ଅଟୋମୋବାଇଲ - The Sakala
ଇଲେକ୍ଟ୍ରିକ୍ ବନାମ ପେଟ୍ରୋଲ-ଡିଜେଲ ଗାଡ଼ି: ଭାରତରେ କାହାର ସଂଖ୍ୟା ଅଧିକ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭାରତୀୟ ଅଟୋମୋବାଇଲ ବଜାର ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଲୋକମାନେ ଦୈନନ୍ଦିନ ବ୍ୟବହାର ପାଇଁ ବିଭିନ୍ନ ପ୍ରକାରର ଯାନବାହାନ ବାଛୁଛନ୍ତି। ବର୍ତ୍ତମାନ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ହେଉଛି: ଭାରତରେ କେଉଁ କ୍ଷେତ୍ରରେ ଅଧିକ ଗାଡ଼ି ରହିଛି - ଇଲେକ୍ଟ୍ରିକ୍ ଯାନ (EV) ନା ଇନ୍ଧନ ଚାଳିତ ଗାଡ଼ି?
ଇନ୍ଧନ ଚାଳିତ ଗାଡ଼ିର ଏକଚାଟିଆ ଦବଦବା
ପେଟ୍ରୋଲ, ଡିଜେଲ କିମ୍ବା ସିଏନଜି ଭଳି ପାରମ୍ପାରିକ ଇନ୍ଧନରେ ଚାଲୁଥିବା ଗାଡ଼ିଗୁଡ଼ିକର ସଂଖ୍ୟା ଭାରତରେ ସର୍ବାଧିକ। ୨୦୨୪ ମସିହାରେ ବିକ୍ରି ହୋଇଥିବା ପ୍ରାୟ ୨.୬୦ କୋଟି (୨୬.୦୪ ନିୟୁତ) ଗାଡ଼ି ମଧ୍ୟରୁ ପ୍ରାୟ ୧.୯୧ କୋଟି (୭୩.୭%) କେବଳ ପେଟ୍ରୋଲ ଗାଡ଼ି ଥିଲା। ସେହିପରି ଡିଜେଲ ଗାଡ଼ିର ସଂଖ୍ୟା ପ୍ରାୟ ୨୬.୨ ଲକ୍ଷ (୧୦.୧%) ରହିଥିଲା। ଏହାର ଅର୍ଥ ହେଉଛି ଯେ, ପ୍ରତି ଗୋଟିଏ ଇଲେକ୍ଟ୍ରିକ୍ ଯାନ ବିକ୍ରି ହେବା ସମୟରେ ୧୦ଟିରୁ ଅଧିକ ଇନ୍ଧନ ଚାଳିତ ଗାଡ଼ି ବିକ୍ରି ହେଉଛି।
ଇଲେକ୍ଟ୍ରିକ୍ ଯାନ (EV)ର ବର୍ତ୍ତମାନ ସ୍ଥିତି
ଯଦିଓ ଭାରତରେ ଇଲେକ୍ଟ୍ରିକ୍ ଯାନର ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ତଥାପି ଇନ୍ଧନ ଗାଡ଼ି ତୁଳନାରେ ଏହାର ମୋଟ ସଂଖ୍ୟା ବହୁତ କମ୍। ସରକାରୀ ତଥ୍ୟ ଅନୁଯାୟୀ, ଫେବୃଆରୀ ୨୦୨୫ ସୁଦ୍ଧା ଭାରତରେ ପ୍ରାୟ ୫୬.୭୫ ଲକ୍ଷ ପଞ୍ଜୀକୃତ ଇଲେକ୍ଟ୍ରିକ୍ ଯାନ ରହିଛି। ଅନ୍ୟପକ୍ଷରେ, ଦେଶରେ ମୋଟ ପଞ୍ଜୀକୃତ ଯାନର ସଂଖ୍ୟା ପାଖାପାଖି ୪୦ କୋଟି ଛୁଇଁଛି। ଏପ୍ରିଲ ୨୦୧୯ ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ମୋଟ ଗାଡ଼ି ପଞ୍ଜୀକରଣରେ ଇଭିର ଅଂଶ ମାତ୍ର ୩.୩୮% ରହିଛି।
ଦୁଇ ଚକିଆ ଏବଂ ତିନି ଚକିଆ ଯାନରେ ଅଗ୍ରଗତି
ଇଲେକ୍ଟ୍ରିକ୍ କ୍ଷେତ୍ରରେ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ସବୁଠାରୁ ଅଧିକ ଲୋକପ୍ରିୟ ହୋଇପାରିଛି। ଇ-ସ୍କୁଟର ଏବଂ ଇଲେକ୍ଟ୍ରିକ୍ ବାଇକ୍ ଗୁଡ଼ିକ ଶସ୍ତା ଏବଂ ବ୍ୟବହାର ଉପଯୋଗୀ ହୋଇଥିବାରୁ ଏଗୁଡିକର ଚାହିଦା ଅଧିକ ରହିଛି। ସେହିପରି ଇ-ରିକ୍ସା ଭଳି ତିନି ଚକିଆ ଯାନ କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ବୃହତ୍ତମ ବଜାର ପାଲଟିଛି।
ଭବିଷ୍ୟତ କ’ଣ?
