କାହାଣୀ - The Sakala

Viral Video Story: ମାତ୍ର ୧୦ ଟଙ୍କା ଫେରାଇବା ପରେ ମହିଳାଙ୍କ ସହ ଘଟିଲା ଚମତ୍କାର, ସଚ୍ଚୋଟତାର ଏହି କାହାଣୀ ଶୁଣିଲେ ଆଖିରୁ ଲୁହ ଆସିଯିବ!
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା ପ୍ରମାଣ କରୁଛି ଯେ ମାନବିକତା ଏବଂ ସଚ୍ଚୋଟତା ଆଜି ମଧ୍ୟ ସମାଜରେ ବଞ୍ଚି ରହିଛି। "କର୍ମ ଫଳ" ଏବଂ "ସଚ୍ଚୋଟତା ହିଁ ଶ୍ରେଷ୍ଠ ନୀତି" ଉପରେ ଆଧାରିତ ଏହି କାହାଣୀଟି ଅନେକଙ୍କ ଆଖିରେ ଲୁହ ଆଣିଦେଇଛି।

ଘଟଣାଟିର ଆରମ୍ଭ ହୁଏ ଜଣେ ସାଧାରଣ ଦୋକାନୀ ଏବଂ ଜଣେ ମହିଳାଙ୍କଠାରୁ। ଦୋକାନୀ ଜଣକ ସକାଳୁ ଦୋକାନ ଖୋଲିବା ମାତ୍ରେ ଦେଖନ୍ତି ଯେ ଜଣେ ମହିଳା ତାଙ୍କୁ ୧୦ ଟଙ୍କା ଫେରାଇବାକୁ ଅପେକ୍ଷା କରି ଛିଡା ହୋଇଛନ୍ତି। ମହିଳା ଜଣକ ଜଣାଇଥିଲେ ଯେ ଗତକାଲି ଭୁଲବଶତଃ ଦୋକାନୀ ତାଙ୍କୁ ୧୦ ଟଙ୍କା ଅଧିକ ଦେଇଦେଇଥିଲେ। ଦୋକାନୀ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ଗତକାଲି ଆପଣ ୨ ଟଙ୍କା ପାଇଁ ମୂଲଚାଲ କରୁଥିଲେ, କିନ୍ତୁ ଆଜି ୧୦ ଟଙ୍କା ଫେରାଇବାକୁ କାହିଁକି ଆସିଛନ୍ତି? ଏହାର ଉତ୍ତରରେ ମହିଳା ଜଣକ କହିଥିଲେ, "ମୂଲଚାଲ କରିବା ମୋର ଅଧିକାର, କିନ୍ତୁ ଅନ୍ୟର ହକ୍ ପଇସା ରଖିବା ପାପ।" ସେ କହିଥିଲେ ଯେ ତାଙ୍କ ସ୍ୱର୍ଗତ ସ୍ୱାମୀ ଶିଖାଇଥିଲେ ଯେ ଅନ୍ୟର ପଇସା ରଖିଲେ ତାହା ପିଲାମାନଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଏ।

ମହିଳାଙ୍କ ଏହି ନୀତିବାଣୀ ଦୋକାନୀଙ୍କ ବିବେକକୁ ଦୋହଲାଇ ଦେଇଥିଲା। ସେ ନିଜର ଭୁଲ୍ ବୁଝିପାରି ତୁରନ୍ତ ବଜାରରେ ଥିବା ହୋଲସେଲର ପ୍ରକାଶଙ୍କ ପାଖକୁ ଦୌଡ଼ି ଯାଇଥିଲେ। ଦୋକାନୀ ଜଣକ ସ୍ୱୀକାର କରିଥିଲେ ଯେ ସେ ବିଲରେ ହେରଫେର କରି ପ୍ରକାଶଙ୍କର ୩୦୦ ଟଙ୍କା ଠକି ନେଇଥିଲେ। ସେ ସେହି ଟଙ୍କା ଫେରସ୍ତ କରି କହିଥିଲେ ଯେ ସେ ନିଜ ପିଲାମାନଙ୍କ ଉପରେ କୌଣସି ପାପ କର୍ମର ପ୍ରଭାବ ପକାଇବାକୁ ଚାହାଁନ୍ତି ନାହିଁ।

