତ ସମାଜ ଉପରେ ହେଉଥିବା ସାମାଜିକ ବୈଷମ୍ୟ, ଅବହେଳା ଓ ନ୍ୟାୟ ପ୍ରାପ୍ତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମାଜରେ ସମାନ ଅଧିକାର ଓ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସଂଗଠିତ ହେବାର ଆବଶ୍ୟକତା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଶରତ ଚନ୍ଦ୍ର ନାୟକଙ୍କୁ ପୁରୀ ଜିଲ୍ଲା ଦଳିତ ସମାଜ କଲ୍ୟାଣ ପରିଷଦର ସଭାପତି ଭାବେ ମନୋନୀତ କରାଯାଇଥିଲା। ଚଳିତ ମାସ ମଧ୍ୟରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଚୟନ କରି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ଚେୟାରମ୍ୟାନ ଚିନ୍ତାମଣି ନାୟକ ଓ ପୁରୀ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ କହିଥିଲେ ଯେ, ଦଳିତ ସମାଜର ସାମାଜିକ ସୁରକ୍ଷା, ସମାନ ଅଧିକାର ଓ ବିକାଶ ପାଇଁ ସଂଗଠନକୁ ସାରା ରାଜ୍ୟରେ ସୁଦୃଢ଼ କରାଯିବ ଏବଂ ନ୍ୟାୟସଙ୍ଗତ ଦାବି ପାଇଁ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛାଯିବ ନାହିଁ। ଶେଷରେ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ନାୟକ ସଭା ପରିଚାଳନା କରିଥିଲେ।

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପିଟିଶାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସାମନ୍ତ ବିମଳ କୁମାର ରଣସିଂହଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଛି।

କାଣ୍ଡେଶ୍ୱର କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ବେହେରା ସଭାପତିତ୍ୱ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ କହିଥିଲେ ଯେ, ଶ୍ରୀ ରଣସିଂହ ଜଣେ ମେଳାପୀ, ଛାତ୍ରବତ୍ସଳ ଓ ଦକ୍ଷ ଶିକ୍ଷକ ନେତା ଥିଲେ। ତାଙ୍କର ସ୍ପଷ୍ଟବାଦୀ ମନୋଭାବ ଏବଂ ନେତୃତ୍ୱ ଗୁଣ ଯୋଗୁଁ ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରି ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ଅବସର ଶିକ୍ଷକ ସମାଜ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଶ୍ରୀ ରଣସିଂହ ସର୍ବଦା ଠିକ୍ ସମୟରେ ବିଦ୍ୟାଳୟରେ ଉପସ୍ଥିତ ହୋଇ ନିଷ୍ଠାର ସହିତ ଶିକ୍ଷାଦାନ କରୁଥିଲେ। ସେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀମାନଙ୍କର ପ୍ରିୟଭାଜନ ଥିଲେ। ଚାକିରିର ଆରମ୍ଭରୁ ଅବସର ପର୍ଯ୍ୟନ୍ତ ଗୋଟିଏ ମାତ୍ର ବିଦ୍ୟାଳୟରେ କାର୍ଯ୍ୟ କରି ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ଏହି ଅବସରରେ ଶିକ୍ଷକମାନେ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ତାଙ୍କର ଅବଶିଷ୍ଟ ଜୀବନ ସୁଖ, ଶାନ୍ତି ଓ ସୁସ୍ୱାସ୍ଥ୍ୟରେ ଅତିବାହିତ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଦାସ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ, ପ୍ରଧାନ ଶିକ୍ଷକ ଚୈତନ୍ୟ ସାହୁ, ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ଜେନା, ପ୍ରଧାନ ଶିକ୍ଷକ ସାଧୁ ମଣ୍ଡଳ, ଶିକ୍ଷକ ସୁକାନ୍ତ କୁମାର ବିଶ୍ୱାଳ, ଶିକ୍ଷକ ସଜନ କୁମାର ଦାସ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ।

