ଯୋଡ଼ା ଲଘୁଚାପ ଆଣିବ ବନ୍ୟା

The Sakala Picture
Published On

ଭୁବନେଶ୍ୱର : ଦୁଇ ସପ୍ତାହରେ ସୃଷ୍ଟି ହେବାକୁ ଯାଉଛି ଦୁଇ ଲଘୁଚାପ। ପ୍ରଥମ ଲଘୁଚାପଟି ୭ ତାରିଖରେ ହେବାକୁ ଯାଉଥିବା ବେଳେ ଦ୍ୱିତୀୟ ଲଘୁଚାପଟି ୧୩ ତାରିଖ ମଧ୍ୟରେ ହେବ। ଯାହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ପ୍ରଥମ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ପଡ଼ିବାକୁ ଥିବା ବେଳେ ଦ୍ୱିତୀୟ ଲଘୁଚାପଟି ସାରା ରାଜ୍ୟରେ ବର୍ଷା କରାଇବ। ବଡ଼ କଥା ହେଉଛି ଯେ ଦୁଇଟି ଯାକ ଲଘୁଚାପର ପ୍ରଭାବ ମହାନଦୀର ଉପରମୁଣ୍ଡ […]

ଭୁବନେଶ୍ୱର : ଦୁଇ ସପ୍ତାହରେ ସୃଷ୍ଟି ହେବାକୁ ଯାଉଛି ଦୁଇ ଲଘୁଚାପ। ପ୍ରଥମ ଲଘୁଚାପଟି ୭ ତାରିଖରେ ହେବାକୁ ଯାଉଥିବା ବେଳେ ଦ୍ୱିତୀୟ ଲଘୁଚାପଟି ୧୩ ତାରିଖ ମଧ୍ୟରେ ହେବ। ଯାହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ପ୍ରଥମ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ପଡ଼ିବାକୁ ଥିବା ବେଳେ ଦ୍ୱିତୀୟ ଲଘୁଚାପଟି ସାରା ରାଜ୍ୟରେ ବର୍ଷା କରାଇବ। ବଡ଼ କଥା ହେଉଛି ଯେ ଦୁଇଟି ଯାକ ଲଘୁଚାପର ପ୍ରଭାବ ମହାନଦୀର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ପଡ଼ିବ। ତେଣୁ ୧୫ ଅଗଷ୍ଟ ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଲଘୁଚାପ ଦ୍ୱାରା ରାଜ୍ୟର ଜଳଭଣ୍ଡାର ସମେତ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ହେବାକୁ ଥିବାରୁ ଦ୍ୱିତୀୟ ଲଘୁଚାପରେ ଏହା ଉଦ୍‍ବେଗଜନକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ପାଣିପାଗ କେନ୍ଦ୍ର ପକ୍ଷରୁ ୭ ତାରିଖରେ ଚଳିତ ମାସର ପ୍ରଥମ ଲଘୁଚାପ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି। ଏହି ଲଘୁଚାପ ଟି ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହାର ପ୍ରଭାବରେ ୭ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ୮ ଓ ୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ଓ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୬ ତାରିଖରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏମିତିକି ୯-୧୦ ତାରିଖରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବଂଶଧରା ଓ ନାଗାବଳୀରେ ନଦୀରେ ପାଣି ଫୁଲିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

ତାଙ୍କ ଆକଳନ ଅନୁଯାୟୀ ୧୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବ। ପ୍ରଥମ ଲଘୁଚାପ ଟି ୬ ତାରିଖ ରାତି ସୁଦ୍ଧା ହେବାକୁ ଥିବା ବେଳେ ଏହା ସମୁଦ୍ର ମଧ୍ୟରେ ଦୁଇ ଦିନ ରହି ୯ ତାରିଖ ଛତିଶଗଡ଼ ମୁହାଁ ହେବ। ୧୧ ତାରିଖରେ ଏହା ମହାରାଷ୍ଟ୍ର ଓ ସଂଲଗ୍ନ ଗୁଜୁରାଟରେ ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରରେ ରାଜ୍ୟରେ ୬-୯ ମଧ୍ୟରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରରଙ୍ଗପୁର, ଓ କଳାହାଣ୍ଡି (୫ ଜିଲ୍ଲାରେ) ୧୪୦-୧୬୦ ମିମି ବର୍ଷା ହେବ। ସ୍ଥାନରେ ସ୍ଥାନରେ ଏତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି। ୯ ଜିଲ୍ଲାରେ ୧୦୦-୧୨୦ ମିମି ବର୍ଷା ହେବାକୁ ଥିବା ବେଳେ ଉପକୂଳ, କେନ୍ଦ୍ରୀୟ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ୧୬ ଜିଲ୍ଲାରେ ୭୦ ମିମି ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

