ବଲାଙ୍ଗୀର - The Sakala

ସ୍ୱାମୀ ସାଜିଲା ସଇତାନ: ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି, ୭ ବର୍ଷ ହେଲା ଦୁବାଇରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ମହିଳା
ଟଙ୍କା ଲୋଭରେ ସ୍ୱାମୀ ନିଜ ସ୍ତ୍ରୀକୁ ବିକ୍ରି କରିଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଦୀର୍ଘ ୭ ବର୍ଷ ହେବ ଦୁବାଇରେ ବନ୍ଧା ପଡ଼ି ନରକ ଯନ୍ତ୍ରଣା ଭୋଗୁଛନ୍ତି ଜଣେ ଓଡ଼ିଆ ମହିଳା। ପୀଡ଼ିତା ଜଣକ ହେଲେ ହସ୍ତା ବିଶି। ନିଜର ଦୁର୍ଦ୍ଦଶା ବଖାଣି ଏକ ଭିଡିଓ ଜାରି କରିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ କାକୁତି ମିନତି କରିଛନ୍ତି।

ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ତିନି ଝିଅଙ୍କୁ ହସ୍ତାଙ୍କ ବୃଦ୍ଧ ବାପାମାଆଙ୍କ ପାଖରେ ଗାଁରେ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଫେରି ଯାଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୁମ୍ବାଇ ଫେରିବା ପରେ ସ୍ୱାମୀ ପ୍ରେମା ମହାନନ୍ଦ କିଛି ଟଙ୍କା ଲୋଭରେ ହସ୍ତାଙ୍କୁ ଏକ ପରିବାର ହାତରେ ଟେକି ଦେଇଥିଲେ। ପରେ ସମ୍ପୃକ୍ତ ପରିବାର ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ଚାଲାଣ କରି ଦେଇଥିଲେ। ଘରୁ ଗୋଡ଼ କାଢିବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ହସ୍ତା ଥରୁଟିଏ ବି ଘରକୁ ଫେରି ନାହାନ୍ତି। ବୃଦ୍ଧ ବାପାମାଆ କେତେବେଳେ ଝିଅ ହସ୍ତାକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ତ ଆଉ କେତେବେଳେ କାନ୍ଦି କାନ୍ଦି ନିଜ ମା’କୁ ଦେଖିବାକୁ ବିକଳ ହେଉଛନ୍ତି ତିନି ଝିଅ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇ ଯୁବତୀଙ୍କୁ ଦୁବାଇରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ପରିଚୟ ଖୋଜୁଛି ଜାତୀୟ ଐତିହ୍ୟ ମାନ୍ୟତା ପାଇଥିବା ବଲାଙ୍ଗିର ରାଣୀପୁର ଝରିଆଲ ପର୍ଯ୍ୟଟନ ସ୍ଥଳ
ବଲାଙ୍ଗିର: ପରିଚୟ ଖୋଜୁଛି ଜାତୀୟ ଐତିହ୍ୟ ମାନ୍ୟତା ପାଇଥିବା ବଲାଙ୍ଗିର ରାଣୀପୁର ଝରିଆଲ ପର୍ଯ୍ୟଟନ ସ୍ଥଳ। ପର୍ଯ୍ୟଟନ କ୍ଷେତ୍ର ବିକାଶର ଅନେକ ସୁଯୋଗ ଥିବା ସତ୍ତେ୍ୱ ଏହି ପୀଠକୁ କେନ୍ଦ୍ର ସରକାର ଯେଉଁଭଳି ଭାବେ ଦୃଷ୍ଟି ଦେବା କଥା ଦେଇ ନ ଥିବା ଅଭିଯୋଗ ହୋଇଛି। ପ୍ରାଚୀନ ଐତିହ୍ୟ, ଶହ ଶହ ବର୍ଷ ଇତିହାସ, ତନ୍ତ୍ର ସାଧନାର ଇତିହାସକୁ ସାଉଁଟି ରଖିଥିବା ଏହି ପୀଠକୁ ସଂପୂର୍ଣ୍ଣ ଭାବେ ଅବହେଳା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଲିଛି। ପାହାଡ ଉପରେ ଜାତୀୟ ପତାକା ଉଡୁଛି ସତ; କିନ୍ତୁ ତାହା ଚିରି ଯାଇଛି। ପର୍ଯ୍ୟଟକଙ୍କ ପାଇଁ ବସିବା, ରହିବା କିମ୍ବା ପାନୀୟ ଜଳ ବୁନ୍ଦାଏ ପାଇଁ କୌଣସି ବ୍ୟବସ୍ଥା ନାହିଁ। ହାତ ଗଣତି କିଛି ସୁରକ୍ଷା କର୍ମୀ ଓ ଲାଇଟ ଲଗାଇ ସରକାର ନିଜ କାମ ସାରିଦେଇଛନ୍ତି। ସବୁଠାରୁ ଆର୍ଶ୍ଚଯ୍ୟର ବିଷୟ ହେଉଛି ଏହାର ବିକାଶ ପାଇଁ ଜନ ପ୍ରତିନିଧିମାନେ ମଧ୍ୟ ଦାବି କରୁନାହାନ୍ତି।

ରାଜ୍ୟରେ ଥିବା ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ବଲାଙ୍ଗିର ଜିଲ୍ଲାରେ ଥିବା ରାଣୀପୁର ଝରିଆଲ ପର୍ଯଟନ କ୍ଷେତ୍ର ଅନ୍ୟତମ। ଏହା କେବଳ ଏକ ପର୍ଯ୍ୟଟନସ୍ଥଳ ନୁହଁ; ଏହା ସମୃଦ୍ଧ ଓଡିଶାର ଏକ ଭବ୍ୟ ଇତିହାସର ମୁକସାକ୍ଷୀ। ଏହି ପୀଠରେ ତନ୍ତ୍ର, ଶୈବ, ଶାକ୍ତ, ବୌଦ୍ଧ ଓ ବୈଷ୍ଣବ ଧର୍ମର ସମନ୍ୱୟ ରହିଥିବାରୁ ଏହାର ନାମ ସୋମତୀର୍ଥ ମଧ୍ୟ ରଖାଯାଇଛି। ଏହା ଏକ ଧର୍ମ ସମନ୍ୱୟର ପୀଠ ହୋଇଥିବା ବେଳେ ଏହାର ଇତିହାସ ମଧ୍ୟ ବେଶ ପ୍ରାଚୁର୍ଯ୍ୟମୟ। ଐତିହାସିକମାନଙ୍କ ମତରେ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶ ରାଜାମାନଙ୍କ ଦ୍ୱାରା ରାଣୀପୁର ଝରିଆଲରେ ସୋମେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ନିର୍ମାନ ଶୈଳୀ ଅନ୍ୟ ମନ୍ଦିର ନିର୍ମାଣ ଶୈଳୀରୁ ଭିନ୍ନ ରହିଛି। ସେହିପରି ଏକଦା ଏହି ପୀଠ ତନ୍ତ୍ର ବିଦ୍ୟାର ବିଶ୍ୱବିଦ୍ୟାଳୟ ରହିଥିଲା। ଓଡିଶା ତଥା ଅନ୍ୟ ରାଜ୍ୟରୁ ତନ୍ତ୍ର ସାଧକମାନେ ଏଠାକୁ ତନ୍ତ୍ର ସାଧନା ପାଇଁ ଆସୁଥିବା ଐତିହାସିକମାନେ ମତ ରଖିଛନ୍ତି। ତେବେ ଏହି ପୀଠର ମୁଖ୍ୟ ଆକର୍ଷଣ ହେଉଛି ପ୍ରାଚୀନ ଶିଳା ମନ୍ଦିର। ଭାରତରେ ଥିବା ୪ଟି ଛାତ ବିହୀନ ଗୋଲାକାର ଯୋଗିନୀ ମନ୍ଦିର ମଧ୍ୟରୁ ଏହା ଅନ୍ୟତମ। ଏହାର କେନ୍ଦ୍ରରେ ଷଡଭୂଜ ଓ ତ୍ରିମୁଖ ବିଶିଷ୍ଟ ନୃତ୍ୟ ଭଙ୍ଗିରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ରହିଥିବା ବେଳେ ଚାରିଆଡେ ମନ୍ଦିର କାନ୍ଥରେ ୬୪ ଜଣ ଯୋଗିନୀଙ୍କ ମୂର୍ତ୍ତି ରହିଛି। ଏହାଫଳରେ ଏହି ମନ୍ଦିରର ନାମ ଚଉଷଠି ଯୋଗନୀ ମନ୍ଦିର ଭାବେ ପରିଚୟ ରହିଛି। ଏହା ତନ୍ତ୍ର ସାଧନାର ଏକ ପ୍ରମାଣ। ସେହିପରି ସୋମେଶ୍ୱର ମନ୍ଦିର ଚଉଷଠି ଯୋଗିନୀ ମନ୍ଦିର ନିକଟରେ ରହିଥିବା ବେଳେ ବିରାଟ ଶିଳାଖଣ୍ଡ ଉପରେ ପ୍ରାୟ ୫୦ରୁ ଅଧିକ ପ୍ରାଚୀନ ଶିଳା ମନ୍ଦିର ରହିଛି। ଏହି ମନ୍ଦିରଠାରୁ ମାତ୍ର କିଛି ଦୂରରେ ରହିଛି ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଇନ୍ଦ୍ରଲାଠ ମନ୍ଦିର। ରାଜ୍ୟରେ ଥିବା ଉଚ୍ଚ ଇଟା ତିଆରି ମନ୍ଦିର ମଧ୍ୟରୁ ଏହା ଅନ୍ୟତମ।