ମାନସିଂହ ସାହିତ୍ୟ ସଂସଦର 67 ତମ କବିତା ଆସର
‎ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କବି ମାୟାଧର ମାନସିଂହଙ୍କ ଜନ୍ମପୀଠ ନନ୍ଦଳା ଗ୍ରାମରେ ମାନସିଂହ ସାହିତ୍ୟ ସଂସଦର ୬୭ତମ କବିତା ଆସର ବିଷ୍ଣୁପ୍ରସାଦ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।  ମୁଖ୍ୟ ଅତିଥି ଭାବେ ଯାଜପୁରରୁ ବିଶିଷ୍ଟ କବି ତଥା କଥାକାର ଡ଼ ପ୍ରଜ୍ଞା ପରମିତା ଦାଶ ଯୋଗଦେଇ କବିତାର ସ୍ୱରୂପ ଓ ମର୍ଯ୍ୟାଦା ସମ୍ପର୍କରେ ଆଲୋଚନା କରିବା ସହ ଅନ୍ୟ ଉପସ୍ଥିତ କବି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର ମୁଖ୍ୟ ଉପଦେଷ୍ଟା ଡ଼ ପ୍ରେମାନନ୍ଦ ବେହେରା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ  ଲଳିତ କୁମାର ସ୍ବାଇଁ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

ବ୍ରହ୍ମପୁରରୁ ବନ୍ଦନା ପଣ୍ଡା ପ୍ରାରମ୍ଭିକ ଭଜନ ପାଠ କରିଥିଲେ। ବ୍ରହ୍ମପୁରରୁ  କବି ରଶ୍ମିତା ଦଳାଇଙ୍କ ଚମତ୍କାର ସଂଯୋଜନାରେ ଦେଶ ବିଦେଶରୁ ଅନେକ କବି ଯଥା ଚନ୍ଦ୍ରା ମିଶ୍ର, ଶ୍ୱେତଶ୍ୱିନୀ ଜେନା, ମର୍ମସ୍ପର୍ଶୀ ପ୍ରିୟଦର୍ଶିନୀ, ପ୍ରତିମା ପାତ୍ର, ସମୀର ନାୟକ,ପୂର୍ଣ ଚନ୍ଦ୍ର ଜେନା,ନମିତା ସ୍ଵାଇଁ,ଦେବାଶିଷ ପ୍ରଧାନଙ୍କ ସମେତ ପ୍ରାୟ ୪୦ରୁ ଅଧିକ ସାହିତ୍ୟ ସାଧକ ସାଧିକା ଉପସ୍ଥିତ ରହି ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଆସନ୍ତା କବିତା ଆସର ଅଗଷ୍ଟ 10   ତାରିଖରେ  ଅନୁଷ୍ଠିତ ହେବା ପାଇଁ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଉଦ୍ଧାର
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ ଯାଉଥିବା ଏକ ଯାତ୍ରୀବାହୀ ଲଞ୍ଚ ଆଜି ସକାଳେ ଚିଲିକା ମଝିରେ ଫସିଯାଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଲଞ୍ଚଟି ମଝି ନଈରେ ଅଟକି ରହିବାରୁ ଏଥିରେ ଥିବା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ତେବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଯାନ୍ତ୍ରିକ ତ୍ରୁଟିରୁ ବିପଦ

ସୂଚନା ଅନୁଯାୟୀ, ଓଡ଼ିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ପକ୍ଷରୁ ପ୍ରତିଦିନ ଏହି ରୁଟ୍‌ରେ ଲଞ୍ଚ ଚଳାଚଳ କରିଥାଏ । ଆଜି ସକାଳ ପ୍ରାୟ ୭ଟା ସମୟରେ ଲଞ୍ଚଟି ଯାତ୍ରୀ ଓ କିଛି ବାଇକ୍ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦଗଡ଼ ଅଭିମୁଖେ ବାହାରିଥିଲା । ହଠାତ୍ ମଝି ଚିଲିକାରେ ଏଥିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଇଞ୍ଜିନ ବନ୍ଦ ହୋଇଯାଇଥିଲା । ପ୍ରବଳ ପବନ ଯୋଗୁଁ ଲଞ୍ଚଟି ପାଣିରେ ଦୋହଲିବାକୁ ଲାଗିବାରୁ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେକରି ପାଟିତୁଣ୍ଡ କରିଥିଲେ ।

ମତ୍ସ୍ୟଜୀବୀ ସାଜିଲେ ଦେବଦୂତ

ଯାତ୍ରୀଙ୍କ ଚିତ୍କାର ଏବଂ ଲଞ୍ଚଟି ବିପଦରେ ଥିବା ଦେଖି ଆଖପାଖରେ ଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ସେମାନେ ୩ଟି ଦେଶୀ ଡଙ୍ଗା ସାହାଯ୍ୟରେ ଲଞ୍ଚଟିକୁ ଟାଣି ଟାଣି ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ପ୍ରାୟ ଏକ ଘଣ୍ଟାର କସରତ ପରେ ସମସ୍ତ ଯାତ୍ରୀ ଏବଂ ଯାନବାହନ ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିଲେ । ଏହି ଘଟଣାରେ କାହାରି କୌଣସି କ୍ଷତି ଘଟିନଥିବା ଜଣାପଡ଼ିଛି ।

ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ଯଦିଓ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି, ତଥାପି ଏହି ଘଟଣା ଚିଲିକାରେ ଯାତ୍ରୀବାହୀ ଜଳଯାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ନିୟମିତ ବ୍ୟବଧାନରେ ଏହି ଲଞ୍ଚଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ କରାଯାଉନଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି ହୋଇଛି ।

ଭୂତଖାନା ପାଲଟିଛି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ
ଶିକ୍ଷା ହେଉଛି ଦେଶର ମାନଦଣ୍ଡ। ଯେଉଁ ଦେଶରେ ଶିକ୍ଷାର ଅଗ୍ରଗତି ଯେତିକି ଅଧିକ, ସେ ଦେଶ ସେତିକି ବିକଶିତ ବୋଲି ଗଣାଯାଏ। ବର୍ତ୍ତମାନ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଶିକ୍ଷାର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିକ୍ଷା ବ୍ୟବସ୍ଥା କିନ୍ତୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଅଫିସ ଅଛି, ହେଲେ ଅଫିସର ନାହାନ୍ତି

ଦୀର୍ଘ ବର୍ଷ ଧରି ଏଠାରେ ବ୍ଲକ ଶିକ୍ଷାଧିକାରୀ (BEO) ଙ୍କ ପଦବୀ ଖାଲି ପଡ଼ିଛି। ଜଣେ ବିଇଓ ତିନୋଟି ବ୍ଲକ ଦାୟିତ୍ୱରେ ରହୁଥିବାରୁ, କାର୍ଯ୍ୟାଳୟ ପ୍ରତି ଉପଯୁକ୍ତ ଦୃଷ୍ଟି ଦେଇପାରୁନାହାନ୍ତି। ଫଳରେ ବିଭାଗୀୟ କର୍ମଚାରୀମାନେ ମନମୁଖୀ ଭାବେ ଅଫିସ ଆସୁଛନ୍ତି। ଅନେକ କର୍ମଚାରୀ ନିଜ ଘରେ ରହି କାମ ନକରି ମଧ୍ୟ ଦରମା ପାଉଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟ କେବଳ ଖୋଲା ରହୁଛି ସତ, ହେଲେ କୌଣସି ଅଧିକାରୀ ରହୁନାହାନ୍ତି। କେବଳ ଜଣେ କିରାଣୀ ପାଳି କରି ଅଫିସ ଖୋଲୁଛନ୍ତି। ସାଧାରଣ ଲୋକ ଓ ଶିକ୍ଷକମାନେ ନିଜର ଜରୁରୀ କାର୍ଯ୍ୟ ପାଇଁ ଆସି ବାରମ୍ବାର ନିରାଶ ହୋଇ ଫେରୁଛନ୍ତି। ଏ ସମ୍ପର୍କରେ ପଚାରିଲେ "ସାର୍ ଛୁଟିରେ ଅଛନ୍ତି" ବୋଲି ପ୍ରତିଉତ୍ତର ମିଳୁଛି।

ଚାଲିଛି ପିସି କାରବାର ଓ ଆର୍ଥିକ ଅନିୟମିତତା

ଅଭିଯୋଗ ଅନୁଯାୟୀ, ବିଭାଗୀୟ ମୁଖ୍ୟ କିରାଣୀଙ୍କୁ ପ୍ରଶାସନିକ କାଗଜପତ୍ର କାମ ଜଣାନଥିବାରୁ ଜଣେ ସିଆରସିସି (CRCC) ଏଠାରେ ସର୍ବେସର୍ବା ପାଲଟିଛନ୍ତି। ଅଫିସର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ସବୁ କାର୍ଯ୍ୟାଳୟ ବାହାରେ କାହା ପାଖରେ ରହୁଛି ଏବଂ କିଏ ସେସବୁ କାମ କରୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିପିଏଫ୍, ଏରିୟର, ପେନସନ କାଗଜପତ୍ର ଏବଂ ମେଡିକାଲ ବିଲ୍ ମଞ୍ଜୁରୀ ପାଇଁ ଏଠାରେ ଲାଞ୍ଚ (ପିସି) ନଦେଲେ କାମ ହେଉନଥିବା ଅଭିଯୋଗ ହେଉଛି।