ସମାନ ଭାବେ ୧୩ରେ ଦ୍ୱିତୀୟ ଲଘୁଚାପ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଉତ୍ତର ଓଡ଼ିଶା ସହିତ ସମଗ୍ର ରାଜ୍ୟରେ ବିସ୍ତୃତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଲଘୁଚାପ ଯୋଗୁଁ ୭ ୧୦ ଅଗଷ୍ଟ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଓ ଉପକୂଳ ଅଶାନ୍ତ ରହିବ। ସମୁଦ୍ର ମଧ୍ୟରେ ୪୫-୫୫ କିମି ବେଗରେ ପବନ ବହିବ। ଏଥିପାଇଁ ୭ ତାରିଖରୁ ପରବର୍ତ୍ତି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କରି ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବେଳେ ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ଆଦିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜନିତ କୌଣସି କ୍ଷୟକ୍ଷତି ଘଟିଲେ ତୁରନ୍ତ ଏହାର ରିପୋର୍ଟ ଦାଖଲ କରିବାକୁ ଏସ୍‍ଆରସିଙ୍କ କାର୍ଯ୍ୟାଳୟ କହିଛି। ସମାନ ଭାବେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ହେତୁ ଶନିବାର ସୁଦ୍ଧା ଅମଳ ଉପଯୋଗୀ ବାଇଗଣ, ଟମାଟ, ପୋଟଳ, ଭେଣ୍ଡି, କଖାରୁ ଓ ଅନ୍ୟାନ୍ୟ ପନିପରିବା ଅମଳ କରି ସୁରକ୍ଷିତ ସ୍ଥାନରେ ରଖିନେବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ପନିପରିବା ତଳିକୁ ଭାରି ବର୍ଷାରୁ ରକ୍ଷା ପାଇଁ ପଲିଥିନ ଦ୍ୱାରା ଆଛାଦନ କରିବା ସହ ଅଧିକ ଜଳ ନିଷ୍କାସନ ପାଇଁ ନାଳି ର ବ୍ୟବସ୍ତା କରନ୍ତୁ କରିବାକୁ କୁହାଯାଇଛି।

06 Aug 2022 By The Sakala

ଯୋଡ଼ା ଲଘୁଚାପ ଆଣିବ ବନ୍ୟା

ଭୁବନେଶ୍ୱର : ଦୁଇ ସପ୍ତାହରେ ସୃଷ୍ଟି ହେବାକୁ ଯାଉଛି ଦୁଇ ଲଘୁଚାପ। ପ୍ରଥମ ଲଘୁଚାପଟି ୭ ତାରିଖରେ ହେବାକୁ ଯାଉଥିବା ବେଳେ ଦ୍ୱିତୀୟ ଲଘୁଚାପଟି ୧୩ ତାରିଖ ମଧ୍ୟରେ ହେବ। ଯାହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ପ୍ରଥମ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ପଡ଼ିବାକୁ ଥିବା ବେଳେ ଦ୍ୱିତୀୟ ଲଘୁଚାପଟି ସାରା ରାଜ୍ୟରେ ବର୍ଷା କରାଇବ। ବଡ଼ କଥା ହେଉଛି ଯେ ଦୁଇଟି ଯାକ ଲଘୁଚାପର ପ୍ରଭାବ ମହାନଦୀର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ପଡ଼ିବ। ତେଣୁ ୧୫ ଅଗଷ୍ଟ ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଲଘୁଚାପ ଦ୍ୱାରା ରାଜ୍ୟର ଜଳଭଣ୍ଡାର ସମେତ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ହେବାକୁ ଥିବାରୁ ଦ୍ୱିତୀୟ ଲଘୁଚାପରେ ଏହା ଉଦ୍‍ବେଗଜନକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ୭ ତାରିଖରେ ଚଳିତ ମାସର ପ୍ରଥମ ଲଘୁଚାପ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି। ଏହି ଲଘୁଚାପ ଟି ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହାର ପ୍ରଭାବରେ ୭ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ୮ ଓ ୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ଓ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୬ ତାରିଖରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏମିତିକି ୯-୧୦ ତାରିଖରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବଂଶଧରା ଓ ନାଗାବଳୀରେ ନଦୀରେ ପାଣି ଫୁଲିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ତାଙ୍କ ଆକଳନ ଅନୁଯାୟୀ ୧୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବ। ପ୍ରଥମ ଲଘୁଚାପ ଟି ୬ ତାରିଖ ରାତି ସୁଦ୍ଧା ହେବାକୁ ଥିବା ବେଳେ ଏହା ସମୁଦ୍ର ମଧ୍ୟରେ ଦୁଇ ଦିନ ରହି ୯ ତାରିଖ ଛତିଶଗଡ଼ ମୁହାଁ ହେବ। ୧୧ ତାରିଖରେ ଏହା ମହାରାଷ୍ଟ୍ର ଓ ସଂଲଗ୍ନ ଗୁଜୁରାଟରେ ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରରେ ରାଜ୍ୟରେ ୬-୯ ମଧ୍ୟରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରରଙ୍ଗପୁର, ଓ କଳାହାଣ୍ଡି (୫ ଜିଲ୍ଲାରେ) ୧୪୦-୧୬୦ ମିମି ବର୍ଷା ହେବ। ସ୍ଥାନରେ ସ୍ଥାନରେ ଏତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି। ୯ ଜିଲ୍ଲାରେ ୧୦୦-୧୨୦ ମିମି ବର୍ଷା ହେବାକୁ ଥିବା ବେଳେ ଉପକୂଳ, କେନ୍ଦ୍ରୀୟ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ୧୬ ଜିଲ୍ଲାରେ ୭୦ ମିମି ବର୍ଷା ହୋଇପାରେ।

ସମାନ ଭାବେ ୧୩ରେ ଦ୍ୱିତୀୟ ଲଘୁଚାପ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଉତ୍ତର ଓଡ଼ିଶା ସହିତ ସମଗ୍ର ରାଜ୍ୟରେ ବିସ୍ତୃତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଲଘୁଚାପ ଯୋଗୁଁ ୭ ୧୦ ଅଗଷ୍ଟ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଓ ଉପକୂଳ ଅଶାନ୍ତ ରହିବ। ସମୁଦ୍ର ମଧ୍ୟରେ ୪୫-୫୫ କିମି ବେଗରେ ପବନ ବହିବ। ଏଥିପାଇଁ ୭ ତାରିଖରୁ ପରବର୍ତ୍ତି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କରି ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବେଳେ ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ଆଦିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜନିତ କୌଣସି କ୍ଷୟକ୍ଷତି ଘଟିଲେ ତୁରନ୍ତ ଏହାର ରିପୋର୍ଟ ଦାଖଲ କରିବାକୁ ଏସ୍‍ଆରସିଙ୍କ କାର୍ଯ୍ୟାଳୟ କହିଛି। ସମାନ ଭାବେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ହେତୁ ଶନିବାର ସୁଦ୍ଧା ଅମଳ ଉପଯୋଗୀ ବାଇଗଣ, ଟମାଟ, ପୋଟଳ, ଭେଣ୍ଡି, କଖାରୁ ଓ ଅନ୍ୟାନ୍ୟ ପନିପରିବା ଅମଳ କରି ସୁରକ୍ଷିତ ସ୍ଥାନରେ ରଖିନେବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ପନିପରିବା ତଳିକୁ ଭାରି ବର୍ଷାରୁ ରକ୍ଷା ପାଇଁ ପଲିଥିନ ଦ୍ୱାରା ଆଛାଦନ କରିବା ସହ ଅଧିକ ଜଳ ନିଷ୍କାସନ ପାଇଁ ନାଳି ର ବ୍ୟବସ୍ତା କରନ୍ତୁ କରିବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର