ଦେବଗଡ଼ - The Sakala

ଜାଳ କାଠ ପାଇଁ ସାନ ଯାଆ ନେଇଗଲା ବଡ଼ ଯାଆର ଜୀବନ
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅଭାବନୀୟ ଘଟଣା। ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆର ନାଁ ଜ୍ୟୋତ୍ସ୍ନା ଭୋଜ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୁଲିସ । ହତ୍ୟା କାଣ୍ଡ ପରେ ସାହିରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା
ଦେବଗଡ଼: ମହିଳାଙ୍କୁ ଦଳି ଦେଲା ଦନ୍ତା। ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ତିଳେଇପଶି ଗ୍ରାମରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦନ୍ତା ଦଳି ଦେଇଛି। ମୃତ ମହିଳା ତିଳେଇପଶି ମାହାର ସାହିର ଜିତୁ ମାହାରଙ୍କ ସ୍ତ୍ରୀ ପୂଜା ମାହାର। ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ଵାମୀ ଜିତୁ ଓ ତିନି ସନ୍ତାନ। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

ଦନ୍ତାହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଆଜି ସକାଳୁ ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମୃତ ଦନ୍ତାହାତୀର ପାଟିରେ କ୍ଷତ ସ୍ଥାନ ଥିବା ବେଳେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ତଦନ୍ତ ଚାଲିଛି।

ରାଜନୈତିକ ଆକ୍ରୋଶ: ନିର୍ବାଚିତ ପୌରାଧ୍ୟକ୍ଷାଙ୍କୁ ବିଦାକଲେ ସରକାର
ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ଗତ ପୌର ନିର୍ବାଚନରେ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ଶାନ୍ତି ମଞ୍ଜରୀଙ୍କ ବିରୋଧରେ ପୌର ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ନେତା ପ୍ରଜିତ କୁମାରଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଉପେର ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ପୌର ପରିଷଦ ଅଧ୍ୟକ୍ଷା ନିର୍ବାଚନରେ ଶାନ୍ତି ମଞ୍ଜରୀ ବିପୁଳ େଭାଟ ବ୍ୟବଧାନରେ ନିର୍ବାଚିତ ହୋଇଥିେଲ ହେଁ ୧୧ ୱାର୍ଡ ବିଶିଷ୍ଟ ପୌର ପରିଷଦରେ ବିଜେପି ୬, ବିଜେଡି ୪ ଏବଂ ଗୋଟିଏ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ପୌର ପରିଷଦ ଗଠନ ଦିନଠାରୁ ବିଜେଡିର ପୌରାଧ୍ୟକ୍ଷା ଓ ବିଜେପିର ଉପାଧ୍ୟକ୍ଷଙ୍କ ମଧ୍ୟରେ କୌଣସି ନା କୌଣସି କାରଣକୁ ନେଇ ମତାନ୍ତର ଲାଗି ରହିଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ଦିନଠାରୁ ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଗାଦିଚ୍ୟୁତ କରିବାକୁ ପ୍ରତିପକ୍ଷ ଯୋଜନା କରୁଥିଲେ। ଇତିମଧ୍ୟରେ ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରାଜ୍ୟ ଗୃହ ଓ ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ବର ୧୧ ତାରିଖରେ ନୋଟିସ ଜାରି କରାଯାଇ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରି ଜିଲ୍ଲାପାଳଙ୍କୁ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ଦେଇଥିଲେl ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଗତକାଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।

ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି ଶାନ୍ତି ମଞ୍ଜରୀ। ସେ କହିଛନ୍ତି, ଏହି ମାମଲା କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିନ୍ଦନୀୟ। ସେ କୋର୍ଟଙ୍କ ଦ୍ବାରସ୍ଥ ହେବେ।

