Satyajeet Sahoo - The Sakala

ବୁଧବାର ରାଶିଫଳ ( ୦୮-୧୦-୨୦୨୫)
ମେଷ: ଅଚାନକ ଖୁସି ଖବର ପାଇପାରନ୍ତି। ଆୟ ଅନୁସାରେ ବ୍ୟୟ ହେବ।  ପେଟ ଜନିତ ସମସ୍ୟା ଦେଖା ଦେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଦେଖାଦେବ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ଧ୍ୟାରେ ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ନିବେଶ କରିବା ପାଇଁ ଉପଯୁକ୍ତ ସମୟ।

ମିଥୁନ: କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାର ପାଇଁ ସମୟ ବାହାର କରିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବ। ନିବେଶରୁ ଲାଭ ପାଇବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି।

କର୍କଟ: ଧାର୍ମିକ ସ୍ଥାନକୁ ଯାତ୍ରା ଯୋଗ ଅଛି। ମନ ପ୍ରସନ୍ନ ରହିବ। ମାନସିକ ଚିନ୍ତା ଦୂର ହେବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ।  ଦୀର୍ଘ ଦିନର ଆଶା ପୂରଣ ହେବ।

ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। । ଅଫିସ୍ ସହକର୍ମୀଙ୍କ ସହଯୋଗ ପାଇବେ।

କନ୍ୟା: ଦୀର୍ଘଦିନରୁ ଚାଲିଥିବା ପାରିବାରିକ ମତଭେଦ ଦୂର ହେବ। କର୍ମ ଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ।

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାର ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ଖର୍ଚ୍ଚ ବଢ଼ିପାରେ ।

ଧନୁ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଯୁକ୍ତିତର୍କ ହୋଇପାରେ ।

ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ନୂଆ ଗାଡ଼ି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଭଗବାନ ଶିବଙ୍କୁ ପୂଜା କରିବେ। ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭରୁ ଦୂରେଇ ରହିବେ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ।

ମୀନ: ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସମସ୍ତ ଇଚ୍ଛା ପୂରଣ ହେବ।

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ, ଡବଲ ଇଞ୍ଜିନ ସରକାର ଗୋଟିଏ ସମ୍ୱେଦନହୀନ ସରକାର : ବିଜେଡି
ଭୁବନେଶ୍ୱର:  ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇ ଆସୁଥିବା ବେଳେ, ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି ବୋଲି ଅଭିଯୋଗ କରି ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଥିଲେ, ଗତ ଏକ ସପ୍ତାହରେ ଧାରାବାହିକ ଭାବେ ଘଟିଥିବା ଅପରାଧ ଗୁଡିକ ଉପରେ ଅବଲୋକନ କଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସ୍ପଷ୍ଟ ହୁଏ। କିନ୍ତୁ, ରାଜ୍ୟ ବିଜେପି ସରକାର ନିଦାବିଷ୍ଣୁ। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ବିରୋଧୀ ଦଳର ଚିକ୍ରାର ତାଙ୍କର କର୍ଣ୍ଣପାତ ହେଉ ନାହିଁ।

ଶ୍ରୀ ବକ୍ସିପାତ୍ର କହିଥିଲେ, ଗତକାଲି ସନ୍ଧ୍ୟାରେ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ, ବିଜେପି ଦଳର ଜଣେ ଆଗଧାଡିର ନେତା ତଥା ଜଣେ ରାଜ୍ୟ ବାର କାଉନ୍‌ସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ୨୦ ଘଣ୍ଟାରୁ ଉଦ୍ଧ୍ୱର୍ ବିତି ଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଅପରାଧୀଙ୍କ କୌଣସି ଟେର ପୋଲିସ ପାଇନାହିଁ। ଗତ ୨୪ ଘଣ୍ଟାରେ, ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି। ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି। ଗଞ୍ଜାମ ଜିଲ୍ଲାରେ, ଲଘୁ ଖଣିଜ ସମ୍ପଦ ଯଥା ବାଲି, ଚିପ୍ସ ଇତ୍ୟାଦି ଜିନିଷର ଚୋରି ଲୁଟତରାଜ ଅହେତୁକ ବୃଦ୍ଧି ପାଇଛି ଯାହା ଯୋଗୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଛି। ରାଜ୍ୟ ବିଜେପି ସରକାରଙ୍କ ପ୍ରୟୋଜନରେ ଏହି ଲୁଟତରାଜ ଚାଲିଛି ଓ ଏଥିଯୋଗୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି।  ପୂର୍ବରୁ ନବୀନ ସରକାରଙ୍କ ସମୟରେ, ଗଞ୍ଜାମରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା ବେଳେ ବିଜେପି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଗଲାଣି।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ, ରାଜ୍ୟରେ ଏବେ ବହୁଚର୍ଚ୍ଚିତ ଘଟଣା ପୋଲିସ ଏସ୍‌ଆଇ ଚାକିରି ବିକ୍ରି ଘଟଣା ବ୍ରହ୍ମପୁର ସହରରୁ ଲୋକଲୋଚନକୁ ଆସିଥିଲା। ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି। ସେହିପରି, ଚୌଦ୍ୱାରରେ ଥିବା ହାଇ ସିକ୍ୟୁରିଟି ଜେଲରୁ ଦୁଇ ଜଣ କୁଖ୍ୟାତ ଅପରାଧୀ ଜେଲରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ଭାଇଚାରା ସହର କଟକରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଲଗାଇବାକୁ ପଡୁଛି। ଆଜି ସକାଳେ, ପୁରୀ ଜିଲାରେ ଲକ୍ଷ୍ମୀ ବସ୍‌ ଭିତରକୁ ଜଣେ ଦୁବୃର୍ତ୍ତ ପଶି ଆସି କଟୁରୀ ଚୋଟରେ ବସ ଯାତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁ ଅନ୍ୟୁନ୍ୟ ୭ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଦୁଷ୍କର୍ମ, ଅସଦାଚରଣ, ନାରୀ ନିର୍ଯାତନା, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜ ଗୁଡିକରେ ଶିରୋନାମା ପାଲଟୁଛି। କିନ୍ତୁ, ସରକାର ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଡବଲ ଇଞ୍ଜିନ ସରକାର ଗୋଟିଏ ସମ୍ୱେଦନହୀନ ସରକାର ବୋଲି ରାଜ୍ୟବାସୀ ଜାଣିଲେଣି।

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : SIR ଅଧୀନରେ ବାଦ ଦିଆଯାଇଥିବା ୩.୬୬ ଲକ୍ଷ ଭୋଟରଙ୍କ ବିବରଣୀ ପ୍ରଦାନ କରନ୍ତୁ
ନୂଆଦିଲ୍ଲୀ : ମଙ୍ଗଳବାର ସୁପ୍ରିମକୋର୍ଟ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ଦିଆଯାଇଥିବା ୩.୬୬ ଲକ୍ଷ ଭୋଟରଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ନୂତନ ଭୋଟରଙ୍କ ନାମ ଅଧିକାଂଶ ଯୋଡା ଯାଇଥିଲା ଏବଂ ଯେଉଁମାନଙ୍କର ନାମ ବାଦ ଦିଆଯାଇଛି ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କିମ୍ବା ଆବେଦନ କରିନାହାଁନ୍ତି।

ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନ କମିଶନ ଗୁରୁବାର, ୯ ଅକ୍ଟୋବର ସୁଦ୍ଧା କୋର୍ଟରେ ଉପଲବ୍ଧ ସୂଚନା ଦାଖଲ କରିବାକୁ ପଡିବ, କାରଣ ମାମଲାର ପରବର୍ତ୍ତୀ ଶୁଣାଣି ସେହି ଦିନ ହେବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଡ୍ରାଫ୍ଟ ତାଲିକା ଏବଂ ସେପ୍ଟେମ୍ବର ୩୦ ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଥିବାରୁ, ଦୁଇଟି ତାଲିକା ତୁଳନା କରି ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇପାରିବ। ବିଚାରପତି ବାଗଚୀ ନିର୍ବାଚନ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀଙ୍କୁ କହିଥିଲେ ଯେ କୋର୍ଟଙ୍କ ନିର୍ଦ୍ଦେଶ ସ୍ୱଚ୍ଛତା ଏବଂ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପ୍ରବେଶ ବୃଦ୍ଧି କରିଛି।

ତାଲିକାରେ କାହାର ନାମ ଯୋଡାଯାଇଛି ତାହା ସ୍ପଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ବାଗଚି

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଚୂଡ଼ାନ୍ତ ତାଲିକାରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ କାହାର ନାମ ଯୋଡାଯାଇଛି (ପୁରୁଣା ବାଦ୍‌ ଦିଅଯାଇଥିବା ନାମ କି ନୂତନ ଭୋଟର) ତାହା ସ୍ପଷ୍ଟ କରିବା ଉଚିତ। ଜଷ୍ଟିସ୍ ବାଗଚି କହିଛନ୍ତି, "ଆପଣମାନେ ମଧ୍ୟ ସହମତ ହେବେ ଯେ ସ୍ୱଚ୍ଛତା ଏବଂ ସୁଗମତାରେ ଉନ୍ନତି ଆସିଛି। ଏହା ଦେଖାଯାଉଛି ଯେ ଆପଣ ଡ୍ରାଫ୍ଟ ତାଲିକାରୁ 6.5 ନିୟୁତ ନାମ ବାଛିଛନ୍ତି। ଆମେ କହିଥିଲୁ ଯେ ମୃତ କିମ୍ବା ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ବାଛିବା ଠିକ୍ ଅଛି। କିନ୍ତୁ ଯଦି ଆପଣ କାହାର ନାମ ବାଛି ଦେଉଛନ୍ତି, ତେବେ ନିୟମ 21 ଏବଂ SOP ଅନୁସରଣ କରନ୍ତୁ।"

ଯୋଡାଯାଇଥିବା ନାମ ମଧ୍ୟରୁ ଅଧିକାଂଶ ନୂତନ ଭୋଟରଙ୍କର: ଓକିଲ

ସେ କହିଛନ୍ତି, "ଆମେ ଏହା ମଧ୍ୟ କହିଥିଲୁ ଯେ ଆପଣ ଆପଣଙ୍କର କାର୍ଯ୍ୟାଳୟରେ ବାଛିଥିବା ନାମ ବିଷୟରେ ସୂଚନା ପ୍ରଦର୍ଶନ କରିବା ଉଚିତ। ବର୍ତ୍ତମାନ ଚୂଡ଼ାନ୍ତ ତାଲିକାରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଯାହା ଯୋଡାଯାଇଥିବା ନାମ ପୁରୁଣା ବାଛିଥିବା ଭୋଟରଙ୍କର ନା ନୂତନ ଭୋଟରଙ୍କର ତାହା ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।" ଓକିଲ ଦ୍ୱିବେଦୀ ପ୍ରତିକ୍ରିୟା ଦେଇଥିଲେ ଯେ ଯୋଡାଯାଇଥିବା ନାମ ମଧ୍ୟରୁ ଅଧିକାଂଶ ନୂତନ ଭୋଟରଙ୍କର। ତଥାପି, କିଛି ପୁରୁଣା ଭୋଟର ମଧ୍ୟ ଅଛନ୍ତି ଯାହାଙ୍କ ନାମ ଡ୍ରାଫ୍ଟ ତାଲିକା ପ୍ରସ୍ତୁତ ହେବା ପରେ ଯୋଡା ଯାଇଥିଲା। ସେ କହିଛନ୍ତି, ଏପର୍ଯ୍ୟନ୍ତ କୌଣସି ବିଲୋପ ହୋଇଥିବା ଭୋଟରଙ୍କ ଦ୍ୱାରା କୌଣସି ଅଭିଯୋଗ କିମ୍ବା ଆବେଦନ ଦାଖଲ କରାଯାଇ ନାହିଁ।

କମିଶନ ସେପ୍ଟେମ୍ବର 30 ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ

ସେପ୍ଟେମ୍ବର 30 ରେ ନିର୍ବାଚନ କମିଶନ ବିହାର ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ। କମିଶନ କହିଛନ୍ତି ଯେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ 47 ଲକ୍ଷ ହ୍ରାସ ପାଇ 7.42 କୋଟି ହୋଇଛି, ଯାହା ପୂର୍ବରୁ 7.89 କୋଟି ଥିଲା। ଏହା ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପରେ ହୋଇଥିଲା। ତଥାପି, ଡ୍ରାଫ୍ଟ ତାଲିକା (1 ଅଗଷ୍ଟରେ ପ୍ରକାଶିତ) ତୁଳନାରେ ଚୂଡ଼ାନ୍ତ ସଂଖ୍ୟା 17.87 ଲକ୍ଷ ବୃଦ୍ଧି ପାଇଛି। ଡ୍ରାଫ୍ଟ ତାଲିକାରେ 65 ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଛି, ଯେଉଁଥିରେ ମୃତ୍ୟୁବରଣ କରିଥିବା, ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା (ସ୍ଥାନାନ୍ତରିତ), କିମ୍ବା ଯାହାଙ୍କ ନାମ ଦୁଇଥର ତାଲିକାଭୁକ୍ତ ହୋଇଥିଲା (ନକଲ) ଅନ୍ତର୍ଭୁକ୍ତ।

ବିହାର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ

ଡ୍ରାଫ୍ଟ ତାଲିକାରେ ୨୧.୫୩ ଲକ୍ଷ ନୂତନ ଭୋଟର ଯୋଡାଯାଇଛି, ଯେତେବେଳେ 3.66 ଲକ୍ଷ ନାମ ବାଦ ଦିଆଯାଇଛି, ଯାହା ମୋଟ 17.87 ଲକ୍ଷ ଭୋଟରଙ୍କୁ ବୃଦ୍ଧି କରିଛି। ଅକ୍ଟୋବର 6 ରେ, ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହି ଅନୁସାରେ, ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର ୧୨୧ଟି ଆସନ ପାଇଁ ନଭେମ୍ବର ୬ରେ ମତଦାନ ଅନୁଷ୍ଠିତ ହେବ, ଯେତେବେଳେ ବାକି ୧୨୨ଟି ଆସନ ପାଇଁ ଭୋଟ୍ ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ନଭେମ୍ବର ୧୪ ତାରିଖରେ ହେବ।

ଆଜି ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ, ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର: ମଙ୍ଗଳବାର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭବତଃ ଏହା ପ୍ରଭାବରେ ୯ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବରେ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି।

ସମ୍ଭାବ୍ୟ ଘୂର୍ଣ୍ଣିବଳୟ/ଲଘୁଚାପକୁ ଦୃଷ୍ଟିରେ ରଖି ଆସନ୍ତା ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ, ବର୍ତ୍ତମାନ ଓଡ଼ିଶା ଉପରେ ଏକ ଟ୍ରଫ-ଲାଇନ୍‌ ପ୍ରଭାବ ରହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୭୦ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୩୬ ମିମି ବର୍ଷା ହୋଇଛି।

ମଙ୍ଗଳବାର ରାଶିଫଳ (୦୭-୧୦-୨୦୨୫)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। ଅଚାନକ ଖୁସି ଖବର ପାଇପାରନ୍ତି। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ।ପ୍ରେମୀଯୁଗଳଙ୍କ ମତାନ୍ତର ଦୂର ହେବ।

ବୃଷ:ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ।  ଇଂଜିନିୟରଙ୍କ ପାଇଁ ଦିନଟି ଭଲ। କୋର୍ଟ କଚରୀ ମାମଲାର ଶୁଣାଣି ହେବ। ଲୋକ ସମ୍ପର୍କ ବଢ଼ିବ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

ମିଥୁନ: ବାଦ ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ଅଧÒକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। ପ୍ରେମୀ ଯୁଗଳ ସୁନ୍ଦର ସମୟ ଅତିବାହିତ କରିବେ।

କର୍କଟ: ସମୟର ସଦୂପଯୋଗ କରନ୍ତୁ। ବୁଝି ବିଚାରି କାମ କରନ୍ତୁ। ପରିବାର ସହିତ ଖୁସିର ସମୟ ଅତିବାହିତ କରିବେ। ଜମି କାରବାରରେ ସଫଳ ହେବେ। ଅଯଥା କାମରେ ସମୟ ନଷ୍ଟ ହେବ।

ସିଂହ: ନୂତନ ବ୍ୟବସାୟ ପାଇଁ ଅନୁକୂଳ ସମୟ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଅଫିସ୍‌ରେ ପଦୋନ୍ନତି ହୋଇପାରେ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗି ପାରନ୍ତି। ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ।

କନ୍ୟା: ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତୁନି। ଅଧÒକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ବୁଝାମଣା ଦେଖା ଦେବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

ବିଛା:  ମାନ ସମ୍ମାନ ବୃଦ୍ଧି ପାଇବ । ଉଧାର ଟଙ୍କା ଫେରି ପାଇବେ। ଯୋଗ ଏବଂ ପ୍ରାଣାୟମ କରନ୍ତୁ। ଯେକୌଣସି ପରିସ୍ଥିତି ସହିତ ଖାପଖୁଆଇ ଚଳନ୍ତୁ। ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି।

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିବେ। ପ୍ରିୟଜନଙ୍କ କଥା ଦୁଃଖ ଦେବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେବ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ।

ମକର: ସମୟର ସଦୂପଯୋଗ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଠକାମିର ଶିକାର ହେେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। କଳାକାରଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିବେ।

ମୀନ: ଦୀର୍ଘ ଦିନରୁ ଲାଗି ରହିଥÒବା ସମସ୍ୟାର ସମାଧାନ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ।

ରାଜ୍ୟର ସ୍ଥିତି ଗମ୍ଭୀର ଥିଲା ବେଳେ ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର: ବିଜେଡି
ଭୁବନେଶ୍ୱର : କଟକରେ ଉଦ୍ବେଗଜନକ ସ୍ଥିିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି ।

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାରେ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଭାଇଚାରାର ସହର କଟକରେ କେବେ ନଦେଖିବା ସ୍ଥିତି ଆଜି ଡବଲ ଇଂଜିନ ସରକାରରେ ଦେଖିବାକୁ ମିଳିଛି । ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ୧୦୦୦ ବର୍ଷର ଐତିହାସିକ ସହର କଟକର ଗାରିମା ଆଜି ଭୃଲୁଣ୍ଠିତ ହୋଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରେ ଲଗାତାର ଭୂସ୍ଖଳନ ସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହ ନନେବା ଚିନ୍ତାଜନକ । ରାଜ୍ୟର ୫ଟି ଜିଲ୍ଲାରେ ବର୍ଷାଜନିତ ବ୍ୟାପକ କ୍ଷୟକ୍ଷତି ପ୍ରତି ସରକାରଙ୍କ ନିଘା ନାହିଁ । ସର୍ବୋପରି ନିଯୁକ୍ତି ଆଶାୟୀ ଯୁବ ସମାଜକୁ ପ୍ରତାରଣା କରି ସରକାରୀ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକି୍ର ହେବା ଘଟଣା ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାର ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି ।

ସେହିପରି ଶ୍ରୀମତୀ ଛୁରିଆ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ୬୪ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଆଜି ରଙ୍ଗ ମାରି ମୁଖ୍ୟମନ୍ତ୍ରୀ ଫିତା କାଟିଛନ୍ତି । ସିନାପାଲିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବରୁ ଏନ୍ଏସି ଘୋଷଣା କରିଥିଲେ । ତାଲିକାର ପ୍ରଥମ ପର୍ଯ୍ୟାୟରେ ସିନାପାଲିର ନାଁକୁ କାଟି ପୁଣି ବର୍ତ୍ତମାନ ଯୋଡିବାରେ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଆଜି ଘୋଷଣା କରିଥିବା ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ୨୦୨୩ ଏପ୍ରିଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ।

ସେହିଭଳି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡା ଜିଲ୍ଲା ଘୋଷଣା ମଧ୍ୟ ପୂର୍ବ ବିଜେଡି ସରକାର ସମୟରେ ୨୦୧୯ରେ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ୧୯୯୩ରେ ଜିଲ୍ଲା ଘୋଷଣା ହେବା ଠାରୁ ନୂଆପଡା ବିଜୁ ଜନତା ଦଳର ଫୋକସରେ  ରହିଆସିଛି । ୧୬ ମାସରେ ନୂଆପଡା ପାଇଁ ଇଟା ଖଣ୍ଡେ ଯୋଡିନଥିବା ବିଜେପି ସରକାର, ନିର୍ବାଚନ ଘୋଷଣା ହେବା ସମୟରେ ନୂଆପଡାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୀତିକ ଉଦେ୍ଦଶ୍ୟ ପ୍ରଣୋଦିତ । ସେହିପରି ବିଧାୟକ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟବାସୀଙ୍କ ସମସ୍ୟାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନୂଆପଡାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଲଗାଣ ବର୍ଷା ଯୋଗୁ ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନନେବା ଦୁଃଖଦାୟକ ।

କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି, କାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌
ଭୁବନେଶ୍ୱର : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ କଟକରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ  ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି। ସୋସିଆଲ୍‌ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ। ତେବେ ଏହି କଟକଣାକୁ ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇ ଅକ୍ଟୋବର ୭ ତାରିଖ ଅର୍ଥାତ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଢାଇଦିଆଯାଇଛି। ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ ରହିଛି। ଏହି ସମୟରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍‌ସଆପ୍, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ।

ଭାରତର ସବୁଠୁ ଧନୀ YouTuber : ଡିଜିଟାଲ କଣ୍ଟେଣ୍ଟ କ୍ରିଏଟ କରି ରୋଜଗାର କଲେଣି ୬୬୫ କୋଟି
ମୁମ୍ବାଇ : ଭାରତରେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ଦୁନିଆ ଆଜିକାଲି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି YouTube ଭଳି ପ୍ଲାଟଫର୍ମରେ କଣ୍ଟେଣ୍ଟ ତିଆରି ଏକ ବହୁ-ବିଲିୟନ ଡଲାରର ବ୍ୟବସାୟ ପାଲଟିଛି। ଅନେକ ନିଜର ପୂର୍ଣ୍ଣକାଳୀନ ଚାକିରି ଛାଡି କଣ୍ଟେଣ୍ଟ କ୍ରିଏଟର ହେଉଛନ୍ତି। ଯେଉଁଥିରେ ସେମାନେ କୋଟି କୋଟି ଅର୍ଥ ରୋଜଗାର କରୁଛନ୍ତି।

ଆସନ୍ତୁ ଜାଣିବା କେବଳ YouTube ରୁ ସର୍ବାଧିକ ରୋଜଗାର କରୁଥିବା YouTuber ମାନଙ୍କର ଏକ ତାଲିକା ପ୍ରକାଶିତ ହୋଇଛି। ଟେକ୍ ଇନଫର୍ମର ରିପୋର୍ଟ ଅନୁଯାୟୀ, ହାସ୍ୟ ଅଭିନେତା ତନ୍ମୟ ଭଟ୍ଟ ଦେଶର ସର୍ବାଧିକ ରୋଜଗାର କରୁଥିବା YouTuber।

ତନ୍ମୟ ଭଟ୍ଟଙ୍କ ନେଟ୍ ୱର୍ଥ

ତନ୍ମୟ ଏହି ଡିଜିଟାଲ ଯୁଗର ସବୁଠାରୁ ସଫଳ ଚେହେରା ମଧ୍ୟରୁ ଜଣେ। ତାଙ୍କର ମୋଟ ନେଟ୍ ୱର୍ଥ ପ୍ରାୟ 665 କୋଟି ହେବ ବୋଲି ଆକଳନ କରାଯାଇଛି। ତନ୍ମୟ ତାଙ୍କର ମଜାଦାର କମେଡି, ପୋଡକାଷ୍ଟ ଏବଂ ଅନ୍ୟ କ୍ରିଏଟରଙ୍କ ସହ ଭିଡିଓ ପାଇଁ ଜଣାଶୁଣା। ସେ ଡିଜିଟାଲ ମିଡିଆକୁ କେବଳ ମନୋରଞ୍ଜନରେ ନୁହେଁ ବରଂ ଏକ ଦୃଢ଼ ବ୍ୟବସାୟ ମଡେଲରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ତନ୍ମୟଙ୍କ ପରେ, ଏହି YouTubers ମଧ୍ୟ ଅଛନ୍ତି

ତନ୍ମୟ ଭଟ୍ଟଙ୍କ ପରେ, ଟେକ୍ ସମୀକ୍ଷା ଚ୍ୟାନେଲ୍ ଟେକ୍ନିକାଲ୍ ଗୁରୁଜୀ ପାଇଁ ଜଣାଶୁଣା ଗୌରବ ଚୌଧୁରୀ ଭାରତର ଶ୍ରେଷ୍ଠ ଡିଜିଟାଲ୍ କ୍ରିଏଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ନେଟ୍ ୱେଥ୍ ପ୍ରାୟ 356 କୋଟି ହେବ ବୋଲି ଆକଳନ କରାଯାଇଛି। ତୃତୀୟ ସ୍ଥାନରେ ସମୟ ରାଇନା ଅଛନ୍ତି, ଯିଏ ତାଙ୍କର ଷ୍ଟାଣ୍ଡ-ଅପ୍ କମେଡି ଏବଂ ଚେସ୍ ଷ୍ଟ୍ରିମିଂ ପାଇଁ ଜଣାଶୁଣା। ତାଙ୍କର ନେଟ୍ ୱେଥ୍ ପ୍ରାୟ  ୧୪୦ କୋଟି ହେବ ବୋଲି ଆକଳନ କରାଯାଇଛି। ଚତୁର୍ଥ ସ୍ଥାନରେ ଅଜେୟ ନାଗର ଅଛନ୍ତି, ଯିଏ ଇଣ୍ଟରନେଟରେ "କ୍ୟାରିମିନାଟି" ଭାବରେ ଜଣାଶୁଣା। ତାଙ୍କର ରୋଜଗାର ପ୍ରାୟ ୧୩୧ କୋଟି ହେବ ବୋଲି ଆକଳନ କରାଯାଇଛି।

ଶ୍ରେଷ୍ଠ 10 YouTubers

ଭାରତର ଶ୍ରେଷ୍ଠ 10 YouTubersଙ୍କ ତାଲିକାରେ ଅନେକ ଜଣାଶୁଣା ନାମ ଅନ୍ତର୍ଭୁକ୍ତ ଯେଉଁମାନେ ବିଭିନ୍ନ ବିଷୟବସ୍ତୁ ବର୍ଗରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଭୁବନ ବାମ୍ ଅଛନ୍ତି, ଯିଏ ନିଜର ହାସ୍ୟରସ ଏବଂ ଅଭିନୟ ଦ୍ୱାରା ହୃଦୟ ଜିତିଛନ୍ତି। ତାଙ୍କର ନେଟ୍ ୱେଥ୍ ପ୍ରାୟ ୧୨୨ କୋଟି ହେବ ବୋଲି ଆକଳନ କରାଯାଇଛି। ଏହି ସମୟରେ, ଦେଶୀ-ଶୈଳୀର ଭିଡିଓ ତିଆରି କରୁଥିବା ଅମିତ ଭଦାନାଙ୍କ ସମ୍ପତ୍ତି ପ୍ରାୟ80 କୋଟି। ରୋଷ୍ଟ ଏବଂ ପ୍ରତିକ୍ରିୟା ଭିଡିଓ ପାଇଁ ଜଣାଶୁଣା ଟ୍ରିଗର୍ଡ ଇନସାନ 65 କୋଟି ରୋଜଗାର କରୁଛନ୍ତି। ରାଜନୈତିକ ଏବଂ ସାମାଜିକ ବିଶ୍ଳେଷକ ଧ୍ରୁବ ରାଠୀଙ୍କ ସମ୍ପତ୍ତି 60 କୋଟି ବୋଲି ରିପୋର୍ଟ କରାଯାଇଛି। ସ୍ୱାସ୍ଥ୍ୟ, ପ୍ରେରଣା ଏବଂ ଜୀବନଶୈଳୀ ବିଷୟରେ ଆଲୋଚନା କରୁଥିବା ରଣବୀର ଆଲ୍ଲାବାଡିଆଙ୍କ ସମ୍ପତ୍ତି 58 କୋଟି। ପରିବାର ଏବଂ ଦୈନନ୍ଦିନ ଜୀବନ ବିଷୟରେ ଭ୍ଲଗ୍ କରୁଥିବା ସୌରଭ ଜୋଶୀ ମଧ୍ୟ 50 କୋଟି ରୋଜଗାର ସହିତ ଶୀର୍ଷ ତାଲିକାରେ ସ୍ଥାନ ପାଇଛନ୍ତି।

ମନୋରଞ୍ଜନ ଜଗତ ବଦଳି ଯାଇଛି

ଆଜି, ଡିଜିଟାଲ୍ କଣ୍ଟେଣ୍ଟ ସୃଷ୍ଟି ମନୋରଞ୍ଜନ ଜଗତକୁ ପରିବର୍ତ୍ତନ କରିଛି। ଆଜିର ନିର୍ମାତାମାନେ କେବଳ YouTube କିମ୍ବା ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ନୁହେଁ, ବରଂ ବିଜ୍ଞାପନ, ବ୍ରାଣ୍ଡ ସହଭାଗୀତା, ଲାଇଭ୍ ଶୋ, ବାଣିଜ୍ୟିକ ବିକ୍ରୟ ଏବଂ ଅନ୍ୟାନ୍ୟ ଅନେକ ଅନଲାଇନ୍ ଉପାୟ ମାଧ୍ୟମରେ ମଧ୍ୟ ଯଥେଷ୍ଟ ଆୟ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଡିଜିଟାଲ୍ ପ୍ରଭାବଶାଳୀ ବଜାର 2026 ସୁଦ୍ଧା 3,000 କୋଟି ଅତିକ୍ରମ କରିପାରେ। ଏହି ସଂଖ୍ୟା ସ୍ପଷ୍ଟ ଭାବରେ ଏହି ଶିଳ୍ପର ବୃଦ୍ଧି ପାଉଥିବା ଲୋକପ୍ରିୟତା ଏବଂ ଆର୍ଥିକ ଶକ୍ତିକୁ ଦର୍ଶାଉଛି।

ବ୍ୟାଙ୍କରେ ପଡିରହିଛି ୧.୮୪ ଲକ୍ଷ କୋଟିର ଦାବିଦାର ନ ଥିବା ଜମା ରାଶି, ଫେରାଇବାକୁ ଅଭିଯାନ ଆରମ୍ଭ କଲେ ସରକାର
ନୂଆଦିଲ୍ଲୀ : ଦେଶର ବ୍ୟାଙ୍କଗୁଡିକରେ ସମ୍ପ୍ରତି ଦାବିଦାର ନ ଥିବା ଜମା ରାଶି ପରିମାଣରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଏହି ଅର୍ଥ ରାଶି ପରିମାଣ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ବର୍ତ୍ତମାନ ଲୋକମାନେ କିଭଳି ଏହି ଅର୍ଥ ରାଶି ଫେରିପାଇବେ ସେଥିପାଇଁ ସରକାର ଅଭିଯାନ ଆରମ୍ଭ କରିଛନ୍ତି , ଯାହା ଲୋକମାନଙ୍କୁ ଦାବିଦାର ନ ଥିବା ଆର୍ଥିକ ସମ୍ପତ୍ତି ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଏହି ଅଭିଯାନ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଚାଲିବ। ଏହାଦ୍ବାରା  ଲୋକମାନଙ୍କୁ ପୁରୁଣା ବ୍ୟାଙ୍କ ଆକାଉଣ୍ଟ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା ୧.୮୪ ଲକ୍ଷ କୋଟି ଟଙ୍କା ସହଜରେ ଫେରିପାଇବାରେ ସାହାଯ୍ୟ କରିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଆପଣଙ୍କର ପୁଞ୍ଜି, ଆପଣଙ୍କ ଅଧିକାର’ ଶୀର୍ଷକ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟରେ ଦାବିଦାର ନଥିବା ଟଙ୍କା ଜମା ହୋଇଛି, ତେବେ ଦାବିଦାର ନ ଥିବା ଟଙ୍କାକୁ “ଦାବୀଦର ନ ଥିବା” ଆକାଉଣ୍ଟ ଭାବେ ଘୋଷଣା କରାଯାଇପାରେ। ଭାରତୀୟ ବ୍ୟାଙ୍କଗୁଡ଼ିକ ଚଳିତବର୍ଷ ଜୁନ୍ ୩୦  ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କରେ ମୋଟ ୬୭,୦୦୦ କୋଟି ଟଙ୍କାରୁ ଅଧିକ ଅଣଦାବିଦାର  ଜମା ରାଶି ରହିଛି। ଏହି ତଥ୍ୟ  ଜୁଲାଇ ୨୮ରେ ସଂସଦରେ ଉପସ୍ଥାପିତ ହୋଇଥିଲା।

ବର୍ତ୍ତମାନ, ପୁରୁଣା ବ୍ୟାଙ୍କ ଆକାଉଣ୍ଟ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା ୧.୮୪ ଲକ୍ଷ କୋଟି ଟଙ୍କା ବିଷୟରେ ସୂଚନା ସାମ୍ନାକୁ ଆସିଛି। ବ୍ୟାଙ୍କ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା କୋଟି କୋଟି ଟଙ୍କା ଫେରି ପାଇବାରେ ଲୋକମାନେ ପ୍ରାୟତଃ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଯେତେବେଳେ କି ପୁରୁଣା ଷ୍ଟକ୍‌ରୁ ଟଙ୍କା ଫେରି ପାଇବା ମଧ୍ୟ କଷ୍ଟକର। ଏବେ ଅର୍ଥମନ୍ତ୍ରୀଙ୍କ ଏହି ଅଭିଯାନ ଲୋକଙ୍କୁ ଆଶ୍ୱସ୍ତି ଦେବ। ଏହି ଅଭିଯାନ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦ୍ୱାରା ପରିଚାଳିତ ହେବ, ଯାହା ଲୋକମାନଙ୍କୁ ସେମାନଙ୍କର ଦାବି ନ ଥିବା ପାଣ୍ଠି ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଅକ୍ଟୋବର ୪ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ।

ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ : ନଭେମ୍ବର ୬-୧୧ ରେ ଭୋଟ୍, ୧୪ରେ ରେଜଲ୍ଟ
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୪୩ ବିଧାନସଭା ଆସନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।  ନଭେମ୍ବର ୬ ଏବଂ ୧୧ ରେ ଭୋଟ୍‌ ଗ୍ରହଣ ସହ ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇବ।

ବିହାରରେ ଏକ ନୂତନ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ

ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିର୍ବାଚନ କମିଶନ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ୧୭ଟି ନୂତନ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରୁ କିଛି ପ୍ରକ୍ରିୟା ପୂର୍ବରୁ, କିଛି ସମୟରେ ଏବଂ କିଛି ପ୍ରକ୍ରିୟା ସମାପ୍ତ ହେବା ପରେ ପ୍ରକ୍ରିୟା ସହିତ ଜଡିତ। କୁମାର କହିଛନ୍ତି, "ପ୍ରଥମ ଥର ପାଇଁ, ୧୦୦% ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କାର୍ଯ୍ୟକାରୀ କରାଯାଉଛି।

ପାଟନାରେ ଦୁଇ ଦିନ ଧରି ବିହାରରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପରେ, CEC କହିଛନ୍ତି, SIR ୨୨ବର୍ଷ ପରେ ବିହାରର ଭୋଟର ତାଲିକାକୁ ଶୁଦ୍ଧ କରିଛି। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଅନେକ ନୂତନ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି, ଏବଂ ଭବିଷ୍ୟତରେ ଏହା ସାରା ଦେଶରେ ପ୍ରଚଳିତ ହେବ। ଭୋଟର ତାଲିକା ଶୁଦ୍ଧିକରଣ ଦେଶବ୍ୟାପୀ କରାଯିବ। ଏହି ୧୭ ଟି ପଦକ୍ଷେପରେ ଭୋଟର ପଞ୍ଜିକରଣର ୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ପାଇବାକୁ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ମାନକ କାର୍ଯ୍ୟ ପ୍ରକ୍ରିୟା (SOP) ଅନ୍ତର୍ଭୁକ୍ତ।

ସମସ୍ତ ମତଦାନ କେନ୍ଦ୍ରରେ ମୋବାଇଲ୍ ଫୋନ୍ ଜମା ସୁବିଧା ଉପଲବ୍ଧ ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର SIR ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ ଜନପ୍ରତିନିଧିତ୍ୱ ଆଇନ ଅନୁଯାୟୀ SIR ପରିଚାଳନା ଆଇନଗତ ଏବଂ ବାଧ୍ୟତାମୂଳକ। ନାମ ଏବେ ବି ଯୋଡା ଯାଇପାରିବ। ମୁଖ୍ୟ ନିର୍ବାଚନ କମିଶନର ଏହା ମଧ୍ୟ କହିଛନ୍ତି ଯେ ଯଦି SIR ମାଧ୍ୟମରେ ଭୋଟର ନାମ ଯୋଡା କିମ୍ବା ବିଲୋପ ସମ୍ପର୍କରେ କାହାର ଅଭିଯୋଗ ଅଛି, ତେବେ ସେମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିପାରିବେ। ନାମାଙ୍କନ ପୂର୍ବରୁ ୧୦ ଦିନ ପର୍ଯ୍ୟନ୍ତ ନାମ କଟାଯାଇପାରିବ କିମ୍ବା ଯୋଡା ଯାଇପାରିବ।

ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
ନୂଆଦିଲ୍ଲୀ : ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ।  ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା।

ମୁଖ୍ୟ ନିର୍ବାଚନ କମିଶନର ଘୋଷଣା ଅନୁସାରେ ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି। ଏହାପରେ ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ।  ଅକ୍ଟୋବର ୨୨ରେ ନାମାଙ୍କନ ଯାଞ୍ଚ ଓ ଅକ୍ଟୋବର ୨୪ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବ। ଏହାପରେ ନଭେମ୍ବର ୧୧ ତାରିଖରେ ଭୋଟ୍‌ ଗ୍ରହଣ ସହ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି କରାଯିବ।

ଦୀପାବଳି ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ଦେଶରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି, ଯାହା ନିଫ୍ଟି ସୂଚକାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ସୂଚକାଙ୍କକୁ ପଛରେ ପକାଇଦେଇଛି। ଏହି ବୃଦ୍ଧି ଅନେକ କାରଣ ଦ୍ୱାରା ପରିଚାଳିତ ହୋଇଛି, ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅତ୍ୟଧିକ କ୍ରୟ, ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା, ବାଣିଜ୍ୟ ଅନିଶ୍ଚିତତା, ଡଲାର ସୂଚକାଙ୍କ ଦୁର୍ବଳ ହେବା, ଆର୍ଥିକ ମାନ୍ଦାବସ୍ଥାର ଭୟ ଏବଂ ଇଟିଏଫ୍‌ରେ ଦୃଢ଼ ନିବେଶ ପ୍ରବାହ ଅନ୍ତର୍ଭୁକ୍ତ। ଆସନ୍ତା ଦିପାବଳୀ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ଦେଢ଼ ଲକ୍ଷ ଛୁଇଁବା ନେଇ ଆକଳନ କରାଯାଇଛି। ମାତ୍ର ସପ୍ତାହରେଦେଶରେ ସୁନା  ମୂଲ୍ୟ ୩୯୨୦ ଟଙ୍କା ବୃଦ୍ଧି ପାଇଛି।