ଦୋକାନୀଙ୍କ ଏହି ପରିବର୍ତ୍ତନ ଦେଖି ହୋଲସେଲର ପ୍ରକାଶ ଗଭୀର ଚିନ୍ତାରେ ପଡ଼ିଯାଇଥିଲେ। ପ୍ରକାଶ ନିଜର ଜଣେ ମୃତ ବନ୍ଧୁଙ୍କଠାରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ, ଯାହା ବିଷୟରେ ମୃତ ବନ୍ଧୁଙ୍କ ପରିବାରକୁ ଜଣା ନଥିଲା। ବନ୍ଧୁଙ୍କ ମୃତ୍ୟୁ ପରେ ସେ ଚୁପଚାପ୍ ସେହି ଟଙ୍କା ହଡ଼ପ କରି ବସିଥିଲେ, ଯେତେବେଳେ କି ବନ୍ଧୁଙ୍କ ବିଧବା ପତ୍ନୀ ଘର ଘର ବୁଲି କାମ କରି ପିଲାଙ୍କୁ ପାଳୁଥିଲେ। ଅନୁତାପରେ ଦଗ୍ଧ ହୋଇ ପ୍ରକାଶ ତୁରନ୍ତ ସେହି ମହିଳାଙ୍କ ପାଖକୁ ଯାଇ ସବୁ ସତ କଥା ମାନିନେଲେ ଏବଂ ସୁଧମୂଳ ସହ ଟଙ୍କା ଫେରସ୍ତ କଲେ।

କାହାଣୀର ଶେଷ ଭାଗଟି ଅତ୍ୟନ୍ତ ଚମକପ୍ରଦ। ପ୍ରକାଶ ଯେଉଁ ବିଧବା ମହିଳାଙ୍କୁ ୩ ଲକ୍ଷ ଟଙ୍କା ଫେରାଇବାକୁ ଯାଇଥିଲେ, ସେ ଆଉ କେହି ନୁହଁନ୍ତି, ବରଂ ସେହି ମହିଳା ଥିଲେ ଯିଏ କାହାଣୀର ଆରମ୍ଭରେ ଦୋକାନୀଙ୍କୁ ୧୦ ଟଙ୍କା ଫେରାଇ ସଚ୍ଚୋଟତାର ପ୍ରମାଣ ଦେଇଥିଲେ। ଏହି ଘଟଣା ଶିଖାଏ ଯେ ସଚ୍ଚୋଟତା କେବେବି ବ୍ୟର୍ଥ ଯାଏ ନାହିଁ, ତାହା ବୁଲି ବୁଲି ମଣିଷ ପାଖକୁ ଶୁଭ ଫଳ ରୂପେ ଫେରିଆସେ।

ଆସନ୍ତା ୧୦ ତାରିଖରେ ବର୍ଷର ପ୍ରଥମ ତଥା ଶେଷ ବଳୟ ସୂର୍ଯ୍ୟପରାଗ
ଭୁବନେଶ୍ୱର : ଆସନ୍ତା ଜୁନ ୧୦ ତାରିଖରେ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ ସଂଗଠିତ ହେବ। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧ଟା ୪୨ରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ। ଅପରାହ୍ନ ୪ଟା ୧୧ ମିନିଟ ସମୟରେ ଏହା ସର୍ବାଧିକ ଭାବେ ଦୃଶ୍ୟମାନ ହେବ ବୋଲି ପ୍ଲାନେଟୋରିୟମ ସୂତ୍ରରୁ ଜଣାପଡ଼ିଛି। ତେବେ ଭାରତର କେବଳ ଜମ୍ମୁ କଶ୍ମୀରର ଖୁବ୍‍ କମ ଅଞ୍ଚଳରେ ଅର୍ଥାତ୍‍ ୧୦ ପ୍ରତିଶତରୁ କମ୍‍(ଆଂଶିକ) ପରାଗ ଦେଖାଦେବାକୁ ଥିବାବେଳେ ଓଡ଼ିଶାରେ ଏହା ଆଦୌ ଦୃଶ୍ୟମାନ ହେବ ନାହିଁ। ୧୦ ତାରିଖରେ ଏହି ବଳୟ ସୂର୍ଯ୍ୟ ପରାଗ ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷିଆର କେତେକ ସ୍ଥାନରେ ଦେଖାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟ ପରାଗ ଆସନ୍ତା ୨୦୨୨ ମସିହା ଅକ୍ଟୋବର ମାସ ୨୫ ତାରିଖରେ ଦୃଶ୍ୟମାନ ହେବ।

ସୁଖଦୁଃଖ ନିଜ ହାତରେ
ଏକଦା ଜଣେ ବ୍ୟକ୍ତି ନିରାଶ ହୋଇ ଆତ୍ମହତ୍ୟା କରିବା ପାଇଁ ପାହାଡ଼ ଉପରେ ଯାଇ ବସିଥାନ୍ତି। ସେହି ବାଟ ଦେଇ ଜଣେ ବୌଦ୍ଧଭିକ୍ଷୁ ଯାଉଥିଲେ। ବ୍ୟକ୍ତିଙ୍କୁ ଦେଖୀ ବୌଦ୍ଧଭିକ୍ଷୁ ପଚାରିଲେ – ନିଜ ସହ ଏତେ ବୋଝ ନେଇ କାହିଁକି ଏଠାକୁ ଆସିଛ? ବ୍ୟକ୍ତିଜଣକ ହଠାତ୍ ଚମକି ପଡ଼ିଲେ ଏବଂ କହିଲେ କେଉଁ ବୋଝ କଥା ଆପଣ କହୁଛନ୍ତି? ମୁଁ ତ କିଛି ଜିନିଷ ମୋ ସହ ଆଣିନି। କେବଳ ଏକଲା ଆସିଛି। ଏହା ଶୁଣି ବୌଦ୍ଧଭିକ୍ଷୁ କହିଲେ – ତୁମେ ତୁମ ସହ ନିରାଶା, ହତାଶା ଓ ଉଦାସୀନତା ନେଇ ଆସିଛି। ଏହା ମନ ଉପରେ ବୋଝ ନୁହେଁ ତ ଆଉ କ’ଣ? ଜୀବନରୁ ନିରାଶ ହୋଇ ଏଠାକୁ ଆମÒହତ୍ୟା କରିବା ପାଇଁ ଆସିଛ? ଏକଥା ଶୁଣି ବ୍ୟକ୍ତିଜଣକ ସନ୍ନ୍ୟାସୀଙ୍କ ପାଦତଳେ ଲୋଟି ପଡ଼ିଲେ ଏବଂ କହିଲେ – ଆପଣ ମୋତେ ସମ୍ପୂର୍ଣ୍ଣ ପଢ଼ିପାରିଛନ୍ତି। ହଁ ସତରେ ,ମୁଁ ଜୀବନ ପ୍ରତି ଖୁବ୍ ନିରାଶ। ତେଣୁ ମୁଁ ଆତ୍ମହତ୍ୟା କରିବା ପାଇଁ ଚାହୁଁଛି।

ସନ୍ନ୍ୟାସୀ କହିଲେ – ଏ ଅମୂଲ୍ୟ ଜୀବନ ପ୍ରତି ନିରାଶ ଭାବନା କାହିଁକି?

ବ୍ୟକ୍ତି କହିଲେ – ମୁଁ ମୋ ପରିବାରର ଭରଣପୋଷଣ କରିବା ପାଇଁ କିଛି ଧାରକରଜ କରି ବ୍ୟବସାୟ ଆରମ୍ଭ କଲି। ବ୍ୟବସାୟ ଅଧିକ ଭଲ ନହେଲେ ମଧ୍ୟ ଠିକଠାକ ଚାଲିଥିଲା। ସେହି ପର୍ଯ୍ୟନ୍ତ ମୋ ପରିବାର ମୋ ସପକ୍ଷରେ ଥିଲେ। କିନ୍ତୁ ଯେଉଁ ସମୟରୁ ବ୍ୟବସାୟରେ କ୍ଷତି ହେଲା ଏବଂଶେଷରେ ବ୍ୟବସାୟ ବୁଡ଼ିଗଲା, ମୋ ପରିବାର ମୋତେ ଅପାରଗ କହି ମୋଠାରୁ ଦୂରେଇ ଗଲେ। ସତରେ ମୁଁ ଅପାରଗ। କିଛି କରିପାରିଲି ନାହିଁ। ମୋର ଭାଗ୍ୟ ମୋ ସାଥିରେ ନଥିଲା। ମୁଁ ଯେକୌଣସି କାମ କଲେ ମଧ୍ୟ ତାହା ବିଗିଡ଼ି ଯାଉଛି। ତେଣୁ ମୁଁ ଯାହାଙ୍କ ପାଇଁ ରୋଜଗାର କରୁଥିଲି, ସେମାନେ ମୋତେ ପରିତ୍ୟାଗ କଲେ। ତେଣୁ ଏପରି ନିରର୍ଥକ ଜୀବନର ଲାଭ କ’ଣ ? କିନ୍ତୁ ମୋର ସାଙ୍ଗର ବ୍ୟବସାୟ ଦିନକୁ ବଢ଼ିବାରେ ଲାଗିଛି। ସେ ପ୍ରତିଦିନ ଘରକୁ ଆସି ତା’ର ସଫଳତାର କାହାଣୀ କହୁଛି। ଏହାକୁ ଶୁଣିବା ପରେ ମୋ ପରିବାର ଲୋକ ମୋତେ ଆହୁରି ଭର୍ସନା କରୁଛନ୍ତି। ତେଣୁ ମୁଁ ଜୀବନ ପ୍ରତି ନିରାଶ ହୋଇଯାଇଛି। ମୋର ଅନେକ ସମସ୍ୟା ରହିଛି।’