କଲରାପତରିଆ ବାଘଛାଲ ଡିଲ ବେଳେ ବନବିଭାଗର ଚଢ଼ଉ, ୭ ଅଭିଯୁକ୍ତ ଗିରଫ
ଦେବଗଡ: ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସମେତ ଦୁଇଟି ବାଇକ ଏବଂ ୫ ଟି ମୋବାଇଲ ଜବତ ହୋଇଛି। ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନ ଜୋଧପୁର ଜିଲାର ଅଶୋକ ବିଶ୍ନୋଇ, ଅଜୟପାଲ ବିଶ୍ନୋଇ, ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ସାନବାଗଦର୍ହି ଗାଁର ବିରବର ନାହାକ, ଦେବଗଡ ଜିଲ୍ଲା ବାରକୋଟ ଥାନା ରଜାମୁଣ୍ଡା ଗାଁର ମାନସିଂ ବରି, ଝରବାହାଳ ଗାଁର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା, ଠିଆନାଳ ଗାଁର କର୍ମୁ ନାଏକ ରହିଥିବା ଜଣାପଡିଛି।

ତେବେ କଲରାପତ୍ରିଆ ବାଘକୁ କେଉଁ ଜଙ୍ଗଲରେ ହତ୍ୟା କରାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ଅଧିକ ଖୋଳତାଡ ଜାରି ରହିଛି। କଲରାପତ୍ରିଆ ବାଘ ଶିକାରୀ ଏବଂ ଛାଲ ବିକ୍ରି ଘଟଣାରେ ଆହୁରି ୧୦ ଜଣରୁ ଅଧିକ ଅଭିଯୁକ୍ତ ସାମିଲ ଥିବା ଅନୁମାନ କରାଯାଉଛି । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ବେଳେ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଧରା ପଡିବେ ବୋଲି ବନବିଭାଗ ଠାରୁ ଜଣାପଡିଛି । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବା ପାଇଁ ବନବିଭାଗ ମନା କରିଛି । ପ୍ରାୟ ୬ ମାସ ପୂର୍ବରୁ କଲରାପତ୍ରିଆ ବାଘକୁ ହତ୍ୟା କରି ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ
ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢାଗ୍ରାମରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। ମୃତ ନବବଧୂ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗ୍ରାମର ରୋଜାଲିନ ସାହୁ। ଗତ ମଇ ମାସରେ ଜରଡ଼ା ଗ୍ରାମର କ୍ଷୀରୋଦ ସାହୁଙ୍କ ୧୯ ବର୍ଷୀୟା କନ୍ୟା ରୋଜାଲିନ ସହ ସେଣ୍ଢା ଗ୍ରାମର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା।

ବିବାହ ପରଠାରୁ ସ୍ଵାମୀ ଘରଲୋକେ ଯୌତୁକ ଦାବିରେ ଶାରୀରିକ ନିର୍ଯାତନା ଦେବାରୁ କିଛି ଦିନପାଇଁ ବାପ ଘରକୁ ଚାଲିଯାଇଥିଲା ମୃତ ରୋଜାଲିନ। ପରେ ବାପ ଘରଲୋକେ ବୂଝାସୁଝା କରି ସ୍ଵାମୀ ପାଖରେ ଛାଡି ଚାଲିଯାଇଥିବାବେଳେ ଆଜି ରୋଜାଲିନଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ମୃତ ରୋଜାଲିନଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇ ଗୋଳା ଥାନା ପୁଲିସ ଯୌତୁକ ଓ ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିବା ଜଣା ପଡିଛି।

ହାତୀ ପାଇଁ ଉତ୍ତେଜନା, ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ
ଦେବଗଡ଼: କୁଣ୍ଢେଇଗଳା ବନାଞ୍ଚଳ ନୂଆଡ଼ିହ ସେକ୍ସନ ଅନ୍ତର୍ଗତ ଭେଜିକୁଦର ଗ୍ରାମରେ ଗତ କିଛିଦିନଧରି ୧୦ ଟିକିଆ ହାତୀପଲଙ୍କ ଉପଦ୍ରଵ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିବା ବେଳେ ବିଭାଗୀୟ ଫରେଷ୍ଟର ଦାଇତ୍ୱରେ ରହୁ ନଥିବାରୁ ହାତୀ ପାଇଁ ଗ୍ରାମରେ ଉତ୍ତେଜନା ଦେଖା ଯାଇଛି । ହାତୀ ଘଉଡ଼ାଇବାରେ ବିଭାଗୀୟ କର୍ମଚାରୀ ଅବହେଳା କରୁଥିବାରୁ ଗତକାଲି ଫରେଷ୍ଟର ଛବିଳ ବେହେରା ଗ୍ରାମକୁ ଯାଇଥିବା ସମୟରେ ଉତ୍ୟକ୍ତ ଗ୍ରାମ ବାସୀ ମାନେ କୁଆଡେ ଆସିଛ କହି ପ୍ରଶ୍ନ ପଚାରିବା ସହ ଯୁକ୍ତି ତର୍କ କରିଥିଲେ। ଏଥିସହ ଉତ୍ୟକ୍ତ ଗ୍ରାମବାସୀ ମାନେ ଫରେଷ୍ଟର ଶ୍ରୀ ବେହେରାଙ୍କୁ ଏକ ଗଛରେ ବାନ୍ଧି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନଆସିବା ଯାଏଁ ଅଟକ ରଖିଥିଲେ। ସୂଚନା ପାଇ ବିଭାଗୀୟ ଏସିଏଫ ଓ ରେଞ୍ଜର ନିରଞ୍ଜନ ଧରୁଆ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ବୂଝାସୁଝା କରି ଫରେଷ୍ଟର ଶ୍ରୀ ବେହେରାଙ୍କୁ ମୁକୁଳାଇଥିଲେ। ତେବେ ଗତ କାଲି ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିବା ଭିଡିଓ ଭାଇରଲ ଆଜି ସକାଳୁ ଭାଇରାଲ ପରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି ।

ଜବତ ଗଂଜେଇକୁ ବେପାର କରୁଛି ଏସ୍‌ଟିଏଫ୍‌; ଅଡିଓ ଭାଇରାଲ୍‌
ଦେବଗଡ଼: ବ୍ରାଉନସୁଗାର, ଗଂଜେଇ ଭଳି ବେଆଇନ ନିଶା କାରବାରକୁ ରାଜ୍ୟରୁ ମୂଳପୋଛ କରିବା ଦିଗରେ କାମ କରୁଥିବା ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବିରୋଧରେ ସଂଗିନ୍‌ ଅଭିଯୋଗ ଆସିଛି। ଖୋଦ୍‌ ଏସ୍‌ଟିଏଫ୍‌ର ଅଧିକାରୀମାନେ ମାଫିଆଙ୍କ ସହ ମିଶି ଗଂଜେଇ ବେପାର କରୁଛନ୍ତି। ଜଣେ ଗଂଜେଇ ବେପାରୀ ଓ ଏସ୍‌ଟିଏଫ୍‌ ଅଧିକାରୀଙ୍କ ଫୋନ୍‌ ବାର୍ତ୍ତାଳାପରୁ ଏଭଳି ଏକ ସଂଗିନ୍‌ ଅଭିଯୋଗ ମୁଣ୍ଡ ଟେକିଛି।