ଦୀର୍ଘ ଦିନର ଭିତ୍ତିଭୂମି, ସହଜରେ ଇନ୍ଧନ ଉପଲବ୍ଧତା ଏବଂ କମ୍ ପ୍ରାରମ୍ଭିକ ମୂଲ୍ୟ ଯୋଗୁଁ ଲୋକମାନେ ଏବେ ବି ଇନ୍ଧନ ଚାଳିତ ଗାଡ଼ିକୁ ପସନ୍ଦ କରୁଛନ୍ତି। ତଥାପି, ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ଇଲେକ୍ଟ୍ରିକ୍ ଯାନର ବଜାର ଅଂଶ ବୃଦ୍ଧି ପାଇବ। ବର୍ତ୍ତମାନ ପେଟ୍ରୋଲ-ଡିଜେଲ ଗାଡ଼ି ସଂଖ୍ୟାରେ ଆଗରେ ଥିଲେ ମଧ୍ୟ, ଏକ ପରିବେଶ ଅନୁକୂଳ ବିକଳ୍ପ ଭାବରେ ଇଭି (EV) ଧୀରେ ଧୀରେ ନିଜର ସ୍ଥିତି ମଜବୁତ କରୁଛି।
ହିରୋ ଆଣିଲା ନୂଆ ଗାଡ଼ି: ୩ ମିନିଟରେ ତିନିଚକିଆ ପାଲଟିଯିବ ୨ ଚକିଆ ଯାନ
ନୂଆଦିଲ୍ଲୀ: ହିରୋ ମୋଟୋକ୍ରପ ଏକ ନୂଆ ଇଲେକ୍‌ଟ୍ରିକ ଗାଡ଼ି ଉପସ୍ଥାପନ କରିଛି। ଏହା ଉଭୟ ତିନି ଚକିଆ ଏବଂ ୨ ଚକିଆ ଗାଡ଼ିର କାମ କରୁଛି। ଅର୍ଥାତ୍‌ ତିନି ଚକିଆ ଗାଡ଼ିକୁ ସହଜରେ ୨ ଚକିଆ ଗାଡ଼ିରେ ପରିବର୍ତ୍ତନ କରି ହେବ। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ହିରୋ ଏହାର ନାମ ସର୍ଜ ରଖିଛି। ଜୟପୁରରେ ଆୟୋଜିତ ହିରୋ ୱାର୍ଲ୍ଡ ୨୦୨୪ରେ ସର୍ଜ ଏସ୍‌୩୨ ଉପସ୍ଥାପନ କରିଛି। ଏହା ଏକ ବହୁମୁଖୀ ଗାଡ଼ି। ଅର୍ଥାତ୍‌ ବିଭିନ୍ନ କାମରେ ଏହାକୁ ବ୍ୟବହାର କରାଯାଇପାରିବ। ଏହା ତିନି ଚକିଆ ମାଲବାହୀ ଗାଡ଼ି ସହିତ ଇଲେକ୍‌ଟ୍ରିକ୍‌ ସ୍କୁଟର ଭାବେ ମଧ୍ୟ କାମ କରିବ। କାର୍ଗୋ ଥ୍ରି-ହ୍ବିଲର ଭିତରେ ଟୁ-ହ୍ବିଲର ତଥା ସ୍କୁଟର ଛପି ରହିଥାଏ। ତିନି ଚକିଆ ଗାଡ଼ିର ଆଗ ସିଟ୍‌ରେ ୨ ଜଣ ବସିପାରିବେ। କିନ୍ତୁ ସ୍କୁଟର ଅଲଗା ହୋଇଯିବା ପରେ ଏହାର ସିଟ୍‌ ବାହାରି ଆସିଥାଏ।
କମ୍ପାନୀ ଅନୁଯାୟୀ, ଏହି ଗାଡ଼ିକୁ ଭାଗ ଭାଗ କରିବା ପାଇଁ ମାତ୍ର ୩ ମିନିଟ ସମୟ ଲାଗିଥାଏ। କମ୍ପାନୀ ଏହି ସିରିଜର ୪ଟି ଭାରିଆଣ୍ଟ ଏସ୍‌୩୨ ପିଭି, ଏସ୍‌୩୨ ଏଲ୍‌ଡି, ଏସ୍‌୩୨ଏଚ୍‌ଡି ଏବଂ ଏସ୍‌୩୨ ଏଫ୍‌ବିକୁ ବଜାରକୁ ଛାଡ଼ିବ। ହିରୋ ୱାର୍ଲ୍ଡ ୨୦୨୪ରେ ଏସ୍‌ ୩୨ ଏଲ୍‌ଡି ମଡେଲକୁ ପ୍ରଦର୍ଶିତ କରାଯାଇଥିଲା। ତେବେ ଦୁଇ ଏବଂ ତିନି ଚକିଆ ଯାନର ଅଲଗା ଅଲଗା ବୈଶିଷ୍ଟ୍ୟ ରହିଛି। ତିନି ଚକିଆ ଗାଡ଼ିରେ ୧୦କିଲୋୱାଟର ଶକ୍ତି ମିଳିଥାଏ। ଏଥିପାଇଁ ୧୧ କେଡବ୍ଲ୍ୟୁଏଚର ବ୍ୟାଟେରି ସଂଯୋଗ କରାଯାଇଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୫ କିମି ରହିଛି। ସେହିପରି ଦୁଇ ଚକିଆରେ ୩ କିଲୋୱାଟ ଶକ୍ତି ମିଳୁଛି। ଏଥିପାଇଁ ୩.୫ କେଡବ୍ଲ୍ୟୁଏଚ୍‌ର ବ୍ୟାଟେରୀ ଲାଗିଛି। ଏହା ଘଣ୍ଟାପ୍ରତି ୬୦ କିମି ବେଗରେ ଗତି କରିପାରିବ।
ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ: ତୀର୍ଥଯାତ୍ରାରେ ଗଲେ ଆଉ ୯୭୦ଜଣ ବରିଷ୍ଠ ନାଗରିକ