ବ୍ୟକ୍ତିଙ୍କ ଏଭଳି ଉତ୍ତର ଶୁଣିବା ପରେ ବୌଦ୍ଧଭିକ୍ଷୁ କହିଲେ – ସମସ୍ୟା କେଉଁଠି ଅଛି? ଉତ୍ତରରେ ବ୍ୟକ୍ତି କହିଲେ – ମୋ ଘରେ ସମସ୍ୟା ରହିଛି। ବୌଦ୍ଧଭିକ୍ଷୁ କହିଲେ – ଏକଥା ଆଦୌ ସତ ନୁହେଁ। କାରଣ ଯଦି ତୁମ ଘରେ ସମସ୍ୟା ଥା’ନ୍ତା, ତେବେ ଘରଛାଡ଼ି ଏଠାକୁ ଆସିବା ପରେ ତୁମେ ଖୁସି ଦେଖାଯାଇଥା’ନ୍ତ। କିନ୍ତୁ ଏଭଳି ନାହିଁ। କାରଣ ସୁଖ ଓ ଦୁଃଖ କୌଣସି ସ୍ଥାନରେ ନଥାଏ। ଏହା ମନର ଏକ ଭାବନା। ତୁମେ ଯେଉଁ ସାଙ୍ଗ କଥା କହୁଛ, ସେ ତୁମକୁ ନୀଚା ଦେଖାଇବା ପାଇଁ ଆସୁନାହାନ୍ତି, ବରଂ ତୁମେ ତାଙ୍କଠାରୁ ଅନେକ କିଛି ଅଭିଜ୍ଞତା ନେଇପାରିବ। ତୁମ ସାଙ୍ଗ ଯେଉଁଭଳି କାମ କରି ସଫଳତା ପାଇଛନ୍ତି, ତାହାକୁ ତୁମେ ଅନୁସରଣ କରିପାରିବ। ତୁମ ସାଙ୍ଗର କଥାକୁ ନିଜ ପାଇଁ ଦୁଃଖ ନଭାବି ପ୍ରେରଣା ଭାବିବା ଦ୍ବାରା ତୁମେ ଖୁସିର ରହିବ। ତେଣୁ ନିଜ ସୁଖଦୁଃଖ ନିଜ ହାତରେ ହିଁ ଅଛି। ପରିସ୍ଥିତି ଅନୁଯାୟୀ ମନର ଭାବନା ସୁଖ କିମ୍ବା ଦୁଃଖରେ ପରିଣତ ହୋଇଥାଏ। ବୌଦ୍ଧଭିକ୍ଷୁଙ୍କ ଠାରୁ ଏଭଳି ମହତ ଉପଦେଶ ଶୁଣିବା ପରେ ବ୍ୟକ୍ତିଜଣକ ନିଜ ଘରକୁ ଫେରିଗଲେ ଏବଂ ପୁଣିଥରେ ବ୍ୟବସାୟ ଆରମ୍ଭ କଲେ। ବାସ୍ତବରେ ବ୍ୟବସାୟ ବୃଦ୍ଧି ହେଲା ଏବଂ ସେ ନିଜ ପରିବାର ସହିତ ଖୁସିରେ ରହିଲେ।