କେନ୍ଦ୍ରାପଡ଼ା - The Sakala

କେନ୍ଦ୍ରାପଡ଼ାରେ ବନ୍ୟା ଯୋଗୁଁ ଜଳବନ୍ଦୀ ଥିବା ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ୍ ଟିମ୍
କେନ୍ଦ୍ରାପଡ଼ା: ଜଳବନ୍ଦୀ ୩୦୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍ । କେନ୍ଦ୍ରାପଡ଼ା ଜିଲ୍ଲାର କୁଳସାହି ଗ୍ରାମରେ ବନ୍ୟା ଯୋଗୁଁ ଫସି ରହିଥିବା ଏକ ସରକାରୀ ଅନୁସୂଚିତ ଜାତି ଓ ଜନଜାତି (SC/ST) ଆବାସିକ ବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ଦୀର୍ଘ ୪ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିବା ପରେ ୨୫ ଜଣିଆ ଓଡ୍ରାଫ୍ ଟିମ୍ ଦ୍ୱାରା ସେମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।

ଗତ ଶନିବାର ଦିନ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ସ୍କୁଲ ପରିସରରେ ପ୍ରବେଶ କରିଥିଲା। ଏହାଫଳରେ ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଇଥିଲା ଏବଂ ବାଧ୍ୟ ହୋଇ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅନ୍ୟ କର୍ମଚାରୀମାନେ ବିଦ୍ୟାଳୟ କୋଠାର ପ୍ରଥମ ମହଲାରେ ଆଶ୍ରୟ ନେଇଥିଲେ। ଚାରିଆଡ଼େ ଜଳାର୍ଣ୍ଣବ ହୋଇଥିବାରୁ ସେମାନଙ୍କର ବାହାରକୁ ଆସିବା ଅସମ୍ଭବ ହୋଇପଡ଼ିଥିଲା।

ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କଟକରୁ ଆସିଥିବା ଏକ ୨୫ ଜଣିଆ ଓଡ୍ରାଫ୍ ଟିମ୍ ସ୍କୁଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଟିମ୍‌କୁ ତିନୋଟି ଭାଗରେ ବିଭକ୍ତ କରାଯାଇଥିଲା ଏବଂ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ୩ଟି ଡଙ୍ଗାର ବ୍ୟବହାର କରାଯାଇଥିଲା। ସମଗ୍ର ଉଦ୍ଧାର କାର୍ଯ୍ୟ ପଟ୍ଟାମୁଣ୍ଡାଇ ତହସିଲଦାର ଓ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

ଉଦ୍ଧାର ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ବସ୍ ଯୋଗେ ବାଟିପଡ଼ା ସ୍ଥିତ ମହାଦେଇପାଟଣା ଆବାସିକ ସେବାଶ୍ରମ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କର ଅସ୍ଥାୟୀ ରହଣି ଓ ଖାଦ୍ୟପେୟ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଦୀର୍ଘ ଦିନର ଭୟ ଏବଂ ଆଶଙ୍କା ପରେ ଏହି ସଫଳ ଉଦ୍ଧାର କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

କେନ୍ଦ୍ରାପଡ଼ାରେ ୩ ଦିନ ପରେ ଉଦ୍ଧାର ହେଲେ ନିଖୋଜ ଛାତ୍ର: ମାଡ଼ ମାରିବାର ଭିଡିଓ ହୋଇଥିଲା ଭାଇରାଲ
କେନ୍ଦ୍ରାପଡ଼ା: ୩ ଦିନ ପରେ ଉଦ୍ଧାର ହେଲେ ନିଖୋଜ ଛାତ୍ର । କେନ୍ଦ୍ରାପଡ଼ା ଜିଲ୍ଲାରେ ଅପହରଣ ତଥା ଆକ୍ରମଣର ଶିକାର ହୋଇଥିବା ଜଣେ ନିଖୋଜ ଛାତ୍ରଙ୍କୁ ୩ ଦିନ ପରେ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ ପିଟାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ଥାନା ଅନ୍ତର୍ଗତ ଖଣ୍ଡେଇପଦା ଗ୍ରାମରେ ଥିବା ଜଣେ ସାଙ୍ଗଙ୍କ ଘରେ ଉକ୍ତ ଛାତ୍ର ଜଣକ ଲୁଚି ରହିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ତାଙ୍କୁ ଠାବ କରିଥିଲା। ବର୍ତ୍ତମାନ ପୋଲିସ ଛାତ୍ରଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ଛାତ୍ରଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଉଥିବାର ଦୃଶ୍ୟ ଅନଲାଇନରେ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା, ଯାହା ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଖୋରାକ ଯୋଗାଇଥିଲା। ବର୍ତ୍ତମାନ ପୋଲିସ ଉଦ୍ଧାର ହୋଇଥିବା ଛାତ୍ରଙ୍କ ବୟାନ ରେକର୍ଡ କରୁଛି। ଅପହରଣ ଏବଂ ଆକ୍ରମଣର ପ୍ରକୃତ କାରଣ ଖୋଜିବା ସହ ଘଟଣାର ପୁରା ବିବରଣୀ ଜାଣିବାକୁ ଉଦ୍ୟମ ଜାରି ରହିଛି। ଆକ୍ରମଣରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଛାତ୍ରଙ୍କ ନିଖୋଜ ହେବା ପଛର ପ୍ରକୃତ ରହସ୍ୟ ଭେଦ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର !
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୋମବାର ଭୋର ସମୟରେ ନଦୀରେ ଗାଧୋଉଥିବା ବେଳେ ଜଣେ ୪୬ ବର୍ଷୀୟା ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଆଳପୁଆ ପଞ୍ଚାୟତର ଦାମଦରପାଟଣା ଗାଁରେ ଘଟିଛି। ଗତ ଏକ ସପ୍ତାହ ଧରି ଏହି ଅଞ୍ଚଳ ବନ୍ୟା ଜଳରେ ଜଳମଗ୍ନ ରହିଛି। ନିଖୋଜ ମହିଳାଙ୍କ ନାମ ସୁଚିତ୍ରା ଦାସ ବୋଲି ଜଣାପଡ଼ିଛି। ଭୋର ସମୟରେ ସେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣି ନେଇଥିଲା। ଘଟଣାସ୍ଥଳରୁ ଅର୍ଥାତ୍ ନଦୀ କୂଳରୁ ତାଙ୍କର ଚପଲ, ଟର୍ଚ୍ଚ, ମୋବାଇଲ୍ ଫୋନ୍ ଏବଂ ସାବୁନ୍ ଉଦ୍ଧାର କରାଯାଇଛି।

ଖବର ପାଇବା ମାତ୍ରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ତେବେ ଖବର ଲେଖାହେବା ସୁଦ୍ଧା ମହିଳାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଅନ୍ୟପକ୍ଷରେ, ବନ୍ୟା ସମୟରେ ବନ୍ୟଜନ୍ତୁଙ୍କ ବାରମ୍ବାର ଆକ୍ରମଣକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଦାବି ସତ୍ତ୍ୱେ ବନ ବିଭାଗ ପକ୍ଷରୁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ କୌଣସି ସଚେତନତା କାର୍ଯ୍ୟକ୍ରମ କିମ୍ବା ଆବଶ୍ୟକୀୟ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସିଥିବା ବେଳେ ଲୋକେ ଏହି ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ। ସେତେବେଳେ ଜିଲ୍ଲାପାଳ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ
କେନ୍ଦ୍ରାପଡା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣକୁ ଗିରଫ କଲା ପୋଲିସ । ବିଶ୍ୱଜିତ୍‌ ମହାପାତ୍ର ନାମକ ଯୁବକଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ୍ । ଏପର୍ଯ୍ୟନ୍ତ ଚାମେଲି ବିବାଦ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଚାମେଲିଙ୍କ ମୋବାଇଲ ଛଡ଼ାଇନେବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟ ଓ ହିମାଂଶୁ ପ୍ରଧାନ ଗିରଫ ହୋଇଛନ୍ତି । ବିଡିଓଙ୍କ ଚାମ୍ୱରରେ ୭ ଜଣ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ତିଖିରି ସରପଞ୍ଚ ଚାମେଲି ଓଝା । ତେବେ ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶୁକ୍ରବାର ଅପରାହ୍ଣରେ ଜଣେ ଅଜଣା ଯୁବକ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି ଯୁବକ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଛି ଏବଂ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଯୁବକ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯାଇଥିବା ସିଡ଼ିର ଏକ ଷ୍ଟିଲ୍ ରେଲିଂରେ ଗାମୁଛା ଲଗାଇ ଝୁଲି ପଡ଼ିଛନ୍ତି । ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟର କର୍ମଚାରୀ ଏବଂ ସେଠାକୁ ଆସିଥିବା ଲୋକମାନେ ଝୁଲନ୍ତା ମୃତଦେହକୁ ଦେଖିଥିଲେ। ଏହି ଘଟଣା ପରେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ସରକାରୀ କାର୍ଯ୍ୟାଳୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..
କେନ୍ଦ୍ରାପଡ଼ା: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେଲା ଦରମା ମିଳୁ ନଥିବାରୁ ଭୋକ ଉପବାସରେ କଟୁଛି ଜୀବନ । ଘରକୁ ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ । ଥାଇଲ୍ୟାଣ୍ଡରେ କାମ କରିବାକୁ ଯାଇଥିବା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ୪ ଜଣ ଶ୍ରମିକ ସେଠାରେ ଫସି ରହିଥିବା ଅଭିଯୋଗ ହୋଇଛି। ଥାଇଲ୍ୟାଣ୍ଡର କାବିନ ବୁରୀ ଅଞ୍ଚଳରେ ଏହି ଶ୍ରମିକମାନଙ୍କୁ ବନ୍ଧକ ରଖାଯିବା ସହ ଶୋଷଣ କରାଯାଉଥିବା ନେଇ ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି।

ଥାଇଲ୍ୟାଣ୍ଡରେ ଫସି ରହିଥିବା ଶ୍ରମିକମାନେ ହେଲେ କେନ୍ଦ୍ରାପଡ଼ାର କ୍ଷୀରୋଦ ଦାସ, ମନୋଜ ମଲ୍ଲିକ, କୈଳାସ ସେଠୀ, ଏବଂ ନିତ୍ୟାନନ୍ଦ ମଲ୍ଲିକ। ସେମାନଙ୍କ ସହିତ ଉତ୍ତରପ୍ରଦେଶ ଗୋରଖପୁରର ରାଜ କୁମାର ପାଶୀ ମଧ୍ୟ ଅଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ପ୍ଲାଇଉଡ୍ କାରଖାନାର ମାଲିକ ସେମାନଙ୍କର ପାସପୋର୍ଟ ଛଡ଼ାଇ ନେଇଛନ୍ତି ଏବଂ ଗତ ୪ ମାସ ଧରି ଦରମା ଦେଇନାହାନ୍ତି। ବିନା ଦରମା, ପାସପୋର୍ଟ ଏବଂ ଖାଦ୍ୟରେ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।

ଶ୍ରମିକମାନେ ଭିଡିଓରେ ପ୍ରକାଶ କରିଛନ୍ତି ଯେ ଦରମା ମାଗିଲେ କିମ୍ବା କାରଖାନା ଛାଡ଼ିବାକୁ ଚେଷ୍ଟା କଲେ ସେମାନଙ୍କୁ ମାଡ଼ ମରାଯିବା ସହ ପୋଲିସ ଦ୍ୱାରା ଗିରଫ କରାଇବାର ଧମକ ଦିଆଯାଉଛି। ଜଣେ ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପାସପୋର୍ଟ ଫେରାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କଠାରୁ ₹୩ ଲକ୍ଷ ଦାବି କରୁଛନ୍ତି। ଆହୁରି ହୃଦୟବିଦାରକ କଥା ହେଉଛି, ଜଣେ ଶ୍ରମିକଙ୍କୁ ତାଙ୍କ ମାଆଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ମଧ୍ୟ ଭାରତ ଆସିବାକୁ ଅନୁମତି ଦିଆଯାଇନଥିଲା। ଏହା ବ୍ୟତୀତ କୈଳାସ ସେଠୀ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉନାହିଁ। ବର୍ଷକ ପୂର୍ବେ ଟୁରିଷ୍ଟ ଭିସାରେ ଏହି ଶ୍ରମିକମାନଙ୍କୁ ଥାଇଲ୍ୟାଣ୍ଡ ନିଆଯାଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ଭିସା ଅବଧି ମଧ୍ୟ ଶେଷ ହୋଇଯାଇଛି।

ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀ: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼, ପୁଅକୁ ପାଇଖାନା ଭିତରେ ପୂରାଇ...
ରାଜନଗର: ଥାନା ଭିତରେ ମହିଳାଙ୍କ ଚୁଟି ଘୋଷାଡ଼ିବା ସହ ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼। ଖାଲି ସେତିକି ନୁହେଁ, ମହିଳାଙ୍କ ଆଗରେ ତାଙ୍କ ପୁଅକୁ ଥାନା ପାଇଖାନା ଭିତରେ ପୂରାଇ ନିର୍ଘାତ ମାଡ଼। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀରେ ମା’-ପୁଅ ଗୁରୁତର ହେବା ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି। ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମା’-ପୁଅଙ୍କ ଉପରେ ୬ ଘଣ୍ଟା ଧରି ପୁଲିସର ଏପରି ବର୍ବରତାକୁ ନେଇରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଗୁରୁତରଦ୍ବୟ ହେଲେ,ବାଘମାରୀ ପଞ୍ଚାୟତ ଗିରିଆପାହୀ ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ। ଆଜି ମା’-ପୁଅଙ୍କୁ ଆଜି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ନପୂର୍ଣ୍ଣାଙ୍କ ହାତରେ ମାଡ଼ ଚିହ୍ନ ଥିବାବେଳେ ଅନନ୍ତଙ୍କ ବେକ, ହାତ, ଗୋଡ, ପିଠିରେ ମାଡ଼ ଚିହ୍ନ ରହିଛି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଓ ଅନ୍ୟ ଜଣେ କନଷ୍ଟେବଳ ମିଳିତ ଭାବେ ସେମାନଙ୍କୁ ମାଡ଼ ମାରିଥିଲେ ବୋଲି ଆଜି ସେମାନେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସର ଥାର୍ଡ ଡିଗ୍ରୀ ଭିଡିଓ ଥାନାର ସିସିଟିଭିରେ ରହିଛି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ସୂଚନାନୁଯାୟୀ, ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ପୁଅ ଅନନ୍ତ ସହ ସେ ଥାନାକୁ ଏକ ଅଭିଯୋଗ ନେଇ ଯାଇଥିଲେ। କିନ୍ତୁ, ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ରଖିବା ବଦଳରେ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଅନ୍ନପୂର୍ଣ୍ଣାଙ୍କୁ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିଲେ। ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହ ତାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ। ସେତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା ଯେ ତାଙ୍କ ଆଖି ଆଗରେ ପୁଅ ଅନନ୍ତଙ୍କୁ ଥାନା ପାଇଖାନା ଭିତରେ ପୂରାଇ ଆଇଆଇସି ଓ ଅନ୍ୟ ଜଣେ କନଷ୍ଟେବଳ ନିସ୍ତୁକ ମାଡ଼ ମାରିଥିଲେ। ବିଧା, ଗୋଇଠା, ଚାପୁଡ଼ା ମାରିବା ସହ ଏକ ବାଡ଼ିରେ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ଏପରିକି, ଅନନ୍ତଙ୍କ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଏ ସଂପର୍କରେ କାହାରିକୁ କହିଲେ, ଜୀବନରୁ ମାରିଦେବା ଓ ମିଛ ମାମଲାରେ ଫସାଇ ଜେଲ ପଠାଇଦେବାକୁ ଆଇଆଇସି ଧମକ ଦେଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି। ମାଆ-ପୁଅଙ୍କୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ୪୦ ଯାଏଁ ଥାନାରେ ରଖି ନିର୍ଯାତନା ଦେବା ପରେ ପୁଲିସ ଛାଡ଼ିଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଏସଡିପିଓ ସୁକାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ମିଳିଛି, ଏସ୍‌ପିଙ୍କୁ ଜଣାଇଛି। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା
କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ପୁତୁରା, ଦାଦାକୁ ପଥରରେ ଛେଚି କଲା ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଟାଉନ ଥାନା ଅନ୍ତର୍ଗତ ସାଆନ୍ତସାହିର ବାବୁଲା ବାରିକ ବୋଲି ଜଣାପଡିଛି । ଜମିବାଡ଼ିକୁ ନେଇ ଦୀର୍ଘଦିନ ହେବ ଦାଦା ପୁତୁରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ଗତକାଲି ବିଳମ୍ବିତ ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ପ୍ରଥମେ ଦାଦା ପୁତୁରା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲେ । ପୁତୁରା ହିମାଂଶୁ ରାଗିଯାଇ ଏକ ପଥରେ ଦାଦା ବାବୁଲାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ହତ୍ୟା ପରେ ପୁତୁରା ହିମାଂଶୁ ବରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୋମବାର ସକାଳୁ ୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ମୃତକ ବାବୁଲା ବାରିକଙ୍କ ପତ୍ନୀଙ୍କ ଏତଲା ଆଧାରରେ ଦୁଇ ପୁତୁରା ଓ ପୁତୁରା ବୋହୂଙ୍କ ସମେତ ମୃତକଙ୍କ ଭାଉଜଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଛି । ମୋଟ୍‌ ୮ଜଣଙ୍କ ନାଁରେ ମାମଲା ହୋଇଥିବା ବେଳେ ଏବେ ବି ଆହୁରି ୩ଜଣ ଅଭିଯୁକ୍ତ ଫେରାର ରହିଛନ୍ତି ।

ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ
ମହାକାଳପଡ଼ା: ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ଓ ତାଙ୍କ ପୁଅ ଆକ୍ରମଣରେ ସାନଭାଇ ଗୋଲେଖ ଚନ୍ଦ୍ର ନାଉରିଙ୍କ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, ବାରଡାଙ୍ଗ ଗ୍ରାମର ଗୋଲେଖ ନାଉରୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ବିବାଦ ଥିଲା। ଗୋଲେଖ ତାଙ୍କ ଜମିରେ ମାଟି ପକାଉଥିବା ସମୟରେ ତାଙ୍କ ବଡ଼ଭାଇ ଅଭୟ ନାଉରୀଙ୍କ ପରିବାର ସହିତ ଝଗଡ଼ା ହୋଇଥିଲା। ଝଗଡ଼ା କିଛି ସମୟ ପରେ ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ଗୋଲେଖଙ୍କୁ ଆକ୍ରମଣ କରାଯାଇଥିଲା। ଗୁରୁତର ଭାବେ ଗୋଲେଖଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହାକାଳପଡ଼ା ପୁଲିସ ବଡ଼ଭାଇ ଅଭୟ ନାଉରୀଙ୍କ ସମେତ ତାଙ୍କ ପତ୍ନୀ ରେଣୁକା ନାଉରୀ ଓ ତାଙ୍କ ବୋହୂକୁ ଉଠାଇ ନେଇଥିବା ଜଣାପଡ଼ିଛି।

କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କେନ୍ଦ୍ରାପଡା: ରାଜନଗର ବଡକୋହ୍ଲା ଗାଁରେ ନାବାଳିକା ନିଖୋଜ ଘଟଣା । ଗାଁ ନିକଟ କେନାଲରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମାମୁଁ ଘରକୁ ଆସି 7 ବର୍ଷର ଝିଅ ଶୁଭଲକ୍ଷ୍ମୀ ନିଖୋଜ ଥିଲେ l ନିଖୋଜ ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତେବେ ମାମୁ ଘରେ ରହି ଶୁଭଲକ୍ଷ୍ମୀ ପାଠ ପଢୁଥିଲେ ବୋଲି ସୂଚନା ରହିଛି ।

ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ମାନ ଗୋବିନ୍ଦ ସେନାପତିଙ୍କ ୭ ବର୍ଷର ଝିଅ ଶୁଭଲକ୍ଷ୍ମୀ ତା'ର ମାମୁଁ ଘର ରାଜନଗର ଥାନା ଆନ୍ତର୍ଗତ ଚାନ୍ଦି ବାଉଁଶମୂଳ ପଂଚାୟତର ବଡ଼ କୋଲ୍ହାରେ ଦୀର୍ଘ ଦିନ ରହି ପାଠ ପଢୁଥିଲେ । ଗତକାଲି ଗ୍ରାମରେ ଅଷ୍ଟମ ପ୍ରହରୀ କୀର୍ତ୍ତନ ଓ ଭୋଜିଭାତ ଚାଲିଥିବା ବେଳେ ସକାଳ ୧୧ ଘଟିକା ଠାରୁ ଶୁଭଲକ୍ଷ୍ମୀ ନିଖୋଜ ଥିଲେ l ଆଜି ଗାଁ ନିକଟ କେନାଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ଭୋଜି ଡାଲମାରୁ ବାହାରିଲା ମଲା ସାପ, ଭୟରେ ମେଡିକାଲ ଦୌଡିଲେ ୪୦ରୁ ଉର୍ଦ୍ଧ୍ୱ ଲୋକ
ପଟ୍ଟାମୁଣ୍ଡାଇ: ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ । ମେଡିକାଲ୍‌ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଲଗାଇଲେ ୪୦ରୁ ଉର୍ଦ୍ଧ୍ୱ ଲୋକ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନଂ ୱାର୍ଡରେ ଘଟିଛି ଏପରି ଅଘଟଣ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭାଗବତ ସପ୍ତାହ ଚାଲୁଥିବାରୁ ଭୋଜିଭାତର ଆୟୋଜନ ହୋଇଥିଲା । ୪୦୦ ଲୋକଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରାସାଦ ସେବନ ବେଳେ ଡାଲମା ହାଣ୍ଡିରୁ ଗୋଟିଏ ମଲା ବିଷାକ୍ତ ସାପ ଦେଖିବାକୁ ମିଳିଥିଲା । ଏହାପରେ ଭୋଜି ଖାଇସାରିଥିବା କିଛି ଲୋକ ଭୟଭୀତ ହୋଇ ବିଷାକ୍ରାନ୍ତ ହେବା ଆଶଙ୍କା କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ରକ୍ତ ପରୀକ୍ଷା କରାଇବାକୁ ଲାଇନ୍ ଲଗାଇଛନ୍ତି । ଘଟଣା ପ୍ରଚାର ପରେ ଭୋଜି ଖାଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି । ​​​​​​​

ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର
କେନ୍ଦ୍ରାପଡ଼ା: ଚଳିତ ବର୍ଷ କେନ୍ଦ୍ରାପଡ଼ାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନ ଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା। ଏହାର ପରିଣାମସ୍ୱରୂପ ରଥ ମାଉସୀମାଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା ଏବଂ ପ୍ରାୟତଃ ଏକ କିମ୍ବା ଦୁଇ ଦିନ ବିଳମ୍ବରେ ଚକଡ଼ା ଲାଗୁଥିଲା। ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା। ରଥ ପରିଚାଳନାରେ ଉପରୋକ୍ତ ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା। ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର  କରିଛନ୍ତି।