ଗଜପତି - The Sakala
ଗଜପତିର ୧୭ ପ୍ରକଳ୍ପରୁ ପାଣି ଶୋଷୁଛି ଆନ୍ଧ୍ର, ୩୩ ବର୍ଷ‌ରେ ଟଙ୍କାଟିଏ ବି କର ପୈଠ କରିନି
ପାରଳାଖେମୁଣ୍ଡି : ଗଜପତିର ଜମି, ଜଳ, ଜଙ୍ଗଲ ଉପରେ ସବୁବେଳେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହି ଆସିଛି। ଜିଲ୍ଲା ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଜଳକୁ ନେଇ ଅନେକ ବିବାଦ ରହିଛି। ଏପରିକି, ବଂଶଧାରା ଓ ମହେନ୍ଦ୍ରତନୟା ଜଳକୁ ନେଇ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। କିନ୍ତୁ, ଆନ୍ଧ୍ର ନିଜେ ଓଡ଼ିଶା ଚୁକ୍ତି କରି ତାହାକୁ ଖିଲାପ କରି ଚାଲିଥିବା ଦେଖିବାକୁ ମିଳୁଛି। ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ଜଳରେ ଆନ୍ଧ୍ରର ଲକ୍ଷଲକ୍ଷ ଏକର ଚାଷ ଜମି ଶସ୍ୟଶ୍ୟାମଳା ହେଉଛି। ବର୍ଷକୁ ତିନିଥର ପନିପରିବା, ଧାନ, ମାଛ ଚାଷ ହେଉଥିବା ବେଳେ ଚୁକ୍ତି ଭିତ୍ତିରେ ଦେବାକୁ ଥିବା ଜଳକର ବାବଦକୁ କିନ୍ତୁ ଟଙ୍କାଟିଏ ବି ଦେଇନାହିଁ।
ଜିଲ୍ଲାର ୧୭ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ବର୍ଷତମାମ ଆନ୍ଧ୍ର ପାଣି ନେଉଛି। ଏଥିପାଇଁ ଆର୍ଥିକ ବର୍ଷ ୧୯୮୮-୮୯ରେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଯେଉଁ ପାଣି ଆନ୍ଧ୍ରକୁ ଯାଉଛି, ତା’ର କର ବା ଟିକସ ଦେବା ପାଇଁ ଚୁକ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ଚୁକ୍ତି ମୁତାବକ ଆନ୍ଧ୍ର ଜଳକର ପୈଠ କରୁନାହିଁ। ଆର୍ଥିକ ବର୍ଷ ୨୦୨୧-୨୨ ସୁଦ୍ଧା ମୋଟ ୪ କୋଟି ୩୨ଲକ୍ଷ ୮୧ହଜାର ୨ଶହ ୧୧ଟଙ୍କାର ଜଳକର ଆନ୍ଧ୍ର ଉପରେ ଗଡ଼ୁଛି। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକର ତଥ୍ୟ ନବୀକରଣ ହୋଇନାହିଁ। ବର୍ତ୍ତମାନ ୨୦୨୫ ଚାଲିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନଃ ଆକଳନ ହୋଇନାହିଁ।
ଉଦ୍‌‌‌ବେଗଜନକ କଥା ହେଲା, ୧୭ ପ୍ରକଳ୍ପ ମଧ୍ୟରେ ବୁରୁଗାମଟେଙ୍କ୍‌, ବୁରୁଗାମନାଳ, ଲକ୍ଷ୍ମୀସାଗର ଓ ରାଧାସାଗର, ଲକ୍ଷ୍ମୀସାଗର ଓ ବୁରୁଗାମଗଡ଼ା ସ୍ଥାନିତ ହୋଇଥିଲେ ମଧ୍ୟ କେତେ ଏକର ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ, ଆନ୍ଧ୍ରକୁ କେତେ ଏବଂ ଓଡ଼ିଶାକୁ କେତେ ଜଳସେଚିତ ହେଉଛି, ତାହାର ତଥ୍ୟ ବିଭାଗ ନିକଟରେ ନାହିଁ।
