ମାଲକାନଗିରି - The Sakala
ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ମାଲକାନଗିରି: ପ୍ରେମ ପାଇଁ ଟାୱାରରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ବିବାହ ପାଇଁ ମନାକଲା ପ୍ରେମିକା । ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରୁ ଆସିଛି ଏପରି ଖବର । ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ । ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା କରିଥିଲେ । ଏହା ପରେ ଯୁବକ ଜଣଙ୍କ ପ୍ରେମିକାଙ୍କ ଗାଁକୁ ଆସି ସେଠାରେ ଥିବା ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ହାଇ-ଭୋଲଟେଜ ଡ୍ରାମା ।  ଶେଷରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ  ଉଦ୍ଧାର କରିଥିଲା । ସୁରକ୍ଷିତ ଭାବେ ତାଙ୍କୁ ତଳକୁ ଅଣାଯାଇଥିଲା ।
ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ
ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।
ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ନେଇ ଚାରିଆଡ଼େ ଗୁଜବ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।
ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛି ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛି ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।
ପୁଲିସକୁ ବଡ଼ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪୧ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପୁରସ୍କାର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଠାରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଦେଇ ଏକକାଳୀନ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ପୁଲିସ ନିକଟରେ ଏହି ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାମରେ ମୋଟ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଆତ୍ମସମର୍ପଣ କରିଥିବା ୪୧ ଜଣଙ୍କ ମଧ୍ୟରେ ୨୪ ଜଣ କୁଖ୍ୟାତ ମାଓବାଦୀ ରହିଛନ୍ତି। ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ମୋଟ ୨୪ଟି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଯଥା ବନ୍ଧୁକ, ବିଜିଏଲ ଲଞ୍ଚର ଏବଂ ବିସ୍ଫୋରକ ସାମଗ୍ରୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ୭୩୩ଟି ଗୁଳି ମଧ୍ୟ ଜମା ଦିଆଯାଇଛି। ଏମାନେ ଅତୀତରେ ବହୁ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ନିକଟରେ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ସମୟରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ବଡ଼ ବଡ଼ ମାଓ ନେତାଙ୍କ ମୃତ୍ୟୁ ଏବଂ କୁମ୍ବିଂ ଅପରେସନ ଯୋଗୁଁ ସଙ୍ଗଠନ ନେତୃତ୍ୱହୀନ ହୋଇପଡ଼ିଛି। ଫଳରେ ତଳିଆ କର୍ମୀମାନେ ସଙ୍ଗଠନ ଉପରୁ ଆସ୍ଥା ହରାଇ ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଆଜି ଏତେ ସଂଖ୍ୟକ ମାଓବାଦୀ ହିଂସା ଛାଡି ଶାନ୍ତିର ବାଟ ବାଛିଛନ୍ତି। ସରକାରୀ ନୀତି ଅନୁଯାୟୀ, ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ତୁରନ୍ତ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ସେମାନଙ୍କୁ ଥଇଥାନ ନୀତି ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା, ଆଶ୍ୱସ୍ତ ହେଲେ ଜିଲ୍ଲାବାସୀ...