ସୂଚନାନୁଯାୟୀ, ଜଣେ ଖବରୀର ସୂଚନା ଆଧାରରେ ଗତ ୬ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ବଞ୍ଜାରି ଗ୍ରାମର ଆଶିଷ ବାରିକଙ୍କ ଏକ ଗୋଦାମରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଥିଲା। ଜବତ ଗଂଜେଇର ପରିମାଣ ଏସ୍‌ଟିଏଫ୍‌ ୧ ଟନ୍‌ ଦର୍ଶାଇଥିଲା। ଏହି ଘଟଣାରେ ଏସ୍‌ଟିଏଫ୍‌ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ବିଶ୍ୱନାଥପୁର ଗ୍ରାମର ଆଶିଷ ବାରିକ, ବରଗଡ଼ ଜିଲ୍ଲା ଟାଉନ୍‌ ଥାନା କେଶବନଗର ଅଞ୍ଚଳର ସୁବାସ ସିକଦାର, ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ରତନ କିଶୋର ସାହୁ ଓ ଛେଣ୍ଡିପଦା ଥାନା ତେଲିବଣୀ ଗ୍ରାମର ସମିତ ନାୟକଙ୍କୁ ଗିରଫ କରିଥିଲା। ତେବେ ଏହି ଚଢ଼ଉକୁ ନେଇ ଏବେ ଭାଇରାଲ ହେଉଥିବା ଏକ ଅଡିଓରେ ଅତି ସାଂଘାତିକ ଘଟଣା ଶୁଣିବାକୁ ମିଳିଛି। ଭାଇରାଲ ଅଡିଓରେ କୁହାଯାଉଛି ଯେ ଗଂଜେଇର ପରିମାଣ ୧ଟନ୍‌ରୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ପାଖାପାଖି ୭ କ୍ବିଣ୍ଟାଲ ଗଂଜେଇ ଏସ୍‌ଟିଏଫ୍‌ର ଅଧିକାରୀମାନେ ହେରଫେର୍‌ କରିଦେଇଛନ୍ତି। ସେମାନେ ଉକ୍ତ ଗଂଜେଇକୁ ପୁଲିସ୍‌ ଗାଡ଼ିରେ ନେଇ ମାଫିଆଙ୍କୁ ଦେଇଛନ୍ତି। ଏପରିକି, ଏସ୍‌ଟିଏଫ୍‌କୁ ଖବର ଦେଇଥିବା ଅନୁଗୁଳ ବନ୍ତଳାର ଖବରୀ ବି ଜଣେ କୁଖ୍ୟାତ ଗଂଜେଇ ମାଫିଆ ବୋଲି ଭାଇରାଲ ଅଡିଓରେ ଶୁଣିବାକୁ ମିଳିଛି। ଏଥିରେ ଦିଲ୍ଲୀ ଅଞ୍ଚଳର ଅମିତ ନାମକ ଜଣେ ଯୁବକ ସମେତ ଅନୁଗୁଳର ଅନ୍ୟ ଦୁଇଜଣ ଯୁବକଙ୍କ ସଂପୃକ୍ତି ରହିଛି ବୋଲି ଜଣାଯାଇଛି। ଗଂଜେଇ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହେବାରୁ ଏହି ଅଡିଓକୁ ଜାଣିଶୁଣି ଭାଇରାଲ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ॥େଯ, ଉକ୍ତ ଦିନ ଏସଟିଏଫ୍‌ ଡିଏସ୍‌‌ପି ସଚ୍ଚିଦାନନ୍ଦ ରଥଙ୍କ ନେତୃତ୍ୱରେ ଭୁବନେଶ୍ୱର ଏସଟିଏଫ୍‌ର ଡିଏସ୍‌ପି ଦେବାଶିଷ ଜେନା, ଇନ୍ସପେକ୍ଟର ସରିତା ବେଉରିଆ, ଇନ୍ସପେକ୍ଟର ଜିତୁ ମୋହନ ବେଶ୍ରା, ଇନ୍ସପେକ୍ଟର ଅରୁଣ ନାୟକ ଏଏସ୍‌ଆଇ ଅଜୟ ଦାଶ, ଡ୍ରାଇଭର ଅପର୍ତ୍ତି ସ୍ୱାଇଁ ଓ ଅମିୟ ପ୍ରସାଦ ରାଉତରାୟ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭାଗୀୟ ଗୁପ୍ତଚର ସହ ବଞ୍ଜାରି ଗାଁରେ ପହଞ୍ଚି ଚଢ଼ଉ କରିଥିଲେ।

