କଟକ - The Sakala

କଟକ ଏସ୍‌ସିବି ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ଜଣ ରୋଗୀଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ରାଜ୍ୟର ସର୍ବବୃହତ ସ୍ୱାସ୍ଥ୍ୟକେନ୍ଦ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଆଜି ଭୋରରୁ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟିଯାଇଛି। ମେଡିକାଲର ଏକ ୱାର୍ଡରେ ନିଆଁ ଲାଗିଯିବା ଫଳରେ ୧୦ ଜଣ ରୋଗୀଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ କମିସନର ଏହି ଅଭାବନୀୟ ଘଟଣା ସମ୍ପର୍କରେ ପ୍ରାଥମିକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଏବଂ ଧୂଆଁ ବ୍ୟାପିଯିବାରୁ ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା। ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ହସ୍‌ପିଟାଲ କର୍ମଚାରୀ ଓ ନିଜସ୍ୱ ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବାହାରୁ ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ପ୍ରବଳ ଧୂଆଁ ଏବଂ ନିଆଁ ଯୋଗୁଁ ରୋଗୀମାନେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଗୁରୁତର ଅବସ୍ଥାରେ ଥିବା ଆଇସିୟୁ ରୋଗୀମାନଙ୍କୁ ତୁରନ୍ତ ହସ୍‌ପିଟାଲର ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ସର୍ଟସର୍କିଟ ଯୋଗୁଁ ଘଟିଛି ନା ଏଥିରେ ପ୍ରଶାସନିକ ଅବହେଳା ରହିଛି, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ମେଡିକାଲ ପରିଚାଳନାଗତ ତ୍ରୁଟି ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏସ୍‌ସିବି ମେଡିକାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ସେ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏହି ହୃଦୟବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏହା ସହ ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର
ପାରିବାରିକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନା ବିବାଦକୁ ନେଇ ଓଲିଉଡ୍‌ର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ଓ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସାତ୍ୟକି କଟକ ଡିସିପିଙ୍କୁ ଭେଟିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ପରିବାରର ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

'କଟକ ଷ୍ଟୁଡେଣ୍ଟ ଷ୍ଟୋର' ମାଲିକାନାକୁ ନେଇ ବିବାଦ

କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ଓ ବିକ୍ରୟ କେନ୍ଦ୍ର 'କଟକ ଷ୍ଟୁଡେଣ୍ଟ ଷ୍ଟୋର'ର ମାଲିକାନାକୁ ନେଇ ଏହି ବିବାଦ ଉପୁଜିଛି। ସାତ୍ୟକିଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରତିଷ୍ଠାନଟି ତାଙ୍କ ଜେଜେବାପାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପରେ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ବେଆଇନ ଭାବେ ଏହି ବ୍ୟବସାୟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି।

ଘରେ ପଶି ଆକ୍ରମଣ ଓ ହତ୍ୟା ଧମକ

ଅଭିନେତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ଜୋରଜବରଦସ୍ତି ତାଙ୍କ ଘରେ ପଶି ୮୪ ବର୍ଷୀୟ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଘରର ମହିଳା ସଦସ୍ୟଙ୍କ ସହ ମଧ୍ୟ ଅଭଦ୍ର ଆଚରଣ କରାଯାଇଥିଲା। ଏହି ଘଟଣା ପରେ ସାତ୍ୟକି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦର୍ଶାଇ ସେ ଡିସିପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଭୟରେ ଅଭିନେତାଙ୍କ ପରିବାର

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାତ୍ୟକି କହିଛନ୍ତି ଯେ, "ମାମଲା ପ୍ରତ୍ୟାହାର କରିବାକୁ ମୋ ଉପରେ ଚାପ ପକାଯାଉଛି। ଆପୋଷ ବୁଝାମଣା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ମୁଁ ପୋଲିସର ଆଶ୍ରୟ ନେଇଛି। ବର୍ତ୍ତମାନ ମୋ ପିଲାମାନଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ଅଛି।" ତେବେ ଏହି ଅଭିଯୋଗ ସମ୍ପର୍କରେ ଅଭିଯୁକ୍ତ ସବ୍ୟସାଚୀ ଓ ସୌମିତ୍ରୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଦ୍ୱିତୀୟ ପତ୍ନୀଙ୍କୁ ମିଳିବନି ସରକାରୀ ପେନସନ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ: ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି ପେନସନ’ ପାଇବା ପାଇଁ ହକଦାର୍‌ ନୁହଁନ୍ତି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବା ସମୟରେ କୌଣସି ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଆଇନତଃ ଗ୍ରହଣୀୟ ନୁହେଁ ଏବଂ ଏଭଳି ସ୍ଥିତିରେ ଦ୍ବିତୀୟ ସ୍ତ୍ରୀ ପେନସନ ଦାବି କରିପାରିବେ ନାହିଁ।

କୋର୍ଟ ଦର୍ଶାଇଛନ୍ତି ଯେ, ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଅପରାଧ। ଯେଉଁ ବିବାହ ଆରମ୍ଭରୁ ହିଁ ବେଆଇନ ବା ଅସିଦ୍ଧ, ତାହା ପରବର୍ତ୍ତୀ ସମୟରେ କିମ୍ବା ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ତେଣୁ ଦ୍ୱିତୀୟ ପତ୍ନୀଙ୍କ ପେନସନ ଦାବିକୁ କୋର୍ଟ ଖାରଜ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଓଡ଼ିଶା ସିଭିଲ ସର୍ଭିସେସ (ପେନସନ) ନିୟମାବଳୀ-୧୯୯୨ର ଉଲ୍ଲେଖ କରିଛନ୍ତି। ନିୟମାବଳୀ ଅନୁଯାୟୀ, ପେନସନ ପାଇବା ପାଇଁ ଜଣେ ‘ବୈଧ ପତ୍ନୀ’ ହେବା ଅପରିହାର୍ଯ୍ୟ। ଦ୍ୱିତୀୟ ପତ୍ନୀଙ୍କୁ ପେନସନ ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି କୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି।

କଟକରେ ଆତଙ୍କ; ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ
କଟକ: କଟକ ସଦର ଥାନା ଅନ୍ତର୍ଗତ ସାର୍ତୋଳ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଥିବା ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ଏଭଳି ମରଣାନ୍ତକ ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଶଙ୍କରପୁର ଅଞ୍ଚଳର ଲକି ରାଉତ୍।

ସୂଚନା ମୁତାବକ, ଦୁର୍ବୃତ୍ତମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲକିଙ୍କୁ ଉଦ୍ଧାର କରିଥିଲା। ତାଙ୍କ ଶରୀରରେ ଗଭୀର କ୍ଷତ ରହିଥିବାରୁ ଏବଂ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୋଲିସ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କିଛି କାରଣ, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ
କଟକ: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ।

ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଆବେଦନକାରିଣୀଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ଦର୍ଶାଇଛନ୍ତି ଯେ, ନିଯୁକ୍ତି ନିୟମିତ ପାଇଁ ଓଟିଇଟି ବାଧ୍ୟତାମୂଳକ ନୁହେଁ। ଅଧିକାରୀମାନଙ୍କ ତ୍ରୁଟି ଯୋଗୁଁ ଆବେଦନକାରିଣୀଙ୍କୁ ୮ ବର୍ଷର ସେବା ସୁବିଧା ନ ଦେବା ଅସାମ୍ବିଧାନିକ। ଜିଲାପାଳଙ୍କ ଯାଞ୍ଚ ରିପୋର୍ଟକୁ ଅଣଦେଖା କରିବା ଭୁଲ ଥିଲା। ଏଥିସହ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରିଣୀଙ୍କୁ ୨୦୦୮ ମସିହା ଫେବ୍ରୁଆରୀ ୨ ତାରିଖରୁ ନିୟମିତ ବୋଲି ଧରାଯାଉ ଏବଂ ସମସ୍ତ ଆର୍ଥିକ ଲାଭ ତିନି ମାସ ମଧ୍ୟରେ ପ୍ରଦାନ କରାଯାଉ।

କଟକ ପାଇଁ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି: ଖର୍ଚ୍ଚ ହେଲାଣି ୨୪ କୋଟି, ସୁଧୁରୁନି ସହରର ସ୍ଥିତି
କଟକ: ଏବେ ଦିଲ୍ଲୀ ପ୍ରଦୂଷଣ ଦେଶରେ ଚିନ୍ତାଜନକ ହୋଇଥିବା ବେଳେ କଟକ ପାଇଁ ମଧ୍ୟ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି ବାଜିଲାଣି। ଶୀତ ଋତୁରେ ପ୍ରଦୂଷଣ ସ୍ତର ସୀମା ଅତିକ୍ରମ କରିଥିବା ବେଳେ ଧୂଳି ଓ ଯାନବାହନ ଧୂଆଁ ପାଇଁ ସହରର ବାୟୁ ପ୍ରଦୂଷଣ ବେଶୀ ହେଉଥିବା କୁହାଯାଉଛି। ଅନ୍ୟପଟରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ କଟକ ସହରରେ ବିଗତ ୬ବର୍ଷ ମଧ୍ୟରେ ୨୪କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ଏହାର ସୁଫଳ ମିଳିପାରିନି। ଆସନ୍ତା ୨୦୨୬ରେ କଟକ ସହରକୁ ବାୟୁ ପ୍ରଦୂଷଣମୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ମଧ୍ୟ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ନେଇ ସତର୍କ କରି ଆସିଥିବାର ନଜିର ରହିଛି।

ରାଜ୍ୟର ଯେଉଁ କେତେଗୋଟି ସହରରେ ବାୟୁ ପ୍ରଦୂଷଣ ସ୍ଥିତି ସଂଗୀନ ରହିଛି ସେଥିମଧ୍ୟରେ କଟକ ସହର ସ୍ଥାନିତ ହୋଇଛି। ନୂତନ ମାନଦଣ୍ଡ ଅନୁସାରେ ପିଏମ ୨.୫ ଓ ପିଏମ ୧୦ର ସ୍ତର କମାଇ ଦିଆଯାଇଛି। ଏହି ସ୍ଥିତିରୁ ସୁଧାରିବା ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଇତିମଧ୍ୟରେ ବର୍ଷାଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସହରରେ ବାୟୁ ପ୍ରଦୂଷଣ ବଢିଚାଲିଛି। ସହରର ବାଦାମବାଡ଼ିରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ତଥ୍ୟ ଅନୁସାରେ କଟକ ସହରରେ ନାଇଟ୍ରୋଜେନ ଡାଇଆକ୍‌ସାଇଡକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି କାରଣ ସର୍ବାଧିକ ପ୍ରଦୂଷଣ ଯାନବାହନ ଜନିତ ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ଯାନବାହନ ଓ ନିର୍ମାଣ କାର୍ଯ୍ୟ ଦ୍ୱାରା ସହରର ବାୟୁ ପ୍ରଦୂଷଣ ଅଧିକ ହେବାରେ ଲାଗିଛି। କଟକ ସହରରେ ପିଏମ ୧୦ ଆଧାରରେ ୬୦ ଓ ପିଏମ୨.୫ଆଧାରରେ ୪୦ ରହିବା କଥା; ହେଲେ ଏହା ଅଧିକ ରହିଆସୁଛି। ସହରର ୪ଟି ସ୍ଥାନରେ ବାୟୁ ପ୍ରଦୂଷଣ ଯାଞ୍ଚ କରାଯାଉଛି। ବ୍ୟସ୍ତବହୁଳ ବାଦାମବାଡି, ଲିଙ୍କରୋଡ ଓ ବାରବାଟୀ ଷ୍ଟାଡିୟମ, ସିଡିଏ ନିକଟରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି।

ବେଧଡକ ବାଲି ପରିବହନ ପାଇଁ ସହରର ଅଧିକାଂଶ ରାସ୍ତାଘାଟରେ ଏବେ ବାଲିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳୁଛି। ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସିଏମସିକୁ ଗତ ୬ବର୍ଷରେ ୨୪କୋଟି  ଟଙ୍କା ଦିଆଯାଇଥିବା ଜଣାପଡିଛି। ଯାନ୍ତ୍ରିକ ସଫେଇ ଦ୍ୱାରା ସହରର ରାସ୍ତାଘାଟକୁ ଧୂଳିବାଲିରୁ ମୁକ୍ତ ରଖିବା ଯୋଜନା ଫଳପ୍ରଦ ହୋଇନାହିଁ। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜ ଆଡୁ ମାମଲା କରି ନିୟମ ଉଲ୍ଲଘଂନ କ୍ଷେତ୍ରରେ ନୋଟିସ ଜାରି କରିବା ଉପରେ ନିକଟରେ ଓଡିଶା ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାଁଭାଁ ନୋଟିସ କରିଥିବା ଜଣାପଡିଛି। ୨୦୧୯ ମସିହା ଅଗଷ୍ଟ ମାସ ପରେ ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ପ୍ରଦୂଷଣ ପ୍ରମାଣ ପତ୍ରକୁ କଡାକଡି କରିବା ପାଇଁ ସବୁ ଆରଟିଓଙ୍କୁ ଚିଠି ହୋଇଥିଲା। ୨୦୨୦ ଜାନୁଆରୀ ମାସରୁ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ବହୁ ଗାଡି ରାସ୍ତାରେ ଚଳାଚଳ କରିବା ପାଇଁ ପ୍ରଦୂଷଣ ଦୃଷ୍ଟିକୋଣରୁ ଅଯୋଗ୍ୟ ଥିଲେ ମଧ୍ୟ ଏଗୁଡିକ ବେଧଡକ ଗଡୁଛି।

ଏସ୍‌ସିବିରେ ଡାଏଲିସିସ୍‌ ବନ୍ଦ ! ୨ ମାସ ହେବ ମିଳୁନି ପିଡି ଫ୍ଲୁଇଡ୍‌
କଟକ: ଜଟିଳ ବୃକ୍‌କ (କିଡ୍‌ନୀ) ରୋଗରେ ଆକ୍ରାନ୍ତଙ୍କୁ ବଡ଼ ମେଡିକାଲରେ ଡାଏଲିସିସ୍‌ ସେବା ମିଳୁନାହିଁ। ପିଡି ଫ୍ଲୁଇଡ୍‌ ନଥିବାରୁ ନେଫ୍ରୋଲୋଜି ବିଭାଗରେ ଏହି ଚିକିତ୍ସା ବ୍ୟବସ୍ଥା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଆଜି ୨୧ଜଣ ରୋଗୀ ଏଭଳି ଅଭିଯୋଗ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିଛନ୍ତି। ୭୦ରୁ ଅଧିକ ରୋଗୀ ଏହି ସମସ୍ୟା ଭୋଗୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ(ଓଏସ୍‌ଏମସି) ପିଡି ଫ୍ଲୁଇଡ୍‌ ଯୋଗାଇବା ବନ୍ଦ କରିଥିବା ବେଳେ ଡିଏମଇଟିଙ୍କ କାର୍ଯ୍ୟାଳୟରୁ ଅର୍ଥ ମଞ୍ଜୁର ନହେବା ଯୋଗୁଁ ବୃକ୍‌କ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଥିବା ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର୍‌ ଡଃ ଗୌତମ ଶତପଥୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ପ୍ରକାଶଥାଉକି, ବଡ଼ ମେଡିକାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ଗୋଟିଏ ପରେ ଗୋଟିଏ ବିଭାଗ ଏବେ ରୋଗୀଙ୍କୁ ମୌଳିକ ଚିକିତ୍ସା ଯୋଗାଇଦେବା ନିମନ୍ତେ ମଧ୍ୟ ସରକାରୀ ଅର୍ଥକୁ ଅପେକ୍ଷା କରି ରହୁଛନ୍ତି। ଡାଏଲିସିସ୍‌ ନିମନ୍ତେ ପିଡି ଫ୍ଲୁଇଡ୍‌ର ଆବଶ୍ୟକତା ରହିଛି। ବୃକ୍‌କ ଅକାମୀ ହେବାକୁ ଲାଗିଲେ ଡାଏଲିସିସ୍‌ ଜରିଆରେ ପିଡି ଫ୍ଲୁଇଡ୍‌ ବ୍ୟବହାର ଦ୍ୱାରା ରୋଗୀର ରକ୍ତରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ନିଷ୍କାସନ କରାଯାଇଥାଏ। ଦୀର୍ଘବର୍ଷ ଧରି ଏସ୍‌ସିବିରେ ରୋଗୀଙ୍କୁ ନିଃଶୁଳ୍କରେ ଡାଏଲିସିସ ସେବା ଯୋଗାଇ ଦିଆଯାଉଛି। ଓଏସ୍‌ଏମସି ପକ୍ଷରୁ ପିଡି ଫ୍ଲୁଇଡ୍‌ ଯୋଗାଇ ଦିଆଯାଏ। ନଚେତ୍‌ ଡିଏମଇଟି କାର୍ଯ୍ୟାଳୟରୁ ଆସୁଥିବା ଅନୁଦାନ ଟଙ୍କାରେ ଏସ୍‌ସିବି କର୍ତ୍ତୃପକ୍ଷ ପିଡି ଫ୍ଲୁଇଡ୍‌ କ୍ରୟ କରିଥା’ନ୍ତି। ଏବେ ପିଡି ଫ୍ଲୁଇଡ୍‌ ନଥିବାରୁ ଡାଏଲସିସି ବନ୍ଦ ହୋଇ ଯାଇଥିବା ଅଭିଯୋଗ ଉଠିଛି।

ଦେଖନ୍ତୁ କଟକ ପୁଅର ଭାଇରାଲ ଡ୍ୟାନ୍ସ, ନାଚ ଦେଖି ପ୍ରଶଂସା କଲେ ହ୍ରିତିକ୍‌ ରୋଶନ...
କଟକ: ବାଦାମବାଡି ସରକାରୀ ୟୁପି ସ୍କୁଲରେ ଶିଶୁ ଦିବସ ପାଳନ ହେଉଥାଏ। ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ନୃତ୍ୟ କରିବାକୁ କୁହାଯାଇଥିଲା ୫ମ ଶ୍ରେଣୀର ଛାତ୍ର ମିକୁନ ନାୟକଙ୍କୁ। ୧୦ବର୍ଷର ଶିଶୁ ମିକୁନ କୁନିକୁନି ପାଦରେ ବଲିଉଡ୍‌ ମିଶା ହିପ୍‌-ପପ୍‌ ନୃତ୍ୟ କରିଥିଲେ। ଜଣେ ଶିକ୍ଷକ ମିକୁନଙ୍କ ନାଚିବା ବେଳର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରିବା ପରେ ନିଆଁ ଭଳି ଭିଡିଓ ବ୍ୟାପି ଯାଇଥିଲା। ୬ ଦିନ ତଳର ଭିଡିଓକୁ ୬ଲକ୍ଷ ଦର୍ଶକ ସାମାଜିକ ଗଣମାଧ୍ୟମରେ ପସନ୍ଦ କରିଥିବା ବେଳେ ଏଥିରେ କମେଣ୍ଟ ଦେଇଛନ୍ତି ଦେଶର ଅନେକ ନାମିଦାମୀ କଳାକାର। ଖୋଦ୍ ବଲିଉଡ ଅଭିନେତା ହ୍ରିତିକ ରୋଶନ କମେଣ୍ଟ ଜରିଆରେ ମିକୁନଙ୍କ ନୃତ୍ୟକୁ ପ୍ରଶଂସା କରିଛନ୍ତି।

https://www.instagram.com/reel/DRE_aojidB6/?utm_source=ig_web_copy_link&igsh=MzRlODBiNWFlZA==

ଡ୍ୟାନ୍ସର ଧନଶ୍ରୀ ବର୍ମା, କାଏଡେନ ଶର୍ମା, ଆୱେଜ ଦରବାର ପ୍ରମୁଖ ପ୍ରଶଂସାର ବାର୍ତ୍ତା ଛାଡିଛନ୍ତି ଏହି ଭାଇରାଲ ଭିଡିଓରେ। ଶଙ୍କରପୁର ଡିହସାହି ଅଞ୍ଚଳର ଦିବାନି ନାୟକ ଏବଂ ଦେବକୀ ନାୟକଙ୍କ ପୁଅ ହେଉଛନ୍ତି ମିକୁନ୍‌। ବାପା ଜଣେ ଟ୍ରାକ୍ଟର ଡ୍ରାଇଭର। ଶଙ୍କରପୁର ବାରିକ ସାହି ଅଞ୍ଚଳରେ ଥିବା ଏସବି ଡ୍ୟାନ୍ସ ସେଭେନ୍‌ ନାମକ ଏକ ଅନୁଷ୍ଠାନରେ ମିକୁନ ନୃତ୍ୟ ଶିକ୍ଷା କରୁଛନ୍ତି। ପାଠପଢ଼ା ସହିତ ଜଣେ ଭଲ ନୃତ୍ୟ କରୁଥିବା ମିକୁନ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରଧାନଶିକ୍ଷକ ଅଜୟ କୁମାର ବାରିକ କହିଛନ୍ତି।

ଚଣ୍ଡୀ ମନ୍ଦିର ନବକଳେବର ପ୍ରକଳ୍ପ ବାଟବଣା; ଜଗମୋହନରେ ଶୋଉଛି କୁକୁର...
କଟକ: ଆଧ୍ୟାତ୍ମିକତା, ଭାବାବେଗ ଓ କିଂବଦନ୍ତିର ପୃଷ୍ଠାକୁ ଆଧାର କରି ଆରମ୍ଭ ହୋଇଥିବା ଯୋଜନା ଏବେ ରାଜନୀତି ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଛି। ଅଧାଖଣ୍ଡିଆ ହୋଇ ଶୋଇଛି ମା’ କଟକ ଚଣ୍ଡୀମନ୍ଦିରର ନବକଳେବର ପ୍ରକଳ୍ପ। ପୂର୍ବ ସରକାରଙ୍କ ଯୋଜନାକୁ ମାଡ଼ିମକଚି ଲୋଚାକୋଚା କରି ପକାଇଲେଣି ଏବର ସରକାରୀ କଳ। ନବନିର୍ମାଣ ପାଇଁ ତମାମ ମନ୍ଦିରକୁ ଭାଙ୍ଗି ଦିଆଯାଇଛି ସତ, ହେଲେ ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଧୀରେଧୀରେ ଜନଆକ୍ରୋଶର କାରଣ ପାଲଟିଲାଣି। ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ତ ଦୂରର କଥା, ଯୋଜନାର ବାଟବଣା ଶ୍ରଦ୍ଧାଳୁଙ୍କୁ ଯନ୍ତ୍ରଣା ଦେଲାଣି।

୭୦ କୋଟି ଟଙ୍କା ବ୍ୟୟରେ କଟକ ଚଣ୍ଡୀମନ୍ଦିର ପ୍ରକଳ୍ପ ଆରମ୍ଭ ହୋଇଥିଲା। ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗଠନ ପରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅଧିକ ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି)କୁ ମନ୍ଦିରର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ମାର୍କେଟ୍‌ କମ୍ପ୍ଲେକ୍ସ, ପ୍ରସାଦ ସେବନ ଗୃହ ଆଦି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅନ୍ୟ କୌଣସି କାର୍ଯ୍ୟ ଯଥୋଚିତ ଆଗେଇ ପାରିନାହିଁ। ୨୦୨୫ ଡିସେମ୍ୱର ସୁଦ୍ଧା କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ନବୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୁଣା ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ତିଆରି କରାଯିବାକୁ ସ୍ଥିର ହୋଇଥିଲା। ମାତ୍ର ସ୍ଥିତାବସ୍ଥାରୁ ଜଳଜଳ ହୋଇ ଦିଶୁଛି, କଣ୍ଟ ପୂରିବା ବେଳକୁ ପ୍ରକଳ୍ପ ସରିବନି।

ମନ୍ଦିରର ସିଂହଦ୍ୱାର ନିର୍ମାଣ ଶେଷ ହୋଇଛି, ହେଲେ କାମଚଳା ଭଳି। ସିଂହଦ୍ୱାରରେ କୌଣସି ମୂର୍ତ୍ତି ଲଗାଯାଇନାହିଁ କି ଫାଟକ ଖଞ୍ଜା ଯାଇନି। ଉତ୍ତରଦ୍ୱାର ଏବଂ ପଶ୍ଚିମ ଦ୍ୱାରର ହାଲତ ମଧ୍ୟ ସମାନ। ଏଣୁ, ରାତି ହେଲେ ଜଗମୋହନରେ କୁକୁର ଶୋଉଛି ବୋଲି ମନ୍ଦିରର ଜଣେ ସେବାୟତ ଆଲୋଚନା ପ୍ରସଙ୍ଗରେ କହିଛନ୍ତି। ନୂତନ ଭାବେ ନିର୍ମାଣ ହେବାକୁ ଥିବା ମୁଖ୍ୟ ମନ୍ଦିରର ଉଚ୍ଚତା ୪୪ ଫୁଟ୍‌ ହେବ। ଯାହାକି ପୁରୁଣା ମନ୍ଦିରଠାରୁ ପ୍ରାୟ ଦେଢ଼ଗୁଣା ଅଧିକ। ପୁରୁଣା ମନ୍ଦିରର ଉଚ୍ଚତା ୨୫ ଫୁଟ୍‌। ତେବେ ମୁଖ୍ୟମନ୍ଦିର ନିର୍ମାଣ ଯେଉଁଭଳି ଭାବେ ଆଗେଇ ଚାଲିଛି, ତଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଏବଂ ପୂଜାର୍ଚ୍ଚନା କାଠିକର ପାଠ ହେଲାଣି ବୋଲି ସେବାୟତ କହିଛନ୍ତି। ନବକଳେବର ପ୍ରକଳ୍ପ ଆରମ୍ଭ କରାଯିବା ବେଳେ ପାର୍ଶ୍ବ ଦେବଦେବୀଙ୍କ ପୀଠ ଭାଙ୍ଗି ଦିଆଯାଇଥିଲା। ଗତ ୯ ମାସ ହେଲାଣି ପାର୍ଶ୍ବ ଦେବଦେବୀ ନିକଟସ୍ଥ ଶିବ ମନ୍ଦିର ଭିତରେ ରହି ପୂଜା ପାଉଛନ୍ତି। ପାର୍ଶ୍ବ ଦେବଦେବୀଙ୍କ ପାଇଁ ଆସ୍ଥାନ ମଧ୍ୟ ଏଯାଏଁ ନିର୍ମାଣ କରାଗଲା ନାହିଁ। ସେହିପରି ମନ୍ଦିର ନିକଟରେ ଥିବା ଦୋକାନ ଗୃହଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। କ୍ଷତିପୂରଣ ଉଦ୍ଦେଶ୍ୟରେ ୧୮ଟି ଦୋକାନ ଗୃହ ନିର୍ମାଣ ହୋଇଛି। ହେଲେ ଦୋକାନଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ଦୋକାନ ଘରଗୁଡ଼ିକ ମନ୍ଦିର ପରିଚାଳନା କମିଟିକୁ ମଧ୍ୟ ହସ୍ତାନ୍ତର କରାଯାଇନାହିଁ।
ଅକ୍ଟୋବର ସୁଦ୍ଧା ମନ୍ଦିରରୁ ଜଳ ନିଷ୍କାସନ ବ୍ୟବସ୍ଥା କାମ ସାରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତାରିଖ ଶେଷ ହୋଇଥିଲେ ସୁଦ୍ଧା ଡ୍ରେନେଜ୍‌ କାମ ଶେଷ ହୋଇପାରିଲା ନାହିଁ। ଏଣୁ, ଅଦିନିଆ ବର୍ଷା ହେଲେ ମନ୍ଦିର ଭିତରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ମନ୍ଦିରର ଏଭଳି ଅସମ୍ପୂର୍ଣ୍ଣ କାର୍ଯ୍ୟ କେବେ ଯେ ସମ୍ପୂର୍ଣ୍ଣ ହେବ, ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଚଣ୍ଡୀମନ୍ଦିର ନବକଳେବର ପାଇଁ ରହିଥିବା ପୂର୍ବ ସରକାରଙ୍କ ଯୋଜନା ଏବେ ଫସର ଫାଟିବାକୁ ଯାଉଛି। ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବାବେଗ ଉପରେ ଆଘାତ ଆସିଥିବା କୁହାଯାଉଛି।

ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ
କଟକ: ରାସ୍ତାରେ ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରଛାତ୍ରୀ ରାସ୍ତାରେ ବସି ପଢ଼ିଛନ୍ତି। ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଛନ୍ତି। କ୍ଲାସରୁମ୍‌ ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ଦାବି କରିଛନ୍ତି। ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି।

ଲାଟିନ ଟାଙ୍କିରେ ପଡି ୨ ନାବାଳକ ଓ ଜଣେ ନାବାଳିକାଙ୍କ ମୃତ୍ୟୁ
କଟକ: କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା। ଲାଟିନ ଟାଙ୍କିରେ ପଡି ଦୁଇ ନାବାଳକ ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଶୁଭମ ନାୟକ (୩), ଶିବାନି ନାୟକ (୭) ଓ ଅଙ୍କିତ ନାୟକ (୯) ।  ମୃତକ ତିନି ଜଣ ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁର ବୋଲି ଜଣାପଡ଼ିଛି। ଖବର ପାଇ ବଡମ୍ବା ମେଡିକାଲରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ସହ ପୃଥକ ପୃଥକ ଅପମୃତ ମାମଲା ରୁଜୁ କରିଛି। ଏ ନେଇ ଆଠଗଡ଼ SDPO ବିଶ୍ୱଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଲିଯାତ୍ରରେ ‘ଡ୍ରୋନ’ ମନା
କଟକ: ବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ। ପୂରା ଗ୍ରାଉଣ୍ଡ୍‌କୁ ‘ନୋ ଡ୍‌ରୋନ୍‌ ଜୋନ୍‌’ ଘୋଷଣା ଜାରି କରାଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ‘ନୋ ଡ୍‌ରୋନ୍‌ ଜୋନ୍‌’ ଘୋଷଣା।  ପଡିଆର ୫ କିମି ପରିଧି ପାଇଁ କଟକଣା ଜାରି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା। ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, ଡ୍‌ରୋନକୁ ବାରଣ। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ। ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା।