ଗ୍ରାହକଙ୍କୁ ଓଲା ବନାଉଛି ‘ଓଲା’ : ପୂର୍ବରୁ ନିଆଁ ଲାଗୁଥିଲା ଏବେ ରାସ୍ତାରେ ବାହାରିଯାଉଛି ‘ଓଲା ଇଲେକ୍ଟ୍ରିକ ସ୍କୁଟର’ର ଆଗ ଚକ

The Sakala Picture
Published On

ଭୁବନେଶ୍ବର : ଦେଶରେ ବଢୁଥିବା ପେଟ୍ରୋଲ ଦରକୁ ନଜରରେ ରଖି ଲୋକେ ଇଲେକ୍ଟ୍ରି ଗାଡି ପ୍ରତି ମନବଳାଇଥିଲେ। ବର୍ଦ୍ଧିତ ତେଲ ଦର ସାଙ୍ଗକୁ ଇଲେକ୍ଟ୍ରି ଗାଡି ପରିବେଶ ଉପଯୋଗୀ ହୋଇଥିବାରୁ ସରକାର ମଧ୍ୟ ଇଲେକ୍ଟ୍ରିକ ଭେଇକିଲ୍‌ ଗୁଡିକର ଅଧିକ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା ସହ ଉତ୍ପାଦନ କରୁଥିବା କମ୍ପାନୀକୁ ସବ୍‌ସିଡ୍‌ ସହ ଇଲେକ୍ଟ୍ରି ଗାଡି କିଣୁଥିବା ଲୋକଙ୍କୁ  ମଧ୍ୟ ପ୍ରଦାନ ସବ୍‌ସିଡ୍‌ କରୁଛନ୍ତି। ଦେଶରେ ବହୁ କମ୍ପାନୀ ଇଲେକ୍ଟ୍ରିକ ଭେଇକିଲ୍‌ ଉତ୍ପାଦନ କରୁଛନ୍ତି। ତେବେ ଦେଶରେ […]