ସ୍ପଷ୍ଟ ଦିବାଲୋକରେ ଜିଲ୍ଲାରେ ଚାଲିଛି ଲଘୁ ଖଣିଜର ହରିଲୁଟ
ଦେବଗଡ଼: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ। ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲା ଖଣି ଅଧିକାରୀ  ଅଫିସ ନ ଆସି ବାଲି ଓ ପଥର ମାଫିଆଙ୍କ ସହ କୋଳାକୋଳି ହୋଇ ପିସି କାରବାରରେ ବ୍ୟସ୍ତ ଥିବା କାରଣରୁ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି। ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଲୁଟ ଚାଲିଛି। ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଖଣି ବିଭାଗ। ବିନା ଲିଜ୍ ପରିମିଟରେ ବଡ ବଡ଼ ପାହାଡ଼ରେ ବେଆଇନ ପଥର କୁଆଁରି ଖନନ କରି ପଥର ଲୁଟ ଚାଲିଛି। ହେଲେ ସବୁଜାଣି  ଜିଲ୍ଲା ଖଣି ଅଧିକାରୀ ଚୁପ୍ ବସିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ହେଲା, ଖଣି ଅଧିକାରୀଙ୍କ ବିନା ଜାଣତରେ ଏତେ ବଡ ଲୁଟ୍ ସମ୍ଭବ ନୁହେଁ, ଜିଲ୍ଲାର ରିଆମାଳ ତହସିଲ ଅଧିନସ୍ତ ଛତ୍ରିପିଟା ଓ ଧୀରମୁଣ୍ଡା ଦୁଇଟି ଦେବଗଡ଼ ଅନୁଗୁଳ ସୀମାନ୍ତ ବର୍ତ୍ତି ଗ୍ରାମରେ ଏକାଧିକ ପଥର କୁଆଁରୀ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ଅନୁଗୁଳ ଜିଲ୍ଲାର କେତେକ ମାଫିଆ ନକଲି କାଗଜ ପତ୍ର ସହାୟତାରେ ରିଆମାଳ ତହସିଲ ଅଞ୍ଚଳରୁ ବେଆଇନ ପଥର ଚୋରି କରି ମାଲାମାଲ ହେଉଥିବା ବେଳେ ଜିଲ୍ଲାରୁ କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଚଳିତ ଆର୍ଥିକ ବର୍ଷରେ ୯ଟି ବାଲିଘାଟ ମଧ୍ୟରୁ ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ ୫ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷରେ ଏଯାଏଁ ଜମା ହୋଇପାରି ନଥିବାବେଳେ ଛତ୍ରିପିଟା ଓ ଧୀରମୁଣ୍ଡା ଅଞ୍ଚଳରୁ ପାହାଡ଼ କଟା ଦୃଶ୍ୟ ଯେକୌଣସି ପରିବେଶ ପ୍ରେମୀକୁ ବ୍ୟଥିତ କରିବ। ଉପରୋକ୍ତ ଗ୍ରାମରେ ପଥର ଉତ୍ତୋଳନ ପାଇଁ ଶହଶହ ଫୁଟ ଡ୍ରିଲ କରାଯାଇ ବ୍ଲାଷ୍ଟିଙ୍ଗ କରଯାଉଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଘର ଦ୍ୱାର ଦୋହଲି ଫାଟି ଯାଉଥିବା ବେଳେ ଜଙ୍ଗଲ ମଧ୍ୟ ନଷ୍ଟ ହେବାକୁ ବସିଲାଣି।

ବନ୍ଧୁ ସାଜିଲା ହତ୍ୟାକାରୀ,ହତ୍ୟାକାଣ୍ଡ ପରେ ସଡ଼କ ଦୁର୍ଘଟଣାର ରୂପ ଦେବାକୁ କରିଥିଲା ପ୍ରୟାସ
ଦେବଗଡ଼ : ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମରେ ଠିକା କାମର ଲାଭ ଅର୍ଥ ଭାଗ ଓ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଧେହରେ ଜଣେ ବନ୍ଧୁ ଷଡଯନ୍ତ୍ର ପୂର୍ବକ ଅନ୍ୟ ଜଣେ ବନ୍ଧୁଙ୍କୁ ନିର୍ମମ ହତ୍ୟା କରିବା ପରେ ହତ୍ୟାକାଣ୍ଡକୁ ସଡ଼କ ଦୁର୍ଘଟଣାର ରୂପ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ପୁଲିସର ଫାସରେ ପଡ଼ିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାଇ ଗତ ଅକ୍ଟୋବର ୧୧ ତାରିଖ ରାତି ପ୍ରାୟ ୧୧ ଟା ସମୟରେ ତେଲିମୁଣ୍ଡା ଗ୍ରାମର ସୁଶୀଲ କିଷାନ ପୂର୍ବ ଯୋଜନା ଅନୁଯାଇ ଏକ କାର ରେ ସେହି ଗ୍ରାମର ନିଜ ବନ୍ଧୁ ଅମର ପ୍ରଧାନ,ସମ୍ପର୍କୀୟ ଶଳା ଶ୍ୟାମସୁନ୍ଦର କିଷାନ ଓ ଗାଡି ଚାଳକ ଧବଳ ସହ ମିଶି ତେଲିମୁଣ୍ଡା ଛକ ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂରରେ ତେଲିମୁଣ୍ଡା – ରେଢ଼ାଖୋଲ ରାସ୍ତା କଡ଼ରେ କଥା ହେବା ଆଳରେ ବସି ମଦ୍ୟପାନ କରିଥିଲେ ॥ ତେବେ ଗାଡି ଚାଳକ ଧବଳ ଗାଡି ମଧ୍ୟରେ ବସି ଅନ୍ୟ କାହା ସହ ଫୋନରେ କଥା ବାର୍ତ୍ତା ହେଉଥିବା ବେଳେ ସୁଶୀଲଙ୍କ ସମ୍ପର୍କୀୟ ଶ୍ୟାମସୁନ୍ଦର ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ନିଶା ଗ୍ରସ୍ତ ଥିବା ଅମରର ମୁଣ୍ଡକୁ ବନ୍ଧୁ ସୁଶୀଲ ଗାଡିର ଲୁହା ଜ୍ୟାକ ରଡ଼ ସାହାଯ୍ୟରେ ମାଡ଼ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅମର ରାସ୍ତା ଉପରେ ପଡିଯିବାରୁ ସୁଶୀଲ ନିଜ ସାଥିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ଡାକିବା ସହ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିବା କହି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲା।

ଅମରକୁ ଡାକ୍ତରଖାନା ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ଅମରକୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ଅମରର ଭାଇ ଜୟନ୍ତ ପ୍ରଧାନ ରିଆମାଳ ଥାନରେ ସଡ଼କ ଦୁର୍ଘଟଣାରେ ଅମରର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରି ତଦନ୍ତ ପାଇଁ ଗୁହାରି କରିଥିଲେ । ତେବେ ମୃତଦେହ ବ୍ୟବଛେଦ ପରେ ଡାକ୍ତରୀ ରିପୋର୍ଟ ଓ ତଦନ୍ତ ବେଳେ ଦୁର୍ଘଟଣା ସମୟରେ ସେହି ରାସ୍ତା ଦେଇ କୌଣସି ଗାଡି ଯାଇନଥିବା ସିସିଟିଭି ଫୁଟେଜରୁ ପୁଲିସ ଜାଣିବା ପରେ ଅମର ସହିତ ସେଦିନ ରାତିରେ ଥିବା ସୁଶୀଲ ଓ ଅନ୍ୟ ବନ୍ଧୁ ମାନଙ୍କୁ ରିଆମାଳ ଥାନା ପୁଲିସ ଅଧିକ ପଚରା ଉଚୁରା କରିବାରୁ ଶେଷରେ ସୁଶୀଲ କିଷାନ ହତ୍ୟାକାଣ୍ଡ ଘଟାଇ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିବା ସ୍ୱୀକାର କରିବା ସହ ଦୀର୍ଘ ଦିନ ପୂର୍ବରୁ ଠିକା କାମ ପାଇଁ ସୁଶୀଲ ଠାରୁ ଅମର କିଛି ଟଙ୍କା ନେଇଥିଲେ ମଧ୍ୟ ଫେରାଉ ନଥିବା ଏବଂ ସୁଶୀଲର ଅନୁପସ୍ଥିତିରେ ଅମର ସୁଶୀଲଙ୍କ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ଏପରି କରିଥିବା କହିଥିଲା।

ପୂର୍ବ ଯୋଜନା ଅନୁଯାଇ ଅମରକୁ ମଦ ପିଆଇ ନିଶାସକ୍ତ କରିବା ପରେ ଲୁହା ଜ୍ୟାକ ରଡ଼ ସାହାଯ୍ୟରେ ମୁଣ୍ଡକୁ ପିଟି ମାରିଥିବା ସ୍ୱୀକାର କରିଥିଲା । ସେହିପରି ହତ୍ୟାକାଣ୍ଡ ପରେ ନିକଟସ୍ଥ ପୋଖରୀ ମଧ୍ୟରେ ଲୁହା ରଡ଼କୁ ଲୁଚାଇ ଥିବାବେଳେ ପୁଲିସ ସମ୍ମୁଖରେ ଘଟଣାର ସିନ ରି କ୍ରିଏସନ ବେଳେ ପୋଖରୀ ମଧ୍ୟରୁ ଲୁହା ରଡ଼ ବାହାର କରିଥିବା ବେଳେ ହତ୍ୟାକାଣ୍ଡ ସମୟରେ ବ୍ୟବହୃତ କାରକୁ ମଧ୍ୟ ପୁଲିସ ଜବତ କରିଛି । ଶେଷରେ ଅମର ହତ୍ୟାକାଣ୍ଡ ଘଟଣାର ଅଡୁଆ ସୂତାରୁ ଖିଅ ଖୋଜିବାରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଫଳ ହୋଇଥିବା ବେଳେ ଆଜି ରିଆମାଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅନିଲ କୁମାର ମିଶ୍ର ଘଟଣାର ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଆଜି ଅମର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ସୁଶୀଲ କିଷାନକୁ ପୁଲିସ ହତ୍ୟା ସମେତ ବିଭିନ୍ନ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

ଦେବଗଡ଼ରେ ଲଜ୍ଜ୍ୟା: ମାଆଙ୍କୁ ଦୁଷ୍କର୍ମ କଲା ପୁଅ, ଅଭିଯୁକ୍ତ ଥାନାରେ ଅଟକ
ଦେବଗଡ଼: ମାଆଙ୍କୁ ଦୁଷ୍କର୍ମ କଲା ପୁଅ। ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ। ଏନେଇ ପୀଡିତା ମାଆ ଆଜି ସନ୍ଧ୍ୟାରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାସହ ଅଭିଯୁକ୍ତ ସୈତାନ ପୁଅକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଆରମ୍ଭ କରିଥିବା ଜଣା ପଡିଛି।

ମିଳିଥିବା ସୂଚନା ଅନୁଯାଇ କୌଣସି ଏକ ମାମଲାରେ ବାପା ଜେଲରେ ଥିବାବେଳେ ୪ ବର୍ଷ ପୂର୍ବେ ବିବାହ କରିଥିବା ବିବାହିତ ପୁଅ ବିଷ୍ଣୁ ମୁଣ୍ଡା ନିଜ ସ୍ତ୍ରୀ ସହ ଝଗଡା କରିବାରୁ ସ୍ତ୍ରୀ ସ୍ୱାମୀକୁ ଛାଡି ନିଜ ବାପ ଘରେ ରହୁଛି। ଘରେ ଏକୁଟିଆ ମା ଥିବା ବେଳେ ବିଭିନ୍ନ ସମୟରେ ଅଭିଯୁକ୍ତ ବିଷ୍ଣୁ ମାଆ ସହ ଗଣ୍ଡଗୋଳ କରିବା ସହ ମାଡିପିଟ କରିଆସୁଥିଲା। ଗତ ରବିବାର ସନ୍ଧ୍ୟାରେ ମାଆ ଘରେ ଶୋଇଥିବା ବେଳେ ପୁଅ ବିଷ୍ଣୁ ଏକ ଛୁରୀ ମୁନରେ ଭୟଭୀତ କରି ମାଆକୁ ଦୁଷ୍କର୍ମ କରିଥିଲା। ଲୋକ ଲଜ୍ଜା ଯୋଗୁଁ ପୀଡିତ ନିଜ ଘର ଛାଡି ପଡୋଶୀ ଗାଁ ମରାରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯିବା ପରେ ଆଜି ସନ୍ଧ୍ୟାରେ ବାରକୋଟ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅ ବିଷ୍ଣୁକୁ ଅଟକ ରଖିଛି । ତେବେ ପୁଲିସର ପଚରା ଉଚୁରା ବେଳେ ଅଭିଯୁକ୍ତ ଦୁଷ୍କର୍ମ କାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ଜଣା ପଡିଛି।