ରୋଗୀ ସହାୟତାରୁ ବଞ୍ଚିତ, ମିଛ ବିଲ୍‌ରେ ହରିଲୁଟ୍:

ବ୍ଲକରେ ପ୍ରକୃତ ରୋଗୀମାନେ ଚିକିତ୍ସା ସହାୟତା ପାଉନଥିବା ବେଳେ, କେତେକ ଶିକ୍ଷକ ମିଛ ବିଲ୍ ଦେଇ ସରକାରୀ ଅର୍ଥ ହଡ଼ପ କରୁଥିବା ଜଣାପଡ଼ିଛି। ଜଣେ ଶିକ୍ଷୟିତ୍ରୀ ପ୍ରବୀଣା ଦାସ କର୍କଟ ରୋଗରେ ପୀଡିତ ହୋଇ ସହାୟତା ପାଇଁ ଆବେଦନ କରି  ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ସହାୟତା ପାଇ ନାହାନ୍ତି। ସେହିଭଳି ଅନ୍ୟ ଜଣେ ଶିକ୍ଷକ ହାର୍ଟ ଅପରେସନ ହୋଇ ସହାୟତା ପାଇଁ ଆବେଦନ କରି ଚାହିଁ ଚାହିଁ ବର୍ଷ ପରେ ବର୍ଷ ବିତିବାରେ ଲାଗିଛି। ଶ୍ରୀମତୀ ପ୍ରବୀଣା ଦାସ ବାଲିସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଗତ ଜୁଲାଇ ମାସ ୨୦୨୪ ମସିହାରୁ ଅବସର ନେଇଥିଲେ ମଧ୍ୟ ତାଙ୍କର ଏଯାଏଁ ବକେୟା ଟଙ୍କା ମିଳି ନଥିବା ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି।

ନିୟମକୁ ବେଖାତିର

ସରକାରୀ ନିୟମ ଅନୁଯାୟୀ, ଜଣେ ଶିକ୍ଷକ ୩ ବର୍ଷରୁ ଅଧିକ ସମୟ ଗୋଟିଏ ବିଦ୍ୟାଳୟରେ ରହିପାରିବେ ନାହିଁ। ମାତ୍ର ଅଧିକାରୀଙ୍କୁ ହାତ କରି କେତେକ ଶିକ୍ଷକ ଦୀର୍ଘ ୧୦ ରୁ ୧୫ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ରହି ପରିଚାଳନା କମିଟିକୁ ନିଜ ଆୟତ୍ତରେ ରଖି ରାଜ୍ ଚଲାଉଛନ୍ତି। ସେହିପରି ସିଆରସିସି (CRCC) ମାନଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବା ବେଳେ କୃଷ୍ଣପ୍ରସାଦ ବ୍ଲକରେ ସେମାନେ ୧୦ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ଯାହା ପ୍ରଶାସନର ଚରମ ଅପାରଗତାକୁ ଦର୍ଶାଉଛି।

ଶିକ୍ଷାଦାନ ବ୍ୟାହତ, କୋଚିଂ ସେଣ୍ଟରକୁ ଗୁରୁତ୍ୱ

ଏହା ବ୍ୟତୀତ ମଧ୍ୟାହ୍ନ ଭୋଜନ (MDM) ସାମଗ୍ରୀ ଓ ଅର୍ଥରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଶିକ୍ଷକମାନେ ସ୍କୁଲରେ ପାଠପଢ଼ାକୁ ଗୁରୁତ୍ୱ ନଦେଇ ସରକାରୀ ନିୟମକୁ ଅବମାନନା କରି ବେସରକାରୀ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି।

ଏହି ସମସ୍ୟା ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ୍ କଲେ ସେ ସାଧାରଣ ଲୋକଙ୍କ ଫୋନ୍ ଉଠାଉନାହାନ୍ତି। ଅପରପକ୍ଷେ, ମୁଖ୍ୟ କିରାଣୀ ଉଗ୍ରେସନ ଖଣ୍ଡୁଆଳଙ୍କୁ ପଚାରିବାରୁ "ମୁଁ ଏ ବାବଦରେ କିଛି ଜାଣିନାହିଁ" କହି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ଏହି ସାଂଘାତିକ ସ୍ଥିତି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।