ଭୁବନେଶ୍ବର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କୁ ନେଇ ଉଜ୍ଜୈନ-ଓମକାରେଶ୍ବର ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେଉଁଝର ଜିଲ୍ଲାରୁ ମୋଟ ୯୭୦ଜଣ ତୀର୍ଥଯାତ୍ରୀଙ୍କ ସହିତ ୩୦ ଜଣ ଏସକର୍ଟକୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ବାହାରିଛି । ଆଜି ଠାରୁ ଟ୍ରେନ ବାହାରି ଓଁକାରେଶ୍ଵର ମନ୍ଦିର, ଓଜ୍ଜୟିନି ସହିତ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବେ। ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନାରେ ମାଗଣା ଖାଇବା, ରହିବା, ଔଷଧ ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏହି ସ୍ବତନ୍ତ୍ର ତୀର୍ଥ ଟ୍ରେନ୍ ଆସନ୍ତା ୧୦ ତାରିଖରେ ଫେରିବ ।
ସ୍ୱାବଲମ୍ବୀ ହେବା ଲକ୍ଷ୍ୟରେ ଗ୍ରାଜୁଏଟ ଝିଅ ସୀମାଙ୍କ ଷ୍ଟାର୍ଟ ଅଫ, ମେସିନରୁ ସ୍ବୟଂ ଚାଳିତ ବିଭିନ୍ନ ଖଟା ପାଣି ସହିତ ସ୍ବତନ୍ତ୍ର ଗୁପଚୁପ
ବାରିପଦା : ଗୁପଚୁପ ଖାଇବାକୁ କାହାକୁ ବା ଇଚ୍ଛା ନ ଥାଏ। ଖଟା ପାଣି ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ବୋହିବାଟା ନିଶ୍ଚିତ। ତେବେ ବାରିପଦାରେ ଏମିତି ଗୁପଚୁପ ଦୋକାନଟି ଅଛି ଯେଉଁଠି କି ସ୍ବୟଂ ଚାଳିତ ମେସିନରୁ ବାହାରୁଛି ଭିନ୍ନ ଭିନ୍ନ ସ୍ବାଦଯୁକ୍ତ ମନପସନ୍ଦର ଖଟା ପାଣି। ଗୁପଚୁପରେ ମସଲା ଲଗାଇ ମେସିନ ଆଗରେ ଦେଖାଇଲେ ଆପେ ଆପେ ବାହାରୁଛି ଖଟା ପାଣି। ଏମିତି ସତନ୍ତ୍ର ଢ଼ଙ୍ଗର ପାଣି ମେସିନ ସହିତ ପରିଷ୍କାର ପରିଚ୍ଛନ ଗୁପଚୁପ ଦୋକାନଟିଏ ବାରିପଦା ସହରର ଚର୍ଚ୍ଚାର ବିଷୟ ପାଲଟିଛି।
ସହରର କେଏମବିଏମ ଛକ ଠାରେ ଏହି ଅସ୍ଥାୟୀ ଦୋକାନଟି ପ୍ରତ୍ୟେକ ସନ୍ଧ୍ୟାରେ ଖୋଲିଥାଏ। ଆଉ ତାହାକୁ ଗ୍ରାଜୁଏଟ ସମ୍ପୂର୍ଣ୍ଣ କରିଥିବା ଯୁବତୀ ଜଣଙ୍କ ଚଳାଉଛନ୍ତି। ନିଆରା ଢଙ୍ଗର ଷ୍ଟାର୍ଟ ଅଫ ପ୍ଲାନର ଉକ୍ତ ଗୁପଚୁପ ଦୋକାନ ଖୁବ ଆଦୃତ ମଧ୍ୟ ହୋଇଛି। ବାରିପଦା ସହରର ବଡ଼ବଜାର ଅଞ୍ଚଳର ଯୁବତୀ ସୀମା ମହାନ୍ତ(୨୦) ଚଳିତ ବର୍ଷ ସରକାରୀ ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି। ଏଥିପରେ ସେ ନିଜେ ବ୍ୟବସାୟ କରି ସ୍ୱାବଲମ୍ବୀ ହେବାକୁ ମନ ବଳାଇଥିଲେ। ଯାହାକୁ ନେଇ ତାଙ୍କ ବଡ଼ ଭଉଣୀ ବିଷ୍ଣୁପ୍ରିୟା ତାଙ୍କୁ ସହାୟତା କରିବା ସହ ଦୁହେଁ ନୂତନ ଷ୍ଟାର୍ଟ ପ୍ଲାନ ସହ ଦୋକାନଟି ଆରମ୍ଭ କରିଥିଲେ। କୋଭିଡ ସମୟରେ ଦୂରତା ଓ ସ୍ୱଚ୍ଛତା ନେଇ ଯେଉଁ ବାର୍ତ୍ତା ଥିଲା, ତାହାକୁ ସେ ନିଜ ଷ୍ଟାର୍ଟ ପ୍ଲାନରେ ବିନିଯୋଗ କରିଛନ୍ତି। ପ୍ରାୟ ୧ଲକ୍ଷ ଟଙ୍କାର ଉକ୍ତ ମେସିନ ବସାଇ ଏପ୍ରିଲ ମାସରୁ ଦୋକାନଟି ଆରମ୍ଭ କରିଥିଲେ। ମେସିନରୁ ଖଟା, ରାଗ, ମିଠା, ପୁଦିନା ଆଦି ୫ଗୋଟି ପ୍ରକାର ସ୍ବାଦର ପାଣି ରହିଛି। ଯାହାକୁ କି ପ୍ରସ୍ତୁତ କରି ପୂର୍ବରୁ ମେସିନ ମଧ୍ୟରେ ରଖାଯାଇଥାଏ। ନିଜେ ମଧ୍ୟ ସ୍ୱଚ୍ଛତାର ସହିତ ହାତରେ ଗ୍ଲୋବ୍ସ ପିନ୍ଧି ଗ୍ରାହକଙ୍କୁ ଗୁପଚୁପ ପ୍ରଦାନ କରୁଛନ୍ତି। ଆଉ ଗ୍ରାହକ ଉକ୍ତ ଗୁପଚୁପକୁ ମେସିନ ସମ୍ମୁଖରେ ରଖିଲେ ଆପେ ଆପେ ମନପସନ୍ଦର ଗୁପଚୁପ ପାଣି ବାହାରି ଆସିଥାଏ। ଯାହାକି ଅନ୍ୟ ଦୋକାନ ମାନଙ୍କ ମଧ୍ୟରେ ନିଆରା ହୋଇଥିବା ବେଳେ ଗ୍ରାହକଙ୍କ ମଧ୍ୟ ଖୁବ ଆଦୃତ ହୋଇଛି।
ଏଥି ସହିତ ମହିଳା ହୋଇ ମଧ୍ୟ କାହା ଉପରେ ନିର୍ଭରଶୀଳ ନହୋଇ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ସୀମା ସମସ୍ତଙ୍କୁ ହାଇଜେନିକ ଖାଦ୍ୟ ପ୍ରଦାନ କରି ସୁସ୍ଥ ରଖିବା ଲକ୍ଷ୍ୟରେ ଦୋକାନଟି କରିଛନ୍ତି ବୋଲି କହିଛନ୍ତି। ଏଥି ସହିତ ଗ୍ରାଜୁଏସନ ପରେ ଚାକିରୀ ପଛରେ ନ ଧାଇଁ ନିଜେ ନିଜ ଗୋଡ଼ରେ ଠିଆ ହେବାର ଇଚ୍ଛା ରହିଛି। ଦୋକାନ ନିମନ୍ତେ ସେ କଠିନ ପରିଶ୍ରମ କରୁଛନ୍ତି। ଆଗକୁ ବ୍ୟବସାୟୀକୁ ଆହୁରି ବିସ୍ତାର କରିବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ପୂର୍ବ ତୁଳନାରେ ବର୍ତ୍ତମାନ ଗ୍ରାହକଙ୍କ ସଂଖ୍ୟା ଦୋକାନରେ ମଧ୍ୟ ବୃଦ୍ଧି ପାଉଛି। ‘ସକାଳ’ ପରିବାର ପକ୍ଷରୁ ତାଙ୍କୁ ଏପରି ଚିନ୍ତାଧାରା ପାଇଁ ଭବିଷ୍ୟତ ଉଜ୍ଜ୍ବଳ କାମନା କରାଯାଇଛି ।
ଖୁବ୍‌ଶୀଘ୍ର ଆସିବ ମାରୁତି ସ୍ୱିଫ୍ଟର ହାଇବ୍ରିଡ୍‌ ମଡେଲ୍, ମାଇଲେଜ୍ ୪୦ କି.ମି
ନୂଆଦିଲ୍ଲୀ: ମାରୁତି ସୁଜୁକି କ୍ରମାଗତ ଭାବେ ଏହାର ପୋର୍ଟଫୋଲିଓକୁ ଅପଗ୍ରେଡ୍ ଆଣୁଛି। କମ୍ପାନୀ ଗତ ବର୍ଷ ଅଲ୍ଟୋ, ୱାଗନଆର୍ ଏବଂ ସିଲେରିଓ ଭଳି ହ୍ୟାଚବ୍ୟାକ୍ କାରର ଅପଗ୍ରେଡ୍ ମହେଳ ଆଣିଥିଲା। ଏହାବ୍ୟତୀତ କମ୍ପାନୀ ମାରୁତି ଇନଭିକ୍ଟୋ, ମାରୁତି ଗ୍ରାଣ୍ଡ୍ ଭିଟାରା ଭଳି ନୂଆ ମଡେଲ୍‌ର ମଧ୍ୟ ଆଣିସାରିଛି, କିନ୍ତୁ ଯେଉଁ ଗ୍ରାହକ କମ୍ ମୂଲ୍ୟରେ କାର୍ କିଣିବାକୁ ଚାହୁଁଛନ୍ତି ସେମାନେ ଏବେ ବି ମାରୁତି ସ୍ୱିଫ୍ଟର ନୂଆ ମଡେଲକୁ ଅପେକ୍ଷା କରିଛନ୍ତି। ମାରୁତି ସ୍ୱିଫ୍ଟର ନୂଆ ହାଇବ୍ରିଡ୍‌ ଭର୍ସନ ବର୍ତ୍ତମାନ ଟେଷ୍ଟିଂ ପର୍ଯ୍ୟାୟରେ ରହିଛି। ୨୦୨୪ରେ ଏହାର ବଜାର ପ୍ରବେଶ କରାଯିବ। ନୂଆ ସ୍ୱିଫ୍ଟର ଇଞ୍ଜିନ୍ ଏବଂ ଡିଜାଇନର ଡିଟେଲ୍ସ ପୂର୍ବରୁ ହିଁ ସାମ୍ନାକୁ ଆସିସାରିଛି। ଯାହା କୁହାଯାଉଛି ନୂଆ ମାରୁତି ସ୍ୱିଫ୍ଟର ମାଇଲେଜ୍‌ ଲିଟ ପିଛା ୪୦ କିଲୋମିଟର ରହିବ।
ମାରୁତି ସ୍ୱିଫ୍ଟ ୨୦୨୪ର ନୂଆ ଡିଜାଇନ୍ ସହିତ ଆସିବା ଆଶା କରାଯାଉଛି। ବର୍ତ୍ତମାନ ଜେନେରେସନ ତୁଳନାରେ ନୂଆ ସ୍ୱିଫ୍ଟରେ ସ୍ପୋର୍ଟିଂ ଏବଂ ଆକ୍ଟିଭ୍ ଲୁକ୍ ନଜର ଆସିବା ସମ୍ଭାବନା ରହିଛି। ନୂଆ ସ୍ୱିଫ୍ଟର ଇଞ୍ଜିନକୁ ମଧ୍ୟ ଅପଗ୍ରେଡ୍ କରାଯିବ। ମାରୁତି ସ୍ୱିଫ୍ଟ ୨୦୨୪ରେ ଟୋୟୋଟାର ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଟେକନିକ୍ ବ୍ୟବହାର ହେବ। ଏଥିରେ ୧.୨ ଲିଟର, ୩ ସିଲିଣ୍ଡ ପେଟ୍ରୋଲ ଇଞ୍ଜିନ୍ ହେବ ଯାହା ଅଧିକ ମାଇଲେଜ୍ ଦେବ। ଏହି ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ସ୍ୱିଫ୍ଟର ମାଇଲେଜ୍ ପ୍ରାୟ ୩୫-୪୦ କିଲୋମିଟର ପ୍ରତି ଲିଟର ହୋଇପାରେ। ଏହାର ଫିଚର୍ସ ଏବଂ ଇଣ୍ଟିରିୟରରେ ମଧ୍ୟ ଅପଗ୍ରେଡ୍ ହେବା ଅନୁମାନ କରାଯାଉଛି।
ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅର୍ଥାତ ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶ ବୃଦ୍ଧି ପାଇଛି। ପୂର୍ବ ବର୍ଷ ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି ହୋଇଛି।
ହିରେ ମୋଟୋରର ୫ ଲକ୍ଷ ୩୦ ହଜାର ୬୫୮ ଲକ୍ଷ ଗାଡି ବିକ୍ରି ହୋଇଥିବା ବେଳେ ହୋଣ୍ଡାର ୨ ଲକ୍ଷ ୬୯ ହଜାର ୫୫୭ଟି ଦୁଇ ଚକିଆ ଗାଡି ବିକ୍ରି ହୋଇଛି। ସେହିପରି ଟିଭିଏସ ମୋଟରର କମ୍ପାନୀର ୨ ଲକ୍ଷ ୫୨ ହଜାର , ବାଜାଜ  ୧ ଲକ୍ଷ ୮୬ ହଜାର, ରୟାଲ୍ ଏନଫିଲ୍ଡର ୬୮ ହଜାର ୫୭୦ଟି ଗାଡି ବିକ୍ରି ହୋଇଛି। ସୁଜୁକି ୬୧ ହଜାର ୪୪୨, ୟମହା ୪୪ ହଜାର ୩୮୬, ଓଲା ଇଲେକଟ୍ରିକ ୨୮ ହଜାର ୪୬୯, ଆଥର ୧୫ ହଜାର ୨୬୬ ଓ  ଅନ୍ୟାନ କମ୍ପାନୀର ଗାଡ଼ି ୩୬ ହଜାର ୪୮୯ ଟି ଗାଡି ବିକ୍ରି ହୋଇଛି।
୩୦୦ କିମି କ୍ଷମତା ଥିବା ବୈଦ୍ୟୁତିକ ସ୍କୁଟର ଏସ୍‌କେ ୩ ବଜାରରେ
ନୂଆଦିଲ୍ଲୀ : ଚୀନ୍‌ରେ ଥିବା ବୈଦ୍ୟୁତିକ ଯାନ କମ୍ପାନୀ ହରୱିନ ତାର ନୂଆ ବୈଦ୍ୟୁତିକ ସ୍କୁଟର୍‌ ଏସକେ୩ର ନୂଆ ୨୦୨୨ ଏଡ଼ିସନର ବଜାର ପ୍ରବେଶ ହୋଇଛି।  ଏହି ସ୍କୁଟର ଥରକରେ ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏସକେ୩ ର ପୁରୁଣା ମଡେଲ୍‌ ଯାହାକି ପୂର୍ବ ବର୍ଷ ବଜାରକୁ ଆସିଥ଄ଲା ତାହା ମାତ୍ର ୮୦ କି.ମି. ଯିବାର କ୍ଷମତା ରହିଥିଲା। ହରୱିନ ଏହି ସ୍କୁଟରରେ ବହୁତ ସାରା ପରିବର୍ତ୍ତନ ଆଣିଛି ଫଳରେ ଏହା ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏହି ସ୍କୁଟରରେ ୨ ଟି ବ୍ୟାଟେରି ବ୍ୟବହାର କରାଗଲେ ଏହା ୩୦୦ କି.ମି. ଯାଉଥିବା ବେଳେ ଗୋଟିଏ ବ୍ୟାଟେରିରେ ଏହା ୧୬୦ କି.ମି. ଯାଇପାରିବ ବୋଲି ନିର୍ମାତା କମ୍ପାନୀ କହିଛି।
ବର୍ତ୍ତମାନ ସୁଦ୍ଧା ଭାରତରେ ଉପଲ଼ବ୍ଧ ଥିବା ବିଭିନ୍ନ ବୈଦ୍ୟୁତିକ ସ୍କୁଟର ତୁଳନାରେ ଏହାର କ୍ଷମତା ଅଧିକ ରହିଛି । ହରୱିନ ଏସକେ୩ ନୂଆ ଏଡ଼ିସନ୍‌ର ସର୍ବାଧ଄କ ବେଗ ଘଣ୍ଟା ପ୍ରତି ୯୦ କି.ମି. ରହିଥିବା ବେଳେ ଏଥିରେ ୬.୩ କିଲୋ ୱାଟ୍‌ର ମୋଟର ରହିଛି ଯାହାକି ୬.୩ କିଲୋ ୱାଟ୍‌ ଆଉଟ୍‌ପୁଟ ଦେଇଥାଏ। ଏହାର ଫିଚର୍ସ କଥା କହିବାକୁ ଗଲେ ଏଥିରେ ଫୁଲ୍‌ ଟିଏଫଟି ଡିସପ୍ଲେ, ବ୍ଲୁ ଟୁଥ୍‌ କନେକ୍ଟିଭିଟି, କି-ଲେସ୍‌ (ଚାବିକାଠି ବିହୀନ) ପାୱାର ସିଷ୍ଟମ ଓ କୃଜ କଣ୍ଟ୍ରୋଲ ରହିଛି। ଚୀନ୍‌ ବ୍ୟତିତ ହରୱିନ୍‌ ୟୁରୋପରେ ମଧ୍ୟ ଏସକେ୩ (SK3) ବୈଦ୍ୟୁତିକ ସ୍କୁଟର ବିକ୍ରି କରିଥାଏ। କିନ୍ତୁ ଏହି ସୁନ୍ଦର ଫିଚର୍ସ ଥିବା ବୈଦ୍ୟୁତିକ ଯାନଟି ଭାରତରେ ଏବେ ବିକ୍ରି ହେବାର ସମ୍ଭାବନା ପ୍ରାୟ ନାହିଁ।
କାର୍‌ ପରି ବାଇକ୍‌ରେ ମଧ୍ୟ ରହିବ ଏୟାରବ୍ୟାଗ୍‌, ଦୁର୍ଘଟଣାରେ ବଞ୍ଚାଇବ ଚାଳକଙ୍କ ଜୀବନ
ସଡକ ସୁରକ୍ଷାକୁ ଆହୁରି ମଜବୁତ କରିବା ପ୍ରୟାସରେ, ପ୍ୟାଜିଓ(Piaggio) ଏବଂ ଅଟୋଲିଭ୍ (Autoliv) ଏକ ଅସାଧାରଣ ଜିନିଷର ବିକାଶ ପାଇଁ ହାତ ମିଳାଇଛନ୍ତି। ଏହି ଦୁଇ କମ୍ପାନୀ ଦୁଇ ଚକିଆ ଯାନ ପାଇଁ  ଏୟାରବ୍ୟାଗ ତିଆରି କରୁଛନ୍ତି। ଦୁଇ କମ୍ପାନୀ ନିକଟରେ ଘୋଷଣା କରିଛନ୍ତି ଯେ ସେମାନେ ବର୍ତ୍ତମାନ ଦୁଇ ଚକିଆ ଯାନ ପାଇଁ ଏୟାରବ୍ୟାଗ ତିଆରି କରିବା ପାଇଁ ଏକାଠି କାମ କରୁଛନ୍ତି। ବାଇକ୍‌ ଚାଳକର ସୁରକ୍ଷାକୁ ସୁଦୃଢ କରିବା ପାଇଁ ଦୁଇ ଚକିଆ ଯାନ ପାଇଁ ଏକ ଏୟାରବ୍ୟାଗ୍ ବିକଶିତ କରିବା ପାଇଁ ଅଟୋଲିଭ୍ ଏବଂ ପିଆଜିଓ ଗ୍ରୁପ୍‌ କାମ କରୁଛନ୍ତି। ଏୟାରବ୍ୟାଗ ବିକାଶ ପାଇଁ ଉଭୟ ପକ୍ଷର ମିଳିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏୟାରବ୍ୟାଗ ଦୁଇ ଚକିଆ ଯାନର ଫ୍ରେମରେ ଲଗାଯିବ ଏବଂ ଦୁର୍ଘଟଣାର ମିଲିସେକେଣ୍ଡରେ  ଏୟାରବ୍ୟାଗ ଖୋଲାଯିବ ଯାହା ଡ୍ରାଇଭରକୁ ଆଘାତରୁ ରକ୍ଷା କରିବ।
ଅଟୋଲିଭ୍ (Autoliv) ପୂର୍ବରୁ ମଧ୍ୟ ଦୁଇ ଚକିଆ ଯାନ ପାଇଁ ଏୟାରବ୍ୟାଗର ସିମୁଲେସନ୍ ଟୁଲ୍ସ ଏବଂ ଫୁଲ୍ ସ୍କେଲ୍ କ୍ରାସ୍ ପରୀକ୍ଷଣ ମାଧ୍ୟମରେ ସୁରକ୍ଷା ବୈଷିଷ୍ଟ୍ୟର ଏକ ପାରମ୍ଭିକ ଯାଞ୍ଚ କରିସାରିଛି। ବର୍ତ୍ତମାନ ପିଆଜିଓ(Piaggio) ଗ୍ରୁପ୍ ସହିତ ଅଟୋଲିଭ୍ ଏହି ଉତ୍ପାଦକୁ ଆହୁରି ବିକଶିତ କରିବାକୁ ଚେଷ୍ଟା କରିବ । ନିକଟ ଭବିଷ୍ୟତରେ ଏହା ଶୀଘ୍ର ବଜାରକୁ ଅଣାଯିବ ବୋଲି ଆଶା କରାଯାଉଛି।
ଦୁର୍ଘଟଣାର ଏକ ସେକେଣ୍ଟର କମ୍ ସମୟ ମଧ୍ୟରେ ଖୋଲିବ ଏୟାରବ୍ୟାଗ୍‌
ପ୍ୟାଜିଓ(Piaggio) ଏବଂ ଅଟୋଲିଭ୍ (Autoliv) ମିଳିତ ଭାବେ ତିଆରି କରୁଥିବା ଏୟାରବ୍ୟାଗ୍‌ ବିଷୟରେ ଯାହା ଜଣାପଡିଛି ଏହା ଦୁର୍ଘଟଣାର ଏକ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ଖୋଲିବ। ଯାହା ବାଇକ୍ ଚାଳକର ଜୀବନ ବଞ୍ଚାଇବା ବା ଆହତ ହେବାରୁ ରକ୍ଷା କରିବ। ଅଟୋଲିଭ୍ (Autoliv) ସିଇଓ  ମାଇକେଲ୍ ବ୍ରାଟ କହିଛନ୍ତି ଯେ ଅଟୋଲିଭ୍ ଲୋକଙ୍କ ଜୀବନ ରକ୍ଷା କରିବା ତଥା ଗତିଶୀଳତା ସମାଜ ପାଇଁ ଏକ ନୂତନ ବିଶ୍ୱ ସ୍ତରୀୟ ଜୀବନ ରକ୍ଷାକାରୀ ସମାଧାନ ପ୍ରଦାନ କରିବାର ଦୃଷ୍ଟିକୋଣ ପାଇଁ ପ୍ରତିବଦ୍ଧ।ତ୍ଣେୁ ଆମେ ଏକରି ଉତ୍ପାଦଗୁଡିକୁ ବିକାଶ କରୁଛୁ ଯାହା ସଡ଼କ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଛି। ଏହି ଉତ୍ପାଦଗୁଡିକର ବିକାଶ ଆମର ସ୍ଥିରତା ଏଜେଣ୍ଡାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ୨୦୩୦ ସୁଦ୍ଧା ବର୍ଷକୁ  ୧ ଲକ୍ଷ ଜୀବନ ରକ୍ଷା କରିବାର ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ”
ସମଗ୍ର ବିଶ୍ୱରେ ଦୁଇ ଚକିଆ ଯାନର ଲୋକପ୍ରିୟତାକୁ ବିଚାରକୁ ନେଲେ ଉନ୍ନତ ସଡ଼କ ସୁରକ୍ଷା ଦିଗରେ ଏହା ନିଶ୍ଚିତ ଭାବରେ ପ୍ରଶଂସନୀୟ ପଦକ୍ଷେପ । ବାଇକ୍‌ରେ ଏୟାରବ୍ୟାଗ୍‌ ଲାଗିବା ଫଳରେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ। ବର୍ତ୍ତମାନ ଆଧୁନିକ ସ୍କୁଟର ଏବଂ ବାଇକ୍ ଗୁଡିକରେ  ABS, ASR ପରି ଅନେକ ସୁରକ୍ଷା ବ୍ୟବସ୍ଥା ସହିତ ସଜ୍ଜିତ। ଏୟାରବ୍ୟାଗ୍‌ ଲାଗିବା ପରେ ଏହା ରାସ୍ତାରେ ଆରୋହୀଙ୍କ ସୁରକ୍ଷା ଆହୁରି ଦୃଢତର କରିବ।
ଜାପାନ ଆଣିଲା ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍‌
ନୂଆଦିଲ୍ଲୀ : ଜାପାନର ଏଏଲଆଇ ଟେକ୍ନୋଲୋଜି କମ୍ପାନୀ ବିଶ୍ବର ପ୍ରଥମ ଉଡ଼ନ୍ତା ବାଇକ ପ୍ରଚଳନ ଆରମ୍ଭ କରିଛି। ଉଡ଼ନ୍ତା ବାଇକ ପ୍ରସ୍ତୁତି କ୍ଷେତ୍ରରେ ଏହି କମ୍ପାନୀ ବିଗତ କିଛି ବର୍ଷ ଧରି ଗବେଷଣା ଜାରି ରଖିଥିଲା ବେଳେ ଏବେ ଏକ୍ସଟୁରିଜମୋ ନାମରେ ସଂକ୍ଷିପ୍ତ ସଂଖ୍ୟକ ଏହି ଧରଣର ବାଇକ ଉନ୍ମୋଚନ କରିଛି। ଜାପାନରେ ଏହାର ପ୍ରଦର୍ଶନ କରାଯାଇଥିବା ବେଳେ ଏହାର ମୂଲ୍ୟ ୭୭.୭ ୟେନ ବା ଭାରତୀୟ ମୁଦ୍ରାରେ ୫.୧ କୋଟି ଟଙ୍କା ରହିଛି।
ଜାପାନର ପ୍ରତିଷ୍ଠିତ ଫୁଟ୍‌ବଲ୍‌ ଖେଳାଳି କେଇସୁକେ ହୋଣ୍ଡାଙ୍କ ପୃଷ୍ଠପୋଷକତାରେ ୨୦୧୭ ଠାରୁ ଏହି କମ୍ପାନୀ ଏଭଳି ହୋଭର ବାଇକ ପ୍ରସ୍ତତି ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା। ଆସନ୍ତା ବର୍ଷ ଗ୍ରାହକମାନଙ୍କୁ ଏହା ଯୋଗାଇ ଦେବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା ବେଳେ ଏବେ ଠାରୁ ବୁକିଂ ଆରମ୍ଭ ହୋଇଯାଇଛି। ଏହି ବାଇକ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ୪୦ ମିନିଟ୍‌ ପର୍ଯ୍ୟନ୍ତ ଉଡ଼ିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ଏହାର ନୂଆ କାର ଟାଟା ପଞ୍ଚ୍ ଭାରତୀୟ ବଜାରରେ ପ୍ରବେଶ କରିଛି। ବଜାରକୁ ଆସିବା ପୂର୍ବରୁ ଟାଟା ପଞ୍ଚର ସମସ୍ତ ବୈଶିଷ୍ଟ୍ୟକୁ ନେଇ ବଜାରରେ ଢ଼େର ଚର୍ଚ୍ଚା ହେଉଥିଲା। ଟାଟା ମୋଟର୍ସ ଟାଟା ପଞ୍ଚର ପ୍ରାରମ୍ଭିକ ମୂଲ୍ୟ ୫.୪୯ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛି। ଟାଟା ମୋଟର୍ସ ଦାବି କରିଛି ଯେ , ଟାଟା ପଞ୍ଚ ହେଉଛି ଏହି ସେଗମେଣ୍ଟର ସବୁଠାରୁ ଭଲ କାର। ଟାଟା ପଞ୍ଚର ପ୍ରି-ବୁକିଂ ଅକ୍ଟୋବର ୪ରୁ ଜାରି ହୋଇଛି। ମାତ୍ର ୨୧ ହଜାର ଟଙ୍କା ଦେଇ ଏହି କାର ବୁକ୍ କରିହେବ।
ମାନୁଆଲ ଟ୍ରାନ୍ସମିଶନରେ ଏହି ଏସୟୁଭି ଲିଟର ପିଛା ୧୮.୯୭ କିଲୋମିଟର ଓ ଏଏମ୍‌ଟିରେ ଲିଟର ପିଛା ୧୮. ୮୨ କିଲୋମିଟର ମାଇଲେଜ ଦେବ। ନୂଆ ଏସୟୁଭିରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ ବିକଳ୍ପ ରହିଛି । ଏହି କାର ୬.୫ ସେକେଣ୍ଡରେ ଘଣ୍ଟା ପ୍ରତି ଶୂନ୍‌ରୁ ୬୦ କିମି ଓ ୧୬.୫ ସେକେଣ୍ଡରେ ଘଣ୍ଟା ପ୍ରତି ଶୂନ୍‌ରୁ ୧୦୦ କିମି ବେଗରେ ଯାଇପାରିବ। ଟାଟା ପଞ୍ଚରେ ୭ ଇଞ୍ଚର ଟଚ ସ୍କ୍ରିନ ଇନ୍‌ଫୋଟେନମେଣ୍ଟ ସିଷ୍ଟମ ଲାଗିଛି । ଷ୍ଟିୟରିଂ କଣ୍ଟ୍ରୋଲ, ୩୬୬ ଲିଟର ବୁଟ ସ୍ପେସ, ଫ୍ରଣ୍ଟ ଓ ରିୟାର ପାୱାର ୱିଣ୍ଡୋ, ଆଡଜଷ୍ଟେବଲ ଦରଭାର ସିଟ, କ୍ରୁଜ କଣ୍ଟ୍ରୋଲ, ରିୟଲ ପ୍ଲାଟ ସିଟ, ଫୁଲି ଅଟୋମେଟେଡ଼ ଟେମ୍ପରେଚର କଣ୍ଟ୍ରୋଲ ଭଳି ବୈଶିଷ୍ଟ୍ୟ ରହିଛି ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ। ଟାଟା ପଞ୍ଚ କାରକୁ ଗ୍ଲୋବାଲ ଏନକ୍ୟାପ କ୍ରାସ ଟେଷ୍ଟରେ ଆଡଲ୍ସ ସେପ୍ଟି ଦୃଷ୍ଟିରୁ ଫାଇଭ ଷ୍ଟାର
ରେଟିଂ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ଡୁଆଲ ଏୟାର ବ୍ୟାଗ ଦିଆଯାଇଛି।
ଖୁବ୍ ଶୀଘ୍ର ବଜାର ପ୍ରବେଶ କରିବ ଟାଟା ମୋଟର୍ସର ଦ୍ୱିତୀୟ ଇଲେକ୍ଟ୍ରିକାର, ଥରେ ଚାର୍ଜ ହେଲେ ଯିବ ୩୫୦ କି.ମି.
