Madhusudan Das - The Sakala

କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ମେଷ: ରବି, ସୋମବାରରେ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧବାରରେ ମହିଳାଙ୍କ ମନୋବଳ ଦୃଢ଼ ରହିବ। ଅଚିହ୍ନା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଗୁରୁ, ଶୁକ୍ରବାରରେ ନକାରାତ୍ମକ ଭାବାନାରୁ ଦୂରେଇ ରୁହନ୍ତୁ।  ଶନିବାରରେ ଖାଦ୍ୟ ପାନୀୟରେ ଅଧିକ ଧ୍ୟାନ ରଖନ୍ତୁ। ପରିବାରବର୍ଗଙ୍କ ସହାୟତା ପାଇବେ।

ବୃଷ: ରବି, ସୋମବାରରେ ଅସ୍ଥିରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ।  ମଙ୍ଗଳ, ବୁଧବାରରେ ନିଜ ଦାୟିତ୍ବକୁ ସୁଚାରୁ ରୂପରେ ସମାପନ କରିବେ। ଗୁରୁ, ଶୁକ୍ରବାରରେ ଅଯଥା ଖର୍ଚ୍ଚ ଚିନ୍ତାର କାରଣ ପାଲଟି ପାରେ। ଶନିବାରରେ କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ମିଥୁନ: ରବି, ସୋମବାରରେ ପରିଶ୍ରମ କରି ସଫଳତା ପାଇବେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବେ।  ମଙ୍ଗଳ, ବୁଧବାରରେ ସହକର୍ମୀଙ୍କ ସହ ବଚସା ହୋଇପାରେ । ଛାତ୍ରଛାତ୍ରୀ ଆଳସ୍ୟତାର ବଶବର୍ତ୍ତୀ ହୋଇପାରନ୍ତି। ଗୁରୁ,ଶୁକ୍ରବାରରେ ନିଜ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦେବେ। ଶନିବାରରେ ପରିବାରର ସହାୟତା ପାଇବେ।

କର୍କଟ: ରବି, ସୋମବାରରେ ପରିବାରରେ ଉତ୍ତମ ବୁଝାମଣା ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ। କ୍ଷମତାର ସଠିକ୍ ଉପଯୋଗ କରିବେ। ମଙ୍ଗଳ,ବୁଧବାରରେ ଆର୍ଥିକ ସ୍ଥିତି ମଜଭୁତ ରହିବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତରେ ପଡ଼ିପାରନ୍ତି। ଗୁରୁ, ଶୁକ୍ରବାରରେ ମହିଳାମାନେ ଅବହେଳିତ ହେବେ।  ଶନିବାରରେ ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ।

ସିଂହ: ରବି, ସୋମବାରରେ ଆତ୍ମବିଶ୍ବାସ ସହ ସବୁ କାର୍ଯ୍ୟ ସମାପ୍ତ କରିବେ। କୌଣସି ଶୁଭ ସମାଚାର ପାଇବେ । ମଙ୍ଗଳ, ବୁଧବାରରେ ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ପାଇବ। ଗୁରୁ,ଶୁକ୍ରବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଶନିବାରରେ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

କନ୍ୟା: ରବି, ସୋମବାରରେ ନିଜ ଦକ୍ଷତା ବଳରେ ଲୋକମାନଙ୍କୁ ପ୍ରଭାବିତ କରିବେ। ମଙ୍ଗଳ, ବୁଧବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ। ଗୁରୁ, ଶୁକ୍ରବାରରେ ଶତ୍ରୁମାନଙ୍କୁଠାରୁ ଦୂରେଇ ରୁହନ୍ତୁ। ଶନିବାରରେ ବିଭାଗୀୟ ଅଧିକାରୀଙ୍କଠାରୁ ଉଚିତ ପରାମର୍ଶ ପାଇବେ।

ତୁଳା: ରବି,ସୋମବାରରେ  ସଂପତ୍ତି କ୍ରୟବିକ୍ରୟ କରିବାର ସୁଯୋଗ ପାଇବେ। ମଙ୍ଗଳ, ବୁଧବାରରେ ଦୀର୍ଘ ଦିନ ପରେ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଗୁରୁ, ଶୁକ୍ରବାରରେ ବ୍ୟବସାୟିକ କାର୍ଯ୍ୟରେ  ଦୂରଯାତ୍ରା କରିପାରନ୍ତି। ଶନିବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ସୁଯୋଗ ରହିଛି।  ଛାତ୍ରଛାତ୍ରୀ ଲେଖାପଢ଼ାରେ ଉନ୍ନତି କରିବେ।

ବିଛା: ରବି, ସୋମବାରରେ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମଙ୍ଗଳ,ବୁଧବାରରେ ସୁଖ ସନ୍ତୋଷ ବୃଦ୍ଧି ପାଇବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଗୁରୁ, ଶୁକ୍ରବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହୋଇପାରେ। ଶନିବାରରେ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।

ଧନୁ: ରବି, ସୋମବାରରେ  ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ମଙ୍ଗଳ, ବୁଧବାରରେ ନିଜ ଲକ୍ଷ୍ୟପୂରଣ ପାଇଁ ଚେଷ୍ଟା ଜାରି ରଖିବେ। ଗୁରୁ, ଶୁକ୍ରବାରରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଶନିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିବେ।

ମକର: ରବି, ସୋମବାରରେ ଭବିଷ୍ୟତ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ, ବୁଧବାରରେ ଅଟକି ରହିଥିବା ଧନ ଫେରିପାଇବେ। ଗୁରୁ, ଶୁକ୍ରବାରରେ କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିକଶିତ କରିବେ। ଶନିବାରରେ ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।

କୁମ୍ଭ: ରବି, ସୋମବାରରେ ପ୍ରଶାସନିକ ସ୍ତରରେ  ଉଚ୍ଚ ସମ୍ମାନ ପାଇବେ। ମଙ୍ଗଳ, ବୁଧବାରରେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଗୁରୁ,ଶୁକ୍ରବାରରେ ପ୍ରିୟଜନଙ୍କ ସହଯୋଗ ପାଇବେ।  ଶନିବାରରେ ବ୍ୟବସାୟରେ ପ୍ରସାର ପାଇଁ ନୂତନ ମାର୍ଗ ପାଇବେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ହୋଇପାରନ୍ତି।

ମୀନ: ରବି, ସୋମବାରରେ ଶତ୍ରୁର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ଗୁରୁ, ଶୁକ୍ରବାରରେ ପରିଶ୍ରମର ଫଳପ୍ରାପ୍ତି ହେବ। ଶନିବାରରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

ଆସନ୍ତା ଅଗଷ୍ଟ ୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧାରିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୩୧ ତାରିଖ (ସୋମବାର) ଦିନ ବନ୍ଦ ରହିବ। ଅନ୍ୟାନ୍ୟ ଜରୁରୀ ସରକାରୀ କାର୍ଯ୍ୟବ୍ୟସ୍ତତା କାରଣରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏହି ବାତିଲ ନିଷ୍ପତ୍ତି ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ଦିନ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହେବାର ଥିଲା, ମାତ୍ର ପ୍ରଶାସନିକ ଏବଂ ସରକାରୀ ବ୍ୟସ୍ତତା ଯୋଗୁଁ ଏହାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପରବର୍ତ୍ତୀ ଜନଶୁଣାଣିର ତାରିଖ ସମ୍ପର୍କରେ ଖବରକାଗଜ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ସାଧାରଣ ଜନତାଙ୍କୁ ପୂର୍ବରୁ ଅବଗତ କରାଯିବ।

ଏମଏମଡିଆର ସମ୍ୱନ୍ଧରେ ନବୀନଙ୍କ ଚିଠି ବିଜେପି ସାଂସଦଙ୍କ ମୁଖା ଖୋଲି ଦେଇଛି: ବିଜେଡି
ଭୁବନେଶ୍ୱର: ବିଜେଡି ସଭାପତି ତଥା ବିଧାନସଭାର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦଙ୍କୁ ଏମଏମଡିଆର ସଂଶୋଧନ ଆକ୍ଟ ସମ୍ୱନ୍ଧରେ ଚିଠି ଲେଖିବା ପରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ନବୀନଙ୍କ ଉପଦେଶ ବିଜେପି ସାଂସଦ ମାନଙ୍କୁ ଆବଶ୍ୟକ ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ଏମଏମଡିଆର ସଂଶୋଧନ ଆକ୍ଟ ରାଜ୍ୟମାନଙ୍କୁ ନୁହେଁ ବରଂ ଖଣି ମାଲିକ ମାନଙ୍କୁ ସିଧାସଳଖ ଫାଇଦା ଦେଇଥିବା ବେଳେ କେଉଁ ମୁହଁରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହା ରାଜ୍ୟକୁ ଫାଇଦା ଦେବ ବୋଲି କହୁଛନ୍ତି? ଓଡ଼ିଶାର ବିଜେପି ସାଂସଦମାନଙ୍କ ଚୋରି ଧରାପଡିଯିବା ପରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ଉଦେ୍ଦଶ୍ୟରେ ଏପରି କହୁଛନ୍ତି ବୋଲି ବିଜେଡି କହିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗରେ ବିଜେପି ସାଂସଦମାନେ ମାଟି ନୁହେଁ ତାଙ୍କ ପାର୍ଟିକୁ ଗୁରୁତ୍ୱ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୨୫ ଜୁଲାଇ ୨୦୨୪ ତାରିଖରେ ପ୍ରଦାନ କରାଯାଇଥିବା ଅର୍ଡରରେ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ନିଦେ୍ର୍ଦଶ ଦେବା ପରେ ଖଣି ଟିକସ ମାଧ୍ୟମରେ କେବଳ ବକେୟା ବାବଦକୁ ଓଡିଶାକୁ ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଓ ପ୍ରତି ବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବ ବୋଲି ସ୍ପଷ୍ଟ ହୋଇଥିଲା । କିନ୍ତୁ ଏମଏମଡିଆର ସଂଶୋଧନ ଆକ୍ଟ ପାରିତ ହେବା ପରେ ଓଡ଼ିଶାର ରାଜସ୍ୱ ବୃଦ୍ଧି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଚାର ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ନଷ୍ଟ ହୋଇଗଲା । ଏହି ଆକ୍ଟ ପାରିତ ହେବା ବେଳେ ଓଡ଼ିଶାର ବିଜେପି ସାଂସଦମାନେ ନୀରବଦ୍ରଷ୍ଟା ସାଜିଥିଲେ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରେ ଓ ବିଜେପି ସାଂସଦ ମାନଙ୍କୁ ଚିଠି ଲେଖିବା ପରେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ନବୀନଙ୍କ ଉପଦେଶର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ବାସ୍ତବରେ ନବୀନ ପଟ୍ଟନାୟକଙ୍କ ଚିଠି ବିଜେପି ସାଂସଦମାନଙ୍କ ମୁଖା ଖୋଲି ଦେଇଛି । ଲଜ୍ଜା ନଥାଇ ମୁହଁଟାଣ ସଦୃଶ୍ୟ, ନବୀନଙ୍କ ଉପଦେଶର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି ।

ଡ.ମହାନ୍ତି କହିଛନ୍ତି, ମାଟିକୁ ପଛ ଓ ପାର୍ଟିକୁ ଆଗ କରିଥିବା ବିଜେପି ସାଂସଦ ମାନଙ୍କ ପାଇଁ ଏବେ ମୁହଁ ଲୁଚାଇବାର ବେଳ ଆସିଛି । ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାରା ଦେଇଥିଲା ବିଜେପି, ଯେଉଁଥିରେ ପ୍ରଭାବିତ ହୋଇ ରାଜ୍ୟବାସୀ ବିଜେପିର ୨୦ ସାଂସଦଙ୍କୁ ଜିତାଇଥିଲେ । କିନ୍ତୁ, ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ ବଢିବା ପରିବର୍ତ୍ତେ କମିଲା । ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦରେ ବିଜେପି ସାଂସଦ ମାନେ ମୁହଁ ଖୋଲିବା ଓଡିଶାବାସୀଙ୍କୁ ଦୃଶ୍ୟମାନ ହୋଇପାରି ନାହିଁ । ଏମଏମଡିଆର ସଂଶୋଧନ ବିଲ ପାରିତ ହେବା ସମୟରେ ବିଜେପି ସାଂସଦ ମାନେ ପଦୁଟିଏ ମଧ୍ୟ ମୁହଁ ଖୋଲି ନଥିଲେ । ଏବେ ଓଡ଼ିଶାର କ୍ଷତି ହେବ ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଭୁଅାଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି । ଏହି ଆକ୍ଟ ପାରିତ ହେବା ପରେ ରାଜ୍ୟମାନଙ୍କର ନୁହେଁ ବରଂ ଖଣି ମାଲିକମାନଙ୍କର ସିଧାସଳଖ ଫାଇଦା ହେଲା । କିନ୍ତୁ, ବିଜେପି ସାଂସଦ ଓଡିଶାକୁ ଲାଭ ମିଳିବ ବୋଲି କହୁଛନ୍ତି, ଯାହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ ।