ମାଲକାନଗିରି: ମାଲକାନଗିରିରେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି। ଆଜି ଦିନ ୧୨ଟା ପରେ ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହେବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଇଣ୍ଟରନେଟ ସେବା ବନ୍ଦ ରହିବା କାରଣରୁ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଛି ଏବଂ ଲୋକଙ୍କ ମୁହଁରେ ହସ ଫୁଟିଛି।
ସୂଚନାଯୋଗ୍ୟ ଯେ, କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖଲଗୁଡା ଗ୍ରାମର ଲାକେ ପୋଡ଼ିଆମୀଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଉତ୍ୟକ୍ତ ଆଦିବାସୀ ସମ୍ପ୍ରଦାୟର ଲୋକେ ନିକଟସ୍ଥ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଏବଂ ସୋସିଆଲ ମିଡିଆ ଜରିଆରେ ଗୁଜବ ବ୍ୟାପିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା।
ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଇଣ୍ଟରନେଟ ବ୍ୟାନର ସମୟସୀମା ବୃଦ୍ଧି କରାଯାଇଥିଲା। ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ଷଷ୍ଠ ଥର ପାଇଁ ଏହି କଟକଣାକୁ ବଢ଼ାଇ ଡିସେମ୍ବର ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିବା ପରେ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି।
ମାଲକାନଗିରି ହିଂସାକାଣ୍ଡ ଘଟଣା, ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା
ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ଜିଲ୍ଲାରେ ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛନ୍ତି। ଯାହା ଦ୍ୱାରା ଡିସେମ୍ବର ୧୨ ତାରିଖ ରାତି ୧୨ଟା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।ଏହି କଟକଣା  ଦ୍ବାରା ହ୍ୱାଟସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଅଚଳ ରହିବ।  ଜିଲ୍ଲାର ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ଏହି କଟକଣାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖାଯାଇଛି।ଏହା ଦ୍ବାରା କ୍ରମାଗତ ଚତୁର୍ଥ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ସମୟସୀମା ବୃଦ୍ଧି। ଡିସେମ୍ବର ୮ ତାରିଖରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ଅବରୋଧ କରାଯାଇଥିଲା, ପରେ ଡିସେମ୍ବର ୯ ତାରିଖରେ ୧୮ ଘଣ୍ଟା ବୃଦ୍ଧି କରାଯାଇଥିଲା। ପୁଣିଥରେ, ଡିସେମ୍ବର ୧୦ ତାରିଖରେ ଏହାକୁ ଆଉ ୨୪ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିଲା। ଗୁରୁବାର  ଶେଷ ହେବାକୁ ଥିବା ଏହି କଟକଣାକୁ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି।
ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଦୁଇଟି ଗାଁ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିବା ପରେ ଏହି କଟକଣା ଲାଗୁ କରାଯାଇଥିଲା। ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରଣକୁ ରୋକିବା ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହାକୁ ବୃଦ୍ଧି କରାଯାଇଛି।
ମାଲକାନଗିରି ହିଂସାକାଣ୍ଡ ଘଟଣାକୁ ନେଇ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କଲା ବିଜେଡ଼ି
ଭୁବନେଶ୍ବର: ମାଲକାନଗିରି ଘଟଣାକୁ ନେଇ ବିଜେଡି ଆଜି ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ (Fact-Finding Team) ଗଠନ କରିଛି। ଯେଉଁଥିରେ ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିବାକୁ କୁହାଯାଇଛି। ସେଠାରେ ଏକ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଚାଞ୍ଚଲ୍ୟକର ଘଟଣା ପରେ  ୫୦ରୁ ଅଧିକ ଘରେ ନିଆଁ ଲଗାଇ ଦିଆଯାଇଥିଲା। ୧୬୦ରୁ ଅଧିକ ଘର ଭାଙ୍ଗି ଦିଆଯାଇଛି। ଯାହା ଶତାଧିକ ପରିବାରକୁ ଘର ଛାଡ଼ି ନିକଟସ୍ଥ ଗ୍ରାମରେ ଆଶ୍ରୟ ନେବାକୁ ବାଧ୍ୟ କରିଛି ବୋଲି ଜଣାପଡ଼ିଛି।
ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ମାନସ ମାଡକାମି (ସଂଯୋଜକ ଭାବରେ), ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ଈଶ୍ୱର ପାଣିଗ୍ରାହୀ, ଏବଂ ଚିତ୍ରକୋଣ୍ଡାର ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ସାମିଲ ଅଛନ୍ତି। ଏହି ଦଳକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ବାସ୍ତବ ପରିସ୍ଥିତିର ଆକଳନ କରିବା ପରେ ଦଳୀୟ ସଭାପତିଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାର ଦାୟିତ୍ୱ ଦିଆଯାଇଛି।
ବିଜୁ ଜନତା ଦଳ ଏହି ହିଂସାକାଣ୍ଡ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି। ପ୍ରଶାସନକୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ କହିଛି। ଏହା ସହ ପ୍ରଭାବିତ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅପରାଧୀମାନଙ୍କୁ ଦଣ୍ଡିତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି।
ଗୃହରେ ମାଲକାନଗିରି ଘଟଣାକୁ ନେଇ ରାଜା ସ୍ଵାଇଁଙ୍କ ଉଦବେଗ: 'ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡ଼ିଶାରେ ମାଲକାନଗିରି ଜଳୁଛି'
ଭୁବନେଶ୍ବର: ବିଧାସଭାର ଶୂନ୍ୟକାଳରେ ମାଲକାନଗିରି ଘଟଣାକୁ ନେଇ ରଣେନ୍ଦ୍ର ପ୍ରତାପ (ରାଜା ) ସ୍ଵାଇଁ ଉଦବେଗ ପ୍ରକାଶ କରିଛନ୍ତି। ମାଲକାନଗିରି ଜଳୁଛି। ଆଉ ଗୋଟେ କନ୍ଧମାଳ ହେବାକୁ ଯାଉଛି। ଘର ପୋଡ଼ି ହୋଇଛି।  ଜୀବନ ଯୌବନ ଚାଲି ଗଲାଣି। ଆମେ ବିଧାନସଭାରେ ବସିଛୁ, କିନ୍ତୁ ରାଜ୍ୟର ଗୋଟିଏ ଭାଗ ଜଳୁଛି। ଆଜିକା ଦିନରେ ସେଠିକା ସ୍ଥିତି କଣ ବୋଲି ଗୃହରେ ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଠି ଚୁପ୍ ବସିବେ।  ଅଢେଇ ଲକ୍ଷ ସେଠି ଆଦିବାସୀ। ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡିଶାରେ ମାଲକାନଗିରି ଜଳୁଛି। ଆମେ ଆଇନ୍ ପ୍ରଣୟନ କର୍ତ୍ତା ଏଠି ଚୁପ୍ ରହିବା। ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖନ୍ତୁ।  ନଚେତ୍ ଏକ ଟିମ୍ ସେଠାକୁ ପଠାଯାଉ ବୋଲି ଶୂନ୍ୟକାଳରେ ଦାବି କରିଛନ୍ତି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।
ଖବର ଅନୁଯାୟୀ, ମୁଣ୍ଡବିହୀନ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ କୋରୁକୁଣ୍ଡା ବ୍ଲକ୍‌ ମାରିବେଡ଼ା ପଞ୍ଚାୟତ ଅଧୀନ ରଖେଲଗୁଡ଼ା ଓ ଏମ୍‌ଭି-୨୬ ଗ୍ରାମରେ ଲାଗି ରହିଥିବା ସଂଘର୍ଷ ଥମିବାର ନାଁ ଧରୁନି।ଗତକାଲି ମଧ୍ୟ ରଖେଲଗୁଡ଼ାର କିଛି ଗ୍ରାମବାସୀ ଏମ୍‌ଭି-୨୬ ଗ୍ରାମର ବହୁ ଲୋକଙ୍କ ଘର ଜାଳି ଦେଇଥିଲେ। ଅପରପକ୍ଷେ, ଏହାର ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ବ ବଙ୍ଗଳା ଭାଷାଭାଷୀ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଥିଲେ। ମାଲକାନଗିରିସ୍ଥିତ ଏମ୍‌ଭି-୩ରୁ ସେମାନେ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବଙ୍ଗଳା ଭାଷାଭାଷୀଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଥିବା ବେଳେ  ଜିଲ୍ଲା ଏବଂ ପୁଲିସ୍‌ ପ୍ରଶାସନ କାହିଁକି ଚୁପ୍‌ ବସିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଘଟଣାକୁ ଗୁରୁତ୍ବର ସହ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଉତ୍ତେଜନା କ୍ରମଶଃ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛ। ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାସି ସଂଧ୍ୟାରେ ପୁଲିସ ଡିଜି ୱାଇ.ବି ଖୁରାନିଆ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ, ଏଡିଜି (ଅପରେସନ୍‌) ସଂଜୀବ ପଣ୍ଡା ପ୍ରମୁଖ ମାଲକାନଗିରିରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।
ସୂଚନାନୁଯାୟୀ, ରାଖେଲଗୁଡ଼ାର ବିଧବା ଲୋକେ ପଡ଼ିଆମି (୫୧) ଗତ ୧ ତାରିଖ ଦିନ ଜମିକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଦୁଇ ଦିନ ପରେ ମହିଳାଙ୍କ ମୁଣ୍ଡବିହୀନ ଶବ ପୋଟେରୁ ନଦୀର ଡୁଡୁମେଟଲା ଗ୍ରାମର ମଶାଣି ନିକଟସ୍ଥ ଏକ ଗଛ କଡ଼ରୁ ଉଦ୍ଧାର ହୋଇଥିଲା। ଲୋକେଙ୍କ ସହ ଏମ୍‌ଭି-୨୬ ଗ୍ରାମର ୩ଜଣଙ୍କ ଜମିବାଡ଼ି ବିବାଦ ଥିବାରୁ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ରାଖେଲଗୁଡ଼ା ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ଗତକାଲି ରାଖେଲଗୁଡ଼ା ଗ୍ରାମବାସୀ ଏମ୍‌ଭି-୨୬ ଗ୍ରାମରେ ପଶି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଆଜି ମଧ୍ୟ ସମାନ ଘଟଣା ଘଟିଛି। ଏମ୍‌ଭି-୨୬ ଗ୍ରାମରେ ପଶି ରାଖେଲଗୁଡ଼ା ଗ୍ରାମବାସୀ ବହୁ ଘରେ ନିଆଁ  ଲଗାଇ ଦେଇଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ପୁଲିସ ସେମାନଙ୍କୁ ବାରଣ କରିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏଥିରେ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ଏଚ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି।
‌ସେପଟେ, ମୃତ ମହିଳା ଲେ‌ାକେଙ୍କ କଟା ମୁଣ୍ଡ ଖୋଜିବା ପାଇଁ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଆଜି ପୋଟେରୁ ନଦୀରେ ଖାନତଲାସି କରିଛନ୍ତି। ଏଥିପାଇଁ ବାଲିମେଳା ଓ ଚିତ୍ରକୋଣ୍ଡାରେ ଡ୍ୟାମ୍‌ ଗେଟ୍‌ ବନ୍ଦ କରି ନଦୀର ଜଳସ୍ତରକୁ କମ୍‌ କରାଯାଇଥିଲା।
ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ
ଭୁବନେଶ୍ବର: ମାଲକାନାଗିରିରେ ତେଜୁଛି ଉତ୍ତେଜନା। ବନ୍ଦ କରାଗଲା ଇଣ୍ଟରନେଟ୍ ସେବା। ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏମଭି-୨୬ ଓ ରାଖେଲଗୁଡା ଗାଁରେ ଗଣ୍ଡୋଗଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।
ମାଲକାନଗିରିରେ ଲଜ୍ଜା: ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର...
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV -79 ଥାନା ଆଞ୍ଚଳରେ ଲଜ୍ଜା ଜନକ ଘଟଣା l ବନ୍ଦ ଘରେ ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରକୁ ଡାକି ପଡ଼ୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ MV -79 ଥାନାରେ ଅଭିଯୋଗ କରିଛନ୍ତି ୩ ଛାତ୍ରୀଙ୍କ ପିରବାରଲୋକେ। ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ପୁଲିସର ତନାଘନା ଆରମ୍ଭ ହୋଇଛି।
ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ ହୋଇଛି। ୨ ଜଣ ନବଳିକା ଓ ୨ଜଣ ଯୁବକ ଜିଲ୍ଲାର ତଣ୍ଡାପାଲି ନିକଟରେ ଥିବା ଏକ ଜଙ୍ଗଲକୁ ଯାଇଥିଲେ। ତେବେ ସେଠାରେ ଜଣେ ନବଳିକାକୁ ମଦ ପିଆଇ ତାଙ୍କ ସହ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବିସ୍ଫୋରକ ସହିତ ୩ ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ।  ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୫ ମିଟର କର୍ଡେକ୍ସ ତାର, ୫ଟି ଜିଲେଟିନ୍ ରଡ୍, ୧୦ ମିଟର ଇଲେକ୍ଟ୍ରିକ୍ ତାର ଏବଂ ୪ଟି ପେନସିଲ୍ ସେଲ୍ ଜବତ କରାଯାଇଛି।
ମାଲକାନଗିରି: ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲେ ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ଆଜି ସକାଳୁ ସ୍ଥାନୀୟଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିଲା ଶେଷରେ ହେଲିକପ୍ଟର ଯୋଗେ ଯୁବକକୁ ଉଦ୍ଧାର କରାଯାଇଛି। ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲ୍ଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲେ। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଞ୍ଚିଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡା ହୋଇ ରହିଥିଲେ। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅପେରସନ କରାଯାଇଥିଲା।