ତାସ ଖେଳରୁ ମହାଭାରତ: ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଦୁଇ ଜଣ ଅଟକ ଜଣେ ଫେରାର
ଦେବଗଡ଼: କୁଣ୍ଢେଇଗୋଳା ଥାନା ବୁଢାପାଳ ବିଟ ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ଗତକାଲି ରାତ୍ରୀରେ ତାସ ଖେଳରୁ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି। ହତ୍ୟା କାଣ୍ଡରେ ସେହି ଗ୍ରାମର ଅଜୟ ମୁଖି ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ହତ୍ୟା କାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ଦୁଇଜଣ ଯୁବକକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ଥିବା ଜଣା ପଡିଛି। ଏ ନେଇ ଆଜି ପୂର୍ବାହ୍ନରେ ମୃତର ଭାଇ ବିଜୟ ମୁଖିର ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଜବତ କରି ନିକଟସ୍ଥ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇଥିବା ବେଳେ ଘଟଣା ସ୍ଥଳରୁ ଏକ ମୋବାଇଲ ଫୋନ ଓ ତାସ ପତି ଜବତ କରିଛି। ସେହିପରି ଫେରାର ଅଭିଯୁକ୍ତକୁ ଧରିବାକୁ ଦେବଗଡ଼ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଛି।

ସୂଚନା ଅନୁଯାଇ ଗତକାଲି ସଦ୍ଧ୍ୟାରେ ଗମ୍ଭାରୀପାଳ ଗ୍ରାମର ଅଜୟ ମୁଖି ନିଜ ଅନ୍ୟ ତିନିଜଣ ସାଙ୍ଗଙ୍କ ସହ ଗାଁ ମୁଣ୍ଡ ଇଟାଭାଟି ପଡିଆରେ ତାସ ଖେଳୁ ଥିବାବେଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ବରୁ ମୃତ ଅଜୟଙ୍କ ମୋବାଇଲ ଫୋନ ଚୋରି ହୋଇଥିବାରୁ ସେହି କାରଣକୁ କେନ୍ଦ୍ରକରି ଅଜୟ ଓ ଫେରାର ସାଙ୍ଗ ମୁକୁନ୍ଦ ନାଏକ ମଧ୍ୟରେ ବଚସା ହୋଇଥିବା ଏବଂ ଏହି କାରଣରୁ ମୁକୁନ୍ଦ ଅଜୟଙ୍କ ମୁଣ୍ଡରେ ଏକାଧିକ ବାର ଟାଙ୍ଗିଆ ଚୋଟ ମାରିବାରୁ ଘଟଣା ସ୍ଥଳରେ ଅଜୟର ମୃତ୍ୟୁ ଘଟିଥିବା ମୃତ ଅଜୟର ବଡ଼ ଭାଇ ବିଜୟ ଅଭିଯୋଗ କରିଛି। ଗତକାଲି ରାତିରେ ଅଜୟ ଘରକୁ ନ ଫେରିବାରୁ ଆଜି ସକାଳେ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରୁଥିବା ବେଳେ ସେହି ଗ୍ରାମରେ ଥିବା ଏକ ବେଆଇନ ଇଟା ଭାଟି ନିକଟରେ ଅଜୟଙ୍କ ମୃତ ଦେହ ପଡ଼ିଥିବା ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦେଖିବା ପରେ କୁଣ୍ଢେଇଗୋଳା ଥାନା ପୁଲିସକୁ ସୂଚନା ଦେଇଥିଲେ ।