ପାରାଦୀପ ବନ୍ଦରରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ
ପାରାଦୀପ: ପାରାଦୀପ ମାଛଧରା ବନ୍ଦରରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ଏକ ମାଛଧରା ଟ୍ରଲର ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ଘଟିନାହିଁ ଏବଂ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ ଖସି ଆସିବାରେ ସକ୍ଷମ ହୋଇଛନ୍ତି।

ଅଗ୍ନିକାଣ୍ଡର ଶିକାର ହୋଇଥିବା ଟ୍ରଲରଟିର ନାମ ‘ଦେବୀ ଲକ୍ଷ୍ମୀ’ ବୋଲି ଜଣାପଡିଛି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସନ୍ଦେହ କରାଯାଉଛି ଯେ ଟ୍ରଲର ଭିତରେ ରୋଷେଇ କରାଯାଉଥିବା ସମୟରେ ଏହି ନିଆଁ ଲାଗିଥିଲା। ସମୁଦ୍ର ମଧ୍ୟରେ ଦୀର୍ଘ ଦିନ ରହିବା ପାଇଁ ମତ୍ସ୍ୟଜୀବୀମାନେ ଟ୍ରଲରରେ ଗ୍ୟାସ ସିଲିଣ୍ଡର ଓ କିରୋସିନି ଭଳି ଦହନଶୀଳ ସାମଗ୍ରୀ ଗଚ୍ଛିତ ରଖିଥିଲେ, ଯାହା ସଂସ୍ପର୍ଶରେ ଆସି ନିଆଁ ଦ୍ରୁତ ବେଗରେ ବ୍ୟାପିଥିବା ଅନୁମାନ କରାଯାଉଛି।

ଖବର ପାଇ ପାରାଦୀପ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ବେଳକୁ ଟ୍ରଲରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖରେ ଥିବା ଅନ୍ୟ ଟ୍ରଲରଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଘୁଞ୍ଚାଇ ନିଆଯାଇଥିବାରୁ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ମାର୍ଚ୍ଚ ମାସରେ ପାରାଦୀପର ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦରରେ ଅନୁରୂପ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ଟ୍ରଲର ଏବଂ ୫ଟି ଡଙ୍ଗା ସମ୍ପୂର୍ଣ୍ଣ ଜଳିଯାଇଥିଲା।

ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ
ବାରିପଦା: ଭାଇ ହେଲା ଭଗାରୀ, ଲୁହା ପାଇପରେ ମାରି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ହତ୍ୟାକାରୀ ଭାଇ ଗିରଫ। ବାପାଙ୍କ ଟଙ୍କା ପାଇଁ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଓ ପିଟାମରା ଆଉ ଶେଷରେ ହତ୍ୟା। ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ବୀରକିଶୋର ମହାନ୍ତ (୨୩) । ଅଭିଯୁକ୍ତ ବଡ଼ ଭାଇ ରାଜକିଶୋର ମହାନ୍ତ (୩୨)କୁ ଗିରଫ କଲା ସଦର ଥାନା ପୁଲିସ।

ସୂଚନା ମୁତାବକ କିଛିଦିନ ପୂର୍ବରୁ ଏକ ବିଦ୍ୟୁତ୍ ଆଘାତରେ ସେମାନଙ୍କ ବାପା ମହେନ୍ଦ୍ର ମହାନ୍ତ ମୃତ୍ୟୁ ବରଣ କରିଥିଲେ ଏବଂ ପରିବାରକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ଟଙ୍କା ମିଳିଥିଲା ଏବଂ ଏହି ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହିଥିଲା । ଗତକାଲି ବାଇକ୍ କିଣିବା ପାଇଁ ବଡ଼ ଭାଇକୁ ସାନଭାଇ ଟଙ୍କା ମାଗିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହିତ ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ରାଗିଯାଇ ବଡ଼ଭାଇ ରାଜକିଶୋର ଏକ ଲୁହା ପାଇପ୍ ଆଣି ବୀରକିଶୋରଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି  । ଭଉଣୀ ମନୋରମା ମହାନ୍ତ ଲିଖିତ ଅଭିଯୋଗ କ୍ରମେ ଅଭିଯୁକ୍ତ ବଡଭାଇ ରାଜକିଶୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବାରିପଦା ସଦର ଥାନା ଆଇଆଇସି ସସ୍ମିତା ମହାନ୍ତ କହିଛନ୍ତି ।

'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !
ଢେଙ୍କାନାଳ: ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା । ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଟଙ୍କା ନଦେବାରୁ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ପତ୍ନୀଙ୍କ ମୃତଦେହକୁ ଶୌଚାଳୟ ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଐଣ୍ଡିପୁର ଜୁଆଙ୍ଗ ସାହିରେ ଘଟିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସ୍ୱାମୀ ଜଣକ ନିୟମିତ ମଦ୍ୟପାନ କରୁଥିଲା। ସେ ନିଜ ସ୍ତ୍ରୀଙ୍କୁ ସୁଭଦ୍ରା ଯୋଜନା ବାବଦକୁ ପାଇଥିବା ଟଙ୍କା ମାଗିଥିଲା। ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଠେଙ୍ଗା ଓ କୋଦାଳ ସାହାଯ୍ୟରେ ସ୍ତ୍ରୀକୁ ନିର୍ଧୁମ ପିଟିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ପାପ ଲୁଚାଇବାକୁ ଯାଇ ଅଭିଯୁକ୍ତ ମୃତଦେହକୁ ଘର ପାଖରେ ଥିବା ଏକ ଶୌଚାଳୟ ଟାଙ୍କି ଭିତରେ ପୋତି ଦେଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କାନାଳ ସଦର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ପୂରା ଘଟଣାକ୍ରମକୁ ବୁଝିବା ପାଇଁ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ (ଅପରାଧ ଦୃଶ୍ୟର ପୁନଃନିର୍ମାଣ) କରିଛି। ଅନ୍ୟପକ୍ଷରେ, ଏହି ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଦ୍ୟପାନ ଏବଂ ପାରିବାରିକ କଳହ ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି। ପୋଲିସ ପକ୍ଷରୁ ଏହି ଘଟଣାର ଟିକିନିଖି ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ନେପାଳ ବନ୍ୟା ଓ ଭୂସ୍ଖଳନରେ ଫସିଲେ ଭଦ୍ରକର ୭ ଜଣଙ୍କ ସମେତ ୫୧ ପର୍ଯ୍ୟଟକ, ସୁରକ୍ଷିତ ଫେରିଆସିବାକୁ ପରିବାରର ଆଶା
ଭୁବନେଶ୍ୱର: ନେପାଳରେ ଅଚାନକ ଆସିଥିବା ବନ୍ୟା ଏବଂ ଭୟଙ୍କର ଭୂସ୍ଖଳନ କାରଣରୁ ଯାତ୍ରା ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ୫୧ ଜଣ ପର୍ଯ୍ୟଟକ ଫସି ରହିଛନ୍ତି। ଏହି ଫସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ୭ ଜଣ ଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏହି ପର୍ଯ୍ୟଟକମାନଙ୍କୁ ନେପାଳ ପୋଲିସ ଦ୍ୱାରା ଉଦ୍ଧାର କରାଯାଇ ବର୍ତ୍ତମାନ ଭୈରହୱା (ସିଦ୍ଧାର୍ଥନଗର) ଠାରେ ଥିବା ଏକ ଲଜ୍‌ରେ ରଖାଯାଇଛି।

ତ୍ରିଶୂଳୀ ନଦୀର ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବା ଏବଂ ପ୍ରବଳ ଭୂସ୍ଖଳନ କାରଣରୁ ଯାତ୍ରୀମାନେ ପ୍ରଥମେ ମନୋକାମନା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ। ପରିସ୍ଥିତି ବିଗିଡ଼ିବାରୁ ନେପାଳ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ରୋପୱେ' ମାଧ୍ୟମରେ ସୁରକ୍ଷିତ ଭାବେ ବାହାର କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, କାଠମାଣ୍ଡୁରୁ ପ୍ରାୟ ୨୦୦ କିଲୋମିଟର ପାର୍ବତ୍ୟ ଅଞ୍ଚଳକୁ ଡଙ୍ଗାରେ ଯାତ୍ରା କରିବାର ଯୋଜନା ଥିଲା, କିନ୍ତୁ ପ୍ରାୟ ୭୦ କିଲୋମିଟର ଯିବା ପରେ ନଦୀରେ ଅଚାନକ ବନ୍ୟା ଆସିବାରୁ ସେମାନେ ଅଧାବାଟରୁ ଫେରିବାକୁ ବାଧ୍ୟ ହୋଇଥିଲେ।