ମହିଳାଙ୍କୁ ଦୁଷ୍କର୍ମ ପରେ ଜାଳି ଦେଇଥିବା ସନ୍ଦେହ...
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ମହିଳାଙ୍କୁ ଦୁଷ୍କର୍ମ ପରେ ଜାଳି ଦେଇଥିବା ସନ୍ଦେହ। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ । ଘଟଣା ସ୍ଥଳରେ ମହିଳାଙ୍କ ଶାଢୀ ଓ ଚୁଡ଼ି ଏଣେତେଣେ ପଡି ରହିଛି। ଖବର ପାଇ ଦେଓଗାଁ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସହି ପାରିଲାନି ମାଆର ରୋଗ ଯନ୍ତ୍ରଣାର ଦୁଃଖ, କେନାଲକୁ ଡେଇଁ ଜୀବନ ହାରିଲା ପୁଅ...
ସମ୍ୱଲପୁର: ସମାଜରେ ବାପା ମାଆ ପ୍ରତି ପୁଅର ନିର୍ଯାତନା ସବୁବେଳେ ଦେଖିବାକୁ ମିଳିଥାଏ।  ସମ୍ବଲପୁର ବୁର୍ଲାରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ପୁଅ ତା ରୋଗୀଣି ମା’ର ଦୁଃଖ ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟ ପୂର୍ବରୁ ମାଆଙ୍କ ମୋବାଇଲକୁ ଶେଷ ମେସେଜ ମଧ୍ୟ ପଠାଇଛି। ଭିମସାରରେ ଚିକିତ୍ସିତ ହେଉଥିବା କୀଡନି ଖରାପ ରୋଗରେ ପୀଡିତ ମା'ଙ୍କ ଯନ୍ତ୍ରଣା ଦେଖି ଅସହ୍ୟ ହୋଇ ପଡ଼ିଛି ୨୨ ବର୍ଷର ପୁଅ ସୌରଭ ସମ୍ବିତ ତ୍ରିପାଠୀ। ଶେଷରେ ବୁର୍ଲା ପାଓ୍ବାର କେନାଲରେ ଡେଇଁ ଜୀବନ ହାରିଛି ପୁଅ ସୌରଭ ସମ୍ୱିତ ତ୍ରିପାଠୀ। ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗରପଡାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତାଙ୍କ ମା' ଗତ କିଛି ମାସ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧୀନ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ପୁଅ ସୌରଭ ସବୁବେଳେ ମା'ଙ୍କ ପାଖରେ ରହି ସେବା କରୁଥିଲେ।କିଛି ଦିନି ତଳେ ଡାକ୍ତର ମାଆଙ୍କ ଦେହ ଭଲ ନଥିବା କହିଥିଲେ। ଏଥିପାଇଁ ସବୁ ବେଳେ ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଗତ ୨୨ତାରିଖ  ସନ୍ଧ୍ୟା ସମୟରେ, ସେ ହଠାତ୍‌ ହସ୍ପିଟାଲରୁ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ପାଇନଥିଲେ। କିନ୍ତୁ ତାଙ୍କ ମୋବାଇଲ ଫୋନରେ ଏକ ମେସେଜ ଆସିଥିଲା। ଯାହାକୁ ପଢି ମା' ମୁହଁରେ ଲୁହ ଝରି ପଡିଛି।

ମେସେଜରେ ଲେଖାଥିଲା, ‘ମା’ ମୁଁ ତମ ଦୁଃଖ ସହିପାରୁନି, ତେଣୁ କେନାଲରୁ ଡେଇଁ ଆତ୍ମହତ୍ୟା କରିବି’। ପରିବାର ସହ ସମଗ୍ର ୱାର୍ଡରେ ଏହି ଘଟଣା ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି। ଶେଷରେ ପରିବାର ପକ୍ଷରୁ ବୁର୍ଲା  ଥାନାରେ ଯୁବକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରାଯାଇଥିଲା। ବୁର୍ଲା ପୁଲିସ ବର୍ତ୍ତମାନ ବୁର୍ଲା ପାୱାର କେନାଲ ଓ ନିକଟସ୍ଥ ଅଞ୍ଚଳରେ ସୌରଭଙ୍କ ସନ୍ଧାନ ଜାରି ରଖିଥିଲା। ଶୁକ୍ରବାର ସକାଳୁ ପୁଲିସ ଏବଂ ବୁର୍ଲା ଅଗ୍ନିଶମ ବାହିନୀ ବୋଟରେ ସହରର ବିଷ୍ଣୁ ମନ୍ଦିର ପଡା ଘାଟରୁ ପାୱାର କେନାଲରେ ନିଖୋଜ ଯୁବକକୁ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜ ଯୁବକର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶେଷରେ ଆଜି ସକାଳୁ ସକାଳୁ ସୌରଭଙ୍କ ମୃତଦେହ ଚିପିଲିମା କେନାଲରୁ ଉଦ୍ଧାର କରାଯାଇଛି।

ପୁଣି ଉଠିଲା ପଶ୍ଚିମ ଓଡ଼ିଶା‌ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି
ବଲାଙ୍ଗିର : ପୁଣି ଉଠିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି। ପଶ୍ଚିମ ଓଡ଼ିଶା‌ରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବା ପାଇଁ ଦାବି ଉପସ୍ଥାପନ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ବଲାଙ୍ଗିର ସାମ୍ୱାଦିକ ଭବନଠାରେ ସମିତି ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆବାହକ ପ୍ରମୋଦ ମିଶ୍ର କହିଛନ୍ତି ଯେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ।

ଇତିମଧ୍ୟରେ, ବମ୍ୱେ ହାଇକୋର୍ଟର ଚତୁର୍ଥ ବେଞ୍ଚ କୋହ୍ଲାପୁରଠାରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ନାଗପୁର, ଔରଙ୍ଗାବାଦ ଓ ଗୋଆ ନିକଟବର୍ତ୍ତୀ ଅଞ୍ଚଳରେ ତିନୋଟି ବେଞ୍ଚ ଥିବା ବେଳେ ଏବେ ଚତୁର୍ଥ ବେଞ୍ଚକୁ ଅନୁମୋଦନ ମିଳିଛି। ଏହାବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ, ଆଲ୍ଲାବାଦ ହାଇକୋର୍ଟ, ଗୌହାଟୀ ହାଇକୋର୍ଟ, ମଧ୍ୟପ୍ରଦେଶ ହାଇକୋର୍ଟ, କେରଳ ହାଇକୋର୍ଟ ଓ ଅନ୍ୟ କିଛି ହାଇକୋର୍ଟର ମଧ୍ୟ ସ୍ଥାୟୀ ହାଇକୋର୍ଟ ବେଞ୍ଚ ରହିଛି। କିନ୍ତୁ ଓଡ଼ିଶାରେ ନାହିଁ। ଓଡ଼ିଶା ହାଇକୋର୍ଟଠାରୁ କୋଶଳାଞ୍ଚଳର ବିଭିନ୍ନ ଜିଲ୍ଲାର ଦୂରତ୍ବ, ମକଦ୍ଦମା ସଂଖ୍ୟା, ଲୋକଙ୍କ ଅର୍ଥନୈତିକ ଅବସ୍ଥା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ଦୃଷ୍ଟିରେ ରଖି ଯଶୋବନ୍ତ ସିଂ କମିଶନର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘ ଚାରିଦଶକ ହେଲା ଦାବି ହୋଇଆସୁଛି।

ଗତ ୧୫ବର୍ଷ ଧରି ଆଇନଜୀବୀ ଓ ଜନସାଧାରଣଙ୍କ ତରଫରୁ ସାରା କୋଶଳାଞ୍ଚଳରେ ଲମ୍ୱା ଲଢ଼େଇ ମଧ୍ୟ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବିରୋଧୀ ଦଳରେ ଥିବା ବେଳେ ପ୍ରତିଶ୍ରୁତି ଦେଇଥିଲେ। କ୍ଷମତାକୁ ଆସିଲେ କୋଶଳାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବେ ବୋଲି କହିଥିଲେ। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ସମୟ ଆସିଛି, ବିଜେପି ସରକାର ତାଙ୍କର ପ୍ରତୁଶ୍ରୁତି ପୂରଣ କରୁ। କୋଶଳାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିକୁ ନେଇ ଅଞ୍ଚଳର ନିର୍ବାଚିତ ପ୍ରତିନିଧିମାନେ ତୁରନ୍ତ ସରକାରଙ୍କୁ ପ୍ରଭାବିତ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

କୋଶଳାଞ୍ଚଳର ଦୁଇଟି ମୁଖ୍ୟ ଦାବି ହେଲା ସମ୍ୱିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଓ କୋଶଳାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ। ଏହି ଉଭୟ ଦାବି ହାସଲ କରିବା ପାଇଁ ଲମ୍ୱା ଲଢେଇ କରିବାକୁ ପଡ଼ିବ। ଏଥିପାଇଁ କୋଶଳାଞ୍ଚଳର ଜନସାଧାରଣ ଛୋଟଛୋଟ ଗୋଷ୍ଠୀରେ ବିଭକ୍ତ ନ ହୋଇ ଦଳୀୟ ବିଚାରଧାରା ଓ ଅଞ୍ଚଳଗତ ବିଚାରଧାରାରୁ ଉଚ୍ଚକୁ ଆସି ଏକତ୍ରିତ ଭାବରେ ଲଢ଼ିବାକୁ ସମର୍ପିତ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ବାନ ଦେଇଛନ୍ତି। ଏହି ଦାବି ନେଇ ଖୁବ୍‌ଶୀଘ୍ର କୋଶଳ ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ଦଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ଯିବ ବୋଲି ମିଶ୍ର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର : ମା’ର ଶବକୁ ୬ ଘଣ୍ଟା ଜଗିରହିଲା ଝିଅ
ବଲାଙ୍ଗିର : ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଶବବାହକ ଗାଡ଼ି ନଥିବାରୁ ଜଣେ ମହିଳାଙ୍କ ଶବ ପ୍ରାୟ ୬ଘଣ୍ଟା ଧରି ହସ୍ପିଟାଲ ଶଯ୍ୟାରେ ପଡ଼ିବା ଭଳି ଅଭାବନୀୟ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଗତକାଲି ଦେଖିବାକୁ ମିଳିଛି।

ସୂଚନାନୁସାରେ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗାଁର ଡିଲେଶ୍ୱରୀ ମାଝୀ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ମିଶି ନିଜ ମାଆ ସୂର୍ଯ୍ୟକାନ୍ତିଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଗତ ୧୬ ତାରିଖରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଶବ ନେବା ପାଇଁ ଡିଲେଶ୍ୱରୀଙ୍କ ପାଖରେ ଟଙ୍କା ନଥିବାରୁ ବେଡ୍‌ରେ ହିଁ ତାଙ୍କ ମାଆଙ୍କ ଶବକୁ ୫ରୁ ୬ଘଣ୍ଟା ଜଗି ବସିଥିଲେ। ବଲାଙ୍ଗିରରୁ ବେନ୍ଦେର ପ୍ରାୟ ୯୦ ରୁ ୧୦୦କିମି ହୋଇଥିବା ବେଳେ ଏତେ ଦୂର ଶବ ନେଇଯିବା ତାଙ୍କ ପାଇଁ ଅସମ୍ଭବ ଥିଲା।

ତେବେ ବେଡ୍‌ରେ ଦୀର୍ଘ ସମୟ ଧରି ଶବ ପଡ଼ିରହିବାରୁ ଦୁର୍ଗନ୍ଧ ହୋଇଥିଲା। ପାଖ ବେଡ୍‌ରେ ଥିବା ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଡିଲେଶ୍ୱରୀଙ୍କୁ ଶବ ନେଇଯିବା ପାଇଁ ଅନେକବାର କହିଥିଲେ। କିନ୍ତୁ ଟଙ୍କା ନଥିବାରୁ ସେ ଅସହାୟ ଅବସ୍ଥାରେ ବସି ରହିଥିଲେ। ଖବର ପାଇ ସ୍ୱେଚ୍ଛାସେବୀ ଗୋବିନ୍ଦ ଶତପଥୀ ଏ ସଂପର୍କରେ ହସ୍ପିଟାଲ ଅଧୀକ୍ଷକ ଡା. ମାନସୀ ପାଣ୍ଡଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସେ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଡାକ୍ତରଖାନାର ଦୁଇଟି ମହାପ୍ରୟାଣ ବା ଶବବାହକ ଗାଡ଼ି ଖରାପ ହୋଇଥିବା ବେଳେ ଗୋଟିଏ ଗାଡ଼ି ଅନ୍ୟତ୍ର ଶବ ନେଇଯାଇଛି ଏବଂ ତାହା ଆସିବା ପରେ ଶବ ଉଠିବ ବୋଲି ସେ କହିଥିଲେ।

ପରେ, ପ୍ରାୟ ୬ ଘଣ୍ଟା ପରେ ଶବକୁ ମହାପ୍ରୟାଣ ଗାଡ଼ିରେ ଗାଁକୁ ପଠାଯାଇଥିବା ଜଣାପଡ଼ିଛି। ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ିର ଅଭାବ ରହିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସେମାନଙ୍କ କହିବା କଥା, ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଜିଲ୍ଲାରେ ଯଦି ଏଭଳି ଚିତ୍ର ଦେଖିବାକୁ ମିଳୁଛି, ତେବେ ଅନ୍ୟ ଜିଲ୍ଲା କଥା ପଚାରେ କିଏ?

ଭିଜିଲାନ୍ସ ଜାଲରେ ଟିଟିଲାଗଡ ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଟିଟିଲାଗଡ: ଭିଜିଲାନ୍ସ ଜାଲରେ ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ। ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି। ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ସ୍ଥାନରେ ଚଢ଼ଉ ଚାଲିଛି। ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିଲେଶ୍ୱର ମାଝୀଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌। ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହେଉଛି।

ସାପ କାମୁଡାରେ ଭାଇ-ଭଉଣୀଙ୍କ ମୃତ୍ୟୁ
ବଲାଙ୍ଗିର: ବଲାଙ୍ଗିର ସହରରେ ଅଭାବନୀୟ ଘଟଣା। ସାପ କାମୁଡାରେ ଚାଲି ଗଲା ଭାଇ ଭଉଣୀଙ୍କ ଜୀବନ । ବଲାଙ୍ଗିକ ସହରର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।  ରାତି ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

୭ ବର୍ଷ ପରେ ଆସିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ : ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ ୭ ବର୍ଷ ପରେ ଆସିଛି। ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ କରିଛନ୍ତି। ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ ।

ଉଲ୍ଲେଖଯୋଗ୍ୟ ୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ରିସେପସନ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା। ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଞ୍ଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଞ୍ଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲେ ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ଅଦ୍ୟାବଧି ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଏଡିଜେ କୋର୍ଟ। ଏବେ ଅଭିଯୁକ୍ତ ପୁଞ୍ଜିଲାଲ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର ଜେଲରେ ରହିଛି। ଅଭିଯୁକ୍ତକୁ ଫାଶୀଦଣ୍ଡ ମିଳୁ ବୋଲି ସୌମ୍ୟଙ୍କ ପରିବାର ଦାବି କରୁଥିବା ବେଳେ ପୁଞ୍ଜିଲାଲଙ୍କ ଓକିଲ ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ଯୁକ୍ତି ବାଢିଥିଲେ।

କାଳବୈଶାଖୀରେ ଗଛ ପଡ଼ି ୨ ଜଣଙ୍କର ମୃତ୍ୟୁ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କସାବାହାଲ ଗାଁରେ କାଳବୈଶାଖୀ ତାଣ୍ଡବ। ଅଟୋରେ ଯିବା ବେଳେ ହଠାତ ଏକ ଗଛର ଡାଳ ଅଟୋ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ୨ ଜଣଙ୍କ ମଧ୍ଯରେ ଜଣେ ଆଟୋ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ ଥିବା ସୂଚନା।

ବିଚ ରାସ୍ତାରେ ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ
ବଲାଙ୍ଗୀର: ବିଚ ରାସ୍ତାରେ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଘଟଣାସ୍ଥଳରୁ ହତ୍ୟାକରୀ ଫେରାର ହୋଇଯାଇଛି। ମୃତଦେହ ପାଖରେ ପଡିଛି ବାଇକ୍। ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ-ମାଓବାଦୀ ମୁହାଁମୁହିଁ
ବଲାଙ୍ଗିର: ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ-ମାଓବାଦୀ ମୁହାଁମୁହିଁ । ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ମାଓବାଦୀ ଲୁଚିଥିବା ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୁଲିସ । କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ତେବେ ଗତକାଲି ରାତିରୁ ଗୁଳି ବିନିମୟ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି । ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ଅବିଲାସ ଜି।

ଅନ୍ୟପଟେ, ଛତିଶଗଡ଼ର ସୁକମା ଜିଲ୍ଲାରେ ମଧ୍ୟ ଆଜି ସକାଳୁ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଗୁଳିବିନିମୟରେ  ୧୬ ଜଣ ମାଓବାଦୀ ନିହତ ହୋଇଛନ୍ତି