ଏଠାରେ ସୂଚନାଯୋଗ୍ୟ, ଆନ୍ଧ୍ର ବକେୟା ଥିବା ଜଳକରର ତଥ୍ୟ ଓଡ଼ିଶା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ବାରମ୍ୱାର ପଠାଇ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଜଳକର ପୈଠ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ତଥ୍ୟ ଦେଉନଥିବା ଜଣାପଡିଛି।
ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ ଲାଞ୍ଚ। ନିରଞ୍ଜନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ଜଗଦୀଶ। ସିଡିଏମ୍‌ଓ କାର୍ୟ୍ୟାଳୟ ଓ ଜଗଦୀଶଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି। ନିରଞ୍ଜନଙ୍କ ମଣ୍ଡଳଦେବୀସ୍ଥିତ ବାସଭବନରେ ବି ଭିଜିଲାନ୍ସର ଚଢ଼ାଉ ଜାରି ରହିଛି।
ଛତୁଆ ନେଲା ଦୁଇ ଶିଶୁ କନ୍ୟାଙ୍କ ଜୀବନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍‌ ରାମଗିରି ଗ୍ରାମ‌ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଛତୁଆ ଖାଇ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାଦ୍ବୟ ହେଲେ, ତୁଳସୀ ବଡ଼ମୁଣ୍ଡି ଏବଂ ଗୁଣବତୀ ବଡ଼ମୁଣ୍ଡି। ଏଥିସହ ଶିବଶଙ୍କର ବଡ଼ମୁଣ୍ଡିଙ୍କ ପରିବାରର ଅନ୍ୟ ତିନିଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା ଗୁରୁତର ରହିଛି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା କରାଯାଉଛି।
ସୂଚନାନୁସାରେ, ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଶିବଶଙ୍କରଙ୍କ ପରିବାରର ସମସ୍ତେ ରନ୍ଧା ଛତୁଆ ଖାଇଥିଲେ। ଶୁକ୍ରବାର ଦିନ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଛତୁଆ ବଣ୍ଟନ କରାଯାଇଥିଲା। ଆଜି ସକାଳୁ ଛତୁଆ ଖାଇବା ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ପ୍ରଥମେ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ଶିବ ଶଙ୍କରଙ୍କ ଝିଅ ତୁଳସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ଗୁରୁତରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଗୁରୁତରଙ୍କ ମଧ୍ୟରେ ଶିବ ଶଙ୍କରଙ୍କ ପିତା ଅର୍ଜୁନ ବଡ଼ମୁଣ୍ଡି ଓ ଅନ୍ୟ ଜଣେ ଛୋଟ ଶିଶୁ ଗୁଣବତୀଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ଗୁରୁତର ଥିବା ଗୁଣବତୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ୧୩ ବର୍ଷ ବୟସର ଝିଅ ସୁମିତ୍ରା ଅସୁସ୍ଥ ଥିବାର ଜଣାପଡ଼ିଛି।
ଗଜପତିରେ ପୁଣି ବାଘ ଆତଙ୍କ!
ମୋହନା : ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ରେଞ୍ଜ ପୁରୁଣାପାଣି ଗାଁରେ ବାଘ ଆତଙ୍କ! ଗାଁ ନିକଟ ଜଙ୍ଗଲ ମଧ୍ୟରୁ କ୍ଷତ ବିକ୍ଷତ ମୃତ ବଳଦ ଉଦ୍ଧାର । ଖବର ପାଇଁ ଚନ୍ଦ୍ରଗିରି ରେଞ୍ଜ ଷ୍ଟାପ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଯେହେତୁ ଏହି ଗ୍ରାମଟି ଲଖାରି ଅଭୟାରଣ୍ୟ ଲାଗି ରହିଛି । କିଛି ଦିନ ତଳେ ଚନ୍ଦ୍ରଗିରି ରେଞ୍ଜ କୃଷ୍ଣପୁର ଗ୍ରାମ ନିକଟରେ ଏକ ଗାଈକୁ ମାରି ଥିଲା ବାଘ । ବର୍ତମାନ ପୁଣି ଆଉ ଏକ ବଳଦକୁ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି।
ଓକିଲଙ୍କୁ ଏସିଡ୍ ମାଡ଼, ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ
ଗଜପତି : ଆଇନଜୀବୀଙ୍କ ଉପରେ ଏସିଡି ମାଡ ହୋଇଛି। ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ବେଳେ ଗୁରୁତର ଓକିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରୁ ହୋଇଛି ଏସିଡ ମାଡ। ଆଇନଜୀବୀ ପି.ରାମାରାଓ ଆଜି ଅପରାହ୍ନରେ ଘରେ ଥିବା ସମୟରେ କେହି ତାଙ୍କୁ ଘର ବାହାରେ ଡାକିଥିଲେ। ଏହାପରେ ଆଇନଜୀବୀ  ଘର କବାଟ ଖୋଲିବା ସୟରେ ହେଲିମେଣ୍ଟ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ତାଙ୍କ ଉପରକୁ ଏସିଡ ଫୋପାଡି ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗଜପତିରେ ମାତିଛନ୍ତି ଲୁଟେରା : ଦିବାଲୋକରେ ମହିଳାଙ୍କୁ ଟାର୍ଗେଟ କରି ଝାମ୍ପି ନେଉଛନ୍ତି ସୁନା ଗହଣା
ପାରଳାଖେମୁଣ୍ଡି : ଗୁରାଣ୍ଡି ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ଲୁଟେରା ମାତିଛନ୍ତି । ଗତ କାଲି ପାରଳାଖେମୁଣ୍ଡି ସହରର ନୂଆବସ୍ ଷ୍ଟାଣ୍ଡ ଠାରେ ଜଣେ ମହିଳାଙ୍କ ଠାରୁ ଛିନ୍ ତାଇ କରିଥିବା ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ବୃଦ୍ଧାଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଜଣେ ବୃଦ୍ଧାଙ୍କ ଠାରୁ ଲୁଟେରା ମାନେ ପ୍ରାୟ ୨ ତୁଳାରୁ ଉର୍ଦ୍ଧ ସୁନା ଗହଣା ଲୁଟିନେଇଥିବାର ଜଣାପଡିଛି ।
ପ୍ରକାଶ ଯେ, ଶରଧାପୁର ଗ୍ରାମର ମାଳତୀ ବେହେରା (୬୦) ସାଗ, ପରିବା ଆଦି ବିକ୍ରି କରି ଗୁଜାରଣ ମେଣ୍ଟାଇଥାନ୍ତି । ସବୁ ଦିନ ପରି ଆଜି ମଧ୍ୟ ସେ ସାଗ ବିକ୍ରି କରିବାପାଇଁ ନିକଟସ୍ଥା ଗ୍ରାମ ବାଘଶଳା, ବାପୁଜୀପେଣ୍ଠ ଆଦି ଗ୍ରାମକୁ ଚାଲି ଚାଲି ଯାଇ ଆସୁଥିଲେ । ହେଲେ ସକାଳ ପ୍ରାୟ ୮.୩୦ ସମୟରେ ଶରଧାପୁର ଗ୍ରାମ ବ୍ରିଜ୍ ପୂର୍ବରୁ ଦୁଇଜଣ ଲୁଟେରା ମୋଟର ସାଇକେଲରେ ଆସି ମାଳତୀଙ୍କୁ କେଉଁ ଗ୍ରାମ ବୋଲି ପଚାରି ଥିଲେ । ମାଳତୀ ଶରଧାପୁର ଗ୍ରାମ ବୋଲି ଉତ୍ତର ଦେଇଥିଲେ । ଏହାପରେ ଦୁଇ ଜଣ ବାଘଶଳା ଗ୍ରାମ ପଟେ ଯାଇ ପୁଣି ଫେରି ବୃଦ୍ଧାଙ୍କୁ ପଛପଟରୁ ଧରି ନେଇ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଲଟାବୁଦାକୁ ଟେକି ନେଇଥିଲେ । ସେଠାରେ ବୃଦ୍ଧା ବେକରେ ପରିଧାନ କରିଥିବା ଦୁଇ ତୁଳା ସୁନା ଗହଣାକୁ ଯୋର୍ ଜବରଦସ୍ତ ଭାବେ ଛାଡାଛଡି କରି କାଡିଥିବା ନେଇ ବେଳେ ବୃଦ୍ଧା ଜଣକ ଧରିଥିବା ସମସ୍ତ ଜିନିଷ ତଥା ଘର ଏବଂ ଆଲମିରାର ଚାବିକାଠି, କିଛି ଟଙ୍କା ଆଦିକୁ ମଧ୍ୟ ନେଇଯାଇଥିଲେ । ଏହି ସମୟରେ ବୃଦ୍ଧା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ବାପୁଜୀପେଣ୍ଠ ଗ୍ରାମ ଲୋକେ ପହଞ୍ଚିଲାବେଳକୁ ଦୁଇ ଲୁଟେରା ମୋଟରସାଇକେଲ ଯୋଗେ ଦ୍ରୁତଗତିରେ ପଳାୟନ କରିଥିବାର ଦେଖିବାକୁ ପାଇଥିଲେ । ଲୁଟେରା ଦ୍ବୟ ବାଘଶଳା ଗ୍ରାମ ଦେଇ ଯାଇଥିବାର କିଛି ପ୍ରତ୍ୟେକ୍ଷଦର୍ଶୀ ଜଣାଇଛନ୍ତି ।
ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ତାଙ୍କ ଦଳୀୟ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଏପରି ବାଇକ ଯୋଗେ ଆସି ଲୁଟେରା ମାନେ ମହିଳାମାନଙ୍କୁ ଟାର୍ଗେଟ କରୁଥିବାର ଆଲୋଚନା ହେଉଛି । ଗତକାଲି ପାରଳାଖେମୁଣ୍ଡି ସହରର ବସଷ୍ଟାଣ୍ଡ ଠାରେ ଚଳଚଞ୍ଚଳ ମଧ୍ୟରେ ଜଣେ ମହିଳାଙ୍କ ଠାରୁ ପ୍ରାୟ ୪ ତୁଳା ସୁନା ଝାମ୍ପି ନେଇଥିବାର ସୂଚନା ରହିଛି । ପାରଳାଖେମୁଣ୍ଡି ଛିନତାଇ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଠାରେ ଏପରି ଘଟଣାକୁ ନେଇ ନାନାଦି ଚର୍ଚ୍ଚା ହେଉଛି । ମହିଳା ମାନେ ସୁନା ଗହଣା ବେକରେ ପିନ୍ଧୁଥିବାର ଦେଖି ଲୁଟେରା ମାନେ ଟାର୍ଗେଟ କରି ଲୁଟୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରି ଦିନ ଦିପହରରେ ଲୁଟେରା ମାନଙ୍କ ଉତ୍ପାତ ବଢି ଚାଲିଥିବାରୁ ଲୋକେ ବିଶେଷ କରି ମହିଳାମାନେ ଭୟର ବାତାବରଣରେ ରହୁଥିବାର ଜଣାପଡିଛି ।
ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ଗିରଫ
ମୋହନା : ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ଉଭୟ ଥାନା ଅଞ୍ଚଳରୁ ୧୦ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ କଣ୍ଟେନର ଓ ଗୋଟିଏ କାର ସହ ୪ ଜଣକୁ ଗିରଫ କରାଯାଇଛି । ମୋହନା ଥାନା କମଳାପୁର ଛକରୁ ଏକ କଣ୍ଟେନରରୁ ୭ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ବିରିକୋଟି ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବୋରେଲି ଅଞ୍ଚଳର ମହମ୍ମଦ ଅଲ୍ଲୀ ଓ ତସଲିମ ଖାନକୁ ଗିରଫ କରାଯାଇଛି।
ସେହିପରି ଆର.ଉଦୟଗିରି ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏକ କାର ସହ ୨୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ମିନୁ ବର୍ଦ୍ଧନ ଓ ସିଦ୍ଧାନ୍ତ କରାଡ଼କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ସ୍ୱାତୀ ଏସ କୁମାର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗଜପତି ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା
ଭୁବନେଶ୍ୱର : ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍‌‌ ମିଳିଛି। ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍‌‌ଟିଏସ୍‌‌ଏସ୍‌‌) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି।
ଚାରି କୋଣିଆ ଆକୃତିର ଛାଞ୍ଚରେ ପ୍ରସ୍ତୁତ କରାଗଲେ ତାକୁ ପାତାଳି ଗୁଡ଼ ଓ ସ୍ୱଳ୍ପ ପରିମାଣରେ ତରଳ ଭାବେ ପ୍ରସ୍ତୁତ କରାଗଲେ ତାକୁ ରୁବ୍‌‌ ଗୁଡ଼ କୁହାଯାଏ। ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଏହି ଗୁଡରେ କୌଣସି ପ୍ରାକୃତିକ ବା କୃତ୍ରିମ ରଙ୍ଗ ମିଶାଯାଇ ନଥାଏ। ଖଜୁରୀର ରଙ୍ଗ ପରି ଏହାର ରଙ୍ଗ ମଧ୍ୟ ବାଦାମୀ ହୋଇଥାଏ। ଖଜୁରୀ ଗୁଡ଼ ଉପରେ ଗବେଷଣା କରୁଥିବା ବୌଜ୍ଞାନିକ ଡ. ପି କାର୍ତ୍ତିଗେୟନ୍‌‌ କହିଛନ୍ତି, ଏହା ଖୁବ୍‌‌ ସ୍ୱାଦିଷ୍ଟ ହୋଇଥାଏ। ଏହାସହ ଭିଟାମିନ୍‌‌ ଓ ଆଇରନ୍‌‌ ପ୍ରଦାନ କରିଥାଏ। ଚିନିର ମାତ୍ରା କମ୍‌‌ ରହୁଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇପାରିବେ ବୋଲି କହିଛନ୍ତି। ୨୦୨୦ ମସିହା ଜୁନ୍‌‌ ୧୨ ତାରିଖରେ ଏହାକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ ହୋଇଥିଲା। ଯାହାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି।
ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍ ଦୁର୍ଘଟଣା, ୧୫ରୁ ଉର୍ଦ୍ଧ ଆହାତ
ସାନଖେମୁଣ୍ଡି: ଗଞ୍ଜାମ – ଗଜପତି ସୀମାନ୍ତ ମୁଖ୍ୟ ରାସ୍ତା ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଗୁପ୍ତେଶ୍ୱର ନାମକ ବରଯାତ୍ରୀ ବସ୍ ଦୁର୍ଘଟଣା । ଉକ୍ତ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ପାଟପୁର ବାରମୁଣ୍ଡୁଳି ଗ୍ରାମର ମମତା ପଣ୍ଡା, ପ୍ରଭାସିନୀ ବିଷୋୟୀ, ରାମହରି ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ଦିଗପହଣ୍ଡି ଥାନା ଭିସ୍ମଗିରି ଗ୍ରାମର ଚିନ୍ମୟ ମାହାନ୍ତି, ଲକ୍ଷ୍ମଣ ଦିକ୍ଷୀତି, ନିତ୍ୟାନନ୍ଦ ଦିକ୍ଷିତି, ସନ୍ତୋଷ ରଥ, ଏସ.ଟିକରପଡ଼ା ଗ୍ରାମର କୁମାରୀ ପାତ୍ର, ବନିତା ପାତ୍ର, ପେଣ୍ଠl ଗ୍ରାମର ସୁରେଶ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ସିମାଞ୍ଚଳ ପଣ୍ଡା, ଲଣ୍ଡା ଗୌଡ଼, ମହେଶ ବିଶ୍ୱାସରାୟ, ଲକ୍ଷ୍ମୀକାନ୍ତ ବିଶ୍ୱାସରାୟ, କିଶୋର ସାହୁ।
ସୂଚନା ମୁତାବକ ଦିଗପହଣ୍ଡି ଥାନା ମେଘୋଝୋଲି ଗ୍ରାମ ନିକଟ ପେଣ୍ଠl ଗ୍ରାମରୁ ଗୁପ୍ତେଶ୍ୱର ନାମକ ଏକ ବସରେ ବାହାଘର କାର୍ଯ୍ୟରେ ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମରେ ଯୋଗ ଦେଇ ନିଜ ଗାଁ ପେଣ୍ଠlକୁ ଫେରୁଥିବା ବେଳେ ତପ୍ତପାଣି ଘାଟି ନିକଟରେ ଗାଡ଼ିର ବ୍ରେକଫେଲ୍ ହୋଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ରାସ୍ତା କଡରେ ଥିବା ପଥରକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ରେ ବସିଥିବା ୧୫ରୁ ଉର୍ଦ୍ଧ ଜଣ ଆହତ ହୋଇଥିଲେ। ଖବର ପାଇ ସାନଖେମୁଣ୍ଡି ଅଗ୍ନିସମ ବାହୀନି, ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଟୋ, କାର, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ିରେ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦିଗପହଣ୍ଡି ମେଡ଼ିକାଲରେ ଆସିକା ଏସ ଡି ପି ଓ ସଞ୍ଜୟ ମହାପାତ୍ର, ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ପହଞ୍ଚି ଆହାତ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍ କୁ ଜବତ କରିଥିବା ଜଣାପଡ଼ିଛି ।
ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଗଜପତି: ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲା ଅଭିଷେକ ଆରାଧନା। ଏହି ଅବସରରେ ସାମିଲ ହୋଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଜିରାଙ୍ଗରେ ଭଗବାନ ବୁଦ୍ଧଙ୍କ ମନ୍ଦିର ଦର୍ଶନ କରିବା ସହ ବୌଦ୍ଧ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର ଆରାଧନାରେ ସାମିଲ ହୋଇଥିଲେ। ଭଗବାନ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଧ୍ୟାନ କରିବା ସହ ପୂଜକଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ୮ ଦିନ ଧରି ଚାଲିଥିବା ଅଭିଷେକ ଉତ୍ସବର ଆଜି ଥିଲା ଶେଷ ଦିନ। ଏହି ଅବସରରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅଭିଷେକ ପୂଜାର୍ଚ୍ଚନାରେ ଦେଶ ବିଦେଶରୁ ୨ ହଜାରରୁ ଅଧିକ ଉପାସକ ସାମିଲ ହୋଇଥିଲେ। ଏଠାରେ ରହୁଥିବା ତୀବତୀୟଙ୍କ ଲାଗି ରାସନ କାର୍ଡ, ଭୋଟର କାର୍ଡ ସହ ଭତ୍ତା ପ୍ରଦାନ ସୁବିଧା କରିଛନ୍ତି ସରକାର। ଏଥିଲାଗି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୌଦ୍ଧ ବିହାର କର୍ତ୍ତୃପକ୍ଷ।
କାଶୀନଗରରେ ବିକାଶର ହିସାବ ଦେଲେ ୫ଟି ଅଧ୍ୟକ୍ଷ: ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ୧୨୦ କୋଟି
ଗଜପତି: ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ପ୍ରାୟ ୧୨୦ କୋଟି ଟଙ୍କା। କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମେ’ ୧୦ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ। ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
ଗୁମ୍ମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲ କରିବାକୁ ମଂଜୁରୀ ମିଳିଛି। ପାରଳାଖେମୁଣ୍ଡିରେ ୪ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦କୋଟି ଟଙ୍କା, ପାରଳାଖେମୁଣ୍ଡି ଏସକେସିଜି କଲେଜର ଉନ୍ନତିକରଣ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଫାଇଭ୍-ଟି ରୂପାନ୍ତରଣ ଲାଗି ୫୦ଲକ୍ଷ ଟଙ୍କା, ଗୁମ୍ମା ଏସସି ଏସଟି ବିଭାଗର ତୁମୁଲ ହାଇସ୍କୁଲ ପାଇଁ ୫୦ଲକ୍ଷ, କୃଷ୍ଣସାଗର ପାଇଁ ୩କୋଟି ୧୦ଲକ୍ଷ, ରାମସାଗର ପାଇଁ ୩କୋଟି ୫୦ ଲକ୍ଷ, ଗଜପତି ସାଗର ଉନ୍ନତିକରଣ ପାଇଁ କୋଟିଏ ୪୦ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି। ପିଇବା ପାଣି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚାଇବାକୁ କାମ ଆରମ୍ଭ ହେବ। ୭ମାସ ଭିତରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ୧୧୮ କୋଟି ୩୦ଲକ୍ଷ ମଂଜୁର କରାଯାଇଛି। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ନେଇ ୧୦ଦିନ ଭିତରେ ଖୁସି ଖବର ପାଇବେ। ସ୍ବଚ୍ଛତାର ସହ ସରକାରୀ ଅନୁଦାନ ଖର୍ଚ୍ଚ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।
ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଛି। ଖୁବ୍ ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ। ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କସେବା ସୁବିଧା । ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନଥିବା ଲୋକଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ଆବେଦନ କରିବାକୁ କହିଛନ୍ତି ୫ଟି ଅଧ୍ୟକ୍ଷ। ଗାଁର ପ୍ରତି ପରିବାରକୁ ମିଳିବ ସ୍ବାସ୍ଥ୍ୟକାର୍ଡ। ଗରିବ ଜନତାଙ୍କ ପରିବାରରେ ବଡ଼ ରୋଗ ଆସିଲେ ଦୃଢ ଇଚ୍ଛାଶକ୍ତି ସହ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଶକ୍ତ କରୁଛନ୍ତି। ଏହି ସରକାର ଲୋକଙ୍କ ସରକାର । ଭଲ କାମ କରି ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ଆଜି ‘୫-ଟି’ ଅଧ୍ୟକ୍ଷଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି: ଆଜି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ଉଭୟ ପ୍ରଶାସନ ଓ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ସମୟରେ ହେଲିକପ୍ଟର୍‌ରେ ବାହାରି ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ପଡ଼ିଆରେ ଦିନ ୧୧.୧୦ରେ ପହଞ୍ଚିବା ପରେ ଗଜପତି ଷ୍ଟାଡିୟମ୍‌ଠାରେ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେବେ ‘୫-ଟି’ ଅଧ୍ୟକ୍ଷ। ଏହାପରେ ମଧ୍ୟାହ୍ନ ୧୨.୦୫ରେ କାଶୀନଗର ଯିବେ। ମଧ୍ୟାହ୍ନ ୧୨.୨୦ରେ କାଶୀନଗରସ୍ଥିତ ବାରାଣାସୀ ହାଇସ୍କୁଲ ପଡ଼ିଆରେ ଅବତରଣ କରିବେ। ସେଠାରୁ କାଶୀନଗର ସହରର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଦିନ ୧.୧୫ରେ ହେଲିକପ୍ଟର ଯୋଗେ ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିର ଯିବେ। ରାମଗିରିରେ ସାଧାରଣ ସଭାରେ ଯୋଗ ଦେବା ପରେ ଦିନ ୨.୧୫ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ଗଜପତି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ ମହାନ୍ତି ଓ ପାରଳାଖେମୁଣ୍ଡି ଏସ୍‌‌ଡିପିଓ ମାଧବାନନ୍ଦ ନାୟକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସେହିପରି ସାଧାରଣ ସଭା ଲାଗି ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।