ଏହି ୫୧ ଜଣିଆ ଦଳରେ କେରଳରୁ ୪୩ ଜଣ ଥିବାବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ୭ ଜଣ ରହିଛନ୍ତି। କୋଲକାତା ସ୍ଥିତ କୈଳାସ ଟ୍ରାଭେଲ୍ସ ଜରିଆରେ ଏହି ପର୍ଯ୍ୟଟକମାନେ ନେପାଳ ଗସ୍ତରେ ଯାଇଥିଲେ। ଏହି ଟ୍ରାଭେଲ୍ସର ମାଲିକ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ନଳଗୁଣ୍ଡା ପଞ୍ଚାୟତର କୈଳାସ ବିଶ୍ୱାଳ। ଏହି ଦଳରେ ଟୁର୍ ଅପରେଟର୍ କୈଳାସଙ୍କ ସମେତ ୫ ଜଣ ରୋଷେୟା, ଚାନ୍ଦବାଲିର ଟୁନା ଦାଶ ଏବଂ କୋଲକାତାର ସୌରଭ ବାନାର୍ଜୀ ସାମିଲ ଅଛନ୍ତି।

ତ୍ରିଶୂଳୀ ନଦୀର ବନ୍ୟା ଜଳ ରସୁଆ ଜିଲ୍ଲା ସୀମାବର୍ତ୍ତୀ ଲ୍ହେଣ୍ଡେ ଖୋଲା ଏବଂ ଭୋଟେକୋଶୀ ନଦୀ ପ୍ରଣାଳୀକୁ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ କରିଛି। ପର୍ଯ୍ୟଟକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେମାନେ ଯାତ୍ରା ସମୟରେ ବନ୍ୟା ଜଳ ଏବଂ କାଦୁଅ ଅତଡ଼ା ଖସିବାର ସମ୍ମୁଖୀନ ହୋଇଥିଲେ ଏବଂ ଶେଷରେ ପ୍ରାଣ ବିକଳରେ ମନ୍ଦିରରେ ଆଶ୍ରୟ ନେଇଥିଲେ। ସୌଭାଗ୍ୟବଶତଃ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେମାନେ ଭୈରହୱାରେ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରିବାର ଲୋକଙ୍କ ଆଖିରେ କେବଳ ଗୋଟିଏ ଆଶା,ସୁରକ୍ଷିତ ଫେରିଆସନ୍ତୁ ଆମ ଲୋକ ।

ଗଜପତି RTO ଅଫିସରେ ଭୟାବହ ଅଗ୍ନିକାଣ୍ଡ: ସର୍ଭର ରୁମ୍ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର
ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅଫିସର ସର୍ଭର ରୁମ୍ ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କାର୍ଯ୍ୟାଳୟର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ଦେଖୁ ଦେଖୁ ଏହା ସର୍ଭର ରୁମକୁ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଏବଂ ଯନ୍ତ୍ରପାତି ଜଳି ପାଉଁଶ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ, ଯାହା ଫଳରେ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ନିଆଁ ବ୍ୟାପିବାରୁ ରୋକାଯାଇପାରିଥିଲା।

ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍ ସର୍ଟ ସର୍କିଟ୍ ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିଆଁ ଲାଗିବାର ସଠିକ୍ କାରଣ ଏବଂ ସର୍ଭର, ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ସମେତ ଅନ୍ୟାନ୍ୟ ସମ୍ପତ୍ତିର କେତେ କ୍ଷତି ହୋଇଛି, ତାହା ନିର୍ଦ୍ଧାରଣ କରିବା ପାଇଁ ଅଧିକାରୀମାନେ ଏକ ବିସ୍ତୃତ ତଦନ୍ତ କରିବେ। ଏହି ଘଟଣାରେ ବ୍ୟାପକ ଆର୍ଥିକ କ୍ଷତି ଘଟିଥିବା ଅନୁମାନ କରାଯାଉଥିବା ବେଳେ, ସମ୍ପୂର୍ଣ୍ଣ ଆକଳନ ପରେ କ୍ଷୟକ୍ଷତିର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।

ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ବିଚ୍‌ ରାସ୍ତାରେ ଯୁବକଙ୍କ ଉପରକୁ ଗୁଳିମାଡ଼, ଦୁର୍ବୃତ୍ତ ଅଟକ
ସମ୍ବଲପୁର: ବିଚ୍‌ ରାସ୍ତାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ଗୁଳିମାଡ଼ରେ ଯୁବକ ମୃତ । ସମ୍ବଲପୁରର ବୁର୍ଲା ଥାନା ଅଞ୍ଚଳରେ ଘଟିଛି ଏପରି ହତ୍ୟାକାଣ୍ଡ । ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ହୋଇଥିବା ଏକ ଗୁଳିକାଣ୍ଡରେ ଜଣେ ୩୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ନାମ ମହମ୍ମଦ ଅନିସ ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବିବାଦ ଏବଂ ଦୀର୍ଘ ଦିନର ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପୋଲିସ ଝାରସୁଗୁଡ଼ାର ମଙ୍ଗଳା ବଜାର ଅଞ୍ଚଳର ରାଜା ସ୍ୱାମୀ ନାମକ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଘଟଣାଟି କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବିବାଦର ପରିଣାମ। ଏଥିରେ ସାଧାରଣ ଜନତା ଭୟଭୀତ ହେବାର କୌଣସି କାରଣ ନାହିଁ କିମ୍ବା ବ୍ୟାପକ ସାଧାରଣ ବିପଦର କୌଣସି ଆଶଙ୍କା ନାହିଁ। ବର୍ତ୍ତମାନ ପୋଲିସ ସମସ୍ତ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଉଛି।

ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
ଅନୁଗୁଳ : ଓଡ଼ିଶାରେ ପୁଣି ସ୍କ୍ରବ୍ ଟାଇଫସ୍ ଆତଙ୍କ ।  ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ସ୍କ୍ରବ୍ ଟାଇଫସର ଆକ୍ରାନ୍ତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ହେଲେ ସାନବାଘଧରି ଗାଁର ସୁମନ୍ତ ସେଠୀ । ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ସଂକ୍ରମିତ ଚିଗର୍ ନାମ କୀଟ କାମୁଡ଼ିବା କାରଣରୁ ସ୍କ୍ରବ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଶରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଗାଁରେ ପହଞ୍ଚିଲା ୫ ଜଣିଆ ବିଶେଷଜ୍ଞ ମେଡିକାଲ ଟିମ୍ । ସମସ୍ତ ଜ୍ୱର ପୀଡ଼ିତଙ୍କ ରକ୍ତ ନମୁନା ସଂଗ୍ରହ ସହ ଚାଲିଛି ଯାଞ୍ଚ ।

ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଯେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସଠିକ୍ ଔଷଧ ଦିଆଯାଉଛି । ଆକ୍ରାନ୍ତମାନଙ୍କୁ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଖପାଖ ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି ଏବଂ ଆବଶ୍ୟକୀୟ ଡାକ୍ତରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା
ଭୁବନେଶ୍ୱର: କଲେଜ ହଷ୍ଟେଲ୍‌ ଓ କ୍ୟାଣ୍ଟିନ୍‌ରେ ଆଉ ମିଳିବ ନାହିଁ ବରା, ପକୁଡ଼ି, ଆଳୁଚପ୍‌, ପିଆଜି, କଚୁଡ଼ି, ସିଙ୍ଗଡ଼ା, ପୁରୀ।  ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ କୁହାଯାଇଛି। ବିଶ୍ୱବ୍ୟାପୀ ଖାଦ୍ୟ, ଇନ୍ଧନ ଓ ସାର ସଙ୍କଟ ଲାଗି ରହିଥିବାବେଳେ ଖାଦ୍ୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତେଲ ଛଣା ଖାଦ୍ୟ କମାଇବା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଯିବ। ସକାଳ ଜଳଖିଆରେ ପୁରି, ବରା ଭଳି ଅଧିକ ତେଲ ଆବଶ୍ୟକ କରୁଥିବା ଖାଦ୍ୟକୁ ଏଡ଼ାଇ ଦିଆଯିବ।  ଆମଦାନୀକୃତ ପାମ୍‌, ସନଫ୍ଲାୱାର ଓ ସୋୟାବିନ୍‌ ତେଲ ବଦଳରେ ପାରମ୍ପରିକ ଘିଅ, ସୋରିଷ ତେଲ ଓ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଏନ୍‌ଏସ୍‌ଏସ୍‌ ଓ ରେଡକ୍ରସ୍‌ ସ୍ୱେଚ୍ଛାସେବୀମାନେ ଦୈନନ୍ଦିନ ରୋଷେଇରେ ତେଲ ବ୍ୟବହାର କମାଇବାକୁ ସଚେତନତା କାର୍ଯ୍ୟକ୍ରମ କରିବେ। ବିଭାଗର ଏପରି ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟକୁ ଗୁରୁତ୍ୱ ମିଳିବ। ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେମାନଙ୍କ ଖାଦ୍ୟ ରୁଚି ଓ ଖାଦ୍ୟ ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାର ଉଦ୍ୟମ କରିବା ସାମ୍ବିଧାନିକ ଅଧିକାରର ହନନ ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

MMDR ସଂଶୋଧନ ବିଲ୍: ରାଜ୍ୟ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଲେ ଆହ୍ୱାନ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି। ନିକଟରେ ଲୋକସଭାରେ ପାରିତ ହୋଇଥିବା ଖଣି ଏବଂ ଖଣିଜ ଦ୍ରବ୍ୟ (ଉନ୍ନୟନ ଏବଂ ନିୟନ୍ତ୍ରଣ) ବା ଏମଏମଡିଆର (MMDR) ସଂଶୋଧନ ବିଲ୍, ୨୦୨୬ କୁ ସମର୍ଥନ କରିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଏହି ଚିଠିରେ ଦୃଢ଼ ଅନୁରୋଧ କରିଛନ୍ତି।

ବିଜେପି ସାଂସଦମାନଙ୍କୁ ଲେଖିଥିବା ଚିଠିରେ ଶ୍ରୀ ପଟ୍ଟନାୟକ ଅଗଷ୍ଟ ୧୩ ତାରିଖକୁ 'ଓଡ଼ିଶା ପାଇଁ ଏକ କଳା ଦିବସ' ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ଉପରେ ଏହାର ବ୍ୟାପକ ପ୍ରତିକୂଳ ପ୍ରଭାବ ଥିଲେ ମଧ୍ୟ ସଂସଦରେ ମାତ୍ର ୧୦ ମିନିଟରୁ କମ୍ ସମୟ ଆଲୋଚନା କରାଯାଇ ଏହି ବିଲକୁ ତରବରିଆ ଭାବେ ଗୃହୀତ କରାଯାଇଥିଲା। ଭାରତର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶା ଯୋଗାଉଥିବା ବେଳେ ଏହି ନୂଆ ଆଇନ ଦ୍ୱାରା ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ସେ ଦାବି କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ନୂତନ ସଂଶୋଧନ ଯୋଗୁଁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ କ୍ଷତି ସହିବାକୁ ପଡ଼ିବ, ଯାହାକି ଭବିଷ୍ୟତରେ ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ। ତେବେ ଆର୍ଥିକ କ୍ଷତି ଅପେକ୍ଷା ଖଣିଜ ସମ୍ପଦ ଏବଂ ଖଣି ଅଞ୍ଚଳ ଉପରୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ହ୍ରାସ ପାଇବା ସବୁଠାରୁ ବଡ଼ କ୍ଷତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସହ ଖଣି ଖନନ ଯୋଗୁଁ ପ୍ରଦୂଷଣ, ବିସ୍ଥାପନ ଏବଂ ପରିବେଶ ନଷ୍ଟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଓଡ଼ିଶାର ସାଧାରଣ ଜନତା ଓ ଭବିଷ୍ୟତ ପିଢ଼ି ଏହା ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହେବେ ବୋଲି ସେ ସତର୍କ କରାଇଛନ୍ତି।

ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସ୍ମରଣ କରାଇ ବିଜେପି ସାଂସଦମାନଙ୍କୁ ସେମାନଙ୍କର 'ବିବେକର ଡାକ ଶୁଣିବାକୁ' ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, 'ଇତିହାସ ଆପଣଙ୍କୁ ଆପଣଙ୍କ ଦଳୀୟ ଆନୁଗତ୍ୟ ପାଇଁ ନୁହେଁ, ବରଂ ଜରୁରୀ ସମୟରେ ଓଡ଼ିଶା ସ୍ୱାର୍ଥ ପାଇଁ କିପରି ଠିଆ ହୋଇଥିଲେ ସେଥିପାଇଁ ମୂଲ୍ୟାୟନ କରିବ।' ଶେଷରେ ରାଜ୍ୟର ଅଧିକାର କ୍ଷୁଣ୍ଣ କରୁଥିବା ଏହି ବିଲକୁ ତୀବ୍ର ବିରୋଧ କରିବା ଏବଂ ଏହାକୁ ପ୍ରତ୍ୟାହାର କରିବା ଦିଗରେ ଲଢ଼େଇ କରିବାକୁ ସେ ସମସ୍ତ ଓଡ଼ିଆ ବିଜେପି ସାଂସଦମାନଙ୍କୁ ନିବେଦନ କରିଛନ୍ତି।