ନୂଆଦିଲ୍ଲୀ:  ଟାଟା ମୋଟର୍ସ  ନିକଟରେ ତାହାର ଦ୍ୱିତୀୟ ଇଲେକ୍ଟ୍ରିକାର ଟାଟା ଟିଗରର ଉନ୍ମୋଚନ କରିଛି। ବର୍ତ୍ତମାନ ଏହି କାରଟି କେବଳ ପ୍ରଦର୍ଶନ କରାଯାଉଛି। ଖୁବ୍ ଶୀଘ୍ର ଏହାକୁ ବିକ୍ରି ପାଇଁ ବଜାରକୁ ଛଡାଯିବ। ଇତିମଧ୍ୟରେ କମ୍ପାନୀ ଏହି କାରର ବୁକିଂ କରିବା ମଧ୍ୟ ଆରମ୍ଭ କରିଛି। ତେବେ ଏହି କାର ସହ ଜଡିତ ସମସ୍ତ ବିବରଣୀ କମ୍ପାନୀ ଦ୍ୱାରା ସେୟାର କରାଯାଇଥିଲା, କିନ୍ତୁ ଏହାର ଡ୍ରାଇଭିଂ ରେଞ୍ଜ ବିଷୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ଏହି ଇଲେକ୍ଟ୍ରିକ୍ ସେଦାନ୍ କାର୍ ଥରେ ଚାର୍ଜ ହେଲେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂର ରେଞ୍ଜ ଦେବ। ଟାଟା ନେକ୍ସନ୍ ପରେ କମ୍ପାନୀ ତରଫରୁ ଏହା ହେଉଛି ଦ୍ୱିତୀୟ ଇଲେକ୍ଟ୍ରିକ୍ କାର। ତେବେ ଆସନ୍ତା ୩୧ ଅଗଷ୍ଟରେ ଏହା ଆନୁଷ୍ଠାନିକ ଭାବରେ ବିକ୍ରି ପାଇଁ ବଜାରରେ ଉପଲବ୍‌ଧ ହେବ। ଏବେ କାରଟି ଡିଲରସିପ୍‌ରେ ପହଞ୍ଚିବା ଆରମ୍ଭ ହୋଇଛି। ଏ ନେଇ କମ୍ପାନୀ କହିଛି ଯେ, ଏହି କାର ୩୦୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂର ରେଞ୍ଜ ଦେବ, କିନ୍ତୁ ଏହାର ମାଇଲେଜ୍‌ର ପ୍ରକୃତ ଆକଳନ ବିଷୟରେ କୌଣସି ପ୍ରକାରର ଘୋଷଣା କରାଯାଇନାହିଁ। ନୂଆ ଟିଗର ଇଭି ପାଇଁ ସବୁଠାରୁ ବଡ ଅପଡେଟ୍ ପାୱାର୍ ଟ୍ରେନ୍ ଫ୍ରଣ୍ଟ ଦେଖାଯାଉଛି, ଯାହା ବର୍ତ୍ତମାନ କମ୍ପାନୀର ଜିପଟ୍ରନ୍ ଇଭି ପାୱାର୍ ଟ୍ରେନ୍ ସହିତ ଲେସ୍ କରାଯାଇଛ । ଏହି ଟେକ୍ନୋଲୋଜି ପ୍ରଥମେ ନେକ୍ସନ୍ ଇଲେକ୍ଟ୍ରିକ୍ରେ ବ୍ୟବହୃତ ହୋଇଥିଲା। ଏହାର ଇଲେକ୍ଟ୍ରିକ୍ ମୋଟର ୭୫ଏଚ୍‌ପିର ପାୱାର ଏବଂ ୧୭୦ଏନ୍‌ଏମ୍‌ ପିକ୍ ଟର୍କ ଉତ୍ପାଦନ କରେ। ଏହି କାର ମାତ୍ର ୫.୭ ସେକେଣ୍ଡରେ ଶୂନ୍‌ରୁ ୬୦ କିଲୋମିଟର ବେଗରେ ଯିବ। କମ୍ପାନୀ ଏହି କାରରେ ୨୬କେଡବ୍ଲ୍ୟୁଏଚ୍‌ କ୍ଷମତା ବିଶିଷ୍ଟ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର କରିଛି।
ଫାଷ୍ଟ ଚାର୍ଜର ସହିତ ଟିଗର ଇଭି ମାତ୍ର ୬୦ ମିନିଟରେ ଶୂନ୍‌ରୁ ୮୦ ପ୍ରତିଶତ ଚାର୍ଜ ହୋଇପାରିବ। ଏହି କାରକୁ ୧୩.୯୯ ଲକ୍ଷରୁ ୧୬.୮୫ ଲକ୍ଷ ଟଙ୍କା ମଧ୍ୟରେ ବଜାରକୁ ଅଣାଯାଇପାରେ। ଷ୍ଟାଣ୍ଡାର୍ଡ ପେଟ୍ରୋଲ୍ ଭର୍ସନ୍ ଟିଗରଠାରୁ ଏହାର ମୂଲ୍ୟ ୧.୫ ଲକ୍ଷରୁ ୨ଲକ୍ଷ ଟଙ୍କା ଅଧିକ ହୋଇପାରେ, ଯାହାର ପ୍ରାରମ୍ଭିକ ମୂଲ୍ୟ ୭.୮୧ ଲକ୍ଷ ଟଙ୍କା ରହିଛି।