ଭୁବନେଶ୍ବର : ଦେଶରେ ବଢୁଥିବା ପେଟ୍ରୋଲ ଦରକୁ ନଜରରେ ରଖି ଲୋକେ ଇଲେକ୍ଟ୍ରି ଗାଡି ପ୍ରତି ମନବଳାଇଥିଲେ। ବର୍ଦ୍ଧିତ ତେଲ ଦର ସାଙ୍ଗକୁ ଇଲେକ୍ଟ୍ରି ଗାଡି ପରିବେଶ ଉପଯୋଗୀ ହୋଇଥିବାରୁ ସରକାର ମଧ୍ୟ ଇଲେକ୍ଟ୍ରିକ ଭେଇକିଲ୍‌ ଗୁଡିକର ଅଧିକ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା ସହ ଉତ୍ପାଦନ କରୁଥିବା କମ୍ପାନୀକୁ ସବ୍‌ସିଡ୍‌ ସହ ଇଲେକ୍ଟ୍ରି ଗାଡି କିଣୁଥିବା ଲୋକଙ୍କୁ  ମଧ୍ୟ ପ୍ରଦାନ ସବ୍‌ସିଡ୍‌ କରୁଛନ୍ତି। ଦେଶରେ ବହୁ କମ୍ପାନୀ ଇଲେକ୍ଟ୍ରିକ ଭେଇକିଲ୍‌ ଉତ୍ପାଦନ କରୁଛନ୍ତି। ତେବେ ଦେଶରେ ଇଲେକ୍ଟ୍ରିକ କାର୍‌ ତୁଳନାରେ ଇଲେକ୍ଟ୍ରିକ ସ୍କୁଟର ଅଧିକ ବ୍ୟବହାର କରାଯାଉଛି। ଦେଶରେ ଇଲେକ୍ଟ୍ରିକ ସ୍କୁଟର ଉତ୍ପାଦନ କରୁଥିବା କମ୍ପାନୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହାସଲ କରିଛି ‘ଓଲା’। କେବଳ ଏତିକି ନୁହେଁ  ଆମ ଦେଶରେ ସର୍ବାଧିକ ବିକ୍ରି ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ମଧ୍ଯରେ ନମ୍ବର-୧ ରେ ରହିଛି ଓଲା ଏସ-୧ ପ୍ରୋ। ଇଲେକ୍ଟ୍ରିକ ସ୍କୁଟର ଉତ୍ପାଦନ ପୂର୍ବରୁ ‘ଓଲା’ ପକ୍ଷରୁ ଗ୍ରାହକମାନଙ୍କୁ ଏହାର ବିଭିନ୍ନ ଉନ୍ନତ ଫିଚର, ଅଧିକ ମାଇଲେଜ୍‌, ସ୍ପିଡ୍‌ ଚାର୍ଜିଙ୍ଗ ଓ ଗାଡି ସ୍ପିଡ୍‌ ନେଇ ଯେଉଁ ତଥ୍ୟ ଦେଇଥିଲା,ସେହି ଆଧାରରେ ଲୋକମାନେ ଓଲା ଗାଡି କିଣିବାକୁ ଆଗ୍ରହୀ ହୋଇଥିଲେ। କିନ୍ତୁ ଗାଡି କିଣିବା ପରେ ଗ୍ରାହକଙ୍କ ପିଛା ଛାଡୁନି ସମସ୍ୟା।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଦେଶରେ ୨୦୨୧ ଜୁଲାଇରେ ଗାଡି ବୁକିଂ ଆରମ୍ଭ ହୋଇଥିବା ବେଳେ ଗ୍ରାହକଙ୍କୁ ପ୍ରଥମ ପର୍ଯ୍ୟାୟରେ ଡିସେମ୍ବରରେ ଗାଡି ମିଳିବା ଆରମ୍ଭ ହୋଇଥିଲା। ତେବେ ଗାଡି ମିଳିବା ପରଠୁ ଗ୍ରାହକଙ୍କ ପିଛା ଛାଡୁନାହିଁ ସମସ୍ୟା। ଗାଡି କିଣିବା ପରେ କିଛି ଗ୍ରାହକ ତାଙ୍କ ଗାଡି ଚଳାଇବା ସମୟରେ ଗାଡି ଅତ୍ୟଧିକ ଗରମ ହେବା ଏବଂ ଚାଜିଂ ସମୟରେ ମଧ୍ୟ ସମାନ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଥିଲେ। ଏହାପରେ ଗାଡିରେ ନିଆଁ ଲାଗିବା ଭଳି ସମସ୍ୟା ଦେଖାଦେଇଥିଲା। ଗାଡି ଚଳାଉଥିବା ସମୟରେ ହଠାତ ଗାଡିରେ ନିଆଁ ଲାଗିଯାଉଥିଲା। ଯାହା ଦେଶରେ ଥିବା ଓଲାର ଗ୍ରାହକଙ୍କୁ ଭୟରେ ପକାଇଥିଲା। ବ୍ୟାଟେରୀ ଯୋଗୁଁ ଇଭିରେ ନିଆଁ ଲାଗିବା ସହ ବ୍ୟାଟେରୀ ପ୍ୟାକର ଡିଜାଇନ ଏବଂ ମଡ୍ୟୁଲୋରେ ମଧ୍ୟ ତ୍ରୁଟି ଜଣାପଡିବା ପରେ ୧୪୪୧ଟି ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇନେବାକୁ ଓଲା ନିଷ୍ପତ୍ତି ନେଇଥିଲା। କମ୍ପାନି ପକ୍ଷରୁ କୁହାଯାଇଥିଲା କି ଗତ ମାର୍ଚ୍ଚ ୨୬ ରେ ପୁଣେରେ ଏସ୍‌୧ ପ୍ରୋ ମଡେଲ୍‌ର ଏକ ସ୍କୁଟରରେ ନିଆଁ ଲାଗିବା ଘଟଣାକୁ ନେଇ ତଦନ୍ତ କରାଯାଉଛି । ତେବେ କମ୍ପାନି କହିଛି ଯେ ସୁରକ୍ଷା ଦୃଷ୍ଟିକୋଣରୁ ବଜାରରୁ ୧,୪୪୧ଟି ବୈଦ୍ୟୁତିକ ସ୍କୁଟର ଫେରାଇନେବାକୁ ନିଷ୍ପତ୍ତି ନେଇଛି । ଏହି ସ୍କୁଟରଗୁଡ଼ିକୁ ଓଲା ର ବୈଷୟିକ ଦଳ ପରୀକ୍ଷା କରିବେ । ଓଲା ଇଲେକ୍ଟ୍ରିକ୍ ପକ୍ଷରୁ କୁହାଯାଇଛି ଯେ “ଏହି ସ୍କୁଟରଗୁଡିକୁ ଇଞ୍ଜିନିୟରମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ । ତେବେ ଯାଞ୍ଚ ପରେ ମଧ୍ୟ ଏବେ ଗ୍ରାହକ ଆହୁରି ବହୁ ନୂଆ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ଏବେ ଓଲା ଇଲେକ୍ଟ୍ରିକ ସ୍କୁଟରରେ ଦେଖାଦେଇଥିବା ନୂଆ ସମସ୍ୟା ମଧ୍ୟରେ ସବୁଠୁ ବଡ ସମସ୍ୟା ହେଉଛି ଗାଡି ଚଳାଇବା ସମୟରେ ହଠାତ ଗାଡି ଆଗ ଚକ ବାହାରିଯିବା। ଚାଳକ ଚାଳନା କରୁଥିବା ସମୟରେ ଓଲା S1 ପ୍ରୋ ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ୍ ଭାଙ୍ଗି ବାହାରି ଯାଉଛି। ଯାହାଫଳରେ ଚଳାକ ଜଣଙ୍କ ଦୁର୍ଘଟଣାର ସମ୍ମୁଖିନ ହେବା ନିଶ୍ଚିତ। ଦେଶର ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି।

ଓଡ଼ିଶାରେ ମଧ୍ୟ ଓଲା ଚାଳକଙ୍କ ଗାଡିରୁ ବାହାରି ଗଲା ଆଗ ଚକ

ଓଡ଼ିଶାର ବ୍ରହ୍ମପୁରଠାରେ ଜଣେ ଓଲା ଗ୍ରାହକଙ୍କ ଇଲେକ୍ଟ୍ରିକ ସ୍କୁଟର ଆଗ ଚକ ବାହାରି ଯାଇଛି। ଏନେଇ ଜଣେ ବ୍ୟକ୍ତି ଟ୍ବିଟ୍‌ କରି ଓଲା ନିକଟରେ ଅଭିଯୋଗ କରିଛନ୍ତି। ମଳୟ ମହାପାତ୍ର ନାମକ ଜଣେ ଯୁବକ ତାଙ୍କ ଭଙ୍ଗା ଓଲା ଇଲେକ୍ଟ୍ରିକ୍ ସ୍କୁଟରର ଏକ ଫଟୋ ଟ୍ୱିଟ୍ କରି କହିଛନ୍ତି ଯେ ଆଗ ସସପେନ୍ସନ୍ – ଚକକୁ ହ୍ୟାଣ୍ଡେଲବାର ସହିତ ସଂଯୋଗ କରୁଥିବା ଟ୍ୟୁବ୍ କମ୍ ସ୍ପିଡ୍ ଡ୍ରାଇଭିଂ ସମୟରେ ଭାଙ୍ଗି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଓଲା ଇଲେକ୍ଟ୍ରିକ ସ୍କୁଟରର ଏପରି ସମସ୍ୟା ଦେଖି ରାସ୍ତାରେ ଗାଡି ଚଳାଇବାକୁ ଭୟ ଲାଗୁଥିବା କହିଛନ୍ତି।

ପୂର୍ବରୁ ଗାଡିରେ ନିଆଁ ଲାଗୁଥିବା ଭଳି ସମସ୍ୟା ଦେଖାଯାଉଥିବା ବେଳେ ଏବେ ଏପରି ସମସ୍ୟା ଗାଡି କିଣିଥିବା ଲୋକଙ୍କ ସମସ୍ୟା ବଢାଇଦେଇଛି।  ସ୍ପିଡ୍ ଡ୍ରାଇଭିଂ ସମୟର ମଧ୍ୟ ଫ୍ରଣ୍ଟ ସସପେନ୍ସନ୍ ଭାଙ୍ଗୁଛି ଏବଂ ଏହା ବର୍ତ୍ତମାନ ଏକ ଗୁରୁତର ଏବଂ ବିପଜ୍ଜନକ ବିଷୟ ହୋଇଛି। ଗାଡି କିଣିଥିବା ବହୁ ଗ୍ରାହକ ଟ୍ବିଟ୍‌ ଯୋଗେ  ଅନୁରୋଧ କରି କହିଛନ୍ତି ଓଲା ସମସ୍ୟାର ସମାଧାନ କରିବା ସହ ଗାଡିର ଡିଜାଇନ୍ ପରିବର୍ତ୍ତନ କରିବା ଆବଶ୍ୟକ ଏବଂ ସଡକ ଦୁର୍ଘଟଣାରୁ ଗାଡି କିଣିଥିବା ଗ୍ରାହକଙ୍କ ଜୀବନ ରକ୍ଷା କରିବା ଉଚିତ। ରାସ୍ତାରେ ଏପରି ସମସ୍ୟା ହେଲେ ଚାଳକ ଦୁର୍ଘଟଣାରେ ପଡିବ।ଅନ୍ୟପଟେ ଓଲା ଗାଡିରେ ମାଇଲେଜ୍‌ ଡ୍ରପ୍‌ ଭଳି ଏକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଥିବା ନେଇ ବହୁ ଗ୍ରାହକ ଓଲାର ପ୍ରତିଷ୍ଠାତା ଭବୀଷ ଅଗ୍ରୱାଲଙ୍କୁ ଟ୍ବିଟ କରି ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଓଲା ପକ୍ଷରୁ କୁହାଯାଇଛି ଯେ ଓଲା S1 ପ୍ରୋ ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ୍ ଭାଙ୍ଗି ବାହାରି ଯିବା ଘଟଣାର ଆମେ ଯାଞ୍ଚ କରୁଛୁ। ଯେଉଁ ଗ୍ରାହକଙ୍କର ଏପରି ସମସ୍ୟା ହୋଇଛି ତାହାର ସମାଧାନ ଖୁବ୍‌ ଶିଘ୍ର କରାଯିବ। ଓଲା ଇଲେକ୍ଟ୍ରିକ ସ୍କୁଟରରେ ସୁରକ୍ଷା ଏବଂ ଗୁଣାତ୍ମକ ମାନର ମହତ୍ତ୍ୱ ରହିଛି। ଓଲାର ୫୦ ହଜାରରୁ ଅଧିକ ସ୍କୁଟର ଏବେ ଦେଶର ରାସ୍ତାରେ ଚାଲୁଛି।

25 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର